ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲା ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍। ୧୭ରୁ ଅଧିକ ଆହତ ସେଥି ମଧ୍ୟରୁ ଚାରି ଗୁରୁତର। କଟକରୁ ବଲାଙ୍ଗୀର ଅଭିମୁଖେ ମିଶ୍ର ନାମକ ଏକ ଘରୋଇ ବସ୍ ଯାଉଥିବା ବେଳେ ଦଶପଲ୍ଲା ଥାନା ସରିଗଣ୍ଡା ଛକ ନିକଟରେ ଏକ ଟ୍ରକ୍କୁ ସାଇଡ ମାରିବାକୁ ଯାଇ ରାସ୍ତାକଡ଼ ବିଲ ଭିତରେ ଓଲଟି ପଡ଼ିଲା ବସ୍। ଗାଡ଼ି ଛାଡ଼ି ଚାଳକ ଫେରାର ହୋଇଯାଇଥିବା ବେଳେ, ବସରେ ଥିଲେ ୧୭ଜଣ ଯାତ୍ରୀ। ସେଥିମଧ୍ୟରୁ ୧୩ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ୪ଜଣ ଗୁରୁତର ଅବସ୍ଥାରେ ପ୍ରଥମେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ନୟାଗଡ଼ ସ୍ଥାନାନ୍ତର କରାଯାଇଛି। ୧୩ଜଣ ସାମାନ୍ୟ ଆହତ ହୋଇଥିବା ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅନ୍ୟ ଏକ ବସ ଯୋଗେ ପଠାଯାଇଛି। ଖବର ପାଇ ଦଶପଲ୍ଲା ପୁଲିସ ପହଞ୍ଚି କେଉଁ…
Read More