ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଜଙ୍ଗଲ ଓ ପ୍ରାକୃତିକ ସମ୍ପଦର ଦୃତ ଅବକ୍ଷୟ ଓ କଳ କାରଖାନା ବୃଦ୍ଧି ଯୋଗୁଁ ସମାଜ, ସଭ୍ୟତା ଓ ପରିବେଶ ପ୍ରଦୂଷଣ ହେବା ସହିତ ଜଳବାୟୁରେ ବ୍ୟାପକ ପରିବର୍ତ୍ତନ ଘଟିଛି । ଏହା ପ୍ରାଣୀ ଜଗତ ପାଇଁ ସାଙ୍ଘାତିକ ସମସ୍ୟା ଭାବେ ଠିଆ ହେଇଛି । ପ୍ରତିଦିନ ବହୁ ମାତ୍ରାରେ ଜଙ୍ଗଲ ନଷ୍ଟ ହେବା ଯୋଗୁଁ ଜୈବ ବିବିଧତା ଧ୍ବଂସ ହେବା ସହିତ କେତେକ ବିରଳ ପ୍ରଜାତିର ବନ୍ୟ ଜନ୍ତୁ , ପଶୁପକ୍ଷୀ ଲୋପ ପାଇ ଗଲେଣି । ମାନବ ସଭ୍ୟତା ବର୍ତ୍ତମାନ ଦୁର୍ଦ୍ଦିନ ଓ ଘଡି ସନ୍ଧି ମୁହୂର୍ତ୍ତରେ ପହଞ୍ଚିଛି । ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ ଚଢ଼ିବା ସହିତ ଜଙ୍ଗଲ ବାସୀଙ୍କ ଜୀବନ ଜୀବିକାର ମୂଳଉତ୍ସ ,ଗ୍ରାମ୍ୟ ଜଙ୍ଗଲ ଶ୍ରୀହୀନ ହେଇ ଗଲାଣି । ଜଙ୍ଗଲ ଉପରେ ନିର୍ଭର କରୁଥିବା…
Read MoreCategory: ଦଶପଲ୍ଲା ବ୍ଲକ
ବାଇକ୍କୁ ରକ୍ଷା କରିବାକୁ ଯାଇ ଦୁଇ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ଜଣଙ୍କ ମୃତ୍ୟୁ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଏକ ବାଇକ୍କୁ ରକ୍ଷା କରିବା ପାଇଁ ଦୁଇ ଜଣ ଟ୍ରକ୍ ଚାଳକ ମୁହାଁମୁହିଁ ହୋଇଛନ୍ତି। ଟ୍ରକ୍ ଦୁଇଟି ଧକ୍କା ହେବାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଅଛନ୍ତି। ଆଜି ସଂଧ୍ୟା ପ୍ରାୟ ୬ଟା ସମୟରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ନୟାଗଡ଼ ଜିଲ୍ଲା ଟାକରା ନିକଟରେ ଏହି ଦୁର୍ଘଟଣା ଘଟିଛି। ଏକ ବାଇକ୍କୁ ରକ୍ଷା କରିବାକୁ ଯାଇ ଦୁଇ ମାଲ୍ ବୋଝେଇ ଟ୍ରକ୍ ମଧ୍ୟରେ ଭୟଙ୍କର ଭାବେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ପ୍ରକାଶ ପାଇଛି। ସମସ୍ତଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପୁଲିସ ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚିଛି। ମୃତଦେହ ଜବତ କରି…
Read Moreଓଲଟିଲା ଯାତ୍ରୀବାହୀ ବସ୍, ୪ ଗରୁତର ୧୩ ଆହତ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲା ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍। ୧୭ରୁ ଅଧିକ ଆହତ ସେଥି ମଧ୍ୟରୁ ଚାରି ଗୁରୁତର। କଟକରୁ ବଲାଙ୍ଗୀର ଅଭିମୁଖେ ମିଶ୍ର ନାମକ ଏକ ଘରୋଇ ବସ୍ ଯାଉଥିବା ବେଳେ ଦଶପଲ୍ଲା ଥାନା ସରିଗଣ୍ଡା ଛକ ନିକଟରେ ଏକ ଟ୍ରକ୍କୁ ସାଇଡ ମାରିବାକୁ ଯାଇ ରାସ୍ତାକଡ଼ ବିଲ ଭିତରେ ଓଲଟି ପଡ଼ିଲା ବସ୍। ଗାଡ଼ି ଛାଡ଼ି ଚାଳକ ଫେରାର ହୋଇଯାଇଥିବା ବେଳେ, ବସରେ ଥିଲେ ୧୭ଜଣ ଯାତ୍ରୀ। ସେଥିମଧ୍ୟରୁ ୧୩ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ୪ଜଣ ଗୁରୁତର ଅବସ୍ଥାରେ ପ୍ରଥମେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ନୟାଗଡ଼ ସ୍ଥାନାନ୍ତର କରାଯାଇଛି। ୧୩ଜଣ ସାମାନ୍ୟ ଆହତ ହୋଇଥିବା ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅନ୍ୟ ଏକ ବସ ଯୋଗେ ପଠାଯାଇଛି। ଖବର ପାଇ ଦଶପଲ୍ଲା ପୁଲିସ ପହଞ୍ଚି କେଉଁ…
Read Moreସେବା ଉତ୍ସବ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସେବା ଉତ୍ସବ ସମିତି ପକ୍ଷରୁ ଦଶପଲ୍ଲା ରାମଲୀଳା ଯାତ୍ରା ମଣ୍ଡପ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହାଭାଗିତାରେ ବିଭିର୍ଣ୍ଣ ସାଂସ୍କୃତିକ କାର୍ଯ୍ୟକ୍ରମ ପାରିବେଶିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର କଳାକେନ୍ଦ୍ରର କଳାକାରମାନଙ୍କ ସମେତ ସ୍ଥାନୀୟ କଳାକାର ମାନେ ଓଡିଶୀ ଓ ଶାସ୍ତ୍ରୀୟ ନୃତ୍ୟ ଗୀତ ପରିବେଶଣ କରିଥିଲେ। ଶେଷରେ ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ର ଙ୍କ ଅଧକ୍ଷତାରେ ସାହିତ୍ୟିକ ହାଡିବନ୍ଧୁ ମହାଖୁଡ଼, ପ୍ରିୟରଞ୍ଜନ ଦାସପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସେବା ଉତ୍ସବ ସମିତି ସମସ୍ତ କର୍ମକର୍ତା ଏହୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Read Moreକୁଳୁରୁକୁମ୍ପାରେ ସେବା ଉତ୍ସବ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଦଶପଲ୍ଲା ବ୍ଲକ ଅନ୍ତର୍ଗତ କୁଳୁରୁକୁମ୍ପା ଠାରେ ନବମ ବାର୍ଷିକ ସେବା ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେବା ଉତ୍ସବ ସମିତି ଓ ଵାଣିଗୋଚ୍ଛା ପଶ୍ଚିମ ବନ୍ୟପ୍ରାଣୀ ବନାଞ୍ଚଳ, ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ମିଳିତ ଉଦ୍ୟମରେ କୁଲୁରିକୁମ୍ପା ଠାରେ ମାଗଣା ସ୍ବାସ୍ଥ୍ୟ ଶିବିର ଓ ଚଷମା ବଣ୍ଟନ କାର୍ଯକ୍ରମ ଅନୁଷ୍ଠିତ ହେବା ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଶିବିର ରେ ପ୍ରାୟ ଦେଢ଼ ଶହ ଜଣ ରୋଗୀ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ମାଗଣା ଔଷଧ ଓ ପ୍ରାୟ ୨୦ଜଣଙ୍କୁ ଚଷମା ବଣ୍ଟନ କରାଯାଇଥିଲା। ଅନ୍ୟପକ୍ଷେ ସେବା ସମିତି ସଦସ୍ୟଙ୍କ ଦ୍ୱାରା ମନୁଷ୍ୟ ଓ ବନ୍ୟଜନ୍ତୁ ମଧ୍ୟରେ ବିବାଦ ପ୍ରତିବିଧାନ ସମ୍ପର୍କରେ ସଚେତନ ସଭା କରାଯିବା ସହ ପଥପ୍ରାନ୍ତ ନାଟକ ପ୍ରଦର୍ଶିତ ହୋଇଥିଲା। ସେବା ଉତ୍ସବ ସମିତି ଅଧ୍ୟକ୍ଷ…
Read More୪ଦିନହେବ ଅଙ୍ଗନବାଡି କେନ୍ଦ୍ରରେ ରୋଷେଇ ବନ୍ଦ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅଧିନସ୍ଥ ଟାକରା ଗ୍ରାମ ପଂଚାୟତ ଅଧୀନରେ ଥିବା ରଥିପୁର ଅଙ୍ଗନବାଡ଼ି କେନ୍ଦ୍ର ବିଭିନ୍ନ ଅବ୍ୟବସ୍ଥା ଭିତରେ ଥିବା ଅଭିଯୋଗ ପୂର୍ବରୁ ହୋଇଆସୁଥିଲା। ଯେମିତି କି ଅଙ୍ଗନବାଡି କର୍ମୀ ଲିପ୍ସା ନାୟକ କେନ୍ଦ୍ରକୁ ମାଡୁନଥିବା ଠାରୁ ଆରମ୍ଭ କରି ହିତାଧିକାରୀଙ୍କ ପାଇଁ ଆସୁଥିବା ଖାଦ୍ୟକୁ ଅଙ୍ଗନବାଡି କେନ୍ଦ୍ରରେ ନରଖି ନିଜ ଘରେ ରଖି ହିତାଧିକାରୀଙ୍କୁ ବଣ୍ଟନ କରୁଥିବା ଭଳି ସାଙ୍ଘାତିକ ଅଭିଯୋଗ ଆସିଥିଲା ଅଙ୍ଗନବାଡି କର୍ମୀଙ୍କ ନାମରେ। ଗତ ଏପ୍ରିଲ ୨୮ତାରିଖରେ ମଧ୍ୟ ଅଙ୍ଗନବାଡି କର୍ମୀ କେନ୍ଦ୍ରକୁ ଯାଉନଥିବା ସହ ଫୋନ ଉଠାଉନଥିବା ସମ୍ୱନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀଙ୍କୁ ଜଣାଇଥିଲେ ହେଲ୍ପର ରଂଜିତା ପରିଡ଼ା। ପରେ ଅଙ୍ଗନବାଡ଼ି କର୍ମୀଙ୍କ ବାପା ଫୋନ କରି ହେଲ୍ପରଙ୍କୁ ତାଗିଦ କଲାଭଳି ମନ୍ତବ୍ୟ ଦେଇଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ପରେ…
Read Moreଦଶପଲ୍ଲାରେ DYFIର ଦଶପଲ୍ଲା ବ୍ଲକ ସମ୍ମିଳନୀ ଅନୁଷ୍ଠିତ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେଶନ(DYFI)ର ଦଶପଲ୍ଲା ବ୍ଲକ ସମ୍ମିଳନୀ ଆଜି ସ୍ଥାନୀୟ ଇଲେଭେନ୍ ଷ୍ଟାର କ୍ଳବ୍ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଏହି ସମ୍ମିଳନୀକୁ ସଂଗଠନର ରାଜ୍ୟ ସଭାପତି ସରୋଜ କୁମାର ନାୟକ ଉଦଘାଟନ କଲାପରେ ବ୍ଲକ ସମ୍ପାଦକ ବିପିନ୍ କୁମାର ବାଜୁ ରିପୋର୍ଟ ଉପସ୍ଥାପନ କରିଥିଲେ। ରିପୋର୍ଟ ଉପରେ ପ୍ରତିନିଧିମାନେ ଆଲୋଚନା କଲାପରେ ତାହା ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଥିଲା। ଅନ୍ୟତମ ଅତିଥି ଜିଲ୍ଲା କୋଷାଧ୍ୟକ୍ଷ ଧିରେନ୍ କୁମାର ପାତ୍ର ଉଦବୋଧନ ଦେବାପରେ ଆଗାମୀ ତିନି ବର୍ଷ ପାଇଁ ଏକ କମିଟି ନିର୍ବାଚିତ କରା ଯାଇଛି। ଏହି କମିଟିର ସଭାପତି ପ୍ରକାଶ ମଣ୍ଡଳ,ସମ୍ପାଦକ ସୁଧାଂଶୁ ଶେଖର ନାୟକ ଓ କୋଷାଧ୍ୟକ୍ଷ ଭାବେ ସୁଶାନ୍ତ ନାୟକ ସମେତ ସାତ ଜଣିଆ କମିଟି ଗଠନ କରାଯାଇଛି। ଶେଷରେ ବିଶିଷ୍ଟ ବାମପନ୍ଥୀ ନେତା ଆଡଭୋକେଟ ଶରତ…
Read Moreସୌମ୍ୟାଶ୍ରୀଙ୍କ ବିୟୋଗରେ ଉତ୍ସର୍ଗ ଫାଉଣ୍ଡେସନ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଜୀବନ ଯୁଦ୍ଧରେ ହାରିଗଲେ ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଭୋଗରାଇ ବ୍ଲକର ଛାତ୍ରୀ ସୌମ୍ୟାଶ୍ରୀ ବିଶି । ସୋମବାର ବିଳମ୍ବିତ ରାତିରେ ଏମସ କତୃପକ୍ଷ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁଃଖଦ ଖବର ଏବେ ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଥିବା ବେଳେ ଆଜି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଉତ୍ସର୍ଗ ଫାଉଣ୍ଡେସନ ପକ୍ଷରୁ ଟାକରା ମେଡିକାଲ ଠାରୁ ଆରମ୍ଭ କରି ଗୋପାଳପୁର, ରଥିପୁର ଅଞ୍ଚଳ ସହ ଟାକରା ବଜାର ପରିକ୍ରମା କରି ଏହି ଶୋଭାଯାତ୍ରା ଶେଷରେ ଟାକରା ସ୍ଥିତ ବାବା ସିଦ୍ଧେସ୍ୱର ମନ୍ଦିର ନିକଟରେ ପହଞ୍ଚିଥିଲା। ସେଠାରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିବା ବେଳେ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବି ରଖିଥିଲେ ଟ୍ରଷ୍ଟର…
Read Moreଉତ୍ସର୍ଗ ଫାଉଣ୍ଡେସନ ଓ ଆମ ଓଡିଶା ପକ୍ଷରୁ ରକ୍ତଦାନ ଶିବିର
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ରକ୍ତଦାନ ମହାପୁଣ୍ୟ ଓ ରକ୍ତଦାନ ଜୀବନ ଦାନ। ଆଜିର ଦିନରେ ସମଗ୍ର ଓଡ଼ିଶାରେ ରକ୍ତ ହୀନତା ଜନିତ ରୋଗୀ, ମାତୃତ୍ଵ ଲାଭ କରୁଥିବା ମହିଳା, ଜୀବନର ଅପରାହ୍ନରେ ଉପନୀତ ବ୍ୟକ୍ତି, ସିକଲିନ୍ ପୀଡିତ ରୋଗୀ, ଦୁରାରୋଗ୍ୟ ବ୍ୟାଧିରେ ପୀଡିତ ରୋଗୀ ଓ ଅପ୍ରତ୍ୟାଶିତ ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତିମାନଙ୍କ ପାଇଁ ରକ୍ତର ଆବଶ୍ୟକତା ଥିବା ବେଳେ ସଠିକ୍ ସମୟରେ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ରହୁଛି । ରକ୍ତ ଭଣ୍ଡାରରେ ରକ୍ତର ଅଭାବ ପୂରଣକୁ ଦୃଷ୍ଟିରେ ରଖି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳର ଅଗ୍ରଣୀ ସେବା ସଂଗଠନ ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟ ଓ ଆମ ଓଡିଶା ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ମଣୀନାଗ ବହୁମୁଖୀ ଜୁନିୟର ମହାବିଦ୍ୟାଳୟ ଟାକରା ପରିସରରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ସମୁଦାୟ ୨୨ୟୁନିଟ…
Read Moreକେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ, ସଂଯୁକ୍ତ କିସାନ ମୋର୍ଚ୍ଚା ଓ ସ୍ଵାଧୀନ ଫେଡରେଶନ ମାନଙ୍କର ମିଳିତ ଆହ୍ବାନ କ୍ରମେ ଦଶପଲ୍ଲାରେ ଧର୍ମଘଟ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ, ସଂଯୁକ୍ତ କିସାନ ମୋର୍ଚ୍ଚା ଓ ସ୍ଵାଧୀନ ଫେଡରେଶନ ମାନଙ୍କର ମିଳିତ ଆହ୍ବାନ କ୍ରମେ ଦେଶବ୍ୟାପୀ ସାଧାରଣ ଧର୍ମଘଟ ପରିପ୍ରେଖିରେ ଆଜି ଦଶପଲ୍ଲାରେ ଶହ ଶହ କର୍ମୀ ଦଶପଲ୍ଲା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ବିଭିନ୍ନ ସ୍ଲୋଗାନ ମାନ ଦେବା ସହ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଶ୍ରମିକ ନେତା ବରିଷ୍ଠ ଆଇନଜୀବି ଶରତ ଚନ୍ଦ୍ର ବେହେରା, ଆଦିବାସୀ ନେତା ଶ୍ରୀନିବାସ ଜାନୀ, ମଧ୍ୟାହ୍ନ ଭୋଜନ ପାଚିକା ସଂଘ୍ ନୟାଗଡ଼ ଜିଲ୍ଲା ସମ୍ପାଦିକା ଜୟନ୍ତୀ ଦାଶ୍, ଯୁବନେତା ବିପିନ୍ କୁମାର ବାଜୁ, ସୁଶାନ୍ତ ନାୟକ, ଆଶାକର୍ମୀ ସଂଘର ଦଶପଲ୍ଲା ସମ୍ପାଦିକା ସସ୍ମିତା ପଟ୍ଟନାୟକ, କୃଷକ ନେତା ବ୍ରଜବନ୍ଧୁ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ସାହୁ ଓ କ୍ଷେତ ମଜଦୂର୍ ନେତା ବିରଞ୍ଚି ନାୟକ ପ୍ରମୁଖ ବକ୍ତବ୍ୟ…
Read More