ନୟାଗଡ଼,(୨୫/୦୮): ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ନୟାଗଡ଼ ସୃଜନ ସଭାଗୃହରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ସହାୟତାରେ ଏକ ମେଗା ସ୍ୱୟଂ ସହାୟକ ଗୋଷ୍ଠୀ ସମନ୍ୱୟ ମେଳା ଅନୁଷ୍ଠିତ ହୋଇଯାଇଛି । ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତି ଜରିଆରେ ଜିଲ୍ଲାର ୬୭୨ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀର କାଗଜପତ୍ର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆକୁ ମିଶନଶକ୍ତି ଋଣ ପାଇଁ ପ୍ରେରଣ କରାଯାଇଥିଲା। ତନ୍ମଧ୍ୟରୁ ୫୦୩ଟି ସ୍ୱୟଂ ସହାୟକ ଗୋଷ୍ଠୀର ଲୋନ ବ୍ୟାଙ୍କ ତରଫରୁ ଅନୁମୋଦନ କରାଯାଇଥିଲା। ଯାହାକି ମୋଟ ୧୨.୮୮ କୋଟି ଟଙ୍କା ବୋଲି ସୂଚନା ମିଳିଛି । ଏହି ରାଶି ଏହି ୫୦୩ଟି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ବ୍ୟାଙ୍କ ତରଫରୁ ଲୋନ ଯୋଗାଇ ଦିଆଯିବ । ଯାହା ଫଳରେ ଓଡିଶା ଜୀବିକା ମିଶନ, ମିଶନ ଶକ୍ତିର ଏସ୍ଏଚ୍ଜି ମାନଙ୍କ ଜୀବିକାରେ ଉନ୍ନର୍ତି ଆସିବ…
Read MoreCategory: ନୂଆଗାଁ ବ୍ଲକ
ସମର୍ପଣ(ବୃଦ୍ଧାଶ୍ରମ)ରେ ଭାରତୀୟ ଷ୍ଟେଟ୍ ବ୍ଯାଙ୍କର ଦାନ ଉତ୍ସବ
ନୟାଗଡ଼,(୨୫/୦୮):- ନୟାଗଡ଼ ଲେଖନପୁରଠାରେ ଗଢ଼ି ଉଠିଥିବା ସମର୍ପଣ(ବୃଦ୍ଧାଶ୍ରମ)ରେ ଭାରତୀୟ ଷ୍ଟେଟ୍ ବ୍ଯାଙ୍କର ଦାନ ଉତ୍ସବ ତଥା ସାମାଜିକ ପ୍ରତିବଦ୍ଧତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମର୍ପଣର ସଭାପତି ତଥା ନୟାଗଡ଼ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ଦାନ ଉତ୍ସବରେ ଭାରତୀୟ ଷ୍ଟେଟ୍ ବ୍ଯାଙ୍କର ଓଡ଼ିଶା ମୁଖ୍ଯ ଶ୍ରୀମତୀ ବିଦ୍ଯା କ୍ରିଷ୍ଣନ୍ ମୁଖ୍ଯଅତିଥିଭାବେ ଯୋଗ ଦେଇଥିଲା ବେଳେ ଜେନେରାଲ ମ୍ଯାନେଜର ଅଭୟ କିଶୋର ପାଣ୍ଡେ, ଡିଜିଏମ୍ ଆନନ୍ଦ ବିକ୍ରମ, ସୁନୀଲ କୁମାର ଖେରନାର, ରିଜିଓନାଲ ମ୍ଯାନେଜର ଭୂପଦେବ ପ୍ରଧାନ ଓ ନୟାଗଡ଼ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ସୁବାସ ଚନ୍ଦ୍ର ରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଭାରତୀୟ ଷ୍ଟେଟ୍ ବ୍ଯାଙ୍କର ସାମାଜିକ ପ୍ରତିବଦ୍ଧତା କାର୍ଯ୍ୟକ୍ରମ ଜରିଆରେ ସମର୍ପଣକୁ ଆଜି ଏକ ଫ୍ରିଜ୍ ଦାନ କରିବା ସହିତ ଅନ୍ତେବାସୀମାନଙ୍କୁ ଅତିଥିମାନେ ବସ୍ତ୍ରଦାନ କରିଥିଲେ। ସମର୍ପଣ ପରିସର ପରିଦର୍ଶନ…
Read Moreଉଦଘାଟନ ପୂର୍ବରୁ ଲୋକଙ୍କ ବିରୋଧର ସମ୍ମୁଖୀନ ହେଲେ ଦଶପଲ୍ଲା ବିଧାୟକ
ଗଣିଆ(୨୪/୦୮):- ଗଣିଆ ବ୍ଲକ ବଡମୂଳ ଠାରୁ ଶିଖରଗୋଛା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କର ଶୁଭ ଉଦଘାଟନ କାର୍ଯ୍ୟକୁ ନେଇ ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ଏହାକୁ ନେଇ ଆଜି ରାସ୍ତା ଅବରୋଧ କରି ବସିଥିଲେ ଶତାଧିକ ଜନସାଧାରଣ। ଉକ୍ତ ରାସ୍ତାକୁ ଉଦଘାଟନ କରିବାକୁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ବ୍ଲକ ଅଧ୍ୟକ୍ଷ ଶେଷଦେବ ସ୍ୱାଇଁ, କନ୍ଧମାଳ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର, ଜିଲ୍ଲାପରିଷଦ ସଭ୍ୟ ମହେଶ୍ୱର ମହାରଣାଙ୍କ ସମେତ ବିଭାଗୀୟ ଅଧିକାରୀ, ସ୍ଥାନୀୟ ଜନପ୍ରତିନିଧି ଯାଉଥିବା ସମୟରେ ବଡମୂଳ ବନବିଭାଗର ଫାଟକ ନିକଟରେ ରାସ୍ତା ଅବରୋଧ କରି ବସିଥିବା ଜନସାଧାରଣ ସେମାନଙ୍କୁ ଛାଡ଼ିନଥିଲେ। ରାସ୍ତା କାମ ଅଧାପନ୍ତରିଆ ହୋଇଥିବାବେଳେ କିପରି ଉଦଘାଟନ ହେଉଛି ବୋଲି ସେମାନେ ପ୍ରଶ୍ନ କରିଥିଲେ। ବଡମୂଳ ଠାରୁ ଶିଖରଗୋଚ୍ଛା ପର୍ଯ୍ୟନ୍ତ ଏକ କିଲୋମିଟର ରାସ୍ତା ଅସମ୍ପୂର୍ଣ୍ଣ ହୋଇଥିବାରୁ ଯଥାଶୀଘ୍ର ସମ୍ପୂର୍ଣ…
Read Moreକଂଗ୍ରେସ ସେବା ଦଳ ଷ୍ଟିଅରିଂ କମିଟି ସଭ୍ୟ ହେଲେ ନୟାଗଡ଼ର ମନୋଜ କୁମାର ସାହୁ
ନୟାଗଡ଼,(୨୩/0୮): ନୟାଗଡ଼ ଅଖିଳ ଭାରତ କଂଗ୍ରେସ ସେବାଦଳ ଷ୍ଟିଅରିଂ କମିଟିର ସଦସ୍ୟ ହେଲେ ନୟାଗଡ଼ ବ୍ଲକ ଇଟାମାଟିର ପୂର୍ବତନ ସରପଞ୍ଚ ତଥା ନୟାଗଡ ନିର୍ବାଚନ ମଣ୍ଡଳୀରୁ ୨୦୧୯ ନିର୍ବାଚନରେ କଂଗ୍ରେସ ଦଳ ପକ୍ଷରୁ ହୋଇଥିବା ବିଧାୟକ ପ୍ରାର୍ଥୀ ମନୋଜ କୁମାର ସାହୁ। ସେବା ଦଳ ମୁଖ୍ୟ ସଙ୍ଗଠକ ଲାଲାଜୀ ଦେଶାଇ ଶ୍ରୀ ସାହୁଙ୍କୁ କମିଟିର ସଦସ୍ୟ ଭାବେ ଅନୁମୋଦନ କରିଛନ୍ତି। ସଦସ୍ୟ ହେବାପରେ ସେ ପ୍ରଦେଶ କଂଗ୍ରେସ ସେବା ଦଳ ମୁଖ୍ୟ ସଙ୍ଗଠକ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଛନ୍ତି। ଆଗାମୀ ଦିନରେ ପ୍ରଦେଶ କଂଗ୍ରେସ ସେବା ଦଳ କିପରି ସାରା ରାଜ୍ୟରେ କ୍ରିୟାଶୀଳ ହେବ ସେ ଦିଗରେ ଅହରହ ଉଦ୍ୟମ ଜାରି ରଖିବି ବୋଲି ଶ୍ରୀଯୁକ୍ତ ମନୋଜ କୁମାର ସାହୁ…
Read More‘ଫୋକସ୍ ଫାଉଣ୍ଡେସନ୍ ଲୋଗୋ’ ଉନ୍ମୋଚନ
ନୂଆଗାଁ(୨୨/୦୮): ସମାଜସେବା କ୍ଷେତ୍ରରେ ସାମିଲ ହୋଇଥିବା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମଧୁବନ ଫୋକସ୍ ଫାଉଣ୍ଡେସନ୍ ପକ୍ଷରୁ ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି । ଫାଉଣ୍ଡେସନ୍ ସଭାପତି ଦିନେଶ ବିଶ୍ୱାଳଙ୍କ ତତ୍ୱବଧାନରେ ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମକୁ ନିଆରା ଢଙ୍ଗରେ ଉନ୍ମୋଚନ କରାଯାଇଛି । ଫୋକସ୍ ଫାଉଣ୍ଡେସନର ସଦସ୍ୟମାନେ ଲୋଗୋକୁ ଉନ୍ମୋଚନ କରିବା ପାଇଁ ଅତିଥିମାନଙ୍କ ପାଖରେ ପହଞ୍ଚି ଫୋକସ୍ ଫାଉଣ୍ଡେସନର ଲୋଗୋ ଉନ୍ମୋଚନ କରିଥିଲେ । ଏହି ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥିଭାବେ ନୟାଗଡ଼ ସଦର ଥାନା ଅଧିକାରୀ ଦିପକ୍ କୁମାର ଖଣ୍ଡାୟତରାୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡିସିନ୍ ସ୍ପେଶାଲିଷ୍ଟ ଡ଼ ସିଦ୍ଧାର୍ଥ ଦାସ, ଡ଼ ସତ୍ରୁଘ୍ନ ନାୟକ, ଡ଼ ପ୍ରଶନ୍ନ ପ୍ରସାଦ ସାହୁ, ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ସଂଯୋଜକ ଅନୁରାଗ କୁମାର, ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ନୂଆଗାଁ ବ୍ଲକ୍…
Read Moreଉତ୍କଳ ସାମ୍ବାଦିକ ସଙ୍ଘର ନବନିଯୁକ୍ତ ରାଜ୍ୟ ସଭାପତି ପ୍ରମୋଦ ପଟ୍ଟନାୟକଙ୍କୁ ବିପୁଳ ସମ୍ବର୍ଦ୍ଧନା
ନୟାଗଡ଼,(୨୦/୦୮):- ଓଡ଼ିଶାର ସର୍ଵ ପୁରାତନ ଉତ୍କଳ ସାମ୍ବାଦିକ ସଂଘର ନବନିଯୁକ୍ତ ରାଜ୍ୟ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ପ୍ରମୋଦ ପଟ୍ଟନାୟକଙ୍କୁ ନୟାଗଡ଼ ସହର ସ୍ଥିତ ପଠାଣି ସାମନ୍ତ ଅଡିଟୋରିୟମରେ ଆଜି ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟତମ ଅତିଥି ଭାବେ ଉତ୍କଳ ସାମ୍ବାଦିକ ସଂଘ ସମ୍ପାଦକ ବେଣୁଧର ପଣ୍ଡା, ଉପସଭାପତି ବିନାୟକ ମିଶ୍ର, ଜିଲ୍ଲା ଡିଜିଟାଲ ମିଡ଼ିଆ ସାମ୍ୱାଦିକ ସଙ୍ଘ ସଭାପତି ଅନୱାର ଅଲ୍ଲୀ, ସମାଜସେବୀ କିଷାନ ଦାସ, ବରିଷ୍ଠ ସାମ୍ବାଦିକ ଶୁଭେନ୍ଦୁ ଦାସ, କିଶୋର ମହାପାତ୍ର ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ । ସଂଘର ସମ୍ବିଧାନ ଏବଂ ଲକ୍ଷ ବିଷୟରେ ଶ୍ରୀଯୁକ୍ତ ପଣ୍ଡା ଆଲୋଚନା କରିଥିବା ବେଳେ ଜୀବନର ଶେଷ ବିନ୍ଦୁ ପର୍ଯ୍ୟନ୍ତ ସାମ୍ବାଦିକଙ୍କ ପାଇଁ ଲଢ଼େଇ କରିବାକୁ ନବନିଯୁକ୍ତ ରାଜ୍ୟ…
Read Moreଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟି ବୈଠକ(ଦିଶା)
ନୟାଗଡ଼,(୧୯.୦୮):- ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସୃଜନ ସମ୍ମଳନୀ କକ୍ଷରେ ମାନ୍ୟବର ସାଂସଦ କଟକ ଶ୍ରୀ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ପର୍ଯ୍ୟାଲୋଚନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଶ୍ରୀ ମହତାବ ସମସ୍ତ ସଦସ୍ୟଙ୍କୁ ସ୍ୱାଗତ ଜଣାଇ ବୈଠକର ଉଦ୍ଦେଶ୍ୟ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ସର୍ବପ୍ରଥମେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ ଓ ସହରାଂଚଳ) ଉପରେ ଆଲୋଚନା କରାଯାଇଥିଲା । ଏହି ଯୋଜନା ଅନର୍ଗତ ନୟାଗଡ଼ ଜିଲ୍ଲା ୨୦୨୦-୨୧ ଆର୍ଥିକ ବର୍ଷରେ ସମଗ୍ର ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାରୁ ମାନ୍ୟବର ସାଂସଦ ଖୁସି ପ୍ରକଟ କରିଥିଲେ । ଏହା ସଙ୍ଗେ ସଙ୍ଗେ ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀମାନେ କିପରି ଉପକୃତ ହୋଇପାରିବେ ସେଥି ପ୍ରତି ଦୃଷ୍ଟି ଦେବାପାଇଁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ ।…
Read Moreଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟର ରୂପାନ୍ତିକରଣ କାର୍ଯ୍ୟ ସମୀକ୍ଷା
ନୂଆଗାଁ,(୧୪/୦୮):- ଏବେ ସ୍ମାର୍ଟ ହେଉଛି ସରକାରୀ ବିଦ୍ୟାଳୟ, ୫ଟି ଅଧୀନରେ ଚାହାଳି ସ୍ଥିତ ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟର ରୂପାନ୍ତକରଣ କାର୍ଯ୍ୟର ଅଗ୍ରଗତିକୁ ସମୀକ୍ଷା କରିଛି “ମୋ ସ୍କୁଲ୍ ଅଭିଯାନ”। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପୁରାତନ ଛାତ୍ର, ସ୍କୁଲ କମିଟି, ଶିକ୍ଷକ/ଶିକ୍ଷୟତ୍ରୀ, ବ୍ଲକ୍ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ସମେତ ଉକ୍ତ ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିଥିବା ପୁରାତନ ଛାତ୍ର ତଥା ରାଜ୍ୟ ସରକାରଙ୍କ ଯୁଗ୍ମ ସଚିବ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ଶତପଥୀ ଯୋଗଦେଇଥିଲେ। ଶ୍ରୀଯୁକ୍ତ ଶତପଥୀ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ବ ଦେବାପାଇଁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟର ୨ଗୋଟି ସ୍ମାର୍ଟ କ୍ଲାସ ରୁମ୍, ଇ-ଲାଇବ୍ରେରୀ, ଆଧୁନିକ ବିଜ୍ଞାନଗାର, ସମ୍ମେଳନ କକ୍ଷ ତଥା ମଧ୍ୟାହ୍ନ ଭୋଜନାଳୟ, କମ୍ପୁଟର ଲ୍ୟାବ, ଆକର୍ଷଣୀୟ ବଗିଚା, ଖେଳ ପଡିଆ ଇତ୍ୟାଦି କାର୍ଯ୍ୟ ଦ୍ରୁତ ଗତିରେ ଚାଲୁଅଛି। ନୂଆଗାଁ ବିଡିଓ…
Read Moreବିଦ୍ୟାଳୟ ବନ୍ଦ ନକରିବା ପାଇଁ ଗ୍ରାମବାସୀଙ୍କ ତରଫରୁ ଜିଲ୍ଲାପାଳଙ୍କୁ ଦାବିପତ୍ର
ନୂଆଗାଁ(୧୪/୦୮):- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ହରିପୁର ପଞ୍ଚାୟତ ଜୟପୁର ଗ୍ରାମରେ ଥିବା ବିଦ୍ୟାଳୟକୁ ବନ୍ଦ ନକରିବା ପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି ଗ୍ରାମ ବାସୀ। ସୂଚନା ଅନୁଯାୟୀ ନୂଆଗାଁ ବ୍ଲକ ହରିପୁର ପଞ୍ଚାୟତର ଜୟପୁର ଗ୍ରାମରେ ୨୦୧୨ ମସିହାରେ ଜୟପୁର ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇଥିଲା। ୨ଜଣ ଶିକ୍ଷକଙ୍କ ଶିକ୍ଷାଦାନରେ ଏହି ବିଦ୍ୟାଳୟରୁ ବହୁ ଛାତ୍ର ଛାତ୍ରୀ ଶିକ୍ଷା ଅଧ୍ୟୟନ କରି ଉଚ୍ଚଶିକ୍ଷା ଲାଭ କରୁଛନ୍ତି। ବଣ ଜଙ୍ଗଲ ଘେରା ପ୍ରାକୃତିକ ପରିବେଶ ମଧ୍ୟରେ ଜୟପୁର ଗ୍ରାମ ଅବସ୍ଥିତ। ଲୋକମାନଙ୍କ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବା ବେଳେ ଏଭଳି ପରିସ୍ଥିତିରେ ପିଲାମାନଙ୍କ ଶିକ୍ଷାଦାନ ପାଇଁ ଏହି ବିଦ୍ୟାଳୟ ବହୁତ୍ ସହାୟକ ହେଉଥିଲା। କିନ୍ତୁ କରୋନା ମହାମାରୀ ସମୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମ ଯୋଗୁଁ ବିଦ୍ୟାଳୟ ବନ୍ଦ ପାଇଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟରୁ ନିର୍ଦ୍ଦେଶ କରାଗଲା।…
Read Moreଉଦଘାଟିତ ହେଲା ମେଗା ନର୍ସରି
ନୟାଗଡ଼,(୦୫/୦୮):- ଉଦଘାଟିତ ହେଲା ନୂଆଗାଁ ବ୍ଳକ ସଂପଡାସ୍ଥିତ ମେଗା ନର୍ସରି। ଆଜି ଓଡ଼ିଶାର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ୍) ଶିଶିର କୁମାର ରଥ ଏବଂ ଆଞ୍ଚଳିକ ବନ ସଂରକ୍ଷକ(ଆରସିସିଏଫ୍) ନୟାଗଡ଼ ଜିଲ୍ଲା ଗସ୍ତରେ ଆସି ବନ ବିଭାଗର ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିବା ସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ନର୍ସରୀ ଗୁଡ଼ିକୁ ବୁଲି ଦେଖିଛନ୍ତି। ଭୁବନେଶ୍ୱରରୁ ଆସିଲାବେଳେ ପ୍ରଥମେ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ବିଜିପୁରଠାରୁ ମହୀପୁର ପର୍ଯ୍ୟନ୍ତ ଚାଲିଥିବା ପଥପାର୍ଶ୍ଵ ବନୀକରଣ, ଖେଡ଼ପଡ଼ା ସେସ୍କନ ରୋହିସାହିଠାରେ ଲଣ୍ଡା ପାହାଡ଼ ବନୀକରଣ, ଦଶପଲ୍ଲା ବନାଞ୍ଚଳ କୁଆଁରିଆ ନର୍ସରୀ, ଗଣିଆ ବନାଞ୍ଚଳ ଆଡ଼କଟା ନର୍ସରୀ ଏବଂ ଖଣ୍ଡପଡ଼ା ବନାଞ୍ଚଳ ଦୁର୍ଗାପୁର ନର୍ସରୀରେ ବନବିଭାଗ ପକ୍ଷରୁ ଉତ୍ପାଦିତ ଚାରା ଦେଖିଛନ୍ତି। ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବନଖଣ୍ଡ ଅଧିକାରୀ ଧନରାଜ୍ ଏଚ୍.ଡି, ଅତିରିକ୍ତ ବନଖଣ୍ଡ ଅଧିକାରୀ ଅରବିନ୍ଦ ମହାନ୍ତି, ସ୍ୱେତାଲୀନ…
Read More