ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ବୋର୍ଡ଼ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜୁ ପଟ୍ଟନାୟକ କଲ୍ୟାଣମଣ୍ଡପ ଠାରେ ଶ୍ରମିକ କଲ୍ୟାଣ ଯୋଜନାରେ ସହାୟତା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଶ୍ରମିକ କଲ୍ୟାଣ ବୋର୍ଡ଼ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ମୁକ୍ତା ଯୋଜନା ଉପଦେଷ୍ଟା ଇପସିତା ସାହୁ, ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୁଗାନ୍ତକାରୀ ପଦକ୍ଷେପ ପାଇଁ ବହୁ ନିର୍ମାଣ ଶ୍ରମିକ ଓ ଅଣସଂଗଠିତ ଶ୍ରମିକ ଲାଭବାନ ହୋଇ ପାରୁଛନ୍ତି। ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଏକ ବଡ ଯୋଜନା ଯାହା ଦ୍ଵାରା ବହୁ କୁଶଳୀ ଓ ଅଣକୁଶଳୀ…
Read MoreCategory: ନୂଆଗାଁ ବ୍ଲକ
ନୟାଗଡ଼ କଲେଜ ସହିଦ ସ୍ମୃତିସ୍ତମ୍ଭ ନିକଟରେ ଶ୍ରଦ୍ଧାଞ୍ଜଳି ଏବଂ ସ୍ମୃତିସଭା
ନୟାଗଡ଼(ନୟାଗଡ଼ ଦର୍ପଣ): ଶିକ୍ଷକ ମହାସଂଘର ଡ଼ାକରାରେ ଆନ୍ଦୋଳନରେ ଯୋଗଦେବାକୁ ଭୁବନେଶ୍ୱର ଯାଉଥିବା ତତ୍କାଳୀନ ନୟାଗଡ଼ ସବ-ଡିଭିଜନର ୬ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ୧୯୭୮ ମସିହା ମାର୍ଚ୍ଚ ୯ ତାରିଖରେ ଟିକାତାଳ ଠାରେ ବସ ଦୁର୍ଘଟଣାର ସମ୍ମୁଖୀନ ହୋଇ ପ୍ରାଣ ହରାଇଥିଲେ। ଏଥିରେ ନୟାଗଡ଼ କଲେଜର ତତ୍କାଳୀନ ଅଧ୍ୟାପକ କାହ୍ନୁ ଚରଣ ପଟ୍ଟନାୟକ, ଦଶପଲ୍ଲା ବାଳିକା ହାଇସ୍କୁଲର ବିଳାସିନୀ ପଟ୍ଟନାୟକ, ତରୁଲତା ପଟ୍ଟନାୟକ ଏବଂ ଶାନ୍ତିଲତା ମହାରଣା, ମଣିକାଗୋଡ଼ାର ବ୍ରଜବନ୍ଧୁ ସୁବୁଦ୍ଧି ଏବଂ ଭାପୁର ଅଞ୍ଚଳର ବାନମ୍ବର ସାହୁ ମୋଟ ୬ଜଣ ସେହି ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଥିଲେ। ଶିକ୍ଷକ ସମାଜ ପାଇଁ ସେମାନଙ୍କ ବଳିଦାନକୁ ପ୍ରତିବର୍ଷ ଶିକ୍ଷକ ବଳିଦାନ ଦିବସ ରୂପେ ପାଳନ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ଆଜି ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଥିବା ସହିଦ ସ୍ମୃତିସ୍ତମ୍ଭ ନିକଟରେ ଏକ ଶ୍ରଦ୍ଧାଞ୍ଜଳି…
Read Moreରୋଟାରୀ କ୍ଲବରେ ଆନ୍ତର୍ଜାତିୟ ମହିଳା ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ରୋଟାରୀ କ୍ଳବ୍ ନୟାଗଡ଼ ଏବଂ ଇନର ହୁଇଲ କ୍ଲବ ନୟାଗଡ଼ ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ରୋଟାରୀ କ୍ଲବ ପରିସର ରେ ଆନ୍ତର୍ଜାତିୟ ମହିଳା ଦିବସ ପାଳିତ ହୋଇଯାଇଛି । ଇନର ହୁଇଲ କ୍ଲବର ସଭାପତି ଶ୍ରୀମତୀ ଜ୍ୟୋତ୍ସ୍ନମୟୀ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ ସଭାପତି ପ୍ରବୀର କୁମାର ପୃଷ୍ଟି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ମୂଖ୍ୟ ଅତିଥି ଭାବେ ଶିଶୁ ମଙ୍ଗଳ ସମିତିର ସଭ୍ୟା ଶ୍ରୀମତୀ ମଧୁସ୍ମିତା ମହାପାତ୍ର ଯୋଗଦେଇ ଲିଙ୍ଗଗତ ବିଭେଦ ଦୂରୀକରଣ, ସମାଜ ଏବଂ ପରିବାର ରେ ମହିଳା ମାନଙ୍କ ବଳିଷ୍ଠ ଭୁମିକା ଏବଂ ବାଲ୍ୟ ବିବାହ ଏବଂ ତା’ର ଖରାପ ପ୍ରଭାବ ଉପରେ ଆଲୋଚନା କରିଥିବା ବେଳେ ଇନର ହୁଇଲ କ୍ଲବର ସଂପାଦିକା ନମିତା ନନ୍ଦ ଏବଂ ବରିଷ୍ଠ ସଦସ୍ୟା ସୁକାନ୍ତି ମହାନ୍ତି…
Read Moreଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି, ଗ୍ରୀଷ୍ମଋତୁ ପାଇଁ ସମସ୍ତ ବିଭାଗ ପ୍ରସ୍ତୁତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀଅଧିକାରୀ ସୁବାଷ ଚନ୍ଦ୍ର ରାୟ, ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ନୌସଦ ଅଲ୍ଲୀଖାନ୍, ସହକାରୀ ବନସଂରକ୍ଷକ ସ୍ବେତାଲୀନା ସାହୁ, ଜରୁରୀ କାଳୀନ ଅଧିକାରୀ ଦିଲ୍ଲୀପ କୁମାର ଜେନା ପ୍ରମୂଖ ଉପସ୍ଥିତ ରହିଥିଲେ । ଜିଲ୍ଲାପାଳ ଗ୍ରୀଷ୍ମ ପ୍ରବାହର ମୁକାବିଲା ନିମନ୍ତେ ସମସ୍ତ ବିଭାଗର ପ୍ରସ୍ତୁତି ସମ୍ପର୍କରେ ପଚାରି ବୁଝିଥିଲେ । ଜିଲ୍ଲା ସ୍ତରରେ ଏବଂ ପ୍ରତ୍ୟେକ ସ୍ବାସ୍ଥ୍ୟକେନ୍ଦ୍ରରେ ଗ୍ରୀଷ୍ମ ମୁକାବିଲା ପାଇଁ କଣ୍ଟ୍ରୋଲ ରୁମ କରାଯାଇଥିବା ବେଳେ ପ୍ରତ୍ୟେକ ସ୍ବାସ୍ଥ୍ୟ କେନ୍ଦ୍ରରେ ଅଂଶୁଘାତ ମୁକାବିଲା ପାଇଁ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି । ଥଣ୍ଡା ପାନୀୟ ଜଳ, ଓଆରଏସ…
Read Moreଦଶପଲ୍ଲାର ଐତିହାସିକ ମେଳିଆ ତୋଟାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜୟନ୍ତୀ ପାଳିତ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲାର ଐତିହାସିକ ମେଳିଆ ତୋଟାରେ ଦଶପଲ୍ଲାର ଜନପ୍ରିୟ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ନୂଆଗାଁ, ଦଶପଲ୍ଲା ଏବଂ ଗଣିଆ ବ୍ଲକର ହଜାର ହଜାର ବିଜେଡି କର୍ମୀଙ୍କ ଉପସ୍ଥିତିରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜନ୍ମ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି । ସକାଳ ୮ ଘଟିକା ସମୟରେ ମେଳିଆ ତୋଟା ଠାରୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହିତ ମହାବୀର ମନ୍ଦିର ନିକଟରେ ପହଞ୍ଚିଥିଲା । ଦଶପଲ୍ଲା ବିଧାୟକ ଡାକ୍ତରଖାନା ଛକ ରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଏବଂ ଦଶପଲ୍ଲା ର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। ତତ୍ ସହିତ ଡ଼ାକ୍ତରଖାନା ରେ ରୋଗୀଙ୍କୁ, ବୃଦ୍ଧାଶ୍ରମ ରେ ଥିବା…
Read Moreଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଲୋକମାନଙ୍କର ବିଭିନ୍ନ ଅଭିଯୋଗ ଶୁଣିଥିଲେ । ଆଜି ସମୁଦାୟ ୧୬୭ଗୋଟି ଅଭିଯୋଗ ପଂଜିକୃତ ହୋଇଥିଲା । ସେଥିମଧ୍ୟରୁ ବ୍ୟକ୍ତିଗତ ଭାବେ ୧୨୨ଗୋଟି ଅଭିଯୋଗ, ସାମୁହିକ ଗ୍ରାମ ବିବାଦ ୬ ଗୋଟିର ଶୁଣାଣି କରାଯାଇ ସମୁଦାୟ ୪୯ଟି କେସର ତତ୍କାଳ ସମାଧାନ କରାଯାଇଥିଲା। ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ୩୪ଜଣ ଏବଂ ଜିଲ୍ଲା ରେଡ୍କ୍ରସ ସଂସ୍ଥାରୁ ୫ଜଣ ଦରଖାସ୍ତକାରୀଙ୍କୁ ଆର୍ଥିକ ଅନୁଦାନ ଅନୁମୋଦନ କରାଯାଇଥିଲା ।ଅବଶିଷ୍ଟ କେସଗୁଡ଼ିକୁ ସାମାଧାନ ନିମନ୍ତେ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ଭିନ୍ନକ୍ଷମ ବ୍ୟକ୍ତି ଶ୍ରୀ ରଣଜିତ୍ କୁମାର ବରାଡ଼, ସା/ପୋ-ହରିହରପୁର, ବ୍ଳକ -ଓଡ଼ଗାଁ ହାସ୍ୟମୟୀ ଜେନାଙ୍କୁ…
Read Moreନୟାଗଡ଼ରେ ମେଡ଼ିକାଲ କଲେଜ ଓ ବିଶ୍ଵବିଦ୍ୟାଳୟ ସ୍ଥାପନ ଦାବିକଲା ବିକାଶ ମଞ୍ଚ ଏବଂ ହେମେନ୍ଦ୍ର ସେନା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ବିକାଶ ମଞ୍ଚ ଏବଂ ହେମେନ୍ଦ୍ର ସେନାଙ୍କ ମିଳିତ ଆହ୍ବାନରେ ରବିବାର ସ୍ଥାନୀୟ କେ.ସି.କ୍ଲବଠାରେ ଆଲୋଚନା ସଭା ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବିକାଶ ମଞ୍ଚର ଆବାହକ ସନ୍ତୋଷ ପ୍ରଧାନ ମେଡିକାଲ କଲେଜ ସ୍ଥାପନା ଏବଂନୟାଗଡ କଲେଜକୁ ବିଶ୍ବ ବିଦ୍ୟାଳୟର ମାନ୍ୟତା ଦାବି ସମ୍ପର୍କରେ ଯଥାରୀତି ଉପସ୍ଥାପନା କରିବା ସହ ସବିଶେଷ ଯୁକ୍ତି ଉପରେ ଆଲୋଚନା କରିଥିଲେ। ହେମେନ୍ଦ୍ର ସେନାର ପୃଷ୍ଠପୋଷକ ଯୁବରାଜ ଅରଣ୍ୟ କିଶୋର ସିଂ ହମେନ୍ଦ୍ର ସେନାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ନୟାଗଡର ବିକାଶ ଧାରାରେ ହମେନ୍ଦ୍ର ସେନା ପ୍ରମୁଖ ସେନାନୀ ଭାବେ କାର୍ଯ୍ୟ କରିବ ବୋଲି ଘୋଷଣା କରିଥିଲେ। ସେନା ସଭାପତି ଆଇନଜୀବୀ ସୌମ୍ୟରଞ୍ଜନ ପ୍ରଧାନ, ସମ୍ପାଦକ ଶେଖ ଆହତ, ସେବା ଉତ୍ସବ ସଭାପତି ଶିବରାମ ମହାପାତ୍ର,ଦକ୍ଷ ସଂଗଠକ ନସିର ଅହମ୍ମଦ ପ୍ରମୁଖ ବୈଠକର ଲକ୍ଷ୍ୟ…
Read Moreଶୁଣୁ ନାହାନ୍ତି ସରକାର, ୧୫ରୁ ସମୂହ ଛୁଟିରେ ଯିବେ ପ୍ରାଥମିକ ଶିକ୍ଷକ
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ସରକାର ପ୍ରାଥମିକ ଶିକ୍ଷକମାନଙ୍କୁ ତଥା ସେମାନ୍ଙ୍କ ବିଭିନ୍ନ ଦାବି ଗୁଡ଼ିକ ପ୍ରତି ଅବହେଳା କରୁଥିବା ପ୍ରତିବାଦରେ ଚଳିତ ମାସ ୧୫ ତାରିଖରୁ ନୂତନ ପେନସନଭୁକ୍ତ ପ୍ରାଥମିକ ଶିକ୍ଷକମାମେ ସମୂହ ଛୁଟିରେ ଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସଂଘର ଆହ୍ୱାନ କ୍ରମେ ଆଜି ପୂର୍ବାହ୍ନରେ ନୟାଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକସଂଘ ପକ୍ଷରୁ ଏକ ଜରୁରୀ ବୈଠକ ସ୍ଥାନୀୟ ପ୍ରାଥମିକ ଶିକ୍ଷକଭବନରେ ଅନୁଷ୍ଠିତ ହୋଇଥିଲା । ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଚ୍ଛେଦ,୬ବର୍ଷର ଠିକା କାର୍ଯ୍ୟକାଳକୁ ୬ଟି ନୋସନାଲ ଇନ୍କ୍ରିମେଣ୍ଟ ଦେଇ ମୂଳ ଚାକିରୀରେ ଗଣନା କରିବା,କେନ୍ଦ୍ରୀୟ ହାରରେ ଦରମା ଏବଂ ପୁରୁଣା ପେନସନକୁ ପୁନଃ ପ୍ରଚଳନ କରିବା ଆଦି ୩ଦଫା ଦାବି ନେଇ ଶିକ୍ଷକମାନେ ସରକାରଙ୍କ ନିକଟରେ ବାରମ୍ବାର ଦାବି କରି ଆସୁଥିବା ବେଳେ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି…
Read Moreମହିଳା ଦିବସରେ ଭୃଣହତ୍ୟା ଏବଂ ବାଲ୍ୟବିବାହ ରୋକାଯିବା ଉପରେ ଗୁରୁତ୍ବ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ସ୍ତରୀୟ ମହିଳା ଦିବସ ଜିଲ୍ଲାପାଳ ରବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ୧୯୧୪ ମସିହାରେ ଇଂଲଣ୍ଡର ମହିଳାମାନେ ଭୋଟ ଦେବାର ଅଧିକାର ପାଇଁ ମହିଳା ସମାବେଶ କରିଥିଲେ ବୋଲି ଜିଲ୍ଲାପାଳ ଶ୍ରୀ ସାହୁ କହିଥିଲେ । ନୟାଗଡ଼ ଜିଲ୍ଲାରେ ଭୃଣହତ୍ୟା ଏବଂ ବାଲ୍ୟବିବାହ ରୋକାଯିବା ଉପରେ ଗୁରୁତ୍ବ ଆରୋପ କରିଥିଲେ । ଏହା ସହିତ ଜିଲ୍ଲାପାଳ ଅଙ୍ଗନବାଡ଼ି କର୍ମୀମାନେ ତୃଣମୂଳ ସ୍ତରରେ ଏହାକୁ କିଛି ମାତ୍ରାରେ ରୋକିବାରେ ସଫଳ ହୋଇଥିବାରୁ ସେମାନଙ୍କୁ ସାଧୁବାଦ ଜଣାଇଥିଲେ । ଜିଲ୍ଲା ପରିଷଦର ସଭାପତି ଇଂ ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମାଜରେ ନାରୀ ଜାଗରଣ ଉପରେ ବାଖ୍ୟା କରି କହିଥିଲେ ଯେ, ସମୟାନୁକ୍ରମେ ମହିଳାମାନେ ସଚେତନ ହେଲେଣି । ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର…
Read Moreକଳିଙ୍ଗ ବୈଶ୍ୟ ସଂଘ ପକ୍ଷରୁ ମା’ ବାସବି କନ୍ୟକାପରମେଶ୍ବରୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଅଞ୍ଚଳ କଳିଙ୍ଗ ବୈଶ୍ୟ ସଂଘ ପକ୍ଷରୁ ମା’ ବାସବି କନ୍ୟକାପରମେଶ୍ବରୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି । କଳିଙ୍ଗ ବୈଶ୍ୟ ସମାଜ ଧର୍ମଶାଳାଠାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ୩ଦିନ ଧରି ଅନୁଷ୍ଠିତ ହୋଇଥିଲା । ପ୍ରଥମ ଦିବସରେ ଶୁଭ ଅଙ୍କୁରାରୋପଣ ସହିତ ଗର୍ଭାଧାନ କାର୍ଯ୍ୟକ୍ରମ ଅନୁଷ୍ଠିତହୋଇଥିଲା । ଦ୍ୱିତୀୟ ଦିବସରେ ତୀର୍ଥ ବାହାନ ଓ କଳସ ଯାତ୍ରା, ହୋମ ଯଜ୍ଞଏବଂ ଦେବତା ମହାସ୍ନାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତୃତୀୟଦିବସରେ ସୂର୍ଯ୍ୟାର୍ଚ୍ଚନା, ବିଗ୍ରହ ପ୍ରତିଷ୍ଠା, ସିଂହାସନ ଆରୋହଣ ଓ ପୂର୍ଣ୍ଣାହୁତିକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଳିଙ୍ଗ ବୈଶ୍ୟ ସମାଜ ପକ୍ଷରୁ ବହୁ ଶ୍ରଦ୍ଧାଳୁ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ନୟାଗଡ଼ ଅଞ୍ଚଳକଳିଙ୍ଗ ବୈଶ୍ୟ ସମାଜ ସଭାପତି ଇସେଟି ସୁବାଷ ଚନ୍ଦ୍ର ପାତ୍ର, ସମ୍ପାଦକକୋଟିନ ପ୍ରଦୀପ…
Read More