ନୟାଗଡ଼ରେ ଗଢ଼ି ଉଠିଥିବା ‘ସିଭିଲ ସୋସାଇଟ’ର ବାର୍ଷିକ ଉତ୍ସବ ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହର ମଧ୍ୟରେ ଥିବା ନୀଳମାଧବକଲ୍ୟାଣ ମଣ୍ଡପ ଠାରେ ସିଭିଲ ସୋସାଇଟର ବାର୍ଷିକ ଉତ୍ସବ ଅନୁଷ୍ଠିତହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ.ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ, ନୟାଗଡ଼ ପୌରାଞ୍ଚଳ ଅଧ୍ୟକ୍ଷା ନିରୁପମା ଖଟେଇ, ନୟାଗଡ଼ ବ୍ଲକ ଅଧ୍ୟକ୍ଷକିଶୋର ଚନ୍ଦ୍ର ସାହୁ, ସିଭିଲ ସୋସାଇଟର ସଭାପତି ଗୋଦାବରୀ ସାହୁ ଓସଂପାଦକ ଧନେଶ୍ବର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ। ସମାଜସେବୀ ଭଗବତୀ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ଉତ୍ସବରେସଭାପତି ଗୋଦାବରୀ ସାହୁ ସିଭିଲ ସୋସାଇଟର ମୁଖ୍ୟ ଉଦ୍ଦେଶ୍ୟ ଉପରେଆଲୋକପାତ କରିଥିଲେ । ନୟାଗଡ଼ ସିଭିଲ ସୋସାଇଟ ନୟାଗଡ଼ ଜନ ସାଧାରଣଙ୍କ ସେବାରେ ଉତ୍ସର୍ଗିକୃତ ବୋଲି ପ୍ରକାଶ କରିଥିଲେ । ନୟାଗଡ଼ରେ…

Read More

ଜିଲ୍ଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ, ୯୬୩ଗୋଟି ମାମଲାର ଫଇସଲା

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ଆଇନ ସେବା ପ୍ରାଧ୍ୟାକାରଣଙ୍କ ନିର୍ଦ୍ଦେଶମତେ ନୟାଗଡ଼ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲାଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷା ରୂପଶ୍ରୀ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଚଳିତ ବର୍ଷର ପ୍ରଥମ ଜିଲ୍ଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଲୋକ ଅଦାଲତରେ ସର୍ବମୋଟ ୯୬୩ଗୋଟି ମାମଲାର ଆପୋଷ ସମାଧାନ ଦ୍ବାରା ଫଇସଲା ହୋଇପାରିଛି । ଏଥରେ ୮ଗୋଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୪୭,୨୦,୦୦୦/- ଟଙ୍କା ହିତାଧ୍ୟାକାରୀଙ୍କୁ ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା, ୯୪୯ ଗୋଟି ରାଜସ୍ୱ ମାମଲା ଫଇସଲା କରାଯାଇ ୧୦,୪୪,୬୨୯/- ଟଙ୍କା ଆଦାୟ କରାଯାଇଥିଲା । ସେହିପରି ୫ ଗୋଟି ଜମି ଅଧିଗ୍ରହଣ ଜନିତମାମଲା, ୧ ଗୋଟି ବିବାହଜନିତ ମାମଲା…

Read More

ମନ୍ଦିର ପୂଜକଙ୍କୁ ନେଇ ବାଲ୍ୟବିବାହ ପ୍ରତିରୋଧ ଉପରେ ସଚେତନତା ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ନୟାଗଡରେ ଥିବା ସମସ୍ତ ପୂଜକମାନଙ୍କୁ ନେଇ ଏକ ବାଲ୍ୟବିବାହ ପ୍ରତିରୋଧ ସଚେତନତା ଶିବିର ଉପଜିଲ୍ଲାପାଳ ନୟାଗଡ ଶକ୍ତିକାନ୍ତ ରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ସମ୍ମାନନୀୟ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ନୟାଗଡରେ ବାଲ୍ୟବିବାହର ମାତ୍ରା ବୃଦ୍ଧି ପାଉଥିବାରୁ ଉଦବେଗ ପ୍ରକାଶ କରିଥିଲେ ଏବଂ ବାଲ୍ୟ ବିବାହ ନିଷେଧ ଅଧିନିୟମ  ୨୦୦୬ ନିୟମର ଉଲଂଘନ କଲେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପସ୍ଥିତ ଥିବା ସମସ୍ତ ମନ୍ଦିରର ପୂଜକମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ସଚେତନା ଶିବିରରେ ପ୍ରତ୍ୟେକ ମନ୍ଦିରରୁ ପୂଜକ, ବଜା ବାଲା, ଟେଣ୍ଟହାଉସର ମାଲିକ ମାନେ ଯୋଗ ଦେବା ସହ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ଏବଂ, ବାଲ୍ୟ ବିବାହ ବିରୋଧରେ ସ୍ବର ଉତ୍ତୋଳନ…

Read More

ବ୍ୟାଙ୍କ କର୍ତ୍ତୃପକ୍ଷ ନଶୁଣିବାରୁ ରାତି ସାରା ବ୍ୟାଙ୍କ ଆଗରେ ବାପା ପୁଅଙ୍କ ଧାରଣା

ନୟାଗଡ଼,(ନୟାଗଡ଼ ଦର୍ପଣ): ଆକାଉଣ୍ଟ ରୁ ୪୦ ଲକ୍ଷ ଟଙ୍କା ଗାଏବ, ବ୍ୟାଙ୍କ କର୍ତ୍ତୃପକ୍ଷ ନଶୁଣିବାରୁ ରାତି ସାରା ବ୍ୟାଙ୍କ ଆଗରେ ବାପା ପୁଅଙ୍କ ଧାରଣା ! ଆଜ୍ଞା ହଁ ଏମିତି ଏକ ଘଟଣା ଘଟିଛି ନୟାଗଡ଼ରେ। ଜଣେ ବୃଦ୍ଧଙ୍କ ଠାରୁ ପାଠ ନପଢ଼ିବାର ସୁଯୋଗ ନେଇ କିଛି ଯୁବକ ୪୦ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ମଧ୍ୟଖଣ୍ଡ ଗ୍ରାମର ବୃଦ୍ଧ ରଜନୀ ପ୍ରଧାନ । ନୟାଗଡ଼ ବ୍ଳକ ମୁକ୍ତାପୁରରେ ନିର୍ମାଣ ଚାଲିଥିବା ବାଇପାସ କାମ ପାଇଁ ଦଶପଲ୍ଲାର ବୃଦ୍ଧ ରଜନୀ ପ୍ରଧାନଙ୍କର ୨୫ଡିସିମିଲ ଜାଗା ଯାଇଥିଲା। ଏଥି ନିମନ୍ତେ ତାଙ୍କୁ ୪୦ଲକ୍ଷ ଟଙ୍କା ମିଳିଥିଲା । ଉକ୍ତ ଟଙ୍କା ଆଇଡିବିଆଇ ବ୍ୟାଙ୍କରେ ଡିପୋଜିଟ ହୋଇଥିଲା । ଏହି ଟଙ୍କାକୁ ଜାଲିଆତି କରି ମୁକ୍ତାପୁର ଗ୍ରାମର ୩ଜଣ ନେଇ ଯାଇଥିବା ଅଭିଯୋଗ ହୋଇଛି…

Read More

ଶୁଭେଚ୍ଛା ଏନସିସି ଜୁନିଅର୍ ଅଣ୍ଡର ଅଫିସର ଦିପ୍ତିମୟୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ମହାବିଦ୍ୟାଳୟର, ସଂସ୍କୃତ ବିଭାଗର ଛାତ୍ରୀ ତଥା NCC ଜୁନିଅର୍ ଅଣ୍ଡର ଅଫିସର ଦିପ୍ତିମୟୀ ଡାକୁଆ ସାଧାରଣତନ୍ତ୍ର ଦିବସ ଶିବିର(2023), ନୂଆଦିଲ୍ଲୀରେ ସଫଳତାପୂର୍ବକ ଭାଗନେଇ ଜିଲ୍ଲା ତଥା ରଜ୍ୟପାଇଁ ଗୌରବ ଆଣିଥିବାରୁ ଆଜି ନୟାଗଡ଼ ଜିଲ୍ଲପାଳ ଶ୍ରୀଯୁକ୍ତ ରବୀନ୍ଦ୍ରନାଥ ସାହୁ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଦିପ୍ତି ହେଉଛନ୍ତି ନୟାଗଡ଼ ଅନ୍ତର୍ଗତ ବାଲୁଗାଁର ଶ୍ରୀ କୃଷ୍ଣଚନ୍ଦ୍ର ଡାକୁଆ ଓ ଶ୍ରୀମତୀ ଟୁନୀ ଡାକୁଆଙ୍କ ଝିଅ। ଏହି ଅବସରରେ ସେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସୁରେଶ କୁମାର ପ୍ରଧାନ, 1(O) girls’ BN, NCC, Bhubaneswar ର କମାଣ୍ଡିଂ ଅଫିସର ଲେଫ୍ଟନାଣ୍ଟ କର୍ଣ୍ଣଲ୍ ବିକାଶ ମଣ୍ଡଳ, ଆଡାମ୍ ଅଫିସର୍ ସୀମା ଜୈଶ୍ୱାଲ୍ , ଏ.ଏନ୍.ଓ ଲେଫ୍ଟନାଣ୍ଟ ବିନ୍ଦୁଲତା ଷଣ୍ଢ, ବାପା, ମା ଏବଂ ବାଟାଲିୟନର ପ୍ରଶିକ୍ଷକମାନଙ୍କୁ  କୃତଜ୍ଞତା ଜ୍ଞାପନ କରିଛନ୍ତି।

Read More

ଶ୍ରମିକ କଲ୍ୟାଣ ଯୋଜନାରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକଙ୍କୁ ସହାୟତା ପ୍ରଦାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ବୋର୍ଡ଼ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜୁ ପଟ୍ଟନାୟକ କଲ୍ୟାଣମଣ୍ଡପ ଠାରେ ଶ୍ରମିକ କଲ୍ୟାଣ ଯୋଜନାରେ ସହାୟତା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଶ୍ରମିକ କଲ୍ୟାଣ ବୋର୍ଡ଼ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ମୁକ୍ତା ଯୋଜନା ଉପଦେଷ୍ଟା ଇପସିତା ସାହୁ, ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୁଗାନ୍ତକାରୀ ପଦକ୍ଷେପ ପାଇଁ ବହୁ ନିର୍ମାଣ ଶ୍ରମିକ ଓ ଅଣସଂଗଠିତ ଶ୍ରମିକ ଲାଭବାନ ହୋଇ ପାରୁଛନ୍ତି। ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଏକ ବଡ ଯୋଜନା ଯାହା ଦ୍ଵାରା ବହୁ କୁଶଳୀ ଓ ଅଣକୁଶଳୀ…

Read More

ନୟାଗଡ଼ କଲେଜ ସହିଦ ସ୍ମୃତିସ୍ତମ୍ଭ ନିକଟରେ ଶ୍ରଦ୍ଧାଞ୍ଜଳି ଏବଂ ସ୍ମୃତିସଭା

ନୟାଗଡ଼(ନୟାଗଡ଼ ଦର୍ପଣ): ଶିକ୍ଷକ ମହାସଂଘର ଡ଼ାକରାରେ ଆନ୍ଦୋଳନରେ ଯୋଗଦେବାକୁ ଭୁବନେଶ୍ୱର ଯାଉଥିବା ତତ୍କାଳୀନ ନୟାଗଡ଼ ସବ-ଡିଭିଜନର ୬ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ୧୯୭୮ ମସିହା ମାର୍ଚ୍ଚ ୯ ତାରିଖରେ ଟିକାତାଳ ଠାରେ ବସ ଦୁର୍ଘଟଣାର ସମ୍ମୁଖୀନ ହୋଇ ପ୍ରାଣ ହରାଇଥିଲେ। ଏଥିରେ ନୟାଗଡ଼ କଲେଜର ତତ୍କାଳୀନ ଅଧ୍ୟାପକ କାହ୍ନୁ ଚରଣ ପଟ୍ଟନାୟକ, ଦଶପଲ୍ଲା ବାଳିକା ହାଇସ୍କୁଲର ବିଳାସିନୀ ପଟ୍ଟନାୟକ, ତରୁଲତା ପଟ୍ଟନାୟକ ଏବଂ ଶାନ୍ତିଲତା ମହାରଣା, ମଣିକାଗୋଡ଼ାର ବ୍ରଜବନ୍ଧୁ ସୁବୁଦ୍ଧି ଏବଂ ଭାପୁର ଅଞ୍ଚଳର ବାନମ୍ବର ସାହୁ ମୋଟ ୬ଜଣ ସେହି ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଥିଲେ। ଶିକ୍ଷକ ସମାଜ ପାଇଁ ସେମାନଙ୍କ ବଳିଦାନକୁ ପ୍ରତିବର୍ଷ ଶିକ୍ଷକ ବଳିଦାନ ଦିବସ ରୂପେ ପାଳନ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ଆଜି ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଥିବା ସହିଦ ସ୍ମୃତିସ୍ତମ୍ଭ ନିକଟରେ ଏକ ଶ୍ରଦ୍ଧାଞ୍ଜଳି…

Read More

ରୋଟାରୀ କ୍ଲବରେ ଆନ୍ତର୍ଜାତିୟ ମହିଳା ଦିବସ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ରୋଟାରୀ କ୍ଳବ୍ ନୟାଗଡ଼ ଏବଂ ଇନର ହୁଇଲ କ୍ଲବ ନୟାଗଡ଼ ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ରୋଟାରୀ କ୍ଲବ ପରିସର ରେ ଆନ୍ତର୍ଜାତିୟ ମହିଳା ଦିବସ ପାଳିତ ହୋଇଯାଇଛି । ଇନର ହୁଇଲ କ୍ଲବର ସଭାପତି ଶ୍ରୀମତୀ ଜ୍ୟୋତ୍ସ୍ନମୟୀ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ ସଭାପତି ପ୍ରବୀର କୁମାର ପୃଷ୍ଟି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ମୂଖ୍ୟ ଅତିଥି ଭାବେ ଶିଶୁ ମଙ୍ଗଳ ସମିତିର ସଭ୍ୟା ଶ୍ରୀମତୀ ମଧୁସ୍ମିତା ମହାପାତ୍ର ଯୋଗଦେଇ ଲିଙ୍ଗଗତ ବିଭେଦ ଦୂରୀକରଣ, ସମାଜ ଏବଂ ପରିବାର ରେ ମହିଳା ମାନଙ୍କ ବଳିଷ୍ଠ ଭୁମିକା ଏବଂ ବାଲ୍ୟ ବିବାହ ଏବଂ ତା’ର ଖରାପ ପ୍ରଭାବ ଉପରେ ଆଲୋଚନା କରିଥିବା ବେଳେ ଇନର ହୁଇଲ କ୍ଲବର ସଂପାଦିକା ନମିତା ନନ୍ଦ ଏବଂ ବରିଷ୍ଠ ସଦସ୍ୟା ସୁକାନ୍ତି ମହାନ୍ତି…

Read More

ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି, ଗ୍ରୀଷ୍ମଋତୁ ପାଇଁ ସମସ୍ତ ବିଭାଗ ପ୍ରସ୍ତୁତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀଅଧିକାରୀ ସୁବାଷ ଚନ୍ଦ୍ର ରାୟ, ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ନୌସଦ ଅଲ୍ଲୀଖାନ୍, ସହକାରୀ ବନସଂରକ୍ଷକ ସ୍ବେତାଲୀନା ସାହୁ, ଜରୁରୀ କାଳୀନ ଅଧିକାରୀ ଦିଲ୍ଲୀପ କୁମାର ଜେନା ପ୍ରମୂଖ ଉପସ୍ଥିତ ରହିଥିଲେ । ଜିଲ୍ଲାପାଳ ଗ୍ରୀଷ୍ମ ପ୍ରବାହର ମୁକାବିଲା ନିମନ୍ତେ ସମସ୍ତ ବିଭାଗର ପ୍ରସ୍ତୁତି ସମ୍ପର୍କରେ ପଚାରି ବୁଝିଥିଲେ । ଜିଲ୍ଲା ସ୍ତରରେ ଏବଂ ପ୍ରତ୍ୟେକ ସ୍ବାସ୍ଥ୍ୟକେନ୍ଦ୍ରରେ ଗ୍ରୀଷ୍ମ ମୁକାବିଲା ପାଇଁ କଣ୍ଟ୍ରୋଲ ରୁମ କରାଯାଇଥିବା ବେଳେ ପ୍ରତ୍ୟେକ ସ୍ବାସ୍ଥ୍ୟ କେନ୍ଦ୍ରରେ ଅଂଶୁଘାତ ମୁକାବିଲା ପାଇଁ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି । ଥଣ୍ଡା ପାନୀୟ ଜଳ, ଓଆରଏସ…

Read More

ଦଶପଲ୍ଲାର ଐତିହାସିକ ମେଳିଆ ତୋଟାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜୟନ୍ତୀ ପାଳିତ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲାର ଐତିହାସିକ ମେଳିଆ ତୋଟାରେ ଦଶପଲ୍ଲାର ଜନପ୍ରିୟ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ନୂଆଗାଁ, ଦଶପଲ୍ଲା ଏବଂ ଗଣିଆ ବ୍ଲକର ହଜାର ହଜାର ବିଜେଡି କର୍ମୀଙ୍କ ଉପସ୍ଥିତିରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜନ୍ମ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି । ସକାଳ ୮ ଘଟିକା ସମୟରେ ମେଳିଆ ତୋଟା ଠାରୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହିତ ମହାବୀର ମନ୍ଦିର ନିକଟରେ ପହଞ୍ଚିଥିଲା । ଦଶପଲ୍ଲା ବିଧାୟକ ଡାକ୍ତରଖାନା ଛକ ରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଏବଂ ଦଶପଲ୍ଲା ର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। ତତ୍ ସହିତ ଡ଼ାକ୍ତରଖାନା ରେ ରୋଗୀଙ୍କୁ, ବୃଦ୍ଧାଶ୍ରମ ରେ ଥିବା…

Read More