ନୂଆଗାଁ,(ନୟାଗଡ଼ ଦର୍ପଣ): ସ୍ବାଧିନତା ସଂଗ୍ରାମର ଅଗ୍ରଗାମୀ ଗୋଡ଼ ଥୁଆବାରୀ ଗ୍ରାମର ପ୍ରବାଦ ପୁରୁଷ କଣ୍ଡୁରୀ ପରିଡ଼ା, ବୁଦ୍ଧି ପରିଡ଼ା, ଦୟା ବେହେରା, ଏନ୍ତୁଡି ଶାଳସାଜିଥିବା ପୂର୍ଣ୍ଣପୀଠ ଗୌଡ଼ ଥୁଆବାରୀ ଗ୍ରାମବାସୀଙ୍କ ଆନୁକୂଲ୍ୟରେ ୮୩ତମ ପ୍ରଜାମଣ୍ଡଳ ଶହୀଦ ଶ୍ରାଦ୍ଧଦିବସ ପାଳିତ ହୋଇଯାଇଛି। ଏହି ଶ୍ରାଦ୍ଧ ଦିବସରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଶହୀଦ ସ୍ତମ୍ବରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପତାକା ଉତ୍ତୋଳନ କରିଥିଲେ। ସମାଜସେବୀ ଶଙ୍କର୍ଷଣ ବେହେରାଙ୍କ ତତ୍ବାବଧାନରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ପ୍ରଜାମଣ୍ଡଳ ଆନ୍ଦୋଳନରେ କଣ୍ଡୁରୀ ପରିଡ଼ା, ବୁଦ୍ଧି ପରିଡ଼ା, ଦୟା ବେହେରା ପ୍ରମୁଖ ଯୋଗଦେଇ କିପରି ଇଂରେଜମାନଙ୍କ ବିରୁଦ୍ଧରେ ଲଢେଇ କରି ଜୀବନକୁ କିପରି ବଳିଦାନ ଦେଇଛନ୍ତି ସେ ଉପରେ ବର୍ଣ୍ଣନା କରିଥଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷା…
Read MoreCategory: ନୂଆଗାଁ ବ୍ଲକ
ନୂଆଗାଁ ବ୍ଲକରେ ୧୫୫ଜଣ ଶିକ୍ଷକ ଶିକ୍ଷୟତ୍ରୀ ନେଲେ ତାଲିମ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦରମହକୁମାରେ ଥିବା ନୂଆଗାଁ ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆର୍ ପି ସିଦ୍ଧାର୍ଥ ରତ୍ନ, ସୁଶାନ୍ତ କୁମାର ନାୟକ, ଶଶି ଭୂଷଣ ପ୍ରଧାନ, ପ୍ରଦୀପ କୁମାର ଦାସ ଉପସ୍ଥିତ ରହି ଜାତୀୟ ଶିକ୍ଷାନୀତି, ଶିକ୍ଷଣ ଫଳାଫଳର ପ୍ରକୃତ ପରିଭାଷା, ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ବିକାଶାତ୍ମକ ମନୋବୃତ୍ତି, ବର୍ଣ୍ଣାଳୀ, ଶିଶୁ ସୁରକ୍ଷା, ଜାତୀୟ ଉପଲବ୍ଧି ସର୍ବେକ୍ଷଣ, ବିଦ୍ୟାଳୟ ସୁରକ୍ଷା ଓ ନିରାପତ୍ତା, ଅନ୍ତର୍ନିବେଶୀ ଶିକ୍ଷା, ବସ୍ତାନିବିହୀନ ପାଠପଢ଼ା ଆଦି ଉପରେ ୫୫ଜଣ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଖଣ୍ଡୁଗାଁ ଅପଗ୍ରେଟେଡ ହାଇସ୍କୁଲର ଶିକ୍ଷୟତ୍ରୀ ତଥା ଷ୍ଟେଟ୍ ରିସୋର୍ଷ ପର୍ସନ ପ୍ରଭାତୀ ମିଶ୍ର, ସାମାଜିକ ଲିଙ୍ଗଭିତ୍ତିକ ଏକତା ପାଇଁ ଏକ ପ୍ରୟାସ ହେଉଛି ବର୍ଣ୍ଣାଳୀ ବୋଲି କହିଥିଲେ।…
Read Moreନୂଆଗାଁ ବ୍ଲକରେ ଯୋଗଦେଲେ ନୂତନ କନିଷ୍ଠ ଶିକ୍ଷକ, ଶିକ୍ଷୟତ୍ରୀ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକରେ ୮ଜଣ ନୂତନ କନିଷ୍ଠ ଶିକ୍ଷକ ଯୋଗ ଦେଇଛନ୍ତି। ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟରେ ଯୋଗଦେଇ ନିଯୁକ୍ତି ପାଇଥିବା ନିଜ ବିଦ୍ୟାଳୟକୁ ଯାଇ ଯୋଗ ଦେଇଛନ୍ତି। ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ଚକାପଥର ପ୍ରାଥମିକ ବିଦ୍ୟାଳୟରେ ନୂତନ କନିଷ୍ଠ ଶିକ୍ଷକ ଅବିନାଶ ଜେନା, ହୀରଦେଇପୁର ପ୍ରାଥମିକ ବିଦ୍ୟାଳୟରେ ସତ୍ୟରଞ୍ଜନ ଦାଶ, ବଲଭଦ୍ରପୁର ପ୍ରାଥମିକ ବିଦ୍ୟାଳୟରେ ବିଭାବତି ରାଉତ, ବକଳ ବନ୍ଧ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ପ୍ରଦୀପ କୁମାର ସେଠୀ, ଚଡ଼କ ମରା ପ୍ରାଥମିକ ବିଦ୍ୟାଳୟରେ ଆକାଶ କୁମାର ରାଉତ, ବନ୍ଧାଭୂଇଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସିପ୍ରା ଶତପଥୀ, କିରିଆ ଲାଞ୍ଜି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋନାଲିସା ପ୍ରଧାନ, ଡିଏମ ନୋଡାଲ ବେରୁଆଁବାରୀ ବିଦ୍ୟାଳୟରେ ଭବାନୀ ଦାଶ ପ୍ରମୁଖ ଯୋଗ ଦେଇଛନ୍ତି।ନୂଆଗାଁ ବ୍ଲକରେ ୧୨ଜଣ ନୂତନ…
Read Moreସୁରଭି କାର୍ଯ୍ୟକ୍ରମ ଦ୍ଵାରା ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ହୋଇଥାଏ: ଦଶପଲ୍ଲା ବିଧାୟକ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ନୂଆଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ। ।ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିବା ସହ ଛାତ୍ର ଛାତ୍ରୀ ହେଉଛନ୍ତି ଦେଶର ଶ୍ରେଷ୍ଠ ସମ୍ପଦ,ଅଳଙ୍କାର ପିନ୍ଧିବା ଦ୍ଵାରା ଯେପରି ଜଣେ ସୁନ୍ଦର ଦେଖାଯାଏ ସେହିପରି ଛାତ୍ର ଛାତ୍ରୀ ମାନଙ୍କ ସାମଗ୍ରିକ ବିକାଶ ହେଲେ ଛାତ୍ର ଛାତ୍ରୀ ମାନଙ୍କ ସୁନ୍ଦରତା ବଢ଼ିଥାଏ ,ଯାହାକି ଏହି କାର୍ଯ୍ୟକ୍ରମ ଦ୍ବାରା ସମ୍ଭବ ବୋଲି ବିଧାୟକ କହିଥିଲେ। ବିଶ୍ୱ ଶିକ୍ଷକ ଦିବସ ପାଇଁ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଶୁଭେଚ୍ଛା ଜଣାଇଥିଲେ।ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା…
Read Moreଦଶପଲ୍ଲା ବିଧାୟକ ରମେଶ ବେହେରାଙ୍କୁ ସମ୍ବର୍ଦ୍ଧନା
ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ମାଈଛେଳି ପଞ୍ଚାୟତ ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ଠାରେ ଆନ୍ତର୍ଜାତୀୟ ମାନବାଧିକାର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ମୀନକେତନ ପଟ୍ଟନାୟକ ଓ ନୂଆଗାଁ ବ୍ଲକ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଦଶପଲ୍ଲା ବିଧାୟକ ଆନ୍ତର୍ଜାତୀୟ ମାନବାଧିକାର ରକ୍ଷାକାରୀ, ସାଧାରଣ ଜନତାଙ୍କ ସମସ୍ଯା, ବୃଦ୍ଧ ବୃଦ୍ଧା, ଅସହାୟକଙ୍କ ପାଇଁ ହେବାକୁ ଥିବା ୧୦୦ଶଯ୍ୟା ବିଶିଷ୍ଟ ଘର ପ୍ରୋଜେକ୍ଟ ସାଇଟ୍ ପରିଦର୍ଶନ କରିଥିଲେ। ଦଶପଲ୍ଲା ନିର୍ବାଚନ ମଣ୍ଡଳୀ କୃଷଚଦ୍ର ପୁର ଠାରେ ଏଭଳି ଅନୁଷ୍ଠାନ ହେଉଥୁବାରୁ ପୂର୍ଣ୍ଣ ସହଯୋଗ କରିବା ପାଈଁ ବିଧାୟକ କହିଥିଲେ। ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ବୃଦ୍ଧାଶ୍ରମ ଓ ଅନାଥାଶ୍ରମର ଗୃହ କାଯ୍ୟ ଯଥାଶୀଘ୍ର ଆରମ୍ଭ କରିବା ପାଈଁ ଅନୁଷ୍ଠାନର ପ୍ରତିଷ୍ଠାତା ମୀନକେତନ ପଟ୍ଟନାୟକଙ୍କୁ କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦଙ୍କ…
Read Moreଜଗବନ୍ଧୁଙ୍କୁ ଶୁଭେଚ୍ଛା ଜଣାଇଲେ ଦଶପଲ୍ଲା ବିଧାୟକ
ନୂଆଗାଁ,(ନୟାଗଡ଼ ଦର୍ପଣ): ୬୮ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଯୋଗ ଓ ସନ୍ତରଣ ପ୍ରତିଯୋଗିତା ସମ୍ବଲପୁରର ଲେଡି ଲୁଇସ୍ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅକ୍ଟୋବର ୨ତାରିଖ ଠାରୁ ୪ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ୧୭ବର୍ଷରୁ କମ ବାଳକ ବିଭାଗରେ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକରେ ଥିବା ଚିନ୍ତାମଣି ବିଦ୍ୟାପୀଠ ସମ୍ପଡା, ନବମ ଶ୍ରେଣୀର ଛାତ୍ର ଜଗବନ୍ଧୁ ସାମନ୍ତରା ରାଜ୍ୟସ୍ତରରେ କୃତିତ୍ୱ ଅର୍ଜନ କରିଛନ୍ତି। ଆସନ୍ତା ୧୮ତାରିଖରୁ ମହାରାଷ୍ଟ୍ରରେ ହେବାକୁଥିବା ଜାତୀୟ ଯୋଗ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ସେ ଜାତୀୟ ସ୍ତରରେ ଜଣେ କୃତି ପ୍ରତିଯୋଗୀ । ପୂର୍ବରୁ ସେ ୧୪ବର୍ଷରୁ କମ ବୟସ୍କ ଦଳରେ ଅଂଶ ଗ୍ରହଣ କରି ଜାତୀୟ ସ୍ତରରେ ଦିଲ୍ଲୀ, ଭୋପାଳ ଓ ରାଜସ୍ଥାନର ଜୟପୁର ଠାରେ ଅଂଶ ଗ୍ରହଣ କରିସାରିଛନ୍ତି। ଚିନ୍ତାମଣି ବିଦ୍ୟାପୀଠର ଯୋଗ ଶିକ୍ଷକ ପରମାନନ୍ଦ ପରିଡ଼ାଙ୍କ ଠାରୁ ନିୟମିତ ଯୋଗ ଶିକ୍ଷା…
Read Moreଅକ୍ଟୋବର ୫ତାରିଖରେ ହେବାକୁ ଥିବା ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ପାଇଁ ପ୍ରସ୍ତୁତି ବୈଠକ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟରେ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜ୍ୟୋତ୍ସ୍ନାରାଣୀ ସେଠୀ, କବିତା ଦାସ, ନୂଆଗାଁ ହାଇସ୍କୁଲ୍ ପ୍ରଧାନ ଶିକ୍ଷକ ଭୀମସେନ ଦାସ, ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସୀମାଞ୍ଚଳ ସେନାପତି, ସମ୍ପାଦକ ସୁରେଶ ଚନ୍ଦ୍ର ମହାପାତ୍ର, ଉପ ସଭାପତି ପୁରୋଷୋତ୍ତମ ଜାନୀ, ଓଷ୍ଟା ରାଜ୍ୟ ଇସି ସଦସ୍ୟ ବିନାୟକ ପରିଡ଼ା, ଅଲ ଓଷ୍ଟା ସଭାପତି କବିରାଜ ବିଶ୍ଵାଳ, ଏନପିଏସ ଶିକ୍ଷକ ସଂଘ ସଭାପତି ସୁଧିର କୁମାର ପ୍ରଧାନ, ପ୍ରାଥମିକ ଶିକ୍ଷକ ସଂଘ ଏକ୍ସ କ୍ୟାଡ଼ର ସଭାପତି ପ୍ରକାଶ ବେହେରା, ସମ୍ପାଦକ ସୁଧିରଞ୍ଜନ ପରିଡ଼ା, ସିଆରସିସି ବିଭୂତି ଭୂଷଣ ମିଶ୍ର, କୈଳାଶ…
Read Moreଉଦ୍ୟୋଗ ପରିଦର୍ଶନ ଦ୍ଵାରା ଛାତ୍ରଛାତ୍ରୀଙ୍କ ବାସ୍ତବ ଜ୍ଞାନ ଆହରଣ ହୋଇଥାଏ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦର ମହକୁମାରେରେ ଥିବା ନୂଆଗାଁ ଉଚ୍ଚ ବିଦ୍ୟାଳୟର ନବମ ଏବଂ ଦଶମ ଶ୍ରେଣୀର ୬୩ଜଣ ଛାତ୍ର ଛାତ୍ରୀ ଉଦ୍ୟୋଗ (ପର୍ଯ୍ୟଟନ ଏବଂ ଆତିଥ୍ୟ) ପରିଦର୍ଶନ କରିଛନ୍ତି। ନୂଆଗାଁ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ୧୩ଜଣ ଛାତ୍ର, ୧୫ ଜଣ ଛାତ୍ରୀ ଏବଂ ଦଶମ ଶ୍ରେଣୀର ୧୮ଜଣ ଛାତ୍ର, ୧୭ଜଣ ଛାତ୍ରୀ ଏମିତି ମୋଟ ୬୩ଜଣ ଛାତ୍ରଛାତ୍ରୀ ଚୌଧୁରୀ ବସରେ ବିଦ୍ୟାଳୟର ଶିକ୍ଷକ ଅଙ୍କେଶ କୁମାର ସାହୁ, ଭୋକେସନାଲ ଶିକ୍ଷୟତ୍ରୀ ଅନନ୍ୟା ମିଶ୍ର, ରାଜ କିଶୋର ସାହୁଙ୍କ ସହିତ ନୟାଗଡରେ ଥିବା ହୋଟେଲ ଗୋପୀନାଥକୁ ପରିଦର୍ଶନରେ ଯାଇଥିଲେ। ସେଠାରେ ଛାତ୍ରଛାତ୍ରୀ ରେଷ୍ଟୁରାଣ୍ଟରେ କିପରି ଖାଦ୍ୟ ଅର୍ଡର ନିଆଯାଏ, କିପରି ସେବା ଯୋଗାଇ ଦିଆଯାଏ, କେଉଁ ଖାଦ୍ୟ କେତେବେଳେ ଯୋଗାଇ ଦିଆଯାଇଥାଏ ଜାଣିବା ସହ ବିଭିନ୍ନ ପ୍ରକାର କୋଠରୀ, ଏବଂ…
Read More୩୬ବର୍ଷ ନିରବଚ୍ଛିନ୍ନ, ନିଷ୍ଠାପର ଭାବେ ବିଦ୍ୟାଳୟରେ କାର୍ଯ୍ୟକରି ଆଜି ନେଲେ ଅବସର
ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମାଇଛେଳି ପଞ୍ଚାୟତରେ ଥିବା ଚିନ୍ତାମଣି ବିଦ୍ୟାପୀଠ, ସମ୍ପଡା ପରିସରରେ ପୁରାତନ ଛାତ୍ର ସଂସଦ ତରଫରୁ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପୁରାତନ ଛାତ୍ର ସଂସଦର ସଭାପତି ପ୍ରମୋଦ କୁମାର ଖଣ୍ଡୁଆଳଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନୂଆଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ବିଶିଷ୍ଟ ଅତିଥି ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ମୁଖ୍ୟବକ୍ତା ଚିନ୍ତାମଣି ବିଦ୍ୟାପୀଠର ପ୍ରଧାନଶିକ୍ଷକ ଭୀମସେନ ସାହୁ, ସମ୍ମାନୀତ ଅତିଥିଭାବେ ସମାଜସେବୀ ଶଙ୍କର୍ଷଣ ବେହେରା, ନୂଆଗାଁ ହାଇସ୍କୁଲ୍ ପ୍ରଧାନ ଶିକ୍ଷକ ଭୀମସେନ ଦାସ, ସି ଆର୍ ସି ସି କୈଳାଶ ନାୟକ, ବିଜ୍ଞାନ ଶିକ୍ଷକ ବିନାୟକ ପରିଡ଼ା, ହରିହର ତ୍ରିପାଠୀ, ହିନ୍ଦୀ ଶିକ୍ଷକ ହୃଷିକେଶ ପ୍ରଧାନ, ସଂସ୍କୃତ ଶିକ୍ଷକ ଗୋପାଳ ଚନ୍ଦ୍ର ରାୟଗୁରୁ, କ୍ରୀଡା ଶିକ୍ଷକ ପରମାନନ୍ଦ ପରିଡ଼ା,…
Read Moreଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ଦୁରୁଦୁରା କ୍ଲଷ୍ଟର ସିଆରସିସି ରାକେଶ କୁମାର ଘଡେ଼ଇଙ୍କ ତତ୍ବାବଧାନରେ ଦୁରୁଦୁରା କ୍ଳଷ୍ଟରରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ହେଉଛି ଶିଶୁମାନଙ୍କ ଭିତରେ ଥିବା ପ୍ରତିଭାକୁ ବିକଶିତ କରିବା ବୋଲି ସିଆରସିସି କହିଥିଲେ। ଶିଶୁ ମହୋତ୍ସବ ସୁରଭିରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ଗୀତ, ନୃତ୍ୟରେ ବିଚାରକ ଭାବେ ରକ୍ ଷ୍ଟାର ନୃତ୍ୟ ଏକାଡେମୀ କୋରିଓ ଗ୍ରାଫର ଅରବିନ୍ଦ ବାରିକ, ଶାବରୀ ପରମଗୁରୁ ଯୋଗଦେଇଥିଲେ। ବିଭିନ୍ନ ପ୍ରତିଯୋଗିତାରେ ୨୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଚାହାଳି କ୍ଲଷ୍ଟର ସିଆରସିସି ବିଭୂତି ଭୂଷଣ ମିଶ୍ରଙ୍କ ତତ୍ବାବଧାନରେ ଜନଶକ୍ତି ହାଇସ୍କୁଲ୍ ଚାହାଳିରେ , ବିଜୟ କୁମାର ବେହେରାଙ୍କ ତତ୍ବାବଧାନରେ ନୀଳାଦ୍ରିପୁର କ୍ଲଷ୍ଟରରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନିଲାଦ୍ରିପୁର କ୍ଲଷ୍ଟରରେ ଅନୁଷ୍ଠିତ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମରେ…
Read More