ସୁରଭି କାର୍ଯ୍ୟକ୍ରମ ଦ୍ଵାରା ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ହୋଇଥାଏ: ଦଶପଲ୍ଲା ବିଧାୟକ

ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ନୂଆଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ। ।ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିବା  ସହ ଛାତ୍ର ଛାତ୍ରୀ ହେଉଛନ୍ତି ଦେଶର ଶ୍ରେଷ୍ଠ ସମ୍ପଦ,ଅଳଙ୍କାର ପିନ୍ଧିବା ଦ୍ଵାରା ଯେପରି ଜଣେ ସୁନ୍ଦର ଦେଖାଯାଏ ସେହିପରି ଛାତ୍ର ଛାତ୍ରୀ ମାନଙ୍କ ସାମଗ୍ରିକ ବିକାଶ ହେଲେ ଛାତ୍ର ଛାତ୍ରୀ ମାନଙ୍କ ସୁନ୍ଦରତା ବଢ଼ିଥାଏ ,ଯାହାକି ଏହି କାର୍ଯ୍ୟକ୍ରମ ଦ୍ବାରା ସମ୍ଭବ ବୋଲି ବିଧାୟକ କହିଥିଲେ।  ବିଶ୍ୱ ଶିକ୍ଷକ ଦିବସ ପାଇଁ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଶୁଭେଚ୍ଛା ଜଣାଇଥିଲେ।ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,୧୭ ନଂ ଜିଲ୍ଲା ପରିଷଦ ସଭ୍ୟା ପ୍ରତିମା ଦଳ ବେହେରା, ସରପଞ୍ଚ ଅମିତା ପରିଡ଼ା,ସମିତି ସଭ୍ୟା ଶ୍ରଦ୍ଧାଞ୍ଜଳୀ ସାସମଲ୍, ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜ୍ୟୋତ୍ସ୍ନାରାଣୀ ସେଠୀ, କବିତା ଦାଶ , ପ୍ରମୁଖ ଯୋଗଦେଇ ସୁରଭି କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ
।ସି ଆର୍ ସି ସି ବିଭୂତି ଭୂଷଣ ମିଶ୍ର କାର୍ଯ୍ୟକ୍ରମ ଉପରେ ସୂଚନା ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ସି ଆର୍ ସି ସି କୈଳାଶ ନାୟକ ଏବଂ ଶିକ୍ଷକ ଅଶୋକ କୁମାର ପଣ୍ଡା। ଅତିଥି ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ନୂଆଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ।ସୁରଭି କାର୍ଯ୍ୟକ୍ରମ ରେ ୨୭ ଟି ବିଭାଗର ପ୍ରତିଯୋଗିତା ହୋଇଥିବା ବେଳେ ନୂଆଗାଁ ବ୍ଲକ୍ ର ୧୩ ଟି କ୍ଲଷ୍ଟର ରୁ  କ୍ଲଷ୍ଟର ସ୍ତରୀୟ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ୨୭୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ।କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ସହ ସମାପନରେ ସହଯୋଗ କରିଥିଲେ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ସି ଆର୍ ସି ସି ଏବଂ ସମସ୍ତ ଶିକ୍ଷକ ସଂଘ ର କର୍ମକର୍ତ୍ତା। ବିଧାୟକଙ୍କ ଶିକ୍ଷକ ସମାଜ ଏବଂ ଛାତ୍ର ଛାତ୍ରୀ ଙ୍କ ପ୍ରତି ଥିବା ଅକୁଣ୍ଠ ଭଲପାଇବା କୁ ପ୍ରଶଂସା କରିଥିଲେ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଛାତ୍ର ଛାତ୍ରୀ।

Related posts