ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ପରିସରରେ ଥିବା ସଭାଗୃହ ରେ କୃଷି ବିଭାଗ ଆନୁକୁଲ୍ଯରେ ମୁଖ୍ୟ ମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଉପରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ପ୍ରଶିକ୍ଷଣ ଶିବିର ରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବିଡ଼ିଓ ସଚିଦା ନନ୍ଦ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟା ପ୍ରତିମା ଦଳ ବେହେରା, ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ, ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ, ସହକାରୀ କୃଷି ଅଧିକାରୀ ପୂଜା କହଁର, ଆପିକଲ ଜିଲ୍ଲା ସଂଯୋଜକ ଅବିନାଶ ଦାସ ପ୍ରମୁଖ ଯୋଗ ଦେଇଥିଲେ। ସାଧାରଣ ଭାବେ ଏକ ସଫଳ କୃଷି ଉଦ୍ୟୋଗୀ ହେବା ପାଇଁ ମୁଖ୍ୟ ମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା କିଭଳି ସହାୟକ ହେବ ସେ ନେଇ ପ୍ରଶିକ୍ଷଣ…
Read MoreCategory: ନୂଆଗାଁ ବ୍ଲକ
ମିଶନ ବାତ୍ସଲ୍ୟ କାର୍ଯ୍ୟକ୍ରମ ଶିଶୁ ସୁରକ୍ଷା, ବାଲ୍ୟ ବିବାହ ରୋକିବା ଆଦି ଉପରେ ଆଲୋଚନା
ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସଭା ଗୃହରେ ବ୍ଲକ୍ ସ୍ତରୀୟ ଶିଶୁ ମଙ୍ଗଳ ଓ ସୁରକ୍ଷା କମିଟି ଆନୁକୂଲ୍ୟରେ ମିଶନ ବାତ୍ସଲ୍ୟ, ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ନୂଆଗାଁ ବ୍ଲକ୍ ବିଡ଼ିଓ ସଚିଦା ନନ୍ଦ ମିଶ୍ର, ୧୭ ନଂ ଜିଲ୍ଲା ପରିଷଦ ସଭ୍ୟା ପ୍ରତିମା ଦଳ ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ, ସିଡ଼ିପିଓ ସୁଭ୍ରକେଶି ମଲିକ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ। ଶିଶୁ ସୁରକ୍ଷା, ବାଲ୍ୟବିବାହା , ପଞ୍ଚାୟତ ଏବଂ ଗ୍ରାମ୍ୟ ସ୍ତରରେ ବାଲ୍ୟବିବାହା କୁ ରୋକିବା, ଝିଅ ମାନଙ୍କୁ କିପରି ମାଗଣା ଶିକ୍ଷା ଦିଆଯିବ, ବାଳ ଅପରାଧୀ ଆଦି ବିଷୟରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ନୂଆଗାଁ ବ୍ଲକ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ, ସଭ୍ୟା ଯୋଗ…
Read Moreମା ବାଗଦେଵୀ କ୍ରିକେଟ୍ ଟର୍ନାମେଣ୍ଟ, ଜାକେଡା ପଞ୍ଚାୟତ ଯୁବକଙ୍କ ଏକତ୍ଵ ନିଦର୍ଶନ
ନୂଆଗାଁ,(ନୟାଗଡ଼ ଦର୍ପଣ) : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଜାକେଡ଼ା ଗ୍ରାମ ପଞ୍ଚାୟତ, ଶିମିଳିସାହି ଖେଳ ପଡିଆରେ ମା ବାଗଦେଵୀ କ୍ରିକେଟ୍ କ୍ଲବ ଆନୁକୁଲ୍ୟରେ ମା ବାଗଦେଵୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜାକେଡ଼ା ସରପଞ୍ଚ ପ୍ରତିନିଧି ବୁଲୁ ମଳିକ ସହ ନାଏବ ସରପଞ୍ଚ ପ୍ରହଲ୍ଲାଦ ମଳିକ, ସ୍ୱେଚ୍ଛାସେବୀ ହରେକୃଷ୍ଣ ମଳିକ ଯୋଗଦେଇ ଉକ୍ତ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏହି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ତା ୧୪.୫.୨୦୨୩ ରିଖ ଠାରୁ ତା ୧୯.୫.୨୦୨୩ ପର୍ଯ୍ୟନ୍ତ ଖେଳ ଚାଲୁ ରହିବ। ପ୍ରଥମ ମ୍ୟାଚ୍ ଘୁଡୁକୁବାରୀ ସହିତ ଗୁଣ୍ଠାପାଜୁ ଅନୁଷ୍ଠିତ ହୋଇଥିଲା। ଘୁଡୁକୁବାରି ଟଚ୍ ୱିନ କରି ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧୦ ଉଭରରେ ୬ ୱିକେଟ୍ ହରାଇ ୧୦୪ ରନ୍ ସଂଗ୍ରହ କରିଥିଲା। ଜବାବରେ ଗୁଣ୍ଠାପାଜୁ ୬.୩ ବଲ ରେ…
Read Moreଜିଲ୍ଲା ପାଇଁ ଗୌରବ ଆଣିଲେ ନୟାଗଡ଼ ଜିଲ୍ଲାର ୫ଜଣ ମହିଳା, ଓଡ଼ିଶା ଶିକ୍ଷା ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ଦ୍ଵାରା ପରିଚାଳିତ ଓଡ଼ିଶା ଶିକ୍ଷା ସେବା ପରୀକ୍ଷାରେ ନୟାଗଡ଼ ଜିଲ୍ଲାରୁ ୫ଜଣ ମହିଳା ଉତ୍ତୀର୍ଣ୍ଣ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ପରୀକ୍ଷାରେ ଉତିର୍ଣ୍ଣ ହୋଇଛନ୍ତି । ନୟାଗଡ଼ ବ୍ଲକ ଅନ୍ତର୍ଗତ ବଡ଼ପଣ୍ଡୁସର ହାଇସ୍କୁଲରେ କାର୍ଯ୍ୟରତ ଶିକ୍ଷୟତ୍ରୀ ଯାଜ୍ଞସେନୀ ସାହୁ ଓଇଏସ ପରୀକ୍ଷାରେ ୧୮ତମ ସ୍ଥାନରେ ରହି ସଫଳତା ହାସଲ କରିଛନ୍ତି। ସେ ସମଗ୍ର ଜିଲ୍ଲାରେ ପ୍ରଥମ ହୋଇଛନ୍ତି। ନୟାଗଡ଼ ଜିଲ୍ଲା ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ମହେନ୍ଦ୍ର ସାହୁ ଓ ସୁପ୍ରିୟା ସାହୁଙ୍କ ସୁକନ୍ୟା ଅମ୍ରିତା ସାହୁ । ସେ ନୟାଗଡ଼ କେନ୍ଦ୍ରୀୟ ବିଦ୍ୟାଳୟରେ ଠିକା ଭାବେ ଶିକ୍ଷକତା କରୁଥିଲେ। ସେ ୧୯ ନମ୍ବର ସ୍ଥାନରେ ଓଇଏସରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ମହିଳା ଓ ସମନ୍ବିତ ଶିଶୁ ବିକାଶ ବିଭାଗରେ କାର୍ଯ୍ୟରତ…
Read Moreଦୁଇ ଦେଶଦ୍ରୋହୀ ଗିରଫ ପରେ ଗାଁ’ ଛାଡି ଫେରାର ହେଲେ ପରିବାର ଲୋକେ
ନୟାଗଡ଼,(ନୟାଗଡ଼ ଦର୍ପଣ): ଦେଶବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ ଏସ୍ଟିଏଫ୍ ଟିମ୍ ନୟାଗଡ଼ ଜିଲ୍ଲାର ଦୁଇ ଯୁବକଙ୍କୁ ଗିରଫ କରିଛି। ଗିରଫ ଦୁଇଜଣ ହେଲେ ନୟାଗଡ଼ ବ୍ଳକ ଅନ୍ତର୍ଗତ ଇଟାମାଟି ଥାନା ଅଧୀନ ବଡ଼ପଣ୍ଡୁସର ଗ୍ରାମର ପଠାଣିସାମନ୍ତ ଲେଙ୍କା(୩୫) ଓ ଦଶପଲ୍ଲା ବ୍ଳକର ସାକେଣି ଗ୍ରାମର ସରୋଜ କୁମାର ନାୟକ ଓରଫ୍ ଅମିତ୍(୨୬)। ନୟାଗଡ଼ ଜିଲ୍ଲାର ଏହି ଦୁଇ ଯୁବକଙ୍କ ଗିରଫ ଏବେ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ବଡ଼ପଣ୍ଡୁସର ଗ୍ରାମର କିଛି ବ୍ୟକ୍ତିଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ପଠାଣିସାମନ୍ତ ଲେଙ୍କା ଆଇଟିଆଇ ଶିକ୍ଷକତା ସହିତ ଗ୍ରାମରେ ଟ୍ୟୁସନ୍ ମଧ୍ୟ କରୁଥିଲେ। ସବୁବେଳେ ଚୁପ୍ଚାପ୍ ରୁହନ୍ତି। ତାଙ୍କ ବିଷୟରେ କାହା ପାଖରେ ବିଶେଷ କିଛି ଖବର ନଥାଏ। ତେବେ, ଗତ ମାର୍ଚ୍ଚ ମାସରେ କୋଲକାତା ପୁଲିସର ଏକ ଟିମ୍ ଇଟାମାଟି ପୁଲିସ ସହାୟତରେ ତାଙ୍କ ଘରେ…
Read Moreମାତୃ ଦିବସରେ ମା’ଆଖିରେ ଲୁହ, ୪ବର୍ଷ ହେଲା ପୁଅ ନିଖୋଜ
ନୟାଗଡ଼,(ନୟାଗଡ଼ ଦର୍ପଣ): ମାତୃ ଦିବସରେ ମାଆ ଓ ସନ୍ତାନଙ୍କ ମଧ୍ୟରେ ଥିବା ଅନାବିଳ ସ୍ନେହ ମମତାକୁ ନେଇ ମା’ ହସି ହସି ବାତ୍ସଲ୍ୟର ସ୍ନେହଭରା ଲୁହ ଆଖିରୁ ଗଡ଼େଇ ଦେଉଥିଲା ବେଳେ ଆଜି କିନ୍ତୁ ଗୋଟିଏ ମା’ ପ୍ରାୟ ୪ ବର୍ଷ ହେଲା ଏକମାତ୍ର ପୁଅର ବିଚ୍ଛେଦରେ ଲୁହ ବଦଳରେ ରକ୍ତ ଗଡାଉଥିବା ଦେଖିବାକୁ ମିଳିଛି। ଏକମାତ୍ର ପୁଅର ବିଚ୍ଛେଦରେ ବାହୁନି ବାହୁନି ଭୂଇଁରେ କାନ୍ଦି ଲୋଟି ଗଡୁଥିବା ଏମିତି ମା’ହେଉଛି ହୁଲାସ ପେଣ୍ଠୋଇ । ଘର ହେଉଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ତଥା ନୟାଗଡ଼ ସଦର ଥାନା ଅନ୍ତର୍ଗତ ମାଳିସାହି ଗ୍ରାମ ପାଟୁଳି ସାହିରେ । ଅଭିଯୋଗ ଅନୁଯାୟୀ ପୁଅ ରମେଶ (୨୮) ଫେରିବା ବାଟକୁ ଅପେକ୍ଷା କରି କରି ନିରାଶ ହେବା ପରେ ୨୦୨୧ ମସିହା ଜାନୁଆରୀ ୧୩ ରେ ପୁଅର ବାପା…
Read Moreଜିଲ୍ଲାର ବିଭିନ୍ନ ବ୍ଲକର ପଛୁଆ ବର୍ଗ ସର୍ଭେ କେନ୍ଦ୍ର ପରିଦର୍ଶନ କଲେ ପର୍ଯ୍ୟବେକ୍ଷକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡିଶା ପଛୁଆ ବର୍ଗର ସାମାଜିକ ଓ ଶିକ୍ଷାଗତ ସ୍ଥିତିର ସର୍ଭେ କାର୍ଯ୍ୟ ସାରା ରାଜ୍ୟରେ ଚାଲୁ ରହିଛି । ମେ ୧ ତାରିଖରୁ ମେ ୨୭ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁ ରହିବ । ଏଥି ନିମନ୍ତେ ନୟାଗଡ଼ଜିଲ୍ଲାରେ ସମସ୍ତ ବ୍ଲକରେ ବିଭିନ୍ନ ସର୍ଭେ କେନ୍ଦ୍ର ମାନ ଖୋଲାଯାଇଛି। ନୟାଗଡ଼ ଜିଲ୍ଲା ଦାୟିତ୍ବରେ ଥିବା ରାଜ୍ୟ ପର୍ଯ୍ୟବେକ୍ଷକ ପ୍ରଦୀପ କୁମାର ନାୟକ ନୟାଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ ପରିଦର୍ଶନ କରିଛନ୍ତି । ନୟାଗଡ଼ ଜିଲ୍ଲାର ନୟାଗଡ଼ ପୌରାଞ୍ଚଳ, ନୟାଗଡ଼ ବ୍ଲକ, ଓଡ଼ଗାଁ ଏନଏସି, ଓଡ଼ଗାଁ ବ୍ଲକ ଓ ନୂଆଗାଁ ବ୍ଲକ ଗସ୍ତ କରିଛନ୍ତି । ଏହି ସର୍ଭେ କେବଳ ଓଡ଼ିଶା ସରକାରଙ୍କ ଦ୍ବାରା ଅଧିସୂଚୀତ ୨୧୧ ପ୍ରକାର ପଛୁଆ ବର୍ଗର ଲୋକଙ୍କ ପାଇଁ ଉଦ୍ଦିଷ୍ଟ। ପରିବାରର ମୁଖ୍ୟ କିମ୍ବା ଘରର ବରିଷ୍ଠ ସଦସ୍ୟ…
Read Moreବିଭିନ୍ନ ସର୍ଭେକେନ୍ଦ୍ର ପରିଦର୍ଶନ କଲେ ରାଜ୍ୟ ପର୍ଯ୍ୟବେକ୍ଷକ, ଡିଡବ୍ଲୁଓ ଏବଂ ନୂଆଗାଁ ବିଡ଼ିଓ
ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ସମସ୍ତ ବ୍ଲକରେ ପଛୁଆ ବର୍ଗ ସର୍ଭେ କାର୍ଯ୍ୟ ଚାଲିଥିବା ବେଳେ ନୂଆଗାଁ ବ୍ଲକର ବିଭିନ୍ନ ସର୍ଭେ କେନ୍ଦ୍ର ପରିଦର୍ଶନ କରିଛନ୍ତି ପଛୁଆବର୍ଗ କମିଶନର ରାଜ୍ୟ ପର୍ଯ୍ୟବେକ୍ଷକ ପ୍ରଦୀପ କୁମାର ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ଦୟାନିଧି ନାୟକ ଏବଂ ନୂଆଗାଁ ବ୍ଲକ୍ ବିଡ଼ିଓ ସଚିଦା ନନ୍ଦ ମିଶ୍ର। ନୂଆଗାଁ ବ୍ଲକର ହରିପୁର, ବାହାଡାଝୋଲା, ସିଙ୍ଗାରପଲ୍ଲୀ, ଗାତେରୀ, ମହିପୁର, ଚାହାଳି, ଢେଙ୍କେଣା ଏବଂ ଦୁରୁଦୁରା ପଞ୍ଚାୟତର ସର୍ଭେ କେନ୍ଦ୍ର ପରିଦର୍ଶନ କରି ପଛୁଆ ବର୍ଗ ଲୋକମାନଙ୍କ ସାମାଜିକ ଏବଂ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ସର୍ଭେ କରିବା ସହ ଲୋକମାନଙ୍କୁ ସଚେତନ କରିଥିଲେ ରାଜ୍ୟ ପର୍ଯ୍ୟବେକ୍ଷକ। ଏହି ଗ୍ରସ୍ତ କାର୍ଯ୍ୟକ୍ରମରେ ରାଜ୍ୟ ପର୍ଯ୍ୟବେକ୍ଷକ, ଡିଡ଼ବ୍ଲୁଓ ଦୟାନିଧି ନାୟକ ଏବଂ ନୂଆଗାଁ ବ୍ଲକ୍ ବିଡ଼ିଓଙ୍କ ସହିତ ଡବ୍ଲୁଇଓ ମଳୟ ରଞ୍ଜନ ଚିନାରା, ବରିଷ୍ଠ ରାଜସ୍ୱ ସହକାରୀ…
Read Moreଡକାୟତି ଉଦ୍ୟମ ଡ୍ରାଇଭରକୁ ମରଣାନ୍ତକ ଆକ୍ରମଣ କଲେ ଦୁର୍ବୃତ୍ତ
ନୂଆଗାଁ,(ନୟାଗଡ଼ ଦର୍ପଣ) ନୟାଗଡ ଜିଲ୍ଲା ନୂଆଗାଁ ଥାନା ୫୭ ନଂ ଜାତୀୟ ରାଜପଥ ଏକ କାର ଗାଡ଼ିକୁ ଲୁଟ କରିବା ଉଦ୍ୟମ ବିଫଳ ହେବା ସହ ଡ଼୍ରାଇଭରକୁ ମରଣାନ୍ତକ ଆକ୍ରମଣଏ ଶିକାର ହୋଇ ଗୁରୁତର ଭାବେ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣା ପଡିଛି। ସୂଚନା ଥାଉକି କଣ୍ଟିଲୋ ଗ୍ରାମର କାର୍ ଡ଼୍ରାଇଭର କୁଲକ୍ ସାହୁ କିଛି ଲୋକଙ୍କୁ ନେଇ ନୟାଗଡ ଦେଇ ଦଶପଲ୍ଲା ଯାଉଥିଲେ। ଦଶପଲ୍ଲା ଯାଉଥିବା ସମୟରେ ୫୭ ନଂ ଜାତୀୟ ରାଜପଥ ଲୁଣିସରା ଠାରେ ହଠାତ୍ ଏକ ଅଜଣା ବାଇକ୍ ଆସି ଗାଡ଼ି ଆଗରେ ରହି ଗାଡ଼ିଟିକୁ ଅଟକାଇଥିଲେ। ଗାଡ଼ି ଅଟକାଇବା ପରେ ଗାଡ଼ିରେ ବସିଥିବା ଲୋକ ଏବଂ ବାଇକ୍ ଚାଳକ( ଓଡି – ୦୨- ବିସି-୬୨୪୩ ) କାରର କାଚ ଭାଙ୍ଗିବା ସହ କାର ଡ଼୍ରାଇଭରକୁ ମରଣାତ୍ମକ ଆକ୍ରମଣ କରି ପର୍ସ ଓ…
Read Moreନବ ଗଠିତ ହେମେନ୍ଦ୍ର ସେନାର ପ୍ରଥମ ସାଧାରଣ ବୈଠକ ଏବଂ ରକ୍ତଦାନ ଶିବିର
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୃଷ୍ଟି ହୋଇଥିବା ଉତ୍କଟ ରକ୍ତ ଅଭାବକୁ ଦୃଷ୍ଟିରେ ରଖି ସଙ୍ଗଠନର ପ୍ରତିଷ୍ଠାତା ଅରଣ୍ୟରାଜ କିଶୋର ସିଂଙ୍କ ନିର୍ଦ୍ଦେଶରେ ଆଜି ପ୍ରଥମ ସାଧାରଣ ବୈଠକ ଏବଂ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ସ୍ଥିତ ପୁରୁଣା ରାଜବାଟିରେ ଆୟୋଜିତ ରକ୍ତଦାନ ଶିବିରକୁ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଉଦଘାଟନ କରିଥିବା ବେଳେ ହେମେନ୍ଦ୍ର ସେନାର ସଭାପତି ସୌମ୍ୟ ରଂଜନ ପ୍ରଧାନ, ସମ୍ପାଦକ ଶେଖ ଅବଦୁଲ ଆହାଦ, ସମାଜସେବୀ ଦାମୋଦର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକରେ ନୟାଗଡ଼ ମେଡିକାଲ କଲେଜ, ନୟାଗଡ଼ ମହାବିଦ୍ୟାଳୟକୁ ନୟାଗଡ଼ ବିଶ୍ବବିଦ୍ୟାଳୟ ରୂପେ ଘୋଷଣା ଏବଂ ନୟାଗଡ଼ରେ ହେଉଥିବା ଘନ ଘନ ବିଦ୍ୟୁତ କାଟ ଉପରେ ଆଲୋଚନା କରାଯିବା ସହ ଏହା ଉପରେ ଖୁବଶୀଘ୍ର ଆବଶ୍ୟକୀୟ ପଦକ୍ଷେପ ନିଆଯିବା ନିମନ୍ତେ ସ୍ଥିର କରାଗଲା। ନୟାଗଡ଼…
Read More