ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ପରିଷଦର ସୃଜନ ସଭାଗୃହରେ ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ସୁବାସ ଚନ୍ଦ୍ର ରାୟ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମକରନ୍ଦ ବେଉରା, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଦିଲିପ କୁମାର ଜେନା ଏବଂ ଏସ.ଡି.ପି.ଓ ସ୍ନେହାଶିଷ ସାହୁ ମଂଚାସୀନ ଥିଲେ । ଜିଲ୍ଲାପାଳ ଶ୍ରୀ ସାହୁ ବୈଠକରେ ସମସ୍ତଙ୍କୁ ସ୍ବାଗତ କରିବା ସଙ୍ଗେ ସଙ୍ଗେ ଆଗାମୀ ବର୍ଷାଋତୁରେ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଏଜେଣ୍ଡା ଅନୁଯାୟୀ ଆଲୋଚନା…
Read MoreCategory: ନୂଆଗାଁ ବ୍ଲକ
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ କଲବଲ ଅଙ୍ଗନବାଡ଼ି ଶିଶୁ, ଛୁଟି ଘୋଷଣା ଦାବୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଲକ୍ଷ୍ୟ ରଖି ସରକାର ସ୍କୁଲ, କଲେଜ ବନ୍ଦ ରଖିଥିଲା ବେଳେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲା ରଖିଛନ୍ତି। ଯାହାକି କୋମଳମତୀ ଶିଶୁମାନେ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇ ଖରାରେ କଲବଲ ହେଉଥିବା ପରିଲକ୍ଷିତ ହୋଇଛି। ସକାଳ ୭ଟାରୁ ଟାଇଁ ଟାଇଁ ଖରା ଆରମ୍ଭ ହୋଇଯାଉଥିବା ବେଳେ ବୟସ୍କ ଲୋକମାନେ ପଦାକୁ ବାହାରିବା ମୁସ୍କିଲ ହୋଇପଡୁଛି । ଅଥଚ କୋମଳମତି ଶିଶୁମାନେ ସକାଳ ୭ଟାରୁ କେନ୍ଦ୍ର ଯାଇ ୧୦ଟାରେ ଅସହ୍ୟ ଖରାରେ କଙ୍କ୍ରିଟ୍ ରାସ୍ତା ଉପରେ ଚାଲି ଚାଲି ଫେରିବାକୁ କୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଜିଲାର ବହୁ ଅଙ୍ଗନବାଡ଼ି କେନ୍ଦ୍ରରେ ପାଣି କି ବିଦ୍ୟୁତ ସୁବିଧା ନାହିଁ। ଶିଶୁମାନେ ଅଙ୍ଗନବାଡ଼ି କେନ୍ଦ୍ରରେ ଦିନ ୧୦ଟା ଯାଏଁ ଅସହ୍ୟ ଗୁଳୁଗୁଳି ତାତିରେ ରହୁଥିଲା ବେଳେ ଅସହ୍ୟ ଗରମରେ ଆଉଟୁ ପାଉଟୁ ହେଉଥିବା, ଏପରିକି…
Read Moreଗାଁ’କୁ ଫେରିବେ ୨୦ ପରିବାର, ଗଠନ ହେଲା ଶାନ୍ତି କମିଟି
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକ ଶରଣକୁଳ ଥାନା ଅନ୍ତର୍ଗତ ଜାକେଡା ଗ୍ରାମର ଅନୁସୂଚିତ ଜାତି ଲୋକ ଓ ସାଧାରଣ ବର୍ଗର ଲୋକଙ୍କ ମଧ୍ୟରେ ଗ୍ରାମର କୋଠ ସମ୍ପତ୍ତି, ମାଛ ଚାଷ, ଆମ୍ବତୋଟା ଓ କାଜୁ ଜଙ୍ଗଲକୁ ନେଇ ଅନୁସୂଚିତ ଜାତିର ୨୦ଟି ପରିବାର ଓ ସାଧାରଣ ବର୍ଗର ଲୋକମାନଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁ ମୁହିଁ ହୋଇ ଦୁଇ ଜଣଙ୍କୁ ଅପହରଣ ଓ ଗଣ୍ଡଗୋଳ ସମ୍ପର୍କରେ ଥାନାରେ ଅଭିଯୋଗ ହେବାରୁ ଉତ୍ତେଜନା ଆହୁରି ଅଧିକ ହୋଇଥିଲା । ଫଳରେ ଅନୁସୂଚିତ ଜାତିର ୨୦ଟି ପରିବାରର ୮୦ରୁ ଅଧିକ ସଦସ୍ୟ ଗାଁ’ଛାଡି ପ୍ରଥମେ ଶିଖରପୁର ପରେ ନୟାଗଡ଼ ପାଣିପୋଇଲା ଏବଂ ଶେଷରେ ଭୁବନେଶ୍ବର ପିଏମଜି ଛକରେ ଧାରଣା ଦେଇଥିଲେ । ଗତବର୍ଷ ନଭେମ୍ବର ମାସ ୨୬ ତାରିଖରେ ଜିଲ୍ଲା ପ୍ରଶାସନ ଧାରଣାଧାରୀଙ୍କୁ ନୟାଗଡ଼…
Read Moreନୂଆଗାଁ ବ୍ଲକରେ ଭତ୍ତା ସମ୍ପର୍କିତ ଆଲୋଚନା ଚକ୍ର
ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ ପରିସରରେ ଥିବା ସଦଭାବନା ଗୃହରେ ଭତା ସମ୍ପର୍କିତ ବିଭିନ୍ନ ସମସ୍ଯା ସମ୍ପର୍କରେ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ବ୍ଲକ୍ ଉନ୍ନୟନ ଅଧିକାରୀ ସଚିଦା ନନ୍ଦ ମିଶ୍ର, ଅତିରିକ୍ତ ବ୍ଲକ୍ ଉନ୍ନୟନ ଅଧିକାରୀ ସ୍ବଦେଶ ଶତପଥି, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସାଧୁ ଚରଣ ସାହୁ, ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରିଣୀ ସ୍ଵର୍ଣ୍ଣ ସାରିକା ଜେନା ପ୍ରମୁଖ ମଞ୍ଚାସୀନ ଥିଲେ। ଭତ୍ତା ପାଉଥିବା ହିତାଧିକାରୀଙ୍କ ବିଭିନ୍ନ ସମସ୍ୟା ଯେପରି ଟଙ୍କା ବ୍ୟାଙ୍କରୁ ନ ଉଠାଇ ପାରିବା, ବ୍ୟାଙ୍କ ଖାତା ସହ ଆଧାର ସଂଯୋଗ, ଆଧାର ନବୀକରଣ, ବ୍ୟାଙ୍କ ମିତ୍ରଙ୍କ ସାହାଯ୍ୟରେ ବ୍ୟାଙ୍କରୁ ଭତ୍ତା ଟଙ୍କା ଉଠାଇବା, ଶଯ୍ୟାଶାୟୀ ଲୋକଙ୍କୁ ଘରେ ଭତ୍ତା ଟଙ୍କା ଦେବା ଆଦି ଉପରେ ଆଲୋଚନା କରାଯାଇଥିଲା ।ଏହି…
Read Moreନୟାଗଡ଼ ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ, ୨ମୃତ ୩ଗୁରୁତର
ଖଣ୍ଡପଡା,ଗଣିଆ,(ନୟାଗଡ଼ ଦର୍ପଣ): କାଳବୈଶାଖୀ ତାଣ୍ଡବ ଯୋଗୁଁ ନୟାଗଡ ଜିଲ୍ଲାର ଦୁଇଟି ପୃଥକ ସ୍ଥାନରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଓ ୩ଜଣ ଗୁରୁତର ଆହତ ହୋଇ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସତ ହେଉଛନ୍ତି। ଅଭିଯୋଗ ଅନୁଯାଇ ଆଜି ଅପରାହ୍ନ ୪ଟା ସମୟରେ ଖଣ୍ଡପଡା -ଖଲିସାହି ରାସ୍ତା ଅଁଳାପଟା ଠାରେ ୪ଜଣ ମହିଳାଙ୍କୁ ନେଇ ଏକ ଅଟୋ ଯାଉଥିବା ସମୟରେ କାଳବୈଶାଖୀ ପବନ ଯୋଗୁଁ ରାସ୍ତା କଡ଼ରେ ଥିବା ଏକ ଜାମୁ ଡାଳ ଭାଙ୍ଗି ଅଟୋ ଉପରେ ପଡିଯାଇଥିଲା। ତେବେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ଜଣ ଆହତ ହୋଇଥିଲେ। ମୃତକ ଜଣଙ୍କ ହେଲେ ଖଲିସାହି ଗ୍ରାମର ରଶ୍ମିତା ନାୟକ। ସେହିଭଳି କାଳବୈଶାଖୀ ପ୍ରଭାବରେ ଗଣିଆ ଥାନା ଅନ୍ତର୍ଗତ କିଶୋରଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଗଛ ଡ଼ାଳ ଭାଙ୍ଗି ଜଣକର ମୃତ୍ୟୁ ହୋଇଥିବା…
Read Moreବଦଳିଲେ ଜିଲ୍ଲାର ୭ ଥାନା ଅଧିକାରୀ, ଅଦଳବଦଳ କଲେ ଆରକ୍ଷୀ ଅଧିକ୍ଷକ
ନୟାଗଡ଼,(ନୟାଗଡ଼ ଦର୍ପଣ): ବଦଳିଲେ ଜିଲ୍ଲାର ୭ଟି ଥାନା ଅଧିକାରୀ ଏହି ବଦଳିକୁ ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହି କରିଥିବା ଜଣାପଡିଛି। ସୂଚନା ଥାଉକି, ଶରଣକୁଳ ଥାନାରେ କାର୍ଯ୍ୟରତ ଇନିସ୍ପେକ୍ଟର ଜୟଦୀପ ମହାନ୍ତିଙ୍କୁ ଓଡ଼ଗାଁ ଥାନାକୁ ବଦଳି କରାଯାଇଛି । ନୂଆଗାଁ ଥାନାରେ କାର୍ଯ୍ୟରତ ପୁଲିସ ଇନିସ୍ପେକ୍ଟର ପୁଷ୍ପଲତା ବେହେରାଙ୍କୁ ଶରଣକୁଳ ଥାନାକୁ ବଦଳି କରାଯାଇଛି। ନୟାଗଡ଼ ସଦର ଥାନାରେ କାର୍ଯ୍ୟରତ ପୁଲିସ ଇନିସ୍ପେକ୍ଟର ଦୀପକ କୁମାର ଖଣ୍ଡାୟତରାୟଙ୍କୁ ଇଟାମାଟି ଥାନାକୁ ବଦଳି କରାଯାଇଛି । ରିଜର୍ଭ ପୋଲିସରେ ଥିବା ଇନିସ୍ପେକ୍ଟର ଅନିତା ସାହୁଙ୍କୁ ସଦର ଥାନାକୁ ବଦଳି କରାଯାଇଛି। ଗଣିଆ ଥାନାରେ କାର୍ଯ୍ୟରତ ଇନିସ୍ପେକ୍ଟର ବିମଳ କୁମାର ମଲ୍ଲିକଙ୍କୁ ନୂଆଗାଁ ଥାନାକୁ ବଦଳି କରାଯାଇଛି। ଭାପୁର ବିଟ୍ ହାଉସ୍ର ସବ୍ଇନିସପେକ୍ଟର ବିନୟ ରଞ୍ଜନ ପରିଡାଙ୍କୁ ଗଣିଆ ଥାନାର ଓଆଇସି ଭାବେ ବଦଳି କରାଯାଇଛି।…
Read Moreଜିଲ୍ଲାପାଇଁ ଗୌରବ ଆଣିଥିବାରୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧିତ ହେଲେ ନୋତ୍ତର ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନୋତରସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ସିବିଏସି ଦଶମ ଶ୍ରେଣୀ ପରୀକ୍ଷାରେ ମୋଟ ୮୧ଜଣ ପରୀକ୍ଷା ଦେଇଥିଲେ । ଏଥିରେ ଛାତ୍ରୀ ପ୍ରତ୍ୟାଶା ଶତପଥୀ ୯୮% ମାର୍କ ରଖି ଟପ୍ପର ହୋଇଛନ୍ତି । ପ୍ରତ୍ୟାଶା ରାଜ୍ୟ ସ୍ତରରେ ଟପ୍ପର ହୋଇଛନ୍ତି । ସେ ମୋଟ ୫୦୦ ନମ୍ବରରୁ ୪୯୦ ନମ୍ବର ରଖୁଛନ୍ତି । ସେହିପରି ଭାବେ ଶୁଭକାନ୍ତ ମାଝି ଦ୍ବିତୀୟସ୍ଥାନ ଅଧିକାର କରିଛନ୍ତି । ସେ ୯୭.୨% ମାର୍କ ରଖିଛନ୍ତି। ସେ ରାଜ୍ୟ ସ୍ତରରେ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି ଦିବେଶ ଦାସ ୯୫.୨% ମାର୍କ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଉକ୍ତ ବିଦ୍ୟାଳୟରେ ୯୫ ରୁ ୧୦୦ % ମଧ୍ୟରେ ୩ ଜଣ ମେଧାବୀ ଥିବା ବେଳେ ୯୦ ରୁ ୧୦୦% ଭିତରେ ୨୧ ଜଣ ଛାତ୍ରଛାତ୍ରୀ ସଫଳତା ପାଇଛନ୍ତି…
Read Moreରାଜପଥରେ ଲୁଟ ପାଇଁ ଡ୍ରାଇଭରକୁ ଆକ୍ରମଣ ଘଟଣା, ଜଣେ ଗିରଫ ୩ଫେରାର
ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ଥାନା ଅଧୀନରେ ଥିବା ଲୁଣିସରା ଗ୍ରାମ ନିକଟସ୍ଥ ୫୭ ନଂ ଜାତୀୟ ରାଜପଥ ରେ ଦୁଇଦିନ ତଳେ କାର ଗାଡ଼ି ଡ୍ରାଇଭରକୁ ମରଣାତ୍ମକ ଆକ୍ରମଣ ଅଭିଯୋଗରେ ନୂଆଗାଁ ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ ଦୁଇଦିନ ତଳେ କଣ୍ଟିଲୋ ଗ୍ରାମର କାର୍ ଡ଼୍ରାଇଭର କୁଲକ୍ ସାହୁ ଦୁଇଜଣ ଯାତ୍ରୀକୁ ନେଇ ଦଶପଲ୍ଲା ଯାଉଥିବା ବେଳେ, ଗାଡ଼ିରେ ବସିଥିବା ଦୁଇଜଣ ଯୁବକ ଏବଂ ବାଇକ୍ ରେ ଦୁଇଜଣ ଆସି କାରକୁ ଅଟକାଇବା ସହ ଡ୍ରାଇଭରକୁ ମରଣାତ୍ମକ ଆକ୍ରମଣ କରି ମୋବାଇଲ୍ ସହ, ୩୩୦୦ ଟଙ୍କା ନେଇ ଫେରାର ହେବା ସମୟରେ ସ୍ଥାନୀୟ ଲୋକ ଜଣକୁ କାବୁ କରି ନୂଆଗାଁ ଥାନା ପୁଲିସକୁ ଜିମା ଦେଇଥିଲେ । ଯୁବକ ଜଣକ ଗଞ୍ଜାମ ଜିଲ୍ଲାର ହାଡ଼ିବନ୍ଧୁ…
Read Moreସଫଳ କୃଷି ଉଦ୍ୟୋଗୀ ହେବା ପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ବେଶ୍ ସହାୟକ
ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ପରିସରରେ ଥିବା ସଭାଗୃହ ରେ କୃଷି ବିଭାଗ ଆନୁକୁଲ୍ଯରେ ମୁଖ୍ୟ ମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଉପରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ପ୍ରଶିକ୍ଷଣ ଶିବିର ରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବିଡ଼ିଓ ସଚିଦା ନନ୍ଦ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟା ପ୍ରତିମା ଦଳ ବେହେରା, ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ, ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ, ସହକାରୀ କୃଷି ଅଧିକାରୀ ପୂଜା କହଁର, ଆପିକଲ ଜିଲ୍ଲା ସଂଯୋଜକ ଅବିନାଶ ଦାସ ପ୍ରମୁଖ ଯୋଗ ଦେଇଥିଲେ। ସାଧାରଣ ଭାବେ ଏକ ସଫଳ କୃଷି ଉଦ୍ୟୋଗୀ ହେବା ପାଇଁ ମୁଖ୍ୟ ମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା କିଭଳି ସହାୟକ ହେବ ସେ ନେଇ ପ୍ରଶିକ୍ଷଣ…
Read Moreମିଶନ ବାତ୍ସଲ୍ୟ କାର୍ଯ୍ୟକ୍ରମ ଶିଶୁ ସୁରକ୍ଷା, ବାଲ୍ୟ ବିବାହ ରୋକିବା ଆଦି ଉପରେ ଆଲୋଚନା
ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସଭା ଗୃହରେ ବ୍ଲକ୍ ସ୍ତରୀୟ ଶିଶୁ ମଙ୍ଗଳ ଓ ସୁରକ୍ଷା କମିଟି ଆନୁକୂଲ୍ୟରେ ମିଶନ ବାତ୍ସଲ୍ୟ, ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ନୂଆଗାଁ ବ୍ଲକ୍ ବିଡ଼ିଓ ସଚିଦା ନନ୍ଦ ମିଶ୍ର, ୧୭ ନଂ ଜିଲ୍ଲା ପରିଷଦ ସଭ୍ୟା ପ୍ରତିମା ଦଳ ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ, ସିଡ଼ିପିଓ ସୁଭ୍ରକେଶି ମଲିକ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ। ଶିଶୁ ସୁରକ୍ଷା, ବାଲ୍ୟବିବାହା , ପଞ୍ଚାୟତ ଏବଂ ଗ୍ରାମ୍ୟ ସ୍ତରରେ ବାଲ୍ୟବିବାହା କୁ ରୋକିବା, ଝିଅ ମାନଙ୍କୁ କିପରି ମାଗଣା ଶିକ୍ଷା ଦିଆଯିବ, ବାଳ ଅପରାଧୀ ଆଦି ବିଷୟରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ନୂଆଗାଁ ବ୍ଲକ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ, ସଭ୍ୟା ଯୋଗ…
Read More