ନୂଆଗାଁ,(ନୟାଗଡ଼ ଦର୍ପଣ): ୨୦୧୩ ମସିହାରୁ ବିଶ୍ବବ୍ୟାପୀ ‘ଆର୍ଟ ଅଫ ଗିଭିଂ’ ପ୍ରୟାସ କୀଟ, କିସର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଦ୍ଵାରା ଆରମ୍ଭ ହୋଇଛି। ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଭାଗୃହରେ କିମ୍ସର ଫିଲ୍ଡ ଅଫିସର ପ୍ରମୋଦ କୁମାର ବାରିକୀଙ୍କ ତତ୍ବାବଧାନରେ ‘ଆର୍ଟ ଅଫ ଗିଭିଂ’ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ‘ଆର୍ଟ ଅଫ ଗିଭିଂ’ ଏକ ମାନସିକତା ଯାହାକି ଦୟା ଓ ଉଦାରତା ମାଧ୍ୟମରେ ଅନ୍ୟକୁ ପୂର୍ଣ୍ଣ ମାତ୍ରାରେ ସ୍ନେହ ଶାନ୍ତି ଖୁସି ଦେବା ନିମନ୍ତେ ଏକ ପ୍ରୟାସ କହିବା ସହ ଆଶାକର୍ମୀ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଝାଡୁଦାର, ହକର, ସମାଜ ସେବୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ବିଡ଼ିଓ ସଚିଦା ନନ୍ଦ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟା ପ୍ରତିମା ଦଳ ବେହେରା, ଦଶପଲ୍ଲା ଏନ୍ ଏ ସି ଉପାଧ୍ୟକ୍ଷ କିଶୋର ଚନ୍ଦ୍ର ଦାସ, ଏ ବି ଡି ଓ ସ୍ବଦେଶ ମହାପାତ୍ର, ସରପଞ୍ଚ ଅମିତା ପରିଡ଼ା, ସେବା ସମବାୟ ବ୍ୟାଙ୍କ ମ୍ୟାନେଜର ସରୋଜ ସାହାଣୀ, ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷ ଭିକାରୀ ଚରଣ ସ୍ୱାଇଁ, ପୂର୍ବତନ ସମିତି ସଭ୍ୟ ରମେଶ ଚନ୍ଦ୍ର ପ୍ରଧାନ, ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଉମେଶ ଚନ୍ଦ୍ର କର ପ୍ରମୁଖ ଯୋଗଦେଇ ସାହାଯ୍ୟ କାରୀଙ୍କୁ ସାହାଯ୍ୟ ହେଉଛି ‘ଆର୍ଟ ଗିଭିଂ’ର ଉଦେଶ୍ୟ ଏବଂ ଯେଉଁମାନେ ଲୋକମାନଙ୍କ ସେବାରେ ଅହରହ ପ୍ରଚେଷ୍ଟା ଜାରୀ ରଖିଛନ୍ତି ସେମାନଙ୍କୁ ସମ୍ମାନ ଦେବା, ସାହାଯ୍ୟ କରିବା ନିହାତି ଆବଶ୍ୟକ ବୋଲି କହିଥିଲେ। ‘ବି ହାପି ନୋ ବିପି’ର ଉଦେଶ୍ୟ ବୁଝାଇଥିଲେ ବିଡ଼ିଓ। ସାଂସଦଙ୍କ ପ୍ରଚେଷ୍ଟା ଯୋଗୁଁ ୧୨୦ଟି ଦେଶରେ ‘ଆର୍ଟ ଅଫ ଗିଭିଂ’ ପାଳିତ ହେଉଛି । ସାଂସଦ ଅଚ୍ୟୁତ ସାମନ୍ତଙ୍କ ଏଭଳି ପ୍ରଚେଷ୍ଟାକୁ ପ୍ରଶଂସା କରିଥିଲେ ଦଶପଲ୍ଲା ବିଧାୟକ ଏବଂ ଅତିଥି ବୃନ୍ଦ। ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ପରିଚାଳନା କରିଥିଲେ ସାଂସଦଙ୍କ ନୂଆଗାଁ ବ୍ଲକ୍ କୋର୍ଡିନେଟର ସୁବ୍ରତ ପରିଡ଼ା।
