ଜିଲ୍ଲାସ୍ତରୀୟ ଟେବୁଲ ଟପ୍ ଅଭ୍ୟାସ ଉପରେ ବୈଠକ ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଟେବୁଲ ଟପ୍ ଅଭ୍ୟାସ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଜିଲ୍ଲାପାଳ ମଂଚାସୀନ ଯୁଗ୍ମ ସ୍ଵତନ୍ତ୍ର ରିଲିଫ୍ କମିଶନର ଶ୍ରୀମତୀ ଲିପିକା ଦାସଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଦିଲିପ କୁମାର ଜେନା ଏବଂ ସମ୍ମୁଖରେ ଉପସ୍ଥିତ ଥିବା ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଲାଇନ ବିଭାଗର ଅଧିକାରୀମାନଙ୍କୁ ସ୍ବାଗତ ଜଣାଇବା ସହ ଟେବୁଲ ଟପ୍ ବୈଠକ ଉପରେ ସୂଚନା ପ୍ରଦାନ କରି କହିଲେ ଯେ, ବିପର୍ଯ୍ୟୟ ମୁକାବିଲା କରିବାରେ ଓଡ଼ିଶା ସମଗ୍ର ଦେଶରେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛି । ବିପର୍ଯ୍ୟୟ ସମୟରେ ସମସ୍ତ ବିଭାଗ ମଧ୍ୟରେ ଆନ୍ତବିଭାଗୀୟ ସମନ୍ଵୟ ରକ୍ଷା କରି ପରିସ୍ଥିତିକୁ ମୁକାବିଲା କରିବା ପାଇଁ…

Read More

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ମୋ ଘର ଯୋଜନା’ ଏକ ଯୁଗାନ୍ତକାରୀ ପଦକ୍ଷେପ : ଦଶପଲ୍ଲା ବିଧାୟକ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଥିବା ସଦଭାବନା ଗୃହରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ଲକ ବିଡ଼ିଓ ସଚ୍ଚିଦାନନ୍ଦ ମିଶ୍ରଙ୍କ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା । ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା ପ୍ରମୁଖ ଯୋଗ ଦେଇଥିଲେ। ବିଧାୟକ ଶ୍ରୀ ବେହେରା ମୋ ଘର ହେଉଛି ଗୋଟିଏ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଯୁଗାନ୍ତକାରୀ ପଦକ୍ଷେପ ତାକୁ କିପରି ଅଧିକ ଯୋଗ୍ୟ ହିତାଧିକାରୀ ମାନେ ଏହାର ସୁବିଧା ପାଇପାରିବେ ତାହାରି ଉପରେ ଗୁରୁତ୍ଵାରୋପ କରିଥିଲେ। ଏହା ଆବାସ ଯୋଜନା ସହିତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପ୍ରତି ପଞ୍ଚାୟତରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟ ଠିକ୍ ସମୟରେ କରାଯାଇପାରିବ ସେ ଉପରେ ଉପରେ…

Read More

ସମର୍ପଣ ବୃଦ୍ଧାଶ୍ରମରେ ନିଆରା ବାହାଘର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରଣପୁରସ୍ଥିତ ବାଳାଶ୍ରମର କନ୍ଯା ଆୟୂଷ୍ମତୀ ଜିନାର ବିବାହ ଉତ୍ସବ ଯୁବକ ଆୟୂଷ୍ମାନ୍ ଜିତେନ୍ଦ୍ରଙ୍କ ସହିତ ସମର୍ପଣ ବୃଦ୍ଧାଶ୍ରମରେ ଜିଲ୍ଲା ପ୍ରଶାସନ ତରଫରୁ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ, ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ନୟାଗଡ଼ ବନଖଣ୍ଡ ଅଧିକାରିଣୀ କ୍ଷମା ଷଡଙ୍ଗୀ, ମହାନଦୀ ବନ୍ଯପ୍ରାଣୀ ବନଖଣ୍ଡ ଅଧିକାରୀ ଫାଲଗୁନି ସାରଥି ମଲ୍ଲିକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆଦିପତି କଅଁର, ବ୍ଳକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ ଓ ସତ୍ଯ ରଂଜନ ଦାସଙ୍କ ସମେତ ବହୁ ମାନ୍ଯଗଣ ବ୍ଯକ୍ତି ଯୋଗଦେଇ ବରକନ୍ଯାଙ୍କୁ ଆଶୀର୍ବାଦ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଶୈଳବାଳା ଦାସ, ରୋଟାରିଆନ୍ ରାଧେଶ୍ଯାମ ମୋହତା, ସମାଜସେବୀ ଅରୁଣ କୁମାର ମହାନ୍ତି, ସମର୍ପଣ ସଂପାଦକ ଶ୍ରୀଧର…

Read More

କ୍ରମାଗତ ଭାବେ ବିଳମ୍ବିତ ରାତିରେ ଫେରୁଛି ପୁରୀ ଟ୍ରେନ, ଯାତ୍ରୀ ହନ୍ତସନ୍ତ, ନୟାଗଡ଼ ନାଗରିକ ମଞ୍ଚର ଉଦବେଗ

ନୟାଗଡ଼,(ନୟାଗଡ଼ ଦର୍ପଣ): ପ୍ରତ୍ୟେକ ଦିନ ସନ୍ଧ୍ୟାରେ ପୁରୀରୁ ନୂଆଗାଁ ରୋଡ଼ ଅଭିମୁଖେ ବାହାରୁ ଥିବା ସ୍ୱତନ୍ତ୍ର ପାସେଞ୍ଜର ଟ୍ରେନ କିଛିଦିନ ହେଲା କ୍ରମାଗତ ଭାବେ ନୟାଗଡ଼ ଟାଉନ ଏବଂ ନୂଆଗାଁ ରୋଡ଼ରେ ବିଳମ୍ବିତ ରାତ୍ରରେ ପହଞ୍ଚୁଛି। ଫଳରେ ସକାଳୁ ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନରେ ଯାଉଥିବା ଶହ ଶହ ଶ୍ରଦ୍ଧାଳୁ ବିଳମ୍ବିତ ରାତିରେ ଘରକୁ ଫେରିବା ପାଇଁ ବହୁ ସମସ୍ୟାରେ ସମ୍ମୁଖିନ ହେଉଛନ୍ତି। ସୂଚନାଯୋଗ୍ୟ ଯେ ପ୍ରତ୍ୟହ ସକାଳ ୬.୪୫ରେ ନୂଆଗାଁରୁ ପୁରୀ ଅଭିମୁଖେ ଟ୍ରେନ ନଂ-୦୮୪୨୪ ସ୍ୱତନ୍ତ୍ର ପାସେଞ୍ଜର ଟ୍ରେନ ବାହାରି ପୁରୀରେ ସାଢ଼େ ୧୦ଟା ସୁଦ୍ଧା ପହଞ୍ଚିଥାଏ। ପୁନଶ୍ଚ ଏହି ଟ୍ରେନ ନଂ-୦୮୪୨୩ ସନ୍ଧ୍ୟା ୬ଟାରେ ପୁରୀରୁ ବାହାରି ସାଢ଼େ ୯ଟା ସୁଦ୍ଧା ନୂଆଗାଁରେ ପହଞ୍ଚି ଥାଏ। ଏହା ଦ୍ଵାରା ନୟାଗଡ଼, ନୂଆଗାଁ, ଦଶପଲ୍ଲା, ବାଣୀଗୋଛା, ମହିପୁର ଆଦି ସ୍ଥାନର ହଜାର ହଜାର ଯାତ୍ରୀ…

Read More

ଆଦିବାସୀ ମନ୍ତ୍ରୀଙ୍କୁ ଭେଟିଲା ଆଦିବାସୀ ଅଧିକାର ମଞ୍ଚ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ଓଡଗାଁ ବ୍ଲକ ଆଦିବାସୀ ଅଧିକାର ମଞ୍ଚର କର୍ମକର୍ତାମାନେ କାଜୁ ଜମିକୁ ବେଆଇନ ନିଲାମ ପ୍ରତିବାଦରେ ଭୁବନେଶ୍ୱରଠାରେ ଆଦିବାସୀ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି। ଆନ୍ଦୋଳନର ପ୍ରମୁଖ ନେତା ବିଶ୍ୱନାଥମହାପାତ୍ର, ପବିତ୍ର ଇନ୍ଦ୍ରଜିତ, ନକୁଳ ପ୍ରଧାନ, ଭଗବାନ ପ୍ରଧାନ, ଜଗବନ୍ଧୁ ଜାନି, ଭ୍ରମର ଜାନି, ଦୁତିକୃଷ୍ଣ ପ୍ରଧାନ, କମସନ ପ୍ରଧାନ, ପ୍ରକାଶ ଜାନି ମନ୍ତ୍ରୀଙ୍କ ବାସଭବନରେ ନିରୀହ ଆଦିବାସୀଙ୍କ ସରଳତାର ସୁଯୋଗ ନେଇ ବନ ଉନ୍ନୟନ ନିଗମ କିଭଳି ଶୋଷଣ ପାଇଁ ରାସ୍ତା ଖୋଲୁଛି, ତାହା ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ଓ ମନ୍ତ୍ରୀ ନିଶ୍ଚିତଭାବେ ବିହିତ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି! ସ୍ଥାନୀୟ ବିଧାୟକ ଡ଼. ଅରୁଣ କୁମାର ସାହୁଙ୍କୁ ପ୍ରତିନିଧିମାନେ ଭେଟି ସମସ୍ୟା ଉପରେ ଆଲୋଚନା କରଛନ୍ତି ଏବଂ ବିଧାୟକ ବନ ଉନ୍ନୟନ ନିଗମର ପରିଚାଳନା ନିର୍ଦେଶକଙ୍କୁ ନିଗମର…

Read More

ନୟାଗଡ଼ରେ ବିଶ୍ୱ ଶିଶୁଶ୍ରମିକ ବିରୋଧୀ ଦିବସ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜ଼ିଲ୍ଲା ଆଇନ ସେବା ପରାଧିକରଣ ଆନୁକୂଲ୍ୟରେ, ଘଡୁଆଳ ସ୍ଥିତ ତପସ୍ୟା ଠାରେ – ‘ବିଶ୍ୱ ଶିଶୁ ଶ୍ରମିକ ବିରୋଧୀ ଦିବସ” ପାଳିତ ହୋଇଛି। ପ୍ରାଧିକାରଣ କର୍ମଚାରି ପବନ କୁମାର ବେହେରା ଅତିଥି ପରିଚୟ ଏବଂ ଦିବସର ତାପଯ୍ୟ ବର୍ଣ୍ଣନା କରିଥିଲେ। ସଦସ୍ୟ ମହମଦ ଓମାର ମଲ୍ଲିକ ଶିଶୁ ଶ୍ରମିକ ବିରୋଧୀ ଦିବସର କାରଣ, ନିରାକାରଣ, ସମସ୍ୟା ସମାଧାନ ସୁବିଧା ବିଷୟରେ ବକ୍ତବ୍ୟ ରଖିଥିଲେ। ସଦସ୍ୟା କ୍ଷଣପ୍ରଭା କର ଶ୍ରମିକ ନିରୋଧୀ ପରିବାର ସମାଜ ବିଷୟରେ ଉପାଦୟ ତଥ୍ୟ ଦେବା ସହିତ, ଗୀତ ମାଧ୍ୟମରେ ଭାବନକୁ ପ୍ରକାଶ କରିଥିଲେ। ତପସ୍ୟାର ତତ୍ୱାବଧାରକ ଚନ୍ଦ୍ରଶେଖର ବେହେରା ଶିଶୁମାନଙ୍କ ପାଇଁ ବିଭିନ୍ନ ସରକାରୀ ସୁବିଧା ଦର୍ଶାଇଥିଲେ। ପ୍ରଦୀପ କୁମାର ସାହୁ, ମୈତ୍ରୀ ଅନୁଷ୍ଠାନର ସମ୍ପାଦକ ବିଶ୍ୱ ଶିଶୁ ଶ୍ରମିକ ବିଷୟ ଉପରେ ଆଲୋଚନା କରିଥିଲେ। ଜୁନ ମାସ…

Read More

ନୟାଗଡ଼ ବ୍ଳକ ବାଲୁଗାଁରେ ବିଜୁ ଜନତା ଦଳ କର୍ମୀ ସମ୍ମିଳନୀରେ ଅରୁଣଙ୍କ ମନ୍ତ୍ର

ମହିଳା ଆଗକୁ ଆସିଲେ କେବଳ ପ୍ରଗତୀ ଓ ବିକାଶ ସୁନିଶ୍ଚିତ ନୟାଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡାଙ୍କ ସଭାପତିତ୍ବରେ ନୟାଗଡ଼ ସଦର ବ୍ଲକ ବାଲୁଗାଁଠାରେ ବିଜୁ ଜନତା ଦଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର‌୍ୟ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ବ୍ଲକ ଉପାଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ସାହୁ, ଜିଲ୍ଲା ପରିଷଦ ସଦସ୍ୟ ସୁବାଷ ଚନ୍ଦ୍ର କହଁର, ନୟାଗଡ଼ ବ୍ଲକ ବିଜେଡି ସଭାପତି ଅଜିତ କୁମାର ସାହୁ, ବିଜୁ ଯୁବ ଜନତା ଦଳ ସଭାପତି ଦୁର‌୍ୟ୍ୟୋଧନ ବେହେରା, ବିଜୁ ଛାତ୍ର ଜନତା ଦଳ ସଭାପତି ନୀଳମାଧବ ପଣ୍ଡା, ବାଲୁଗାଁ ସରପଞ୍ଚ ମନୋଜ କୁମାର ନାୟକ, ସମିତି ସଭ୍ୟା କବିତା ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ନୟାଗଡ଼ ବିଧାୟକ ଡ. ସାହୁ ତାଙ୍କ ବକ୍ତବ୍ୟରେ, ମାଟିର ମଣିଷ…

Read More

ମା’ ବୀରଚଣ୍ଡୀ ଦେବୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ମାଇଛେଳି ଗ୍ରାମପଞ୍ଚାୟତର କୃଷ୍ଣଚନ୍ଦ୍ର ପୁର ଗ୍ରାମରେ ମା ବୀରଚଣ୍ଡୀ ଦେବୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ହେବା ସହିତ ଚାରିଦିନ ବ୍ୟାପି ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବକୁ କୃଷ୍ଣଚନ୍ଦ୍ରପୁର ଗ୍ରାମର ସର୍ଦ୍ଧାଳୁ ଅନନ୍ତ କୁମାର ସାହୁ ମନ୍ଦିରର ମୁଳଦୁଆ ଠାରୁ ଅନୁକୂଳ କରି ମନ୍ଦିରର ମୁଣ୍ଡି ମାରିବା ପଯ୍ୟନ୍ତ ସମସ୍ତ ଖର୍ଚ୍ଚ ବହନ କରିଛନ୍ତି ଓ ଏଥିରେ ଗ୍ରାମର ଗ୍ରାମବାସୀମାନେ ସାହାଯ୍ୟ କରିଛନ୍ତି। ଚାରିଦିନ ଧରି ଚାଲିଥିବା ଏହି ଉତ୍ସବରେ ଦିବା ରାତ୍ର ନାମ ଯଜ୍ଞ, କଳସ ଶୋଭା ଜାତ୍ରା, ରତ୍ନମୃଦ, ନୂତନ ବିଗ୍ରହ ପ୍ରତିଷ୍ଠା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ଅନ୍ତିମ ଦିନରେ ଆଖ ପାଖ ଅଞ୍ଚଳରୁ ସତାଧିକ ସର୍ଦ୍ଧାଳୁଙ୍କ ଜନ ସମାବେଶ ଦେଖିବାକୁ ମିଳିଛି ଏବଂ ଏକ ସଭାର ଆୟୋଜନ କରାଯାଇଥିଲା।…

Read More

ସମ୍ପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜନ ଭାଗିଦାରୀ କାର୍ଯ୍ୟକ୍ରମ

ନୂଆଗାଁ,(ନୟାଗଡ଼ ଦର୍ପଣ): ଭାରତ ସରକାର ଙ୍କ ଜି ୨୦ ଶୈକ୍ଷିକ କାର୍ଯ୍ୟକ୍ରମ ଅନ୍ତର୍ଗତ ଜନଭାଗିଦାରୀତା କାର୍ଯ୍ୟକ୍ରମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମକୁ ସି ଆର ସି ସି ନରେନ୍ଦ୍ର କୁମାର ବେହେରା ଉଦ୍ଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ମାଇଛେଳି ପଞ୍ଚାୟତର ସରପଞ୍ଚ ସ୍ଵାଗତିକା ପ୍ରିୟଦର୍ଶିନୀ ପ୍ରଧାନ, ସମ୍ମାନୀତ ଅତିଥି ଭାବେ ଶିକ୍ଷକ ଫୁଲୋଚନ କହଁର ଯୋଗଦାନ କରିଥିଲେ। ଶିକ୍ଷୟିତ୍ରୀ ପ୍ରଭାତୀ ଦେଇ, ସଂଯୁକ୍ତା ଦେଇ, ରଶ୍ମିତା ସେଠୀ ଓ ଦିପ୍ତୀମୟୀ ମହାପାତ୍ର ମୌଳିକ ସ୍ୱାକ୍ଷରତା ଓ ସଂଖ୍ୟା ଜ୍ଞାନର ଉଦ୍ଦେଶ୍ୟ ଲକ୍ଷଣ ଓ ଶିକ୍ଷଣ ଫଳାଫଳ ସଂପର୍କରେ ଆଲୋଚନା ତଥା ଶାରିରୀକ ବ୍ୟାୟାମ, ଗଣିତ ଓ ଭାଷା ଖେଳ ସାଂସ୍କୃତିକ କାର୍ଯ୍ୟକ୍ରମ ଗଳ୍ପ କଥନ ଅଭିଭାବକଙ୍କ ଚିଠି ସମ୍ବନ୍ଧିତ ଆଲୋଚନା ଏବଂ ଶିକ୍ଷାର୍ଥୀଙ୍କର ଉତ୍ତମ ସ୍ୱାସ୍ଥ୍ୟଭ୍ୟାସ ସଂମ୍ଵନ୍ଧିତ କାର୍ଯ୍ୟକ୍ରମ…

Read More

ଭରତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ସମ୍ପର୍କିତ କାର୍ଯ୍ୟକ୍ରମ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ଭରତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କ୍ଲଷ୍ଟରରେ ଭାରତ ସରକାରଙ୍କ ଜି ୨୦ରେ ଶୈଖିକ କାର୍ଯ୍ୟକ୍ରମ ଅନ୍ତର୍ଗତ ଜନଭାଗିଦାରିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ବ୍ଲକ ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀଣୀ କବିତା କୁମାରୀ ଦାସ ଉଦଘାଟନ ବେଳେ ସମ୍ମାନିତ ଅତିଥି ଭାବେ କୋରଡ଼ା ସରପଞ୍ଚଙ୍କ ପ୍ରତିନିଧି ତଥା ଶିକ୍ଷକ ଜୟନ୍ତ ନାଏକ, ଅବସରପ୍ରାପ୍ତ ଶିକ୍ଷକ ଦୀନବନ୍ଧୁ ମହାପାତ୍ର ଯୋଗ ଦେଇଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ନୂତନ ଭାବେ ଯୋଗଦେଇଥିବା ଆଞ୍ଚଳିକ ସାଧନା କେନ୍ଦ୍ର ସଂଯୋଜକ ଶ୍ରୀନିବାସ ରଥ କାର୍ଯ୍ୟକୁ ଉତ୍ତମ ଭାବେ ସଂଯୋଜନା କରିଥିଲେ। ଭରତ ନୋଡାଲ କ୍ଲଷ୍ଟର ଅଧୀନସ୍ଥ ବିଭିନ୍ନ ବିଦ୍ୟାଳୟରୁ ମୋଟ ୧୦ ଜଣ ଶିକ୍ଷକ ଓ ୩୦ ଜଣ…

Read More