ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସିକ୍ରୀଡା ପଞ୍ଚାୟତ ରେ ଖୋଲିଛି କୃଷି ସେବା ସମବାୟ କେନ୍ଦ୍ର ସମିତି। ଏନେଇ ଏ.ଆର୍.ସି.ଏସ ହାଡ଼ିବନ୍ଧୁ ମହାକୁଡ଼ ସିକ୍ରୀଡା ପଞ୍ଚାୟତ ରେ କୃଷି ସେବା ସମବାୟ କେନ୍ଦ୍ର ସମିତି ଖୋଲିବା ନେଇ ସାର୍ଟିଫିକେଟ ଅଫ ରେଜିଷ୍ଟ୍ରେସନ୍ ପ୍ରଦାନ କରିଥିଲେ । କୃଷି ସେବା ସମବାୟ କେନ୍ଦ୍ର ସମିତି ଖୋଲିବା ଦ୍ବାରା ସିକ୍ରୀଡା, ଅନ୍ଧାରଖଣି, କୃଷ୍ଣପ୍ରସାଦ, ବଡବାରେଣା, ଅମେଇମୁହାଁ ଗ୍ରାମର ଲୋକମାନେ ଉପକୃତ ହେବେ। ଦୀର୍ଘ ବର୍ଷର ସ୍ବପ୍ନ ପୂରଣ ହୋଇଥିବାରୁ ସିକ୍ରୀଡା ପଞ୍ଚାୟତବାସୀ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ କୃତଜ୍ଞତା ଜଣାଇଛନ୍ତି।
ସିକ୍ରିଡ଼ା ପଞ୍ଚାୟତରେ ଖୋଲିଲା କୃଷି ସେବା ସମବାୟ ସମିତି
