ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ପରିସରରେ ଥିବା ସଦଭାବନା ଗୃହରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ହରିଜନ ଆଦିବାସୀ ମଙ୍ଗଳ ଏବଂ ନୟାଗଡ ମୂଖ୍ୟ ଜିଲ୍ଲା କୃଷି ଅଧିକାରୀ ଙ୍କ ମିଳିତ ସହଯୋଗରେ ମାଣ୍ଡିଆ ଦିବସ ଉପଲକ୍ଷେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମୂଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସୁଦେବ ନାୟକ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସୁପର ଭାଇଜର ମଞ୍ଜୁଶ୍ରୀ ପଣ୍ଡା,ପ୍ରକଳ୍ପ ସଂଯୋଜିକା ସସ୍ମିତା ପରିଡ଼ା,ମିଶନ ଶକ୍ତି ପ୍ରକଳ୍ପ ସଂଯୋଜକ ଦିଲ୍ଲୀପ କୁମାର ନାୟକ, ହାମସ ସଭାପତି ନିରଞ୍ଜନ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।ପ୍ରକଳ୍ପ ସଂଯୋଜିକା କୁମାରୀ ସୁନୀତା ଦାସଗୁପ୍ତା ଅତିଥି ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରି କାର୍ଯ୍ୟକ୍ରମ କୁ ଆଗେଇ ନେବା ସହ ଏହି ବର୍ଷକୁ ଆନ୍ତର୍ଜାତୀୟ ମିଲେଟ୍ ଦିବସ ରୂପେ ଘୋଷଣା କରାଯାଇଥିବା କହିଥିଲେ।ମାଣ୍ଡିଆ ର ଉପକାରିତା ଓ ଗୁଣବତ୍ତା…
Read MoreCategory: ନୂଆଗାଁ ବ୍ଲକ
ଶ୍ରୀ ଶ୍ରୀ ଶନିଶ୍ଚର ଦେବଙ୍କ ବାର୍ଷିକ ଉତ୍ସବରେ ଯୋଗଦେଲେ ବିଧାୟକ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ପାରାଢିପି ପଞ୍ଚାୟତ ଅଧିନରେ ଥିବା ବାଲଣ୍ଡା ଗ୍ରାମରେ ଶ୍ରୀ ଶ୍ରୀ ଶନିଶ୍ଚର ଦେବଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଅଞ୍ଚଳର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ।ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ସ୍ଥାନୀୟ ସରପଞ୍ଚ ବିଭୂତି ଭୂଷଣ ପ୍ରଧାନ, ସମାଜ ସେବୀ ଦାଶରଥି ପ୍ରଧାନଙ୍କ ସହ ଗ୍ରାମ ପଞ୍ଚାୟତର ବହୁ ମାନ୍ୟଗଣ ବ୍ୟକ୍ତି ଯୋଗ ଦେଇଥିଲେ।
Read Moreଭିଜିଲାନ୍ସ ସପ୍ତାହ ଓ କଳା ଉତ୍ସବ ପ୍ରତିଯୋଗୀତା
ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ନୂଆଗାଁ ଉଚ୍ଚ ବିଦ୍ୟାଳୟ ପରିସରରେ ଭିଜିଲାନ୍ସ ସପ୍ତାହ ପ୍ରତିଯୋଗୀତା ଓ ନୂଆଗାଁ ପ୍ରାଥମିକ ବିଦ୍ୟାଳୟରେ କଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ନବମ ଠାରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଭିଜିଲାନ୍ସ ସପ୍ତାହ ପ୍ରତିଯୋଗୀତା ଭାଗ ନେଇଥିଲେ। ସେହି ପରି ବ୍ଲକର ୭ଟି ବିଦ୍ୟାଳୟର ୧୪ ଜଣ ଛାତ୍ର ଛାତ୍ରୀ ଜଣ ଭାଗ ନେଇଥିଲେ ସେଥି ମଧ୍ୟରୁ ସୁଚିଶ୍ମିତା ପରିଡ଼ା, ସତ୍ୟ କୁମାର ସାହୁ,ଦୀପାଞ୍ଜଳୀ ପରିଡ଼ା, ରୁଦ୍ର ନାରାୟଣ ଦାସ, ଲକ୍ଷ୍ମୀଧର ସାହୁ, ମୋନାଲିସା ରାଉତ, ସଙ୍ଗୀତା ପ୍ରଧାନ, ରଶ୍ମିତା ପରିଡ଼ା ଭିଜିଲାନ୍ସ ସପ୍ତାହ ପ୍ରତିଯୋଗୀତାରେ ଜିଲ୍ଲାସ୍ତରକୁ ମନୋନୀତ ହୋଇଛନ୍ତି। ସେହି ପରି ସୁଚିତ୍ରା ବେହେରା, ପ୍ରତୀକ୍ଷା ପ୍ରିୟଦର୍ଶନି, ସ୍ଵଂୟପ୍ରଭା ସାହୁ, ଚିତ୍ତରଞ୍ଜନ ସେଠି, ଶିବାନୀ ପ୍ରଧାନ ପ୍ରମୁଖ କଳା ଉତ୍ସବରେ ଜିଲ୍ଲାସ୍ତରକୁ ମନୋନୀତ ହୋଇଛନ୍ତି। ପ୍ରତିଯୋଗୀତାରେ ବିଚାରପତି…
Read Moreଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ନୀଳାଦ୍ରିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ନୀଳାଦ୍ରିପୁର କ୍ଲଷ୍ଟର ସି ଆର ସି ସି ସି ବିଜୟ କୁମାର ବେହେରା ଙ୍କ ତତ୍ତ୍ଵାବଧାନରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ,ସମ୍ମାନୀତ ଅତିଥି ଭାବେ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସିମାଞ୍ଚଳ ସେନାପତି,ସମ୍ପାଦକ ସୁରେଶ ଚନ୍ଦ୍ର ମହାପାତ୍ର, ଅବସରପ୍ରାପ୍ତ ସି ଆର ସି ସି ଧୀରେନ୍ଦ୍ର କୁମାର ସାହୁ, ଅବସରପ୍ରାପ୍ତ ଶିକ୍ଷକ କୃପାସିନ୍ଧୁ ବେହେରା,ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ପରିଡା, ନବକ୍ରିଷ୍ଣ ସାହୁ ପ୍ରମୁଖ ଯୋଗଦେଇ ଅବସର ଗ୍ରହଣ କରିଥିବା ନୀଳାଦ୍ରି ପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ପ୍ରତିମା ଦାସ ଙ୍କୁ ଉତ୍ତରୀୟ,ମାନପତ୍ର ଏବଂ ପୁଷ୍ପଗୁଚ୍ଛ ଦେଇ ଅବସରକାଳୀନ ସମ୍ବର୍ଦ୍ଧନା…
Read Moreଭୀମଭୋଇ ସାମର୍ଥ୍ୟ ଶିବିର ଉଦଘାଟନ କଲେ ଦଶପଲ୍ଲା ବିଧାୟକ
ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶସକ୍ତିକରଣ ବିଭାଗ ଅନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ନୂଆଗାଁ ବ୍ଲକର ୨୨ ଟି ପଞ୍ଚାୟତ ରୁ ୩୧୪ ଜଣ ନାମ ପଞ୍ଜିକରଣ କରିଥିଲେ। ସେଥିମଧ୍ୟରୁ ଅସ୍ଥିଶଲ୍ୟ ବିଭାଗରେ ୧୪୧ ଜଣ , କର୍ଣ୍ଣ ବିଭାଗରେ ୮୭ ଜଣ, ବସ୍ ପାସ ୭ ଜଣ, ଆଖି ବିଭାଗରେ ୪୩ ଜଣ, ବିକୃତ ମସ୍ତିଷ୍କ ଓ ଶିକଲିନ ୩୦ ଜଣ, କୃତିମ ଅଙ୍ଗ ୦୬ ଜଣ ନାମ ପଞ୍ଜିକରଣ କରିଥିଲେ।ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଏହି ଶିବିରକୁ ଉଦଘାଟନ କରିଥିଲେ।ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,ବିଡ଼ିଓ ବାସୁଦେବ ନାୟକ, ଜିଲ୍ଲା ସାମାଜିକସୁରକ୍ଷା ଅଧିକାରୀ ଆଦିପତି କଅର,ଏ ବିଡ଼ିଓ…
Read Moreଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟସ୍ତରୀୟ ଚେସ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଗତ ଦୁଇଦିନ ଧରି ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ଏବଂ କେସି କ୍ଲବର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କେସି କ୍ଲବଠାରେ ଚାଲିଥିବା ଆନ୍ତଃ ବିଦ୍ୟାଳୟସ୍ତରୀୟ ଚେସ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ରାଜଶ୍ରୀ ପଟ୍ଟନାୟକ ଯୋଗଦାନ କରି ବିଜୟୀ ପ୍ରତିଯୋଗୀ ମାନଙ୍କୁ ଟ୍ରଫି ଏବଂ ମାନପତ୍ର ପ୍ରଦାନ କରିଥିଲେ। ବରିଷ୍ଠ ବର୍ଗରେ ସ୍ୱୟଂ ପ୍ରକାଶ ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ଜାଗୃତି ଘଡେ଼ଇ, ତୃତୀୟରେ ଧର୍ମେଶ ରାୱଲ,ଚତୁର୍ଥରେ ରାଜା ପ୍ରଧାନ ଏବଂ ପଞ୍ଚମ ସ୍ଥାନରେ କ୍ରୀଷ୍ଣ ରାଓ ଦୋରା ପ୍ରମୁଖ କୃତିତ୍ବ ହାସଲ କରି ପୁରସ୍କୃତ ହୋଇଛନ୍ତି। ସେହିପରି କନିଷ୍ଠ ବର୍ଗରେ ଶୁଭସ୍ମିତା ପ୍ରିୟଦର୍ଶିନୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ କୁଇନ କନସାଇନ ହରିଚନ୍ଦନ, ତୃତୀୟରେ…
Read Moreମଣ୍ଡଳସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ଓଡ଼ିଆ ମିଲେଟସ କାର୍ଯ୍ୟକ୍ରମରେ ଯୋଗଦେଲେ ଦଶପଲ୍ଲା ବିଧାୟକ
ନୂଆଗାଁ,(ନୟାଗଡ଼ ଦର୍ପଣନ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସଂପଡା ଠାରେ ମଣ୍ଡଳସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ଓଡ଼ିଶା ମିଲେଟ୍ସ ପ୍ରତିଯୋଗିତା,ସୁରଭି ଅନୁଷ୍ଠିତ ହୋଇଯାଇଛି।ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ସୁରଭି ଓ ମିଲେଟସ କାର୍ଯ୍ୟକ୍ରମ ପାଳନ ର ଉଦ୍ଦେଶ୍ୟ ବର୍ଣ୍ଣନା କରିବା ସହ ଛାତ୍ର ଛାତ୍ରୀ ମାନଙ୍କ ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ।ତତ୍ ସହିତ ମିଲେଟ କାର୍ଯ୍ୟକ୍ରମ ଦ୍ବାରା ବିଶ୍ଵ ଓଡ଼ିଶା କୁ ପ୍ରଶଂସା କରୁଛି ତାହା କେବଳ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ପାଇଁ ସମ୍ଭବ ହୋଇପାରୁଥିବା ଯୁବ ବିଧାୟକ କହିଥିଲେ। ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ଜିଲ୍ଲା…
Read Moreପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ସାଂସଦ ଙ୍କ ପ୍ରତିନିଧି ଙ୍କ ସ୍ମୃତି ଚାରଣ ସଭା
ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଥିବା ସ୍ଵର୍ଗତ ବିଜୟ କୁମାର ଶାସମଲଙ୍କ ଏକାଦଶରେ ସ୍ମୃତି ଚାରଣ ସଭା ଅନଷ୍ଠିତ ହୋଇଯାଇଛି। ପୂର୍ବତନ ସରପଂଚ ଗୋଲକ ବିହାରି ଗୋଚ୍ଛାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା, ନୂଆଗାଁ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଦଶପଲ୍ଲା ଅଧ୍ୟକ୍ଷାଙ୍କ ପ୍ରତିନିଧି ଉପେନ୍ଦ୍ର କୁମାର ସାହୁ, ଜିଲ୍ଲା ବିଜେଡ଼ି ଉପସଭାପତି ଦିଲ୍ଲୀପ କୁମାର ଦଳବେହେରା, ନୂଆଗାଁ ବିଜେଡ଼ି ସଭାପତି ସନାତନ ସାମଲ, ମହିପୁର ସେବା ସମବାୟ ସମିତି ମ୍ୟାନେଜର ସରୋଜ ସାହାଣୀ, ନୂଆଗାଁ କଲେଜର ପୂର୍ବତନ ଅଧ୍ୟକ୍ଷ ଭିକାରି ଚରଣ ସ୍ୱାଇଁ, ଅବସରପ୍ରାପ୍ତ ଶିକ୍ଷକ ମଦନମୋହନ ପ୍ରଧାନ, ଭଜମନ ପରିଡ଼ା, ଶିକ୍ଷକ ବିନାୟକ ପରିଡ଼ା, ସୁଦାମ ଚରଣ…
Read Moreମଣ୍ଡଳ ସ୍ତରୀୟ ଆଥଲେଟିକ କ୍ରୀଡା ଓ ଫୁଟବଲ ପ୍ରତିଯୋଗୀତା
ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକର ମଧ୍ୟରେ ଥିବା ଚିନ୍ତାମଣି ବିଦ୍ୟାପୀଠ ସଂପଡା ହାଇସ୍କୁଲ ପ୍ରାଙ୍ଗଣରେ ମଣ୍ଡଲ ସ୍ତରୀୟ ଆଥଲେଟିକ କ୍ରିଡା ଓ ଫୁଟବଲ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ବ୍ଲକ କ୍ରିଡା ସଂଯୋଜକ ପ୍ରଶାନ୍ତ କୁମାର ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ପ୍ରତିଯୋଗିତାରେ ପ୍ରଥମ ଦିବସରେ ବ୍ଲକ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସଭାପତିତ୍ଵ କରିଥିଲେ ଓ ପତାକା ଉତ୍ତୋଳନ କରଯାଇ କ୍ରୀଡ଼ାକୁ ଉଦ୍ଘାଟନ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଚିନ୍ତାମଣି ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଭୀମସେନ ସାହୁ, ସିଆରସିସି ନରେନ୍ଦ୍ର କୁମାର ବେହେରା ,ବିନାୟକ ପରିଡା ,ହୃଷୀ କେଶ ପରିଡା ,ଗୋପାଳ ଚନ୍ଦ୍ର ରାଇଗୁରୁ ,ପ୍ରମୁଖ ଯୋଗଦେଥିଲେ । ପ୍ରଥମ ଦିନରେ ଆଥଲେଟିକ ଓ ଦିତୀୟ ଦିନରେ ଫୁଟବଲ ,କ୍ରିକେଟ ପ୍ରତିଯୋଗୀତା ଅନୁଷ୍ଠିତ ହେବ । ଉକ୍ତ ପ୍ରତିଯୋଗୀତାକୁ କ୍ରିଡା ଶିକ୍ଷକ…
Read Moreନୂଆଗାଁ ବ୍ଲକରେ ‘ଆମ ଓଡିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ
ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦର ମହକୁମାରେ ଥିବା ନୂଆଗାଁ ହାଇସ୍କୁଲ ପଡ଼ିଆରେ ଆମ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭର୍ଚୁଆଲ ମୋଡ଼ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ଜନ ସାଧାରଣ ଙ୍କ ଉନ୍ନତି, ଅଞ୍ଚଳର ବିକାଶ ଆଦି ଲକ୍ଷ୍ୟ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଗାଁ ବ୍ଲକ୍ ୨୨ଟି ପଞ୍ଚାୟତକୁ ୫୦ଲକ୍ଷ ହିସାବରେ ୧୧ କୋଟି ମଞ୍ଜୁର କରି ୩୬୯ଟି ଉନ୍ନୟନ ମୂଳକ ପ୍ରକଳ୍ପ ହାତକୁ ନେଇଛନ୍ତି। ଏହି ଅର୍ଥ ନିଶ୍ଚିତ ଭାବେ ଜଗନ୍ନାଥ ସଂସ୍କୃତି, ବିଭିନ୍ନ ଗ୍ରାମାଞ୍ଚଳ ର ଉନ୍ନତି ଓ ପୁନରୁଦ୍ଧାର କାର୍ଯ୍ୟ ହେବ।ତେଣୁ ନୂଆଗାଁ ବ୍ଲକର ଜନ ସାଧାରଣ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଏବଂ ଧନ୍ୟବାଦ୍ ଜଣାଇଛନ୍ତି। ଆଜିର କାର୍ଯ୍ୟକ୍ରମ ରେ…
Read More