ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନନ୍ଦ ନାରାୟଣ ମହାରଣାଙ୍କ ପରାମର୍ଶ କ୍ରମେ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ପୁରୁଣା କୋର୍ଟ ପରିସରରେ “ଆନ୍ତର୍ଜାତିକ ଶ୍ରମ ଦିବସ” ପାଳିତ ହୋଇଅଛି । ନୟାଗଡ଼ କ୍ଷେତ୍ର ଶ୍ରମ ଆୟୁକ୍ତ, ଭାରପ୍ରାପ୍ତ ଅଧିକାରୀ ଚିତ୍ତରଞ୍ଜନ ରାଉତ ଅତିଥିମାନଙ୍କୁ ସ୍ଵାଗତ ସହିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ, ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି, ବିଶେଷ କୁମାର ସାହୁ ଶ୍ରମ ଆଇନ ଏବଂ ଶ୍ରମିକ ବ୍ୟବସ୍ଥାର ବିଶେଷତ୍ଵ, ଆଇନଗତ ସହାୟତା ଏବଂ କ୍ଷତି ପୂରଣ ବ୍ୟବସ୍ଥାର ତର୍ଜମା କରିଥିଲେ। ୨୦୨୪ ମସିହାର ତତ୍ଵ- “ପରିବତ୍ତିତ ଜଳବାୟୁରେ କାର୍ଯ୍ୟକ୍ଷେତ୍ରରେ ନିରାପତ୍ତା ଏବଂ ସ୍ଵାସ୍ଥ୍ୟ ପ୍ରତିବଦ୍ଧତା” କିପରି ପାଳନ କରାଯାଇ ପାରିବ ତାହା ଉପରେ ଆଲୋକପାତ…
Read MoreCategory: ନୂଆଗାଁ ବ୍ଲକ
ଧାଡ଼ିକିଆ ଖବର, ତାରିଖ-୨୦.୦୪.୨୪ (ଶନିବାର)
⭕ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେଲା ପ୍ରଥମ ପର୍ଯ୍ୟାୟ ମତଦାନ।ଅପରାହ୍ନ ୫ଟା ସୁଦ୍ଧା ହାରାହାରି ୬୨ ପ୍ରତିଶତ ହେଲା ମତଦାନ। ⭕ଜୁନ ୧ ଯାଏଁ ଏକଜିଟ ପୋଲ ନିଷିଦ୍ଧ ଘୋଷଣା କଲେ ନିର୍ବାଚନ ଆୟୋଗ। ⭕ଏଥର ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ସହ ସାମ୍ନାସାମ୍ନି ଲଢ଼େଇ ହେବ: ଅମିତ୍ ଶାହା ⭕ରାଜ୍ୟରେ ଅସମ୍ଭାଳ ତାତି ୪୩.୦୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଭୁବନେଶ୍ୱର ୪୧.୪। ⭕ରାଜ୍ୟକୁ ଏବେ ଘାରିଛି ଆଳୁ ଚିନ୍ତା, ୨ ସପ୍ତାହରେ ବଢ଼ିଲାଣି ୧୫ ଟଙ୍କା ! ⭕ଲଖନପୁର ନୌକା ଦୁର୍ଘଟଣାରେ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ, ମୃତକଙ୍କ ନିକଟ ଆତ୍ମୀୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା। ⭕ଆସୁଛି କାଳବୈଶାଖୀ, ତାତିରୁ ମିଳିବ ମୁକ୍ତି , କମିବ ତାପମାତ୍ରା, ଆସନ୍ତା ୨୧ ଓ ୨୨ ତାରିଖରେ କାଳବୈଶାଖୀ…
Read Moreନିର୍ବାଚନକୁ ନେଇ ନୟାଗଡ଼ରେ ଗଡ଼ିଲା ମୁଣ୍ଡ, ୨ନିଲମ୍ବିତ
ନୟାଗଡ଼(ନୟାଗଡ଼ ଦର୍ପଣ): ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ ଓଡଗାଁ ଦୂତୀକେଶ୍ୱର ମନ୍ଦିର ଠାରେ ଆଦର୍ଶ ଆଚରଣ ବିଧି ଉଲଙ୍ଘନ କରିଥିବାରୁ, ନିର୍ବାଚନ ଆଚରଣ ବିଧି କମିଟିର ତଦନ୍ତକୁ ଆଧାର କରି ନୂଆଗାଁ ବ୍ଲକ ଅନ୍ତର୍ଗତ ଗତିଶ୍ୱର ମହାବିଦ୍ୟାଳୟର ଖେଳ ଶିକ୍ଷକ ପ୍ରଶାନ୍ତ କୁମାର ବେହେରା ଓ ନୟାଗଡ଼ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ସହକାରୀ ପରିଚାଳକ ଯୁଗଳ କିଶୋର ପ୍ରଧାନଙ୍କୁ ପୁନଃ ଆଦେଶ ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଛି।
Read Moreତାପମାତ୍ରା ବୃଦ୍ଧି ଯୋଗୁଁ ତିନିଦିନ ସ୍କୁଲ ବନ୍ଦ ରହିବ
ଭୁବନେଶ୍ୱର,(ନୟାଗଡ଼ ଦର୍ପଣ): ସଂପ୍ରତି ରାଜ୍ୟରେ ଗ୍ରୀଷ୍ମପ୍ରବାହ ଓ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟକୁ ତିନିଦିନ ପାଇଁ ବନ୍ଦ କରିଛନ୍ତି । ଚଳିତ ଅପ୍ରେଲ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।
Read Moreଗତ ନିର୍ବାଚନ ଠାରୁ ଚଳିତ ନିର୍ବାଚନରେ ବହୁ ଭୋଟରେ ରମେଶଙ୍କୁ ଜିତାଇବା ପାଇଁ କର୍ମୀଙ୍କ ସଙ୍କଳ୍ପ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ ସଦରମହକୁମାରେ ବିଜୁ ଜନତା କାର୍ଯ୍ୟାଳୟ ଠାରେ ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂଆଗାଁ ବିଜୁ ଜନତା ଦଳର ସଭାପତି ସନାତନ ସାମଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ମେ ୨୦ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ବିଗତ ନିର୍ବାଚନ ଠାରୁ ଚଳିତ ବର୍ଷ ସାଧାରଣ ନିର୍ବାଚନରେ କିଭଳି ବିଜୁ ଜନତା ଦଳ ଅଧିକ ରୁ ଅଧିକ ଭଲ ପ୍ରଦର୍ଶନ କରିବ ସେ ଉପରେ ଗୁରୁତ୍ଵାରୋପ କରିବା ସହ ଏ ନେଇ ପ୍ରତି ଗ୍ରାମାଞ୍ଚଳରେ ବୋଥ ସ୍ତରୀୟ ଏକ କମିଟି ଗଠନ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହା ସହିତ…
Read Moreଅବକାରୀ ଚଢ଼ାଉ, ଦୁଇଟି ସ୍ଥାନରୁ ଜବତ ହେଲା ସାଢ଼େ ସାତ କେଜି ଗଞ୍ଜେଇ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଅବକାରୀ ବିଭାଗ ଆଜି ଦୁଇ ଦୁଇଟି ସ୍ଥାନରେ ଚଢ଼ାଉ କରି ମୋଟ ୭କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୭୪ ହଜାର ଟଙ୍କା ହେବ । ମାମଲାରେ ଦୁଇଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ନୂଆଗାଁ ଥାନା ନଇତଲା ଗ୍ରାମର ଅନାତ ଜଟିଙ୍କ ପୁଅ ଗୁନେନ୍ଦ୍ର କୁମାର ଜଟିଙ୍କୁ ଅବକାରୀ ବିଭାଗ ଗିରଫ କରିଛି । ଅବକାରୀ ବିଭାଗ ଆଜି ସକାଳ ୯ଟା ବେଳେ ନୂଆଗାଁ ଥାନା ଉଦୟପୁର ଛକଠାରେ ତାଙ୍କୁ ଗିରଫ କରିଛି । ତାଙ୍କ ଠାରୁ ୩ କେଜି ୪୦ ଗ୍ରାମ ଗଞ୍ଜେଇ ଜବତ କରିଛି । ନୟାଗଡ଼ ଅବକାରୀ ବିଭାଗରେ ୯/୨୪ରେ ମାମଲା ରୁଜ କରି ଉକ୍ତ ଯୁବକକୁ କୋର୍ଟ ଚାଲାଣ କରାଯାଇଛି । ନୟାଗଡ଼…
Read Moreନୂଆଗାଁ ବ୍ଲକରେ ବସୁଧା, ଭୂଗୋଳ ପ୍ରଶିକ୍ଷଣ ଶିବିର ଉଦଯାପିତ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ପରିସରରେ ବସୁଧା, ଭୂଗୋଳ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ମୁଖ୍ୟ ଅତିଥିଭାବେ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ସମ୍ମାନୀତ ଅତିଥି ଭାବେ ବିଆରସିସି ଜ୍ୟୋତ୍ସ୍ନାରାଣୀ ସେଠୀ, ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ କବିତା କୁମାରୀ ଦାଶ ପ୍ରମୁଖ ଯୋଗ ଦେଇ ଏହି ତାଲିମ ଶିବିର ର ମହତ୍ତ୍ଵ ଉପରେ ବର୍ଣ୍ଣନା କରିଥଲେ।ଗୁଣାତ୍ମକ ଶିକ୍ଷାର ଲକ୍ଷ୍ୟ ହାସଲ ପାଇଁ ଉନ୍ନତ ମାନର ଶିକ୍ଷାଦାନ ଅପରିହାର୍ଯ୍ୟ ତେଣୁ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ଭୂଗୋଳ ବିଷୟ କୁ ଅଧିକ ଗୁରୁତ୍ୱାରୋପ କରାଯାଇଛି।ଜଗତୀକରଣ ପରେ ପରେ ସମଗ୍ର ବିଶ୍ଵରେ ଗୋଟିଏ ଦେଶ ଅନ୍ୟ ଏକ ଦେଶ ଉପରେ ନିର୍ଭର ଶୀଳ ହୋଇପଡିଛି।ତେଣୁ ଭୂଗୋଳ ଶିକ୍ଷଣ ଦ୍ଵାରା ସମଗ୍ର ବିଶ୍ଵ…
Read Moreନୂଆଗାଁ କ୍ରିକେଟ ପ୍ରିମିୟର ଲିଗ୍ ୨୦୨୪ ଉଦଘାଟିତ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ଫ୍ରେଣ୍ଡସ କ୍ଲବ ଆନୁକୂଲ୍ୟରେ ନୂଆଗାଁ କ୍ରିକେଟ ପ୍ରିମିୟରଲିଗ୍ ର ଉଦଘାଟିତ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଦଶପଲ୍ଲା ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଆନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ କରିବା ସହ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳବେହେରା, ଆତ୍ମାଧ୍ୟକ୍ଷ ସଞ୍ଜୟ କୁମାର ସାହୁ, ଆଞ୍ଚଳିକ ସାମ୍ବାଦିକ ସଂଘ ସଭାପତି ଶିବଦତ୍ତ ପାତ୍ର, ସମ୍ପାଦକ ହୃଦୟାନନ୍ଦ ସାସମଲ୍, ପଞ୍ଚାୟତ ସଭାପତି ପ୍ରକାଶ କୁମାର ନାୟକ, ପୂର୍ବତନ ସରପଞ୍ଚ କୋରଡ଼ା ଗୋଲଖ ଗୋଛାୟତ, ରମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଆଜିର ଉଦଘାଟନୀ ମ୍ୟାଚରେ…
Read Moreନୂଆଗାଁ ବ୍ଲକ୍ ବିଜୁ ଛାତ୍ର ଜନତା ଦଳରର ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ନୂଆଗାଁ ବ୍ଲକ ସଦର ମହକୁମାରେ ଥିବା ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ନୂଆଗାଁ ବିଜୁ ଛାତ୍ର ଜନତା ଦଳ ତରଫରୁ ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କିଭଳି ଗ୍ରାମାଞ୍ଚଳରେ ଲୋକମାନଙ୍କ ପାଖରେ ପହଞ୍ଚିବା ସହ ବିଜୁ ଜନତା ଦଳ ସପକ୍ଷରେ କିଭଳି ବହୁମାତ୍ରାରେ ଜନମତ ଆସିବ ସେ ଉପରେ ଛାତ୍ରମାନଙ୍କୁ ପରାମର୍ଶ ଦିଆଯାଇଥିଲା। ବ୍ଲକ୍ ଛାତ୍ର ବିଜେଡ଼ି ସଭାପତି ସୁବ୍ରତ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ବ୍ଲକ…
Read Moreନୟାଗଡ଼ ଜିଲ୍ଲା ବିଜୁ ଜନତା ଦଳର ସହ-ପର୍ଯ୍ୟବେକ୍ଷକ ଇରାନୀ ରାୟ
ନୟାଗଡ଼,(ନୟାଗଡ଼ ଦର୍ପଣ): ବିଜେଡ଼ି ନେତ୍ରୀ ଇରାନୀ ରାୟ ନୟାଗଡ଼ ଜିଲ୍ଲା ପାଇଁ ବିଜୁ ଜନତା ଦଳର ସହ ପର୍ଯ୍ୟବେକ୍ଷକ ଭାବେ ପାଇଲେ ନିଯୁକ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଶ୍ରୀମତୀ ରାୟଙ୍କୁ ନୂଆ ଦାୟୀତ୍ବ ଦେଇଛନ୍ତି। ଇରାନୀ ରାୟ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଦଳ ପକ୍ଷରୁ ନୟାଗଡ଼ରେ ବିଧାୟିକା ପାର୍ଥୀନୀ ଭାବେ ଲଢେଇ କରି ପରାଜୟ ହୋଇଥିଲେ। ତେବେ ବିଜେପି ଦଳ ତାଙ୍କୁ କଣଠେସା କରିବା ସହ ମହିଳାଙ୍କୁ ସମ୍ମାନ ନଦେବାରୁ କିଛି ଦିନ ହେଲା ଇରାନୀ ବିଜେପି ଛାଡ଼ି ବିଜେଡ଼ି ଯୋଗ ଦେଇଥିଲେ। ମିଶ୍ରଣ ହେବା ଦିନ ଠାରୁ ବିଜେଡ଼ି ଯେଉଁ ଦାୟିତ୍ୱ ଦେଇଛି, ତାକୁ ସୁଚାରୁ ରୂପେ ତୁଲାଇ ଆସୁଛନ୍ତି। ତାଙ୍କ କାର୍ଯ୍ୟକଳାପ ଦେଖି ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ…
Read More