ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ପରିସରରେ ବସୁଧା, ଭୂଗୋଳ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ମୁଖ୍ୟ ଅତିଥିଭାବେ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ସମ୍ମାନୀତ ଅତିଥି ଭାବେ ବିଆରସିସି ଜ୍ୟୋତ୍ସ୍ନାରାଣୀ ସେଠୀ, ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ କବିତା କୁମାରୀ ଦାଶ ପ୍ରମୁଖ ଯୋଗ ଦେଇ ଏହି ତାଲିମ ଶିବିର ର ମହତ୍ତ୍ଵ ଉପରେ ବର୍ଣ୍ଣନା କରିଥଲେ।ଗୁଣାତ୍ମକ ଶିକ୍ଷାର ଲକ୍ଷ୍ୟ ହାସଲ ପାଇଁ ଉନ୍ନତ ମାନର ଶିକ୍ଷାଦାନ ଅପରିହାର୍ଯ୍ୟ ତେଣୁ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ଭୂଗୋଳ ବିଷୟ କୁ ଅଧିକ ଗୁରୁତ୍ୱାରୋପ କରାଯାଇଛି।ଜଗତୀକରଣ ପରେ ପରେ ସମଗ୍ର ବିଶ୍ଵରେ ଗୋଟିଏ ଦେଶ ଅନ୍ୟ ଏକ ଦେଶ ଉପରେ ନିର୍ଭର ଶୀଳ ହୋଇପଡିଛି।ତେଣୁ ଭୂଗୋଳ ଶିକ୍ଷଣ ଦ୍ଵାରା ସମଗ୍ର ବିଶ୍ଵ…
Read MoreCategory: ନୂଆଗାଁ ବ୍ଲକ
ନୂଆଗାଁ କ୍ରିକେଟ ପ୍ରିମିୟର ଲିଗ୍ ୨୦୨୪ ଉଦଘାଟିତ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ଫ୍ରେଣ୍ଡସ କ୍ଲବ ଆନୁକୂଲ୍ୟରେ ନୂଆଗାଁ କ୍ରିକେଟ ପ୍ରିମିୟରଲିଗ୍ ର ଉଦଘାଟିତ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଦଶପଲ୍ଲା ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଆନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ କରିବା ସହ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳବେହେରା, ଆତ୍ମାଧ୍ୟକ୍ଷ ସଞ୍ଜୟ କୁମାର ସାହୁ, ଆଞ୍ଚଳିକ ସାମ୍ବାଦିକ ସଂଘ ସଭାପତି ଶିବଦତ୍ତ ପାତ୍ର, ସମ୍ପାଦକ ହୃଦୟାନନ୍ଦ ସାସମଲ୍, ପଞ୍ଚାୟତ ସଭାପତି ପ୍ରକାଶ କୁମାର ନାୟକ, ପୂର୍ବତନ ସରପଞ୍ଚ କୋରଡ଼ା ଗୋଲଖ ଗୋଛାୟତ, ରମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଆଜିର ଉଦଘାଟନୀ ମ୍ୟାଚରେ…
Read Moreନୂଆଗାଁ ବ୍ଲକ୍ ବିଜୁ ଛାତ୍ର ଜନତା ଦଳରର ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ନୂଆଗାଁ ବ୍ଲକ ସଦର ମହକୁମାରେ ଥିବା ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ନୂଆଗାଁ ବିଜୁ ଛାତ୍ର ଜନତା ଦଳ ତରଫରୁ ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କିଭଳି ଗ୍ରାମାଞ୍ଚଳରେ ଲୋକମାନଙ୍କ ପାଖରେ ପହଞ୍ଚିବା ସହ ବିଜୁ ଜନତା ଦଳ ସପକ୍ଷରେ କିଭଳି ବହୁମାତ୍ରାରେ ଜନମତ ଆସିବ ସେ ଉପରେ ଛାତ୍ରମାନଙ୍କୁ ପରାମର୍ଶ ଦିଆଯାଇଥିଲା। ବ୍ଲକ୍ ଛାତ୍ର ବିଜେଡ଼ି ସଭାପତି ସୁବ୍ରତ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ବ୍ଲକ…
Read Moreନୟାଗଡ଼ ଜିଲ୍ଲା ବିଜୁ ଜନତା ଦଳର ସହ-ପର୍ଯ୍ୟବେକ୍ଷକ ଇରାନୀ ରାୟ
ନୟାଗଡ଼,(ନୟାଗଡ଼ ଦର୍ପଣ): ବିଜେଡ଼ି ନେତ୍ରୀ ଇରାନୀ ରାୟ ନୟାଗଡ଼ ଜିଲ୍ଲା ପାଇଁ ବିଜୁ ଜନତା ଦଳର ସହ ପର୍ଯ୍ୟବେକ୍ଷକ ଭାବେ ପାଇଲେ ନିଯୁକ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଶ୍ରୀମତୀ ରାୟଙ୍କୁ ନୂଆ ଦାୟୀତ୍ବ ଦେଇଛନ୍ତି। ଇରାନୀ ରାୟ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଦଳ ପକ୍ଷରୁ ନୟାଗଡ଼ରେ ବିଧାୟିକା ପାର୍ଥୀନୀ ଭାବେ ଲଢେଇ କରି ପରାଜୟ ହୋଇଥିଲେ। ତେବେ ବିଜେପି ଦଳ ତାଙ୍କୁ କଣଠେସା କରିବା ସହ ମହିଳାଙ୍କୁ ସମ୍ମାନ ନଦେବାରୁ କିଛି ଦିନ ହେଲା ଇରାନୀ ବିଜେପି ଛାଡ଼ି ବିଜେଡ଼ି ଯୋଗ ଦେଇଥିଲେ। ମିଶ୍ରଣ ହେବା ଦିନ ଠାରୁ ବିଜେଡ଼ି ଯେଉଁ ଦାୟିତ୍ୱ ଦେଇଛି, ତାକୁ ସୁଚାରୁ ରୂପେ ତୁଲାଇ ଆସୁଛନ୍ତି। ତାଙ୍କ କାର୍ଯ୍ୟକଳାପ ଦେଖି ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ…
Read Moreମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଲେ ଦଶପଲ୍ଲା ବିଧାୟକ ରମେଶ
ନିର୍ବାଚନ ମଣ୍ଡଳୀ ବାସୀଙ୍କ ଆଶ୍ରୀବାଦ କାମନା କଲେ ରମେଶ ନୂଆଗାଁ, (ନୟାଗଡ଼ ଦର୍ପଣ): ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଭିନ୍ନ ବିଧାନ ସଭା ଓ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି।ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ପାଇଁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ପ୍ରତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆସ୍ଥା ପ୍ରକଟ କରିବା ସହ ପୁନଃ ଟିକେଟ ପ୍ରଦାନ କରିଛନ୍ତି।ଏଥି ପାଇଁ ଦଶପଲ୍ଲା ବିଧାୟକ ରମେଶ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ,୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ, କନ୍ଧମାଳ ସାଂସଦ ଡ ଅଚ୍ୟୁତ ସାମନ୍ତ,ନୟାଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ପଦ୍ମନାଭ ବେହେରା, ବରିଷ୍ଠ ପର୍ଯ୍ୟବେକ୍ଷକ ଦେବୀ ମିଶ୍ର ଏବଂ ନୟାଗଡ଼ ବିଧାୟକ ଡ ଅରୁଣ କୁମାର ସାହୁ ଙ୍କୁ କୃତଜ୍ଞତା…
Read Moreନିର୍ବାଚନକୁ ନେଇ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ନିର୍ବାଚନ ତାରିଖ ଘୋଷଣା ହେବା ପରେ ନୟାଗଡ଼ ଜିଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ। ଜିଲ୍ଲାପାଳ ସ୍ଵଧାଦେବ ସିଂଙ୍କ ସଭାପତିତ୍ବରେ ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ, ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ, ଅତିରିକ୍ତ ଜିଲ୍ଲାପାଳ ନିର୍ବାଚନ ରୋଜିନା ଦାସ, ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବଦତ ପଣ୍ଡା, ଉପଜିଲ୍ଲାପାଳ କର୍ଣଦେବ ସମାଦାର, ଡେପୁଟି କଲେକ୍ଟର ଅଭିଜିତ ଷଡ଼ଙ୍ଗୀ, ଅନ୍ୟତମ ଡେପୁଟି କଲେକ୍ଟର ପ୍ରାପ୍ତି ରାଜ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାର ୪ଗୋଟି ନିର୍ବାଚନ ମଣ୍ଡଳୀରେ କିପରି ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ଅନୁଷ୍ଠିତ ହେବ ସେଥି ନିମନ୍ତେ ସମସ୍ତ ପଦକ୍ଷେପ ନିଆଯାଇଥିବା ଜିଲ୍ଲାପାଳ ଜଣାଇଥିଲେ। ନିର୍ବାଚନ ଆଚରଣ ଵିଧି ଲାଗୁ ହେବାପରେ କୌଣସି ସ୍ଥାନରେ ନୂଆ କାମ କିମ୍ବା ନୂଆ ନିଯୁକ୍ତି ପ୍ରଦାନ କରାଯିବ ନାହିଁ,ନିର୍ବାଚନ ତାରିଖ ଘୋଷଣା ହେବା ପରେ…
Read Moreଦଶପଲ୍ଲାରୁ କଟକ ପର୍ଯ୍ୟନ୍ତ ରେଳ ଚଳାଚଳ ପାଇଁ ଦାବି
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଦଶପଲ୍ଲାଠାରେ ନବନିର୍ମିତ ରେଳ ଷ୍ଟେସନ ଗତ ଜାନୁଆରୀ ୬ ତାରିଖରେ ରେଳମନ୍ତ୍ରୀଙ୍କ ଦ୍ୱାରା ବିଧିବଦ୍ଧ ଭାବେ ଉଦଘାଟିତ ହେବା ପରେ ନୟାଗଡ଼ ଟାଉନରୁ ଭୁବନେଶ୍ୱର ଯାଉଥିବା ସେବା ଏକ୍ସପ୍ରେସ ସେହି ଦିନଠାରୁ ଦଶପଲ୍ଲାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ନିୟମିତ ଚଳାଚଳ କରୁଛି । ସେହିପରି ନୟାଗଡ଼ରୁ ପୁରୀ ଯାଉଥିବା ପାସେଞ୍ଜର ଟ୍ରେନଟି ମଧ୍ୟ ଦଶପଲ୍ଲାରୁ ପୁରୀକୁ ନିୟମିତ ଚଳାଚଳ କରୁଛି । ରେଳସେବା ଜିଲ୍ଲାର ଦଶପଲ୍ଲା ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବା ପରଠାରୁ ଏହି ରୁଟରେ ଯାତ୍ରୀଙ୍କ ସଂଖ୍ୟା ନିୟମିତ ବୃଦ୍ଧି ପାଇବାରେ ଲାଗିଛି । ଦଶପଲ୍ଲା ନିକଟବର୍ତ୍ତି ଗଣିଆ,ଛାମୁଣ୍ଡିଆ, ବଡ଼ସିଲିଙ୍ଗା,ବାଣିଗୋଚ୍ଛା, ଟାକେରା,କଳସଖମଣ ଏପରିକି ବୌଦ୍ଧ,ଚାରିଛକ,ମାଧପୁର ଆଦି ଅଞ୍ଚଳରୁ ଲୋକମାନେ ପ୍ରାତ୍ୟହ ଭୁବନେଶ୍ୱର ଏବଂ ପୁରୀ ଯା’ଆସ କରୁଛନ୍ତି । ତେବେ ଓଡ଼ିଶାର ବ୍ୟବସାୟିକ ପ୍ରାଣକେନ୍ଦ୍ର ଭାବେ ପରିଚିତ କଟକକୁ ଲୋକମାନେ ପ୍ରତ୍ୟହ…
Read Moreନୟାଗଡ଼ ଜିଲ୍ଲାରେ ଅତିରିକ୍ତ ନିର୍ବାଚନ ଅଧିକାରୀଙ୍କ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ଅତିରିକ୍ତ ନିର୍ବାଚନ ଅଧିକାରୀ ଶତୃଘ୍ନ କର ଆଜି ଅପରାହ୍ନରେ ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ନୟାଗଡ଼ ଜିଲ୍ଲାରେ ନିର୍ବାଚନ ପ୍ରାକ୍ ପ୍ରସ୍ତୁତି ଉପରେ ସମୀକ୍ଷା କରିଥିଲେ । ପ୍ରଥମେ ଶ୍ରୀଯୁକ୍ତ କର ନୟାଗଡ଼ ଜିଲ୍ଲାରେ ବୁଥ୍ ପୋଷ୍ଟାଲ ବ୍ୟାଲେଟ୍, ଯାନ, ଟ୍ରେନିଂ ପ୍ରୋଗ୍ରାମ, ଏମ.ସି.ଏମ.ସି., ଏମ.ସି.ସି., ପୋଲିସ ମାଜିଷ୍ଟ୍ରେଟ୍ ସମନ୍ଵୟ ଉପରେ ସମୀକ୍ଷା କରିଥିଲେ। ଏହି ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସ୍ଵଧା ଦେବସିଂ ନିର୍ବାଚନ ସମ୍ବନ୍ଧୀୟ ସନ୍ଦେହ ଗୁଡ଼ିକ ପଚାରି ବୁଝିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ନିଙ୍ଗ ଅଧିକାରୀ ଦିଲିପ କୁମାର ବଳ, ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ନିଙ୍ଗ ଅଧିକାରୀ ରୋଜିନା ଦାସ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ରିଟର୍ନିଙ୍ଗ ଅଧିକାରୀ ଦେବଦତ୍ତ ପଣ୍ଡା, ଉପଜିଲ୍ଲାପାଳ ତଥା ରିଟର୍ନିଙ୍ଗ ଅଧିକାରୀ କର୍ଣ୍ଣଦେବ ସମାଦାର, ଅତିରିକ୍ତ…
Read Moreଓଡ଼ଗାଁକୁ ୩୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟିଦେଲେ ବିଧାୟକ ଡ଼ଃ. ଅରୁଣ
ଓଡଗାଁ, (ନୟାଗଡ଼ ଦର୍ପଣ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ଗାଁରେ ବିକାଶର ମହାପର୍ବ ଚାଲିଛି। ରାସ୍ତାଘାଟ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ,ଶିକ୍ଷା କ୍ଷେତ୍ରରେ ରୂପାନ୍ତରୀକରଣ ହୋଇଛି। ଏହି କ୍ରମରେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଓଡ଼ଗାଁ ଗସ୍ତ କରି ୧୦ କୋଟି ବ୍ୟୟ ଅଟକଳରେ କେନାଲ ଛକ ଠାରୁ ବୁଢାବୁଢ଼ୀଆଣି ଡ୍ୟାମ ଦୀର୍ଘ ୧୧ କିମି ରାସ୍ତା, ୯ କୋଟି ୧୬ ଲକ୍ଷ ବ୍ୟୟ ଅଟକଳରେ ଓଡ଼ଗାଁ ଏନଏସିରେ ନୂତନ ବସଷ୍ଟାଣ୍ଡ ଓ ୮ କୋଟି ୨୦ ଲକ୍ଷ ବ୍ୟୟରେ ମଶାବାରୀ କୁସୁମୀ ନଦୀ ଉପରେ ନୂତନ ସେତୁ,କୁରାଳ ଠାରେ ୩୦ ଲକ୍ଷ ବ୍ୟୟ ଅଟକଳରେ ପଞ୍ଚାୟତସ୍ତରୀୟ ମିଶନ ଭବନ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଠିକ ସେହିପରି କେନାଲ ଛକ ଘସାଦେଇପୁର ଠାରେ ନୂତନ ଲକ୍ଷ୍ମୀ ବସଷ୍ଟପ, ରଙ୍ଗଣୀପାଟଣା ଓ ଦଣ୍ଡୋର…
Read Moreଦଶପଲ୍ଲା ବିଧାୟକଙ୍କ ନେତୃତ୍ୱରେ ନୂଆଗାଁରେ ମହିଳା ମହାସମାବେଶ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ନୂଆଗାଁ ବ୍ଲକରେ ହୋଇଥିବା ଐତିହାସିକ ମହିଳା ସମାବେଶ ଦଶପଲ୍ଲା ବିଧାୟକଙ୍କ ଲୋକ ପ୍ରିୟତାକୁ ପ୍ରମାଣିତ କରିଛି। ନୂଆଗାଁ ବ୍ଲକ ସଦର ମହକୁମାରେ ବିଶାଳ ମହିଳା ସମାବେଶ ଅନୁଷ୍ଠିତ ହେବା ସହ ମିଶନ ଶକ୍ତି ଗୃହ ଓ ୫ଟି ପ୍ରକଳ୍ପ ଶୁଭ ଉଦଘାଟନ ହୋଇଯାଇଛି। ନୂଆଗାଁ ବ୍ଲକ ବିଜୁ ଜନତା ଦଳ ତରଫରୁ ଦଶପଲ୍ଲା ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ଵରେ ୫ହଜାରରୁ ଉର୍ଦ୍ଧ୍ବ ମହିଳା କର୍ମୀଙ୍କ ଉପସ୍ଥିତିରେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତି ମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରି ଏକ ବିରାଟ ପଟୁଆରରେ ବଜାର ପରିକ୍ରମା କରି ବ୍ଲକ ନିକଟରେ ଥିବା ମିଶନ ଶକ୍ତି ଗୃହ ନିକଟରେ ପହଞ୍ଚି ବ୍ଲକ ମିଶନ ଶକ୍ତି ଗୃହକୁ ବିଧାୟକ ଶ୍ରୀ ବେହେରା…
Read More