‘ସାଧକ ଶତକ’ ପୁସ୍ତକ ପାଇଁ ପ୍ରସ୍ତୁତି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ସୁନାମଧନ୍ୟ ଓ ଶ୍ରେଷ୍ଠ ସାଧକମାନଙ୍କ ଜୀବନବ୍ୟାପୀ କୃତିକୁ ନେଇ ପ୍ରକାଶ ପାଇବାକୁ ଯାଉଥିବା ‘ସାଧକ ଶତକ’ ପୁସ୍ତକ ଆଗାମୀ ପବିତ୍ର ଶ୍ରୀଗୁଣ୍ଡିଚା ଦିନ ଲୋକାର୍ପଣ ହେବ ବୋଲି ଗତ ସନ୍ଧ୍ୟାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର ଦୋଳବେଦୀ ଠାରେ ନୟାଗଡ଼ ଜିଲ୍ଲା ସାହିତ୍ୟ ଓ ସଂସ୍କୃତି ବିକାଶ ମଞ୍ଚ ପ୍ରାୟୋଜିତ ପ୍ରସ୍ତୁତି ବୈଠକରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଅଧ୍ୟକ୍ଷତା କରି ପ୍ରକାଶିତ ହେବାକୁ ଥିବା ‘ସାଧକ ଶତକ’ ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ। ଏହା ପରେ ଉପସ୍ଥିତ ଥିବା ଅନ୍ୟାନ୍ୟ ସହିତ୍ୟିକ ଏବଂ ବୁଦ୍ଧିଜୀବୀ ମାନେ ସେମାନଙ୍କ ମତ ବ୍ୟକ୍ତ କରିଥିଲେ। ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ୮ଟି ବ୍ଲକ ଏବଂ ପୌରାଞ୍ଚଳରେ ରହୁଥିବା ଦିବଂଗତ ଏବଂ କାର୍ଯ୍ୟରତ ସହିତ୍ୟିକ, ସାରସ୍ୱତ ସାଧକ, ସଂଗ୍ରାମୀ, କ୍ରୀଡ଼ା, ସଙ୍ଗୀତ ବିଜ୍ଞାନ ପ୍ରଭୃତି…

Read More

ଉଦଯାପିତ ହେଲା ପ୍ରଥମ ରାଜ୍ୟସ୍ତରୀୟ ସଚେତନତାଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ପ୍ରଥମ ରାଜ୍ୟ ସ୍ତରୀୟ ସଚେତନତାମୂଳକ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ‘ଚମକ’ ୨୦୨୩ ଆଜି ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଦିବସରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ ଭାବେ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ ଓ ସମ୍ମାନିତି ଅତିଥ୍‌ ଭାବେ ନୟାଗଡ ଏସ୍‌ପି ଅଲେଖଚନ୍ଦ୍ର ପହି, ନାଲ୍‌କୋର ଉପମହାପ୍ରବନ୍ଧକ ବିଦୀପ୍ତଚନ୍ଦ୍ର ରାୟ, ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, ବ୍ଲକ ଉପାଧ୍ୟକ୍ଷା ଅନୁପମା ବେହେରା, ତ୍ରିନାଥ ସାହୁ, ପଞ୍ଚାନନ ବେହେରା ପ୍ରମୁଖ ଯୋଗ ଦେଇଥିଲେ । କ୍ଷୁଦ୍ରଚଳଚିତ୍ର ମହୋତ୍ସବ ‘ଚମକ’ର ସଭାପତି ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଏହି ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ମହୋତ୍ସବରେ ଭାଗ ନେଇଥିବା ସମସ୍ତ ୧୫ଟି ସଚେତନତାଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ର…

Read More

ମାର୍ଚ୍ଚ ୫ରେ ବିଜୁ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

ନୟାଗଡ଼ ଉନ୍ନତୀ ସାଥିରେ କୌଣସି ବୁଝାମଣା ହେବ ନାହିଁବିରୋଧୀଙ୍କୁ ମୁହଁତୋଡ଼ ଜବାବ ଦେବା ସମୟ ଆସିଯାଇଛି ନୟାଗଡ଼ : ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଦଳୀୟ କାର‌୍ୟ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ବ୍ଲକ ବିଜେଡି ସଭାପତି ଅଜିତ ପ୍ରସାଦ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ବିଜୁ ଜନତା ଦଳର ସଂଗଠନକୁ ମଜବୁତ୍ କରାଯିବା ଉପରେ ଆଲୋଚନା ହୋଇଥିଲା। ମାର୍ଚ୍ଚ ୫ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଜୟନ୍ତୀ ପାଳନ ପାଇଁ ବୈଠକରେ ଆଲୋଚନା କରାଯାଇଛି। ବିଧାୟକ ଡ. ସାହୁ ତାଙ୍କ ବକ୍ତବ୍ୟରେ, ନୟାଗଡ଼ ଉନ୍ନତୀ ସାଥିରେ କୌଣସି ବୁଝାମଣା କରାଯାଇ ପାରିବ ନାହିଁ । ଯାହା ଇତିହାସ ତାକୁ ମନେ ପକାଇବା, ଆଲୋଚନା କରିବା, ଭବିଷ୍ୟତ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ ବୋଲି କହିଥିଲେ। ନିର୍ବାଚିତ ପ୍ରତିନିଧି ଓ…

Read More

ସମ୍ବାଦ ଓ ସାହିତ୍ୟ ପତ୍ରିକା ‘କୁସୁମାଞ୍ଜଳି’ର ଦ୍ୱିତୀୟ ସ୍ବର୍ଣ୍ଣକ୍ଷେତ୍ର ଉତ୍ସବ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରୁ ପ୍ରକାଶ ପାଉଥିବା ମାସିକ ସମ୍ବାଦ ଓ ସାହିତ୍ୟ ପତ୍ରିକା ‘କୁସୁମାଞ୍ଜଳି’ର ଦ୍ୱିତୀୟ ସ୍ବର୍ଣ୍ଣକ୍ଷେତ୍ର ଉତ୍ସବ ସ୍ଥାନୀୟ କୃଷ୍ଣଚନ୍ଦ୍ର କ୍ଲବ ସଭାଗୃହରେ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ଗୋଲକ ବିହାରୀ ନାୟକଙ୍କ ପୌରହିତ୍ୟିରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗଦେଇଥିବାବେଳେ ନୟାଗଡ଼ ଜିଲ୍ଲା ଲେଖକ ପରିଷଦର ସଭାପତି ତଥା ନାଟ୍ୟକାର ଓ ନାଟ୍ୟନିର୍ଦ୍ଦେଶକ ପ୍ରଧାନୀ ବୃନ୍ଦାବନ ମହାପାତ୍ର, ସୁସଂଯୋଜକ ତଥା ସୁଵକ୍ତା ମନୋଜ କୁମାର ଶତପଥୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଆୟୋଜିତ କବିତା ପାଠ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା କବିମାନେ ସ୍ୱରଚିତ କବିତା ପାଠ କରିଥିଲେ। ଏହି ଅବସରରେ କବି ଗଜେନ୍ଦ୍ର ମହାରଣାଙ୍କୁ ‘କବି ପ୍ରତିଭା ସମ୍ମାନ’ରେ ସମର୍ଦ୍ଧିତ କରାଯାଇଥିଲା।…

Read More

ପ୍ରଥମ ରାଜ୍ୟସ୍ତରୀୟ ସଚେତନଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ର ‘ଚମକ’ର ୨ୟ ସଂନ୍ଧ୍ୟା

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ପ୍ରଚେଷ୍ଟା ଏବଂ ‘ ଆମ ନୟାଗଡ଼ ଓ ଚଳଚିତ୍ର ମହୋତ୍ସବ କମିଟିର ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗରେ ପ୍ରଥମ ରାଜ୍ୟସ୍ତରୀୟ ସଚେତନଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ର ‘ଚମକ’ ତାର ୨ୟ ସଂନ୍ଧ୍ୟାରେ ଦଶପଲ୍ଲା ଗାନ୍ଧୀ ମୈଦାନରେ ଧୂମଧାମରେ ଅନୁଷ୍ଠିତ ହୋଇଯାଇଛି। ୨ୟ ସନ୍ଧ୍ୟାର ମୁଖ୍ୟଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିଲେ। ବିଶିଷ୍ଟ ଅତିଥି ରାଜ୍ୟ ସରକାରଙ୍କ ରାଜସ୍ବ, ବିପର୍ଯ୍ୟୟ ପରିଚାଳନା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଉପ ଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଡ. ସନାତନ ପଣ୍ଡା ଯୋଗଦେଇ ଥିଲେ । ଏହି ଅବସରରେ ଚମକର…

Read More

କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ନୟାଗଡ଼ ଗସ୍ତ

ନୟାଗଡ଼, (ନୟାଗଡ଼ ଦର୍ପଣ): କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳେଇ ଆଜି ନୟାଗଡ଼ ଗସ୍ତରେ ଆସିଥିଲେ। ୯ଘଟିକା ସମୟରେ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଏବଂ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସୁବାସ ଚନ୍ଦ୍ର ରାୟଙ୍କ ସହ ମାଛିପଡ଼ା ସ୍ଥିତ ଶ୍ୟାମବନ୍ଧୁ ଉଚ୍ଚ ବିଦ୍ୟାଳୟ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଚାନକ ଗସ୍ତ କରିଥିଲେ । ବିଦ୍ୟାଳୟର ରୂପାନ୍ତରୀଣ କାର୍ଯ୍ୟର ଅଗ୍ରଗତି ତଥା ସ୍ବଚ୍ଛତା ଦେଖି ଆୟୁକ୍ତ ଦଳେଇ ଖୁସି ବ୍ୟକ୍ତି କରିଥିଲେ। ଚିକିତ୍ସାଳୟର ବିଭିନ୍ନ ବିଭାଗ ପରିଦର୍ଶନ କରି ରୋଗୀମାନଙ୍କ ଭଲମନ୍ଦ ପଚାରି ବୁଝିବା ସହ ନିରାମୟ କେନ୍ଦ୍ର ବୁଲି ଦେଖିଥିଲେ । ଏହାପରେ ଦିବା ୧୧ଘଟିକା ସମୟରେ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ଜିଲ୍ଲାର ସମସ୍ତ ତହସିଲର ବିଭିନ୍ନ ମାମଲାର ପୁଙ୍ଖାନୁପୁଙ୍ଖ ତଦାରଖ କରିଥିଲେ।ଉପଜିଲ୍ଲାପାଳ ସମସ୍ତ…

Read More

ରୋଟାରୀ କ୍ଲବ ଏବଂ ୟୁନିଟେକ କଲେଜ ତରଫରୁ ରକ୍ତଦାନ ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ): ରକ୍ତଭଣ୍ଡାରରେ ରକ୍ତ ଅଭାବକୁ ଦୁର କରିବା ପାଇଁ ରୋଟାରୀ କ୍ଲବ ନୟାଗଡ଼ ଏବଂ ୟୁନିଟେକ କଲେଜ ନୟାଗଡ଼ର ମିଳିତ ଆନୁକୂଲ୍ୟରେ ଆଜି ଏକ ରକ୍ତଦାନ ଶିବିର ସ୍ଥାନୀୟ ୟୁନିଟେକ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ୟୁନିଟେକ ଗୃପର ଚେୟାରମ୍ୟାନ ପ୍ରଦୀପ ପୃଷ୍ଟି ଉଦଘାଟନ କରିଥିଲେ । ରୋଟାରୀ କ୍ଲବର ସଭାପତି ପ୍ରବୀର କୁମାର ପୃଷ୍ଟିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଶିବିରକୁ ରୋଟାରୀ କ୍ଲବର ସଂପାଦକ ବାସୁଦେବ ସାହୁ, ସଭ୍ୟ ଆରିଫ ଖାନ, ବ୍ରଜେନ୍ଦ୍ର ପଟ୍ଟନାୟକ, ମିହିର ନା଼ୟକ, ସନ୍ତୋଷ ନାୟକ, ଦିଲ୍ଲିପ ମିଶ୍ର ସମାଜସେବୀ ଦାମୋଦର ସାହୁ ଏବଂ ୟୁନିଟେକ କଲେଜର ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ। ନୟାଗଡ଼ ରକ୍ତଭଣ୍ଡାରର କର୍ମକର୍ତ୍ତାଙ୍କ ସହାୟତାରେ ଏହି ଶିବିରରୁ ୩୭ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ରକ୍ତଭଣ୍ଡାରର ରକ୍ତ ଅଭାବକୁ ଦୁର କରିବା ପାଇଁ…

Read More

ସର୍ବ ଭାରତୀୟ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ମହାସଂଘର ବନ୍ଧୁ ମିଳନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ପୂର୍ତ୍ତ ବିଭାଗ ବଙ୍ଗଳା ପରିସରରେ ସର୍ବ ଭାରତୀୟ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ମହାସଂଘର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାସ୍ତରୀୟ କର୍ମକର୍ତା ଚୟନ ନିମନ୍ତେ ଏହି ବୈଠକ ହୋଇଥିବା ଜଣାପଡ଼ିଛି। ଉକ୍ତ ବୈଠକରେ ଜିଲ୍ଲାର ସମସ୍ତ ବ୍ଲକର ସାମ୍ବାଦିକମାନେ ଯୋଗ ଦେଇଥିଲେ। ଏହି ବୈଠକରେ OUWJ ସଙ୍ଘର ରାଜ୍ୟ ସଭାପତି ଭାଗବତ ତ୍ରିପାଠୀ, ବିଶ୍ଵବାଣୀ ଖବର କାଗଜର ଏଡିଟର ତଥା ସଂଗଠନର ସମ୍ପାଦକ ଅର୍ଜୁନ ମୁଦୁଲି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନନୀୟ ଅତିଥି ଭାବରେ ଡିଜିଟାଲ ମିଡ଼ିଆ ସାମ୍ବାଦିକ ସଂଘର ସଭାପତି ଅନୱାର ଅଲି ଯୋଗଦେଇଥିଲେ। ସାମ୍ବାଦିକମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯଇଥିଲା। ରାଜ୍ୟରୁ ଆସିଥିବା ଉଭୟ ଅତିଥି ସବୁ ସମସ୍ୟାର ସମାଧାନ କରିବା କଥା କହିଥିଲେ। ପରେପରେ କର୍ମକର୍ତ୍ତା ଚୟନ କରାଯାଇ ସମାଜସେବୀ ତଥା…

Read More

ନୟାଗଡ଼ ଜିଲ୍ଲାର ପ୍ରଥମ ସମ୍ପୂର୍ଣ୍ଣ ସୌରଚାଳିତ ଅନୁଷ୍ଠାନରେ ପରିଣତ ହେଲା ସମର୍ପଣ

ନୟାଗଡ଼(ନାୟଗଡ଼ ଦର୍ପଣ): ନୟାଗଡ଼ ସଦରମହକୁମା ନିକଟ ଲେଖନପୁରଠାରେ ଗଢି ଉଠିଥିବା ସମର୍ପଣ ବୃଦ୍ଧାଶ୍ରମର ପଞ୍ଚମ ପ୍ରତିଷ୍ଠା ଦିବସ ଜିଲ୍ଲାପାଳ ତଥା “ସମର୍ପଣ” ପରିଚାଳନା କମିଟିର ସଭାପତି ଶ୍ରୀ ରବୀନ୍ଦ୍ରନାଥ ସାହୁଙ୍କ ସଭାପତିତ୍ୱରେ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ମାନ୍ଯବର ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଯୋଗଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲା ପରିଷଦ କୀର୍ଯ୍ଯନିର୍ବାହୀ ଅଧିକାରୀ ସୁବାସ ଚନ୍ଦ୍ର ରାୟ,ନୟାଗଡ ବ୍ଳକ୍ ଅଧ୍ଯକ୍ଷ କିଶୋର ଚନ୍ଦ୍ର ସାହୁ, ନୟାଗଡ ବିଡିଓ ପଦ୍ମଚରଣ ସାହୁ, ପୌରପରିଷଦ ପୌରାଧ୍ୟକ୍ଷା ନିରୂପମା ଖଟେଇ, ପୌରପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ଯୋଗଦେଇ ଥିଲେ। ସର୍ବପ୍ରଥମେ ସମର୍ପଣ ପରିଚାଳନା କମିଟିର କାର୍ଯ୍ଯକାରୀ ସଭାପତି ଅରୁଣ କୁମାର ମହାନ୍ତି ପ୍ରତିଷ୍ଠା ଦିବସ ବିଷୟରେ ସୂଚନା ପ୍ରଦାନ…

Read More

ମାତୃଭାଷା ପ୍ରତି ଆମର ପ୍ରତିବଦ୍ଧତା ରହିଲେ ଭାଷାର ବିକାଶ ସହ ସାଂସ୍କୃତିକ ପ୍ରଗତି ସମ୍ଭବ ହୋଇପାରିବ

ନୟାଗଡ଼,(ନୟାଗଡ଼ ଦର୍ପଣ): ଭାଷା ମାଧ୍ୟମରେ ସାଂସ୍କୃତିକ ବିବିଧତାକୁ ଲୋକାଭିମୁଖୀ କରିବା ତଥା ବହୁଭାଷାର ଗୁରୁତ୍ୱକୁ ପ୍ରାଧାନ୍ୟ ଦେବା ଦ୍ୱାରା ଭାଷା-ଏକତା ସୃଷ୍ଟି ହୋଇପାରିବ। ପୃଥିବୀରେ ବର୍ତ୍ତମାନ ପ୍ରାୟ ୭୦୦୦ ଭାଷା ପ୍ରଚଳିତ ଥିବାବେଳେ ପାଖାପାଖି ୪୦୦୦ ଭାଷା ବିଲୁପ୍ତ ପ୍ରାୟ ଅବସ୍ଥାରେ ଅଛି।ତେଣୁ ଭାଷାକୁ ନେଇ ସମଗ୍ର ପୃଥିବୀର ସ୍ଥିତି ଚିନ୍ତାଜନକ। ଭାରତରେ ପ୍ରାୟ ୪୫୦ ଭାଷା ପ୍ରଚଳିତ ଥିବାବେଳେ ସେଥିରୁ ପ୍ରାୟ ଏମିତି ୧୦ଟି ଭାଷା ଅଛି ଯାହା କହୁଥିବା ଲୋକଙ୍କ ସଂଖ୍ୟା ୧୦୦ ରୁ ମଧ୍ୟ କମ୍। ମାତୃଭାଷା ପ୍ରତି ଆମର ପ୍ରତିବଦ୍ଧତା ରହିଲେ ହିଁ ଭାଷାର ବିକାଶ ସହ ସାଂସ୍କୃତିକ ପ୍ରଗତି ସମ୍ଭବ ହୋଇପାରିବ। ମାତୃଭାଷା ବ୍ୟତୀତ କୌଣସି ଦେଶ, ଜାତି ବା ସମାଜର ସଂସ୍କୃତି ବିଷୟରେ କଳ୍ପନା କରାଯାଇନପାରେ ବୋଲି ଆଜି ବିଶ୍ୱ ମାତୃଭାଷା ଦିବସ ପାଳନ ଅବସରରେ ବକ୍ତାମାନେ ମତବ୍ୟକ୍ତ…

Read More