ବିଜେଡ଼ି ଆଦର୍ଶରେ ଅନୁପ୍ରାଣିତ ହୋଇ ଇଟାମାଟି ପଞ୍ଚାୟତର ବହୁ ବିଜେପି କର୍ମୀ ବିଜେଡିରେ ସାମିଲ

ନୟାଗଡ଼,(ନୟାଗଡ଼ ଦର୍ପଣ): ବିଜୁ ଜନତା ଦଳର ନୀତି ଓ ଆଦର୍ଶ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା, ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ସାଂଗଠନିକ ଦକ୍ଷତା ଆଗରେ ବିରୋଧି ଶକ୍ତିହୀନ ହେଉଛନ୍ତି । ବିରୋଧି ଦଳର ନେତୃତ୍ୱ ନେଉଥିବା ବ୍ୟକ୍ତି ଦିନକୁ ଦିନ ଦୁର୍ବଳ ହେଉଛନ୍ତି । କିଛିଦିନ ତଳେ ନୟାଗଡ଼ ଓଡ଼ଗାଁ ବ୍ଲକର ୪୫ ପରିବାର ଝାରସୁଗୁଡ଼ା ଯାଇ ବିଜୁ ଜନତା ଦଳରେ ସାମିଲ ହେଉଥିବା ବେଳେ ଆଜି ନୟାଗଡ଼ ବ୍ଲକ ଇଟାମାଟି ପଞ୍ଚାୟତର ୨୦ ଜଣ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଉପରେ ଅସ୍ଥାପ୍ରକଟ କରି ସେମାନେ ଦଳରେ ସାମିଲ ହୋଇଥିବା ବେଳେ ବିଜେପିରେ ଚାଲିଥିବା ଅନ୍ତଃକନ୍ଦଳ ସେମାନଙ୍କୁ ଦଳ ଛାଡ଼ିବାକୁ ବାଧ୍ୟ କରିଥିବା କହିଛନ୍ତି । ନୟାଗଡ଼…

Read More

ରତ୍ନମୁଦ ଉତ୍ସବରେ ଯୋଗଦେଲେ ଦଶପଲ୍ଲା ବିଧାୟକ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଚାହାଳୀ ପଞ୍ଚାୟତ ଅଧିନରେ ଥିବା ଡାଳିଆମଡା ଠାରେ ବିରାଜିତ ମା ମଙ୍ଗଳା ଠାକୁରାଣୀଙ୍କ ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରାତଃ ସମୟରେ ମା’ଙ୍କ ମନ୍ଦିରରେ ରିତିକାନ୍ତି ଅନୁଯାୟୀ ମା’ଙ୍କ ପୀଠରେ ହୋମ, ନାମ, ସଙ୍କୀର୍ତ୍ତନ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ମା’ଙ୍କ ଆଶୀର୍ବାଦ ଲାଭ କରିଥିଲେ। ତତ୍ ସହିତ ଅଞ୍ଚଳର ବିକାଶ ଉପରେ ଗୁରୁତ୍ୱାରୋପ କରିବା ସହ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ, ଦଶପଲ୍ଲା ଏନ୍ଏସି ଉପାଧ୍ୟକ୍ଷ କିଶୋର ଚନ୍ଦ୍ର ମହାପାତ୍ର, ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ଢେଙ୍କେଣା ସରପଞ୍ଚ ଯୁଗଳ କିଶୋର ସାହୁ, ରମେଶ…

Read More

ଚାଷୀମାନଙ୍କ ଦୁଃଖ ଦୁରକଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ଏବଂ ବିଧାୟକଙ୍କୁ କୃତଜ୍ଞତା ଜଣାଇଲେ ଅଞ୍ଚଳବାସୀ ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଢ଼ାଝୋଲା ଗ୍ରାମପଞ୍ଚାୟତ ଅଧୀନରେ ଥିବା କାଳିଆମ୍ବା ଠାରେ ବହୁ ପ୍ରତିକ୍ଷୀତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଇଁ ୨କୋଟି ୨୯ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଚାଷୀମାନଙ୍କ ଦୁଃଖ ଦୂର ହେବାକୁ ଯାଉଛି ବୋଲି କହିଥିଲେ। ଏହି ପ୍ରକଳ୍ପ ଦ୍ବାରା ଶହ ଶହ ହେକ୍ଟର ଚାଷ ଜମି ଜଳ ସେଚିତ ହୋଇ ପାରିବ ବୋଲି କହିବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ ବିଧାୟକ ଶ୍ରୀଯୁକ୍ତ ବେହେରା। ସମ୍ମାନୀତ ଅତିଥିଭାବେ ନୂଆଗାଁ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଉପାଧ୍ୟକ୍ଷ ପର୍ଶୁରାମ ସ୍ଵାଇଁ,…

Read More

ପୌର ନିର୍ବାଚନ ବେଳେ ଦେଇଥିଲେ ପ୍ରତିଶୃତି ତାହା ହେଲା ପୂରଣ, ଖୁବଶୀଘ୍ର ନିର୍ମାଣ ହେବ ୧୩କିମି ରାସ୍ତା

ନୟାଗଡ଼ ବିକାଶର ଆଉ ଏକ ମାଇଲଖୁଣ୍ଟ, ମୁଖ୍ୟମନ୍ତ୍ରୀ ଏବଂ ନୟାଗଡ଼ ବିଧାୟକଙ୍କୁ କୃତଜ୍ଞତା ଜ୍ଞାପନ କଲେ ନୟାଗଡ଼ ସହରବାସୀ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରର ବିକାଶରେ ପୁଣି ଯୋଡ଼ି ହେଲା ଆଉ ଏକ ଫର୍ଦ୍ଦ। ଦୀର୍ଘ ଦିନର ପ୍ରତୀକ୍ଷାର ହେଲା ଅବସାନ। ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ପାଇଁ ପ୍ରାୟ ୧୩ କି.ମି ପର୍ଯ୍ୟନ୍ତ ନୟାଗଡ଼ ସହରର ଦୁଇଟି ରାସ୍ତା ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ହୋଇପାରିଛି । ଏ ସବୁ ରାସ୍ତା ସହରାଞ୍ଚଳ ବିକାଶ ବିଭାଗ ବା ପୋୖରାଞ୍ଚଳ ଅଧିନରେ ଆସୁଥିଲା । ପୋୖରାଞ୍ଚଳ ଅଧିନରେ ଆସୁଥିବାରୁ ଏହି ରାସ୍ତା ନିର୍ମାଣ କରିବା ପାଇଁ ପୌର ପରିଷଦ ପାଖରେ ଯଥେଷ୍ଟ ଅର୍ଥ ନଥିଲା । ତେଣୁକରି ଏହି ରାସ୍ତାକୁ କଙ୍କ୍ରିଟ୍ କରିବାକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିବା ପାଇଁ ନିଷ୍ପତ୍ତି ନିଆଗଲା। ସେଥିପାଇଁ ଯାହା ସବୁ ପକ୍ରିୟା ରହିଛି ସେସବୁ…

Read More

ଚଳିତ ମାସ ୨୦ ଓ ୨୧ତାରିଖ ଦୁଇଦିନ ଧରି କେସି କ୍ଲବରେ ଜିଲ୍ଲାସ୍ତରୀୟ ଓପନ ଚେସ ଟୁର୍ଣ୍ଣାମେଣ୍ଟ

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ଚେସ ଆସୋସିଏସନର ନିର୍ଦ୍ଦେଶ କ୍ରମେ ନୟାଗଡ଼ରେ ଜିଲ୍ଲାସ୍ତରୀୟ ଓପନ ଚେସ ଟୁର୍ଣ୍ଣାମେଣ୍ଟ ଚଳିତ ମାସ ୨୦ ଏବଂ ୨୧ ତାରିଖ ଦୁଇଦିନ ଧରି ସ୍ଥାନୀୟ କେସି କ୍ଲବ ପରିସରରେ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ସୂଚନା ମୁତାବକ ଏହି ଟୁର୍ଣ୍ଣାମେଣ୍ଟରେ ସମସ୍ତ ବର୍ଗର ପ୍ରତିଯୋଗୀ ଅଂଶ ଗ୍ରହଣ କରି ପାରିବେ। ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ୧୫ଶହ ଟଙ୍କା, ଦ୍ୱିତୀୟ ସ୍ଥାନ ପାଇଁ ୧୨ଶହ ଟଙ୍କା, ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ୧ହଜାର ଟଙ୍କା, ଚତୁର୍ଥ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ୭୦୦ଟଙ୍କା ଏବଂ ପଞ୍ଚମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ୬୦୦ ଟଙ୍କା ସହିତ ପ୍ରମାଣପତ୍ର ପ୍ରଦାନ କରାଯିବ। ସେହିପରି ଅଂଶ ଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣ…

Read More

ଗ୍ରାମବାସୀ କହିଲେ ମୁଖ୍ୟମନ୍ତ୍ରୀ ଏବଂ ଦଶପଲ୍ଲା ବିଧାୟକଙ୍କ ପାଇଁ ପର୍ବତ ଶିଖରେ ଫୁଟିଲା କଇଁ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଉଦୟପୁର ପଞ୍ଚାୟତ ଅଧୀନରେ ଥିବା ନୂଆଗାଁ ଠାରୁ ନଇ ତଇଲା ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରେ ୭.୯୦ କିମି ରାସ୍ତା ନିର୍ମାଣ ପାଇଁ ୭କୋଟି ୪୮ଲକ୍ଷ ୨୭ହଜାର ଟଙ୍କା ମଞ୍ଜୁର ହୋଇଛି । ଏକ ବର୍ଷ ସମୟ ସୀମା ମଧ୍ୟରେ ସଂପୂର୍ଣ୍ଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି ।କାର୍ଯ୍ୟ କିଭଳି ଚାଲିଛି ଏ ନେଇ ପରିଦର୍ଶନରେ ଆସିଥିଲେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ଉପଦେଷ୍ଟା ସବିତା ମହାପାତ୍ର। ରାସ୍ତା ନିର୍ମାଣ ସମ୍ପର୍କରେ ଲୋକମାନଙ୍କ ସହ ଆଲୋଚନା କରିବା ସହିତ ବିଭିନ୍ନ ସମସ୍ୟା ପଚାରି ବୁଝିଥିଲେ। ସେହିପରି କୋରଡ଼ା ଠାରୁ ରଗଡ଼ି ମଡା ଭାୟା ମିନା ଗାଡିଆ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଚାଲିଥିବା ୫କିମି ରାସ୍ତା ନିର୍ମାଣ କିପରି ଚାଲିଛି ଦେଖିବା ସହ ରାସ୍ତା ନିର୍ମାଣ ସମ୍ପର୍କରେ…

Read More

ନୟାଗଡ଼ ସଦର ମହକୁମାରେ ଜିଲ୍ଲାସ୍ତରୀୟ ବିଶ୍ବ ରେଡକ୍ରସ ଦିବସ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ରେ ବିଶ୍ଵ ରେଡକ୍ରସ ଦିବସ ଜିଲ୍ଲା ପ୍ରଶାସନ ଓ ରେଡକ୍ରସ ଭଲେଣ୍ଟିୟର୍ସ ଫୋରମର ମିଳିତ ସହଯୋଗରେ ପାଳିତ ହୋଇଯାଇଅଛି । ଏହି ଅବସରରେ ପୂର୍ବାହ୍ନ ୭ଘଟିକା ସମୟରେ ଦିବସର ତାତ୍ପର୍ଯ୍ୟ ଉପରେ ସାଧାରଣ ନାଗରିକଙ୍କୁ ସଚେତନ କରିବା ପାଇଁ ଏକ ପଦଯାତ୍ରା ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ପତାକା ଦେଖାଇ ଶୁଭ ଉଦ୍‌ଘାଟନ କରିଥିଲେ । ଏହି ପଦଯାତ୍ରା ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାକକ୍ଷରେ ଏକ ସଚେତନତା ସଭା ସହ ରକ୍ତଦାନ କ୍ୟାମ୍ପ୍ କରାଯାଇଥିଲା। ଏହି ସଭାକାର୍ଯ୍ୟରେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟବକ୍ତା ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା, ମକରନ୍ଦ ବେଉରା ରେଡକ୍ରସ ଦିବସର ଇତିହାସ ତାଙ୍କ ବକ୍ତବ୍ୟରେ ରଖିଥିଲେ ।ସମ୍ମାନିତ ଅତିଥି…

Read More

ପଛୁଆ ବର୍ଗର ସାମାଜିକ ଓ ଶିକ୍ଷାଗତ ସର୍ଭେ କେନ୍ଦ୍ର ପରିଦର୍ଶନ କଲେ ରାଜ୍ୟ ପର୍ଯ୍ୟବେକ୍ଷକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ପଛୁଆ ବର୍ଗର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସର୍ଭେ କାର୍ଯ୍ୟ ସାରା ଓଡ଼ିଶାରେ ଚାଲୁ ରହିଛି। ମେ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ସର୍ଭେ କାର୍ଯ୍ୟ ଆସନ୍ତା ମେ ୨୭ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଏଥିନିମନ୍ତେ ନୟାଗଡ଼ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ସର୍ଭେ କେନ୍ଦ୍ର ଖୋଲାଯାଇଛି। ନୟାଗଡ଼ ଜିଲ୍ଲା ଦାୟିତ୍ୱରେ ଥିବା ରାଜ୍ୟ ପର୍ଯ୍ୟବେକ୍ଷକ ପ୍ରଦୀପ କୁମାର ନାୟକ ଆଜି ନୟାଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ ଯଥା ଭାପୁର, ଖଣ୍ଡପଡ଼ା, ଗଣିଆ, ଦଶପଲ୍ଲା ଓ ନୂଆଗାଁ ବ୍ଳକ ପରିଦର୍ଶନ କରି ସମସ୍ତ କାର୍ଯ୍ୟର ତଦାରଖ କରିଛନ୍ତି। ଏହି ସର୍ଭେ କେବଳ ଓଡ଼ିଶା ସରକାରଙ୍କ ଦ୍ବାରା ଅଧିସୂଚୀତ ୨୦୮ପ୍ରକାର ପଛୁଆ ବର୍ଗର ଲୋକଙ୍କ ପାଇଁ ଉଦ୍ଦିଷ୍ଟ। ପରିବାରର ମୁଖ୍ୟ କିମ୍ବା ଘରର ବରିଷ୍ଠ ସଦସ୍ୟ ସର୍ଭେ ସେଣ୍ଟରକୁ ଯାଇ ସବିଶେଷ ବାର୍ତ୍ତା…

Read More

ଉନ୍ନୟନ ମୂଳକ କାର୍ଯ୍ୟ ସହ ସର୍ଭେ କେନ୍ଦ୍ର ପରିଦର୍ଶନ କଲେ ବିଡ଼ିଓ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ ସହ ସର୍ଭେ କେନ୍ଦ୍ର ପରିଦର୍ଶନ କରିଛନ୍ତି ବିଡ଼ିଓ ସଚିଦା ନନ୍ଦ ମିଶ୍ର। ସୂଚନା ଥାଉକି କାପ୍ତାପଲ୍ଲୀ, ଘଡେଇବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବାପୁଜୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବାହାଡ଼ାଝୋଲା, ବେରୁଆଁବାରି ଉଚ୍ଚ ବିଦ୍ୟାଳୟ,ବେରୁଆଁବାରି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚାଲିଥିବା ସର୍ଭେ କେନ୍ଦ୍ର ପରିଦର୍ଶନ କରିବା ସହ ସର୍ଭେର ଉଦେଶ୍ୟ ଉପରେ ଲୋକମାନଙ୍କ ସହ ଆଲୋଚନା କରିଥିଲେ ବିଡ଼ିଓ। ତତ୍ ସହିତ ବେରୁଆଁ ବାରିରଅମୃତ ସରୋବର ପ୍ରକଳ୍ପ ଏବଂ ବେରୁଆଁବାରି ୫ ଟି ବିଦ୍ୟାଳୟର ସ୍ଥିତି ଅନୁଧ୍ୟାନ କରିବା ସହ ଠିକ୍ ସମୟରେ ଉନ୍ନୟନମୂଳକ କାର୍ଯ୍ୟ ସମାପନ କରିବା ପାଇଁ କନିଷ୍ଠ ଯନ୍ତ୍ରୀ ଆଦିତ୍ୟ ଜେନାଙ୍କୁ କହିଥିଲେ।

Read More

ବିଶ୍ୱ ହାସ୍ୟ ଦିବସ: ଚଳିତବର୍ଷ ହାସ୍ୟ ରସିକ ଉପାୟନ ପାଇଲେ ଶ୍ରୀଯୁକ୍ତ ସତ୍ୟାନାଶ

ନୟାଗଡ଼,(ନୟାଗଡ଼ ଦର୍ପଣ): ମଇ ମାସର ପ୍ରଥମ ରବିବାରକୁ ବିଶ୍ୱ ହାସ୍ୟ ଦିବସ ରୂପେ ପାଳନ କରାଯାଏ। ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା ସାହିତ୍ୟ ସଂସ୍କୃତି ବିକାଶ ମଞ୍ଚ ପକ୍ଷରୁ ବିଶ୍ବ ହାସ୍ୟ ଦିବସ ବେଶ ଧୁମଧାମରେ ପାଳିତ ହୋଇଯାଇଛି । ନୟାଗଡ଼ ପୁରୁଣାସହର ଜଗନ୍ନାଥ ମନ୍ଦିର ସାମନା ଯଦୁମଣି ମଣ୍ଡପଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଅନୁଷ୍ଠାନର ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଚଳଚ୍ଚିତ୍ର ଏବଂ ଦୂରଦର୍ଶନ ହାସ୍ୟ ଅଭିନେତା ବ୍ରଜ ସିଂ, ନିଉଜ ଫିଉଜର ସଂଚାଳକ ତଥା ହାସ୍ୟାଭିନେତା ହୃଷିକେଶ ଦାସ, ଜ୍ଞାନ ହୋତା, ବୋଲଗଡ଼ ଏକ୍ସପ୍ରେସ ବ୍ରଜ ସୁବୁଦ୍ଧି, ଡ଼ଃ. କୁଳାଙ୍ଗାର, ଶ୍ରୀଯୁକ୍ତ ସତ୍ୟାନାଶ, ଡ. ରମାକାନ୍ତ…

Read More