ମା ଦକ୍ଷିଣକାଳୀଙ୍କ ପହିଲି ପ୍ରସାଦ ସେବନ କଲେ ଛାତ୍ରଛାତ୍ରୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡର ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣକାଳୀଙ୍କ ଠାରେ ପ୍ରତ୍ୟୁଷରୁ ଭୋଗ ଲାଗି ହେଉଥିବା ପହିଲି ପ୍ରସାଦକୁ ନୟାଗଡ଼ ରୋଟାରି କ୍ଳବ ଏକ୍ସିଲେନସି ପକ୍ଷରୁ ସ୍ଥାନୀୟ ତପସ୍ୟା ଶିଶୁ ଗୃହରେ ପାଠ ପଢୁଥିବା ଅସହାୟ ଛାତ୍ର ଛାତ୍ରୀମାନଙ୍କୁ ବଣ୍ଟନ କରାଯାଇଛି। ଶିଶୁ ଗୃହର ପରିଚାଳନା କମିଟି ସଭାପତି ଉଷା ପଟ୍ଟନାୟକ, ଶିକ୍ଷକ, ଶିକ୍ଷୟତ୍ରୀ, ତତ୍ୱାବଧାରକଙ୍କ ସମେତ ନୟାଗଡ଼ ଏକ୍ସିଲେନସି ସଭାପତି ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ସଂଗ୍ରାମ ଗୁମାନ ସିଂ, ଜିଲ୍ଲା ଓକିଲ ସଙ୍ଘ ସଭାପତି ଆଇନଜିଵୀ ରଣଜିତ ଦାସ ପ୍ରମୁଖ ପ୍ରସାଦ ସେବନରେ ସାମିଲ ହୋଇଥିଲେ।

Read More

ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ଜିଲ୍ଲା ସ୍ତରୀୟ ଜନ୍ମ ଜୟନ୍ତୀ ପାଳନ

ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡିଶାର ଯେଉଁ ବ୍ଯକ୍ତି ପ୍ରଥମେ ମହାତ୍ମା ଗାନ୍ଧୀଙ୍କୁ ସାକ୍ଷାତ କରି ଓଡ଼ିଆଙ୍କ ଦୁରବସ୍ଥା ଓ ଦୁଃଖ ଦୁର୍ଦ୍ଦଶା ଜଣାଇ ଥିଲେ ସେ ହେଉଛନ୍ତି ଗାନ୍ଧୀ ବାଦୀ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ର। ଓଡିଶାର ମହାନାୟକ ଗାନ୍ଧୀଙ୍କ ପ୍ରିୟ ଓଡିଆ ପୂଜ୍ୟ ବିପ୍ଳବୀ ଶ୍ରୀ ମିଶ୍ର ଙ୍କର ୧୩୬ ତମ ଜିଲ୍ଲା ସ୍ତରୀୟ ଜନ୍ମ ଜୟନ୍ତୀ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ସ୍ମୃତି ପରିଷଦ, ନୟାଗଡ଼ ତରଫରୁ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ସଂଯୋଜନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ବିଦ୍ଯାଳୟ ପରିସରରେ ସ୍ଥାପିତ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ଧୂପ ଓ ପୁଷ୍ପମାଲ୍ୟାର୍ପଣ କରିଥିଲେ।…

Read More

ପିଲାଦିନର ଅଭୁଲା ସ୍ମୃତିକୁ ମନେ ରଖିବାର ସ୍ଵତନ୍ତ୍ର ପ୍ରୟାସ

ନୟାଗଡ଼, (ନୟାଗଡ଼ ଦର୍ପଣ): ପୁରୁଣା ସ୍ମୃତିକୁ ମନେ ପକାଇବା ପାଇଁ ନୟାଗଡ଼ ବ୍ଲକ ଚନ୍ଦ୍ରଶେଖର ପୁରରେ ଏକାଠି ହେଲେ ୨୦୦ରୁ ଉର୍ଦ୍ଧ୍ବ ଝିଅ। ପ୍ରସିଦ୍ଧ ନୀଳକଣ୍ଠେଶ୍ଵର ମହାଦେବ ଓ ଦୁଆଣ୍ଟ ନଦୀକୂଳର ସୁଲୁସୁଲିଆ ପବନ, ଗାଁ ମାଟିର ମହକ ସମସ୍ତ ଝିଅ ବୋହୂମାନଙ୍କୁ ଆକୃଷ୍ଟ କରିଛି। ଦୂରଦୂରାନ୍ତରେ ଝିଅମାନେ ବିବାହ ହୋଇଥିବାରୁ ଗୋଟିଏ ସମୟରେ ଏକାଠି ହୋଇପାରୁ ନଥିଲେ। ପୁରୁଣା ବର୍ଷକୁ ବିଦାୟ ଦେବା, ନୂତନ ବର୍ଷକୁ ସ୍ଵାଗତ କରିବା ପାଇଁ କନିଷ୍ଠ ବରିଷ୍ଠଙ୍କୁ ଏକାଠି କରି ଗ୍ରାମର ଲାଇବ୍ରେରୀ ଘରର ପରିସର ଭିତରେ ନିଜେ ଝିଅମାନେ ଭୋଜିଭାତ ଓ ନାଚଗୀତ ର ଆୟୋଜନ କରିଥିଲେ। ଏହାର ସମସ୍ତ ଖର୍ଚ୍ଚ ସୁଜାତା ତ୍ରିପାଠୀ ଖୁସିରେ ଦେଇଥିଲେ ଓ ନିଜେ ଖୁସି ଅନୁଭବ କରିଥିଲେ। ଏଥିରେ ସହଯୋଗ କରିଥିଲେ ସୁଶାନ୍ତି ପୃଷ୍ଟି, ସଂଯୁକ୍ତା ନନ୍ଦ, ରଞ୍ଜୁବାଳା ନନ୍ଦ, ମମତା…

Read More

ସରକାରୀ ମେଧାବୃତ୍ତି ପରୀକ୍ଷାରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ଶତପ୍ରତିଶତ ସଫଳତା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଳକର ୩ୟ ଓ ୫ମ ଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷା- ୨୦୨୪-୨୫ର ରେଜଲ୍ଟ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ନୟାଗଡ଼ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପ୍ରତିବର୍ଷ ପରି ଏ ବର୍ଷ ମଧ୍ଯ ବାଜିମାତ କରି ଏକ ନୂଆ ଇତିହାସ ରଚନା କରିଛି । ବିଦ୍ଯାଳୟର ଜ୍ଯୋତି ରଂଜନ ସାହୁ ୩ୟ ଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷାର ଉତ୍କର୍ଷ ତାଲିକାରେ(Merit List) ସର୍ବୋଚ୍ଚ ନମ୍ବର ରଖି ଜନ୍ମ ତାରିଖ ଆଧାରରେ ଦ୍ବିତୀୟ ସ୍ଥାନ ଓ ରୌନକ ପାତ୍ର ୪ର୍ଥ ସ୍ଥାନ ଅଧିକାର କରି ଆମ ବିଦ୍ଯାଳୟ ପାଇଁ ଗୌରବ ଅର୍ଜନ କରିଥିବା ବେଳେ ୫ମ ଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷାର ଉତ୍କର୍ଷ ତାଲିକାରେ ( Merit list) ଅରଜିତ୍ ମହାପାତ୍ର ଓ ଅନୁଷ୍କା ବିଶ୍ବାଳ ଯଥାକ୍ରମେ ୫ମ ଓ…

Read More

ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୩୧ତମ ବାର୍ଷିକ ଉତ୍ସବ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୩୧ତମ ବାର୍ଷିକ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟଅତିଥି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାସ ଚନ୍ଦ୍ର ପଣ୍ଡା, ମୁଖ୍ୟବକ୍ତା ସହପ୍ରାନ୍ତ ସେବାପ୍ରମୁଖ ବେଲେଶ୍ୱର ସାହୁ, ସଭାଧ୍ୟକ୍ଷ ସ୍ଥାନୀୟ ବିଦ୍ୟାଳୟର ମୁଖ୍ୟ ପ୍ରଶାସକ ହରେକୃଷ୍ଣ ମୁଦୁଲି, ପ୍ରଶାସକ ଡ଼. କୃପାସିନ୍ଧୁ କରଣ ଓ ପ୍ରଧାନାଚାର୍ଯ୍ୟ ଅମ୍ବିକା ପ୍ରସାଦ ପଟ୍ଟନାୟକ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ମଞ୍ଚାସୀନ ଥିଲେ। ପ୍ରଶାସକ ଡ଼. କୃପାସିନ୍ଧୁ କରଣ ଅତିଥି ପରିଚୟ କରାଇଥିଲେ। ପ୍ରଧାନାଚାର୍ଯ୍ୟ ବାର୍ଷିକ ବିବରଣୀ ପାଠ କରିଥିଲେ। ମୁଖ୍ୟବକ୍ତା ବେଲେଶ୍ୱର ସାହୁ ଆଜିର ସମାଜରେ “ପଞ୍ଚ ପରିବର୍ତ୍ତନ”ର ଆହ୍ବାନ ଦେଇଥିଲେ। ସେଗୁଡ଼ିକ ଯଥାକ୍ରମେ ସ୍ଵବୋଧ, କୁଟୁମ୍ବ ପ୍ରବୋଧକ ,ସାମଜିକ ସମରସତା, ପର୍ଯ୍ୟାବରଣ ଓ ନାଗରିକର କର୍ତ୍ତବ୍ୟ ଇତ୍ୟାଦି ବହୁ ଉଦାହରଣ ମାଧ୍ୟମରେ ଦର୍ଶକମାନଙ୍କ ସମ୍ମୁଖରେ ଉପସ୍ଥାପନା କରିଥିଲେ।…

Read More

“ମନରେଗା” ବଦଳରେ “ଜୀ ରାମ ଜୀ”କୁ ନେଇ ନୟାଗଡ଼ରେ ସିପିଆଇଏମର ବିକ୍ଷୋଭ

ନୟାଗଡ଼, (ନୟାଗଡ଼ ଦର୍ପଣ): କେନ୍ଦ୍ର ମୋଦି ସରକାର ବିକଶିତ ଭାରତ ଜୀ ରାମଜୀ ଯୋଜନା ପ୍ରବର୍ତ୍ତନ ଆଳରେ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାକୁ କବର ଦେଇ ଉପା ସରକାରଙ୍କ ପ୍ରଣୀତ ଜନବାଦୀ କାର୍ଯ୍ୟକ୍ରମକୁ ହଟେଇ ଦେଇଛନ୍ତି। ଆଉ ଗଡସେପନ୍ଥୀ ପ୍ରତିକ୍ରିୟାଶୀଳ ନୀତିର ପୃଷ୍ଠପୋଷକତାରେ ଗାନ୍ଧିଜୀଙ୍କ ନାମକୁ ମୂଳପୋଛ କରିବାର ହୀନଚକ୍ରାନ୍ତ କରିଛନ୍ତି। ଏହାର ଦୃଢ଼ ବିରୋଧ କରି ସିପିଆଇ ଏମ୍ ପକ୍ଷରୁ ନୟାଗଡ଼ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କର୍ମୀମାନେ ମନରେଗା ଯୋଜନାର ପୁନଃ ପ୍ରଚଳନ କରିବା ସହିତ କର୍ମ ଦିବସ ୨୦୦ଦିନକୁ ବୃଦ୍ଧି କରିବାର ଦାବି ନେଇ ସହର ପରିକ୍ରମା କରିଥିଲେ ଏବଂ ଏହି ମର୍ମରେ ଜିଲ୍ଲାପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ବରିଷ୍ଠ ସିପିଆଇ ଏମ୍ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିକ୍ଷୋଭ ସଭାରେ…

Read More

ଶ୍ରୀଅରବିନ୍ଦ ଶିକ୍ଷା ଓ ଗବେଷଣା କେନ୍ଦ୍ରରେ ବିଜ୍ଞାନ ମେଳା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନୂଆ ରାଜବାଟୀ ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ବାର୍ଷିକ ବିଜ୍ଞାନ ମେଳା ଆଜି  ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅବସରପ୍ରାପ୍ତ ଅଧ୍ୟାପକ ଡ.ଗୋବିନ୍ଦ ଚନ୍ଦ୍ର ଦାଶ  ଉଦଘାଟକ ଭାବେ ଯୋଗଦାନ କରି ବିଧିବଦ୍ଧ ଭାବେ ବିଜ୍ଞାନ ମେଳାକୁ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ ନିମାଇଁ ଚରଣ ପ୍ରଧାନ ଯୋଗଦାନ କରି ପିଲାମାନଙ୍କୁ ବିଜ୍ଞାନ ମନସ୍କ ହେବା ସହିତ ବିଜ୍ଞାନ ଯୋଗୁଁ ମାନବ ସମାଜର ଉପକାରିତା ଏବଂ ଅପକାରିତାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ବସନ୍ତ କୁମାର ମିଶ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଉଦଘାଟନୀ ସଭାରେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟାପକ ପୂର୍ଣ୍ଣ ଚନ୍ଦ୍ର ଶତପଥୀ, ଶ୍ରୀଧର ଦାଶ,ନୀଳମାଧଵ ନନ୍ଦ, ପ୍ରତାପ ଶତପଥୀ, ପୂର୍ଣ୍ଣିମା ତ୍ରିପାଠୀ,ଲକ୍ଷ୍ମୀଧର ସାହୁ,ମାଣିକେଶ୍ବର…

Read More

ସ୍ବାମୀ ବିବେକାନନ୍ଦ ଲୋକ ସଂସଦର ଉଦବୋଧନୀ କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ଯୁଗ ପୁରୁଷ ସ୍ବାମୀ ବିବେକାନନ୍ଦ ଭାରତୀୟ ସଂସ୍କୃତି, ପରମ୍ପରା ଓ ବେଦ ବେଦାନ୍ତଦର୍ଶନର ବାର୍ତ୍ତାଵହ। ବିଶେଷ କରି ପାଶ୍ଚାତ୍ୟ ଜଗତରେ ଭାରତୀୟ ହିନ୍ଦୁ ଧର୍ମର ମହନୀୟତା ଏବଂ ଗରିମାକୁ ବିଶ୍ଵ ବିଖ୍ୟାତ କରିବାରେ ତାଙ୍କର ଅବଦାନ ଅବିସ୍ମରଣୀୟ ବୋଲି ଆଜି ଶ୍ରୀ ଲଡୁକେଶ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗୋଡ଼ିପଡାଠାରେ ସ୍ବାମୀ ବିବେକାନନ୍ଦ ଲୋକ ସଂସଦ, ନୟାଗଡ଼ ଜିଲ୍ଲା ଶାଖା ଆନୁକୁଲ୍ୟରେ ଅନୁଷ୍ଠିତ ଉଦବୋଧନୀ ସମାବେଶରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଉକ୍ତ ଉତ୍ସବରେ ଅନୁଷ୍ଠାନର ସମ୍ପାଦକ ନିରଞ୍ଜନ ନାୟକ ସଭାପତିତ୍ତ୍ଵ କରିବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ। ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ: ଉଷାରାଣୀ ପଟ୍ଟନୟକ ଯୋଗଦେଇ ସ୍ୱାମୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆହ୍ୱାନ କରିଥିଲେ। ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର…

Read More

ଜିଲ୍ଲା ଖାଉଟି ବିବାଦ ଅଦାଲତଙ୍କ ଷ୍ଟେନୋ ଧନୁର୍ଜୟ ନାୟକଙ୍କ ବିୟୋଗରେ ଶୋକସଭା

ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲା ଖାଉଟି ବିବାଦ ସମାଧାନ ଅଦାଲତରେ କାର୍ଯ୍ୟରତ ବରିଷ୍ଠ ଷ୍ଟେନୋ ଧନୁର୍ଜୟ ନାୟକଙ୍କ ଗତ କାଲି ୧୬ ତାରିଖ ରେ ହୃଦଘାତ ଜନିତ ଅକାଳ ବିୟୋଗ ଅବସରରେ ଖାଉଟି ବିବାଦ ଆୟୋଗ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଶୋକସଭା ଅନୁଷ୍ଠିତ ହୋଇ ସ୍ବର୍ଗତ ନାୟକଙ୍କ ଅମର ଆତ୍ମାର ସଦଗତି କାମନା ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଖାଉଟି ବିବାଦ ସମାଧାନ ଆୟୋଗ ଅଧ୍ୟକ୍ଷ ଶ୍ରୀ ମିଶ୍ର, ସଭ୍ୟ କରୁଣାକର ନାୟକ,ଜିଲ୍ଲା ଓକିଲ ସଙ୍ଘ ସଭାପତି ଶ୍ରୀ ରଣଜିତ ଦାଶ, ସମ୍ପାଦକ ଶ୍ରୀ ସ୍ବଦେଶ ମିଶ୍ର, ଉପସଭାପତି ସନ୍ତୋଷ ରାଉତରାୟ, ବରିଷ୍ଠ ଆଇନଜୀବୀ ଅରୁଣ ମହାପାତ୍ର, ଦଣ୍ଡପାଣି ନାୟକ, କୃପାସିନ୍ଧୁ ନାୟକ, ରାଧାକୃଷ୍ଣ ସାହୁ,ଅର୍ଜୁନ ସାହୁ, ପୁଷ୍ପାଞ୍ଜଳି ମିଶ୍ର, ଦେବାଶିଷ ପଟ୍ଟନାୟକ,ରତିକାନ୍ତ ପଟ୍ଟନାୟକ, ଶିବାଶିଷ ମହାନ୍ତି, ଉଦୟନାଥ ମିଶ୍ର ପ୍ରମୁଖ ସ୍ବର୍ଗତ…

Read More

ନୟାଗଡ଼ରେ ୬୮ଜଣଙ୍କୁ ମିଳିଲା ପ୍ରଧାନମନ୍ତ୍ରୀ ଆବାସ ସହରୀ ଯୋଜନାର କାର୍ଯ୍ୟାଦେଶ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ପଠାଣି ସାମନ୍ତ ଅଡ଼ିଟୋରିଅମରେ ନୟାଗଡ଼ ମୁନିସିପାଲିଟି ଅନ୍ତର୍ଗତ ବିଭିନ୍ନ ଓ୍ବାର୍ଡର ୭୮ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ସହରୀ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ପୂର୍ବରୁ ଏହି ଯୋଜନାରେ ୨ଲକ୍ଷ ଟଙ୍କା ମିଳୁଥିବା ବେଳେ ଏବେ ୫୦ହଜାର ବୃଦ୍ଧି ହୋଇ ଦୁଇଲକ୍ଷ ୫୦ହଜାର ଟଙ୍କା ମିଳିବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ  ନୟାଗଡ଼ ବିଧାୟକ ଡ଼ଃ ଅରୁଣ କୁମାର ସାହୁ ଉପସ୍ଥିତ ରହି ହିତାଧିକାରୀଙ୍କୁ ସମୟ ପୂର୍ବରୁ ନିର୍ମାଣ କାର୍ଯ୍ୟ ଶେଷକରି ୨୦ହଜାର ଟଙ୍କାର ଅତିରିକ୍ତ ପ୍ରୋତ୍ସାହନ ଅର୍ଥରାଶି ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହା ସହ ହିତାଧିକାରୀଙ୍କୁ ଯେମିତି ସଠିକ୍ ସମୟରେ ତାଙ୍କ ଟଙ୍କା ମିଳିବ ସେ ନେଇ ଅଧିକାରୀ ସୁନିଶ୍ଚିତ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ମୁନିସିପାଲିଟି ଅଧ୍ୟକ୍ଷା ନିରୁପମା…

Read More