ସାର୍ବଜନୀନ ଦୁର୍ଗାପୂଜା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ) : ନୟାଗଡ଼ ସହରରେ ଅନୁଷ୍ଠିତ ହେଉଥ‌ିବା ସାର୍ବଜନୀନ ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ନୟାଗଡ଼ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ନୟାଗଡ଼ ପୌରଧ୍ଯକ୍ଷା ନିରୁପମା ଖଟେଇ, ପୌର ଉପାଧ୍ଯକ୍ଷ ଗୁରୁପ୍ରସାଦ ଜେନା, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ବରିଷ୍ଠ ବିଜେଡି ନେତ୍ରୀ ଇରାନୀ ରାୟ ଓ ଜିଲ୍ଲା ପରିଷଦ ସୁବାସ କଅଁର ପ୍ରମୁଖ ଯୋଗ ଦେଇଥିଲେ। ଏ ବର୍ଷ କିପରି ଭଲ ଭାବରେ ସାର୍ବଜନୀନ ଦୁର୍ଗାପୂଜା ଅନୁଷ୍ଠିତ ହେବ ସେଥି ନିମନ୍ତେ ଆଲୋଚନା କରାଯାଇଥିଲା। ସାର୍ବଜନୀନ ଦୁର୍ଗାପୂଜା କମିଟିର ସମ୍ପାଦକ…

Read More

ଶିକ୍ଷାବିଭାଗର ମୁଖ୍ୟ କିରାଣୀଙ୍କ ଅବସର ଗ୍ରହଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗର ବରିଷ୍ଠ ତଥା ମୁଖ୍ୟ କିରାଣୀ କୈଳାସ ଚନ୍ଦ୍ର ରଥ ଆଜି ତାଙ୍କ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ପ୍ରଥମେ ନୟାଗଡ଼ ଏନଏସିରେ କର୍ମମୟ ଜୀବନ ଆରମ୍ଭ କରି ପରବର୍ତ୍ତୀ ସମୟରେ ଏନଏସି ହାଇସ୍କୁଲ, ନୟାଗଡ଼ରେ କିରାଣୀ ଚାକିରୀରେ ଯୋଗ ଦେଇଥିଲେ। ଏଠାରେ ଦୀର୍ଘ ୩୦ ବର୍ଷ ଧରି କାର୍ଯ୍ୟ ସମ୍ପାଦନ କରି ଗତ ଫେବ୍ରୁଆରୀ ମାସରେ ପଦୋନ୍ନତି ପାଇ ଜିଲ୍ଲା ଶିକ୍ଷା ବିଭାଗରେ ବରିଷ୍ଠ କିରାଣୀ ଭାବେ ଯୋଗଦାନ କରିଥିଲେ। ଶ୍ରୀଯୁକ୍ତ ରଥ ଆଜି ଚାକିରୀ ଜୀବନରୁ ଅବସର ଗ୍ରହଣ କରିଥିବା ବେଳେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ତାଙ୍କୁ ଉପଢୌକନ ଏବଂ ପୁଷ୍ପଗୁଚ୍ଛ ଦିଆଯାଇ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିରେ ଜିଲ୍ଲା ଶିକ୍ଷାଧିକାରୀ ରାଜଶ୍ରୀ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦୀପ୍ତିମୟୀ ପ୍ରିୟଦର୍ଶିନୀଙ୍କ ସମେତ ଶିକ୍ଷା…

Read More

ଶିକ୍ଷାବିତ ଅଶୋକ ନାୟକ ହେଲେ ନୟାଗଡ଼ କ୍ଲବର ନୂତନ ଅଧକ୍ଷ

ନୟାଗଡ଼, (ନୟାଗଡ଼ ଦର୍ପଣ): ରୋଟାରିଆନ ଆରିଫ ଖାନଙ୍କ ଦେହାନ୍ତ ପରେ ଖାଲି ଥିବା ନୟାଗଡ଼ କ୍ଲବ ଅଧକ୍ଷ ପଦ ପାଇଁ ଆଜି କ୍ଲବର ସାଧାରଣ ପରିଷଦ ବୈଠକରେ ଇଟାମାଟି କଲେଜର ପୂର୍ବତନ ଅଧକ୍ଷ ଶ୍ରୀଯୁକ୍ତ ଅଶୋକ ନାୟକଙ୍କୁ ନୟାଗଡ଼ କ୍ଲବର ଅଧକ୍ଷ ଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ କରାଯାଇଥିଲା ।

Read More

ଜିଲ୍ଲା ସ୍ତରୀୟ ୨୧ତମ ପ୍ରାଣୀ ଗଣନା ପ୍ରଶିକ୍ଷଣ ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ରୋଟାରୀ ଭବନ ଠାରେ ୨୧ତମ ପ୍ରାଣୀ ସମ୍ପଦ ଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଏଥି ସହିତ ପ୍ରାଣୀ ଗଣନା ସମ୍ପର୍କିତ ସଫ୍ଟୱେୟାରର ପରିଚାଳନା ଏବଂ ପ୍ରାଣୀଙ୍କ ପ୍ରଜାତି ବିଷୟରେ କର୍ମଚାରୀ ମାନଙ୍କୁ ତାଲିମ୍ ମଧ୍ୟ ପ୍ରଦାନ କରଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଈଂ. ଦେବାଶିଷ ପଟ୍ଟନାୟକ, ସହକାରୀ ଜିଲ୍ଲାପାଳ ଡା. ଅଭିଜିତ୍ ଷଡଙ୍ଗୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ସଫଳତାରେ ଜନ ସହଭାଗୀତାକୁ ଗୁରୁତ୍ଵ ଦେବାକୁ ଉପଦେଶ ଦେଇଥିଲେ । ଜିଲ୍ଲା ମୁଖ୍ୟ ପ୍ରାଣୀସମ୍ପଦ ଅଧିକାରୀ ଡା. ଦିଲ୍ଲୀପ କୁମାର ଦାସ ଏବଂ ଭାପୁର ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ବିଭୁ ପ୍ରସାଦ ଶତପଥି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ସୂଚନାଯୋଗ୍ୟ ଯେ, ପ୍ରତି ପାଞ୍ଚ ବର୍ଷରେ…

Read More

ନୟାଗଡ଼ରେ ଜାତୀୟ କ୍ରୀଡ଼ା ଦିବସ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ଆଜି ନୟାଗଡ଼ ପ୍ରଶାସନ ପକ୍ଷରୁ ଉକ୍ତ ଦିବସକୁ ପାଳନ କରାଯାଇଛି। ଅଗଷ୍ଟ ୨୬ ରୁ ୩୧ ପର୍ଯ୍ୟନ୍ତ ଏହା ସାରା ଦେଶରେ ପାଳନ କରାଯାଇଛି । ହକି କିମ୍ବଦନ୍ତି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସ ଅବସରରେ ଏଭଳି କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ଏଥି ସହିତ ଧ୍ୟାନଚାନ୍ଦଙ୍କ ଫଟୋରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇ ତାଙ୍କ ସ୍ମୃତି ଚାରଣ କରାଯାଇଥିଲା । ଏହି ଅବସରରେ ଆଜି ନୟାଗଡ଼ ଷ୍ଟାଡିୟମ ଠାରୁ ଏକ ଶୋଭାଯାତ୍ରା ବାହାରି ନୟାଗଡ଼ କଲେଜ ରୋଡ଼ ନାରାୟଣୀ ମନ୍ଦିର ପର୍ଯ୍ୟନ୍ତ ଆସିଥିଲା । ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ପତାକା ଦେଖାଇ ଏହାର ଉଦଘାଟନ କରିଥିଲେ। ଷ୍ଟାଡିୟମ ଠାରେ ଏକ ଫୁଟବଲ ମ୍ଯାଚର ଆୟୋଜନ କରାଯାଇଥିଲା। ଏହି ଅବସରରେ ଜିଲ୍ଲାପାଳ ବହୁମୁଖୀ ଇନଡୋର ଷ୍ଟାଡିୟମ ପରିଦର୍ଶନ କରିବା…

Read More

ମହିଳା ସଶକ୍ତି କରଣ ନିମନ୍ତେ ସୁଭଦ୍ରା ଯୋଜନା ଆରମ୍ଭର କାର୍ଯ୍ୟ ଖସଡ଼ା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲ ଜିଲ୍ଲାରେ ମହିଳାମାନଙ୍କୁ ସଶକ୍ତି କରଣ ନିମନ୍ତେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ଉଦ୍ଦେଶ୍ୟରେ ଜିଲ୍ଲା ଓଶ୍ୱାନ୍ ସଭା କକ୍ଷରୁ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ବ୍ଲକ ଓଶ୍ୱାନ୍ ସଭା କକ୍ଷକୁ ସଂଯୋଗ କରି ସମସ୍ତ ବିଭାଗର ଭୂମିକା ଓ ଦାୟିତ୍ୱ ସମ୍ବନ୍ଧରେ ବୁଝାଇଥିଲେ । ଏହି ଯୋଜନାରେ ମହିଳାମାନଙ୍କୁ ଆଗାମୀ ୫ବର୍ଷରେ ଟ.୫୦,୦୦୦/- ଦେଇ ଆତ୍ମ ନିର୍ଭରଶୀଳ କରିବାର କାର୍ଯ୍ୟକ୍ରମ ରହିଅଛି । ଦୁଇଟି କିସ୍ତିରେ(ରାକ୍ଷୀ ପୂର୍ଣ୍ଣିମା ଓ ବିଶ୍ୱ ମହିଳା ଦିବସ) ଟ.୫,୦୦୦/-ଲେଖାଏଁ ମୋଟ ଟ.୧୦,୦୦୦/- ବାର୍ଷିକ ୫ବର୍ଷରେ ଟ.୫୦,୦୦୦/- ପ୍ରଦାନ କରାଯିବ । ୨୧ ରୁ ୬୦ବର୍ଷ ବୟସର ମହିଳାମାନେ ଏଥିପାଇଁ ଆବେଦନ କରିପାରିବେ । ଯେଉଁ ମହିଳାମାନେ ମାସିକ ୧୫୦୦ଟଙ୍କା ଭତ୍ତା ପାଉଥିବେ,ସାଂସଦ କିମ୍ବା ବିଧାୟକ ପରିବାରର ମହିଳା ହୋଇଥିବେ,ନିର୍ବାଚିତ ପ୍ରତିନିଧି ହୋଇଥିବେ,…

Read More

ଜିଲ୍ଲାପାଳଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ

ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲ ଅଚାନକ ଓଡ଼ଗାଁ ବ୍ଲକ ଅନ୍ତର୍ଗତ ସୋଲପଟା ସରକାରୀ ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନ କରିଥିଲେ । ପ୍ରଥମେ ତୃତୀୟ ଶ୍ରେଣୀ ପ୍ରବେଶ କରି ଛାତ୍ରଛାତ୍ରୀମାନଙ୍କୁ ଯୋଗ, ବିୟୋଗ ଓ ଗୁଣନ ସମ୍ବନ୍ଧୀୟ ସରଳ ପ୍ରଶ୍ନମାନ ପଚାରିଥିଲେ ଏବଂ ସେମାନଙ୍କ ଠାରୁ ସଠିକ୍ ଉତ୍ତର ପାଇ ଖୁସି ବ୍ୟକ୍ତ କରିଥିଲେ । ଏହା ପରେ ଦ୍ୱିତୀୟ ଶ୍ରେଣୀକୁ ଯାଇ ପିଲାମାନଙ୍କୁ ବିଭିନ୍ନ ପ୍ରଶ୍ନ ସହ ସେମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ । ଦ୍ୱିତୀୟ ଶ୍ରେଣୀର ଜଣେ ଛାତ୍ରୀ ଜାତୀୟ ସଙ୍ଗୀତ ସଠିକ୍ ଗାନ କରିଥିବାରୁ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିଲେ । ପରେ ପରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହିତ ଶିକ୍ଷାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଏହା ପରେ ଦଶମ…

Read More

ନୟାଗଡ ଜିଲ୍ଲା ଟ୍ରେଡ୍ ୟୁନିଅନ୍ସ ସମନ୍ଵୟ କମିଟିର ୧୩ ଦଫା ଦାବିରୁ ସରକାର ମାନିଲେ ୧୨ଦଫା ଦାବି

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଟ୍ରେଡ୍ ୟୁନିଅନ୍ସ ସମନ୍ଵୟ କମିଟିର ୧୩ ଦଫା ଦାବିରୁ ୧୨ଦଫା ଦାବି ମାନିନେଲେ। ଆଲୋଚନାରେ ଡେପୁଟୀ କଲେକ୍ଟର ଅକ୍ଷୟ କୁମାର ବେହେରା, ନୟାଗଡ଼ ଟାଉନ ଥାନା ଅଧିକାରୀ ରଶ୍ମିରଞ୍ଜନ ମହାପାତ୍ର, ପ୍ରଭାଗୀୟ ଶ୍ରମ ଆୟୁକ୍ତ ଚିତ୍ତରଂଜନ ରାଉତ ଓ ଜିଲ୍ଲା ଶ୍ରମ ଅଧିକାରୀ ସୁଧିର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଆନ୍ଦୋଳନରେ ସମନ୍ବୟ କମିଟିର ସଭାପତି ଶୂନ୍ଯଜୟୀ ମିଶ୍ର, ସାଧାରଣ ସମ୍ପାଦକ ବାସୁଦେବ ମହାନ୍ତି, ଆବାହକ ପ୍ରମୋଦ କୁମାର ମହାରଣା, ଶ୍ରମିକ ନେତା ସମରେନ୍ଦ୍ର ଦାସ, ରଘୁନାଥ ମହାରଣା, ସବିତା ରାଣୀ ସାଥୁଆ, ପବିତ୍ର ମହାପାତ୍ର, ରମେଶ ଚନ୍ଦ୍ର ପଣ୍ଡା, ମନୋଜ ନାୟକ, ବସନ୍ତ କୁମାର ଜେନା, ପୂର୍ଣ୍ଣଚନ୍ଦ୍ର ପ୍ରଧାନ ପ୍ରମୁଖ ନେତୃତ୍ବ ନେଇଥିଲେ।୨ଶହରୁ ଉର୍ଦ୍ଧ୍ବ ଶ୍ରମିକ ଯୋଗଦେଇଥିଲେ ।

Read More

କୋର୍ଟ ଫଇସଲା, ଇଂରାଜୀ ଭାଷାର ପ୍ରାଦେଶିକ ଭାଷାକୁ ଅନୁବାଦ କର୍ମଶାଳା ଓ ବିଚାର ଆଲୋଚନା

ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶକ୍ରମେ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡଙ୍କ ତତ୍ଵାବଧାନରେ କୋର୍ଟ ଫଇସଲାର ଇଂରାଜୀ ଭାଷାକୁ ବିଭିନ୍ନ ପ୍ରାଦେଶିକ ଭାଷାରେ ଅନୁବାଦ ଉପରେ ଏବଂ କର୍ମଶାଳା ଅନୁଷ୍ଠିତ ହୋଇଅଛି । ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ ସ୍ବାଗତ, ଅତିଥି ପରିଚୟ ଏବଂ କର୍ମଶାଳାର ଆଭିମୁଖ୍ୟ ପ୍ରଦାନ କରିଥିଲେ । ପରିବାର ଅଦାଲତ, ବିଚାରପତି ଶ୍ରୀ ସୁବ୍ରତ କୁମାର ପଟ୍ଟନାୟ କୋର୍ଟ ଫଇସଲାର ବିଭିନ୍ନ ପ୍ରାଦେଶିକ ଭାଷାକୁ ଅନୁବାଦ, ବିଡିଓ କନଫରେନ୍ସ ଆଇନ ଏବଂ ସାଧାରଣ ସମାଧାନ ଆଇନ ବିଷୟରେ ତର୍ଜମା କରିଥିଲେ । ଜନସାଧାରଣ ନିଜ ଭାଷା ମାଧ୍ୟମରେ ଆଇନର ବିଧିର ସରଳତା ଏବଂ ସୁଯୋଗ ପାଇଁ, ସୁପ୍ରିମ କୋର୍ଟଙ୍କ…

Read More

ସାମାନ୍ୟ ବର୍ଷାରେ ନୟାଗଡ଼-ଓଡ଼ଗାଁ ରାସ୍ତା ବେହାଲ

ନୟାଗଡ଼,(ନୟାଗଡ଼ ଦର୍ପଣ): ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ସାମାନ୍ୟ ବର୍ଷା ହେଲେ ନୟାଗଡ଼ ମୁନିସିପାଲିଟି ଅନ୍ତର୍ଗତ ୧୧ ନଂ ୱାର୍ଡ ମଧ୍ୟ ଦେଇ ଯାଇଥିବା ନୟାଗଡ଼-ଓଡ଼ଗାଁ ରାସ୍ତା ଜଳମଗ୍ନ ହେବା ସହିତ ଯାତାୟାତରେ ଘୋର ସମସ୍ୟା ଦେଖା ଦେଉଛି। ଏପରିକି ଅନେକ ସମୟରେ ଛୋଟମୋଟ ଦୁର୍ଘଟଣା ଘଟୁଥିବା ଘଟଣା ସାମନାକୁ ଆସୁଛି। ଏହି ୱାର୍ଡ ଅନ୍ତର୍ଗତ ପଣ୍ଡା କ୍ଲିନିକ ଠାରୁ ଲେଙ୍କୁଡ଼ିପଡା ଛକ ପର୍ଯ୍ୟନ୍ତ ଯାଇଥିବା ଏହି ରାଜ୍ୟ ରାଜପଥର ଅଧିକାଂଶ ସ୍ଥାନରେ ପିଚୁ ଉଠିଯାଇ ଖାଲ ଢ଼ିପ ହୋଇଯାଇଥିବା ବେଳେ ସାମାନ୍ୟ ବର୍ଷାରେ ଏଠାରେ ପାଣି ଲହଡ଼ି ଭାଙ୍ଗିଥାଏ। ଏହି ରାସ୍ତା ଦେଇ ଦୈନିକ ଶହ ଶହ ସଂଖ୍ୟାରେ ଯାନବାହନ ଚଳାଚଳ କରୁଥିବା ବେଳେ ଦୀର୍ଘ ଏକ ବର୍ଷ ହେଲା ଏହି ସମସ୍ୟା ଲାଗି ରହିଛି। ଏପରିକି ଏହି ରାସ୍ତା ଦେଇ…

Read More