ରେଳ ଷ୍ଟେସନ ସଫେଇ ସହିତ ସଚେତନତାର ବାର୍ତ୍ତା ବାଣ୍ଟିଲା ନାଗରିକ ମଞ୍ଚ

ନୟାଗଡ଼,(ନୟାଗଡ଼ ଦର୍ପଣ): ପରିବେଶକୁ ସ୍ୱଚ୍ଛ,ସୁନ୍ଦର ଓ ପରିଷ୍କାର ରଖିବା ଲକ୍ଷ୍ୟରେ  ନୟାଗଡ଼ ଟାଉନ ରେଳ ଷ୍ଟେସନ ଏବଂ ଏହାର ପରିସରକୁ ସଫେଇ କରାଯିବା ସହିତ ସଚେତନତାର ବାର୍ତ୍ତା ବାଣ୍ଟିଲା ‘ନୟାଗଡ଼ ନାଗରିକ ମଞ୍ଚ’ । ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁସାରେ ନାଗରିକ ମଞ୍ଚର ସଦସ୍ୟ ମାନେ ରେଳ ଷ୍ଟେସନ ପରିସରରେ ପଡ଼ିଥିବା ବିଭିନ୍ନ ଅଳିଆ ଆବର୍ଜନା ସଫା କରିବା ସହିତ ଅନାବନା ଅଦରକାରୀ ଗଛ ଗୁଡିକୁ ଉପୁଡ଼ାଇ ପରିବେଶ ସଫା କରିଥିଲେ। ସେହିପରି ରେଳ ଷ୍ଟେସନକୁ ସଫା ସୁତୁରା ରଖିବା, ବିଭିନ୍ନ ଅଳିଆ ଆବର୍ଜନା ତଥା ପ୍ଲାଷ୍ଟିକ ପାଣି ବୋତଲ ଏବଂ ପାଉଚ ଗୁଡ଼ିକୁ ଏଣେ ତେଣେ ନପକାଇ ଡଷ୍ଟବିନରେ ପକାଇବା,ଷ୍ଟେସନ ମଧ୍ୟରେ ମାଦକ ଦ୍ରବ୍ୟ ସେବନ  ନକରିବା ଆଦି ସଚେତନତା ବାର୍ତ୍ତା ଲେଖା ଥିବା ସନ ବୋର୍ଡ଼ ଗୁଡ଼ିକୁ ନାଗରିକ ମଞ୍ଚ ପକ୍ଷରୁ ଷ୍ଟେସନର ବିଭିନ୍ନ ସ୍ଥାନରେ ସ୍ଥାପନ କରା ଯାଇଥିଲା।  ନୟାଗଡ଼ ନାଗରିକ ମଞ୍ଚ ସଭାପତି ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକ ଏବଂ ସମ୍ପାଦକ ଲକ୍ଷ୍ମୀଧର ସାହୁଙ୍କ ନେତୃତ୍ୱରେ ଆୟୋଜିତ ଏହି ସଫେଇ ଏବଂ ସଚେତନତା କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ତଥା ଶିକ୍ଷାବିତ ବସନ୍ତ କୁମାର ମିଶ୍ର, ଦାମୋଦର ସାହୁ, ଦୁର୍ଯ୍ୟୋଧନ ସାହୁ,ଲକ୍ଷ୍ମୀଧର ମହାପାତ୍ର, ଗୋକୁଳ ଷଢଙ୍ଗୀ,ପ୍ରଶାନ୍ତ କୁମାର ପଟ୍ଟନାୟକ, ପ୍ରଦୀପ କୁମାର ସାହୁ,ପ୍ରଫୁଲ୍ଲ କୁମାର ନାୟକ,ପ୍ରସନ୍ନ କୁମାର ବସନ୍ତିଆ, ଲକ୍ଷ୍ମୀକାନ୍ତ ଦାଶ, ଗୋବିନ୍ଦ ସାହୁ,ଉଦ୍ୟନାଥ ନାୟକ,ପ୍ରଦୀପ୍ତ ଡାକୁଆ ପ୍ରମୁଖ ସାମିଲ ହୋଇଥିବା ବେଳେ ନୟାଗଡ଼ ମୁନିସିପାଲଟିର ସଫେଇ କର୍ମଚାରୀ ତଥା ରେଳବିଭାଗ ଷ୍ଟେସନ ମ୍ୟାନେଜର ଏବଂ କର୍ମଚାରୀମାନେ ସହଯୋଗ କରିଥିଲେ । ପ୍ରତ୍ୟେକ ମାସର ଦ୍ୱିତୀୟ ରବିବାର ଏହିପରି ସଫେଇ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।

Related posts