ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଦୌରାଜଜ୍ ତଥା ଆଇନ୍ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ପୌରହିତ୍ୟରେ ଜିଲ୍ଲା କୋର୍ଟ ପରିସରରେ ଶତାଧିକ ଗ୍ରାମୀଣ ଆଇନ ସଚେତନତା କର୍ମୀ, ସିଆର୍ପି, ୱାନ୍ଷ୍ଟପ୍ ସେଣ୍ଟରର କର୍ମୀ ଏବଂ କୋର୍ଟ କର୍ମଚାରୀମାନଙ୍କୁ ନେଇ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ସକାଳ ୯ଟା ସମୟରେ ନୟାଗଡ଼ ପୁରୁଣା କୋର୍ଟ ପରିସରରୁ ଏକ ଶୋଭଯାତ୍ରା ବାହାରି ଆନ୍ତର୍ଜାତୀୟ ମହିଳା ଦିବସର ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରି ନୂତନ ଜିଲ୍ଲା କୋର୍ଟକୁ ଆସିଥିଲେ । ଏହାପରେ କୋର୍ଟ ପରିସରରେ ଏକ ସଭାର ଆୟୋଜନ ହୋଇଥିଲା । ସଭା ପ୍ରାରମ୍ଭରେ ସଚିବ ଅଞ୍ଜଳି ମଛଖଣ୍ଡ ଆନ୍ତର୍ଜାତୀୟ ମହିଳାଦିବସରେ ଯୋଗଦେଇଥିବା ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହିତ ଆଜିର ଦିବସର ମହତ୍ୱ ଉପରେ ସୂଚନା ଦେଇଥିଲେ। ମୁଖ୍ୟଅତିଥି ଜିଲା ଦୌରାଜଜ୍…
Read MoreCategory: ନୟାଗଡ଼ ବ୍ଲକ
ଇଟାମାଟି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ “ଘର ହିଁ ବିଦ୍ୟାଳୟ ପ୍ରକଳ୍ପ” କାର୍ଯ୍ୟକ୍ରମ ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ଇଟାମାଟି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁବାଟିକା ବିଭାଗ “ଘର ହିଁ ବିଦ୍ୟାଳୟ ପ୍ରକଳ୍ପ” ପ୍ରଥମ ପର୍ଯ୍ୟାୟର ଚତୁର୍ଥ ସୋପାନ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବଂଶୀଧର ମହାବିଦ୍ୟାଳୟ, ଇଟାମାଟିରର ଅବସରପ୍ରାପ୍ତ ଅଧ୍ୟକ୍ଷ ହରପ୍ରସାଦ ରଣସିଂ ମହୋଦୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ପ୍ରଧାନାଚାର୍ଯ୍ୟ ପ୍ରକାଶ ଜୀବନ ପାଳ ମୁଖ୍ୟ ଅତିଥି ଅଧିକାରୀଙ୍କ ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ମୁଖ୍ୟ ଅତିଥି ଆଜିର ଆଲୋଚ୍ୟ ବିଷୟ ଔପଚାରିକ ଓ ଅନୌପଚାରିକ ଶିକ୍ଷା ବିଷୟରେ ସୁଚିନ୍ତିତ ମତାମତ ଉପସ୍ଥାପନା କରିଥିଲେ। ଶିଶୁ ଭାଇଭଉଣୀମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ, ବିଷୟକୁ ନେଇ ନୃତ୍ୟ, ପ୍ରାୟୋଗିକ (ଜନ୍ମଦିନ ପାଳନ, ଗଣେଶଙ୍କ ଚତୁରତା ବାଲନାଟ୍ୟ) କରାଯାଇଥିଲା। ପରିଚାଳନା ସମିତିର ସଦସ୍ୟା ସୁବାସିନୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମଟି…
Read Moreଡ଼ଃ ଜ୍ଞାନଦୀପ ପ୍ରଧାନଙ୍କୁ ଆଇପିସିଏମଏସ ୟୁନିଭରସିଟି ଫ୍ରାନ୍ସରେ ଡକ୍ଟରେଟ୍ ଲାଭ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶଙ୍ଖେଇ ଗ୍ରାମର ତିକ୍ଷ୍ଣ ଗବେଷକ ପଦାର୍ଥ ବିଜ୍ଞାନରେ ନୂତନ ଉଦ୍ଭାବନ କରିଛନ୍ତି। ଆଇପିସିଏମଏସ ୟୁନିଭରସିଟି ଫ୍ରାନ୍ସର ଦୀକ୍ଷାନ୍ତ ସମାରୋହରେ ଓଡିଶାର ନୟାଗଡ଼ ଜିଲ୍ଲାର ସ୍ୱାଭିମାନୀ ପୁଅ ଡ଼ଃ ଜ୍ଞାନଦୀପ ପ୍ରଧାନଙ୍କୁ ସମ୍ମାନ ସୂଚକ ଡକ୍ଟରେଟ୍ ସମ୍ମାନ ଦିଆଯାଇଛି। ଏକ ପ୍ରତିଭାଶାଳୀ ଗବେଷକ ଭାବେ ପରିଚିତ ଡ଼ଃ. ପ୍ରଧାନ ତାଙ୍କ ଡ଼କ୍ଟରେଟ୍ କାର୍ଯ୍ୟ ପ୍ରଫେସର ମାଥିୟ୍ୟୁ ବାଇଲ୍ଲେୟୂଲଙ୍କ ତତ୍ତ୍ୱାବଧାନରେ ଆଇପିସିଏମଏସ ୟୁନିଭରସିଟି, ଫ୍ରାନ୍ସ ପଦାର୍ଥ ବିଜ୍ଞାନ ବିଭାଗରେ ସମ୍ପୂର୍ଣ୍ଣ କରିଛନ୍ତି। ତାଙ୍କ ଗବେଷଣାର ମୁଖ୍ୟ କ୍ଷେତ୍ର ଥିଲା ବକ୍ର ଚୁମ୍ବକରେ ଘୂର୍ଣ୍ଣନ ତରଙ୍ଗର ଗତିଶୀଳତା। ପଦାର୍ଥ ବିଜ୍ଞାନ ପାଇଁ ସେ ଗତି ଦିଗରେ ନୂତନ ଉଦ୍ଭାବନ କରିଛନ୍ତି, ଯାହା ଗତିଜ ଶକ୍ତିରେ ନୂଆ ଆଶା ଦେଇପାରେ। ଡ଼ଃ ପ୍ରଧାନଙ୍କର ଏହି ଗବେଷଣା କାର୍ଯ୍ୟ ବିଶ୍ୱବ୍ୟାପୀ ମାନ୍ୟତା ପାଇଛି, ଏବଂ ସେ ବିଭିନ୍ନ ଆନ୍ତର୍ଜାତୀୟ ପତ୍ରିକାରେ…
Read Moreରାଜ୍ୟସ୍ତରୀୟ ନାଟ୍ୟମେଳାର ପଞ୍ଚମ ସନ୍ଧ୍ୟା
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟସ୍ତରୀୟ ନାଟ୍ୟମେଳାର ଆଜି ପଞ୍ଚମ ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଥିଲା ସ୍ବସ୍ତି ଝଙ୍କାର, ରାଉରକେଲା ପ୍ରଯୋଜିତ ନାଟକ ‘ବିଶ୍ୱାସର ଆତ୍ମଲିପି’ । ଅବିଶ୍ୱାସ,ସନ୍ଦେହ ଭିତରେ ପାରିବାରିକ ସମ୍ପର୍କ ରୁଗ୍ଣ-କ୍ଷତାକ୍ତ । ଏକ ସୁନ୍ଦର ଦାମ୍ପତ୍ୟ ଜୀବନ ମଧ୍ୟରେ କିପରି ସନ୍ଦେହ ଦୁଇଟି ଆତ୍ମାକୁ କ୍ଷତ ବିକ୍ଷତ କରେ ତାହାର ଏକ ସୁନ୍ଦର ପ୍ରତିଫଳନକୁ ନିଖୁଣ ଅଭିନୟ ମାଧ୍ୟମରେ ପରିପ୍ରକାଶ କରିଥିଲେ କଳାକାର ମାନେ। ସନ୍ଦେହ’ ପୁରୁଷର ସହଜାତ ପ୍ରବୃତ୍ତି ଏବଂ ସମର୍ପଣରେ ନାରୀ ହୁଏ ମହନୀୟା ମହୀୟସୀ । ପ୍ରଫେସର ଅବିନାଶ ଦାସ ଏବଂ ତାଙ୍କ ପତ୍ନୀ ଆଶା ଦେବୀଙ୍କ ଭିତରେ ଏକ ସୁନ୍ଦର ସୃଜନ ପରିବାରଟିଏ ଗଢି ଉଠିଥାଏ । ପରସ୍ପର ଭିତରେ ଏତେ ନିବିଡ଼ପଣ, ସେମାନଙ୍କୁ ନ ଦେଖିଲେ ଚିନ୍ତା କରାଯାଇ ପାରିବନି । ହଠାତ୍ ପରିବାର ଭିତରେ ଉଠିଲା ଝଡ଼ ।…
Read Moreଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିଜେଡିର ବିକ୍ଷୋଭ
ନୟାଗଡ଼, (ନୟାଗଡ଼ ଦର୍ପଣ): ବିଜୁ ବାବୁଙ୍କ ଜୟନ୍ତୀରେ ପଞ୍ଚାୟତ ରାଜ ଦିବସ ବାତିଲ ପ୍ରସଙ୍ଗରେ ଆଜି ବିଜୁ ଜନତା ଦଳ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭା ପଠାଣି ସାମନ୍ତ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ବିଜୁ ବାବୁଙ୍କୁ ଅସମ୍ମାନକୁ ଓଡ଼ିଶା ବାସୀ ଗାଁ ଗାଁରେ ବିରୋଧ କରିବେ ବୋଲି ଉପସ୍ଥିତ ନେତାମାନେ କହିଥିଲେ। ପ୍ରବାଦ ପୁରୁଷ ବିଜୁ ବାବୁ ବିଶ୍ୱରେ ପରିଚିତ ଥିଲେ। ବିଜୁ ବାବୁ ମହିଳାଙ୍କୁ ଅଗ୍ରାଧିକାର ଦେଇଥିଲେ। ସାଢ଼େ ଚାରି କୋଟି ଓଡ଼ିଆ ବିଜୁ ବାବୁଙ୍କୁ ସମ୍ମାନ ଦେଉଥିବା ବେଳେ ବିଜେପି ସରକାର ବହୁତ୍ ବଡ଼ ଛଳନା କରିଛି ବୋଲି ମତ ପ୍ରକାଶ ପାଇଥିଲା। ବିଜେପି ସରକାର ଭୟଭୀତ ହୋଇ ଏଭଳି ନିଷ୍ପତି ନେଇଛି ବୋଲି ବରିଷ୍ଠ ବିଜେଡି ନେତ୍ରୀ ଇରାନୀ…
Read Moreବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନ ଦେବାରେ କୁଣ୍ଠାବୋଧ କାହିଁକି : ଡ଼. ଅରୁଣ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗଦେଇ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ବିଜୁ ବାବୁଙ୍କର ସାହସିକତା ଓ ଓଡିଶା ପ୍ରତି ତାଙ୍କର ଅବଦାନ ଉପରେ ଟିପ୍ପଣି ପ୍ରଦାନ କରିଥିଲେ । ବିଜୁ ବାବୁ ତ୍ରିସ୍ତରୀୟ ପଞ୍ଚାୟତି ରାଜ ବ୍ୟବସ୍ଥାକୁ ଆରମ୍ଭ କରିଥିଲେ । କଂଗ୍ରେସ ଦଳ ଠାରୁ ଆରମ୍ଭ କରି ସମସ୍ତ ଦଳ ମାର୍ଚ୍ଚ ୫କୁ ବିଜୁ ବାବୁଙ୍କ ଜନ୍ମ ଦିବସ ତଥା ପଞ୍ଚାୟତରାଜ ଦିବସ ଭାବେ ସାରା ରାଜ୍ୟରେ ପାଳନ ହୋଇ ଆସୁଥିଲା । ଡବଲ ଇଞ୍ଜିନ ସରକାର ଆସିଲା ଦିନ ଠାରୁ ଆଜିର ଦିବସକୁ ପଞ୍ଚାୟତ…
Read Moreରାଜ୍ୟସ୍ତରୀୟ ନାଟ୍ୟମେଳାର ୪ର୍ଥ ସଂଧ୍ୟା: ସମ୍ବଲପୁରୀ ନାଟକ ‘ଭାବନୁ ଅଭାବ’ରେ ବାନ୍ଧି ହେଲେ ଦର୍ଶକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାର ଅଗ୍ରଣୀ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ଆୟୋଜିତ ୫ମ ରାଜ୍ୟସ୍ତରୀୟ ନାଟ୍ୟ ମେଳାର ଚତୁର୍ଥ ସନ୍ଧ୍ୟାରେ ଦର୍ଶକଙ୍କୁ ବାନ୍ଧି ରଖିଥିଲା ସମ୍ବଲପୁରୀ ଭାଷାର ସମ୍ପୂର୍ଣ ପାରିବାରିକ ନାଟକ ‘ଭାବନୁ ଅଭାବ’ । ବୁଧବାର ସଂଧ୍ୟାରେ ସ୍ଥାନୀୟ ପଠାଣି ସାମନ୍ତ ଅଡ଼ିଟୋରିୟମ ଠାରେ ମଞ୍ଚସ୍ଥ ହୋଇଥିବା ଏହି ନାଟକକୁ ବିଶିଷ୍ଟ ନାଟ୍ୟକାର ଅତିଶ କୁମାର ଶତପଥୀ ରଚନା ଏବଂ ନିର୍ଦ୍ଦେଶନା ଦେଇଥିଲେ। ଅଦୃଶ୍ୟ ନାଟ୍ୟାଶ୍ରମ, ସମ୍ବଲପୁର ପକ୍ଷରୁ ପରିବେଷିତ ଏହି ନାଟକର ବିଭିନ୍ନ ଭୂମିକାରେ ଅଭିନୟ କରିଥିବା ନରେନ୍ଦ୍ର ବେହେରା, ଅତିଶ କୁମାର ଶତପଥୀ, ରାହୁଲ ମହାନନ୍ଦ, ସୁମିତ୍ରା ମହାକୁଡ଼ ଏବଂ ପଙ୍କଜିନୀ ମେହେରଙ୍କ ଅଭିନୟ ଯାଦୁ ସମସ୍ତ ଦର୍ଶକଙ୍କୁ ଭାବର ଡୋରିରେ ବାନ୍ଧି ରଖିଥିଲା। ଏହି ନାଟକରେ ସଙ୍ଗୀତ ଦେଇଥିଲେ ଗିରିଜା ଶଙ୍କର ମିଶ୍ର ଏବଂ ଘନଶ୍ୟାମ…
Read Moreରାଜ୍ୟସ୍ତରୀୟ ନାଟ୍ୟମେଳାର ୨ୟ ସଂଧ୍ୟା: ବିମୋହିତ କଲା ବସ୍ତାବଧର୍ମୀ ସାମାଜିକ ନାଟକ ‘ଭିନ୍ନ ଏକ ସହଯାତ୍ରୀ’
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାର ଅଗ୍ରଣୀ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ଆୟୋଜିତ ୫ମ ରାଜ୍ୟସ୍ତରୀୟ ନାଟ୍ୟମେଳାର ଦ୍ୱିତୀୟ ସନ୍ଧ୍ୟାରେ ଦର୍ଶକଙ୍କୁ ବିମୋହିତ କରିଥିଲା ଭିନ୍ନ ସ୍ୱାଦର ଏକ ବାସ୍ତବଧର୍ମୀ ସାମାଜିକ ନାଟକ ‘ଭିନ୍ନ ଏକ ସହଯାତ୍ରୀ’ । ସୋମବାର ସଂଧ୍ୟାରେ ସ୍ଥାନୀୟ ପଠାଣି ସାମନ୍ତ ଅଡ଼ିଟୋରିୟମ ଠାରେ ମଞ୍ଚସ୍ଥ ହୋଇଥିବା ଏହି ନାଟକକୁ ବିଶିଷ୍ଟ ନାଟ୍ୟକାର ପଞ୍ଚାନନ ଦାଶ ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ମଳୟ କୁମାର ମହାନ୍ତି । ପଞ୍ଚଧ୍ୱନି ନାଟ୍ୟ ପରିଷଦ, ଭୁବନେଶ୍ୱର ପକ୍ଷରୁ ପରିବେଷିତ ଏହି ନାଟକରେ ସଙ୍ଗୀତ ନିର୍ଦ୍ଦେଶନାରେ ଥିଲେ ମାନସ କୁମାର ପରିଡ଼ା।ଆଜି ଅତିଥିଭାବେ ନୟାଗଡ଼ ପୌରପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ ଯୋଗଦାନ କରିଥିବା ବେଳେ ନାଟ୍ୟଧାରା ପରିବାର ପକ୍ଷରୁ ସଭାପତି ପ୍ରମୋଦ ପଟ୍ଟନାୟକ, ସଂପାଦକ ଲକ୍ଷ୍ମୀଧର ମହାପାତ୍ର, ନାଟ୍ୟ ନିର୍ଦ୍ଦେଶକ ଡ.ବିଜୟ…
Read Moreସୁଦାମା – ୧୯୬୮ମସିହା ବନ୍ଧୁ ମିଳନ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବଜେନ୍ଦ୍ର ହାଇସ୍କୁଲର ୧୯୬୮ବ୍ୟାଚ ସହପାଠୀ ମାନଙ୍କ ର ଏକ ବନ୍ଧୁମିଳନ ବୁଢାବୁଢିଆଣୀ ଜଳଭଣ୍ଡାର ଠାରେ ଗତ 2ତାରିଖ ମଧ୍ୟାହ୍ନ ରେ ଆନନ୍ଦ ଉଲ୍ଲାସ ମଧ୍ୟ ରେ ଅନୁଷ୍ଠିତ ହୋଇଛି, ବିଦାୟୀ ବନ୍ଧୁ ମାନଙ୍କ ର ଆତ୍ମା ର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା ପରେ ସହପାଠୀ ମାନଙ୍କ ମଧ୍ୟ ରେ ଆଲୋଚନା, ଛାତ୍ର ଜୀବନ ଅନୁଭୁତି, ସମ୍ପର୍କେ ଏବଂ ଅନେକ ସ୍ମରଣୀୟ କଥା କୁ ନିଜ ଭିତରେ ବାଣ୍ଟି ଥିଲେ,ମଉଜ ମଜଲିସ ମଧ୍ୟ ରେ ସାଙ୍ଗ ମନେ ସେମାନଙ୍କର ଧର୍ମପତ୍ନୀ ମାନଙ୍କ ସହ ଦୀର୍ଘ, 5ଘଣ୍ଟା ପର୍ଯ୍ୟନ୍ତ ଆନନ୍ଦ ର ସହ ବିତାଇଥିଲେ, ଡ଼କ୍ଟର ଅଶ୍ୱିନୀ କୁମାର ମିଶ୍ର ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ବନ୍ଧୁ ମିଳନ ଉତ୍ସବ କୁ ଅନ୍ୟତମ ସହପାଠୀ ସମାଜ ସେବୀ ପ୍ରମୋଦ ପଟ୍ଟନାୟକ ଙ୍କ ପ୍ରତ୍ୟକ୍ଷ…
Read Moreନୟାଗଡ଼ରେ କ୍ରମାଗତ ମନ୍ଦିର ଚୋରିକୁ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଇନ ମନ୍ତ୍ରୀଙ୍କୁ ଚିଠି
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ଢିଲା ପ୍ରଶାସନିକ ବ୍ୟବସ୍ଥା ପାଇଁ ବିଭିନ୍ନ ମଠ ମନ୍ଦିର ସମ୍ପତି ସୁରକ୍ଷିତ ନାହିଁ। କେହି ଦୁର୍ବୁତ୍ତ କ୍ରମାଗତ ଭାବେ ବଡପଣ୍ଡୁସର ଉଗ୍ରେଶ୍ୱର ମହାଦେବ ମନ୍ଦିର, ଓଡଗାଁ ଦୁତିକେଶ୍ୱର ମହାଦେବ ମନ୍ଦିର, ନୟାଗଡ ଜଗନ୍ନାଥ ମନ୍ଦିର ଏବଂ ଗୋପୀନାଥ ମନ୍ଦିର, ଦକ୍ଷିଣକାଳୀ ମନ୍ଦିରରେ ସମାନ ପ୍ରକ୍ରିୟାରେ ଚୋରି ହୋଇ ଠାକୁରଙ୍କ ବହୁପୁରାତନ ମୂଲ୍ୟବାନ ମୂର୍ତ୍ତି, ବିଭିନ୍ନ ପ୍ରକାର ସୁନାରୂପା ଅଳଙ୍କାର ଏବଂ ଦାନ ହୁଣ୍ଡୀ ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି ହୋଇଯିବା ପରେ ମଧ୍ୟ ଚୋରଙ୍କୁ ଧରିବା ଏବଂ ଚୋରି ଯାଇଥିବା ଠାକୁରଙ୍କ ସମ୍ପତ୍ତି ଉଦ୍ଧାର ହୋଇ ପାରୁନାହିଁ ନୟାଗଡ଼ ପୋଲିସ। ଜିଲ୍ଲାର ପ୍ରତିଷ୍ଠିତ ମନ୍ଦିର ମାନଙ୍କରେ ଯେତିକି ପୋଲିସ ସୁରକ୍ଷା ଯୋଗାଇ ଦିଆଯିବା କଥା ସେତିକି ହୋଇନଥିବାରୁ ଜିଲ୍ଲା ପୋଲିସ ଏବଂ ପ୍ରଶାସନ କାର୍ଯ୍ୟଦକ୍ଷତାଙ୍କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ନୟାଗଡ…
Read More