ଦୀପକ ଖଣ୍ଡାୟତରାୟ ଓ ପ୍ରମୋଦ ନନ୍ଦ ପାଇବେ ମୁଖ୍ୟମନ୍ତ୍ରୀ ପଦକ

ନୟାଗଡ଼,(୦୧/୦୯):- ତଦନ୍ତ କ୍ଷେତ୍ରରେ ଉତ୍କର୍ଷତା ପାଇଁ ଘୋଷଣା ହେଲା ମୁଖ୍ୟମନ୍ତ୍ରୀ ପଦକ । ୫ ଟି ମୋ ସରକାର ଅଧୀନରେ ସମ୍ମାନଜନକ ମୁଖ୍ୟମନ୍ତ୍ରୀ ପଦକ ପାଇବାକୁ କ୍ରାଇମ୍‌ବ୍ରାଞ୍ଚ, STF, EOW, ଭିଜିଲାନ୍ସ ଓ ଜିଲ୍ଲା ପୋଲିସରୁ ୬୪ଜଣ ମନୋନୀତ ହୋଇଛନ୍ତି । ଗୃହ ବିଭାଗ ACSଙ୍କ ଅଧୀନରେ ଗଠିତ ହୋଇଥିଲା ରାଜ୍ୟସ୍ତରୀୟ ପୁରସ୍କାର କମିଟି। ଏନେଇ ନୟାଗଡ଼ ଜିଲ୍ଲାରୁ ଉତ୍ତମ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମେଡାଲ ପାଇବେ ଦୁଇ ପୋଲିସ୍ ସବ ଇନ୍ସପେକ୍ଟର ପ୍ରମୋଦ କୁମାର ନନ୍ଦ ଓ ନୟାଗଡ଼ ସଦର ଥାନା ଅଧିକାରୀ ଦୀପକ କୁମାର ଖଣ୍ଡାୟତରାୟ।

Read More

ନୟାଗଡରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

ନୟାଗଡ଼,(୩୧/୦୮):- ନୟାଗଡ଼ ପୌର ପରିଷଦ ପକ୍ଷରୁ ଆଜି ନିଖିଳ ଭାରତ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ପୂର୍ବାହ୍ନରେ ସହରରେ ଥିବା ସମସ୍ତ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା। ସକାଳ ୮ଘଟିକା ସମୟରେ ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଏହି ଅବସରରେ ପଠାଣିସାମନ୍ତ ଅଡିଟୋରିୟମରେ ଆୟୋଜିତ ଏକ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ତଥା କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଏବଂ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥା ଭାବେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶ ସୁବାଷ ଚନ୍ଦ୍ର ରାୟ ଯୋଗ ଦେଇଥିଲେ । ନୟାଗଡ଼ ଜିଲ୍ଲାପାଳ ତଥା ପୌର ପ୍ରଶାସିକା ଡା. ପୋମା ଟୁଡୁଙ୍କ ସଭାପତିତ୍ବରେ ଆୟୋଜିତ…

Read More

ପ୍ରଗତି ପଥରେ ନୟାଗଡ ପୌର ପରିଷଦ

ନୟାଗଡ଼,(୩୧/୦୮):- ୧୯୫୩ ମସିହାରେ ଗଠିତ ହୋଇଥିବା ନୟାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ୨୦୧୯ ମସିହା ଫେବୃୟାରୀ ୧୧ ତାରିଖରେ ପୌର ପରିଷଦର ମାନ୍ୟତା ପାଇଛି । ଦୁଇ ବର୍ଷ ମଧ୍ୟରେ ସହରର ଅଭୂତପୂର୍ବ ବିକାଶ ହୋଇଛି । ନୟାଗଡ଼ରେ ୨୫ କୋଟି ଟଙ୍କା ବ୍ୟୟରେ ୨୫ କିଲୋମିଟର ରାସ୍ତା ନିର୍ମାଣ କରାଯାଇଛି । ପୌରାଞ୍ଚଳରେ ୭୮୪ ଜଣ ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରୁ ମୋଟ ୪୯୯ ଜଣଙ୍କ ଭୂମୀ ଅଧିକାର ପ୍ରମାଣ, ୨୮୫ ଜଣଙ୍କୁ ଯୋଗ୍ୟତା ପ୍ରମାଣ ପତ୍ର ପ୍ରଦାନ କରାଯାଇଛି । ବିଭିନ୍ନ ସ୍ଥାନରେ କଚ୍ଚା ଘରେ ରହିଥିବା ୪୭୭ ପରିବାକୁ ଆବାସ ଯୋଜନାରେ ସାମିଲ କରାଯାଇଛି । ସେମାନଙ୍କ ମଧ୍ୟରୁ ୩୨୯ ଜଣଙ୍କ ଗୃହ ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇଛି । ୧୩ଟି ୱାର୍ଡ଼ରେ ୧୩ଟି ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ଅନୁମୋଦନ ମିଳିଛି…

Read More

୪ ପଞ୍ଚାୟତରେ ମନ୍ତ୍ରୀଙ୍କ ସମୀକ୍ଷା

ନୟାଗଡ଼,(୩୦/୦୮): ନୟାଗଡ଼ ବିଧାୟକ ତଥା କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଆଜି ନୟାଗଡ଼ ବ୍ଳକର ୪ଟି ପଞ୍ଚାୟତର ବିଭିନ୍ନ ଗ୍ରାମରେ ପହଞ୍ଚି ସମୀକ୍ଷା କରିଛନ୍ତି । ଚଣ୍ଡିବସ୍ତ, ନବଘନପୁର, ଲକ୍ଷ୍ମୀପ୍ରସାଦ ଓ ନାଟୁଗାଁ ପଞ୍ଚାୟତର ବିଭିନ୍ନ ଗାଁରେ ପହଞ୍ଚି ଲୋକଙ୍କ ପାଇଁ କରା ଯାଇଥିବା ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଗ୍ରାମରେ ଲୋକଙ୍କ ଆବଶ୍ୟକତା ପାଇଁ କରାଯିବାକୁ ଥିବା କାମର ତାଲିକା ପ୍ରସ୍ତୁତ କରାଯାଇଛି । ଏଥିସହିତ ଲୋକଙ୍କ ସୁବିଧା ଅସୁବିଧା ବୁଝିଛନ୍ତି । ବିଭିନ୍ନ ଜନହିତକର କାର୍ଯ୍ୟ କରିବା ପାଇଁ ମନ୍ତ୍ରୀ ଲୋକଙ୍କ ସହ ଆଲୋଚନା କରିଛନ୍ତି । ଏହି ଗସ୍ତରେ ବିଜେଡି ନେତା ପୂର୍ଣ୍ଣଚନ୍ଦ୍ର ନାୟକ, ବ୍ଲକ ଉପାଧ୍ୟକ୍ଷ ସୁବାସ କହଁର, ପୂର୍ବତନ ନଗରପାଳ…

Read More

ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା କଲେ ମନ୍ତ୍ରୀ ଡ଼ଃ. ଅରୁଣ

ନୟାଗଡ଼,(୨୯/୦୮):- ନୟାଗଡ଼ ବିଧାୟକ ତଥା କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ଆଜି ନୟାଗଡ଼ ବ୍ଳକ ବଢ଼ିଆଳି ଏବଂ ଖୁଣ୍ଟୁବନ୍ଧ ପଞ୍ଚାୟତର ବିଭିନ୍ନ ଗାଁରେ ପହଞ୍ଚି ଲୋକଙ୍କ ପାଇଁ କରାଯାଇଥିବା ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ନଡ଼ିଆଳି ପଞ୍ଚାୟତର ଗବନଳ ଓ ଉଦୟପୁର ଗ୍ରାମରେ ଲୋକଙ୍କ ଆବଶ୍ୟକତା ପାଇଁ କରାଯିବାକୁ ଥିବା କାର୍ଯ୍ୟର ତାଲିକା ପ୍ରସ୍ତୁତ କରାଯାଇଛି । ସେହିଭଳି ବେଗୁନିଆପାଟଣା, ଖୁଣ୍ଟୁବନ୍ଧ ଏବଂ କଇଁଥଗାଡ଼ିଆ ଗ୍ରାମରେ ଲୋକଙ୍କ ସୁବିଧା ଅସୁବିଧା ବୁଝିଛନ୍ତି । ବିଭିନ୍ନ ଜନହିତକର କାର୍ଯ୍ୟ କରିବା ପାଇଁ ମନ୍ତ୍ରୀ ଲୋକଙ୍କ ସହ ଆଲୋଚନା କରିଛନ୍ତି । କେତେକ ଗ୍ରାମରେ ମନ୍ତ୍ରୀ ଆଜି ଯୁବକ ଏବଂ ବରିଷ୍ଠ ଉଭୟଙ୍କ ସହ ଆଲୋଚନା କରିଥିବା ଦେଖାଯାଇଛି ।…

Read More

ଜିଲ୍ଲା ସମବାୟ ସମିତି ଡାଟା ଏଣ୍ଟ୍ରି ଅପରେଟର ସଂଘର ଜରୁରୀ ବୈଠକ

ନୟାଗଡ଼,(୨୯/୦୮): ବିଜୁ ଶ୍ରମିକ ସାମ୍ମୁଖ୍ୟ ସହ ବନ୍ଧିତ ନୟାଗଡ଼ ଜିଲ୍ଲା ସମବାୟ ସମିତି ଡାଟା ଏଣ୍ଟ୍ରି ଅପରେଟର ସଂଘ ପକ୍ଷରୁ ଆଜି ଏକ ବୈଠକ ନୟାଗଡ଼ ବ୍ଲକ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ସମବାୟ ସମିତି ଡିଇଓ ସଂଘ ସଭାପତି ବାମନ ଚନ୍ଦ୍ର ରାଜଙ୍କ ସଭାପତିତ୍ୱରେ ବୈଠକରେ ମୁଖ୍ୟ ଅତିଥି ଭାବେ ବିଜୁ ଶ୍ରମିକ ସାମ୍ମୁଖ୍ୟ ରାଜ୍ୟ ସହ ସମ୍ପାଦକ ତଥା ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ, ଉପଦେଷ୍ଟା ଲକ୍ଷ୍ମଣ ମଲ୍ଲ, ଯୁବ ସଂଗଠନ ଦୁର୍ଯ୍ୟୋଧନ ବେହେରା ଯୋଗ ଦେଇଥିଲେ । ସମବାୟ ବିଭାଗରେ ଡିଇଓମାନଙ୍କର ଦରମା ବୃଦ୍ଧି, ସହକାରୀ ସମ୍ପାଦକ ଭାବେ ପଦୋନ୍ନତୀ ଏବଂ ସ୍ଥାୟୀ ନିଯୁକ୍ତି ଉପରେ ଆଲୋଚନା ହୋଇଥିଲା । ସମବାୟ ବିଭାଗର ନିବନ୍ଧକ ସରକାରଙ୍କ ଆଦେଶନାମାକୁ ତୁରନ୍ତ କାର୍ଯ୍ୟକାରୀ କରି ମାସିକ ୧୨ ହଜାର ୩୦ ଟଙ୍କା ପାରିଶ୍ରମିକ…

Read More

ସମବାୟ ସମିତି ସମ୍ପାଦକ ଓ ଶାଖା ପରିଚାଳକଙ୍କୁ ନେଇ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ

ନୟାଗଡ଼,(୨୮/୦୮):- ନୟାଗଡ଼ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଆଜି ସମବାୟ ସମିତି ସମ୍ପାଦକ ଓ ଶାଖା ପରିଚାଳକଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଭିସି ମାଧ୍ୟମରେ ଆୟୋଜିତ ଏହି ବୈଠକରେ କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ ଅଧିନରେ ଥିବା ସମସ୍ତ ସମବାୟ ସମିତି ସମ୍ପାଦକ ଓ ଶାଖା ପରିଚାଳକ ଯୋଗ ଦେଇଥିଲେ । ଜିଲ୍ଲାରେ ଋଣ ପ୍ରଦାନ ଧାର୍ଯ୍ୟ ଲକ୍ଷ ମୁତାବକ ହୋଇନଥିବା ନେଇ ଆଜି ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ ଭିସି ମାଧ୍ୟମରେ ସମବାୟ ବିଭାଗ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି । ଛୁଟି ଦିନରେ କାର୍ଯ୍ୟ କରି ଟାର୍ଗେଟ ପୁରଣ କରିବାକୁ ପରାମର୍ଶ ଦେଇଛନ୍ତି । ଖରିଫ ଋତୁରେ ଯେତିକି ପରିମାଣ ଟାର୍ଗେଟ ରହିଛି ତାହା ପୁରଣ ହୋଇନଥିବା ଆଲୋଚନାରୁ ଜଣାପଡ଼ିଥିଲା। ଅଗଷ୍ଟ ୩୧ ତାରିଖ ମଧ୍ୟରେ ଟାର୍ଗେଟ…

Read More

ଜୋର ଧରିଲା ତାଳଚେର-ଗୋପାଳପୁର ପ୍ରସ୍ତାବିତ ରେଳପଥ ନିର୍ମାଣ ଦାବି

ନୟାଗଡ଼,(୨୭/୦୮):- ତାଳଚେର-ଗୋପାଳପୁର ପ୍ରସ୍ତାବିତ ରେଳପଥକୁ ତୁରନ୍ତ ନିର୍ମାଣ କରିବା ଦାବିରେ କ୍ରିୟାନୁଷ୍ଠାନ କମିଟିର ଆବାହକ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଓ ବିଶ୍ୱନାଥ ମହାପାତ୍ରଙ୍କ ଆବାହକତ୍ବରେ ଆଜି ନୟାଗଡ଼ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ଦଳମତ ନିର୍ବିଶେଷରେ ଉଦ୍ୟମ ଚାଲୁ ରହିବା ପାଇଁ ସର୍ବ ସମ୍ମତ୍ତିକ୍ରମେ ପ୍ରସ୍ତାବ ଗ୍ରହଣ କରାଯାଇଛି । ଖୋର୍ଦ୍ଧା ରୋଡ଼–ବଲାଙ୍ଗୀର ରେଳପଥ ଆନ୍ଦୋଳନର ଅନୁଭୂତିକୁ ପାଥେୟ କରି ଏହି ରେଳପଥ ଦ୍ୱାରା ଉପକୃତ ସମସ୍ତ ଜନସାଧାରଣଙ୍କୁ ଏକାଠି କରିବାର ଆବଶ୍ୟକତା ଉପରେ ଆଲୋଚନା ରଖିଥିଲେ । ଓଡ଼ିଶାର ଏକତା ଓ ସଂହତି ପାଇଁ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଓ ତାଳଚେର-ଗୋପାଳପୁର ରେଳପଥ ଏକ ଉତ୍ତମ ଭିତ୍ତିଭୂମି ସୃଷ୍ଟି କରିବ ବୋଲି ମତ ପ୍ରକାଶ…

Read More

ଜିଲ୍ଲାସ୍ତରୀୟ ଆଇନଗତ ସାକ୍ଷରତା ଉତ୍ସବ ପାଳିତ

ନୟାଗଡ଼,(୨୭/୦୮):- ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ଜିଲ୍ଲାସ୍ତରୀୟ ଇ-ଆଇନ ସାକ୍ଷରତା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ଅଧ୍ୟକ୍ଷା ରୂପଶ୍ରୀ ଚୌଧୁରୀଙ୍କ ତତ୍ବାବଧାନରେ ଜିଲ୍ଲା କୋର୍ଟ ପରିସରରେ ଅନଲାଇନ ମାଧ୍ୟମରେ ଏକାଙ୍କିକା ଅଭିନୟ, ପ୍ରବନ୍ଧ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ହାଇସ୍କୁଲରେ ଅଷ୍ଟମ ଏବଂ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା । ଏଥିରେ ମୋଟ ୮ ଗୋଟି ହାଇସ୍କୁଲର ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଶିକ୍ଷା ଅଧିକାର, ପରିବେଶ ସୁରକ୍ଷା ଓ ଘରୋଇ ସଂସ୍ଥା ଆଦି ଗୁରୁତ୍ୱପୁର୍ଣ୍ଣ ଆଇନ ସମ୍ବନ୍ଧୀୟ ବିଷୟ ବସ୍ତୁକୁ ନେଇ ପିଲାମାନଙ୍କ ମଧ୍ୟରେ ଆଇନ ସମ୍ବନ୍ଧୀୟ ଜ୍ଞାନର ଉଦ୍ରେକ କରିବା ପାଇଁ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ପ୍ରବନ୍ଧ ପ୍ରତିଯୋଗିତାରେ ଲାଠିପଡ଼ା ହାଇସ୍କୁଲର ଛାତ୍ରୀ ପ୍ରତିସା ଜେନା ପ୍ରଥମ, ଲେଙ୍କୁଡ଼ିପଡ଼ା…

Read More

ଜିଲ୍ଲାସ୍ତରୀୟ କାୟାକଳ୍ପ ପୁରସ୍କାର ବିତରଣ

ନୟାଗଡ଼,(୨୭/୦୮):– ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୦୨୦-୨୧ବର୍ଷ ପାଇଁ ଜିଲ୍ଲାସ୍ତରୀୟ କାୟାକଳ୍ପ ପୁରସ୍କାର ପ୍ରଦାନ କରାଯାଇଛି । ବିଜୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକୁ ଜିଲ୍ଲାପାଳ ଡା. ପୋମା ଟୁଡୁ ଟ୍ରଫି ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ସ୍ୱଚ୍ଛତାରେ ଉତ୍କର୍ଷ ପାଇଁ ମୋଟ ୧୦ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ୨ଗୋଟି ସ୍ୱାସ୍ଥ୍ୟ ଉପକେନ୍ଦ୍ରକୁ ପୁରସ୍କୃତ କରାଯାଇଛି । ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ବର୍ଗରେ ପଦ୍ମାବତୀ ଓ ଦର୍ପନାରାୟଣପୁରକୁ ଯୁଗ୍ମ ବିଜେତା ଭାବେ ପ୍ରତ୍ୟେକଙ୍କୁ ନଗଦ ଦୁଇ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । ଅନ୍ୟ ୮ଗୋଟି ସ୍ୱାସ୍ଥ୍ୟ କେନ୍ଦ୍ର ଓ ୨ଗୋଟି ସ୍ୱାସ୍ଥ୍ୟ ଉପକେନ୍ଦ୍ରକୁ ଯଥାକ୍ରମେ ଟ.୫୦,୦୦୦/- ଓ ଟ.୨୫,୦୦୦/- ପ୍ରୋତ୍ସାହନ ରାଶି ରୂପେ ପ୍ରଦାନ କରାଯାଇଛି । ଉକ୍ତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଅତିରିକ୍ତ ଜିଲ୍ଲା…

Read More