ନୟାଗଡ଼ ଏନଏସି ଉଚ୍ଚ ବିଦ୍ୟାଳୟର ପରିଚାଳନା କମିଟି ଗଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ସ୍ଥିତ ଏନଏସି ଉଚ୍ଚ ବିଦ୍ୟାଳୟର ପରିଚାଳନା କମିଟି ଆଜି ପୂର୍ବାହ୍ନରେ ବିଦ୍ୟାଳୟ ପରିସରରେ ଗଠିତ ହୋଇଯାଇଛି । ଏଥିରେ ସଭାପତି ଭାବେ ଲକ୍ଷ୍ମୀଧର ମହାନ୍ତି ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିବା ବେଳେ ଶିଳ୍ପିରାଣୀ ନାୟକ ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର କରଙ୍କ ସଂଯୋଜନା ତଥା ମୋ’ବିଦ୍ୟାଳୟ ସଭାପତି ଲକ୍ଷ୍ମୀଧର ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଅଭିଭାବକ ବୈଠକରେ ବିଦ୍ୟାଳୟର ଶତାଧିକ ଅଭିଭାବକ ଯୋଗଦାନ କରି କମିଟି ଗଠନ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିଥିଲେ । ପରିଚାଳନା କମିଟି ଗଠନ ସମ୍ପର୍କିତ ସରକାରଙ୍କ ନିର୍ଦ୍ଦେଶନାମା ବିଷୟରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କର ଉପସ୍ଥିତ ଅଭିଭାବକ ମାନଙ୍କୁ ବିସ୍ତୃତଭାବେ ବୁଝାଇଥିଲେ । ପରେ ନିୟମାନୁସାରେ କମିଟିକୁ ୬ଜଣ ପୁରୁଷ ଏବଂ ୬ଜଣ ମହିଳା ସଦସ୍ୟ ମୋଟ ୧୨ଜଣ ଅଭିଭାବକ ନିର୍ବାଚିତ…

Read More

କନ୍ୟାଭୃଣ ହତ୍ୟା ଓ ବାଲ୍ୟବିବାହ ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନର ଜୋରଦାର ପ୍ରୟାସ

ଗଢ଼ାହେବ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ କନ୍ୟା ଭୃଣ ହତ୍ୟା ନିବାରଣ ଓ ବାଲ୍ୟ ବିବାହ ରୋକିବା ପାଇଁ ଟାସ୍କଫୋର୍ସ ଢାଂଚାରେ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠିତ ହେବ । ଏହି ଟିମ ଜିଲ୍ଲାର ବିଭିନ୍ନ ସ୍ଥାନ ଓ ବିଶେଷକରି ଗ୍ରାମାଂଚଳରେ ଝିଅମାନେ ସଅଳ ବିବାହ କରୁଥିବା କଥାକୁ ରୋକିବା ସହ ଝିଅମାନଙ୍କ ଉଚ୍ଚଶିକ୍ଷା ଓ ସ୍ୱାବଲମ୍ବୀ ହେବା ନିମନ୍ତେ ସଚେତନତା ସୃଷ୍ଟି କରିବେ । ଏହା ସହ କନ୍ୟା ଭୃଣହତ୍ୟା ପରି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଅଗ୍ରାଧିକାର ଦିଆଯିବ । ଏ ସଂକ୍ରାନ୍ତରେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଦ୍ୱାରା ଆହୁତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ନିଷ୍ପତି ନିଆଯାଇଛି । ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକର ସୂଚନା ଅନୁସାରେ କନ୍ୟା ଭୃଣହତ୍ୟା…

Read More

ପରମ୍ପରା ସାହିତ୍ୟ ପରିଷଦର ସାରସ୍ୱତ ସମାରୋହ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ସ୍ଥିତ ପରମ୍ପରା ସାହିତ୍ୟ ଏବଂ ସଂସ୍କୃତି ପରିଷଦର ୨୬ତମ ସାରସ୍ୱତ ସମାରୋହ ରବିବାରଦିନ ସ୍ଥାନୀୟ କେସି କ୍ଲବ ସଭାଗୃହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ସୁକାନ୍ତି ମହାନ୍ତିଙ୍କ ପୌରହତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବରିଷ୍ଠ କବି ପିନାକୀ ସିଂ, ଉତ୍କଳ ସାହିତ୍ୟ ସମାଜ ସଭାପତି ତରୁଣ କୁମାର ସାହୁ, ନୟାଗଡ଼ ଜିଲ୍ଲା ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଅଧ୍ୟାପକ ଅଶୋକ ନାୟକ, କବି ବିରଞ୍ଚି ନାରାୟଣ ତ୍ରିପାଠୀ, ପ୍ରଧାନୀ ବୃନ୍ଦାବନ ମହାପାତ୍ର, ଡ଼ଃ. ପବିତ୍ର ସୁବୁଦ୍ଧି, ଶେଖ ଅବଦୁଲ ଖାଲିକ, ଅଶୋକ ମଲ୍ଲ, ସ୍ମିତା ସ୍ୱାଇଁ ପ୍ରମୁଖ ଯୋଗଦାନ କରିଥିଲେ । ତିନି ପର୍ଯ୍ୟାୟରେ ଅନୁଷ୍ଠିତ ଏହି ସାହିତ୍ୟ କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳରୁ ଆସିଥିବା କବିମାନେ ସ୍ୱରଚିତ କବିତା ପାଠ କରିଥିଲେ । ଏହି ଅବସରରେ ଡ. କଳ୍ପନା…

Read More

ବିଶ୍ବ ପୋଲିଓ ଦିବସରେ ରୋଟାରୀ କ୍ଲବ ପକ୍ଷରୁ ବୃକ୍ଷ ରୋପଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ବିଶ୍ବ ପୋଲିଓ ଦିବସ ଉପଲକ୍ଷେ ନୟାଗଡ ରୋଟାରୀ କ୍ଲବ ତରଫରୁ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏକ କାର ରାଲିର ଆୟୋଜନ କରାଯାଇଥିଲା । ଏହି କାର ରାଲି ନୟାଗଡ଼ ଖଣ୍ଡପଡା ରୋଡ଼ ସ୍ଥିତ ରୋଟାରୀ କ୍ଲବରୁ ଆରମ୍ଭ ହୋଇ ଗୋଳଗୋଳା ଗ୍ରାମରେ ଶେଷ ହୋଇଥିଲା । ଏହି ରାଲିରେ ରୋଟାରୀ କ୍ଲବର ସଭାପତି ଧୀରେନ୍ଦ୍ର ପଟ୍ଟନାୟକ ଏବଂ ସଂପାଦକ ମିହିର ରଞ୍ଜନ ନାୟକଙ୍କ ସମେତ ଅନେକ ରୋଟାରିଆନ ମାନେ ଅଂଶ ଗ୍ରହଣ କରିଥିଲେ। ପରିଶେଷରେ ପଥପାର୍ଶ୍ବ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା।

Read More

ରୋଟାରୀ କ୍ଲବର ଜିଲ୍ଲା ଗଭର୍ଣ୍ଣରଙ୍କ ନୟାଗଡ଼ ଗ୍ରସ୍ତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ରୋଟାରୀ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଲେ ଜିଲ୍ଲା ଗଭର୍ଣ୍ଣର ଶାନ୍ତନୁ କୁମାର ପାଣି। ରୋଟାରୀ କ୍ଲବ ସଭାପତି ଧିରେନ୍ଦ୍ର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ଗଭର୍ଣ୍ଣରଙ୍କ ସମେତ ଅସିଷ୍ଟାଣ୍ଡ ଗଭର୍ଣ୍ଣର ପ୍ରଦ୍ୟୁମ୍ନ ମଲ୍ଲିକ, ଜିଲ୍ଲା ଗଭର୍ଣ୍ଣରଙ୍କ ପତ୍ନୀ ଝରଣା ପାଣି ଏବଂ ନୟାଗଡ଼ ରୋଟାରୀ ସମ୍ପାଦକ ମିହିରି ରଞ୍ଜନ ନାୟକ ପ୍ରମୁଖ ଯୋଗଦେଇ ଆଲୋଚନା କରିଥିଲେ । ରୋଟାରୀ କ୍ଲବ ଗରୀବ ଓ ନିଷ୍ପେସିତଙ୍କ ପାଇଁ ସଦାସର୍ବଦା କାର୍ଯ୍ୟ କରୁଥିବା ବେଳେ ଆଗାମୀ ଦିନରେ ଆହୁରି ଅନେକ ଜନକଲ୍ୟାଣ କାର୍ଯ୍ୟ କରାଯିବା ଉପରେ ଆଲୋଚନା ହୋଇଛି । ରୋଟାରୀ କ୍ଲବ ଆନୁକୁଲ୍ୟରେ ନୟାଗଡ଼ରେ ଏକ ରୋଗ ନିରୂପଣ କେନ୍ଦ୍ର ସ୍ଥାପନ କରିବା ନେଇ ଜିଲ୍ଲା ଗଭର୍ଣ୍ଣର ଶାନ୍ତନୁ କୁମାର ପାଣି ପ୍ରସ୍ତାବ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସମସ୍ତ…

Read More

ପୂର୍ବତନ ବିଧାୟକ ବଂଶୀଧର ସାହୁଙ୍କ ତୃତୀୟ ଶ୍ରାଦ୍ଧୋତ୍ସବ ପାଳିତ, ବହୁ ବିଶିଷ୍ଠ ବ୍ୟକ୍ତି ଓ ସଂଗଠନକୁ ସମ୍ବର୍ଦ୍ଧନା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସ୍ୱର୍ଗତ ବଂଶୀଧର ସାହୁଙ୍କ ୩ୟ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଯାଇଛି। ସ୍ବର୍ଗତ ସାହୁ ମୂଲ୍ୟବୋଧ ଭିତ୍ତିକ ରାଜନୀତିରେ ବିଶ୍ୱାସ ରଖୁଥିଲେ । ସେ କେବଳ ଲୋକପ୍ରିୟ ଜନନେତା ନଥିଲେ ଅନ୍ୟପକ୍ଷରେ ଏକାଧାରାରେ ଜଣେ ବିଶିଷ୍ଟ ସାହିତ୍ୟିକ, ଶିକ୍ଷାବିତ୍ ଏବଂ ସମାଜସେବୀ ଥିଲେ ବୋଲି ଆଜି ତାଙ୍କର ତୃତୀୟ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ଅନୁଷ୍ଠିତ ସ୍ମୃତିଚାରଣ ସମାବେଶରେ ଏହି ମତ ପ୍ରକାଶ ପାଇଥିଲା । ଡ଼. ରଙ୍କନିଧି ବେହେରାଙ୍କ ଅଧ୍ୟକ୍ଷତାରେ ଜନ୍ମସ୍ଥାନ ଇଟାମାଟିରେ ଅନୁଷ୍ଠିତ ଏହି ସମାବେଶକୁ ବିଶିଷ୍ଟ ବ୍ୟଙ୍ଗ ସାହିତ୍ୟିକ ରବୀନ୍ଦ୍ର ରାଉତ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳ ଅଧ୍ୟକ୍ଷ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ପୂର୍ବତନ ବିଧାୟକ ଡ଼.ଦିଲ୍ଲୀପ ଶ୍ରୀଚନ୍ଦନ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପିସିସି ରାଜ୍ୟ ସମ୍ପାଦକ ହୁସେନ୍…

Read More

ନୟାଗଡ଼ ସହରରୁ ପୁଣି ଜବରଦଖଲ ଉଚ୍ଛେଦ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରରୁ ପୁଣି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ନୟାଗଡ଼ ସହରରେ ରାସ୍ତା ପାର୍ଶ୍ବରେ ଜବରଦଖଲ କରି ବ୍ୟବସାୟ କରୁଥିବା ଦୋକାନ ଉପରେ ଆଜି ପଡ଼ିଛି ଜେସିବି ପାହାର । ପୌର ପରିଷଦ ପକ୍ଷରୁ ଜେସିବି ଲଗାଇ ଦୋକାନ ସାମ୍ନାରୁ ଜବର ଦଖଲ ଜବରଦଖଲ ଉଚ୍ଛେଦ କରାଯାଇଛି । ଏଥିସହିତ ଉଠାଦୋକାନ ଗୁଡ଼ିକ ମଧ୍ୟ ହଟା ଯାଇଛି । ପୌର ପରିଷଦ କାର୍ଯ୍ୟାଳୟ ଠାରୁ ନୟାଗଡ଼ କଲେଜ ରାସ୍ତା ପର୍ଯ୍ୟନ୍ତ ଜବରଦଖଲ ମୁକ୍ତି ଅଭିଯାନ ଆରମ୍ଭ କରାଯାଇଛି । ପୌର ପରିଷଦ କର୍ମଚାରୀ ଓ ପୌର ପରିଷଦର ନିର୍ବାହୀ ଅଧିକାରୀ ସନ୍ତୋଷ ଜେନା ପ୍ରମୁଖ ଉପସ୍ଥିତ ରହି ଜବରଦଖଲ ମୁକ୍ତ କରୁଥିବା ଦେଖିବାକୁ ମିଳିଛି ।

Read More

ଶିକ୍ଷକ ସଂଗଠନ ପକ୍ଷରୁ ଡ.ଅବଦୁଲ କାଲାମଙ୍କ ୯୦ତମ ଜନ୍ମବାର୍ଷିକ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶିଷ୍ଟ ବୈଜ୍ଞାନିକ ତଥା ମିଶାଇଲ ମ୍ୟାନ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି, ବିଶିଷ୍ଟ ଶିକ୍ଷାବିତ, ଲେଖକ ଏବଂ ଭାରତରତ୍ନ ସ୍ୱର୍ଗତ ଡଃ.ଏ.ପି.ଜେ ଅବଦୁଲ କାଲାମଙ୍କ ୯୦ତମ ଜନ୍ମବାର୍ଷିକୀ ଅବସରରେ ନୟାଗଡ଼ ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ ସ୍ଥାପିତ ତାଙ୍କ ପ୍ରତିମୂର୍ତ୍ତିରେ ଧୂପ, ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶିକ୍ଷକ ସଂଗଠନ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ନିରାଡ଼ମ୍ବର ଉତ୍ସବରେ ମୁଖ୍ୟ ଅତିଥିଭାବେ ବ୍ଲକ ଶିକ୍ଷାଧିକାରୀ ନିଳାମ୍ବର ତ୍ରିପାଠୀ ଯୋଗଦାନ କରି ଶିକ୍ଷକ ସମାଜ ଦ୍ୱାରା ସ୍ଥାପିତ ଡ.କାଲାମଙ୍କ ପ୍ରତିମୂର୍ତ୍ତିରେ ଧୂପ ଏବଂ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କୋଭିଡ ନିୟମାନୁଯାୟୀ ପାଳିତ ଏହି ଉତ୍ସବରେ ବିଭିନ୍ନ ଶିକ୍ଷକ ସଂଗଠନର କର୍ମକର୍ତ୍ତା ତଥା ଶିକ୍ଷକନେତା ଭକ୍ତବଲ୍ଲବ ବଟକୃଷ୍ଣ ମିଶ୍ର, ବିପିନ ବିହାରୀ ଦାସ, ଲକ୍ଷ୍ମୀଧର…

Read More

କଥା ଓ କବିତାର ଶାରଦୀୟ ଉତ୍ସବ ‘ସମ୍ଭାର’ ଆୟୋଜିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଲେଖକ ପରିଷଦ ଦ୍ୱାରା ଆୟୋଜିତ କଥା ଓ କବିତାର ଶାରଦୀୟ ସାହିତ୍ୟ ଉତ୍ସବ ‘ସମ୍ଭାର’ ନୟାଗଡ଼ ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ପରିଷଦ ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ତଥା ଅଧ୍ୟାପକ ଅଶୋକ ନାୟକ ଯୋଗଦାନ କରିଥିବା ବେଳେ ନାଟ୍ୟକାର ଓ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର କହଁର କାର୍ଯ୍ୟକ୍ରମକୁ ଉଦଘାଟନ କରିଥଲେ । ମୁଖ୍ୟବକ୍ତା ଭାବେ କଥାକାର ତଥା ସାମ୍ବାଦିକ ଶୁଭ୍ରାଶୁଂ ପଣ୍ଡା ଏବଂ ବିଶିଷ୍ଟ ଅତିଥିଭାବେ ପ୍ରତିଷ୍ଠିତ ବ୍ୟଙ୍ଗକବି ତଥା ସୁସମାଲୋଚନ ଏବଂ ସ୍ତମ୍ଭକାର ଡଃ କୁଳାଙ୍ଗାର ଯେଗଦାନ କରି ‘ଓଡ଼ିଆ ଭାଷା ସାହିତ୍ୟରେ ଯୁବପିଢ଼ିର ଉତ୍ତର ଦାୟିତ୍ୱ’ ପ୍ରସଙ୍ଗରେ ଆଲୋଚନା କରିଥଲେ । ଜିଲ୍ଲା ଲେଖକ ପରିଷଦର ସମ୍ପାଦକ ଶେଖ ଅବଦୁଲ ଖାଲିକ…

Read More

ରୋଟାରୀ କ୍ଲବ ଓ ଶ୍ରୀକୃଷ୍ଣ ଯୁବକ ସଙ୍ଘ ଆନୁକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ରୋଟାରୀ କ୍ଲବ ଓ ଶ୍ରୀକୃଷ୍ଣ ଯୁବକ ସଂଘ ଗୋଡିଆଳିର ମିଳିତ ଆନୁକୁଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଗୋଡିଆଳି ଗ୍ରାମରେ ନୟାଗଡ଼ ରକ୍ତ ଭଣ୍ଡାର ସହାୟତାରେ ଅନୁଷ୍ଠିତ ହୋଇଯାଇଛି। ରକ୍ତଦାନ ମହାପୁଣ୍ୟ ଏହି ଉକ୍ତିକୁ ପାର୍ଥେୟ କରି ଆଜିର ଏହି ସ୍ୱେଚ୍ଛାକୃତଭାବେ ମହିଳାମାନେ ରକ୍ତ ଦାନ କରିଥିଲେ। ମହିଳା ମାନଙ୍କ ରକ୍ତ ଦାନ ପ୍ରତି ଆଗ୍ରହ ସମାଜ ପ୍ରତି ପ୍ରେରଣାଦାୟକ ଥିଲା। ଏହି ଶିବିରରୁ ମୋଟ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ରୋଟାରୀ କ୍ଲବର ସଭାପତି ଧୀରେନ୍ଦ୍ର ପଟ୍ଟନାୟକ, ରୋଟାରିଆନ ଅଧ୍ୟାପକ ପ୍ରସନ୍ନ ବସନ୍ତିଆ, ରୋଟାରିଆନ ବାସୁଦେବ ସାହୁ, ରୋଟାରିଆନ ଲକ୍ଷ୍ମୀ ନାରାୟଣ ରଥ ଓ ଗୋଡ଼ିଆଳି ଗ୍ରାମର ଶୀକୃଷ୍ଣ ଯୁବକ ସଂଘର ଯୁବ ସମାଜସେବୀ ମାନେ ଏହି ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ।

Read More