ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଖଣ୍ଡପଡାରୋଡ ସ୍ଥିତ ରୋଟାରୀ କ୍ଲବରେ ୩୨୬୨ ରୋଟାରୀ ଜିଲ୍ଲା ଗଭର୍ଣ୍ଣରଙ୍କ ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ଗଭର୍ଣ୍ଣର ପ୍ରଭୁଦତ୍ତ ସୁବୁଦ୍ଧି ରୋଟାରୀ କ୍ଳବରେ ପହଞ୍ଚିବା ମାତ୍ରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇ ଥିଲା। ତାପରେ ସମର୍ପଣ ବୃଦ୍ଧାଶ୍ରମ ପରିଦର୍ଶନ କରି ସେଠାରେ ରହୁଥିବା ଅନ୍ତେବାସୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ। ତାପରେ ଜିଲ୍ଲାପାଳଙ୍କ କାର୍ଯାଳୟ ପରିସରେ ରୋଟାରୀ କ୍ଲବ୍ ତରଫରୁ ସ୍ଥାପନ ହୋଇଥିବା ପାନୀୟ ଜଳ ପ୍ରକଳ୍ପ କୁ ଦେଖିବା ସହିତ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ସ୍ଥାପନ ହୋଇଥିବା ଗରମ ଜଳ ବିତରଣ ପ୍ରକଳ୍ପକୁ ବୁଲି ଦେଖିଥିଲେ। କ୍ଳବର ସମସ୍ତ ସଦସ୍ଯ ଏବଂ ନୟାଗଡ଼ର ବିଭିନ୍ନ ସାମାଜିକ ଅନୁଷ୍ଠାନ ସହିତ ବହୁ ବୁଦ୍ଧିଜିବୀ ମାନଙ୍କୁ ନେଇ କ୍ଳବର ସଭାପତି ରୋଟାରିଆନ ପ୍ରବୀର ପ୍ରୁଷ୍ଟିଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇ ଥିଲା।…
Read MoreCategory: ନୟାଗଡ଼ ବ୍ଲକ
ନୟାଗଡ଼ରୁ ଭଦ୍ରକ ୩୧ରୁ ଗଡ଼ିବ ପାସେଞ୍ଜର ମେମୁ
ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ମାସ ୩୧ତାରିଖରୁ ନୟାଗଡ଼ ଟାଉନ ଏବଂ ଭଦ୍ରକ ମଧ୍ୟରେ ଏକ ନୂଆ ପାସେଞ୍ଜର ମେମୁ ଟ୍ରେନ ନିୟମିତ ଚଳାଚଳ କରିବ। ଏ ନେଇ ପୂର୍ବତଟ ରେଳ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ ଚଳିତ ମାସ ୩୦ ତାରିଖ ଅପରାହ୍ନରେ କେନ୍ଦ୍ର ରେଳମନ୍ତ୍ରୀ ଡ଼ ଅଶ୍ୱିନୀ ବୈଷ୍ଣବ ପତାକା ଦେଖାଇ ଏହାର ଶୁଭ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସୂଚନା ଅନୁସାରେ ଏହି ସ୍ୱତନ୍ତ୍ର ପାସେଞ୍ଜର ମେମୁ ଟ୍ରେନ ନଂ-୦୮୫୫୫ ଭଦ୍ରକରୁ ସକାଳ ୫ଟା ୪୫ରେ ବାହାରି କଟକରେ ୮ଟା ୪୨ରେ ପହଞ୍ଚିବ। ସେଠାରୁ ୮ଟା ୪୫ରେ ଛାଡି ଭୁବନେଶ୍ୱରରେ ସକାଳ ୯ ଟା ୩୨ରେ ପହଞ୍ଚି ୯ଟା ୩୭ରେ ନୟାଗଡ଼ ଟାଉନ ଅଭିମୁଖେ ଯାତ୍ରା କରିବ । ନୟାଗଡ଼ ଟାଉନରେ ଏହି ସ୍ୱତନ୍ତ୍ର ଟ୍ରେନ…
Read Moreପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ପୁଣି ବସିବ ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଗୁଡୁପାଙ୍ଗି ବନାମ ୧୭ଖଣ୍ଡ ମୌଜାବାସୀଙ୍କ ମଧ୍ୟରେ ବଳଭଦ୍ରପୁର ଓ ଢିପାମାଳ ରାସ୍ତା ନିର୍ମାଣ ପାଇଁ ଲାଗିଥିବା ବିବାଦର କେବେ ହେବ ଅନ୍ତ। ଉପଜିଲ୍ଲାପାଳଙ୍କୁ ଭେଟିଲେ ୧୭ଖଣ୍ଡ ମୌଜାବାସିନ୍ଦା। ନୟାଗଡ଼ ଜିଲ୍ଲା ସଦରଥାନା ଅନ୍ତର୍ଗତ ୧୭ଖଣ୍ଡ ମୌଜା ଓ ଗୁଡୁପାଙ୍ଗୀ ମଧ୍ୟରେ ବିବାଦକୁ ବହୁ ବର୍ଷ ବିତିଯାଇଥିବା ବେଳେ ଏବେସୁଦ୍ଧା ସମସ୍ୟାର ସମାଧାନ ହୋଇପାରୁନି । କିଛିଦିନ ତଳେ ୧୭ଖଣ୍ଡ ମୌଜାବାସୀ ବଳଭଦ୍ରପୁର ଓ ଢିପାମାଳ ରାସ୍ତା ନିର୍ମାଣ ପାଇଁ ଦାବିରେ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଥିବା ବେଳେ ୧୫ଦିନ ମଧ୍ୟରେ ପ୍ରଶାସନ ରାସ୍ତା କାର୍ଯ୍ୟ କରିବ ବୋଲି ପ୍ରତିଶୃତି ଦେଇଥିଲା । ଏହା ମଧ୍ୟରେ ୧୫ଦିନ ବିତି ଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ କରି ଆଜି ପୁଣି ୧୭ଖଣ୍ଡ ମୌଜା ବାସିନ୍ଦା ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟଙ୍କୁ ଭେଟିଛନ୍ତି…
Read Moreଅନନ୍ୟା ଫାଉଣ୍ଡେସନ ପକ୍ଷରୁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ
ନୟାଗଡ଼,(ନୟାଗଡ଼ ଦର୍ପଣ): ଅନନ୍ୟା ଫାଉଣ୍ଡେସନ ପକ୍ଷରୁ ଆଜି ନୋତର କଲ୍ୟାଣ ମଣ୍ତପ ଠାରେ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ହୋଇ ଯାଇଚି। ଆଜିର ଏହି କାର୍ଯ୍ୟକ୍ରମରେ ଉଭୟ ଜୁନିଅର୍ ଓ ସିନିୟର୍ ବର୍ଗରେ ବକ୍ତୃତା, ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତା ହୋଇ ଯାଇଚି। ଆଜିର ଏହି କାର୍ଯ୍ୟକ୍ରମରେ କେନ୍ଦୁଢିପି କଲେଜର ସଂସ୍କୃତ ଅଧ୍ୟାପକ କୃପାସିନ୍ଧୁ ସ୍ୱାଇଁ, ଗମ୍ଭାରୀଡ଼ିହି ସ୍କୁଲର ଶିକ୍ଷକ ରମେଶ ଚନ୍ଦ୍ର ମହାନ୍ତି ଓ ଯୁବ ଲେଖକ ତଥା ପ୍ରକାଶକ ଦିଲ୍ଲୀପ ସାହୁ ବିଚାରକ ଦାୟିତ୍ଵ ନିର୍ବାହ କରିଥିଲେ। ନୟାଗଡ଼ ଜିଲ୍ଲାର ପଚାଶରୁ ଉର୍ଦ୍ଧ୍ବ ବିଦ୍ୟାଳୟ ଉକ୍ତ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ବେଳେ ପାଖାପାଖି ଦୁଇ ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଦାନ କରିଥିଲେ। ଆଜିର ଏହି ବକ୍ତୃତା ପ୍ରତିଯୋଗିତା ଜୁନିଅର୍ ବର୍ଗରେ କ୍ରମାନ୍ୱୟରେ ସୂର୍ଯ୍ୟ ନାରାୟଣ ମାଝୀ, ଶୁଭଶ୍ରୀ ପ୍ରଧାନ, ସ୍ମୃତି ସ୍ଵୀକୃତି ସାହୁ…
Read Moreନୟାଗଡ଼ ମାଓ ହାମଲାର ମୁଖ୍ୟ ଅଭିଯୁକ୍ତ ସବ୍ୟସାଚୀ ପଣ୍ଡା ନିର୍ଦ୍ଦୋଷରେ ଖଲାସ
ନୟାଗଡ଼,(ନୟାଗଡ଼ ଦର୍ପଣ): ୨୦୦୮ମସିହା ନୟାଗଡ଼ ମାଓବାଦୀ ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତ ସବ୍ୟସାଚୀ ପଣ୍ଡା ଆଜି ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ସବ୍ୟସାଚୀ ପଣ୍ଡାଙ୍କ ନାମରେ ୯ ଗୋଟି ମାମଲା ରୁଜୁ କରାଯାଇଥିଲା । ଏଥି ମଧ୍ୟରୁ ଦଶପଲ୍ଲା ଆକ୍ରମଣର ୪ ଗୋଟି ମାମଲାରୁ ସବ୍ୟସାଚୀ ନିର୍ଦ୍ଦୋଷରେ ପୂର୍ବରୁ ଖଲାସ ହୋଇ ସାରିଛନ୍ତି । ଆଜି ନୟାଗଡ଼ ରିଜର୍ଭ ପୁଲିସ ବ୍ୟାରେକରେ ହୋଇଥିବା ମାଓବାଦୀ ଆକ୍ରମଣର ଥିଲା ଚୂଡ଼ାନ୍ତଶୁଣାଣି । ମାନ୍ୟବର ବିଚାରପତି ରୂପଶ୍ରୀ ଚୌଧୁରୀ ଆଜି ସବ୍ୟସାଚୀଙ୍କ ସମେତ ଅନ୍ୟ ଦୁଇଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ସେମାନେ ହେଲେ ଜଗତସିଂପୁରର ମଞ୍ଜୁଲତା ମୁଦୁଲି ଓ ପ୍ରତାପ କିମ୍ବିକା। ସଶସ୍ତ୍ର ମାଓବାଦୀମାନେ ନୟାଗଡ଼ ଜିଲ୍ଲାରେ ଆକ୍ରମଣ କରି ୧୫ ଜଣ ପୁଲିସ କର୍ମଚାରୀ ଏବଂ ଜଣେ ସାଧାରଣ ବ୍ୟକ୍ତିଙ୍କୁ ହତ୍ୟା କରିଥିଲେ। ଜିଲ୍ଲା ରିଜର୍ଭ ଅଫିସ, ନୟାଗଡ଼…
Read Moreବଂଶୀଧର ଡିଗ୍ରୀ ମହାବିଦ୍ୟାଳୟର ୨୮ତମ ବାର୍ଷିକ ଉତ୍ସବ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ବ୍ଲକ ଅନ୍ତର୍ଗତ ଇଟାମାଟି ବଂଶୀଧର ଡିଗ୍ରୀ ମହାବିଦ୍ୟାଳୟର ୨୮ତମ ବାର୍ଷିକ ଉତ୍ସବ ଖୁବ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ନୟାଗଡ ବିଧାୟକ ଡ଼. ଅରୁଣ କୁମାର ସାହୁ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ସଭାପତି ପରିଚାଳନା ସମିତି, ବଂଶୀଧର ମହାବିଦ୍ୟାଳୟ ଶରତ ଚନ୍ଦ୍ର ସାହୁ, ସମାଜସେବୀ ବିଦୁଲତା ସାହୁ, ସମାଜସେଵୀ ପ୍ରଦୀମ୍ନ କୁମାର ସାହୁ, ସରପଞ୍ଚ ସ୍ୱପ୍ନେଶ୍ୱରୀ ସେଠୀ, ସମିତି ସଭ୍ୟା ଗୋଲାପ ରାଣୀ ସେଠୀ, ଜିଲ୍ଲା ପରିଷଦ ସଭ୍ୟ ଆଶିଷ କୁମାର ଅଗ୍ରୱାଲ ପ୍ରମୁଖ ଯୋଗଦେଇଥିଲେ। କଲେଜ ଅଧକ୍ଷ ହରପ୍ରସାଦ ରଣ ସିଂ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ମୁଖ୍ୟଅତିଥି ଛାତ୍ର ଛାତ୍ରୀମାନଙ୍କ ଶୈକ୍ଷିକ ଦିଗ ସହିତ ଶୈକ୍ଷିକ ଦକ୍ଷତାର ବିକାଶ କ୍ଷେତ୍ରରେ ମହାବିଦ୍ୟାଳୟର ଗୁରୁତ୍ୱପୂର୍ଣ୍ଣ ରହିଛି ବୋଲି…
Read Moreମଂଚାୟନ ତରଫରୁ ବିଶ୍ୱ ନାଟ୍ୟ ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନାଟକର ସହଯାତ ପ୍ରବୃତ୍ତି ହେଉଛି ପ୍ରକୃତ ମାନବିକ ଗୁଣ ଉପରେ ଆଧାରିତ ମାନବିକ ଆଚରଣ ଯାହା ହିଁ ଜୀବନ। ଚାଲନ୍ତୁ ଆମେ ମିଶି ଗୋଟିଏ ମାନବ ସମାଜ ଗଢ଼ିବା। ବିଖ୍ୟାତ ପଥପ୍ରଦର୍ଶକ କନଷ୍ଟାଟିନ୍ ଷ୍ଟାନିସଲାଭସ୍କିଙ୍କ ଭାଷାରେ – କାଦୁଅ ଲଗା ପାଦରେ ନାଟକ ପ୍ରେକ୍ଷାଳୟକୁ କେବେ ମଧ୍ୟ ଆସନାହିଁ,ଧୂଳି ମଇଳାକୁ ବାହାରେ ଛାଡିଦେଇ ଆସ। ବିଶ୍ବ ନାଟ୍ୟ ଦିବସ ଅବସରରେ ଇଜିପ୍ଟର ଅଭିନେତ୍ରୀ ସମୀହା ଆୟୁବଙ୍କର ବାର୍ତ୍ତାମଧ୍ୟରୁ ଏହା କିୟଦଂଶ। ଆଜି ନୟାଗଡର ପ୍ରମୁଖ ନାଟ୍ୟ ଅନୁଷ୍ଠାନ ମଞ୍ଚାୟନ ତରଫରୁ ସ୍ଥାନୀୟ ନ୍ୟୁ ଜନତା କଂପ୍ଳେକ୍ସ ପରିସରରେ ସୁରେନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ୱ ଏବଂ କାମାକ୍ଷା ପ୍ରସାଦ ଦାଶଙ୍କ ସଂଯୋଜନାରେ ପାଳିତ ହୋଇଯାଇଛି ବିଶ୍ବ ନାଟ୍ୟ ଦିବସ। ଏହି କାର୍ଯ୍ୟକ୍ରମରେ ନୟାଗଡର ସଂସ୍କୃତି ପୁରୁଷ ପ୍ରଦୀପ୍ତ କୁମାର ପଟ୍ଟନାୟକ, ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଭଗବତୀ…
Read Moreସାମାଜିକ ସମୀକ୍ଷା କର୍ମଚାରୀ ସଂଘ ଗଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସାମାଜିକ ସମୀକ୍ଷା କର୍ମଚାରୀମାନଙ୍କୁ ନେଇ ଏକ ସଂଘ ଗଠିତ ହୋଇଛି। ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟର ସମୀକ୍ଷା ପାଇଁ ନିୟୋଜିତ ଥିବା ଏହି ଗୋଷ୍ଠୀଙ୍କ ବିଭିନ୍ନ ଦାବୀ ଉପସ୍ଥାପନା ପାଇଁ ଏହି ସଂଘ ଗଠନ କରାଯାଇଛି। ଏହାର ପ୍ରଥମ ବୈଠକ ମିଲେନିୟମ ସମବାୟ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ୩୯୦ ଜଣଙ୍କୁ ନେଇ ଗଠିତ ହୋଇଥିବା ଏହି ସଂଘର ସଭାପତି ଭାବେ ପୁଷ୍ପାଞ୍ଜଳି ରାଉତରାୟ, ସମ୍ପାଦକ ଭାବେ ସୁଶାନ୍ତି ପ୍ରଧାନ, ପ୍ରତିମା ପାତ୍ର ଓ ଚିନ୍ମୟୀ ଶତପଥୀଙ୍କୁ ଉପ ସଭାପତି, ରଶ୍ମିତା ପ୍ରଧାନ ଓ ସୁଲୋଚନା ତ୍ରିପାଠୀଙ୍କ ସହ ସଂପାଦିକା ଏବଂ ମମତା ସାହୁଙ୍କୁ କୋଷାଧ୍ୟକ୍ଷ ନିର୍ବାଚିତ କରାଯାଇଛି।
Read Moreଲୋକଙ୍କ ପାଇଁ ଲୋକାର୍ପିତ ହେଲା ‘ଆମ ପାଇଁ ବଡ଼ ଆମ ନୟାଗଡ଼’ ସେଲଫି ପଏଣ୍ଟ
ନୟାଗଡ଼,(ନୟାଗଡ଼ ଦର୍ପଣ): ଆମ ପାଇଁ ବଡ଼ ଆମ ନୟାଗଡ଼’ର ସ୍ରଷ୍ଟା ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଏହି ବାର୍ତ୍ତା ଆଜି ଘରେ ଘରେ ପରିଚିତ। ଏହାକୁ ସ୍ମରଣୀୟ ରଖିବା ପାଇଁ ନୟାଗଡ଼ ପୌରାଞ୍ଚଳ ପକ୍ଷରୁ ତ୍ରିନାଥ ଛକଠାରେ ସ୍ଥାପିତ ‘ଆମ ପାଇଁ ବଡ଼ ଆମ ନୟାଗଡ଼’ ସେଲ୍ଫି ପଏଣ୍ଟର ଶୁଭ ଉଦଘାଟନ ହେବା ସହିତ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଏବଂ ଶ୍ରୀରାମ ମନ୍ଦିର ସାମ୍ନା ଖୋଲା ଜାଗାରେ ପେଭରବ୍ଲକ କାର୍ଯ୍ୟର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗଦାନ କରି ଏହାର ଶୁଭ ଉଦଘାଟନ କରିବା ସହିତ ସମର୍ପଣ ମନୋଭାବ ରହିଲେ ବିକାଶ ହୋଇପାରିବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ…
Read Moreଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ନିଜସ୍ୱ ଭବନ ଉଦଘାଟନ ସମାରୋହ।
ନୟାଗଡ଼,( ନୟାଗଡ଼ ଦର୍ପଣ): ନୟାଗଡ଼ ହାଉସିଂ ବୋର୍ଡ ସନ୍ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ନିଜସ୍ୱ ଭବନ ଉଦ୍ଘାଟନ ସମାରୋହ ଉତ୍ସବ ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ଉତ୍ସବରେ ଉଦ୍ଘାଟକ ଭାବେ ଭୁବନେଶ୍ୱରସ୍ଥିତ ରାମକୃଷ୍ଣ ମଠର ଅଧ୍ୟକ୍ଷ ଶ୍ରୀମଦ୍ ସ୍ୱାମୀ ଆତ୍ମପ୍ରଭାନନ୍ଦଜୀ ମହାରାଜ ଯୋଗଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ର ମାନ୍ୟବର ବିଧାୟକ ଡ. ଅରୁଣ କୁମାର ସାହୁ, ବିଶିଷ୍ଟ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ରବୀନ୍ଦ୍ରନାଥ ସାହୁ,ମୁଖ୍ୟବକ୍ତା ଭାବେ ରାମକୃଷ୍ଣ ମିଶନ, ହାଟମୁନିଗୁଡାର ସନ୍ଯାସୀ ଶ୍ରୀମଦ୍ ସ୍ୱାମୀ ପ୍ରଭୁବରାନନ୍ଦଜୀ ମହରାଜ, ସମ୍ମାନିତ ଅତିଥି ଭାବେ ପ୍ରଫେସର ସୁରେନ୍ଦ୍ର ମୋହନ ମିଶ୍ର ଓ ନୟାଗଡ଼ ପଞ୍ଚାୟତ ସମିତି ଅଧ୍ଯକ୍ଷ କିଶୋର ଚନ୍ଦ୍ର ସାହୁ ଯୋଗ ଦେଇଥିଲେ। ବିଦ୍ଯାଳୟର ସଭାପତି ଡକ୍ଟର ସଦାଶିବ ବିଶ୍ବାଳଙ୍କ…
Read More