ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତୀୟ ରିଜର୍ଭ ବ୍ୟାଙ୍କ ଲୋକପାଳ ଅଫିସ ଦ୍ବାରା ନୟାଗଡ଼ରେ ବ୍ୟାଙ୍କ ଗ୍ରାହକମାନଙ୍କ ସଚେତନତା ପାଇଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରିଜର୍ଭ ବ୍ୟାଙ୍କର ଲୋକପାଳ ପଙ୍କଜ କୁମାର ନାୟକ ଅଧ୍ୟକ୍ଷତା କରିଥିଲେ। ଶ୍ରୀ ନାୟକ ତାଙ୍କ ରିଜର୍ଭ ବ୍ୟାଙ୍କ ସମନ୍ବିତ ଲୋକପାଳ ଯୋଜନା (ଇଣ୍ଟିଗ୍ରେଟେଡ୍ ଓମୁନ୍ସମ୍ୟାନ୍ ସ୍କିମ୍), ୨୦୨୧ ଉପରେ ଆଲୋଚନା କରି ସ୍ପଷ୍ଟ କରିଛନ୍ତି ଯେ, ଏହି ସ୍କିମ୍ ହେଉଛି ଗ୍ରାହକଙ୍କ ଅଭିଯୋଗର ଶୀଘ୍ର ସମାଧାନ ପାଇଁ ଆରବିଆଇ ଦ୍ବାରା ସ୍ଥାପିତ ଏକ ବିକଳ୍ପ ଅଭିଯୋଗ ସମାଧାନ ପ୍ରଣାଳୀ। ଶ୍ରୀ ନାୟକ କହିଲେ ଯେ ବ୍ୟାଙ୍କ, ଏନବିଏଫସି ଏବଂ ପେମେଣ୍ଟ ସିଷ୍ଟମ ଅଂଶଗ୍ରହଣକାରୀ ପରି ରିଜର୍ଭ ବ୍ୟାଙ୍କ ଦ୍ବାରା ନିୟନ୍ତ୍ରିତ ସଂସ୍ଥାମାନଙ୍କର ଗ୍ରାହକଙ୍କର ଉକ୍ତ ସଂସ୍ଥା ଦ୍ବାରା ପ୍ରଦତ୍ତ ସେବାରେ ଅଭାବ ଜନିତ ଯଦି କୌଣସି ଅଭିଯୋଗ ଥାଏ, ତେବେ ଗ୍ରାହକ…
Read MoreCategory: ଓଡ଼ଗାଁ ବ୍ଲକ
କୁସୁମୀ ଏବଂ ସୁରେନ୍ଦ୍ର ମହାନ୍ତିଙ୍କ କ୍ଷୁଦ୍ରଗଳ୍ପ: ‘ଏକ ଆଲୋଚନା’ ପୁସ୍ତକ ଲୋକାପିର୍ତ
ଶରଣକୁଳ,(ନୟାଗଡ଼ ଦର୍ପଣ): ଲଡ଼ୁବାବା ସାହିତ୍ୟ ସଂସ୍କୃତି ପରିଷଦ ଶରଣକୁଳର “ବାଷିର୍କ ଉତ୍ସବ” ହରିହରପୁର ଗ୍ରୀନକ୍ଳବ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରଣପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋଡ଼ ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିଲେ। ମୁଖ୍ୟବକ୍ତା ଭାବେ ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ପ୍ରାକ୍ତନ ପ୍ରାଧ୍ୟାପକ ଡ. ଗୋବିନ୍ଦ ଚନ୍ଦ୍ର ଦାଶ ଯୋଗଦେଇଥିଲାବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ବିଶିଷ୍ଟ ପରିବେଶବିତ୍ ଅନ୍ତଯ୍ୟାର୍ମୀ ସାହୁ, ହରିହରପୁର ଗ୍ରାମପଞ୍ଚାୟତର ସରପଞ୍ଚ ବିଳାସିନୀ ଦେଈ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ଏହି ଉତ୍ସବରେ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମିଶ୍ର ତଥା ପରିଷଦର ସଭାପତି ଅଧ୍ୟକ୍ଷତା କରିଥିଲେ। କବି ନିରାକାର ସ୍ବାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଡ. ସୁରେଶ ଚନ୍ଦ୍ର ବରାଡ଼ଙ୍କ ଦ୍ଵାରା ଲିଖିତ “କୁସୁମୀ”…
Read Moreନୟାଗଡ଼ରେ ଗଢ଼ି ଉଠିଥିବା ‘ସିଭିଲ ସୋସାଇଟ’ର ବାର୍ଷିକ ଉତ୍ସବ ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହର ମଧ୍ୟରେ ଥିବା ନୀଳମାଧବକଲ୍ୟାଣ ମଣ୍ଡପ ଠାରେ ସିଭିଲ ସୋସାଇଟର ବାର୍ଷିକ ଉତ୍ସବ ଅନୁଷ୍ଠିତହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ.ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ, ନୟାଗଡ଼ ପୌରାଞ୍ଚଳ ଅଧ୍ୟକ୍ଷା ନିରୁପମା ଖଟେଇ, ନୟାଗଡ଼ ବ୍ଲକ ଅଧ୍ୟକ୍ଷକିଶୋର ଚନ୍ଦ୍ର ସାହୁ, ସିଭିଲ ସୋସାଇଟର ସଭାପତି ଗୋଦାବରୀ ସାହୁ ଓସଂପାଦକ ଧନେଶ୍ବର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ। ସମାଜସେବୀ ଭଗବତୀ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ଉତ୍ସବରେସଭାପତି ଗୋଦାବରୀ ସାହୁ ସିଭିଲ ସୋସାଇଟର ମୁଖ୍ୟ ଉଦ୍ଦେଶ୍ୟ ଉପରେଆଲୋକପାତ କରିଥିଲେ । ନୟାଗଡ଼ ସିଭିଲ ସୋସାଇଟ ନୟାଗଡ଼ ଜନ ସାଧାରଣଙ୍କ ସେବାରେ ଉତ୍ସର୍ଗିକୃତ ବୋଲି ପ୍ରକାଶ କରିଥିଲେ । ନୟାଗଡ଼ରେ…
Read Moreଜିଲ୍ଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ, ୯୬୩ଗୋଟି ମାମଲାର ଫଇସଲା
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ଆଇନ ସେବା ପ୍ରାଧ୍ୟାକାରଣଙ୍କ ନିର୍ଦ୍ଦେଶମତେ ନୟାଗଡ଼ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲାଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷା ରୂପଶ୍ରୀ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଚଳିତ ବର୍ଷର ପ୍ରଥମ ଜିଲ୍ଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଲୋକ ଅଦାଲତରେ ସର୍ବମୋଟ ୯୬୩ଗୋଟି ମାମଲାର ଆପୋଷ ସମାଧାନ ଦ୍ବାରା ଫଇସଲା ହୋଇପାରିଛି । ଏଥରେ ୮ଗୋଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୪୭,୨୦,୦୦୦/- ଟଙ୍କା ହିତାଧ୍ୟାକାରୀଙ୍କୁ ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା, ୯୪୯ ଗୋଟି ରାଜସ୍ୱ ମାମଲା ଫଇସଲା କରାଯାଇ ୧୦,୪୪,୬୨୯/- ଟଙ୍କା ଆଦାୟ କରାଯାଇଥିଲା । ସେହିପରି ୫ ଗୋଟି ଜମି ଅଧିଗ୍ରହଣ ଜନିତମାମଲା, ୧ ଗୋଟି ବିବାହଜନିତ ମାମଲା…
Read Moreମନ୍ଦିର ପୂଜକଙ୍କୁ ନେଇ ବାଲ୍ୟବିବାହ ପ୍ରତିରୋଧ ଉପରେ ସଚେତନତା ଶିବିର
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ନୟାଗଡରେ ଥିବା ସମସ୍ତ ପୂଜକମାନଙ୍କୁ ନେଇ ଏକ ବାଲ୍ୟବିବାହ ପ୍ରତିରୋଧ ସଚେତନତା ଶିବିର ଉପଜିଲ୍ଲାପାଳ ନୟାଗଡ ଶକ୍ତିକାନ୍ତ ରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ସମ୍ମାନନୀୟ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ନୟାଗଡରେ ବାଲ୍ୟବିବାହର ମାତ୍ରା ବୃଦ୍ଧି ପାଉଥିବାରୁ ଉଦବେଗ ପ୍ରକାଶ କରିଥିଲେ ଏବଂ ବାଲ୍ୟ ବିବାହ ନିଷେଧ ଅଧିନିୟମ ୨୦୦୬ ନିୟମର ଉଲଂଘନ କଲେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପସ୍ଥିତ ଥିବା ସମସ୍ତ ମନ୍ଦିରର ପୂଜକମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ସଚେତନା ଶିବିରରେ ପ୍ରତ୍ୟେକ ମନ୍ଦିରରୁ ପୂଜକ, ବଜା ବାଲା, ଟେଣ୍ଟହାଉସର ମାଲିକ ମାନେ ଯୋଗ ଦେବା ସହ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ଏବଂ, ବାଲ୍ୟ ବିବାହ ବିରୋଧରେ ସ୍ବର ଉତ୍ତୋଳନ…
Read Moreବ୍ୟାଙ୍କ କର୍ତ୍ତୃପକ୍ଷ ନଶୁଣିବାରୁ ରାତି ସାରା ବ୍ୟାଙ୍କ ଆଗରେ ବାପା ପୁଅଙ୍କ ଧାରଣା
ନୟାଗଡ଼,(ନୟାଗଡ଼ ଦର୍ପଣ): ଆକାଉଣ୍ଟ ରୁ ୪୦ ଲକ୍ଷ ଟଙ୍କା ଗାଏବ, ବ୍ୟାଙ୍କ କର୍ତ୍ତୃପକ୍ଷ ନଶୁଣିବାରୁ ରାତି ସାରା ବ୍ୟାଙ୍କ ଆଗରେ ବାପା ପୁଅଙ୍କ ଧାରଣା ! ଆଜ୍ଞା ହଁ ଏମିତି ଏକ ଘଟଣା ଘଟିଛି ନୟାଗଡ଼ରେ। ଜଣେ ବୃଦ୍ଧଙ୍କ ଠାରୁ ପାଠ ନପଢ଼ିବାର ସୁଯୋଗ ନେଇ କିଛି ଯୁବକ ୪୦ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ମଧ୍ୟଖଣ୍ଡ ଗ୍ରାମର ବୃଦ୍ଧ ରଜନୀ ପ୍ରଧାନ । ନୟାଗଡ଼ ବ୍ଳକ ମୁକ୍ତାପୁରରେ ନିର୍ମାଣ ଚାଲିଥିବା ବାଇପାସ କାମ ପାଇଁ ଦଶପଲ୍ଲାର ବୃଦ୍ଧ ରଜନୀ ପ୍ରଧାନଙ୍କର ୨୫ଡିସିମିଲ ଜାଗା ଯାଇଥିଲା। ଏଥି ନିମନ୍ତେ ତାଙ୍କୁ ୪୦ଲକ୍ଷ ଟଙ୍କା ମିଳିଥିଲା । ଉକ୍ତ ଟଙ୍କା ଆଇଡିବିଆଇ ବ୍ୟାଙ୍କରେ ଡିପୋଜିଟ ହୋଇଥିଲା । ଏହି ଟଙ୍କାକୁ ଜାଲିଆତି କରି ମୁକ୍ତାପୁର ଗ୍ରାମର ୩ଜଣ ନେଇ ଯାଇଥିବା ଅଭିଯୋଗ ହୋଇଛି…
Read Moreଶୁଭେଚ୍ଛା ଏନସିସି ଜୁନିଅର୍ ଅଣ୍ଡର ଅଫିସର ଦିପ୍ତିମୟୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ମହାବିଦ୍ୟାଳୟର, ସଂସ୍କୃତ ବିଭାଗର ଛାତ୍ରୀ ତଥା NCC ଜୁନିଅର୍ ଅଣ୍ଡର ଅଫିସର ଦିପ୍ତିମୟୀ ଡାକୁଆ ସାଧାରଣତନ୍ତ୍ର ଦିବସ ଶିବିର(2023), ନୂଆଦିଲ୍ଲୀରେ ସଫଳତାପୂର୍ବକ ଭାଗନେଇ ଜିଲ୍ଲା ତଥା ରଜ୍ୟପାଇଁ ଗୌରବ ଆଣିଥିବାରୁ ଆଜି ନୟାଗଡ଼ ଜିଲ୍ଲପାଳ ଶ୍ରୀଯୁକ୍ତ ରବୀନ୍ଦ୍ରନାଥ ସାହୁ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଦିପ୍ତି ହେଉଛନ୍ତି ନୟାଗଡ଼ ଅନ୍ତର୍ଗତ ବାଲୁଗାଁର ଶ୍ରୀ କୃଷ୍ଣଚନ୍ଦ୍ର ଡାକୁଆ ଓ ଶ୍ରୀମତୀ ଟୁନୀ ଡାକୁଆଙ୍କ ଝିଅ। ଏହି ଅବସରରେ ସେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସୁରେଶ କୁମାର ପ୍ରଧାନ, 1(O) girls’ BN, NCC, Bhubaneswar ର କମାଣ୍ଡିଂ ଅଫିସର ଲେଫ୍ଟନାଣ୍ଟ କର୍ଣ୍ଣଲ୍ ବିକାଶ ମଣ୍ଡଳ, ଆଡାମ୍ ଅଫିସର୍ ସୀମା ଜୈଶ୍ୱାଲ୍ , ଏ.ଏନ୍.ଓ ଲେଫ୍ଟନାଣ୍ଟ ବିନ୍ଦୁଲତା ଷଣ୍ଢ, ବାପା, ମା ଏବଂ ବାଟାଲିୟନର ପ୍ରଶିକ୍ଷକମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।
Read Moreଶ୍ରମିକ କଲ୍ୟାଣ ଯୋଜନାରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକଙ୍କୁ ସହାୟତା ପ୍ରଦାନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ବୋର୍ଡ଼ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜୁ ପଟ୍ଟନାୟକ କଲ୍ୟାଣମଣ୍ଡପ ଠାରେ ଶ୍ରମିକ କଲ୍ୟାଣ ଯୋଜନାରେ ସହାୟତା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଶ୍ରମିକ କଲ୍ୟାଣ ବୋର୍ଡ଼ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ମୁକ୍ତା ଯୋଜନା ଉପଦେଷ୍ଟା ଇପସିତା ସାହୁ, ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୁଗାନ୍ତକାରୀ ପଦକ୍ଷେପ ପାଇଁ ବହୁ ନିର୍ମାଣ ଶ୍ରମିକ ଓ ଅଣସଂଗଠିତ ଶ୍ରମିକ ଲାଭବାନ ହୋଇ ପାରୁଛନ୍ତି। ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଏକ ବଡ ଯୋଜନା ଯାହା ଦ୍ଵାରା ବହୁ କୁଶଳୀ ଓ ଅଣକୁଶଳୀ…
Read Moreନୟାଗଡ଼ କଲେଜ ସହିଦ ସ୍ମୃତିସ୍ତମ୍ଭ ନିକଟରେ ଶ୍ରଦ୍ଧାଞ୍ଜଳି ଏବଂ ସ୍ମୃତିସଭା
ନୟାଗଡ଼(ନୟାଗଡ଼ ଦର୍ପଣ): ଶିକ୍ଷକ ମହାସଂଘର ଡ଼ାକରାରେ ଆନ୍ଦୋଳନରେ ଯୋଗଦେବାକୁ ଭୁବନେଶ୍ୱର ଯାଉଥିବା ତତ୍କାଳୀନ ନୟାଗଡ଼ ସବ-ଡିଭିଜନର ୬ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ୧୯୭୮ ମସିହା ମାର୍ଚ୍ଚ ୯ ତାରିଖରେ ଟିକାତାଳ ଠାରେ ବସ ଦୁର୍ଘଟଣାର ସମ୍ମୁଖୀନ ହୋଇ ପ୍ରାଣ ହରାଇଥିଲେ। ଏଥିରେ ନୟାଗଡ଼ କଲେଜର ତତ୍କାଳୀନ ଅଧ୍ୟାପକ କାହ୍ନୁ ଚରଣ ପଟ୍ଟନାୟକ, ଦଶପଲ୍ଲା ବାଳିକା ହାଇସ୍କୁଲର ବିଳାସିନୀ ପଟ୍ଟନାୟକ, ତରୁଲତା ପଟ୍ଟନାୟକ ଏବଂ ଶାନ୍ତିଲତା ମହାରଣା, ମଣିକାଗୋଡ଼ାର ବ୍ରଜବନ୍ଧୁ ସୁବୁଦ୍ଧି ଏବଂ ଭାପୁର ଅଞ୍ଚଳର ବାନମ୍ବର ସାହୁ ମୋଟ ୬ଜଣ ସେହି ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଥିଲେ। ଶିକ୍ଷକ ସମାଜ ପାଇଁ ସେମାନଙ୍କ ବଳିଦାନକୁ ପ୍ରତିବର୍ଷ ଶିକ୍ଷକ ବଳିଦାନ ଦିବସ ରୂପେ ପାଳନ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ଆଜି ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଥିବା ସହିଦ ସ୍ମୃତିସ୍ତମ୍ଭ ନିକଟରେ ଏକ ଶ୍ରଦ୍ଧାଞ୍ଜଳି…
Read Moreମଡେଲ ଡିଗ୍ରୀ କଲେଜର ଛାତ୍ର ସଂସଦର ଦ୍ଵିତୀୟ ବାର୍ଷିକ ଉତ୍ସବ
ନୟାଗଡ଼,(ନୟାଗଡ଼ ଦର୍ପଣ): ମଡେଲ ଡିଗ୍ରୀ କଲେଜ, ନୟାଗଡ଼ରେ ଛାତ୍ର ସଂସଦର ଦ୍ଵିତୀୟ ବାର୍ଷିକ ଉତ୍ସବ ପାଳନ ହୋଯାଇଅଛି। ଅଧ୍ୟକ୍ଷ ଡକ୍ଟର ନାରାୟଣ ସୁରଜିତ ବେହେରା ପ୍ରାରମ୍ଭିକ ଭାଷଣ ଦେଇଥିବା ବେଳେ ଡକ୍ଟର ମାନସ ରଞ୍ଜନ ଶତପଥୀ ଛାତ୍ର ସଂସଦ ଉପଦେଷ୍ଟା ଭାବେ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ନିଜକୁ ସମାଜରେ ପ୍ରତି କ୍ଷେତ୍ରରେ ପ୍ରତିପାଦିତ କରିବାକୁ ପ୍ରବାର୍ତ୍ତାଇଥିଲେ। ଓଡିଶା ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଅମରେଶ ପତ୍ରି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଗତ ବର୍ଷର ଶ୍ରେଷ୍ଠ ସ୍ନାତକ ଭାବେ ରାଜନୀତି ବିଜ୍ଞାନ ସମ୍ମାନର ଛାତ୍ରୀ ସୁଶ୍ରୀ ସ୍ମିତାଞ୍ଜଳିଙ୍କୁ ଦୁଇ ହଜାର ଟଙ୍କା ନଗଦ ପୁରସ୍କାର ଦିଆଯାଇଥିଲା। ଛାତ୍ର ପ୍ରତିନିଧି ସୋମନାଥ ବରାଡ଼ ବାର୍ଷିକ ବିବରଣୀ ପାଠ କରିଥିଲେ। ଉତ୍ସବରେ ଛାତ୍ରଛାତ୍ରୀ ମାନଙ୍କୁ…
Read More