ରୋହିବାଙ୍କ ଉଚ୍ଚ ବିଦ୍ୟାଳୟରେ ୭୫ତମ ବାର୍ଷିକ ପୁରସ୍କାର ଉତ୍ସବ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଅନ୍ତର୍ଗତ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟରେ ୭୫ତମ ବାର୍ଷିକ ପୁରସ୍କାର ଉତ୍ସବ ଅନୁଷ୍ଠିତ ହୋଇସାରିଛି। ଉତ୍ସବ ରେ ମୁଖ୍ୟଅତିଥିଭାବେ ତହସିଲଦାର ଡ଼.ମାନସ ରଞ୍ଜନ ଭୋଇ ଯୋଗଦେଇଥିବାବେଳେ ମୁଖ୍ୟ ବକ୍ତା ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ସୁଶ୍ରୀ ପ୍ରୀତିବାଳା ରଣା, ସମ୍ମାନୀତ ଅତିଥିଭାବେ ଓଡଗାଁ ଅତିରିକ୍ତ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ରାଜକିଶୋର ସାହୁ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଲଳିତ ମୋହନ ମିଶ୍ର, ରୋହିବାଙ୍କ ଗ୍ରାମ ପଞ୍ଚାୟତ ସରପଞ୍ଚ ତଥା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମହନ୍ତ ବେହେରା, ବିଦ୍ୟାଳୟ ଆଲୁମିନି କମିଟି ସଭାପତି ଭୀମସେନ ନାୟକ, ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ଜଳନ୍ଧର ରଥ, ରୋହିବାଙ୍କ ଗ୍ରାମ ସଭାପତି ରାଜେଶ ସୁବୁଦ୍ଧି, ସମ୍ପାଦକ କାହ୍ନୁଚରଣ ଗୌଡ଼ ସମାଜ ସେବି ଡିଲେଶ୍ଵର ପାତ୍ର ଓ ସଭାପତି ଭାବେ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ବାରିକ…

Read More

‘ଅଙ୍କୁରାୟନ’ର ଦ୍ଵିତୀୟ ଦିବସ ଡ଼ଃ. ସୁରେଶ ବରାଡ଼ଙ୍କ ଆଭାସ ଗଳ୍ପ ‘ଲୁହ’ ଲୋକାର୍ପିତ

ଶରଣକୁଳ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶରଣକୁଳ ନିକଟବର୍ତ୍ତୀ ହରିହରପୁର ଗ୍ରୀନକ୍ଲବ ତରଫରୁ ଗ୍ରୀନ ପାର୍କ ପରିସର ମଧ୍ୟରେ ଶିଶୁ ଉତ୍ସବ ‘ଅଙ୍କୁରାୟନ’ ଆଜି ଦ୍ୱିତୀୟ ଦିବସରେ ବିଶିଷ୍ଟ କବି, ଲେଖକ, କାବ୍ୟକାର, ନାଟ୍ୟକାର, ଗାଳ୍ପିକ ଡ. ସୁରେଶ ଚନ୍ଦ୍ର ବରାଡ଼ଙ୍କ ଆଭାସ ଗଳ୍ପ “ଲୁହ” ଲୋକାର୍ପିତ ହୋଇଯାଇଛି। ଗ୍ରୀନ କ୍ଳବର ସଭାପତି ବିଭୁପ୍ରସାଦ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ପ୍ରାକ୍ତନ ମୁଖ୍ୟ ପ୍ରାଧ୍ୟାପକ ଡ଼ ଗୋବିନ୍ଦ ଚନ୍ଦ୍ର ଦାଶ । ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିଲେ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମିଶ୍ର, ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ରାଣୀ ମଙ୍ଗରାଜ,  ଷ୍ଟେଟ ସ୍କାଉଟ ଟ୍ରେନର, ରମେଶ କୁମାର ବଳବନ୍ତରାୟ, କବି ଦିନବନ୍ଧୁ ମହାପାତ୍ର ଓ ମଞ୍ଚ…

Read More

ଗ୍ରୀନକ୍ଲବ ପକ୍ଷରୁ ଶିଶୁ ଉତ୍ସବ ‘ଅଙ୍କୁରାୟନ’ ଉଦ୍ଘାଟିତ

ଶରଣକୁଳ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶରଣକୁଳ ନିକଟବର୍ତ୍ତୀ ହରିହରପୁର ଗ୍ରୀନକ୍ଲବ ତରଫରୁ ଗ୍ରୀନ ପାର୍କ ପରିସର ମଧ୍ୟରେ ଶିଶୁ ଉତ୍ସବ ‘ଅଙ୍କୁରାୟନ’ ଆଜି ଉଦ୍ଘାଟିତ ହୋଇ ଯାଇଛି। କ୍ଲବର ଉପଦେଷ୍ଟା ସୌଦାଗର ନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଶରଣକୁଳ ଅଞ୍ଚଳରେ କୁନୁ କୁନି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ନୂତନ ସମ୍ଭାବନାର ଅୟରାରମ୍ଭ କରିଛି। ଆଜିର ଉଡ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ନୟାଗଡ଼ ଜିଲ୍ଲାର ସୁନାମଧନ୍ୟ ସୁସାହିତ୍ୟିକ ଡ. ସୁରେଶ ଚନ୍ଦ୍ର ବରାଡ଼ ।  ଶ୍ରୀ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବକୁ ମୁଖ୍ୟ ଅତିଥି ପ୍ରଦୀପ ପ୍ରଜ୍ଜ୍ଵଳନ କରି ଆରମ୍ଭ କରିଥିଲେ। ତତ୍ପରେ ଆଜିର ପ୍ରତିଯୋଗୀତା ୧୦୦ ମିଟର ଦୋୈଡ଼, ଲମ୍ବଡ଼ିଆଁ, ସୃଜନିକା, ଝୋଟିଚିତା, ଦଉଡ଼ିଡ଼ିଆଁ, ସଂଗୀତ, ମୁରୁଜ, ଆଦି ବରିଷ୍ଠ ଓ କନିଷ୍ଠ ବର୍ଗ ପାଇଁ ଅନୁଷ୍ଠିତ ହୋଇଥିଲା।…

Read More

ରୋହିବାଙ୍କ ଛାତ୍ରଛାତ୍ରୀଙ୍କ ଶକ୍ତି ସଂରକ୍ଷଣ ବାର୍ତ୍ତା

ଓଡଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ରୋହିବାଙ୍କର ଛାତ୍ର ଛାତ୍ରୀମାନେ ଆଜି ଜାତୀୟ ଶକ୍ତି ସଂରକ୍ଷଣ ଦିବସ ଅବସରରେ ବିଭିର୍ଣ୍ଣ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବୁଲି  ଶକ୍ତି ସଂରକ୍ଷଣବାର୍ତ୍ତା ପ୍ରଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ବାରିକଙ୍କ ନିର୍ଦେଶ କ୍ରମେ ୨୦ ରୁ ୧୨ ଜଣ ସ୍କାଉଟ ଗାଇଡ଼ ଛାତ୍ର ଛାତ୍ରୀ ସ୍ଥାନୀୟ ରୋହିବାଙ୍କ ପଞ୍ଚାୟତ, ରୋହିବାଙ୍କ ବନରକ୍ଷୀଙ୍କ କାର୍ଯ୍ୟାଳୟ ଆଦି ବୁଲି ଶକ୍ତି ସରଂକ୍ଷଣ ବାର୍ତ୍ତା ପ୍ରେରଣ କରିବା ସହିତ ଅଫିସ କାନ୍ଥରେ ସରଂକ୍ଷଣ ପୋଷ୍ଟର ମାରିଥିଲେ। ଏସବୁ କାର୍ଯ୍ୟରେ ବିଦ୍ୟାଳୟର ଶିକ୍ଷକ ପ୍ରକୃତିବନ୍ଧୁ ସନ୍ତୋଷ କୁମାର ସାହୁ ପିଲାଙ୍କୁ ସହଯୋଗ କରିଥିଲେ। ପ୍ରଥମେ ପୂର୍ଵ ପ୍ରସ୍ତୁତ ମତେ ରାଜ୍ୟସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ବିଭାଗ ସୂଚନା କ୍ରମେ ବିଭିର୍ଣ୍ଣ ପୋଷ୍ଟର, ଲିଫଲେଟ କୁ…

Read More

ରୋହିବାଙ୍କ ଉଚ୍ଚ ବିଦ୍ୟାଳୟରେ ୭୫ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ରୋହିବାଙ୍କ ରେ ୭୫ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବେ ଓଡଗାଁ ବ୍ଲକ ବନ୍ୟାଞ୍ଚଳାଧିକାରୀ ଅଭିମନ୍ୟୁ ମଲ୍ଲିକ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଓଡଗାଁ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ରଘୁନାଥ ମଲ୍ଲିକ, ସମ୍ମାନୀତ ଅତିଥିଭାବେ କୋମଣ୍ଡ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଲଳିତ ମୋହନ ମିଶ୍ର, ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସତ୍ୟ ନାରାୟଣ ଆଚାର୍ଯ୍ୟ, ଫରେଷ୍ଟର ସୌମ୍ୟ ରଞ୍ଜନ ଦଳେଇ, ରୋହିବାଙ୍କ ଗ୍ରାମ ସମ୍ପାଦକ କାହ୍ନୁଚରଣ ଗୌଡ଼ ଯୋଗ ଦେଇଥିବାବେଳେ ବିଦ୍ୟାଳୟ ର ପ୍ରଧାନଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ବାରିକ ସଭାପତି ଆସନ ଅଳଙ୍କୃତ କରିଥିଲେ। ପ୍ରତିଯୋଗୀମାନେ ରୋହିବାଙ୍କ ଚଣ୍ଡେଶ୍ୱର ମହାଦେବଙ୍କ ପାଖରୁ ମଶାଲ ଆଣି ମୁଖ୍ୟାତିଥୀ ରେଞ୍ଜର ଶ୍ରୀ ମଲ୍ଲିକଙ୍କୁ ପ୍ରଦାନ…

Read More

ଶ୍ରୀ ଲଡୁକେଶ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ଏଡ୍ସ ଦିବସ ପାଳିତ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଗୋଡିପଡା ଶ୍ରୀ ଲଡୁକେଶ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗୋଡ଼ିପଡ଼ା ଯୁବ ରେଡ୍ କ୍ରସ୍ ବିଭାଗ ଦ୍ଵାରା ବିଶ୍ଵ ଏଡ୍ସ  ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ଉଷାରାଣୀ ପଟ୍ଟନାୟକ ଯୋଗଦେଇ ସୁସ୍ଥ ରହିବା ଆମର ପରମ ଲକ୍ଷ୍ୟ ହେବା ଉଚିତ୍ ବୋଲି କହିଥିଲେ। ଅଧ୍ୟାପକ ଲକ୍ଷ୍ମୀଧର ଦାସ ଯୋଗଦେଇ ସୁସ୍ଥ ସମାଜ ପାଇଁ  ଛାତ୍ର ଛାତ୍ରୀ ମାନଙ୍କଠାରେ ଏଡ୍ସ ସଚେତନତା ଓ ସେବା ଭାବନା ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ। ବିଜ୍ଞାନଗାର ସହାୟକ ପବିତ୍ର ପୃଷ୍ଟି ଓ ଶରତ ଚନ୍ଦ୍ର ମହାପାତ୍ର ବିଶ୍ଵ ଏଡ୍ସ ଦିବସ ପାଳନ ର ମହତ୍ତ୍ଵ ବିଷୟ ରେ କହିଥିଲେ। ତର୍କ ରେ ଶ୍ରେଷ୍ଠ ସ୍ଥାନ ଅଧିକାର କରି ଥିବା ସୁଶ୍ରୀ ପ୍ରିୟଦର୍ଶିନୀ  ମହାପାତ୍ରକୁ ପୁରସ୍କୃତ କରାଯାଇଥିଲା । ଯୁବ ପରାମର୍ଶ…

Read More

ଜିଲ୍ଲାସ୍ତରୀୟ ଶ୍ରୀଜଗନ୍ନାଥ ସଂସ୍କୃତି ଜ୍ଞାନ ପରୀକ୍ଷା

ଶରଣକୁଳ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ନେଇ ଜିଲ୍ଲା ସ୍ତରୀୟ ଶ୍ରୀଜଗନ୍ନାଥ ସଂସ୍କୃତି ଜ୍ଞାନ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସ ୨୩ ତାରିଖରେ ଜିଲ୍ଲାର ୩୧ଟି କେନ୍ଦ୍ରରେ ବିଦ୍ୟାଳୟ ସ୍ତରୀୟ ଶ୍ରୀଜଗନ୍ନାଥ ସଂସ୍କୃତି ଜ୍ଞାନ ପରୀକ୍ଷା ୨୦୨୫ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟରେ ପ୍ରଥମ ସ୍ଥାନ ହାସଲ କରିଥିବା ପରୀକ୍ଷାର୍ଥୀଙ୍କୁ ଆଜି ଜିଲ୍ଲା ସ୍ତରୀୟ ପରୀକ୍ଷା ପାଇଁ ଡ଼କାଯାଇଥିଲା। ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ଅବିଭାବିକା ମାନେ ସେମାନଙ୍କ ପିଲାମାନଙ୍କୁ ନେଇ ନନ୍ଦିଘୋଷ ଗ୍ରାମରେ ଥିବା ଜବାହରଲାଲ ବିଦ୍ୟାପୀଠକୁ ୧୦ଟା ପୂର୍ବରୁ ପହଞ୍ଚି ଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ବଳନ ଓ ଧୂପଦୀପ ନୈବେଦ୍ୟ ଦେଇ ଅତିଥିମାନେ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ମୋଟରେ ବିଦ୍ୟାଳୟ ସ୍ତରୀୟ ପରୀକ୍ଷା ରେ ପ୍ରଥମ ହୋଇ ଥିବା ଜିଲ୍ଲାର ୩୧…

Read More

ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବଙ୍କ ସହ ଭୁବନେଶ୍ୱରରେ ବୃକ୍ଷରୋପଣ କଲେ ପ୍ରକୃତିବନ୍ଧୁ ସନ୍ତୋଷ ସାର

ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡିଶା ଭାରତ ସ୍କାଉଟ ଗାଇଡ଼ ଭୁବନେଶ୍ୱରରେ ୧୮ତାରିଖରୁ ୨୨ତାରିଖ ପର୍ଯ୍ୟନ୍ତ ଚାଲିଥିବା ରାଜ୍ୟସ୍ତରୀୟ “ଉଡାନ” କ୍ୟାମ୍ପରେ ନୟାଗଡ଼ ଜିଲ୍ଲା ତରଫରୁ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟର ସ୍କାଉଟ ଶିକ୍ଷକ ସନ୍ତୋଷ କୁମାର ସାହୁ ଓ ଅବନ୍ତୀ ବେହେରା ନିଜ ବିଦ୍ୟାଳୟରୁ ୨୨ଜଣ ସ୍କାଉଟ ଗାଇଡ଼କୁ ନେଇ କ୍ୟାମ୍ପରେ ଯୋଗ ଦେଇଥିଲେ। କ୍ୟାମ୍ପର ଶେଷଦିନ ସର୍ବ ଧର୍ମ ପ୍ରାର୍ଥନାପରେ ପ୍ରକୃତିକୁ ଭଲ ପାଉଥିବା ପ୍ରକୃତିପ୍ରେମୀ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ସେଲର ସ୍ୱତନ୍ତ୍ର ସଚିବ ପ୍ରଫୁଲ୍ଲ କୁମାର ସ୍ୱାଇଁଙ୍କ ତରଫରୁ ଛାତ୍ରୀଛାତ୍ରଙ୍କୁ ପ୍ରକୃତିକୁ ସବୁଜିମା ଭଳି ସଚେତନତା କାର୍ଯ୍ୟ ପାଇଁ ସୂଚନା ମିଳିବା କ୍ଷଣି ସଙ୍ଗେ ସଙ୍ଗେ ନିଜର ସମସ୍ତ ଛାତ୍ରଛାତ୍ରୀଙ୍କୁ ନେଇ ଯିବାକୁ ହାତ ବଢ଼ାଇଥିଲେ ପ୍ରକୃତିବନ୍ଧୁ ଶ୍ରୀ ସାହୁ। ଏହା ପରେ ୨୫ଟି ଜିଲ୍ଲାରୁ କିଛି ଜିଲ୍ଲା ନୟାଗଡ଼, ମାଲକାନଗିରି, ମୟୁରଭଞ୍ଜ, ଗଞ୍ଜାମରୁ ୧୫୬ଜଣ ସ୍କାଉଟ…

Read More

ବାଜି ମାରିଲେ କେ.ଏସ.ବି.ପବ୍ଲିକ ସ୍କୁଲ ଛାତ୍ରଛାତ୍ରୀ, ୧୨ଜଣ ପାଇଲେ ରାଜ୍ୟ ସ୍ତରୀୟ ମେଧାବୃତ୍ତି

ଶରଣକୁଳ, (ନୟାଗଡ଼ ଦର୍ପଣ): ଶିକ୍ଷା ପରିଷଦ,ଓଡିଶା ପକ୍ଷରୁ ଚଳିତ ୨୦୨୫ ଶିକ୍ଷା ବର୍ଷର ତୃତୀୟ, ପଞ୍ଚମ ଓ ସପ୍ତମ ଶ୍ରେଣୀ ରାଜ୍ୟ ସ୍ତରୀୟ ମେଧାବୃତ୍ତି ଫଳାଫଳ ପ୍ରକାଶ ପାଇଥିବା ବେଳେ ଏଥିରେ କେ.ଏସ.ବି. ପବ୍ଲିକ ସ୍କୁଲ ଶରଣକୁଳର ଛାତ୍ରଛାତ୍ରୀ ମାନେ ବାଜିମାତ କରିଛନ୍ତି। ଏହି ସ୍କୁଲର ତୃତୀୟ, ପଞ୍ଚମ ଓ ସପ୍ତମ ଶ୍ରେଣୀର ୧୨ ଜଣ ଛାତ୍ରଛାତ୍ରୀ ବୃତ୍ତି ହାସଲ କରିବା ସହିତ ତୃତୀୟ ଶ୍ରେଣୀ ଛାତ୍ର ମହାବୀର ମହିମା ମୁଦୁଲି ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ତୃତୀୟ ଶ୍ରେଣୀରେ ମହାବୀର ମହିମା ମୁଦୁଲିଙ୍କ ସହିତ ସାଇ ସମ୍ବିତ, ଆୟୁଷ ସ୍ୱୟଂଜୀତ ସ୍ୱାଇଁ, ପ୍ରିନସେସ ସାହୁ, ପଞ୍ଚମ ଶ୍ରେଣୀରେ ଯଶସ୍ୱିନୀ ଦାଶ, ଅଜିତ ଦାଶ, ଆଲୋକ କୁମାର ଦୋରା, ସ୍ୱୟମ ଓଁକାର ପ୍ରସାଦ ପ୍ରଧାନ ଓ ସପ୍ତମ ଶ୍ରେଣୀରେ ଆଦ୍ୟାଶ୍ମିତା…

Read More

ଭାରତ ସ୍କାଉଟ ଗାଇଡ଼ ପ୍ରତିଷ୍ଠାଦିବସରେ ରୋହିବାଙ୍କ ଓ ଓଡଗାଁ ବାଳିକା ଉଚ୍ଚ ବିଦ୍ୟାଳୟର ଗାଇଡ଼ମାନେ ବାଣ୍ଟିଲେ ସେବାବ୍ରତ ସଚେତନତା

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଭାରତ ବର୍ଷରେ ସ୍କାଉଟ ଗାଇଡ଼ ଭଳି ଅନ୍ତର୍ଜାତୀୟ ଅନୁଷ୍ଠାନ  ନଭେମ୍ବର ୭ଦିନ ପ୍ରତିଷ୍ଠା ହୋଇଥିବାରୁ ଆଜିର ଦିନକୁ ପ୍ରତିଷ୍ଠାଦିବସ ଭାବେ ପାଳନକଲେ ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟର ସ୍କାଉଟ ଗାଇଡ଼ ଛାତ୍ରଛାତ୍ରୀମାନଙ୍କ ସହ ସ୍କାଉଟ ମାଷ୍ଟର ସନ୍ତୋଷ କୁମାର ସାହୁ ଓ ଗାଇଡ଼ କ୍ୟାପଟେନ ଅବନ୍ତୀ ବେହେରା ଆଜିର ଦିବସର ତାତ୍ପର୍ଯ୍ୟକୁ ବୁଝାଇଥିବାବେଳେ ନୂତନ ପିଲାଙ୍କୁ ସେବା ମୂଳକ କାର୍ଯ୍ୟପାଇଁ ପ୍ରବର୍ତ୍ତାଇବା ସହିତ ଏଭଳି କାର୍ଯ୍ୟରେ ଯୋଗଦେବାକୁ କହିଥିଲେ। ସେହିଭଳି ପି ଏମ ଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଗାଇଡ଼ କ୍ୟାପଟେନ ଜ୍ୟୋତିର୍ମୟୀ ଦାସ ଙ୍କ ତତ୍ୱାବଧାନରେ ୧୫ରୁ ଅଧିକ ଗାଇଡ଼ମାନେ ନିଜ ବିଦ୍ୟାଳୟରେ ଭାରତ ସ୍କାଉଟ ଗାଇଡ଼ ପ୍ରତିଷ୍ଠାଦିବସ ପାଳନ କରିବା ସହିତ ଉଭୟ ବିଦ୍ୟାଳୟର ଗାଇଡ଼ମାନେ ୭୫ବର୍ଷ ପ୍ରତିଷ୍ଠା ଦିବସର ଟୋକନ ଫ୍ଲାଗ…

Read More