ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବଙ୍କ ସହ ଭୁବନେଶ୍ୱରରେ ବୃକ୍ଷରୋପଣ କଲେ ପ୍ରକୃତିବନ୍ଧୁ ସନ୍ତୋଷ ସାର

ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡିଶା ଭାରତ ସ୍କାଉଟ ଗାଇଡ଼ ଭୁବନେଶ୍ୱରରେ ୧୮ତାରିଖରୁ ୨୨ତାରିଖ ପର୍ଯ୍ୟନ୍ତ ଚାଲିଥିବା ରାଜ୍ୟସ୍ତରୀୟ “ଉଡାନ” କ୍ୟାମ୍ପରେ ନୟାଗଡ଼ ଜିଲ୍ଲା ତରଫରୁ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟର ସ୍କାଉଟ ଶିକ୍ଷକ ସନ୍ତୋଷ କୁମାର ସାହୁ ଓ ଅବନ୍ତୀ ବେହେରା ନିଜ ବିଦ୍ୟାଳୟରୁ ୨୨ଜଣ ସ୍କାଉଟ ଗାଇଡ଼କୁ ନେଇ କ୍ୟାମ୍ପରେ ଯୋଗ ଦେଇଥିଲେ। କ୍ୟାମ୍ପର ଶେଷଦିନ ସର୍ବ ଧର୍ମ ପ୍ରାର୍ଥନାପରେ ପ୍ରକୃତିକୁ ଭଲ ପାଉଥିବା ପ୍ରକୃତିପ୍ରେମୀ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ସେଲର ସ୍ୱତନ୍ତ୍ର ସଚିବ ପ୍ରଫୁଲ୍ଲ କୁମାର ସ୍ୱାଇଁଙ୍କ ତରଫରୁ ଛାତ୍ରୀଛାତ୍ରଙ୍କୁ ପ୍ରକୃତିକୁ ସବୁଜିମା ଭଳି ସଚେତନତା କାର୍ଯ୍ୟ ପାଇଁ ସୂଚନା ମିଳିବା କ୍ଷଣି ସଙ୍ଗେ ସଙ୍ଗେ ନିଜର ସମସ୍ତ ଛାତ୍ରଛାତ୍ରୀଙ୍କୁ ନେଇ ଯିବାକୁ ହାତ ବଢ଼ାଇଥିଲେ ପ୍ରକୃତିବନ୍ଧୁ ଶ୍ରୀ ସାହୁ। ଏହା ପରେ ୨୫ଟି ଜିଲ୍ଲାରୁ କିଛି ଜିଲ୍ଲା ନୟାଗଡ଼, ମାଲକାନଗିରି, ମୟୁରଭଞ୍ଜ, ଗଞ୍ଜାମରୁ ୧୫୬ଜଣ ସ୍କାଉଟ ଗାଇଡ଼ ଛାତ୍ରଛାତ୍ରୀମାନେ ଦୁଇଟି ବସ ଯୋଗେ ଉତ୍କଳ ହସ୍ପିଟାଲ ରାସ୍ତା ପାର୍ଶ୍ଵ ଯାହାକି ଚନ୍ଦକା ଜଙ୍ଗଲ ପାଚେରୀ କଡେ  ମୁଖ୍ୟ ରାସ୍ତା ପାର୍ଶ୍ୱରେ  ଓଡିଶା ସ୍କାଉଟଗାଇଡ଼ ମୁଖ୍ୟ କାର୍ଯ୍ୟାଳୟର ଯୁଗ୍ମ ସଚିବ ମିହିର ପଟ୍ଟନାୟକଙ୍କ ତତ୍ୱାବଧାନରେ ଯାଇ ପହଂଚିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଶ୍ରୀ ସ୍ୱାଇଁ ପୂର୍ବରୁ ଗତ ବର୍ଷ ନିଜ ଉଦ୍ୟମରେ ଲଗାଇଥିବା ୧୭୦ରୁ ଅଧିକ ବର ଓ ଓସ୍ତ ବୃକ୍ଷ ମୂଳେ ପାଣିଦେବାପାଇଁ ପ୍ରସ୍ତୁତ କରି ରଖିଥିବା ବଡ଼ ପାଣି ଟ୍ୟାଙ୍କରୁ କିଛି ସ୍କାଉଟ ଗାଇଡ଼ ଗଛ ମୂଳେ ପାଣିଦେବା ସହିତ କିଛି ଗଛ ମୂଳରୁ ଅନାବନା ଘାସ ଉପାଡିବା କିଛି ସାର ପ୍ରଦାନ କରିବା ଏଭଳି ୪ଟି ବିଭାଗରେ ସମସ୍ତଙ୍କୁ କାର୍ଯ୍ୟ ବାଣ୍ଟି ଦେଇଥିଲେ। ମାତ୍ର ଘଣ୍ଟାଏ ଭିତରେ ସମସ୍ତ କାର୍ଯ୍ୟ ଶେଷ କରିଦେଇ ସେହି ବର ଓସ୍ତ ମୂଳେ ସମସ୍ତ ପିଲାଙ୍କୁ ବସାଇ ଶ୍ରୀ ସ୍ୱାଇଁ ବର ଓସ୍ତ ବୃକ୍ଷ ରୋପଣର ଉପକାରିତା ସମ୍ପର୍କରେ ବୁଝାଇଥିଲେ। ଏହିବୃକ୍ଷ ଜନ ସମାଜରେ ପୂଜିତର ମୁଖ୍ୟ କାରଣ ହେଲା ସର୍ବାଧିକ ପତ୍ର ଥିବା ଯୋଗୁଁ ଅଧିକ ଅମ୍ଳଜାନ ପ୍ରଦାନ କରୁଥିବା ସହ ଲୋକମାନେ ଏହାକୁ ପୂଜା କରୁଥିବାରୁ ଗଛ କାଟୁ ନଥିବା ସହିତ ଛାୟା ପ୍ରଦାନକାରି ଅଟେ। ତେଣୁ ନିଜ ନିଜ ଅଞ୍ଚଳରେ ଅଧିକରୁ ଅଧିକ ବର ଓସ୍ତ ବୃକ୍ଷ ରୋପଣ ପାଇଁ ପିଲାଙ୍କୁ ପରାମର୍ଶ ଦେଇଥିଲେ। ପ୍ରକୃତିବନ୍ଧୁ ଶ୍ରୀସାହୁ ସଚିବ ଶ୍ରୀ ସ୍ୱାଇଁଙ୍କ ସହ ମିଶି ୫ଟି ଓସ୍ତ ମଧ୍ୟ ରୋପଣ କରିଥିଲେ ଓ ନିଜର  ଜଙ୍ଗଲ ସୁରକ୍ଷା ସଚେତନତା ଧର୍ମୀ ପଥପ୍ରାନ୍ତ ନାଟକ “ଜଙ୍ଗଲ ଦେଇଛି ଜୀବନ ପ୍ରାଣ “ର ଭିଡିଓ ସହିତ ୨୦୨୪ମସିହାରେ ପାଇଥିବା ପ୍ରକୃତିବନ୍ଧୁ ପୁରସ୍କାର ଫଟୋକୁ ସଚିବ ଶ୍ରୀ ସ୍ୱାଇଁଙ୍କୁ ପ୍ରଦାନ କରିଥିଲେ। ସଚିବ ଶ୍ରୀ ସ୍ୱାଇଁ ଶ୍ରୀ ସାହୁଙ୍କୁ ବହୁତ ଧନ୍ୟବାଦ ଅର୍ପଣ କରିଥିଲେ। ସର୍ବ ଶେଷରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ବିସ୍କେଟ ଓ ଥଣ୍ଡା ପାନୀୟ ପ୍ରଦାନ କରି ଧନ୍ୟବାଦ ଅର୍ପଣ କରି ନିଜ ନିଜ ଅଞ୍ଚଳରେ ଏହି ବର ଓସ୍ତ ବୃକ୍ଷ ଅଧିକରୁ ଅଧିକ ଲଗାଇବାକୁ ପରାମର୍ଶ ଦେଇଥିଲେ।

Related posts