ରୋହିବାଙ୍କ ଛାତ୍ରଛାତ୍ରୀଙ୍କ ଶକ୍ତି ସଂରକ୍ଷଣ ବାର୍ତ୍ତା

ଓଡଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ରୋହିବାଙ୍କର ଛାତ୍ର ଛାତ୍ରୀମାନେ ଆଜି ଜାତୀୟ ଶକ୍ତି ସଂରକ୍ଷଣ ଦିବସ ଅବସରରେ ବିଭିର୍ଣ୍ଣ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବୁଲି  ଶକ୍ତି ସଂରକ୍ଷଣବାର୍ତ୍ତା ପ୍ରଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ବାରିକଙ୍କ ନିର୍ଦେଶ କ୍ରମେ ୨୦ ରୁ ୧୨ ଜଣ ସ୍କାଉଟ ଗାଇଡ଼ ଛାତ୍ର ଛାତ୍ରୀ ସ୍ଥାନୀୟ ରୋହିବାଙ୍କ ପଞ୍ଚାୟତ, ରୋହିବାଙ୍କ ବନରକ୍ଷୀଙ୍କ କାର୍ଯ୍ୟାଳୟ ଆଦି ବୁଲି ଶକ୍ତି ସରଂକ୍ଷଣ ବାର୍ତ୍ତା ପ୍ରେରଣ କରିବା ସହିତ ଅଫିସ କାନ୍ଥରେ ସରଂକ୍ଷଣ ପୋଷ୍ଟର ମାରିଥିଲେ। ଏସବୁ କାର୍ଯ୍ୟରେ ବିଦ୍ୟାଳୟର ଶିକ୍ଷକ ପ୍ରକୃତିବନ୍ଧୁ ସନ୍ତୋଷ କୁମାର ସାହୁ ପିଲାଙ୍କୁ ସହଯୋଗ କରିଥିଲେ।

ପ୍ରଥମେ ପୂର୍ଵ ପ୍ରସ୍ତୁତ ମତେ ରାଜ୍ୟସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ବିଭାଗ ସୂଚନା କ୍ରମେ ବିଭିର୍ଣ୍ଣ ପୋଷ୍ଟର, ଲିଫଲେଟ କୁ ଲୋକଙ୍କୁ ବାଣ୍ଟିବା ଓ କାର୍ଯ୍ୟାଳୟ କାନ୍ଥରେ ଲଗାଇଥିଲେ। ଏହା  ସହିତ ଦରକାର ନଥିବାବେଳେ ଘର ହେଉ କିମ୍ବା ଅଫିସର ପଙ୍ଖା /ଏସି ବନ୍ଦ କରିବା, ବାହାରର ଉଜ୍ବଳ ଆଲୋକ ପାଇଁ ସୋଡିୟମ ବାଷ୍ପ ଆଲୋକ ବତୀ ବଦଳରେ  ଅଳ୍ପ ଖର୍ଚ୍ଚ ଯୁକ୍ତ ମେଟାଲ ହାଲଇଡ ବଲବ ସହିତ ଡିମର ଓ ଟାଇମରର ବ୍ୟବହାର କରିବା କିମ୍ବା ଟି – ୫ ଏଲ ଇଡ ଲାଇଟ ବ୍ୟବହାର କରିବା, ବାଇକ କିମ୍ବା କାର ରେ ଯାଉଥିଲେ ୧୫ ସେକେଣ୍ଡରୁ ଅଧିକ ଠିଆ ହୋଇ କଥାବାର୍ତ୍ତା ଦରକାର ବେଳେ ଗାଡି ଷ୍ଟାଟ ବନ୍ଦ କରିବା, ଘରର ଝରକା କବାଟ ଯଥା ସମ୍ଭବ ଅଧିକ ରଖିବା ସାଙ୍ଗକୁ ଖାଲି ସ୍ଥାନରେ ଗଛ ଲଗାଇବା, କମ୍ପୁଟର ଦରକାର ନଥିଲେ ଏହାକୁ ସ୍ଲିପ ମୋଡ଼ ରେ ରଖିବା, ମୋବାଇଲ, ଲାପଟପ ତଥା ଡିଜିଟାଲ କ୍ୟାମେରା ସମ୍ପୂର୍ଣ ଚାର୍ଜ ହୋଇସାରିଲେ ପ୍ଲଗରୁ ବାହାର କରି ଶକ୍ତି ସଂରକ୍ଷଣ କରିବା ଭଳି ବହୁ ଦରକାରୀ ତଥ୍ୟ ସମ୍ବଳିତ ଲିପଲେଟ ଲୋକମାନଙ୍କୁ ବାଣ୍ଟିଥିଲେ।

Related posts