ନୟାଗଡ଼, (ନୟାଗଡ଼ ଦର୍ପଣ): ଭାରତ ବିକାଶ ପରିଷଦ, ନବଗଡ ଶାଖା ଏହାର ପଞ୍ଚଦଶ ବାର୍ଷିକୋତ୍ସବ ବିଶ୍ଵ ମାନବାଧିକାର ଦିବସ ଅବସରରେ ପଞ୍ଚାୟତ ସମିତି ସଭାଗୃହ ନୟାଗଡ଼ ଠାରେ ପରିଷଦର ଅଧ୍ୟକ୍ଷ ହରେକୃଷ୍ଣ ସାହୁଙ୍କ ସଭାପତିତ୍ତ୍ଵରେ ଏହାର ଅତିଥି ଓ ସଦସ୍ୟ ସଦସ୍ୟାମାନଙ୍କ ଗହଣରେ ପାଳନ କରାଯାଇଛି । ଏହା ପ୍ରଥମେ ନବଗଡ ଶାଖାର ପ୍ରାଣ ପ୍ରତିଷ୍ଠାତା ହର ପ୍ରସାଦ ମହାପାତ୍ର ଅତିଥିମାନଙ୍କ ସହ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଦୀପ ପ୍ରଜ୍ବଳନ ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଓ ସମୂହ ବନ୍ଦେ ମାତରଂ ଗାନ ଦ୍ଵାରା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହାପରେ ପରିଷଦର ଉପାଧ୍ୟକ୍ଷ ପ୍ରସନ୍ନ କୁମାର ବସନ୍ତିଆ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ଓ ସଚିବ ଘନଶ୍ୟାମ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ତତ୍ପରେ ବିଶିଷ୍ଟ ପ୍ରବକ୍ତା ଡଃ. ପବିତ୍ର କୁମାର ସୁବୁଦ୍ଧି,…
Read MoreCategory: ନୟାଗଡ଼ ବ୍ଲକ
ଶ୍ରୀହରି ବିହାରରେ ହନୁମାନ ମନ୍ଦିର ଭୁମି ପୂଜନ ଉତ୍ସବରେ ଯୋଗଦେଲେ ବିଧାୟକ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ପୌରାଞ୍ଚଳ ଦିନକୁ ଦିନ ବିକଶିତ ହେବାରେ ଲାଗିଛି । ନୟାଗଡ ସହର ମଧ୍ୟରେ ଥିବା ସମସ୍ତ ମଠ, ମନ୍ଦିରର ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ଅବସରରେ ୧୨ନଂ ୱାର୍ଡର ଶ୍ରୀହରି ବିହାର ଲେନରେ ହନୁମାନ ମନ୍ଦିରର ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଭୁମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ସହାୟତା ଯୋଜନାରେ ୪ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରାଯାଇଛି। ଆଜି ନୟାଗଡ ବିଧାୟକ ଡ଼ଃ. ଅରୁଣ କୁମାର ସାହୁ ଉକ୍ତ ଉତ୍ସବରେ ଉପସ୍ଥିତ ରହି ଖୁବଶୀଘ୍ର କାର୍ଯ୍ୟ ସାରିବା ପାଇଁ ପରାମର୍ଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ପୌରାଧ୍ଯକ୍ଷା ନିରୁପମା ଖଟେଇଙ୍କ ସମେତ ସମସ୍ତ କାଉନସିଲର, ସହରର ବୁଦ୍ଧିଜିବୀମାନେ ଯୋଗ ଦେଇଥିଲେ।
Read Moreନୟାଗଡ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ “ମାନବିକ ଅଧିକାର
ଦିବସ” ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରତିବର୍ଷ ୧୦ ଡିସେମ୍ବର ତାରିଖରେ ମାନବିକ ଅଧିକାର ଦିବସ ପାଳିତ ହୁଏ । ଏହି ଅବସରରେ ନୟାଗଡ ଜିଲ୍ଲା ଏବଂ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କ ଅନୁମତିକ୍ରମେ ନୟାଗଡ ସ୍ଵୟଂଶାଶିତ ମହାବିଦ୍ୟାଳୟର ମାଲତୀ ଚୌଧୁରୀ ଛାତ୍ରୀ ନିବାସ ଅନ୍ତେବାସୀମାନଙ୍କ ଗହଣରେ ଏହି ଦିବସ ପାଳିତ ହୋଇଅଛି। ୱାର୍ଡେନ ଶ୍ରୀମତୀ କବିତା ମହାପାତ୍ର ଅତିଥୀମାନଙ୍କୁ ସ୍ବାଗତ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ବରିଷ୍ଠ ବର୍ଗ ବିଚାରପତି ତଥା ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀ ବିଶେଷ କୁମାର ସାହୁ, ମାନବିକ ଅଧିକାର ଦିବସର ତାତ୍ପର୍ଯ୍ୟ ୭୫ ବର୍ଷ ପାଳନ ଉପଲକ୍ଷେ “ସମସ୍ତଙ୍କ ପାଇଁ ସ୍ବାଧୀନତା, ସମାନତା ଓ ନ୍ୟାୟ ବାଖ୍ୟା କରିଥିଲେ। ଭାରତୀୟ ସମ୍ବିଧାନରେ ମାନବିକ ଅଧିକାର, ଆଇନ୍ ତଃ…
Read Moreଭଏସ ଅଫ ନୟାଗଡ଼ର ପ୍ରଥମ ଅଡିସନ,
୬ଜଣ ପରବର୍ତ୍ତୀ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ
ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ନୟାଗଡ଼ ଭଏସର ପ୍ରଥମ ଅଡିସନ ନୟାଗଡ଼ ଏନ୍ଏସି ହାଇସ୍କୁଲରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବ୍ଲକର ବିଭିନ୍ନ କଲେଜ ଓ ସ୍କୁଲର ଛାତ୍ରଛାତ୍ରୀ ମାନେ ଏହି ଅଡିସନ ରାଉଣ୍ଡରେ ଅଂଶଗ୍ରହଣ କରିଥିଲେ । ଆଜିର ଏହି ଅଡିସନରେ ଜଜ ଭାବେ ସୁର ଗନ୍ଧର୍ବ ନବକିଶୋର ମିଶ୍ର, ବରିଷ୍ଠ ସଂଗୀତଜ୍ଞ ପ୍ରଦୀପ୍ତ ପଟ୍ଟନାୟକ ଓ ଜଗଦୀଶ ରଥ ଉପସ୍ଥିତ ଥିଲେ । ଆଜି ଅଡିସନରୁ ୬ ଜଣ ପ୍ରତିଯୋଗୀ ପରବର୍ତ୍ତୀ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ଉତ୍ତୀର୍ଣ୍ଣ ହୋଇଥିବା ପ୍ରତିଯୋଗୀ ମାନେ ହେଲେ ନୟନିକା ପଟ୍ଟନାୟକ, ପ୍ରୀତିପ୍ରଜ୍ଞା ସାହୁ, ମିଳନ କୁମାର ସ୍ବାଇଁ, ଇପ୍ସିତା ପ୍ରିୟଦର୍ଶିନୀ, ବର୍ଷାରାଣୀ ନାୟକ ଏବଂ ସ୍ବୟଂଶ୍ରୀ ମିଶ୍ର। ନୟାଗଡ଼ କ୍ଲବ ଆନୁକୁଲ୍ୟରେ ଆୟୋଜିତ ଆଜିର ଏହି କାର୍ଯ୍ୟକ୍ରମରେ ସଂଯୋଜକ ଧିରେନ୍ଦ୍ର କୁମାର ପଟ୍ଟନାୟକ, ସଂପାଦକ ମିହିର ରଞ୍ଜନ…
Read Moreନୟାଗଡ଼ରେ ଚଳିତ ବର୍ଷର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ଜାତୀୟ ଆଇନ ସେବା ପ୍ରାଧିକାରଣଙ୍କ ନିର୍ଦେଶମତେ ଆଜି ଭାରତର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଚଳିତ ବର୍ଷର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଅଛି । ନୟାଗଡ ଜିଲ୍ଲାର ଉକ୍ତ ଲୋକ ଅଦାଲତରେ ୯ଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୪୫, ୪୦, ୮୩୫ ଟଙ୍କା ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା । ସେହିପରି ୫୭ ଟି ଦେୱାନି ମାମଲା ଫଇସଲା କରାଯାଇଥିଲା। ଏନ. ଆଇ. ଆକ୍ଟ କେସ ୦୨ ଟି ଏବଂ ବିବାହଜନିତ ୦୩ ମାମଲା ଫଇସଲା କରାଯାଇଥିଲା । ବ୍ଯାଙ୍କରୁ ଋଣ ନେଇ ଋଣ ପରିଶୋଧ କରିନଥିବା ୧୫୦ଜଣ ଋଣ ଗ୍ରହିତାଙ୍କଠାରୁ Rs. ୮୪,୦୧, ୯୮୧ ଟଙ୍କା ଦେବା ପାଇଁ…
Read More‘ନବୀନ ମଣ୍ଡପ’କୁ ଉଦଘାଟନ କଲେ ବିଧାୟକ ଡ଼ଃ. ଅରୁଣ
ନୟାଗଡ଼,(ନୟାଗଡ଼ ଦର୍ପଣ): ଦିନକୁ ଦିନ ବିକଶିତ ହେଉଛି ନୟାଗଡ଼ ପୌରାଞ୍ଚଳ। ନୟାଗଡ଼ ସହରର ବିଭିନ୍ନ ସ୍ଥାନରେ ନିର୍ମାଣ କରାଯାଉଛି କଲ୍ୟାଣ ମଣ୍ଡପ। ନୟାଗଡ଼ ସହର ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅସୁବିଧା ହେଉଥିବାରୁ ନୟାଗଡ଼ ବିଧାୟକ ଡ଼ଃ. ଅରୁଣ କୁମାର ସାହୁ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ କଲ୍ୟାଣ ମଣ୍ଡପମାନ ନିର୍ମାଣ କରାଯାଉଥିବା ସୂଚନା ଦେଇଛନ୍ତି। ନୟାଗଡ଼ ପୌର ପରିଷଦ ପକ୍ଷରୁ ୧୨ନମ୍ବର ୱାର୍ଡ଼ ଦେବୋତର କଲୋନୀରେ ୨କୋଟି ଟଙ୍କା ବ୍ୟୟରେ ଉକ୍ତ କଲ୍ୟାଣ ମଣ୍ଡପକୁ ଉଦଘାଟନ କରିଛନ୍ତି। ଏହି କଲ୍ୟାଣ ମଣ୍ଡପ ଟିର ନାଁ ଦିଆଯାଇଛି ‘ନବୀନ ମଣ୍ଡପ’। ସହରରେ ଏମିତି ଆଉ ୪ଟି କଲ୍ୟାଣ ମଣ୍ଡପ ପାଇଁ ଟଙ୍କା ଆସିଛି କିନ୍ତୁ ନିର୍ମାଣ ଦିଗରେ ଅନେକ ବାଧା ଆସୁଛି। ସେ ସବୁକୁ ଯଥାଶୀଘ୍ର ସାରିବା ପାଇଁ ପ୍ରତିଶୃତି ଦେଇଥିଲେ।…
Read More୧୦ ଡିସେମ୍ବରରୁ ଭଏସ ଅଫ୍ ନୟାଗଡ଼
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସବୁଠାରୁ ବଡ଼ ସଂଗୀତ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ଭଏସ ଅଫ ନୟାଗଡ଼ର ଚତୁର୍ଥ ସଂସ୍କରଣ ୧୦ ଡିସେମ୍ବର ୨୦୨୩ରୁ ଆରମ୍ଭ ହେବାକୁ ଯାଉଅଛି। ନୟାଗଡ଼ ବ୍ଲକର ଅଡିସନ ୧୦ ଡିସେମ୍ବର ୨୦୨୩ ରବିବାର ସକାଳ ୯ଟା ରେ ସ୍ଥାନୀୟ ଏନ୍ଏସି ହାଇସ୍କୁଲ ପରିସରରେ ଅନୁଷ୍ଠିତ ହେବ ବୋଲି ଆୟୋଜକ ମାନେ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।ଏହି ପ୍ରତିଯୋଗିତା ପର୍ଯ୍ୟାୟକ୍ରମେ ନୟାଗଡ଼ ଜିଲ୍ଲାର ସମସ୍ତ ବ୍ଲକରେ ଅନୁଷ୍ଠିତ ହେବ । ସେମିଫାଇନାଲ ଏବଂ ଫାଇନାଲ ପ୍ରତିଯୋଗିତା ନୟାଗଡ଼ ରେ କରାଯିବ । ପ୍ରତିଯୋଗିତା ରେ ପ୍ରଥମ ପୁରସ୍କାର ୧୦ ହଜାର ଓ ଟ୍ରଫି ସହ ଓଡ଼ିଶାର ଏକ ପ୍ରତିଷ୍ଠିତ ମ୍ୟୁଜିକ କମ୍ପାନୀର ଆଲବମ୍ ରେ ଗୀତ ଗାଇବାର ସୁଯୋଗ ପ୍ରଦାନ କରାଯିବ । ସେହିପରି ଦ୍ବିତୀୟ ଏବଂ ତୃତୀୟ ପୁରସ୍କାର ଯଥାକ୍ରମେ…
Read Moreଦଶପଲ୍ଲାକୁ ରେଳ ଚଳାଚଳ ବିଳମ୍ବ ପ୍ରତିବାଦରେ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଆନ୍ଦୋଳନ ଡାକରା
ନୟାଗଡ଼, (ନୟାଗଡ଼ ଦର୍ପଣ): ଦଶପଲ୍ଲାକୁ ରେଳ ଚଳାଚଳରେ ଅଯଥା ବିଳମ୍ବ ତଥା ବିଭିନ୍ନ ଦାବି ନେଇ ନୟାଗଡ଼ ନାଗରିକ ମଞ୍ଚପକ୍ଷରୁ ଆସନ୍ତା ୨୦ ତାରିଖରୁ ଦାବି ପୂରଣ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଡାକରା ଦିଆଯାଇଛି । ଏହି ଆନ୍ଦୋଳନରେ ନୟାଗଡ଼ ସମେତ ଦଶପଲ୍ଲା ଅଞ୍ଚଳବାସୀ ସାମିଲ ହୋଇ ରେଳ ବିଭାଗ ବିରୁଦ୍ଧରେ ଯୋରଦାର ଆନ୍ଦୋଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ନୟାଗଡ଼ ନାଗରିକ ମଞ୍ଚ ସଭାପତି ପ୍ରମୋଦ ପଟ୍ଟନାୟକ ଏବଂ ସମ୍ପାଦକ ଲକ୍ଷ୍ମୀଧର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳି ଆଜି ପୂର୍ବାହ୍ନରେ ନୟାଗଡ଼ ଟାଉନ ଷ୍ଟେସନ ମ୍ୟାନେଜର ସଞ୍ଜୟ ପ୍ରଧାନଙ୍କ ଜରିଆରେ ଏକ ଦାବିପତ୍ର ଖୋର୍ଦ୍ଧା ମଣ୍ଡଳ ରେଳ ଅଧିକାରୀଙ୍କୁ ଦିଆଯାଇଛି । ସୂଚନାଯୋଗ୍ୟ ଯେ ପୂର୍ବତଟ ରେଳ ବିଭାଗର ମୁଖ୍ୟ ସୁରକ୍ଷା ଅଧିକାରୀ ଦଶପଲ୍ଲାକୁ ଟ୍ରେନ ଚଳାଚଳର ସମସ୍ତ ଯାଞ୍ଚ କାର୍ଯ୍ୟ ଶେଷ କରି…
Read Moreଓ.ଏସ.ଇ.ଏଫ.ଡ଼ି ନୟାଗଡ଼ ଶାଖା ପକ୍ଷରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ
ରାଜସୁନାଖଳା,(ନୟାଗଡ଼ ଦର୍ପଣ): ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରସନ ଫର ଦିବ୍ୟାଙ୍ଗ ନୟାଗଡ଼ ଶାଖା ପକ୍ଷରୁ ରାଜସୁନାଖଳା ଠାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ କରାଯାଇଛି। ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଏହି ଦିବସର ମୂଳ ଲକ୍ଷ୍ୟ। ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନଙ୍କୁ ଏକତ୍ରିତ କରି ତାଙ୍କ ସହ ଓଏସଇଏଫଡ଼ି ସଂଘର କାର୍ଯ୍ୟକର୍ତ୍ତା କିଛି ସମୟ ବିତାଇବା ଦ୍ବାରା ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନେ ଖୁସି ପ୍ରକଟ କରିଥିଲେ। ଏହି ଦିବସକୁ ଓଡ଼ିଶା ସରକାର ରାଜ୍ୟସାରା ବହୁ ଆଡ଼ମ୍ବରରେ ପାଳନ କରୁଛନ୍ତି, କିନ୍ତୁ ସମସ୍ତ ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନେ ଶିକ୍ଷା ଗ୍ରହଣ କରୁଥିଲେ ମଧ୍ୟ ତାଙ୍କ ପାଇଁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞାପନ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ବାହାର କଲେ ନାହିଁ। ଏହି ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ମାନ୍ୟବର ସୁପ୍ରିମକୋର୍ଟଙ୍କ…
Read More‘ସଙ୍ଗୀତଧାରା’ ପକ୍ଷରୁ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ଉଦଘାଟିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସଙ୍ଗୀତାନୁଷ୍ଠାନ ‘ସଙ୍ଗୀତଧାରା’ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ରବିବାର ଦିନ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ନୟାଗଡ଼ଠାରେ ନୟାଗଡ଼ ଏବଂ ଓଡ଼ଗାଁ ବ୍ଲକର ପ୍ରତିଯୋଗୀ ମାନଙ୍କୁ ନେଇ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ଜୋନ୍ ସ୍ତରୀୟ ପ୍ରତିଯୋଗିତାକୁ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜଳନ ସହିତ ବିଧିବଦ୍ଧ ଭାବେ ଉଦଘାଟନ କରିଥିଲେ । ଅନୁଷ୍ଠାନର ସଭାପତି ଡ.ବିଜୟ ଚୌଧୁରୀଙ୍କ ପୌରହିତ୍ୟରେ ଆୟୋଜିତ ଉଦ୍ଘାଟନୀ ସଭାରେ ସଙ୍ଗୀତଧାରାର ମୁଖ୍ୟ ପୃଷ୍ଠପୋଷକ ପ୍ରମୋଦ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ କଣ୍ଠଶିଳ୍ପୀ ପ୍ରଶାନ୍ତ ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ । ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗୀତାରେ ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରୁ…
Read More