ଭାରତ ବିକାଶ ପରିଷଦ ନବଗଡ ଶାଖାର ପଞ୍ଚଦଶ ବାର୍ଷିକୋତ୍ସବ ବିଶ୍ଵ ମାନବାଧିକାର ଦିବସ

ନୟାଗଡ଼, (ନୟାଗଡ଼ ଦର୍ପଣ): ଭାରତ ବିକାଶ ପରିଷଦ, ନବଗଡ ଶାଖା ଏହାର ପଞ୍ଚଦଶ ବାର୍ଷିକୋତ୍ସବ ବିଶ୍ଵ ମାନବାଧିକାର ଦିବସ ଅବସରରେ ପଞ୍ଚାୟତ ସମିତି ସଭାଗୃହ ନୟାଗଡ଼ ଠାରେ ପରିଷଦର ଅଧ୍ୟକ୍ଷ ହରେକୃଷ୍ଣ ସାହୁଙ୍କ ସଭାପତିତ୍ତ୍ଵରେ ଏହାର ଅତିଥି ଓ ସଦସ୍ୟ ସଦସ୍ୟାମାନଙ୍କ ଗହଣରେ ପାଳନ କରାଯାଇଛି । ଏହା ପ୍ରଥମେ ନବଗଡ ଶାଖାର ପ୍ରାଣ ପ୍ରତିଷ୍ଠାତା ହର ପ୍ରସାଦ ମହାପାତ୍ର ଅତିଥିମାନଙ୍କ ସହ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଦୀପ ପ୍ରଜ୍ବଳନ ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଓ ସମୂହ ବନ୍ଦେ ମାତରଂ ଗାନ ଦ୍ଵାରା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

ଏହାପରେ ପରିଷଦର ଉପାଧ୍ୟକ୍ଷ ପ୍ରସନ୍ନ କୁମାର ବସନ୍ତିଆ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ଓ ସଚିବ ଘନଶ୍ୟାମ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ତତ୍ପରେ ବିଶିଷ୍ଟ ପ୍ରବକ୍ତା ଡଃ. ପବିତ୍ର କୁମାର ସୁବୁଦ୍ଧି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବନମାଳୀ ମିଶ୍ରଙ୍କୁ ଗୁରୁ ଅଭିନନ୍ଦନ, ଛାତ୍ରୀ ଜୟଶୀୟା ଅମ୍ବରିଙ୍କୁ ଶ୍ରେଷ୍ଠ ଛାତ୍ରା ଅଭିନନ୍ଦନ ରୂପେ ଅତିଥିମାନଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା। ଏହି ଅବସରରେ ସମ୍ମାନିତ ଅତିଥି ରୂପେ ନୟାଗଡ଼ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ଯୋଗଦାନ କରି ବିଶ୍ଵ ମାନବାଧିକାର ଉପରେ ସମ୍ୟକ୍ ଆଲୋକପାତ କରିଥିଲେ। ତତ୍ପରେ ମୁଖ୍ୟବକ୍ତା ତଥା ଓ ଟିଭି “ସର୍ବେ ଭବନ୍ତୁ ସୁଖିନଃ” କାର୍ଯ୍ୟକ୍ରମର ବିଶିଷ୍ଟ ପ୍ରବକ୍ତା ଡଃ. ପବିତ୍ର କୁମାର ସୁବୁଦ୍ଧି ତାଙ୍କ ବକ୍ତବ୍ୟରେ ‘ଧନ ଓ ଜ୍ଞାନ’ର ତୁଳନା ମାଧ୍ୟମରେ ମଣିଷ ଜୀବନର ଲକ୍ଷ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଏହାପରେ ଆଜିର ମୁଖ୍ୟ ଅତିଥି ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ପ୍ରପୌତ୍ର ତଥା ଭାରତ ବିକାଶ ପରିଷଦର ପୂର୍ବ ପ୍ରାନ୍ତ ଅଧ୍ୟକ୍ଷ ସତ୍ୟବାଦୀ ଦାଶ ଭାରତ ବିକାଶ ପରିଷଦ ଉପରେ ସବିଶେଷ ଆଲୋଚନା କରିବା ସହ ଉତ୍କଳ ମଣି ଗୋପବନ୍ଧୁଙ୍କର ଜୀବନୀ ଉପରେ ଆଲୋକପାତ କରିଥିଲେ।

ତତ୍ପରେ ଭାରତ ବିକାଶ ପରିଷଦ ଦ୍ଵାରା ଆୟୋଜନ କରାଯାଇଥିବା ‘ଭାରତକୁ ଜାଣ ‘ ଓ ସମୂହ ଗାନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ପରିଷଦ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା। ସର୍ବ ଶେଷରେ ବରିଷ୍ଠ ସଦସ୍ୟ ପ୍ରଦୀପ କୁମାର ସାହୁଙ୍କ ଦ୍ଵାରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ସହ ସମୂହ ଜାତୀୟ ସଙ୍ଗୀତ ଦ୍ଵାରା ସଭାସାଙ୍ଗ କରାଯାଇଥିଲା । ପରିଷଦର ସଂଗଠନ ସଚିବ ତଥା ଯୁବ ସମାଜ ସେବୀ କାମାକ୍ଷା ପ୍ରସାଦ ଦାଶ ମଞ୍ଚ ପରିଚାଳନା କରିଥିଲେ । ପରିଷଦର ବରିଷ୍ଠ ସଦସ୍ୟ ପ୍ରଫୁଲ୍ଲ କୁମାର ନାୟକ, ଅଜୟ କୁମାର ପଟ୍ଟନାୟକ, ଦୁର୍ଯ୍ୟୋଧନ ସାହୁ, ଅନାଦି ଚରଣ ମହାନ୍ତି, ସୂର୍ଯ୍ୟମଣି ସାହୁ ପ୍ରମୁଖ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।

Related posts