ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସଦରମହକୁମାରେ ସି.ପି.ଆଇ.(ଏମ୍) ନେତୃତ୍ବରେ ପଟୁଆର ସହିତ ନୟାଗଡ଼ ସହର ପରିକ୍ରମା ପୂର୍ବକ ପାଲେଷ୍ଟାଇନ ସଂହତି ଦିବସ ପାଳନ କରାଯାଇଛି। ଆମେରିକା ମଦତପୁଷ୍ଟ ଯୁଦ୍ଧଖୋର ଇସ୍ରାଏଲ ଯେଭଳି ବର୍ଷାଧିକ କାଳ ପାଲେଷ୍ଟାଇନକୁ କବଳିତ କରିବାପାଇଁ ଆକ୍ରମଣ ଚଳାଇ ରଖିଛି, ବୋମା ଓ କ୍ଷେପଣାସ୍ତ୍ର ମାଡ଼ରେ ହଜାରହଜାର ପାଲେଷ୍ଟାଇନୀୟ ସାଧାରଣ ନାଗରିକ, ଛୋଟଶିଶୁ, ବୃଦ୍ଧ ବୃଦ୍ଧା, ସ୍କୁଲ ଛାତ୍ରଛାତ୍ରୀଙ୍କୁ ହତ୍ୟା କରୁଛି,ତାହାର ପ୍ରତିବାଦରେ ବାମପନ୍ଥୀ ଦଳଙ୍କ ପକ୍ଷରୁ ଆହୂତ ଦେଶବ୍ୟାପୀ କାର୍ଯ୍ୟକ୍ରମର ଆଧାରରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବରିଷ୍ଠ ସି.ପି.ଆଇ.(ଏମ୍) ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପଟୁଆର ଓ ସଭାରେ ଦଳର ପ୍ରମୁଖ ନେତୃତ୍ବ ଗୋଲକବିହାରି ମୁଦୁଲି, ପବିତ୍ର ଇନ୍ଦ୍ରଜିତ, ସୁରେଶ ସ୍ବାଇଁ, ସରୋଜ କୁମାର ନାୟକ, ଜ୍ୟୋତିପ୍ରଭା ଜେନା, କୁଳମଣି ପୃଷ୍ଟି, ବୁଦ୍ଧି ନାୟକ, ନିରଞ୍ଜନ ସାହୁ, ଭାଗିରଥି…
Read MoreCategory: ନୟାଗଡ଼ ବ୍ଲକ
ବିଜେଡିର ପଦଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ପଦଯାତ୍ରା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗଦେଇ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ପୂର୍ବରୁ ବିଜୁ ଜନତା ଦଳ ଯେଉଁଭଳି ଢଙ୍ଗରେ ସମସ୍ତ କାର୍ୟ୍ୟ କରୁଥିଲା ସେହି ସମାନ ଢଙ୍ଗରେ ସମସ୍ତ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । ଆଗାମୀ ଦିନରେ ସରକାରଙ୍କ ବିଫଳତାକୁ ନେଇ ପ୍ରତ୍ୟେକ ସ୍ତରରେ ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ଲୋକଙ୍କୁ ମିଛ ପ୍ରତିଶୃତି ଦେଇ ଆସିଥିବା ସରକାରଙ୍କୁ ଉଚିତ ଜବାବ ଦେବା ପାଇଁ କର୍ମୀ ଓ ନେତା ମାନଙ୍କୁ ପରାମର୍ଶ ଦେଇଥିଲେ। ଆସନ୍ତା ୯ ତାରିଖରେ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ସଦସ୍ୟତା ଗ୍ରହଣ ଶୁଭାରମ୍ଭ କରିବେ । ଏହି ଅବସରରେ…
Read Moreବିଶୃଙ୍ଖଳା ସୃଷ୍ଟିକାରୀଙ୍କ ପାଇଁ ବିପଦରେ ସଙ୍ଘ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ନୀଳମାଧବ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶାଖା ସଭାପତି ଶ୍ରୀକାନ୍ତ ଖଟେଇଙ୍କ ପୈାରହିତ୍ୟରେ ଅନୁଷ୍ଠିତ ବୈଠକରେ ବର୍ଷିୟାନ ସାମ୍ବାଦିକ ପ୍ରଦୀପ୍ତ କୁମାର ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ସାମ୍ବାଦିକ ଜୀବନରେ ଘଟୁଥିବା ସଂଘର୍ଷ ସମ୍ପର୍କରେ ଆଲୋକପାତ କରିଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର ସାହୁ ସଂଗଠନକୁ ମଜବୁତ କରିବା ଉପରେ ଆଲୋକପାତ କରିଥିଲେ । ସମ୍ପାଦକ ବୈଦ୍ୟଭୂଷଣ ମହାପାତ୍ର ସଂଘର ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ଓଡ଼ଗାଁ ଶାଖା ସଭାପତି ଅଶୋକ କୁମାର ମହାପାତ୍ର, ଦଶପଲ୍ଲା ବ୍ଲକ ସଂଯୋଜନ ପ୍ରଫୁଲ କୁମାର ଦାଶ ସାମ୍ବାଦିକଙ୍କ ସମସ୍ୟା ଓ ଦାବି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ନୟାଗଡ଼ ଜିଲ୍ଲାରେ ବିଶୃଙ୍ଖଳା ସୃଷ୍ଟି କାରୀ ସଂଘ ପାଇଁ ବିପଦ ବୋଲି ଅନ୍ୟତମ…
Read Moreଗାନ୍ଧୀ ବିଚାରାଧାରା ଉପରେ ଆଲୋଚନା ଚକ୍ର
ନୟାଗଡ଼,(ନୟାଗଡ଼ ଦର୍ପଣ): ଲାଠିପଡାସ୍ଥିତ ମଡେଲ ଡିଗ୍ରୀ କଲେଜଠାରେ କଳା ସମାଜ ଆନୁକୁଲ୍ୟରେ ଗାନ୍ଧୀଜୀଙ୍କ ଚିନ୍ତାଧାରାକୁ ନେଇ ଏକ ଆଲୋଚନାଚକ୍ର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଅଛି। ପ୍ରଖ୍ୟାତ ସାହିତ୍ୟିକ ତଥା ଗାନ୍ଧୀ ଆଲୋଚକ ଡକ୍ଟର ବିଜୟ କୁମାର ଚୌଧୁରୀ ଯୋଗଦେଇ ‘ଗାନ୍ଧୀ ବିଚାର; ସମକାଳ ପ୍ରାସଙ୍ଗିକତା’ ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଆଧୁନିକ ସମାଜରେ ଗାନ୍ଧୀ ଚେତନାର ଉପଯୋଗିତା ତଥା ଦୈନନ୍ଦିନ ଜୀବନରେ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବା ଉପରେ ଛାତ୍ରଛାତ୍ରୀମାନଙ୍କୁ ପ୍ରେରିତ କରିଥିଲେ। ପ୍ରାୟ ୨୦୦ କଳା ଛାତ୍ରଛାତ୍ରୀମାନଙ୍କୁ ନେଇ ଆୟୋଜିତ ଆଲୋଚନା ଚକ୍ରରେ ମଧୁସ୍ମିତା ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିବା ସହ ଡକ୍ଟର ଜ୍ୟୋତ୍ସ୍ନାରାଣୀ କର ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ର ପ୍ରତିନିଧି ଚିନ୍ମୟ ପ୍ରସାଦ ବେହେରା ମଞ୍ଚ ପରିଚାଳନା କରିଥିବାବେଳେ ସୁନୀଲ କୁମାର…
Read Moreଚିନ୍ମୟ ମିଶନ ପକ୍ଷରୁ ଆରମ୍ଭ ହେବ ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା
ନୟାଗଡ଼,(ନୟାଗଡ଼ ଦର୍ପଣ): ଚିନ୍ମୟ ମିଶନ, ନୟାଗଡ଼ ଶାଖା ପକ୍ଷରୁ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶ୍ରୀମଦଭାଗବତଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା ଚଳିତ ମାସ ଶେଷ ସପ୍ତାହରେ ଆରମ୍ଭ ହେବାକୁ ଯାଉଛି। ଜୁନିୟର ଏବଂ ସିନିୟର ଦୁଇଟି ବିଭାଗରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଚିନ୍ମୟ ମିଶନ ପକ୍ଷରୁ ପ୍ରମାଣ ପତ୍ର ସହିତ ପୁରସ୍କୃତ କରାଯିବ। ଏ ନେଇ ଏକ ପ୍ରସ୍ତୁତି ବୈଠକ ଚିନ୍ମୟ ମିଶନ, ନୟାଗଡ଼ ଶାଖା ସଭାପତି ସୁରେନ୍ଦ୍ରନାଥ ମହାପାତ୍ରଙ୍କ ପୌରୋହିତ୍ୟରେ ଭାରତ ବିକାଶ ପରିଷଦ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମିଶନ ସଂଯୋଜିକା ଶ୍ରାବଣୀ ମିଶ୍ର, ଅର୍ଥ ସଚିବ ପ୍ରଦୀପ କୁମାର ସାହୁଙ୍କ ସମେତ ସଦସ୍ୟ ପ୍ରଫୁଲ କୁମାର ନାୟକ, କୃପାସିନ୍ଧୁ କରଣ, ପଦ୍ମ ଚରଣ ସାହୁ, ରବୀନ୍ଦ୍ର ନାଥ ମହାପାତ୍ର, ସତ୍ୟରଞ୍ଜନ ଦାଶ, କୃଷ୍ଣପ୍ରିୟା ଦାଶ,…
Read Moreଗାନ୍ଧୀ ଦର୍ଶନ ଏବଂ ବିଚାର ପ୍ରାସଙ୍ଗିକତା ସମ୍ପର୍କିତ ଆଲୋଚନାଚକ୍ର, ତ୍ରିରଙ୍ଗା ଯାତ୍ରା
ନୟାଗଡ଼, (ନୟାଗଡ଼ ଦର୍ପଣ): ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୫ତମ ପୁଣ୍ୟ ଜନ୍ମତିଥିରେ ଗାନ୍ଧୀ ବିଚାର ପ୍ରଚାର ପ୍ରଚାର ମଞ୍ଚ ଆନୁକୂଲ୍ୟରେ ତ୍ରିନାଥ ଛକ ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ୭୮ ବର୍ଷ ଦେଶ ସ୍ୱାଧୀନତା ସ୍ମାରକୀ ଭାବେ ୭୮ମିଟର ଲମ୍ବା ବିଶାଳ ତ୍ରିରଙ୍ଗା ପତାକା ସହ ଗାନ୍ଧୀ ବିଚାରଧାରା କୁ ସମ୍ମାନ ଦେଉଥିବା ଶହଶହ ଗାନ୍ଧୀ ପ୍ରେମୀ ତ୍ରିରଙ୍ଗା ଶୋଭାଯାତ୍ରା ରେ ସହର ପରିକ୍ରମା କରି ସ୍ଥାନୀୟ ବ୍ଲକ ଯାଏଁ ଆସିଥିଲେ। ବ୍ଲକ ସମ୍ମିଳନୀ କକ୍ଷ ମଧ୍ୟରେ “ଗାନ୍ଧୀ ଦର୍ଶନ ଓ଼ ବିଚାର ପ୍ରାସଙ୍ଗିକତା” ସମ୍ପର୍କିତ ତାତ୍ୱିକ ଆଲୋଚନାଚକ୍ର ଆୟୋଜନ କରି ଗାନ୍ଧୀ ଦର୍ଶନ ପ୍ରସଙ୍ଗ ରେ ସମାଜ ଉପଯୋଗୀ ତଥ୍ୟ କୁ ଲୋକାଭିମୁଖୀ କରାଯାଇ ଗାନ୍ଧିଜୀ ଙ୍କ ସତ୍ୟ, ଅହିଂସା ଏବଂ ସତ୍ୟାଗ୍ରହ ପ୍ରଚାର ପ୍ରସାର କରାଇବା ପାଇଁ ଏଭଳି ଆଲୋଚନାଚକ୍ର…
Read Moreଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ହାଉସିଂ ବୋର୍ଡ କଲୋନୀ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଗାନ୍ଧୀଜୀଙ୍କ ୧୫୫ତମ ଓ ଶାସ୍ତ୍ରୀଜୀଙ୍କ ୧୨୦ ତମ ଜୟନ୍ତୀ ପାଳନ ହୋଇ ଯାଇଛି। ବିଦ୍ଯାଳୟ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଛାତ୍ରଛାତ୍ରୀ ଓ ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟା ମାନେ ପୁଷ୍ପ ମାଲ୍ୟାର୍ପଣ କରିବା ସହିତ ଧୂପ ଦୀପ ପ୍ରଦାନ କରିଥିଲେ। ଏହାପରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା। ସଭାକକ୍ଷରେ ଥିବା ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ଫଟୋଚିତ୍ରରେ ଧୂପ ଦୀପ ଓ ପୁଷ୍ପ ମାଲ୍ୟାର୍ପଣ କରାଯାଇ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଛାତ୍ରଛାତ୍ରୀ ମାନେ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ବିଷୟରେ ସୁନ୍ଦର ବକ୍ତବ୍ଯ ରଖିଥିଲେ। ବିଦ୍ଯାଳୟର ସମ୍ପାଦକ ଶ୍ରୀଧର ସାହୁ ଗାନ୍ଧୀଜୀ ଅହିଂସା ପଥରେ ପଥିକ ହୋଇ ସମାଜକୁ ଦିଗଦର୍ଶନ ଦେଇଥିଲା ବେଳେ ଶାସ୍ତ୍ରୀଜୀ ଶାନ୍ତିପ୍ରିୟ ଥିଲେ ବୋଲି…
Read Moreବିଭିନ୍ନ ଶିଳ୍ପ ପରିଦର୍ଶନ କଲେ ସ୍ଵୟଂଶାସିତ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ଛାତ୍ରଛାତ୍ରୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ତରଫରୁ ଶିଳ୍ପ ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି ପରିଦର୍ଶନରେ ୪୨ଜଣ ଛାତ୍ରଛାତ୍ରୀଙ୍କୁ ନେଇ ବାଣିଜ୍ୟ ବିଭାଗର ବିଭାଗୀୟ ମୁଖ୍ୟ ଡ. ଲକ୍ଷ୍ମୀଧର ସାହୁ, ଡ. ପ୍ରଦୀପ କୁମାର ଆଚାର୍ଯ୍ୟ, ଶୁଶାନ୍ତ କୁମାର ଅଧିକାରୀ, ଡ. କମଳ କୁମାର ବର୍ମା, ସୁପ୍ରଭା ମଲ୍ଲିକ, ସବିତା କଅଁର, ପ୍ରତିକ୍ଷା ରାୟ, ଅଜୟ କୁମାର ମହାନ୍ତି ଓ ମନୋରଞ୍ଜନ ଗୌଡ଼ ପାଣିପୋଇଲାସ୍ଥିତ ଉତ୍କଳ ପାଇପ କାରଖାନା, କଂକ୍ରିଟ କାରଖାନା ଓ ଖାଦ୍ୟ ସଂରକ୍ଷଣ ଶିଳ୍ପ ପରିଭ୍ରମଣ କରିଥିଲେ। ଏହି ପରିଦର୍ଶନ ଛାତ୍ରଛାତ୍ରୀଙ୍କୁ ପାଇପ ଉତ୍ପାଦନ ପ୍ରକ୍ରିୟା, ଗୁଣବତ୍ତା ନିୟନ୍ତ୍ରଣ ଏବଂ ବ୍ୟବହୃତ ବିଭିନ୍ନ ଆଧୁନିକ ଯନ୍ତ୍ରପାତି ବିଷୟରେ ଜ୍ଞାନ ପ୍ରଦାନ କରାଯାଇଥିଲା। ଉକ୍ତ ସଂସ୍ଥାର ମୁଖ୍ୟ ଏସ.କେ.ଅତହର ତାଙ୍କର ବହୁମୁଲ୍ୟ ସମୟ ଦେଇ ଛାତ୍ରଛାତ୍ରୀମାନଙ୍କୁ ବୈଷୟିକ ପକ୍ରିୟାର ବ୍ୟାଖ୍ୟାୟନ…
Read Moreଉଦ୍ୟୋଗ ପରିଦର୍ଶନ ଦ୍ଵାରା ଛାତ୍ରଛାତ୍ରୀଙ୍କ ବାସ୍ତବ ଜ୍ଞାନ ଆହରଣ ହୋଇଥାଏ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦର ମହକୁମାରେରେ ଥିବା ନୂଆଗାଁ ଉଚ୍ଚ ବିଦ୍ୟାଳୟର ନବମ ଏବଂ ଦଶମ ଶ୍ରେଣୀର ୬୩ଜଣ ଛାତ୍ର ଛାତ୍ରୀ ଉଦ୍ୟୋଗ (ପର୍ଯ୍ୟଟନ ଏବଂ ଆତିଥ୍ୟ) ପରିଦର୍ଶନ କରିଛନ୍ତି। ନୂଆଗାଁ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ୧୩ଜଣ ଛାତ୍ର, ୧୫ ଜଣ ଛାତ୍ରୀ ଏବଂ ଦଶମ ଶ୍ରେଣୀର ୧୮ଜଣ ଛାତ୍ର, ୧୭ଜଣ ଛାତ୍ରୀ ଏମିତି ମୋଟ ୬୩ଜଣ ଛାତ୍ରଛାତ୍ରୀ ଚୌଧୁରୀ ବସରେ ବିଦ୍ୟାଳୟର ଶିକ୍ଷକ ଅଙ୍କେଶ କୁମାର ସାହୁ, ଭୋକେସନାଲ ଶିକ୍ଷୟତ୍ରୀ ଅନନ୍ୟା ମିଶ୍ର, ରାଜ କିଶୋର ସାହୁଙ୍କ ସହିତ ନୟାଗଡରେ ଥିବା ହୋଟେଲ ଗୋପୀନାଥକୁ ପରିଦର୍ଶନରେ ଯାଇଥିଲେ। ସେଠାରେ ଛାତ୍ରଛାତ୍ରୀ ରେଷ୍ଟୁରାଣ୍ଟରେ କିପରି ଖାଦ୍ୟ ଅର୍ଡର ନିଆଯାଏ, କିପରି ସେବା ଯୋଗାଇ ଦିଆଯାଏ, କେଉଁ ଖାଦ୍ୟ କେତେବେଳେ ଯୋଗାଇ ଦିଆଯାଇଥାଏ ଜାଣିବା ସହ ବିଭିନ୍ନ ପ୍ରକାର କୋଠରୀ, ଏବଂ…
Read Moreଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ ପରିସରରେ ସହିଦ କଷ୍ଟି ଡାକୁଆଙ୍କ ଜୟନ୍ତୀ ଓ ବିଶ୍ବ ବରିଷ୍ଠ ନାଗରିକ ଦିବସ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ପରିସରରେ ସହିଦ୍ କଷ୍ଟି ଡାକୁଆଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି। ବିଦ୍ଯାଳୟ ପରିସରରେ ଥିବା ସହିଦ୍ କଷ୍ଟି ଡାକୁଆଙ୍କ ପ୍ରତିମୂର୍ତ୍ତିରେ ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ଛାତ୍ରଛାତ୍ରୀ ମାନେ ପୁଷ୍ପ ମାଲ୍ୟାର୍ପଣ କରିଥିଲାବେଳେ ବିଦ୍ୟାଳୟର ସଂପାଦକ ଶ୍ରୀଧର ସାହୁଙ୍କ ସଂଯୋଜନାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇ ଥିଲା। ବିଦ୍ଯାଳୟର ବରିଷ୍ଠ ଗୁରୁଜୀ ରଂଜନ କୁମାର ପରିଡା ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ କଷ୍ଟି ଡାକୁଆଙ୍କ ଜୀବନୀ ବିଷୟରେ ଅବଗତ କରାଇଥିଲେ। ସହିଦ କଷ୍ଟି ଡାକୁଆ ଅମର ରହେ ସ୍ଲୋଗାନ ରେ ବିଦ୍ୟାଳୟ ପରିସର ପ୍ରକମ୍ପିତ ହୋଇଥିଲା। ଆଜି ଆନ୍ତର୍ଜାତୀୟ ବୟସ୍କ ବ୍ଯକ୍ତି ଦିବସ ହୋଇଥିବାରୁ ଓଡିଶା ସରକାରଙ୍କ ବିଦ୍ଯାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ମୁତାବକ ଆଜିର ପ୍ରାର୍ଥନା କାଳାଂଶ ତଥା…
Read More