ନୟାଗଡ ଜିଲ୍ଲା ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତରେ ୪୫୪୭ଟି ମାମଲା ଫଏସଲା

ନୟାଗଡ଼, (ନୟାଗଡ଼ ଦର୍ପଣ): ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶମତେ ଆଜି ନୟାଗଡ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଚଳିତ ବର୍ଷର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଅଛି । ନୟାଗଡ ଜିଲ୍ଲାର ଉକ୍ତ ଲୋକ ଅଦାଲତରେ  ୫ଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ  ବାବଦକୁ ୩୯,୪୦,୦୦୦ ଟଙ୍କା ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା । ସେହିପରି ୧୪୬ ଦେୱାନି ମାମଲା ଫଇସଲା କରାଯାଇଥିଲା। ଏନ. ଆଇ. ଆକ୍ଟ କେସ ୧୭ଟି ଫଇସଲା କରାଯାଇ ୧୫,୧୨,୪୦୫ ଟଙ୍କା ଆଦାୟ କରଯାଇଥିଲା ଏବଂ ବିବାହ ଜନିତ ୧୬ଟି ମାମଲା ଫଇସଲା କରାଯାଇଥିଲା । ଅନ୍ଯାନ୍ଯ ଫୌଜଦାରୀ ୨୪୫ଟି ମାମଲା ଫଇସଲା କରଯାଇଥିଲା।…

Read More

ଜିଲ୍ଲାରେ ସନ୍ତୋଷ ଜନକ ସ୍ଥିତିରେ ଚାଲିଛି ଆପାର ପଞ୍ଜିକରଣ କାର୍ଯ୍ୟକ୍ରମ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୂତନ ଶିକ୍ଷାନୀତି-୨୦୨୦ ଏବଂ ଗୋଟିଏ ଦେଶ-ଗୋଟିଏ ଷ୍ଟୁଡେଣ୍ଟ ଆଇଡି ଯୋଜନା ଅଧୀନରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପିଲାଙ୍କ ସମସ୍ତ ତଥ୍ୟ ଗୋଟିଏ ନମ୍ବର ମାଧ୍ୟମରେ ପଞ୍ଜିକରଣ କରିବା ପାଇଁ ଆରମ୍ଭ କରିଛନ୍ତି ଆପାର କାର୍ଯ୍ୟକ୍ରମ। ଏଥିରେ ପ୍ରି-ପ୍ରାଇମେରୀରୁ ଆରମ୍ଭ କରି ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କ ତଥ୍ୟ ଆପାର ମାଧ୍ୟମରେ ପଞ୍ଜିକରଣ କରାଯାଉଛି। ଏହି କ୍ରମରେ ନୟାଗଡ଼ରେ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ  ଆପାର କାର୍ଯ୍ୟକ୍ରମ  ଆରମ୍ଭ ହୋଇଛି। ସମଗ୍ର ଶିକ୍ଷା ପକ୍ଷରୁ ଜିଲ୍ଲାର ସମସ୍ତ ୮ଟି ବ୍ଲକରେ ସ୍ୱତନ୍ତ୍ର ଆପାର ଶିବିର ଆୟୋଜନ କରାଯାଇ ପିଲାଙ୍କ ସମସ୍ତ ତଥ୍ୟ ପଞ୍ଜିକରଣ କରାଯାଉଛି।  ଜିଲ୍ଲା ପ୍ରୋଗ୍ରାମର ସୁଦର୍ଶନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚାଲିଥିବା ଏହି କାର୍ଯ୍ୟକ୍ରମରେ ସମସ୍ତ ବ୍ଲକ ଶିକ୍ଷାଧିକାରୀ, ପ୍ରୋଗ୍ରାମର,ସିଆରସିସି ଏବଂ ଶିକ୍ଷକ ମାନେ ସହଯୋଗ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୨୮…

Read More

ଇଟାମାଟି ବଜ଼ାର ବଣିକ ସଂଘ କମିଟି ଗଠନ

ନୟାଗଡ଼, (ନୟାଗଡ଼ ଦର୍ପଣ): ବଣିକ ସଂଘର ବାର୍ଷିକ ଅଧିବେଶନ ସ୍ଥାନୀୟ ଦୋଳ ମଣ୍ଡପରେ ଅନୁଷ୍ଠିଟ ହୋଇଯାଇଛି। ପ୍ରଥମେ ବ୍ୟବସାୟୀ ସ୍ବର୍ଗତ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଉଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ସଭା କାର୍ଯ୍ୟ ଆରମ୍ଭ କରାଯାଇ ନୂତନ କମିଟି ଗଠନ କରାଯାଇଥିଲା। ସମସ୍ତ ବ୍ୟବସାୟୀଙ୍କ ସମ୍ମତିରେ ସଭାପତି କିଶୋର ଚନ୍ଦ୍ର ନାୟକ, ଉପସଭାପତି ବିଷ୍ଣୁ ଚରଣ ସାହୁ, ସମ୍ପାଦକ ଅଜୟ କୁମାର ସାହୁ, ସହ ସମ୍ପାଦକ ଉମେଶ ଚନ୍ଦ୍ର ସାହୁ, କୋଷାଧକ୍ଷ ବୈଷ୍ଠଵ ଚରଣ ଦାସଙ୍କୁ ମନୋନୀତ କରାଯାଇଥିଲା। ଉପଦେଷ୍ଟା ମଣ୍ଡଳୀ ଶ୍ରବଣ କୁମାର ରାମ, ପ୍ରଶାନ୍ତ ପ୍ରଧାନ, ଆଶିଷ ଅଗ୍ରୱାଲ, ପ୍ରଭାତ କୁମାର ପାତ୍ର, ରାଜକିଶୋର ପୃଷ୍ଟି, ସନ୍ତୋଷ ପାତ୍ର, ଦାମୋଦର ପାତ୍ର, ସୁରେନ୍ଦ୍ର କୁମାର ସାହୁ, ବସନ୍ତ କୁମାର ସାହୁ ରହିଥିବା ବେଳେ କମିଟି ସଭ୍ୟ ସମୀର ଲେଙ୍କା, ପ୍ରମୋଦ ସାହୁ, ଦିଲ୍ଲୀପ…

Read More

ଭଏସ୍ ଅଫ୍ ନୟାଗଡ଼ ସେମିଫାଇନାଲ ଅନୁଷ୍ଠିତ, ଫାଇନାଲରେ ୧୦ଯୁବ କଣ୍ଠଶିଳ୍ପୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସର୍ବବୃହତ ସଂଗୀତ ପ୍ରତିଯୋଗିତା ଭଏସ୍ ଅଫ୍ ନୟାଗଡ଼, ସିଜନ୍ ୫ ର ସେମିଫାଇନାଲ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଲୁକ୍କାୟିତ ଯୁବ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ଦିଗରେ ନୟାଗଡ଼ କ୍ଳବ୍ ତରଫରୁ ବିଗତ ଚାରିବର୍ଷ ହେଲା ଅନୁଷ୍ଠିତ ହୋଇଆସୁଛି ଭଏସ୍ ଅଫ୍ ନୟାଗଡ଼। ଆଜିର କାର୍ଯ୍ୟକ୍ରମକୁ ନୟାଗଡ଼ ପୈାର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିରୁପମା ଖଟେଇ ଉଦ୍ଘାଟନ  କରିଥିବା ବେଳେ ପ୍ରତିଯୋଗୀ ତଥା ଅତିଥିମାନଙ୍କୁ ସ୍ବାଗତ କରିଥିଲେ ଅବିନାଶ ସାହୁ। ନୟାଗଡ଼ କ୍ଲବର ସଭାପତି ଅଶୋକ କୁମାର ନାୟକ, ସଂପାଦକ ଶ୍ରୀଧର ସାହୁ ,ସଦସ୍ୟ ଅରୁଣ କୁମାର ମହାନ୍ତି, ଧୀରେନ୍ଦ୍ର କୁମାର ପଟ୍ଟନାୟକ, ସନ୍ତୋଷ କୁମାର ନାୟକ, ମିହିର ରଂଜନ ନାୟକ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ। ଜିଲ୍ଲାସ୍ତରୀୟ ସେମିଫାଇନାଲ ପ୍ରତିଯୋଗିତାରେ ୧୯ ଜଣ ପ୍ରତିଯୋଗୀ  ଯୋଗଦେଇଥିଲେ। ପ୍ରତିଯୋଗୀମାନେ କ୍ଳାସିକାଲ, ସେମି କ୍ଳାସିକାଲ୍,…

Read More

ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ, ଓଡ଼ିଶା ତରଫରୁ ନୟାଗଡ଼ ଜିଲ୍ଲା ସ୍ତରୀୟ କ୍ରୀଡା ସମାରୋହ ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନବଘନପୁର ଉଚ୍ଚ ବିଦ୍ଯାଳୟ ଖେଳ ପଡ଼ିଆରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ,ଓଡିଶାର ନୟାଗଡ଼ ଜିଲ୍ଲା ସ୍ତରୀୟ କ୍ରୀଡା ସମାରୋହ ଜିଲ୍ଲା ପ୍ରମୁଖ  ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ନୟାଗଡ଼ ଜିଲ୍ଲାର ବିଭିନ୍ନ ବିଦ୍ଯାଳୟର କୁନି କୁନି ଶିଶୁ ଖେଳାଳୀ ମାନଙ୍କ ଦ୍ବାରା ଏହି କ୍ରୀଡା ସମାରୋହରେ ୨୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ସକାଳ ୧୦ଟାରେ ମାଛିପଡା ଉଚ୍ଚ ବିଦ୍ଯାଳୟର ଖେଳ ଶିକ୍ଷକ ସନ୍ନ୍ଯାସୀ ପ୍ରଧାନ ମଶାଲ ପ୍ରଜ୍ବଳନ କରି କ୍ରୀଡା ସମାରୋହ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଭଲ ଖେଳାଳି ହୋଇ ଝିଲ୍ଲୀ ଦଳବେହେରା, ଶ୍ରାବଣୀ ନନ୍ଦ, ଦୂତିଚାନ୍ଦ ଓ ଦିଲ୍ଲୀପ ତିର୍କୀଙ୍କ ପରି ଓଡ଼ିଶାର ସୁନାମ ଅର୍ଜନ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହାପରେ ଦୌଡ଼, ଲମ୍ବଡିଆଁ,ଉଚ୍ଚ ଡିଆଁ, ଗୋଳା ଫିଙ୍ଗା, ଥାଳିଆ ଫିଙ୍ଗା, ବେଙ୍ଗ ଦୌଡ଼, ଆଳୁଚାମଚ…

Read More

ରୋଟାରୀ କ୍ଳବ୍ ର ନୂଆ ଆମ୍ବୁଲାନ୍ସ ସେବା ଉଦଘାଟିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ନୟାଗଡ଼ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ସମାଜ ସେବାରେ ସମର୍ପିତ ହେଲା ଆଉ ଏକ ନୂତନ ରୋଟାରୀ ଆମ୍ବୁଲାନ୍ସ। ସମାଜସେବାରେ ଅହରହ ଜଡିତ ଥିବା ବିଶ୍ବର ଏକ ସର୍ବବୃହତ ସେବା ଅନୁଷ୍ଠାନ ହେଉଛି ରୋଟାରୀ କ୍ଳବ୍। ସମାଜର ଅଭାବୀ ଲୋକମାନଙ୍କୁ କମ୍ ଖର୍ଚ୍ଚରେ ସେବା ଯୋଗାଇଦେବା ପାଇଁ ନୟାଗଡ଼ ରୋଟାରୀ କ୍ଳବ୍ ର ଆର୍ଥିକ ସହଯୋଗରେ କ୍ରୟ ହୋଇଥିବା ଆମ୍ବୁଲାନ୍ସଟିକୁ ଆଜି ନୟାଗଡ଼ ଜିଲ୍ଲା ମୁଖ୍ଯ ଚିକିତ୍ସା ଅଧିକାରୀ ଡ଼ାକ୍ତର ସୁଶାନ୍ତ କୁମାର ଦାସ ଓ ଜିଲ୍ଲା ଉପ ମୁଖ୍ୟ ଚିକିତ୍ସାଧିକାରୀ ଡ଼ାକ୍ତର ଅଜୟ କୁମାର ବାହିନୀପତି ସବୁଜ ପତାକା ଦେଖାଇ ଆମ୍ବୁଲାନ୍ସ ସେବାର ଉଦଘାଟନ କରିଛନ୍ତି। ରୋଟାରୀ କ୍ଳବ୍ ର ଏଇ ସମାଜସେବା ପ୍ରବୃତ୍ତିକୁ ଅତିଥି ମାନେ ବହୁ ପ୍ରଶଂସା କରିଥିଲେ। ଆଜିର ଏହି ଉଦଘାଟନ କାର୍ଯ୍ୟକ୍ରମ ରେ କ୍ଳବ୍ ର…

Read More

ନୟାଗଡ଼ ମୁନିସିପାଲିଟି ଦ୍ୱାରା ଆୟୋଜିତ ପିଏମ ସ୍ଵନିଧି ଯୋଜନାର କର୍ମଶାଳା ଉଦଯାପିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହରରେ ରହିଥିବା ଉଠା ଦୋକାନୀଙ୍କ ଆର୍ଥିକ ଅଭିବୃଦ୍ଧି ନିମନ୍ତେ ୫ଦିନ ବ୍ୟାପି ଚାଲିଥିବା କର୍ମଶାଳା ସୋମବାର ସିଧେଶ୍ବରୀ କଲ୍ୟାଣ ମଣ୍ଡପ ଠାରେ ଉଦଯାପିତ ହୋଇ ଯାଇଛି। ସହରରେ ଥିବା ସମୁଦାୟ ୭୨୩ ଉଠା ଦୋକାନୀଙ୍କ ମଧ୍ୟରୁ ୪୯୦ ଜଣ ଉଠା ଦୋକାନୀ ତାଲିମ ପାଇଥିଲେ। କେନ୍ଦ୍ର ସରକାର ଏହି ଯୋଜନାରେ ବ୍ୟାଙ୍କ ଲୋନ ଯୋଗାଇ ଦେବେ। ତେବେ ଏହି ଉଦଯାପନୀ କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ନିରୁପମା ଖଟେଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ବ୍ୟାଙ୍କ ଅଫ ବରୋଦା, ଆଇଡ଼ିବିଆଇ, ଲିଡ଼ ବ୍ୟାଙ୍କର ମ୍ୟାନେଜେର, କଉଁସିଲର ଜାନକୀ ବଲ୍ଲଭ ଜେନା, ଦୀନବନ୍ଧୁ ଗୁରୁ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ଗୋଷ୍ଠୀ ସଂଗଠିକା ଇନ୍ଦୁମତୀ ପରିଡା, ସୁନୀଲ ହୋତା, ସଂଜୀ ବିଶ୍ୱାଳ, ସୁଶାନ୍ତ ନନ୍ଦ ପ୍ରମୁଖ ପରିଚାଳନା କରିଥିଲେ।

Read More

ଜିଲ୍ଲା ଓପନ ଚେସ ଟୁର୍ଣ୍ଣାମେଣ୍ଟ, ଜୁନିଅରରେ ଅମ୍ରିତ ଏବଂ ସିନିଅରରେ ଜିତେନ୍ଦ୍ର ଚମ୍ପିୟାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଗତ ଦୁଇଦିନ ଧରି ଚାଲିଥିବା ନୟାଗଡ଼ ଜିଲ୍ଲା ଓପନ ଚେସ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଛି। ଏଥିରେ ଜୁନିଅର ବିଭାଗରେ ଅମ୍ରିତ ପ୍ରଧାନ ସର୍ବାଧିକ ପଏଣ୍ଟ ପାଇ ଚାମ୍ପିୟନ ହୋଇଥିବା ବେଳେ ସିନିଅର ବିଭାଗରେ ଦାସ ଜିତେନ୍ଦ୍ର କୁମାର ଚମ୍ପିୟାନ ହୋଇଛନ୍ତି। ଗତ ଦୁଇଦିନରେ ୬ ରାଉଣ୍ଡ ପ୍ରତିଯୋଗିତା ଅନୁଷ୍ଠିତ ହୋଉଥିଲା। ଜୁନିଅର ବିଭାଗରେ ଅଂଶ ଗ୍ରହଣ କରିଥିବା ୨୧ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ୫ଜଣ ଏବଂ ସିନିଅର ବିଭାଗରେ ଅଂଶ ଗ୍ରହଣ କରିଥିବା ୨୨ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ୫ଜଣ ସର୍ବାଧିକ ପଏଣ୍ଟ ହାସଲ କରି ପୁରସ୍କୃତ ହୋଇଛନ୍ତି। ଜୁନିଅର ବିଭାଗରୁ ଅମ୍ରିତ ପ୍ରଧାନଙ୍କ ସମେତ ଚିତ୍ତରଞ୍ଜନ ଦାସ, ସ୍ୱସ୍ତିକ ମହାପାତ୍ର,ଶଙ୍କର ମାହାତୋ,ଆୟସ୍କନ୍ତ ମହାପାତ୍ର ଏବଂ ସିନିଅର ବିଭାଗରୁ ଜିତେନ୍ଦ୍ରଙ୍କ ସମେତ ଜୟପ୍ରକାଶ ବଇରୀଗଞ୍ଜନ,ଦିବାକର ନାୟକ, ସ୍ୱୟଂପ୍ରକାଶ ସାହୁ ଏବଂ ପ୍ରକାଶ ନାରାୟଣ ଦାଶ ପ୍ରମୁଖ…

Read More

ସ୍ୱାଧୀନତା ସଂଗ୍ରାମୀଙ୍କ ମୃତ୍ୟୁ

ନୟାଗଡ଼, (ନୟାଗଡ଼ ଦର୍ପଣ): ବଡ଼ ପଣ୍ଡୁସର ପଞ୍ଚାୟତ ହରେକୃଷ୍ଣପୁର ଗ୍ରାମର ସ୍ୱାଧୀନତା ସଂଗ୍ରାମୀ ବତ୍ସ ଜେନା ମୃତ୍ୟୁ ବରଣ କରିଛନ୍ତି। ବତ୍ସ ଜେନାଙ୍କର ୨ପୁଅ ୨ଝିଅ ୫ଜଣ ନାତି ନାତୁଣୀ ରହିଥିବା ବେଳେ ତାଙ୍କ ମୃତ୍ୟୁ ଖବର ଶୁଣି ଗ୍ରାମ ତଥା ଆଖ ପାଖ ଗ୍ରାମମାନଙ୍କରେ ଶୋକର ଛାୟା ଖେଳିଯାଇଛି। ସେ ଜଣେ ମେଳାପି ଓ ପରୋପକାରି ମଣିଷ ଥିଲେ।  ମୃତ୍ୟୁ ବେଳକୁ ତାଙ୍କୁ ୧୦୧ବର୍ଷ ହୋଇଥିଲା ବେଳେ ଗ୍ରାମର ଶ୍ମଶାନରେ ତାଙ୍କ ଶେଷ କୃତ୍ୟ ସମ୍ପର୍ଣ୍ଣ କରାଯଇଥିଲା। ବଡ଼ ପୁଅ ବୃନ୍ଦାବନ ଜେନା ମୁଖାଗ୍ନି ଦେଇଥିଲେ। ଏହି ଖବର ଶୁଣି ସ୍ଥାନୀୟ ସରପଞ୍ଚ ବନିତା ନାୟକ ଶୋକ, ସମାଜସେବୀ ଭାଗିରଥି ବାଇ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

Read More

ବିଦ୍ୟାଳୟରେ ତୃତୀୟ ଅଭିଭାବକ ଓ ଶିକ୍ଷକ ବୈଠକ ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ଯର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ମୁତାବକ ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁଙ୍କ ସଭାପତିତ୍ବରେ ତୃତୀୟ ଅଭିଭାବକ ଓ ଶିକ୍ଷକ ସଂଘ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜିର ବୈଠକ ପ୍ରାରମ୍ଭରେ ପ୍ରଧାନଶିକ୍ଷୟିତ୍ରୀ ଉପସ୍ଥିତ ଅଭିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସଦସ୍ୟାଙ୍କୁ ସ୍ବାଗତ କରିବା ସହିତ ସଭା ପରିଚାଳନା କରିଥିଲେ। ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନାରାୟଣ ସାହୁ ଉପସ୍ଥିତ ଥିଲେ। ପରିଚାଳନା କମିଟି ସଦସ୍ୟ ତଥା ଅଭିଭାବକ ପ୍ରତିନିଧି ସନ୍ତୋଷ ସାହୁ, କୁନା ସାହୁ ସମେତ ଛାତ୍ର ଅଭିଭାବକ ମୀର୍ ଅମଜାଦ୍, ରହନୁମା ବେଗମ୍ ପ୍ରମୁଖ ଶୈକ୍ଷିକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଆପାର୍ ଆଇଡି ଖୋଲିବା ଉପରେ ସହକାରୀ ଶିକ୍ଷକ ସଲିମ୍ ଇବ୍ରାହିମ୍ ସଭିଙ୍କୁ ଧାରଣା ଦେଇଥିଲେ। ବିଦ୍ୟାଳୟ ସମ୍ମୁଖରେ…

Read More