ନୟାଗଡ଼, (ନୟାଗଡ଼ ଦର୍ପଣ): ନବଘନପୁର ଉଚ୍ଚ ବିଦ୍ଯାଳୟ ଖେଳ ପଡ଼ିଆରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ,ଓଡିଶାର ନୟାଗଡ଼ ଜିଲ୍ଲା ସ୍ତରୀୟ କ୍ରୀଡା ସମାରୋହ ଜିଲ୍ଲା ପ୍ରମୁଖ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ନୟାଗଡ଼ ଜିଲ୍ଲାର ବିଭିନ୍ନ ବିଦ୍ଯାଳୟର କୁନି କୁନି ଶିଶୁ ଖେଳାଳୀ ମାନଙ୍କ ଦ୍ବାରା ଏହି କ୍ରୀଡା ସମାରୋହରେ ୨୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ସକାଳ ୧୦ଟାରେ ମାଛିପଡା ଉଚ୍ଚ ବିଦ୍ଯାଳୟର ଖେଳ ଶିକ୍ଷକ ସନ୍ନ୍ଯାସୀ ପ୍ରଧାନ ମଶାଲ ପ୍ରଜ୍ବଳନ କରି କ୍ରୀଡା ସମାରୋହ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଭଲ ଖେଳାଳି ହୋଇ ଝିଲ୍ଲୀ ଦଳବେହେରା, ଶ୍ରାବଣୀ ନନ୍ଦ, ଦୂତିଚାନ୍ଦ ଓ ଦିଲ୍ଲୀପ ତିର୍କୀଙ୍କ ପରି ଓଡ଼ିଶାର ସୁନାମ ଅର୍ଜନ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହାପରେ ଦୌଡ଼, ଲମ୍ବଡିଆଁ,ଉଚ୍ଚ ଡିଆଁ, ଗୋଳା ଫିଙ୍ଗା, ଥାଳିଆ ଫିଙ୍ଗା, ବେଙ୍ଗ ଦୌଡ଼, ଆଳୁଚାମଚ ଦୌଡ, ସଂଗୀତ ଚୌକି ଆଦି ବିଭିନ୍ନ ପ୍ରକାର ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅପରାହ୍ନ ୦୪ ଟାରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏହି ଉତ୍ସବରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ପ୍ରଜ୍ବଳିତ ମଶାଲକୁ ଖିର ଢାଳି ନିର୍ବାପନ କରିବା ସହିତ କୁନିକୁନି ଛାତ୍ରଛାତ୍ରୀ ମାନଙ୍କୁ ପାଠପଢିବା ସହିତ ଖେଳ କୁଦରେ ମନୋନିବେଶ କଲେ ଶରୀର ସୁସ୍ଥ ରହିବ ବୋଲି କହିଥିଲେ। କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ପୁରସ୍କାର ପ୍ରଦାନ କରିଥିଲେ। ଆଜିର ଏହି ଜିଲ୍ଲା ସ୍ତରୀୟ କ୍ରୀଡା କାର୍ଯ୍ୟକ୍ରମକୁ ଖେଳ ଶିକ୍ଷକ ବିରଞ୍ଚି ନାରାୟଣ ବେହେରା,ଅନୁସୂୟା ସ୍ବାଇଁ, ପୁଷ୍ପାଞ୍ଜଳି ବାରିକ ଓ ଶୋଭା ରାଣୀ ସାହୁ ସଂଚାଳନ କରିଥିଲା ବେଳେ ସଂସ୍ଥାନର ଜିଲ୍ଲା କାର୍ଯ୍ଯକର୍ତ୍ତା ଅବିନାଶ ସାହୁ, ମନୋରଂଜନ ସାହୁ, ନଗେଶ କୁମାର ଖଣ୍ଡା,କାଳନ୍ଦୀଚରଣ ସାହୁ ସହଯୋଗ କରିଥିଲେ। ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ର ସମସ୍ତ ଗୁରୁଜୀ ଗୁରୁମା ମାନେ ଅକ୍ଳାନ୍ତ ପରିଶ୍ରମ କରି କାର୍ଯ୍ୟକ୍ରମକୁ ସଫଳ କରିବାରେ ମୁଖ୍ଯ ଭୂମିକା ନିର୍ବାହ କରିଥିଲେ। ସଂସ୍ଥାନର ଜିଲ୍ଲା ସଂଯୋଜକ ମନୋରଂଜନ ପଣ୍ଡା ଧନ୍ଯବାଦ ଅର୍ପଣ କରିଥିଲେ।
Related posts
-
ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ଦୁସ୍ଥ ଅସହାୟଙ୍କ ଆଶା ବାଡ଼ି
ନୟାଗଡ଼, (ନୟାଗଡ଼ ଦର୍ପଣ): ବାଉଁଶିଆ ପଡା ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ ଶ୍ରୀ ଜଗନ୍ନାଥ ବରିଷ୍ଠ ନାଗରିକ ମଞ୍ଚର... -
ରଜନୀଗନ୍ଧା ସାହିତ୍ୟ ପତ୍ରିକା ର ରୌପ୍ୟ ଜୟନ୍ତୀ ସମାରୋହ ଅନୁଷ୍ଠିତ
ନୟାଗଡ, (ନୟାଗଡ଼ ଦର୍ପଣ): ମୁକୁଳିତ ରଜନୀଗନ୍ଧା ସାହିତ୍ୟ ପତ୍ରିକା ର ରୌପ୍ୟ ଜୟନ୍ତୀ ସମାରୋହ ଆଜି ନୀଳମାଧବ ହୋଟେଲ ଠାରେ ପୂର୍ବାହ୍ନ... -
ସିରିୟସ୍ ଜୋନ୍ ଆୟୋଜିତ ନାଟକ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ମଞ୍ଚସ୍ଥ ହେଲା ନାଟକ “ଏବଂ କିଏ!”
January 18, 2025 Jajati Comments Off on ସିରିୟସ୍ ଜୋନ୍ ଆୟୋଜିତ ନାଟକ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ମଞ୍ଚସ୍ଥ ହେଲା ନାଟକ “ଏବଂ କିଏ!”ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମଠାରେ ଚାଲିଥିବା ନାଟକ ମହୋତ୍ସବର ଦ୍ଵିତୀୟ ସଂଧ୍ୟାରେ ବାଗଦେବୀ ଲିଟରେଚର ଟ୍ରଷ୍ଟ, ଭୁବନେଶ୍ବରର...