ଚିନ୍ମୟ ମିଶନ ପକ୍ଷରୁ ଗୀତାଶ୍ଳୋକ ଆବୃତ୍ତି ପ୍ରତିଯୋଗିତା

ନୟାଗଡ଼,(ନୟାଗଡ଼ ଦର୍ପଣ): ଚିନ୍ମୟ ମିଶନ ନୟାଗଡ଼ ଶାଖା ପକ୍ଷରୁ ଆଜି ପୂର୍ବାହ୍ନରେ ଗୀତା ଆବୃତ୍ତି ପ୍ରତିଯୋଗିତା ପିଟିଏସ ରୋଡ଼ରେ ଥିବା ଭାରତ ବିକାଶ ପରିଷଦ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୟାଗଡ଼ରେ ଥିବା ବିଭିନ୍ନ ଉଚ୍ଚ ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ,ତିରୁପତି ବିଶ୍ୱ ବିଦ୍ୟାଳୟ କୁଳପତି ସତ୍ୟନାରାୟଣ ଆଚାର୍ଯ୍ୟ, ଚିନ୍ମୟ ମିଶନ ଭୁବନେଶ୍ୱରର ଅଧ୍ୟକ୍ଷ ସ୍ୱାମୀ ଚିତଘନାନନ୍ଦ ସରସ୍ବତୀ ପ୍ରମୁଖ ଯୋଗଦାନ କରି ଆଜିକାଲି ଦୁନିଆରେ ଗୀତାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଚିନ୍ମୟ ମିଶନ ନୟାଗଡ଼ ଶାଖା ସଭାପତି ସୁରେନ୍ଦ୍ର ନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଘନଶ୍ୟାମ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ…

Read More

ରାଜ୍ୟସ୍ତରୀୟ ଯୁବ ସଂସଦ ପ୍ରତିଯୋଗିତାରେ ଶ୍ରେଷ୍ଠ ୫ରେ ଏନଏସି ହାଇସ୍କୁଲର ଛାତ୍ର ପ୍ରିୟରଞ୍ଜନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଭୁବନେଶ୍ୱର ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଯୁବ ସଂସଦ ପ୍ରତିଯୋଗିତା-୨୦୨୫ରେ ଶ୍ରେଷ୍ଠ ୫ରେ ନୟାଗଡ଼ ଏନଏସି ହାଇସ୍କୁଲର ଛାତ୍ର ପ୍ରିୟରଞ୍ଜନ ମିଶ୍ର କୃତିତ୍ୱ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ରାଜ୍ୟସ୍ତରୀୟ ଏହି ପ୍ରତିଯୋଗିତାରେ ୩୦ଟି ଜିଲାରୁ ୩୦ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ।  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ସଂସଦୀୟ ବ୍ୟାପାର ବିଭାଗର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ଠାରେ ଥିବା ରାଜ୍ୟ କୃଷି ଭବନ ପରିସରରେ ଅନୁଷ୍ଠିତ ଏକ ଛାୟା ପାର୍ଲିଆମେଣ୍ଟ ଅଧିବେଶନ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲାରୁ ପ୍ରତିନିଧିତ୍ୱ କରୁଥିବା ଏନଏସି ହାଇସ୍କୁଲର ଛାତ୍ର ପ୍ରିୟରଞ୍ଜନ  ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଭୂମିକାରେ ନିଖୁଣ ଅଭିନୟ କରି ଅତିଥି ମାନଙ୍କ ଠାରୁ ପୁରସ୍କୃତ ହୋଇଥିଲେ। ତାଙ୍କର ଏହି ଚମତ୍କାର ଅଭିନୟ ପାଇଁ ସମଗ୍ର ରାଜ୍ୟରେ ଶ୍ରେଷ୍ଠ ୫ଜଣଙ୍କ ମଧ୍ୟରେ ରହି…

Read More

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ବିଂଶତମ ବାର୍ଷିକ ଉତ୍ସବ ଉପଲକ୍ଷେ ରକ୍ତଦାନ ଶିବିର ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ବିଦ୍ଯାଳୟର ବିଂଶତମ ବାର୍ଷିକ ଉତ୍ସବ ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ନେତୃତ୍ବରେ ମହାସମାରୋହରେ ପାଳିତ ହୋଇ ଯାଇଛି। ସକାଳ ୧୦ଟା ସମୟରେ ଆୟୋଜିତ ରକ୍ତଦାନ ଶିବିରକୁ ବ୍ଳକ ଚେୟାରମ୍ୟାନ କିଶୋର ଚନ୍ଦ୍ର ସାହୁ ଓ ପ୍ରାକ୍ତନ ଉପବନ ସଂରକ୍ଷକ ସୁରେଶ ଚନ୍ଦ୍ର ହୋତା ଉଦଘାଟନ କରିଥିଲେ।ରକ୍ତଦାନ ଶିବିରରେ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଅପରାହ୍ନ ୦୧ଟା ସମୟରେ ବିଦ୍ଯାଳୟର ଉପଦେଷ୍ଟା ହରିହର ପାତ୍ରଙ୍କ ଅଧ୍ଯକ୍ଷତାରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏହି ଉତ୍ସବରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ମୂଲ୍ଯବୋଧ ଭିତ୍ତିକ ଶିକ୍ଷା ଉପରେ ବକ୍ତବ୍ଯ ଦେଇ ଅଭିଭାବକ ମାନେ ଏକ ସୁସ୍ଥ ସମାଜ ଗଠନ କରିବା ପାଇଁ…

Read More

ନୟାଗଡ଼ ପୂଜ୍ୟପୂଜା କମିଟି ପକ୍ଷରୁ ଯଦୁମଣି ଜୟନ୍ତୀ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ପୂଜ୍ୟପୂଜା କମିଟି ଆନୁକୂଲ୍ୟରେ ଉତ୍କଳ ଘଣ୍ଟ ଯଦୁମଣି ଜୟନ୍ତୀ ପାଳିତ ହୋଇଯାଇଛି। ସ୍ଥାନୀୟ ଗୋଦାବରୀ କଲ୍ୟାଣ ମଣ୍ଡପ ଠାରେ ସମାଜସେବୀ ଗୋଦାବରୀ ସାହୁଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ମହାନ ସାରସ୍ୱତ ସାଧକଙ୍କ ଜୟନ୍ତୀ ପରିପ୍ରେକ୍ଷୀରେ ଯଦୁମଣିଙ୍କ ତୈଳ ଚିତ୍ରରେ ପୂଜ୍ୟପୂଜା କମିଟି ସଭାପତି ଶିକ୍ଷାବିତ ପ୍ରସନ୍ନ କୁମାର ବସନ୍ତିଆ, ସଂପାଦକ ଶରତଚନ୍ଦ୍ର ଆଚାର୍ଯ୍ୟ, ଉପସଭାପତି ତଥା ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ଧୀରେନ୍ଦ୍ର କୁମାର ପଟ୍ଟନାୟକ, ଶ୍ରୀକାନ୍ତ କୁମାର ପଟ୍ଟନାୟକ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ଅବସରରେ ହାସ୍ୟକବିଙ୍କ ରଚନା ସମ୍ପର୍କରେ ବ୍ୟାପକ ଆଲୋଚନା କରିବା ସହ ଆଗାମୀଦିନରେ ଯଦୁମଣିଙ୍କ ଜୟନ୍ତୀକୁ ସଦର ମହକୁମାରେ ବ୍ୟାପକତା ସହ ପାଳନ କରିବା ନେଇ ପୂଜ୍ୟପୂଜା କମିଟି ପକ୍ଷରୁ ସ୍ଥିରୀକୃତ ହେଲା।

Read More

ସାହିତ୍ୟିକ ଓ ଶିକ୍ଷାବିତଙ୍କ ସଫଳତା

ନୟାଗଡ଼, (ନୟାଗଡ଼ ଦର୍ପଣ): ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ (Ministry of Information & Broadcasting) ତରଫରୁ ଶିକ୍ଷାବିତ୍, ସଂପାଦକ, ଭାଷାତତ୍ତ୍ୱବିତ୍, ସାହିତ୍ୟିକ, ଅନୁବାଦକ ଡ. ଜଗମୋହନ ଆଚାର୍ଯ୍ୟଙ୍କୁ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମି ସାର୍ଟିଫିକେସନର ପରାମର୍ଶଦାତା ପ୍ୟାନେଲ୍, କୋଲକାତା ରିଜନର ସଦସ୍ୟ ଭାବେ ମନୋନୀତ କରାଯାଇଛି।  ନୟାଗଡ଼ ଜିଲ୍ଲା କଣ୍ଟାବଣିଆ ଶାସନରେ ଜନ୍ମ ହୋଇଥିବା ଡ. ଆଚାର୍ଯ୍ୟ, ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରୁ ସଂସ୍କୃତ ସମ୍ମାନରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଇଂରାଜୀ, ସଂସ୍କୃତ, ଓଡ଼ିଆ ଓ ବଙ୍ଗଳା ଭାଷାରେ ଅନେକ ଗବେଷଣାତ୍ମକ ପୁସ୍ତକ ରଚନା କରିବା  ସହ ଓଡ଼ିଆ ଭାଷାର ଅନେକ ନାଟକ ମଧ୍ୟ ଉଭୟ ସଂସ୍କୃତ ତଥା ବଙ୍ଗଳା ଭାଷାରେ ଅନୁବାଦ କରିଛନ୍ତି। ସର୍ବଭାରତୀୟସ୍ତରର ରିସର୍ଚ୍ଚ ଜର୍ଣ୍ଣାଲ୍ “ଋତାୟନୀ” ର ସଂପାଦନା କରିଥିବା ବେଳେ ଭାରତୀୟ ଅନୁବାଦ ସାହିତ୍ୟର ଉପଦେଷ୍ଟାମଣ୍ଡଳୀର ସଦସ୍ୟ…

Read More

ଚିନ୍ମୟ ମିଶନ ପକ୍ଷରୁ ୧୧ରେ ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା

ନୟାଗଡ଼,(ନୟାଗଡ଼ ଦର୍ପଣ): ଚିନ୍ମୟ ମିଶନ, ନୟାଗଡ଼ ଶାଖା ପକ୍ଷରୁ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଶ୍ରୀମଦଭାଗବତଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା ଚଳିତ ମାସ ୧୧ ତାରିଖରେ ପିଟିଏସ ରୋଡ଼ରେ ଅବସ୍ଥିତ ଭାରତ ବିକାଶ ପରିଷଦ ଭବନରେ ଅନୁଷ୍ଠିତ ହେବ। ଜୁନିୟର ଏବଂ ସିନିୟର ଦୁଇଟି ବିଭାଗରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଚିନ୍ମୟ ମିଶନ ପକ୍ଷରୁ ପ୍ରମାଣ ପତ୍ର ସହିତ ପୁରସ୍କୃତ କରାଯିବ। ଏ ନେଇ ଏକ ପ୍ରସ୍ତୁତି ବୈଠକ ଚିନ୍ମୟ ମିଶନ, ନୟାଗଡ଼ ଶାଖା ସଭାପତି ସୁରେନ୍ଦ୍ରନାଥ ମହାପାତ୍ରଙ୍କ ପୌରୋହିତ୍ୟରେ ଭାରତ ବିକାଶ ପରିଷଦ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମିଶନ ସଂଯୋଜିକା ଶ୍ରାବଣୀ ମିଶ୍ର, ଅର୍ଥ ସଚିବ ପ୍ରଦୀପ କୁମାର ସାହୁଙ୍କ ସମେତ ସଦସ୍ୟ ଉଦୟନାଥ ନାୟକ, ଅରୁଣ କୁମାର ମହାନ୍ତି,ପ୍ରସନ୍ନ କୁମାର ବସନ୍ତିଆ, ପ୍ରଫୁଲ…

Read More

ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ଜନ୍ମ ଜୟନ୍ତୀ ଅବସରରେ ପୁଷ୍ପମାଲ୍ଯାର୍ପଣ

ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡିଶାର ଯେଉଁ ବ୍ଯକ୍ତି ପ୍ରଥମେ ମହାତ୍ମା ଗାନ୍ଧୀଙ୍କୁ ସାକ୍ଷାତ କରି ଓଡ଼ିଆଙ୍କ ଦୁରବସ୍ଥା ଓ ଦୁଃଖ ଦୁର୍ଦ୍ଦଶା ଜଣାଇ ଥିଲେ ସେ ହେଉଛନ୍ତି ଗାନ୍ଧୀ ବାଦୀ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ର। ଓଡିଶାର ମହାନାୟକ ଗାନ୍ଧୀଙ୍କ ପ୍ରିୟ ଓଡିଆ ପୂଜ୍ୟ ବିପ୍ଳବୀ ଶ୍ରୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ଙ୍କର ୧୩୫ତମ ଜୟନ୍ତୀ ଅବସରରେ ଆଜି ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ସ୍ଥାପିତ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯାର୍ପଣ କରାଯାଇଛି। ସଂଗ୍ରାମୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ସ୍ମ୍ରତି ପରିଷଦ ସଂପାଦକ ପ୍ରଦୀପ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ସ୍ମୃତି ଚାରଣ କରିଥିଲେ। ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ଥିଲେ…

Read More

ସମ୍ବାଦ ପରମ୍ପରା ଓ ନୟାଗଡ ଲାଇଟ୍ ର ଜନ୍ମୋତ୍ସବ

ସମାଜ ସଂସ୍କାର ସମସ୍ତ ସାମ୍ବାଦିକ ମାନଙ୍କର ଦାୟିତ୍ଵ ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡରୁ ପ୍ରକାଶିତ ସାପ୍ତାହିକ ସମ୍ବାଦ ପତ୍ର ‘ସମ୍ବାଦ ପରମ୍ପରା’  ଓ ଇଂରାଜୀ ପାକ୍ଷିକ ‘ନୟାଗଡ ଲାଇଟ୍’ର  ୨୪ ତମ ଏବଂ ୯ମ ଜନ୍ମୋତ୍ସବ ସ୍ଥାନୀୟ କେ.ସି. କ୍ଲବ୍ ଠାରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଏବଂ ନୟାଗଡ ପୌରପରିଷଦର ଅଧ୍ୟକ୍ଷା ନିରୁପମା ଖଟେଇ, ପ୍ରାକ୍ତନ ଅଧ୍ୟକ୍ଷ ଜନାବ୍ ଓମାର ମଲିକ୍ ଓ ଅଶୋକ କୁମାର ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନେ କହିଥିଲେ ଯେ, ସମାଜ ସଂସ୍କାର ସମସ୍ତ ସାମ୍ବାଦିକମାନଙ୍କର ଗୁରୁ ଦାୟିତ୍ବ ହେବା ଆବଶ୍ୟକ। ସାମ୍ବାଦିକମାନଙ୍କ ବିନା ଶାନ୍ତି ଓ ପ୍ରଗତି ଅସମ୍ଭବ। ଇତ୍ୟ ଅବସରରେ ଏକ ଶୀତ କବିତା ପାଠୋତ୍ସବର ଆୟୋଜନ କରାଯାଇଥିଲା ଏବଂ ଏଥିରେ…

Read More

ବିଶ୍ୱବିଖ୍ୟାତ ଅର୍ଥନୀତି ବିଶାରଦ ତଥା ଭାରତରେ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଡ଼. ମନମୋହନ ସିଂଙ୍କ ବିୟୋଗରେ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭାଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶ୍ୱବିଖ୍ୟାତ ଅର୍ଥନୀତି ବିଶାରଦ ତଥା ଭାରତର ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଡ଼. ମନମୋହନ ସିଂଙ୍କ ବିୟୋଗରେ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭାପଞ୍ଚାୟତ ସମିତି ସଭାଗୃହରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଶ୍ରଦ୍ଧାଞ୍ଜଳି ସଭାରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ ସଭାପତିତ୍ବ କରିଥିବା ବେଳେ ମାନ୍ୟବର ବିଧାୟକ ଡ଼. ଅରୁଣ କୁମାର ସାହୁ ଯୋଗଦେଇ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଡ଼. ମନମୋହନ ସିଂ ଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହିତ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୁତି ଚାରଣ କରିଥିଲେ। ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ପୋୖରାଞ୍ଚଳ ଅଧକ୍ଷା ନିରୁପମା ଖଟେଇ, ବିଶ୍ଵନାଥ ମହାପାତ୍ର, ବରିଷ୍ଠ ଆଇନଜୀବୀ ରଣଜିତ ଦାସ, ବିଜେପି ନେତା ସନ୍ତୋଷ ପ୍ରଧାନ, ଓଡ଼ଗାଁ ବ୍ଲକ ଅଧକ୍ଷ ଲୋକନାଥ ସାହୁ ଯୋଗଦେଇ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଡ଼. ମନମୋହନ…

Read More

ଧରିତ୍ରୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନର ଜିଲ୍ଲାସ୍ତରୀୟ ପରାମର୍ଶ ବୈଠକ “ମନ୍ଥନ ଶିବିର”

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଦିଲିପ କୁମାର ବଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଧରିତ୍ରୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନର ଜିଲ୍ଲାସ୍ତରୀୟ ପରାମର୍ଶ ବୈଠକ “ମନ୍ଥନ ଶିବିର” ଅନୁଷ୍ଠିତ ହୋଇଥିଲା। ସର୍ବପ୍ରଥମେ ଜିଲ୍ଲା ମଙ୍ଗଳ ଅଧିକାରୀ ଦୟାନିଧି ନାୟକ ସମସ୍ତଙ୍କୁ ମନ୍ଥନ ଶିବିରକୁ ସ୍ୱାଗତ କରିବା ସହ ସୁଚିନ୍ତିତ ମତାମତ ପ୍ରଦାନ କରିବା ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ । ଧରିତ୍ରୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ସ ଅଭିଯାନ ଅନ୍ତର୍ଗତ ନୟାଗଡ଼ ଜିଲ୍ଲାର ମୋଟ ୧୧୩ଟି ଅନୁସୂଚିତ ଜନଜାତି ବହୁଳ ଗ୍ରାମର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଶିବିରରେ ଆଲୋଚନା କରାଗଲା । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ବିଶ୍ୱସ୍ୱରୁପ ସାହୁ, ଶ୍ୱେତା ମିଶ୍ର ଓ  ଶ୍ରଦ୍ଧାଂଜଳି ହୋତା ଉପସ୍ଥିତ ରହି…

Read More