ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓକିଲ ସଂଘର ବହୁ ପ୍ରତିକ୍ଷିତ ନିର୍ବାଚନ ଶେଷ ହୋଇଯାଇଛି। ଏହି ନିର୍ବାଚନରେ ସଭାପତି ଭାବରେ ଶ୍ରୀଯୁକ୍ତ ରଣଜିତ୍ ଦାଶ ଏବଂ ସମ୍ପାଦକ ଭାବରେ ଶ୍ରୀଯୁକ୍ତ ସ୍ୱଦେଶ ମିଶ୍ର ପୁନର୍ବାର ବିଜୟୀ ହୋଇଛନ୍ତି। ସଙ୍ଘର ସଦସ୍ୟମାନେ ସେମାନଙ୍କ କାର୍ଯ୍ୟଦକ୍ଷତା ଉପରେ ପୁଣିଥରେ ଭରସା ପ୍ରକଟ କରିଛନ୍ତି। ଆଗାମୀ ଦିନରେ ସଂଘର ଉନ୍ନତି ଓ ଆଇନଜୀବୀଙ୍କ ସ୍ୱାର୍ଥ ରକ୍ଷା ଦିଗରେ ଉଭୟ ସଭାପତି ଓ ସଂପାଦକଙ୍କ ପ୍ରୟାସ ଜାରି ରହୁ।
Read MoreCategory: ନୟାଗଡ଼ ବ୍ଲକ
କିଡଜି ପ୍ରି ସ୍କୁଲର ୧ମ ବାର୍ଷିକ ଉତ୍ସବ ‘ଫାଣ୍ଟାସିଆ’ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଟାଉନ୍ ଥାନା ନିକଟରେ ଅବସ୍ଥିତ କିଡଜି ପ୍ରି ସ୍କୁଲର ୧ତମ ବାର୍ଷିକ ଉତ୍ସବ “ଫାଣ୍ଟାସିଆ” ଗତ କାଲି ପଠାଣି ସାମନ୍ତ ସଂସ୍କୃତି ଭବନ ପରିସର ରେ ମହା ସମୋରୋହ ରେ ପାଳିତ ହେଇଯାଇଛି । ଉତ୍ସବରେ ସ୍କୁଲ ର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ ଶ୍ରୀଯୁକ୍ତ ଅବିନାଶ ସାହୁଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ପୌରପରିଷଦ ର ଅଧକ୍ଷା ଶ୍ରୀମତୀ ନିରୁପମା ଖଟେଇ ଓ ସମ୍ମାନିତ ଅତିଥି ଭାବେ ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧକ୍ଷ ଏମ. ଡି ଉମର ମଲ୍ଲିକ ଯୋଗଦେଇଥିଲେ ଏବଂ ସ୍କୁଲ୍ ର ମୁଖ୍ୟ ପରି ଚାଳିକ ଶ୍ରୀମତୀ ପ୍ରିୟଙ୍କା ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଅନୁଷ୍ଠିତ ଉତ୍ସବରେ ଛାତ୍ର ଛାତ୍ରୀ ମାନଙ୍କୁ ସମସ୍ତ ବାର୍ଷିକ ପ୍ରତିଯୋଗିତା ଗୁଡ଼ିକର କୃତି ପୁରସ୍କାର ପ୍ରଦାନ କରାଯାଇଥିଲା…
Read Moreନୟାଗଡ଼ କଲେଜରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
ପରୀକ୍ଷା ନୋଟିସ୍ ପ୍ରତ୍ୟାହାର, ଏପ୍ରିଲ ଶେଷ ସୁଦ୍ଧା ସରିବ ସିଲାବସ୍ ନୟାଗଡ଼, (ନୟାଗଡ଼ ଦର୍ପଣ): ସିଲାବସ୍ ଶେଷ ନହୋଇ ପରୀକ୍ଷା ଘୋଷଣାକୁ ବିରୋଧ କରି ଆଜି ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର +୩ ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇଥିଲେ। କଲେଜ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି ବିରୋଧରେ ଶତାଧିକ ଛାତ୍ରଛାତ୍ରୀ ବିକ୍ଷୋଭ କରିବାରୁ କ୍ୟାମ୍ପସରେ ଉତ୍ତେଜନା ପ୍ରକାଶ ପାଇଥିଲା। ଛାତ୍ରଛାତ୍ରୀମାନେ ରାଜରାସ୍ତାରେ ବସି ନୟାଗଡ଼ ଓଡ଼ଗାଁ ରାସ୍ତାକୁ ଅବରୋଧ କରିଥିଲେ। ପୋଲିସ୍ ସେମାନଙ୍କୁ ବୁଝାସୁଝା କରି ରାସ୍ତା ଅବରୋଧକୁ ହଟାଇଥିଲେ। କଲେଜ ପରିଚାଳନା କମିଟି ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ତାଙ୍କ କାର୍ଯ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପ୍ରତିନିଧି ଏବଂ କଲେଜ ପ୍ରିନ୍ସିପାଲଙ୍କ ସହ ଆଲୋଚନା କରିଥିଲେ। ପରୀକ୍ଷା ନୋଟିସକୁ ପ୍ରତ୍ୟାହାର କରିବା ପାଇଁ ପ୍ରିନ୍ସିପାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମତୀ ଦାସ୍। ଆସନ୍ତା ଏପ୍ରିଲ ଶେଷ ସୁଦ୍ଧା ସିଲାବସ୍ ଶେଷ କରିବାକୁ ବିଭାଗୀୟ…
Read More‘ଦର୍ଶନ’ ପକ୍ଷରୁ ପୂଜ୍ୟପୂଜା ସମ୍ମାନ ଓ ବନ୍ଧୁ ମିଳନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଦୈନିକ ଖବରକାଗଜ ଦର୍ଶନ ପକ୍ଷରୁ ଆଜି ନୟାଗଡ଼ ସାମ୍ବାଦିକ ଭବନ ପରିସରରରେ ପୂଜ୍ୟପୂଜା ସମ୍ମାନ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରତିନିଧି ଜନ୍ମେଜୟ ମହାନ୍ତିଙ୍କ ଆବାହକତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇ ବିଶ୍ୱରେ ସୃଷ୍ଟି ହୋଇଥିବା ଭୟାନକ ପରିସ୍ଥିତି ସମ୍ପର୍କରେ ଆଲୋଚନା ରଖିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ନଗରପାଳ ନିରୂପମା ଖଟେଇ, ବିଜେପି ନେତ୍ରୀ ଲକ୍ଷ୍ମୀପ୍ରିୟା ପଣ୍ଡା ପ୍ରମୂଖ ଯୋଗ ଦେଇଥିଲେ । ଦର୍ଶନ ଖବରକାଗଜ ସମ୍ପାଦକ ବିଭୂତି ଭୂଷଣ ନାୟକ, ସହ ସମ୍ପାଦିକା ପ୍ରସମିତା ମହାନ୍ତି ପ୍ରମୂଖ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ନୟାଗଡ ସକାଳ ଜିଲ୍ଲା ପ୍ରତିନିଧି ଅନିଲ କୁମାର ପଣ୍ଡା ଙ୍କୁ ସମ୍ବର୍ଦ୍ଧିତ…
Read Moreସାଇ ହେଲଥ କେୟାର ଏବଂ ଫିଜିଓଥେରାପି କ୍ଲିନିକ୍ ଉଦଘାଟିତ ସହ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଇଟାମାଟି ଗ୍ରାମର ଫିଲ୍ମ ହଲ ପାଖରେ ନୂତନ ଭାବେ ସାଇ ହେଲଥ କେୟାର ଏଵଂ ଫିଜିଓ ଥେରାପି କ୍ଲିନିକ୍ ଉଦଘାଟନ ହେଇଯାଇଛି ଉକ୍ତ ଉଦଘାଟନ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରୋଜିନା ଦାସ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ନୟାଗଡ଼ ତହସିଲଦାର ରାଜେଶ ସ୍ବାଇଁ ଇଟାମାଟି ସରପଞ୍ଚ ଶ୍ରୀମତୀ ସ୍ଵପ୍ନେଶ୍ଵରୀ ସେଠି, ପ୍ରତିଷ୍ଠିତ ବ୍ୟବସାୟୀ ବଳଭଦ୍ର ଚିନରା, ସତ୍ୟଭାମା ଦେଇ, ବିଜୟ କୁମାର ସାଥୁଆ, ଅଶୋକ ନାୟକ ଭାଗିରଥୀ ବାଇ, ସବିତା ମଞ୍ଜରୀ, ସାଇ ସ୍ବରାଜ, ସାଇ ହେଲଥ କେୟାର ତଥା ସାଇ ସିଦ୍ଧି ଫାଉଣ୍ଡେସନର ପ୍ରତିଷ୍ଠାତା ସାଇ ଶୁଭମ୍ ଏବଂ ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ। ଏହି ପରିପ୍ରେକ୍ଷୀରେ ଡଃ ଗୌତମ ବେନିଆ ଡଃ ସତ୍ୟବ୍ରତ ପାଣିଗ୍ରାହୀ ସମସ୍ତ ରୋଗୀଙ୍କୁ ଚିକିତ୍ସା ଓ ପରାମର୍ଶ ଦେଇଥିଲେ (ଫିଜିଓଥେରାପି ଚିକିତ୍ସା) ତଥା ଅଣ୍ଟା…
Read Moreନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟରେ ଇଣ୍ଟର୍ନସିପ୍ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ନୟାଗଡ଼ ପ୍ରଜାମଣ୍ଡଳ ମହିଳା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଜାତୀୟ ଶିକ୍ଷା ନୀତି (NEP) ଏବଂ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ମାର୍ଗଦର୍ଶିକା ଅନୁଯାୟୀ ଚତୁର୍ଥ ସେମିଷ୍ଟାର ଛାତ୍ରୀମାନଙ୍କ ପାଇଁ ଏକ ‘ଇଣ୍ଟର୍ନସିପ୍ ଓରିଏଣ୍ଟେସନ୍’ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ୟୁଥ୍ ରେଡକ୍ରସ୍ ସଂଯୋଜିକା ଶ୍ରୀମତୀ ମୀନାକ୍ଷୀବାଳା ମିଶ୍ର ସଂଯୋଜନା କରିଥିବା ବେଳେ ଓଡ଼ିଶା ନଲେଜ୍ କର୍ପୋରେସନ୍ ଲିମିଟେଡ୍ (OKCL)ର ଲର୍ଣ୍ଣିଂ କୋଅର୍ଡିନେଟର ଶ୍ରୀ ଧୀରେନ୍ଦ୍ର କୁମାର ପଟ୍ଟନାୟକ ରିସୋର୍ସ ପର୍ସନ ଭାବେ ଯୋଗ ଦେଇଥିଲେ। ଶ୍ରୀ ପଟ୍ଟନାୟକ ଛାତ୍ରୀମାନଙ୍କୁ ଆଧୁନିକ ଯୁଗର ବିଭିନ୍ନ ବୈଷୟିକ କୌଶଳ ଯଥା- ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI), ୱେବ୍ ଡିଜାଇନ୍, ଟାଲି (Tally) ଏବଂ ଆଡଭାନ୍ସଡ୍ ଏକ୍ସେଲ୍ ଉପରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ସାମ୍ପ୍ରତିକ ସମୟରେ ଏହି ଡିଜିଟାଲ୍ କୌଶଳଗୁଡ଼ିକ କିଭଳି…
Read Moreନୟାଗଡ଼ରେ ଷଷ୍ଠ ରାଜ୍ୟସ୍ତରୀୟ ନାଟ୍ୟ ମେଳା: ମଞ୍ଚସ୍ଥ ହେଲା ଭାବପୂର୍ଣ୍ଣ ନାଟକ ‘ବଧୂ ବିଦାୟ’
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ନାଟ୍ୟଧାରା’ ପକ୍ଷରୁ ଆୟୋଜିତ ଷଷ୍ଠ ରାଜ୍ୟସ୍ତରୀୟ ନାଟ୍ୟ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ଏକ ମର୍ମସ୍ପର୍ଶୀ ନାଟକ ‘ବଧୂ ବିଦାୟ’ ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମଠାରେ ସଫଳତାର ସହ ମଞ୍ଚସ୍ଥ ହୋଇଯାଇଛି। ଭୁବନେଶ୍ୱରର ବିଶିଷ୍ଟ ନାଟ୍ୟ ଅନୁଷ୍ଠାନ ‘ପଞ୍ଚଧ୍ୱନି ନାଟ୍ୟ ପରିଷଦ’ ଦ୍ୱାରା ପରିବେଷିତ ଏହି ନାଟକଟି ଦର୍ଶକଙ୍କ ମନକୁ ବେଶ୍ ଆନ୍ଦୋଳିତ କରିଥିଲା। ସାମାଜିକ ଚେତନାର ବାର୍ତ୍ତାନାଟକଟିର ମୂଳ କଥାବସ୍ତୁ ସମାଜରେ ଝିଅ ଓ ବୋହୂ ମଧ୍ୟରେ ଥିବା ପ୍ରଭେଦ ଏବଂ ମାନସିକତା ଉପରେ ପର୍ଯ୍ୟବେସିତ। ନିଜ ଝିଅ ବିଦାୟ ବେଳେ ପରିବାର ଯେଉଁ କଷ୍ଟ ଅନୁଭବ କରେ, ସେହି ସମାନ ସ୍ନେହ ଓ ସମ୍ମାନ କାହିଁକି ଜଣେ ବୋହୂକୁ ମିଳେ ନାହିଁ—ଏହି ପ୍ରଶ୍ନକୁ ନାଟକ ମାଧ୍ୟମରେ ଅତି ଚମତ୍କାର ଭାବେ ଉପସ୍ଥାପନ କରାଯାଇଛି। ରକ୍ତର ସମ୍ପର୍କ ନଥାଇ…
Read Moreକୁସୁମାଞ୍ଜଳିର ୫ମ ସ୍ଵନକ୍ଷତ୍ର ଉତ୍ସବ ଅନୁଷ୍ଠିତ
ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡରୁ ପ୍ରକାଶିତ ହେଉଥିବା କୁସୁମାଞ୍ଜଳୀର ୫ମ ସ୍ଵନକ୍ଷତ୍ର ଉତ୍ସବ ଓ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଆଜି ନୟାଗଡର ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ପତ୍ରିକାର ସଭାପତି ଗୋଲକ ବିହାରୀ ନାୟକ ସଭାପତିତ୍ବ କରିଥିଲାବେଳେ ନୟାଗଡ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଏହାକୁ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକ ଓ ବିଶିଷ୍ଟ ଅତିଥି ଭାବେ ସୁବକ୍ତା ଗୋଦାବରୀ ବସନ୍ତିଆ ଯୋଗଦେଇଥିଲେ । ଅତିଥି ମାନେ ସେମାନଙ୍କର ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ ବର୍ତ୍ତମାନ ଯୁଦ୍ଧ ବିଭୀଷିକା ସମୟରେ ଅଶାନ୍ତ ପରିବେଶ ମଧ୍ୟରେ କବିମାନେ ସେମାନଙ୍କର କବିତାର ଲାଳିତ୍ୟରେ ସମାଜକୁ କିଛି ଦିଗ୍ ଦର୍ଶନ ଦେବା ଏବଂ ଦେଶରେ ଶାନ୍ତି ପ୍ରତିଷ୍ଠା ଦିଗରେ ଆଲୋକପାତ କରିଛନ୍ତି। ଏହା ଦେଶ…
Read Moreକିଚେନ୍ ଗାର୍ଡେନ୍ ସମ୍ବନ୍ଧୀୟ କର୍ମଶାଳା
ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଶା ସରକାରଙ୍କର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅଧୀନସ୍ଥ ପରିବେଶ ଅଧ୍ୟୟନ କେନ୍ଦ୍ର ପ୍ରାୟୋଜିତ କିଚେନ ଗାର୍ଡେନିଙ୍ଗ ସମ୍ବନ୍ଧିତ ଏକ ଦିବସୀୟ ଦକ୍ଷତା ବିକାଶ କର୍ମଶାଳା ସ୍ଥାନୀୟ ମଡେଲ ଡିଗ୍ରୀ କଲେଜଠାରେ ଅନୁଷ୍ଠିତ ହୋଇଯାଇଅଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ପୌରୋହିତ୍ୟରେ ଏହି କର୍ମଶାଳାର ଆୟୋଜକ ରୀତିଶ୍ରୀ ମଲ୍ଲିକ ଶିବିର ପରିଚାଳନା କରିଥିଲେ। ବିଶେଷଜ୍ଞ ଭାବେ ଡକ୍ଟର ସୌଜନେନ୍ଦ୍ର ସ୍ବାଇଁ, ଗୋପାଳ ଚନ୍ଦ୍ର ମହାପାତ୍ର ଓ ସୁଶାନ୍ତ କୁମାର ମିଶ୍ର ଯୋଗଦାନ ଦେଇ ଭିନ୍ନ ଭିନ୍ନ ବୈଷୟିକ କୌଶଳ ବିଷୟରେ ଜ୍ଞାନ ପ୍ରଦାନ କରିଥିଲେ। କିଚେନ ଗାର୍ଡେନିଙ୍ଗର ମହତ୍ତ୍ବ ତଥା ଦୈନନ୍ଦିନ ଜୀବନରେ ନିଜ ଦ୍ବାରା ପ୍ରସ୍ତୁତ ଉଦ୍ୟାନର ପନିପରିବା ଖାଇବା ଦ୍ବାରା ବିଷମୁକ୍ତ ଖାଦ୍ୟ ପାଇବା ତଥା ସ୍ବାବଲମ୍ବୀ ହେବାର ଏହା ଏକ ମାଧ୍ୟମ ହେବା ନେଇ ଆଲୋଚନା…
Read Moreଚିନ୍ମୟ ମିଶନ ପକ୍ଷରୁ ହନୁମାନ ଚାଳିଶା ପଠନ ଏବଂ ସମୂହ ପ୍ରସାଦ ସେବନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଚିନ୍ମୟ ମିଶନ ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ସ୍ଥାନୀୟ ତ୍ରିନାଥ ଛକସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ହନୁମାନ ଚାଳିଶା ପଠନ ଏବଂ ସମୂହ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରେନ୍ଦ୍ରନାଥ ମହାପାତ୍ର ଏବଂ ସମ୍ପାଦକ ଘନଶ୍ୟାମ ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହନୁମାନ ଚାଳିଶା ପଠନରେ ଅନୁଷ୍ଠାନର ଉପସ୍ଥିତ ସଦସ୍ୟମାନେ ଥରେ ଥରେ ହନୁମାନ ଚାଳିଶା ପାଠ କରି ସର୍ଵମଙ୍ଗଳ କାମନା କରିଥିଲେ। ପରେ ସମୂହ ପ୍ରସାଦ ସେବନ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁ ଏବଂ ଭକ୍ତମାନେ ପ୍ରସାଦ ସେବନ କରିଥିଲେ। ଅନୁଷ୍ଠାନର ସଂଯୋଜିକା ଶ୍ରାବଣୀ ମିଶ୍ରଙ୍କ ସମେତ ସଦସ୍ୟ ଦୁର୍ଯ୍ୟୋଧନ ସାହୁ, ହରିହର ମିଶ୍ର, ଡ.ସନ୍ତୋଷ କୁମାର ସାହୁ, ସୁଶାନ୍ତ କୁମାର ସାହୁ, ଉଦୟନାଥ ମହାନ୍ତି, କୃଷ୍ଣପ୍ରିୟା ଦାଶଙ୍କ ସମେତ ଅନେକ ଭକ୍ତ ଏବଂ ଶ୍ରଦ୍ଧାଳୁମାନେ ଏହି ପ୍ରସାଦ ସେବନ…
Read More