ପ୍ରଧାନ ଶିକ୍ଷକ ଏବଂ ସହକାରୀ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲଜ ଅନ୍ତର୍ଗତ ବଉଳସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନମୋହନ ସେଠି ଏବଂ ନାଗମୁଣ୍ଡୁଳି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ନିତ୍ୟାନନ୍ଦ ସାହୁଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବଉଳସାହି ବିଦ୍ୟାଳୟର ସହକାରୀ ଶିକ୍ଷକ ସୁଦର୍ଶନ ବରାଡ଼ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ପ୍ରଧାନ ଶିକ୍ଷକ ଶ୍ରୀ ସେଠି ଜଣେ ଆଦର୍ଶ ଶିକ୍ଷକ ଏବଂ ତାଙ୍କର କର୍ତ୍ତବ୍ୟପରାୟଣତା ପାଇଁ ସବୁଦିନ  ମନେ ରହିବେ ବୋଲି ଉପସ୍ଥିତ ଅତିଥି ମନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଓକେସିଏଲ, ଭୁବନେଶ୍ୱର ଏବଂ କମ୍ପୁଟର ଲର୍ଣ୍ଣି ସେଣ୍ଟର, ଶଙ୍ଖେଇ ଦ୍ୱାରା ଆୟୋଜିତ ଅଲମ୍ପିଆଡ ପ୍ରତିଯୋଗିତାରେ ବଉଳସାହି ବିଦ୍ୟାଳୟର ୧୦ ଜଣ ଛାତ୍ରଛାତ୍ରୀଙ୍କୁ  ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ନାଗମୁଣ୍ଡୁଳି ବିଦ୍ୟାଳୟରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ପ୍ରଧାନ ଶିକ୍ଷକ…

Read More

ସହୀଦ କଷ୍ଟିଡାକୁଆ ଭବନରେ ଶ୍ରମିକ ଦିବସ

ନୟାଗଡ଼, (ନୟାଗଡ଼ ଦର୍ପଣ): ଐତିହାସିକ ମଇଦିବସ ଅବସରରେ ସିଆଇଟିୟୁ ପକ୍ଷରୁ ନୟାଗଡ଼ସ୍ଥ ସହୀଦ କଷ୍ଟିଡାକୁଆ ଭବନରେ ଆନ୍ତର୍ଜାତିକ ଶ୍ରମିକ ଦିବସ ଶ୍ରମିକ ନେତା ପବିତ୍ର ଇନ୍ଦ୍ରଜିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସିଆଇଟିୟୁର ବରିଷ୍ଠ ନେତା ବିଶ୍ଵନାଥ ମହାପାତ୍ର ଶ୍ରମିକ ଶ୍ରେଣୀର ପ୍ରତୀକ ରକ୍ତପତାକା ଉତ୍ତୋଳନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ୧୮୮୬ମସିହା ମଇ ପହିଲାରେ ଆମେରିକାର ଚିକାଗୋ ସହରରେ ଘଟିଥିବା ଐତିହାସିକ ଶ୍ରମିକ ଆନ୍ଦୋଳନ ଓ ରକ୍ତ ବିନିମୟରେ ଶ୍ରମ ଦିବସକୁ ଆଠ ଘଣ୍ଟାରେ ସୀମିତ କରି ପାରିବାର ବୀରତ୍ୱପୂର୍ଣ ଲଢେଇର ଗୌରବମୟ ଅଧ୍ୟାୟକୁ ସଭାରେ ବିଶଦ ଭାବେ ଆଲୋଚନା କରିଥିଲେ କମ୍ରେଡ୍ ମହାପାତ୍ର। ପାଚିକା ୟୁନିଅନ ପକ୍ଷରୁ କୁନୀ ପ୍ରଧାନ, ଆଶା ୟୃନିଅନ ପକ୍ଷରୁ ପ୍ରତିଭା ବେହେରା, ସିକ୍ୟୁରିଟି ୟୁନିଅନ ପକ୍ଷରୁ ଉମାକାନ୍ତ ମହାପାତ୍ର ଓ ମନୋଜ ସାହୁ, କୃଷକ ସଂଗଠନ ପକ୍ଷରୁ…

Read More

ପୂଜ୍ୟପୂଜା କମିଟି ପକ୍ଷରୁ ମଧୁ ବାବୁ ଜୟନ୍ତୀ ପାଳିତ

ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ ପୂଜ୍ୟପୂଜା କମିଟି ପକ୍ଷରୁ ପଗଡ଼ି ପୁରୁଷ ମଧୁ ବାବୁଙ୍କ ଜୟନ୍ତୀ ସ୍ଥାନୀୟ ନୀଳମାଧବ ହୋଟେଲ ପରିଷରରେ ପାଳିତ ହୋଇଯାଇଛ। ପୂଜ୍ୟ ପୂଜା କମିଟି ପକ୍ଷରୁ ଗୋଦାବରୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ୱାଦିକ ରାମକୃଷ୍ଣ ରଥ ମଧୁବାବୁ କିଭଳି କୋଟି ଓଡ଼ିଆର ପ୍ରାଣ ବିନ୍ଦୁ ଥିବା ସହ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଆଦ୍ୟ ଉଦ୍ୟୋକ୍ତା ଥିଲେ, ଓଡ଼ିଆ ଜାତି, ମାଟି ମା ପାଇଁ ତାଙ୍କ ଜୀବନ କିଭଳି ଉତ୍ସର୍ଗୀକୃତ ଥିଲା ତାର ଅବତାରଣା କରିବାସହ କୁଳବୃଦ୍ଧ ମଧସୂଦନଙ୍କ ରଚିତ ଜାତୀୟତା ବାଦି କବିତାର ପଂକ୍ତି ଉଦ୍ଧାର କରିଥିଲେ। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ କମିଟି ପକ୍ଷରୁ ତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରୋଟାରିଆନ ଧିରେନ୍ଦ୍ର ପଟ୍ଟନାୟକ, ଶିକ୍ଷାବିତ୍ ନିରଞ୍ଜନ ମିଶ୍ର, ମନୋରଞ୍ଜନ…

Read More

ରୋଟାରୀ କ୍ଲବ୍ ନୟାଗଡ଼ ପକ୍ଷରୁ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ ପାଳନ

ନୟାଗଡ଼, (ନୟାଗଡ଼ ଦର୍ପଣ): ରୋଟାରୀ କ୍ଲବ୍ ନୟାଗଡ଼ ପକ୍ଷରୁ ରୋଟାରୀ କ୍ଲବର ପ୍ରତିଷ୍ଠାତା ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ ପାଳିତ ହୋଇଯାଇଛି। କ୍ଲବ୍‌ର ସଭାପତି ବସିରନ ବିବିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରୋଟାରୀର ସେବା ଓ ଆଦର୍ଶ ସମ୍ପର୍କରେ ଆଲୋଚନା କରାଯାଇଥିଲା। ପଲ୍ ହ୍ୟାରିସ୍ ୧୮୬୮ମସିହା ଅପ୍ରେଲ ୧୯ରେ ଜନ୍ମଗ୍ରହଣ କରିଥିଲେ। ୧୯୦୫ ମସିହାରେ ନିଜର କିଛି ବନ୍ଧୁ ମାନଙ୍କୁ ନେଇ ଆମେରିକା ର ଚିକାଗୋ ସହରରେ ରୋଟାରୀ କ୍ଲବ ର ସ୍ଥାପନା କରିଥିଲେ। ଏହି ଅବସରରେ ନୟାଗଡ଼ର ପ୍ରସିଦ୍ଧ ‘ଛେନାପୋଡ଼’ କାଟି ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ ପାଳନ କରାଯାଇଥିଲା, ଯାହା ଏହି ଉତ୍ସବରେ ଏକ ନିଆରା ପରମ୍ପରା ସୃଷ୍ଟି କରିଥିଲା। ଉପସ୍ଥିତ ରୋଟାରିଆନ ମାନେ ପଲ୍ ହ୍ୟାରିସ୍‌ଙ୍କ ସ୍ମୃତି ଚାରଣ କରିବା ସହ ବିଶ୍ୱଶାନ୍ତି ଓ ସମାଜ ସେବା କ୍ଷେତ୍ରରେ ତାଙ୍କର ଅବଦାନ ସମ୍ପର୍କରେ…

Read More

ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ଜିଲ୍ଲା ସ୍ତରୀୟ ତିରୋଧାନ ଦିବସ ପାଳିତ

ଓଡିଶାର ଯେଉଁ ବ୍ଯକ୍ତି ପ୍ରଥମେ ମହାତ୍ମା ଗାନ୍ଧୀଙ୍କୁ ସାକ୍ଷାତ କରି ଓଡ଼ିଆଙ୍କ ଦୁରବସ୍ଥା ଓ ଦୁଃଖ ଦୁର୍ଦ୍ଦଶା ଜଣାଇ ଥିଲେ ସେ ହେଉଛନ୍ତି ଗାନ୍ଧୀ ବାଦୀ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ର। ଓଡିଶାର ମହାନାୟକ ଗାନ୍ଧୀଙ୍କ ପ୍ରିୟ ଓଡିଆ ପୂଜ୍ୟ ବିପ୍ଳବୀ ଶ୍ରୀ ମିଶ୍ର ଙ୍କର ତିରୋଧାନ ଦିବସ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ ଓ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ସ୍ମୃତି ପରିଷଦ, ନୟାଗଡ଼ଙ୍କ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ସଂଯୋଜନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ବିଦ୍ଯାଳୟ ପରିସରରେ ସ୍ଥାପିତ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ଧୂପ ଓ ପୁଷ୍ପମାଲ୍ୟାର୍ପଣ କରିଥିଲେ।…

Read More

ନୟାଗଡ଼ରେ ସିଏମ ଟ୍ରଫି ଆନ୍ତଃ କ୍ଲବ ଓ ଆନ୍ତଃଜିଲ୍ଲା କବାଡି ପ୍ରତିଯୋଗିତାଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ସହର ସ୍ଥିତ ଷ୍ଟାଡିଅମ ଠାରେ ସିଏମ ଟ୍ରଫି ଆନ୍ତଃ କ୍ଲବ ଓ ଆନ୍ତଃଜିଲ୍ଲା କବାଡି ପ୍ରତିଯୋଗିତା -୨୦୨୬, ନୟାଗଡ ଜିଲ୍ଲା କ୍ରୀଡା ବିଭାଗ, ଜିଲ୍ଲା ଆଥଲେଟିକ ଆସୋସିଏସନ୍  ସୌଜନ୍ୟରୁ  ଜିଲ୍ଲାପାଳ ମଧୁମିତା ରଥଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି। ବରିଷ୍ଠ ସାମ୍ୱାଦିକ ରାମକୃଷ୍ଣ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ଜିଲ୍ଲାପାଳ ମଧୁମିତା ରଥ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବାବେଳେ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ।ଜିଲ୍ଲା ଆଥଲେଟିକ୍ ଆସୋସିଏସନର ସମ୍ପାଦକ ଅଶେଷ କୁମାର ଦାଶ, ଜିଲ୍ଲା କ୍ରୀଡା ସଂସଦର ଉପସଭାପତି ଭବାନୀ ଶଙ୍କର ଦାସ, ବିନାୟକ ପ୍ରସାଦ ରାଓ, ସଭ୍ୟ ସୁରେନ୍ଦ୍ର କୁମାର ସେଠୀ, ପ୍ରଶାନ୍ତ କୁମାର ଦାସ ଖେଳ ଶିକ୍ଷକ ସନ୍ନ୍ୟାସୀ ପ୍ରଧାନ, ବିରଞ୍ଚି ନାରାୟଣ ବେହେରା, ଉମାକାନ୍ତ ମିଶ୍ର,…

Read More

ନୟାଗଡ଼ରେ ମା ବାଟମଙ୍ଗଳାଙ୍କ ମନ୍ଦିରର ରତ୍ନମୁଦ ଉତ୍ସବ ଅନୁଷ୍ଠିତ

ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରର ବାରମାସୀ ଦଣ୍ଡା ନିକଟରେ, ମୁନିସିପାଲିଟିର ୧୧ ନମ୍ବର ୱାର୍ଡରେ  ନିର୍ମିତ ନୂତନ ମଙ୍ଗଳା ମନ୍ଦିର ରେ  ସକାଳ ୯ ଘଟିକା ସମୟରେ ପଣ୍ଡିତମାନଙ୍କ ଦ୍ୱାରା ପୂଜା ପାଠ ଓ ହୋମଯଜ୍ଞ ଆରମ୍ଭ ହୋଇଥିଲା। ଏହା ସହିତ ନାମ କୀର୍ତ୍ତନ ର ଧ୍ୱନିରେ ପରିବେଶ ଭକ୍ତିମୟ ହୋଇଯାଇଥିଲା। ହୋମ ଯଜ୍ଞରେ କର୍ତ୍ତା ଭାବେ ଗୋପୀନାଥ ମହାନ୍ତି ଓ ନରସିଂହ ପୃଷ୍ଟି ବସିଥିଲେ। ଏହି ଉତ୍ସବଟି ୱାର୍ଡ କାଉନସିଲର ଅକ୍ଷୟ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ବହୁ ଆଡମ୍ବରରେ ପାଳନ କରାଯାଇଥିଲା। ବାରମାସୀ ଦଣ୍ଡା ଅଞ୍ଚଳରେ ପୂର୍ବରୁ କୌଣସି ମନ୍ଦିର ନଥିବାରୁ ଏହି ମନ୍ଦିର ନିର୍ମାଣ ନେଇ ଅଞ୍ଚଳବାସୀମାନେ ବହୁତ ଖୁସି ବ୍ୟକ୍ତ କରିଛନ୍ତି।ଉତ୍ସବରେ ନୟାଗଡ଼ ବିଧାୟକ ଡ଼. ଅରୁଣ କୁମାର ସାହୁ, ରଣପୁରର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ,…

Read More

ନୟାଗଡ଼ ମୁନିସିପାଲିଟିରେ ଅଢେଇ କୋଟି ଟଙ୍କା ମୂଲ୍ୟର ଟେଣ୍ଡର ଫିକ୍ସିଙ୍ଗ ହୋଇଥିବା ଅଭିଯୋଗ କଲା କଂଗ୍ରେସ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ମୁନିସିପାଲିଟିରେ ପ୍ରାୟ ଅଢେଇ କୋଟି ଟଙ୍କା ଅଟକଳ ମୂଲ୍ୟର ୧୬ଗୋଟି ଠିକା କାର୍ଯ୍ୟକୁ OPWD ନିୟମାବଳୀକୁ ଉଲଂଘନ କରାଯାଇ କାର୍ଯ୍ୟନିର୍ବାହୀ ଅଧିକାରୀ ତାଙ୍କର କିଛି ନିର୍ଦ୍ଧିଷ୍ଟ ଠିକାଦାରଙ୍କୁ ତିନିଚାରିଟା ଲେଖାଏଁ ପ୍ରକଳ୍ପ କାର୍ଯ୍ୟ ଦେଇଥିବା ଆଜି ଜିଲ୍ଲାପାଳଙ୍କୁ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ ଲିଖିତ ଅଭିଯୋଗ କରିଛନ୍ତି। ଏହି ୧୬ଗୋଟି ଠିକାକାର୍ଯ୍ୟ ପାଇଁ ଅନଲାଇନ ଟେଣ୍ଡର ଆବେଦନ ପାଇଁ ମୁନିସିପାଲିଟି ପକ୍ଷରୁ ବିଜ୍ଞାପନ ପ୍ରକାଶ କରାଯାଇଥିଲା। OPWD ନିୟମ ଆଧାରରେ ଅନଲାଇନ ବିଡିଙ୍ଗ ପରେ ପୁନଶ୍ଚ ଅଫଲାଇନ ଦରଖାସ୍ତ କୌଣସି ଲାଇନ ଯାନ୍ତ୍ରିକ ସଂସ୍ଥାରେ ଆବେଦନ କରାଯାଉ ନଥିବା ବେଳେ ମୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ଟେଣ୍ଡର ଫିକ୍ସିଙ୍ଗ ପ୍ରୋତ୍ସାହନ ପାଇଁ ଠିକାଦାର ସଙ୍ଘ ସହିତ ଷଡଯନ୍ତ୍ର କରି ସମସ୍ତ ୧୬ଗୋଟି କାର୍ଯ୍ୟକୁ ନିର୍ଦ୍ଧାରିତ ଅଟକଳ ମୂଲ୍ୟ ଅର୍ଥରାଶିରେ ବିଡିଙ୍ଗ କରାଇଥିଲେ।…

Read More

ନୟାଗଡ଼ରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ):- ନୟାଗଡ଼ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆଜି ନୟାଗଡ଼ରେ ଅନୁଷ୍ଠିତ ହେଇଯାଇଅଛି। ଜିଲ୍ଲାପାଳ ମଧୁମିତା ରଥଙ୍କ ସହିତ ଆରକ୍ଷୀ ଅଧିକ୍ଷକ ଏସ୍ ସୁଶ୍ରୀ, ମୂଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ୍, ସିଡିଏମ୍ଓ ଏବଂ ବିଭିନ୍ନ ବିଭାଗର ଅଧିକାରୀ ମାନେ ଏହି ଶିବିରରେ ଉପସ୍ଥିତ ରହି ସମସ୍ୟା ଗୁଡ଼ିକ ଶୁଣିବା ସହ ସମାଧାନ କରିବା ପାଇଁ ଉଦ୍ୟମ କରିଥିଲେ । ଆଜିର ଅଭିଯୋଗ ଶିବିରରେ ମୋଟ୍ ୧୪୦ଟି ଅଭିଯୋଗପତ୍ର ଦାଖଲ ହୋଇଥିବା ବେଳେ ସେଥି ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ୧୧୫ଟି, ଗ୍ରାମ୍ୟ ବିବାଦ ୮ଟି, ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଟରୁ ସହାୟତା ପାଇଁ ୧୭ଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା। ସର୍ବମୋଟ ୩୭ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି।

Read More

ମୁନିସିପାଲିଟିରେ ଜନଗଣନା ପ୍ରଶିକ୍ଷଣର ଶୁଭାରମ୍ଭ

ନୟାଗଡ଼,(ନୟାଗଡ଼ ଦର୍ପଣ):  ଭାରତର ଜନଗଣନା-୨୦୨୭ କାର୍ଯ୍ୟକ୍ରମ ଅନ୍ତର୍ଗତ ନୟାଗଡ଼ ମୁନିସିପାଲିଟି ଅଞ୍ଚଳରେ ଗୃହ ତାଲିକା ଏବଂ ଗୃହ ଗଣନା ପାଇଁ ଉଦ୍ଦିଷ୍ଟ ଏକପ୍ରଶିକ୍ଷଣ ଶିବିର ମୁନିସିପାଲିଟି କାର୍ଯ୍ୟାଳୟ ସଭାଗୃହରେ ଆଜିଠାରୁ ଆରମ୍ଭ ହୋଇଛି। ତିନିଦିନ ଧରି ହେବାକୁ ଥିବା ଏହି ପ୍ରଶିକ୍ଷଣ ଶିବିରର ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ଜନଗଣନା ଅଧିକାରୀ ରୋଜିନା ଦାସ ଏବଂ ସମ୍ମାନୀତ ଅତିଥି ଭାବେ ନୟାଗଡ଼ ପୌରପାଳିକା ନିରୁପମା ଖଟେଇ ଯୋଗଦାନ କରି ଜନଗଣନାର ମୁଖ୍ୟ ଉଦ୍ଦେଶ୍ୟ ଏବଂ ଆବଶ୍ୟକତା ଉପରେ ଆଲୋଚନା କରିଥିଲେ। ମୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରିଣୀ ସ୍ନେହଲତା ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷକ ଭାବେ ସିଆରସିସି ପ୍ରଦୀପ୍ତ କୁମାର ପଣ୍ଡା ଏବଂ ବ୍ରଜକିଶୋର ମହାପାତ୍ର ପ୍ରଶିକ୍ଷଣ ପ୍ରଦାନ କରିଥିବା ବେଳେ ସହଯୋଗୀ ଭାବେ ଦିଗାମ୍ବର…

Read More