DLSA ସହଯୋଗରେ ଅଧାରୁ ପାଠ ଛାଡ଼ିଥିବା ଛାତ୍ରଛାତ୍ରୀ ପୁଣି ପଢିବେ ପାଠ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦେଶ କ୍ରମେ ସଚିବ ଅଞ୍ଜଳି ମଛଖଣ୍ଡଙ୍କ ତତ୍ୱାବଧାନରେ ଏକ ଟିମ ଗଠନ କରି ନୂଆଗାଁ ବ୍ଲକ ଦୁରୁଦୁରା ପଞ୍ଚାୟତର ଶ୍ରୀବନ୍ତଦେଇପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର କିଛି ଛାତ୍ର ସ୍କୁଲ ଆସୁନଥିବାରୁ ସେମାନଙ୍କୁ ସ୍କୁଲ ଶିକ୍ଷକଙ୍କୁ ନେଇ ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧିକାର ମିତ୍ର ବିଷ୍ଣୁ ଚରଣ ପଟ୍ଟନାୟକ, ପ୍ରକାଶ ଦଳେଇ, ଜ୍ୟୋସ୍ନାରାଣୀ ନାଥ, ଅନୁପମା ରାଉତ, ରୋନିତ ଦଳେଇ, ସୁରେନ୍ଦ୍ର ନାୟକ, ଏସ ଇପ୍ସିତା ଦେବଦର୍ଶିନୀଙ୍କ ମାଧ୍ୟମରେ ନୂଆପଲ୍ଲୀର ଅଷ୍ଟମ ଶ୍ରେଣୀର ଛାତ୍ର ରାନୁ ନାୟକ, ରବୀନ୍ଦ୍ର ନାହାକ କରଡ଼ାପଲ୍ଲୀର ସିଲୁ ମହାପାତ୍ରଙ୍କୁ ବହୁ ବୁଝାସୁଝା କରିବା ସହ ସେମାନଙ୍କ ପରିବାର ସଦସ୍ୟଙ୍କୁ ବୁଝାଇ ଶ୍ରୀବନ୍ତଦେଇପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ପହଞ୍ଚା ଯାଇଥିଲା। ସେମାନଙ୍କ ମଧ୍ୟରୁ…

Read More

ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍ଘାଟିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ସରକାରୀ ଉଚ୍ଚ ବିଦ୍ୟାଳୟ, ସିନ୍ଦୁରିଆର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍ଘାଟିତ ହୋଇଯାଇଛି। ପୂର୍ବାହ୍ନରେ କ୍ରୀଡ଼ା ଉତ୍ସବର ମଶାଲ ଦୁର୍ଗାପ୍ରସାଦ ଗ୍ରାମରେ ଥିବା ଜଳେଶ୍ଵର ବାବାଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦୁର୍ଗାପ୍ରସାଦ ଓ ସିନ୍ଦୁରିଆ ଗ୍ରାମ ପରିକ୍ରମକରି କ୍ରିଡ଼ା ମାଧ୍ୟମରେ ଶାନ୍ତି, ସଂହତି ଓ ଭବିଷ୍ୟ ଜୀବନର ସାର୍ଥକତା ଉପରେ ବାର୍ତ୍ତା ଦେଇଥିଲେ। ଆଜିର କ୍ରୀଡ଼ା ଉତ୍ସବକୁ ପଞ୍ଚସଖା ଶିକ୍ଷା ସେତୁ ଯୋଜନାର ସଭାପତି ଭଗବାନ ଜେନା, ଓଡ଼ଗାଁ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରାଧ୍ୟାପକ ମହମ୍ମଦ ଉମର୍ ମଲ୍ଲିକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ଥାଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିବା ବେଳେ ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁ ଛାତ୍ରଛାତ୍ରୀଙ୍କ ଠାରୁ ମଶାଲ ଗ୍ରହଣକରି ସ୍ଥାପନା କଲାପରେ କ୍ରୀଡ଼ା ପତାକା ଉତ୍ତୋଳନ କରି ପିଲାଙ୍କୁ କ୍ରୀଡ଼ାର ଉପକାରିତା ଉପରେ…

Read More

ଭେନିଜିୱାଲା ଉପରେ ଆମେରିକାର ଆକ୍ରମଣ ବିରୋଧରେ ପଥପ୍ରାନ୍ତ ସଭା

ନୟାଗଡ଼, (ନୟାଗଡ଼ ଦର୍ପଣ) ନୟାଗଡ଼ ଟ୍ରାଫିକ ଛକ ଠାରେ କମ୍ରେଡ଼ ହରିଶ୍ଚନ୍ଦ୍ର ମିଶ୍ରଙ୍କ ସଭପତିତ୍ୱରେ ସଭା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଜାତିସଙ୍ଘ ଘୋଷଣା ପତ୍ରକୁ ବେଖାତିର ଆମେରିକା ଯେପରି ରାତିଅଧରେ ଭେନିଜିୱାଲାର ରାଜଧାନୀ ଉପରେ ଆକ୍ରମଣ କରି ରାଷ୍ଟ୍ରପତି ମାଦୁରୋ ଏବଂ ତାଙ୍କ ପତ୍ନୀକୁ ଜୋର ଜବରଦସ୍ତ ଅପହରଣ କରିନେଲେ ତାହାକୁ ନେଇ ବକ୍ତାମାନେ ଦୃଢ଼ ନିନ୍ଦା କରିଥିଲେ। ଆମେରିକାର ଏପରି କାର୍ଯ୍ୟକୁ ସାରା ପୃଥିବୀର ବିଭିନ୍ନ ରାଷ୍ଟ୍ର ନିନ୍ଦା କରିବା ସହିତ ଏଭଳି କାର୍ଯ୍ୟରୁ ନିବୁର୍ତ୍ତ ରହିବାକୁ ଚେତାବନୀ ଦେଇଛନ୍ତି। ତୁରନ୍ତ ଜଦି ଦୁହିଁଙ୍କୁ ଖଲାସ ନ କରନ୍ତି ତେବେ ସାରା ବିଶ୍ୱର କ୍ରୋଧର ଶିକାର ଆମେରିକା ହେବ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଚ ସିପିଏମନେତା ଗୋଲକ ବିହାରୀ ମୁଦୁଲି, ଦୁଃଶାସନ ଜେନା, ପବିତ୍ର ଇନ୍ଦ୍ରଜିତ, ନିତ୍ୟାନନ୍ଦ ପରିଡା, ସୁଶୀଲ ମହାନ୍ତି, ନାରୀନେତ୍ରୀ ଜ୍ୟୋତିପ୍ରଭା ଜେନା, ଜୟନ୍ତୀ…

Read More

ମା ଦକ୍ଷିଣକାଳୀଙ୍କ ପହିଲି ପ୍ରସାଦ ସେବନ କଲେ ଛାତ୍ରଛାତ୍ରୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡର ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣକାଳୀଙ୍କ ଠାରେ ପ୍ରତ୍ୟୁଷରୁ ଭୋଗ ଲାଗି ହେଉଥିବା ପହିଲି ପ୍ରସାଦକୁ ନୟାଗଡ଼ ରୋଟାରି କ୍ଳବ ଏକ୍ସିଲେନସି ପକ୍ଷରୁ ସ୍ଥାନୀୟ ତପସ୍ୟା ଶିଶୁ ଗୃହରେ ପାଠ ପଢୁଥିବା ଅସହାୟ ଛାତ୍ର ଛାତ୍ରୀମାନଙ୍କୁ ବଣ୍ଟନ କରାଯାଇଛି। ଶିଶୁ ଗୃହର ପରିଚାଳନା କମିଟି ସଭାପତି ଉଷା ପଟ୍ଟନାୟକ, ଶିକ୍ଷକ, ଶିକ୍ଷୟତ୍ରୀ, ତତ୍ୱାବଧାରକଙ୍କ ସମେତ ନୟାଗଡ଼ ଏକ୍ସିଲେନସି ସଭାପତି ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ସଂଗ୍ରାମ ଗୁମାନ ସିଂ, ଜିଲ୍ଲା ଓକିଲ ସଙ୍ଘ ସଭାପତି ଆଇନଜିଵୀ ରଣଜିତ ଦାସ ପ୍ରମୁଖ ପ୍ରସାଦ ସେବନରେ ସାମିଲ ହୋଇଥିଲେ।

Read More

ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ଜିଲ୍ଲା ସ୍ତରୀୟ ଜନ୍ମ ଜୟନ୍ତୀ ପାଳନ

ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡିଶାର ଯେଉଁ ବ୍ଯକ୍ତି ପ୍ରଥମେ ମହାତ୍ମା ଗାନ୍ଧୀଙ୍କୁ ସାକ୍ଷାତ କରି ଓଡ଼ିଆଙ୍କ ଦୁରବସ୍ଥା ଓ ଦୁଃଖ ଦୁର୍ଦ୍ଦଶା ଜଣାଇ ଥିଲେ ସେ ହେଉଛନ୍ତି ଗାନ୍ଧୀ ବାଦୀ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ର। ଓଡିଶାର ମହାନାୟକ ଗାନ୍ଧୀଙ୍କ ପ୍ରିୟ ଓଡିଆ ପୂଜ୍ୟ ବିପ୍ଳବୀ ଶ୍ରୀ ମିଶ୍ର ଙ୍କର ୧୩୬ ତମ ଜିଲ୍ଲା ସ୍ତରୀୟ ଜନ୍ମ ଜୟନ୍ତୀ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ସ୍ମୃତି ପରିଷଦ, ନୟାଗଡ଼ ତରଫରୁ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ସଂଯୋଜନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ବିଦ୍ଯାଳୟ ପରିସରରେ ସ୍ଥାପିତ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ଧୂପ ଓ ପୁଷ୍ପମାଲ୍ୟାର୍ପଣ କରିଥିଲେ।…

Read More

ପିଲାଦିନର ଅଭୁଲା ସ୍ମୃତିକୁ ମନେ ରଖିବାର ସ୍ଵତନ୍ତ୍ର ପ୍ରୟାସ

ନୟାଗଡ଼, (ନୟାଗଡ଼ ଦର୍ପଣ): ପୁରୁଣା ସ୍ମୃତିକୁ ମନେ ପକାଇବା ପାଇଁ ନୟାଗଡ଼ ବ୍ଲକ ଚନ୍ଦ୍ରଶେଖର ପୁରରେ ଏକାଠି ହେଲେ ୨୦୦ରୁ ଉର୍ଦ୍ଧ୍ବ ଝିଅ। ପ୍ରସିଦ୍ଧ ନୀଳକଣ୍ଠେଶ୍ଵର ମହାଦେବ ଓ ଦୁଆଣ୍ଟ ନଦୀକୂଳର ସୁଲୁସୁଲିଆ ପବନ, ଗାଁ ମାଟିର ମହକ ସମସ୍ତ ଝିଅ ବୋହୂମାନଙ୍କୁ ଆକୃଷ୍ଟ କରିଛି। ଦୂରଦୂରାନ୍ତରେ ଝିଅମାନେ ବିବାହ ହୋଇଥିବାରୁ ଗୋଟିଏ ସମୟରେ ଏକାଠି ହୋଇପାରୁ ନଥିଲେ। ପୁରୁଣା ବର୍ଷକୁ ବିଦାୟ ଦେବା, ନୂତନ ବର୍ଷକୁ ସ୍ଵାଗତ କରିବା ପାଇଁ କନିଷ୍ଠ ବରିଷ୍ଠଙ୍କୁ ଏକାଠି କରି ଗ୍ରାମର ଲାଇବ୍ରେରୀ ଘରର ପରିସର ଭିତରେ ନିଜେ ଝିଅମାନେ ଭୋଜିଭାତ ଓ ନାଚଗୀତ ର ଆୟୋଜନ କରିଥିଲେ। ଏହାର ସମସ୍ତ ଖର୍ଚ୍ଚ ସୁଜାତା ତ୍ରିପାଠୀ ଖୁସିରେ ଦେଇଥିଲେ ଓ ନିଜେ ଖୁସି ଅନୁଭବ କରିଥିଲେ। ଏଥିରେ ସହଯୋଗ କରିଥିଲେ ସୁଶାନ୍ତି ପୃଷ୍ଟି, ସଂଯୁକ୍ତା ନନ୍ଦ, ରଞ୍ଜୁବାଳା ନନ୍ଦ, ମମତା…

Read More

ସରକାରୀ ମେଧାବୃତ୍ତି ପରୀକ୍ଷାରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ଶତପ୍ରତିଶତ ସଫଳତା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଳକର ୩ୟ ଓ ୫ମ ଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷା- ୨୦୨୪-୨୫ର ରେଜଲ୍ଟ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ନୟାଗଡ଼ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପ୍ରତିବର୍ଷ ପରି ଏ ବର୍ଷ ମଧ୍ଯ ବାଜିମାତ କରି ଏକ ନୂଆ ଇତିହାସ ରଚନା କରିଛି । ବିଦ୍ଯାଳୟର ଜ୍ଯୋତି ରଂଜନ ସାହୁ ୩ୟ ଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷାର ଉତ୍କର୍ଷ ତାଲିକାରେ(Merit List) ସର୍ବୋଚ୍ଚ ନମ୍ବର ରଖି ଜନ୍ମ ତାରିଖ ଆଧାରରେ ଦ୍ବିତୀୟ ସ୍ଥାନ ଓ ରୌନକ ପାତ୍ର ୪ର୍ଥ ସ୍ଥାନ ଅଧିକାର କରି ଆମ ବିଦ୍ଯାଳୟ ପାଇଁ ଗୌରବ ଅର୍ଜନ କରିଥିବା ବେଳେ ୫ମ ଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷାର ଉତ୍କର୍ଷ ତାଲିକାରେ ( Merit list) ଅରଜିତ୍ ମହାପାତ୍ର ଓ ଅନୁଷ୍କା ବିଶ୍ବାଳ ଯଥାକ୍ରମେ ୫ମ ଓ…

Read More

ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୩୧ତମ ବାର୍ଷିକ ଉତ୍ସବ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୩୧ତମ ବାର୍ଷିକ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟଅତିଥି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାସ ଚନ୍ଦ୍ର ପଣ୍ଡା, ମୁଖ୍ୟବକ୍ତା ସହପ୍ରାନ୍ତ ସେବାପ୍ରମୁଖ ବେଲେଶ୍ୱର ସାହୁ, ସଭାଧ୍ୟକ୍ଷ ସ୍ଥାନୀୟ ବିଦ୍ୟାଳୟର ମୁଖ୍ୟ ପ୍ରଶାସକ ହରେକୃଷ୍ଣ ମୁଦୁଲି, ପ୍ରଶାସକ ଡ଼. କୃପାସିନ୍ଧୁ କରଣ ଓ ପ୍ରଧାନାଚାର୍ଯ୍ୟ ଅମ୍ବିକା ପ୍ରସାଦ ପଟ୍ଟନାୟକ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ମଞ୍ଚାସୀନ ଥିଲେ। ପ୍ରଶାସକ ଡ଼. କୃପାସିନ୍ଧୁ କରଣ ଅତିଥି ପରିଚୟ କରାଇଥିଲେ। ପ୍ରଧାନାଚାର୍ଯ୍ୟ ବାର୍ଷିକ ବିବରଣୀ ପାଠ କରିଥିଲେ। ମୁଖ୍ୟବକ୍ତା ବେଲେଶ୍ୱର ସାହୁ ଆଜିର ସମାଜରେ “ପଞ୍ଚ ପରିବର୍ତ୍ତନ”ର ଆହ୍ବାନ ଦେଇଥିଲେ। ସେଗୁଡ଼ିକ ଯଥାକ୍ରମେ ସ୍ଵବୋଧ, କୁଟୁମ୍ବ ପ୍ରବୋଧକ ,ସାମଜିକ ସମରସତା, ପର୍ଯ୍ୟାବରଣ ଓ ନାଗରିକର କର୍ତ୍ତବ୍ୟ ଇତ୍ୟାଦି ବହୁ ଉଦାହରଣ ମାଧ୍ୟମରେ ଦର୍ଶକମାନଙ୍କ ସମ୍ମୁଖରେ ଉପସ୍ଥାପନା କରିଥିଲେ।…

Read More

“ମନରେଗା” ବଦଳରେ “ଜୀ ରାମ ଜୀ”କୁ ନେଇ ନୟାଗଡ଼ରେ ସିପିଆଇଏମର ବିକ୍ଷୋଭ

ନୟାଗଡ଼, (ନୟାଗଡ଼ ଦର୍ପଣ): କେନ୍ଦ୍ର ମୋଦି ସରକାର ବିକଶିତ ଭାରତ ଜୀ ରାମଜୀ ଯୋଜନା ପ୍ରବର୍ତ୍ତନ ଆଳରେ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାକୁ କବର ଦେଇ ଉପା ସରକାରଙ୍କ ପ୍ରଣୀତ ଜନବାଦୀ କାର୍ଯ୍ୟକ୍ରମକୁ ହଟେଇ ଦେଇଛନ୍ତି। ଆଉ ଗଡସେପନ୍ଥୀ ପ୍ରତିକ୍ରିୟାଶୀଳ ନୀତିର ପୃଷ୍ଠପୋଷକତାରେ ଗାନ୍ଧିଜୀଙ୍କ ନାମକୁ ମୂଳପୋଛ କରିବାର ହୀନଚକ୍ରାନ୍ତ କରିଛନ୍ତି। ଏହାର ଦୃଢ଼ ବିରୋଧ କରି ସିପିଆଇ ଏମ୍ ପକ୍ଷରୁ ନୟାଗଡ଼ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କର୍ମୀମାନେ ମନରେଗା ଯୋଜନାର ପୁନଃ ପ୍ରଚଳନ କରିବା ସହିତ କର୍ମ ଦିବସ ୨୦୦ଦିନକୁ ବୃଦ୍ଧି କରିବାର ଦାବି ନେଇ ସହର ପରିକ୍ରମା କରିଥିଲେ ଏବଂ ଏହି ମର୍ମରେ ଜିଲ୍ଲାପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ବରିଷ୍ଠ ସିପିଆଇ ଏମ୍ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିକ୍ଷୋଭ ସଭାରେ…

Read More

ଶ୍ରୀଅରବିନ୍ଦ ଶିକ୍ଷା ଓ ଗବେଷଣା କେନ୍ଦ୍ରରେ ବିଜ୍ଞାନ ମେଳା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନୂଆ ରାଜବାଟୀ ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ବାର୍ଷିକ ବିଜ୍ଞାନ ମେଳା ଆଜି  ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅବସରପ୍ରାପ୍ତ ଅଧ୍ୟାପକ ଡ.ଗୋବିନ୍ଦ ଚନ୍ଦ୍ର ଦାଶ  ଉଦଘାଟକ ଭାବେ ଯୋଗଦାନ କରି ବିଧିବଦ୍ଧ ଭାବେ ବିଜ୍ଞାନ ମେଳାକୁ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ ନିମାଇଁ ଚରଣ ପ୍ରଧାନ ଯୋଗଦାନ କରି ପିଲାମାନଙ୍କୁ ବିଜ୍ଞାନ ମନସ୍କ ହେବା ସହିତ ବିଜ୍ଞାନ ଯୋଗୁଁ ମାନବ ସମାଜର ଉପକାରିତା ଏବଂ ଅପକାରିତାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ବସନ୍ତ କୁମାର ମିଶ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଉଦଘାଟନୀ ସଭାରେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟାପକ ପୂର୍ଣ୍ଣ ଚନ୍ଦ୍ର ଶତପଥୀ, ଶ୍ରୀଧର ଦାଶ,ନୀଳମାଧଵ ନନ୍ଦ, ପ୍ରତାପ ଶତପଥୀ, ପୂର୍ଣ୍ଣିମା ତ୍ରିପାଠୀ,ଲକ୍ଷ୍ମୀଧର ସାହୁ,ମାଣିକେଶ୍ବର…

Read More