ନୟାଗଡ଼, (ନୟାଗଡ଼ ଦର୍ପଣ): ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନୟାଗଡ଼ ଜିଲ୍ଲା ପାଣିପଇଲାସ୍ଥିତ ମଦର ଆବାସିକ ସ୍କୁଲର ପ୍ରତିଷ୍ଠାତା ତଥା ସମାଜସେବୀ, ସାମ୍ବାଦିକା ଓ ଆଇନଜୀବୀ ପ୍ରଭାସିନୀ ନନ୍ଦଙ୍କୁ ଡକ୍ଟରେଟ୍ ସମ୍ମାନ ପ୍ରଦାନ କରାଯାଇଛି। World Charity Welfare Foundation ପକ୍ଷରୁ ବ୍ରହ୍ମପୁରସ୍ଥିତ ଗଞ୍ଜାମ କଳା ପରିଷଦଠାରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଶିକ୍ଷା, ସ୍ୱାସ୍ଥ୍ୟ, କଳା ଓ ପରିବେଶ ସୁରକ୍ଷା ସହିତ ବାଲ୍ୟବିବାହ ନିରାକରଣ ଭଳି ସାମାଜିକ କାର୍ଯ୍ୟକ୍ରମରେ ତାଙ୍କର ଅବଦାନ ରହିଛି। ଏଥିସହ ଭିନ୍ନକ୍ଷମ ଓ ଅସହାୟଙ୍କୁ ସହାୟତା ପ୍ରଦାନ, ଅନୁସୂଚିତ ଜାତି, ଜନଜାତି ତଥା ପଛୁଆ ବର୍ଗଙ୍କ ଉନ୍ନତି, ଆବାସିକ ବିଦ୍ୟାଳୟ ଓ ଅନାଥ ଆଶ୍ରମ ପ୍ରତିଷ୍ଠା ସମେତ ବିଭିନ୍ନ ଜନହିତକାରୀ କାର୍ଯ୍ୟରେ ସେ ନିଜକୁ ନିୟୋଜିତ କରିଛନ୍ତି। ତାଙ୍କର ଏହି ବହୁମୁଖୀ ସମାଜସେବା ଓ ଜନକଲ୍ୟାଣମୂଳକ କାର୍ଯ୍ୟକୁ ସ୍ୱୀକୃତି…
Read MoreCategory: ନୟାଗଡ଼ ବ୍ଲକ
ଖଣ୍ଡପଡ଼ା ରାସ୍ତାରୁ ବସ ଚୋରୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହର ଖଣ୍ଡପଡ଼ା ରାସ୍ତା ବଲାଙ୍ଗୀପାର୍କ ସାମ୍ନାରେ ଥିବା ମହନ୍ତ ପ୍ରେଟୋଲ ପମ୍ପ ନିକଟରେ ରଖାଯାଇଥିବା ଏକ ଯାତ୍ରୀବାହୀ ଘରୋଇ ବସ ଆଜି ସଂନ୍ଧ୍ୟାରେ ଚୋରୀ ହୋଇଥିବା ଅଭିଯୋଗ ହେଉଛି । ନୟାଗଡ଼ରୁ ଗଣିଆ ଅଭିମୂଖେ ଯାଉଥିବା ବାବା ନୀଳକଂଣ୍ଠ ନାମକ ଏହି ବସ ଆଜି ସଂନ୍ଧ୍ୟାରେ ପ୍ରେଟୋଲ ଟାଙ୍କି ନିକଟରେ ରଖାଯାଇଥିଲା । ତାହାକୁ କେହି ଦୁର୍ବୁତ୍ତ ନେଇ ଯାଇଥିବା ଅଭିଯୋଗ କରିଛନ୍ତି ବସ ମାଲିକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଗୋଡ଼ିସାହି ଗ୍ରାମର ପ୍ରତୀଭା ସିଂ । ବସ କର୍ମଚାରୀମାନେ ଗାଡ଼ି ଲକ୍ କରି ରଖିଥିବା ବେଳେ କିଭଳି ଚୋରୀ ହେଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଟାଉନଥାନା ପୁଲିସ ଘଟଣାର ଖୋଳତାଡ଼ ଚଲାଇଛି ।
Read Moreନିଉଟାଉନ କ୍ଲଷ୍ଟରସ୍ତରୀୟ ଶିଶୁ ପ୍ରତିଭା ଉତ୍ସବ ସୁରଭି ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ବିଦ୍ୟାଳୟ ସ୍ତରରେ ପିଲାମାନଙ୍କର ଅନ୍ତର୍ନିହିତ ତଥା ସୃଜନଶୀଳ ପ୍ରତିଭାର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଉଛି ଶିଶୁ ପ୍ରତିଭା ଉତ୍ସବ ‘ସୁରଭି’ କାର୍ଯ୍ୟକ୍ରମ। ଏହି ପରିପ୍ରେକ୍ଷୀରେ ନିଉଟାଉନ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ନୟାଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି।ଉଭୟ ଜୁନିୟର ଏବଂ ସିନିୟର ବିଭାଗରୁ ମୋଟ ୧୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ସାଧାରଣ ଜ୍ଞାନ,କୁଇଜ, ବକ୍ତୃତା,ଚିତ୍ରାଙ୍କନ, ସୃଜନଶୀଳ ଲିଖନ,ପ୍ରବନ୍ଧ, ଦେଶତ୍ମବୋଧ ସଙ୍ଗୀତ,ସୁନ୍ଦର ହସ୍ତାକ୍ଷର ଲିଖନ ତଥା ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ନୃତ୍ୟ ଆଦିରେ ଅଂଶ ଗ୍ରହଣ କରିଥିଲେ।ସିଆରସିସି ପ୍ରଦୀପ୍ତ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ବିଭିନ୍ନ ପ୍ରତିଯୋଗିତାର ବିଚାରକ ଭାବରେ ଶିକ୍ଷକ ଲକ୍ଷ୍ମୀଧର ସାହୁ,ସସ୍ମିତା ସ୍ୱାଇଁ, ଦେବସ୍ମିତା ଅଧିକାରୀ,କାଦମ୍ବିନୀ କରଣ, ସରିତା ପ୍ରିୟଦର୍ଶିନୀ ସ୍ୱାଇଁ,ମିନାକ୍ଷୀ କର, ରଶ୍ମିତା ମହାପାତ୍ର, ଦେବରାଜ ମହାପାତ୍ର,…
Read Moreନୟାଗଡ଼ ପୌର ପରିଷଦ ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପୌର ପରିଷଦ ଅଧ୍ଯକ୍ଷା ନିରୁପମା ଖଟେଇଙ୍କ ଅଧ୍ଯକ୍ଷତାରେ ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁରୁଣା ବସଷ୍ଟାଣ୍ଡସ୍ଥିତ ଗୋଲେଇ ଛକ, ତ୍ରିନାଥ ଛକସ୍ଥିତ ଆମ ପାଇଁ ବଡ଼, ଆମ ନୟାଗଡ଼ ସେଲଫି ପଏଣ୍ଟ ଚତୁଃପାର୍ଶ୍ବରେ ହୋର୍ଡିଂ, ବ୍ୟାନର ଓ ବିଜ୍ଞାପନ ନ ଲଗାଇବାକୁ ବୈଠକରେ କଡ଼ା ନିଷ୍ପତ୍ତି ନିଆଯାଇଛି । ଏହି ଦୁଇ ସ୍ଥାନରେ ହୋର୍ଡିଂ ଲଗାଇଲେ ମୋଟା ଅଙ୍କର ଜରିମାନା ଆଦାୟ କରିବାକୁ ଏନଫୋର୍ସମେଣ୍ଟ ଟିମକୁ ଦାୟିତ୍ବ ଦିଆଯାଇଛି। ସହରରେ ଥିବା ସମସ୍ତ କଲ୍ୟାଣ ମଣ୍ଡପର ଆନୁଷଙ୍ଗିକ କାର୍ଯ୍ୟ ଚଳିତ ମାସ ଶେଷ ସୁଦ୍ଧା ପୂର୍ଣାଙ୍ଗ କରିବା, ସମସ୍ତ ଶୌଚାଳୟଗୁଡ଼ିକୁ କାର୍ଯ୍ୟକ୍ଷମ କରାଇବା, ସାଗର ପୁଷ୍କରିଣୀ ସୌନ୍ଦର୍ଯ୍ୟକରଣ ପାଇଁ ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଛି। ପରିମଳ ଦାୟିତ୍ବରେ ଥିବା ଘରୋଇ ସଂସ୍ଥା କାର୍ଯ୍ୟକୁ ନେଇ ବୈଠକରେ ଉପସ୍ଥିତ ସମସ୍ତ କାଉନସିଲର ଅସନ୍ତୋଷ…
Read Moreକନ୍ୟା ସନ୍ତାନ ସଂଖ୍ୟା ହ୍ରାସ ରୋକିବା ନିମନ୍ତେ କର୍ମଶାଳା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ – ମୈତ୍ରୀ ଯୁବ ସଂସଦ , ନୟାଗଡ଼ ଓ ଗଣିଆ ଉନ୍ନୟନ କମିଟି , ଗଣିଆ ମିଳିତ ସହଯୋଗ ରେ କନ୍ୟା ସନ୍ତାନ ହ୍ରାସ ରୋକିବା ନିମନ୍ତେ ଏକ ବ୍ଲକସ୍ତରୀୟ କର୍ମଶାଳା ସମାଜସେବୀ ଅରୁଣ କୁମାର ମହାନ୍ତିଙ୍କ ପୌରୋ ହିତ୍ୟ ରେ ସାମ୍ବାଦିକ ଭବନ, ନୟାଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭ ରେ ଗଣିଆ ଉନ୍ନୟନ କମିଟି ର ସଭାପତି, ଉଷା ପଟ୍ଟନାୟକ ଆମ ଜିଲ୍ଲାର ସ୍ଥିତି କିପରି ଦିନକୁ ଦିନ ବିଗିଡି ଯାଉଛି ବୋଲି କହିବାକୁ ଯାଇ ପୁଅଙ୍କ ଅନୁପାତ ରେ କନ୍ୟା ସନ୍ତାନ ୭୭୪ , ଅର୍ଥାତ୍ ଏକ ହଜାର ପୁଅ ଜନ୍ମ ହେଉଥିବା ବେଳେ ଝିଅ ମାନଙ୍କ ଜନ୍ମ ହାର ଯଥେଷ୍ଟ କମି ଯାଇଛି ଉକ୍ତ କର୍ମଶାଳା ରେ ମୁଖ୍ୟ…
Read Moreଲକ୍ଷ୍ମୀ ନରସିଂହ ଅଙ୍ଗନରେ ଗୋପବନ୍ଧୁ ଜୟନ୍ତୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ଦେଉଳି ଲକ୍ଷ୍ମୀ ନରସିଂହ ଅଙ୍ଗନ ଠାରେ ଗୋପବନ୍ଧୁ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି। ଜିଲା ଲେଖକ ପରିଷଦର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆନ୍ତର୍ଜାତୀୟ ଶିଶୁ କବି ବସିରନ୍ ବିବି , ସମ୍ମାନୀତ ଅତିଥିଭାବେ ଜିଲ୍ଲା ଲେଖକ ପରିଷଦର ସମ୍ପାଦକ ଶେଖ୍ ଅବଦୁଲ ଖାଲିକ୍,ଡ. ସୁକାନ୍ତି ମହାନ୍ତି,ଡ. ଗୀତାଞ୍ଜଳୀ ମହାପାତ୍ର,ଡ. ପ୍ରିୟମ୍ବଦା ଦାଶ, ବରିଷ୍ଠ ସାମ୍ବାଦିକ ଗୋକୁଳ କୁମାର ଷଡ଼ଙ୍ଗୀ, ମହମ୍ମଦ ଆଜାଦ୍, ପଣ୍ଡିତ କୃଷ୍ଣ ଚନ୍ଦ୍ର ସାହୁ,ଅଧ୍ୟାପିକା ନିଳୀମା ନନ୍ଦ ଓ ସୁରେନ୍ଦ୍ର ନାଥ ପ୍ରଧାନ ଏବଂ ସ୍ବତନ୍ତ୍ର ଅତିଥି ଭାବେ ନିରାକାର ସ୍ବାଇଁ,ଗୋଦାବରୀ ବସନ୍ତିଆ,ପ୍ରତାପ ସାହୁ, ରବିନ୍ଦ୍ର କୁମାର ମହାପାତ୍ର,ସରୋଜ କୁମାର ସାହୁ,ପ୍ରମୁଖ ଯୋଗଦେଇ ଗୋପବନ୍ଧୁଙ୍କ ତ୍ୟାଗପୂତ ଜୀବନାଦର୍ଶ, ସାମ୍ବାଦିକକତା ଜୀବନ ଓ ତାଙ୍କର ଓଡ଼ିଆ…
Read Moreଛାତ୍ର ସଂସଦ ନିର୍ବାଚନ ବାତିଲ୍ କରି କ୍ୟାମ୍ପସ୍ ଗଣତନ୍ତ୍ରର ହତ୍ୟା କରାଯାଇଛି: କଂଗ୍ରେସ
ନିର୍ବାଚନ ବାତିଲ୍ ନିର୍ଦ୍ଦେଶ ପ୍ରତ୍ୟାହାର ପାଇଁ ଛାତ୍ର କଂଗ୍ରେସର ଦାବି ନୟାଗଡ଼, (ନୟାଗଡ଼ ଦର୍ପଣ): ଆଇନଶୃଙ୍ଖଳା ପରିସ୍ଥିତିର ଆଳ ଦେଖାଇ ନୟାଗଡ଼ ଜିଲ୍ଲାର ବିଭିନ୍ନ ପ୍ରମୁଖ ମହାବିଦ୍ୟାଳୟରେ ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିବା ଛାତ୍ର ସଂସଦ ନିର୍ବାଚନ ପ୍ରକ୍ରିୟାକୁ ବାତିଲ୍ କରାଯାଇ କ୍ୟାମ୍ପସ୍ ଗଣତନ୍ତ୍ରର ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ। ଏହା ଏକ ଯୋଜନାବଦ୍ଧ ପଦକ୍ଷେପ ବୋଲି ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ ଅଭିଯୋଗ କରିଛନ୍ତି। ଜିଲ୍ଲା ପ୍ରଶାସନର ଏଭଳି ଛାତ୍ରବିରୋଧୀ ନିଷ୍ପତ୍ତି ଆଇନସମ୍ମତ ନୁହେଁ ବୋଲି ଦର୍ଶାଇ ତୁରନ୍ତ ଏହି ନିର୍ଦ୍ଦେଶନାମା ପ୍ରତ୍ୟାହାର କରିବାକୁ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁ ଦାବି କରିଛନ୍ତି। ଦୀର୍ଘ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ନିଜ ପସନ୍ଦର ଛାତ୍ରନେତା ବାଛିବାକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ରହିଥିଲା।…
Read Moreଜିଲ୍ଲା ପାଠାଗାର ‘ଅଧ୍ୟୟନ’ର ସମସ୍ୟା ଶୁଣି ତୁରନ୍ତ ପହଞ୍ଚିଲେ ପୌର ନିର୍ବାହୀ ଅଧିକାରୀ: ତ୍ୱରିତ ସମାଧାନ ପାଇଁ ଦେଲେ ନିର୍ଦେଶ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପାଠାଗାର “ଅଧ୍ୟୟନ”ରେ ଦେଖାଦେଇଥିବା ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ତତ୍ପରତା ପ୍ରକାଶ ପାଇଛି। ପାଠାଗାରରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସମସ୍ୟା ସମ୍ପର୍କରେ ଖବର ପାଇବା କ୍ଷଣି ନୟାଗଡ଼ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ (ଇଓ) ସ୍ନେହଲତା ଆଚାର୍ଯ୍ୟ ତୁରନ୍ତ ସେଠାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।ଏହାସହ ଛାତ୍ରଛାତ୍ରୀଙ୍କ ସହ ମୁହାଁମୁହିଁ ଆଲୋଚନା କରି ସମସ୍ତ ସମସ୍ୟାର ତ୍ୱରିତ ସମାଧାନ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।ସୂଚନା ଅନୁଯାୟୀ, ଜିଲ୍ଲାର ପ୍ରତିଯୋଗିତାମୂଳକ ପରୀକ୍ଷାର୍ଥୀ ତଥା ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ କାର୍ଯ୍ୟକ୍ଷମ ଥିବା “ଅଧ୍ୟୟନ” ପାଠାଗାରରେ ଗତ କିଛି ଦିନ ଧରି ୱାଇ-ଫାଇ (Wi-Fi) ସଂଯୋଗ ବ୍ୟାହତ ହେବା ସହ ସିସିଟିଭି (CCTV) ନିରୀକ୍ଷଣ ବ୍ୟବସ୍ଥା ଆଦି କେତେକ ଆନୁଷଙ୍ଗିକ ଅସୁବିଧା ଲାଗିରହିଥିଲା। ଏହା ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବାଧା ସୃଷ୍ଟି କରୁଥିବା ନେଇ ଅଭିଯୋଗ ହୋଇଥିଲା। ଘଟଣା ସମ୍ପର୍କରେ…
Read Moreନୟାଗଡ଼ରେ ‘ସ୍ୱଚ୍ଛତା ହିଁ ସେବା ଉତ୍ସବ’ ପାଳିତ, ବିଦ୍ୟାଳୟ ପରିସର ସଫେଇ ସହ ବୃକ୍ଷରୋପଣ ଓ ସ୍ୱଚ୍ଛତା ଶପଥ
ନୟାଗଡ଼,(ନୟାଗଡ଼ ଦର୍ପଣ): ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସ ଠାରୁ ଏକ ମାସ ବ୍ୟାପୀ ଚାଲିଥିବା ‘ସ୍ୱଚ୍ଛତା ହିଁ ସେବା ଉତ୍ସବ’ ଅବସରରେ ନୟାଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଓ ସରକାରୀ ଉଚ୍ଚ ବିଦ୍ୟାଳୟ, ସିନ୍ଦୁରିଆର ମିଳିତ ଆନୁକୂଲ୍ୟରେ ଆଜି ପୂର୍ବାହ୍ନରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଡିଓ ଐଶ୍ୱର୍ଯ୍ୟା ଭୂଇଁୟା, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ଦଳବେହେରା, ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁ, ବରିଷ୍ଠ ଶିକ୍ଷକ ଶେଖ୍ ଅବଦୁଲ୍ ଖାଲିକ୍, ବ୍ଲକ୍ ସହକାରୀ ଯନ୍ତ୍ରୀ ମୋନାଲିସା ଶତପଥୀ, ବ୍ଲକ୍ ବିଆର୍ସି ଦୀପକ କୁମାର ପଟ୍ଟନାୟକ, ସିନ୍ଦୁରିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରମୋଦ କୁମାର ବେହେରା, କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରହଲ୍ଲାଦ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ସେହିପରି ବିଦ୍ୟାଳୟର ପଞ୍ଚସଖା ଶିକ୍ଷା ସେତୁ ଯୋଜନାର ସଭାପତି ଭଗବାନ ଜେନା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସନ୍ତୋଷ…
Read Moreଇଟାମାଟିରେ ରକ୍ତଦାନ ଶିବିର, ୩୧ ୟୁନିଟ୍ ରକ୍ତ ସଂଗ୍ରହ
ଇଟାମାଟି, (ନୟାଗଡ଼ ଦର୍ପଣ): ଗାନ୍ଧୀ ଜୟନ୍ତୀ ଅବସରରେ ‘ଗିଭ୍ ବ୍ଲଡ୍ ସେଭ୍ ଲାଇଫ୍’ ଓ ଜ୍ଞାନଦୀପ ବିଦ୍ୟାମନ୍ଦିର ପକ୍ଷରୁ ଇଟାମାଟିଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଶିବିରରେ ମୋଟ ୩୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ନୟାଗଡ଼ ବ୍ଲଡ୍ ବ୍ୟାଙ୍କ ପକ୍ଷରୁ ଶିବିରକୁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯାଇଥିଲା। ଏହି ଅବସରରେ ଇଟାମାଟି ଅଞ୍ଚଳର ବହୁ ରକ୍ତଦାତା ଓ ସମାଜସେବୀ ଯୋଗଦେଇ ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବି.ଏସ୍. ରାଓ ଶିବିରରେ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଇଟାମାଟି କଲେଜର ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନାୟକ ରକ୍ତଦାନକୁ ଏକ ମହତ୍ ଦାନ ବୋଲି ଅଭିହିତ କରି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଜ୍ଞାନଦୀପ ବିଦ୍ୟାମନ୍ଦିରର ଅଧ୍ୟକ୍ଷା ଶ୍ରୀମତୀ ପୁଷ୍ପଲତା ମିଶ୍ର ଶିବିର ଆୟୋଜନରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଶିବିରରେ…
Read More