ଇଟାମାଟି, (ନୟାଗଡ଼ ଦର୍ପଣ): ଗାନ୍ଧୀ ଜୟନ୍ତୀ ଅବସରରେ ‘ଗିଭ୍ ବ୍ଲଡ୍ ସେଭ୍ ଲାଇଫ୍’ ଓ ଜ୍ଞାନଦୀପ ବିଦ୍ୟାମନ୍ଦିର ପକ୍ଷରୁ ଇଟାମାଟିଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଶିବିରରେ ମୋଟ ୩୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ନୟାଗଡ଼ ବ୍ଲଡ୍ ବ୍ୟାଙ୍କ ପକ୍ଷରୁ ଶିବିରକୁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯାଇଥିଲା।
ଏହି ଅବସରରେ ଇଟାମାଟି ଅଞ୍ଚଳର ବହୁ ରକ୍ତଦାତା ଓ ସମାଜସେବୀ ଯୋଗଦେଇ ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବି.ଏସ୍. ରାଓ ଶିବିରରେ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।
ଇଟାମାଟି କଲେଜର ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନାୟକ ରକ୍ତଦାନକୁ ଏକ ମହତ୍ ଦାନ ବୋଲି ଅଭିହିତ କରି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଜ୍ଞାନଦୀପ ବିଦ୍ୟାମନ୍ଦିରର ଅଧ୍ୟକ୍ଷା ଶ୍ରୀମତୀ ପୁଷ୍ପଲତା ମିଶ୍ର ଶିବିର ଆୟୋଜନରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।
ଶିବିରରେ ଗତିଶ୍ୱର ସ୍ନାତକ ମହାବିଦ୍ୟାଳୟର ଯୁବ ରେଡ୍ କ୍ରସ୍ ସଂଯୋଜକ ଡାକ୍ତର ସୁଶାନ୍ତ କୁମାର ମାଝୀ, ଦୀପକ ଦଳବେହେରା, ସମାଜସେବୀ ଦାମୋଦର ସାହୁ, ଯୋଗଗୁରୁ ପ୍ରଦୀପ୍ତ କୁମାର ସାହୁ, ଶିକ୍ଷକ ପ୍ରସନ୍ନ ମିଶ୍ର, ସୁଶାନ୍ତ ରାୟ, ବବୁଲ ଦାସ ଏବଂ ‘ଗିଭ୍ ବ୍ଲଡ୍ ସେଭ୍ ଲାଇଫ୍’ର ସଭାପତି ଶ୍ରୀଯୁକ୍ତ ଭାଗିରଥୀ ବାଇ ପ୍ରମୁଖ ଉପସ୍ଥିତ ଥିଲେ।
ଶେଷରେ ଆୟୋଜକଙ୍କ ପକ୍ଷରୁ ଜ୍ଞାନଦୀପ ବିଦ୍ୟାମନ୍ଦିରର ଅଧ୍ୟକ୍ଷା, ଶିକ୍ଷକ-ଶିକ୍ଷୟିତ୍ରୀ, ରକ୍ତଦାତା, ସମସ୍ତ ଅତିଥି ଏବଂ ‘ଗିଭ୍ ବ୍ଲଡ୍ ସେଭ୍ ଲାଇଫ୍’ର ସମସ୍ତ ସଦସ୍ୟଙ୍କୁ ଶିବିରକୁ ସଫଳ କରିବାରେ ସହଯୋଗ କରିଥିବାରୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା।
ଇଟାମାଟିରେ ରକ୍ତଦାନ ଶିବିର, ୩୧ ୟୁନିଟ୍ ରକ୍ତ ସଂଗ୍ରହ
