ନୟାଗଡ଼ ପୌର ପରିଷଦ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

୧୪୨ ଜଣ ସଫେଇ କର୍ମଚାରୀ ଓ ପରିବାର ସଦସ୍ୟ ସାମିଲ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପୌର ପରିଷଦ ପକ୍ଷରୁ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଅନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ଏକ ମେଗା ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୧୪୨ ଜଣ ସଫେଇ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ ଯୋଗଦେଇ ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ଏହା ମାଧ୍ୟମରେ ସଫେଇ କର୍ମଚାରୀମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ସଚେତନ ହୋଇଥିଲେ। ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ। ପୌରାଧ୍ୟକ୍ଷା ନିରୂପମା ଖଟେଇ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡା. ସନ୍ତୋଷ କୁମାର ଭୁଜବଳ ଓ ଡା. ଅଭିପ୍ସା ପଟ୍ଟନାୟକ ଯୋଗଦେଇ ସଫେଇ କର୍ମଚାରୀମାନଙ୍କୁ ଉତ୍ସାହିତ କରିଥିଲେ।

ଏହି ଅବସରରେ ମୁଖ୍ୟ ଚିକିତ୍ସାଳୟର ୮ ଜଣ ବରିଷ୍ଠ କର୍ମଚାରୀ ଶିବିରରେ ଉପସ୍ଥିତ ରହି ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ।
କାଉନସିଲର ଲକ୍ଷ୍ମୀଧର ମହାପାତ୍ର, ଶର୍ମିଳା ପ୍ରଧାନ, ସମାଜସେବୀ ରୁଦ୍ର ପ୍ରସନ୍ନ ରଥ ଓ ଅଖିଳ କୁମାର ସ୍ୱାଇଁଙ୍କ ସମେତ ସମସ୍ତ କାଉନସିଲର, ଯନ୍ତ୍ରୀ ଓ ପୌର ପରିଷଦର କର୍ମଚାରୀମାନେ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ।

ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟ ଶିବିରର ପରିଚାଳନା କରିଥିଲେ। କନିଷ୍ଠ ପରିମଳ ବିଶେଷଜ୍ଞ ଦୀପକ କୁମାର ଜେନା, ସୁପରଭାଇଜର ପ୍ରଦୀପ୍ତ କୁମାର ଦାସ, ବିଭୁତି ଭୂଷଣ ସାହୁ, ସାହା ପରିମଳ ସଂସ୍ଥାର କର୍ମଚାରୀ, ଗୋଷ୍ଠୀ ସଙ୍ଗଠିକା ଇନ୍ଦୁମତି ପରିଡ଼ା, ଶିଶିର କୁମାର ମହାପାତ୍ର ଓ ରଞ୍ଜନ କୁମାର ମହାପାତ୍ର ପ୍ରମୁଖ ଶିବିରକୁ ସଫଳ କରିବାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

Related posts