ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟକ୍ଷମ କରାଯିବା ନେଇ ଜିଲ୍ଲାପାଳଙ୍କୁ ଅନୁରୋଧ କଲେ ଜିଲ୍ଲା କଂଗ୍ରେସ ସଭାପତି

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିର୍ମାଣ ସରିଥିବା ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟକ୍ଷମ କରାଯିବା ନେଇ ଜିଲ୍ଲାପାଳଙ୍କୁ ଅନୁରୋଧ କଲେ ଜିଲ୍ଲା କଂଗ୍ରେସ ସଭାପତି ରଞ୍ଜିତ ଦାଶ। ବର୍ତ୍ତମାନ ସମୟରେ କୋଭିଡ ଲହର ପାଇଁ ଆବଶ୍ୟକୀୟ ସତର୍କ ସୂଚନା ବିଜ୍ଞପ୍ତି ପ୍ରକାଶ ପାଇଲାଣି କିନ୍ତୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକବର୍ଷ ଧରି ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ଏଯାବତ ଏହି ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇ ଲୋକଙ୍କ କାର୍ଯ୍ୟରେ ଲାଗି ପାରୁନାହିଁ । ଏଥି ପ୍ରତି ସ୍ଥାନୀୟ ଲୋକପ୍ରତିନିଧି କିମ୍ବା ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ କାହାର ଟିକିଏ ଆନ୍ତରିକତା ନଥିଲା ଭଳି ମନେ ହେଉଛି। କୋଭିଡର ଦ୍ଵିତୀୟ ଲହର ବେଳେ ଅକ୍ସିଜେନ ଅଭାବ ଜନିତ ମୃତାହତଙ୍କ ସଂଖ୍ୟା ଏତେ ମାତ୍ରାରେ ବଢ଼ି ଯାଇଥିଲା ଯେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା। ତାକୁ…

Read More

ପଞ୍ଚମ ଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷାରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରକୁ ସଫଳତା

ନୟାଗଡ଼ର ସୁଶ୍ରୀ ସଙ୍ଗୀତା ବ୍ଳକରେ ପ୍ରଥମ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଳକର ୫ମ ଓ ୩ୟ ଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷା- ୨୦୨୨ ର ରେଜଲ୍ଟ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ନୟାଗଡ଼ ସାମନ୍ତମାର୍ଗ ସ୍ଥିତ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପ୍ରତିବର୍ଷ ପରି ଏ ବର୍ଷ ମଧ୍ଯ ବାଜିମାତ କରି ଏକ ନୂଆ ଇତିହାସ ରଚନା କରିଛି । ବିଦ୍ଯାଳୟର ପଞ୍ଚମ ଶ୍ରେଣୀରେ ମେଧାବୃତ୍ତି ପରୀକ୍ଷା ଦେଇଥିବା ତିନି ଜଣଯାକ ଛାତ୍ରଛାତ୍ରୀ ନୟାଗଡ଼ ବ୍ଳକରେ ମେରିଟ୍ ଲିଷ୍ଟରେ ପ୍ରଥମ,ଦ୍ବିତୀୟ ଓ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। ସୁଶ୍ରୀ ସଙ୍ଗୀତା ସାଥୁଆ ପ୍ରଥମ, ପ୍ରତ୍ଯୁଷ କୁମାର ନାୟକ ଦ୍ବିତୀୟ ଓ ସୌମ୍ୟରଂଜନ ସ୍ବାଇଁ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। ସେହିପରି ୩ୟ ଶ୍ରେଣୀର ତିନି ଜଣ ଶିଶୁ ପରୀକ୍ଷା ଦେଇଥିଲା ବେଳେ ମେରିଟ୍ ତାଲିକାରେ ତିନି ଜଣ ଯାକ…

Read More

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ଭଳି ବେସରକାରୀ ସ୍କୁଲରେ ‘ମୋ ସ୍କୁଲ ଅଭିଯାନ’

ପ୍ରାକ୍ତନ ଛାତ୍ରଛାତ୍ରୀ ମାନେ ସ୍କୁଲର ମୂଳଦୁଆ ନୟାଗଡ଼,(ନୟାଗଡ଼ ଦର୍ପଣ): ବିଦ୍ଯାଳୟର ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ନିଜ ବିଦ୍ଯାଳୟର ସର୍ବାଙ୍ଗୀନ ଉନ୍ନତି ଏବଂ ବିକାଶ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ରାଜ୍ଯ ସରକାର ଆରମ୍ଭ କରିଥିବା “ମୋ ସ୍କୁଲ ଅଭିଯାନ” କାର୍ଯ୍ୟକ୍ରମ କେବଳ ସରକାରୀ ବିଦ୍ଯାଳୟ ମାନଙ୍କରେ ଚାଲିଥିବା ବେଳେ ବେସରକାରୀ ବା ଘରୋଇ ବିଦ୍ଯାଳୟ ମାନଙ୍କରେ କୌଣସି ବ୍ଯବସ୍ଥା ହୋଇ ନାହିଁ। ଏହି ପରୀପ୍ରେକ୍ଷୀରେ ନୟାଗଡ଼ସ୍ଥ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ପ୍ରାକ୍ତନ ଛାତ୍ରଛାତ୍ରୀ ମାନେ ଏହି ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମକୁ ଏକ ନିଆରା ଢଙ୍ଗରେ କରିବାକୁ ଯାଉଛନ୍ତି। ବିଦ୍ଯାଳୟ ପରିସରରେ ଏକ ଅନାଥ ଆଶ୍ରମ ଗଢିବା ପାଇଁ ସଂକଳ୍ପ ନେଇଛନ୍ତି। ଆଜି ପୂର୍ବାହ୍ନ ୧୧ଟା ସମୟରେ ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ…

Read More

ନୟାଗଡ଼ ଜିଲ୍ଲାରେ ଧାନ ମଣ୍ଡି ଉଦଘାଟନ କଲେ ଜିଲ୍ଲାପାଳ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ଚଳିତ ଖରିଫ ବିପଣନ ଋତୁ ୨୨-୨୩ ପାଇଁ ବହୁବିଧ ପଣ୍ୟ ଦ୍ରବ୍ୟ ବଜାର ପ୍ରାଙ୍ଗଣରେ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଦ୍ବାରା ଧାନ ମଣ୍ଡିର ଉଦଘାଟନ ହୋଇଯାଇଛି । ଉକ୍ତ ଉତ୍ସବରେ ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ଏଆରସିଏସ ହାଡିବନ୍ଧୁ ମହାକୁଡ଼, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଉମାକାନ୍ତ ମଲ୍ଲିକ, ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଓ ବାହାଡ଼ାଝୋଲା ବଜାର ନିୟନ୍ତ୍ରିତ କମିଟିର ସମ୍ପାଦକ ସୁଦାମ ଚରଣ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ। ଚାଷୀ ନେତା ଜଗନ୍ନାଥ ପଣ୍ଡା ଓ ଗଙ୍ଗାଧର ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ। ସରକାରୀ ନିୟମାନୁସାରେ ଉନ୍ନତମାନର ଧାନ ବାବଦକୁ ଚାଷୀ କ୍ୱିଣ୍ଟାଲ ପିଛା ୨୦୬୦ ଟଙ୍କା ପାଇବାକୁ ଧାର୍ଯ୍ୟ କରାଯାଇଥିବା ବେଳେ ସାଧାରଣ ଧାନ କ୍ୱିଣ୍ଟାଲ ୨୦୪୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଜିଲ୍ଲାରେ ଚାଷୀଙ୍କ ଧାନକୁ କ୍ରୟ…

Read More

୩ୟ ଓ ୫ମ ଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷାରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ବାଜିମାତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଳକର ୫ମ ଓ ୩ୟ ଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷା- ୨୦୨୨ ର ରେଜଲ୍ଟ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ନୟାଗଡ଼ ସାମନ୍ତ ମାର୍ଗ ସ୍ଥିତ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପ୍ରତିବର୍ଷ ପରି ଏ ବର୍ଷ ମଧ୍ଯ ବାଜିମାତ କରି ଏକ ନୂଆ ଇତିହାସ ରଚନା କରିଛି । ବିଦ୍ଯାଳୟର ପଞ୍ଚମ ଶ୍ରେଣୀରେ ମେଧାବୃତ୍ତି ପରୀକ୍ଷା ଦେଇଥିବା ତିନି ଜଣଯାକ ଛାତ୍ରଛାତ୍ରୀ ନୟାଗଡ଼ ବ୍ଳକରେ ମେରିଟ୍ ଲିଷ୍ଟରେ ପ୍ରଥମ,ଦ୍ବିତୀୟ ଓ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। ସୁଶ୍ରୀ ସଙ୍ଗୀତା ସାଥୁଆ ପ୍ରଥମ, ପ୍ରତ୍ଯୁଷ କୁମାର ନାୟକ ଦ୍ବିତୀୟ ଓ ସୌମ୍ୟରଂଜନ ସ୍ବାଇଁ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। ସେହିପରି ୩ୟ ଶ୍ରେଣୀର ତିନି ଜଣ ଶିଶୁ ପରୀକ୍ଷା ଦେଇଥିଲା ବେଳେ ମେରିଟ୍ ତାଲିକାରେ ତିନି ଜଣ ଯାକ ସଫଳତା ହାସଲ କରିଛନ୍ତି। ବିଶ୍ବବିଜିତା…

Read More

ନବଘନପୁର ସରପଞ୍ଚ ପଦ ହରାଇଲେ କବିରାଜ, ସରପଞ୍ଚ ହେବେ ଚିତ୍ତରଞ୍ଜନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସଦର ବ୍ଲକ ନବଘନପୁର ପଞ୍ଚାୟତରେ ନବନିର୍ବାଚିତ ସରପଞ୍ଚ କବିରାଜ ସାହୁ ମିଥ୍ୟା ସତ୍ୟପାଠ ଦାଖଲ କରି ନିର୍ବାଚନ ଲଢ଼ିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାର ବିଚାର ନୟାଗଡ଼ ଏସଡିଜେଏମ୍ କୋର୍ଟରେ ଚାଲିଥିଲା । ଆଜି ତାହାର ରାୟ ପ୍ରକାଶ ପାଇଛି । କବିରାଜ ସାହୁଙ୍କୁ ପଦଚ୍ଯୁତ୍ କରିବା ସହ କୋର୍ଟ ବିପକ୍ଷ ପାର୍ଥୀ ଚିତ୍ତରଞ୍ଜନ ଭଞ୍ଜ ସରପଞ୍ଚ ଭାବେ କାର୍ଯ୍ୟ କରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ସୂଚନାନୁସାରେ, ନୟାଗଡ଼ ବ୍ଲକ ନବଘନପୁର ପଞ୍ଚାୟତ ସରପଞ୍ଚ ପଦବୀ ପାଇଁ ଗତ ପଞ୍ଚାୟତ ନିର୍ବାଚନରେ ୫ଜଣ ପ୍ରାର୍ଥୀ ରହିଥିଲେ । କବିରାଜ ସାହୁଙ୍କଠାରୁ ଚିତ୍ତରଞ୍ଜନ ଭଞ୍ଜ ମାତ୍ର ୭୨ଖଣ୍ଡ ଭୋଟରେ ପରାଜିତ ହୋଇଥିଲେ । ସତ୍ୟପାଠରେ କବିରାଜଙ୍କ ନାମରେ କୌଣସି ମାମଲା ନଥିବା ଉଲ୍ଲେଖ କରାଯାଇଥିବା ବେଳେ ବାସ୍ତବରେ ତାଙ୍କ ନାମରେ…

Read More

୪ର୍ଥ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ସ୍ଥଗିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ଥାନୀୟ ପଠାଣିସାମନ୍ତ ଅଡିଟୋରୀୟମ ନବିକରଣ ପାଇଁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଯାଇଥିବା ଦୃଷ୍ଟିରୁ ୨୦୨୩ ମାର୍ଚ୍ଚ ୧ରୁ ୭ତାରିଖ ପର୍ଯ୍ୟନ୍ତ ନୟାଗଡ଼ ନାଟକର ଯଜ୍ଞଶାଳା “ନାଟ୍ୟଧାରା” ଆନୁକୂଲ୍ୟରେ ଆୟୋଜିତ ହେବାକୁ ଥିବା ସପ୍ତାହ ବ୍ୟାପୀ ୪ର୍ଥ ରାଜ୍ୟସ୍ତରୀୟ ନାଟକ ମହୋତ୍ସବକୁ ସ୍ଥଗିତ ରଖାଗଲା ବୋଲି ସଭାପତି ପ୍ରମୋଦ ପଟ୍ଟନାୟକ ଏବଂ ଲଷ୍ମୀଧର ମହାପାତ୍ର ଏକ ପ୍ରେସ ବିବୃତ୍ତିରେ ଜଣେଇବା ସଙ୍ଗେ ସଙ୍ଗେ ଅନିଚ୍ଛାକୃତ ନିଷ୍ପତ୍ତି ନିମନ୍ତେ ନୟାଗଡ଼ର ସମସ୍ତ ସଂସ୍କୃତି ଏବଂ ନାଟ୍ୟ ପ୍ରେମୀମାନଙ୍କ ସହଯୋଗ କାମନା କରୁଛନ୍ତି।

Read More

ସାରା ରାଜ୍ୟରେ ଓସ୍ତିଆ ଆଶ୍ରମ ବିଦ୍ୟାଳୟକୁ ସଫଳତା

ନୟାଗଡ଼,(ନୟାଗଡ଼ ଦର୍ପଣ): ଭୁବନେଶ୍ୱରସ୍ଥିତ ଆଦିବାସୀ ପଡ଼ିଆଠାରେ ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସରଗିଫୁଲ -୨୦୨୨ ଅବସରରେ ଜୀବନ କୌଶଳ ନାଟକ ପ୍ରତିଯୋଗିତାରେ ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଳକ ଓସ୍ତିଆ ଆଶ୍ରମ ବିଦ୍ୟାଳୟର ଛାତ୍ରୀମାନେ “ବାଲ୍ୟ ବିବାହକୁ ନାଁ” ନାଟକ ମଞ୍ଚସ୍ଥ କରି ସମଗ୍ର ରାଜ୍ୟରେ ୩ୟ ସ୍ଥାନ ଅଧିକାର କରିଛନ୍ତି। ଅଭିନନ୍ଦନ ଜଣାଇଲେ ନୟାଗଡ଼ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ଦୟାନିଧି ନାୟକ।

Read More

ନୟାଗଡ଼ ମାଟିର ଗର୍ବ ଓ ଗୌରବ ପ୍ରଫେସର ଗୋପବନ୍ଧୁ ମିଶ୍ର

ନୟାଗଡ଼,(ନୟାଗଡ଼ ଦର୍ପଣ): ବର୍ତ୍ତମାନ ବନାରସ୍ ହିନ୍ଦୁ ୟୁନିଭରସିଟିରେ ସଂସ୍କୃତ ବିଭାଗର ପ୍ରଫେସର ଥିବା ଖ୍ୟାତନାମା ସାହିତ୍ୟିକ, ଗବେଷକ ପ୍ରଫେସର ଗୋପବନ୍ଧୁ ମିଶ୍ର ପାଇବେ ସାହିତ୍ୟ ଏକାଡେମୀ ପୁରସ୍କାର। ମହାନ୍ କଥାକାର “ମନୋଜ ଦାସ” ଙ୍କ ଉପନ୍ୟାସ “ଅମୃତର ଫଳ”ର ଅନୁବାଦ ” ଅମୃତ ଫଳମ୍” ପାଇଁ ସଂସ୍କୃତ ଭାଷାର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ। ପ୍ରଫେସର ମିଶ୍ର ଙ୍କ ଜନ୍ମସ୍ଥାନ ନୟାଗଡ଼ ଜିଲ୍ଲା ର ବିରୁଡା ଗାଁ ମୋର ସୈାଭାଗ୍ୟ ଯେ ଏମିତି ଜଣେ ପ୍ରଥିତଯଶା ବ୍ୟକ୍ତିଙ୍କ ସହ ମିଶିବାର ସୁଯୋଗ ପାଇଛି। ଏହା ପୂର୍ବରୁ ପ୍ରଫେସର ମିଶ୍ର ଶ୍ରୀ ସୋମନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟର କୁଳପତି ମଧ୍ୟ ଥିଲେ।

Read More

“ଓଟିଭି”ର ନୟାଗଡ଼ ଜିଲ୍ଲା ସାମ୍ବାଦିକ ଭାବେ ଯୋଗଦେଲେ ଜୟେନ୍ଦ୍ର

ନୟାଗଡ଼:,(ନୟାଗଡ଼ ଦର୍ପଣ): ‘ଓଟିଭି’ ରେ ଯୋଗଦେଲେ ଯୁବ ସାମ୍ବାଦିକ ଜୟେନ୍ଦ୍ର। ନୟାଗଡ଼ ଜିଲ୍ଲା ପ୍ରତିନିଧି ଭାବେ ଦାୟିତ୍ୱ ନେଇଛନ୍ତି ।ଆଜି ଠାରୁ ଆନୁଷ୍ଠାନିକ ଭାବେ ସେ କାର୍ଯ୍ୟାରମ୍ଭ କରିଛନ୍ତି। ପୂର୍ବରୁ ଜୟେନ୍ଦ୍ର ବେହେରା ” ଇଟିଭି ଭାରତ “ରେ କାର୍ଯ୍ୟ କରୁଥିଲେ। ତେବେ ଇଟିଭି ନେଟୱାର୍କ ଛାଡ଼ି ଆଜି ଠାରୁ ‘ଓଟିଭି’ରେ କାର୍ଯ୍ୟଆରମ୍ଭ କରିଛନ୍ତି ସେ । ଏ ନେଇ ଅନେକ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

Read More