ନୟାଗଡ଼,(ନୟାଗଡ଼ ଦର୍ପଣ): ଦୁର୍ନୀତି ନିବାରଣ ସଚେତନତା ସପ୍ତାହ, ୨୦୨୫ (ତା.୨୭.୧୦.୨୦୨୫ ରିଖ ଠାରୁ ତା.୦୨.୧୧.୨୦୨୫ରିଖ) ପାଳନ ଅବସରରେ ଆଜି ଦିବା ୧୧ଘଟିକା ସମୟରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସଙ୍କ ଅଧ୍ୟକ୍ଷତାରେ ଏକ ଶପଥ ପାଠ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କାର୍ଯ୍ୟାଳୟର ଡେପୁଟୀ କଲେକ୍ଟର ତପତୀ ରାଜ, ଡେପୁଟୀ କଲେକ୍ଟର ତରୁଣ କୁମାର ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟଙ୍କ ସମେତ ଅନ୍ୟ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶପଥ ପାଠ କରାଇଥିଲେ । ଏହି ଶପଥ ପାଠ କାର୍ଯ୍ୟକ୍ରମ ଜିଲ୍ଲା ତଥା ସମସ୍ତ ବ୍ଲକ ଅନ୍ତର୍ଗତ ବିଭାଗୀୟ କାର୍ଯ୍ୟାଳୟରେ ମଧ୍ଯ ଅନୁଷ୍ଠିତ ହୋଇଛି ।
Read MoreBlog
ଭାପୁରରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ
ଭାପୁର,(ନୟାଗଡ଼ ଦର୍ପଣ) : ଭାପୁର ବ୍ଲକରେ ନୟାଗଡ଼ ଜିଲ୍ଲାପାଳଙ୍କ ବ୍ଲକ୍ ସ୍ତରୀୟ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ନୟାଗଡ଼ ଜିଲ୍ଲପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଗ୍ନଜିତ ରାଉତ, ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ, ଜିଲ୍ଲାମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ସୁଶାନ୍ତ କୁମାର ଦାସ, ଭାପୁର ବିଡ଼ିଓ, ତହସିଲଦାରଙ୍କ ସହିତ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ। ଉକ୍ତ ଅଭିଯୋଗ ପ୍ରକୋଷ୍ଟ୍ରରେ ମୋଟ ୬୮ଟି ଆପତ୍ତି ଅଭିଯୋଗ ଆସିଥିଲା। ସେଥି ମଧ୍ୟରେ ୬୧ଟି ଅଭିଯୋଗ ବ୍ୟକ୍ତିଗତ ଥିବା ବେଳେ ୩ଟି ଅଭିଯୋଗ ଗ୍ରାମ୍ୟ ସମସ୍ୟା ଓ ୪ଗୋଟି ଅଭିଯୋଗ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଆଧାରିତ ଥିଲା, ରେଡ଼କ୍ରସ ସହାୟତା ପାଇଁ…
Read Moreରଣପୁର ଠାରେ କୃଷକ ସଭାର ୨୫ତମ ରାଜ୍ୟ ସମ୍ମିଳନୀର ଖୋଲା ଅଧିବେଶନ
ରଣପୁର,(ନୟାଗଡ଼ ଦର୍ପଣ): ଅଖିଳ ଭାରତ କିଷାନ ସଂଘ (AIKS)ର ସହବନ୍ଧିତ ଓଡ଼ିଶା ଶାଖା “ଓଡ଼ିଶା କୃଷକ ସଭା”ର ୨୫ତମ ରାଜ୍ୟ ସମ୍ମିଳନୀର ଖୋଲା ଅଧିବେଶନ ସାଥୀ ଜମ୍ବେଶ୍ଵର ସାମନ୍ତରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଥିବା ୧୨ ଘଟିକା ସମୟରେ କୃଷକ ମାନଙ୍କର ଏକ ଶୋଭାଯାତ୍ରା ରଣପୁର ନୂଆ ବସଷ୍ଟାଣ୍ଡ ଠାରୁ ବାହାରି ବଜାର ପରିକ୍ରମା କରି ପଞ୍ଚୁଦୋଳ ପଡ଼ିଆରେ ଥିଵା ସହିଦ୍ ରଘୁ ଦିବାକରଙ୍କ ପ୍ରତିମୂର୍ତ୍ତିରେ କେନ୍ଦ୍ର ଓ ରାଜ୍ୟ ନେତା ପୁଷ୍ପମାଲ୍ୟ ଦେଇଥିଲେ । ପଞ୍ଚୁଦୋଳ ପଡ଼ିଆ ରେ ଅନୁଷ୍ଠିତ ଖୋଲା ଅଧିବେଶନ ରେ ସଞ୍ଜୁକ୍ତ କିଷାନ ମୋର୍ଚ୍ଚା ର ସର୍ବ ଭାରତୀୟ ସଭାପତି ତଥା ପୂର୍ବତନ ସାଂସଦ ହାନାନ୍ ମୋଲ୍ଲା କେନ୍ଦ୍ର ସରକାରଙ୍କ ଚାଷୀ ବିରୋଧୀ ନୀତିର ତୀବ୍ର ସମାଲୋଚନା କରିଥିଲେ। ମୋଦୀ ସରକାରର ନିର୍ବାଚନ ବେଳର ପ୍ରତିଶ୍ରୁତି ଆଜି ପ୍ରତାରଣାରେ…
Read Moreପରମ୍ପରାର ୩୦ତମ ସ୍ଵନକ୍ଷତ୍ର ଉତ୍ସବ ଅନୁଷ୍ଠିତ
ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ ସାହିତ୍ୟ ଓ ସଂସ୍କୃତି ପରିଷଦର ୩୦ତମ ସ୍ଵନକ୍ଷତ୍ର ସାରସ୍ଵତ ସମାରୋହ ଓ ସମ୍ବର୍ଦ୍ଧନା ପର୍ବ ସ୍ଥାନୀୟ ନୀଳମାଧବ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏହାର ପ୍ରଥମ ଅଧିବେଶନରେ ବରିଷ୍ଠ ଶିଶୁ ସାହିତ୍ୟିକା ବସିରନ୍ ବିବି, ଡ଼. ଗୀତାଞ୍ଜଳି ମହାପାତ୍ର, ଗୀତିକାର ଗୋଦାବରୀଶ ମିଶ୍ର ଯୋଗଦେଇ ବକ୍ତବ୍ୟରେ କହିଥିଲେ ଯେ ପ୍ରତ୍ୟେକ ସତ୍ କବି ସାଧନାରେ ନିର୍ଲିପ୍ତ ଥାନ୍ତି। ଏହି ଅଧିବେଶନରେ କବିତା ଗୁଡ଼ିକୁ ସଂଯୋଜନା କରିଥିଲେ ହରପ୍ରିୟା ଦ୍ଵିବେଦୀ ଓ ନୀଳମାଧବ ମିଶ୍ର । ଦ୍ଵିତୀୟ ଅଧିବେଶନରେ ଅତିଥି ଭାବେ ଉତ୍ତରାଞ୍ଚଳ ପୂର୍ବତନ ରାଜସ୍ବ କମିଶନର ନିରଞ୍ଜନ ସାହୁ ଓ ବରିଷ୍ଠ ଗାଳ୍ପିକ ରାଜ୍ୟବର୍ଦ୍ଧନ ଧଳ ମହାପାତ୍ର ଯୋଗଦେଇ କହିଥିଲେ ଯେ ବେଦ, ଉପନିଷଦ ରାମାୟଣ ଓ ମହାଭାରତ ଚାରିସ୍ତମ୍ଭ ଉପରେ ଆମ ସାହିତ୍ୟ ଗଠିତ ଓ ଗତିଶୀଳ। ଏହି ଅଧିବେଶନରେ କୈଳାସ…
Read Moreଇଟାମାଟି ଠାରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର
ନୟାଗଡ଼, (ନୟାଗଡ଼ ଦର୍ପଣ): ବଂଶୀଧର ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ଫର ପିସ ଆଣ୍ଡ ଡେଭଲପମେଣ୍ଟ,, ଇଟାମାଟି, ନୟାଗଡ଼, ଏବଂ ଓଡ଼ିଶାର ନମ୍ବର ୱାନ ପେନକ୍ଲିନିକ ହେଲଥ ଭିଲେଜ ହସ୍ପିଟାଲ, ଭୁବନେଶ୍ୱର ମିଳିତ ଆନୁକୂଲ୍ୟରେ ସମାଜସେବୀ ମନୋଜ କୁମାର ସାହୁଙ୍କ ପରିଚାଳନାରେ ଆଶୀର୍ବାଦ କଲ୍ୟାଣ ମଣ୍ଡପ ଇଟାମାଟି ଠାରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ ହୋଇଯାଇଅଛି । ଏଥିରେ ହେଲଥ ଭିଲେଜ ହସ୍ପିଟାଲ ଭୁବନେଶ୍ୱରର ସିନିୟର ପ୍ରଫେସର ଡାକ୍ତର ଶୋଭନ କୁମାର ରଥଙ୍କ ନେତୃତ୍ୱରେ ଅଭିଜ୍ଞ ଡାକ୍ତର ପ୍ରତାପ କୁମାର ସିଂ (ଭେଷଜ ବିଶେଷଜ୍ଞ), ଡାକ୍ତର ରାଘବ ଲୋଚନ( ଯନ୍ତ୍ରଣା ନିବାରଣ ବିଶେଷଜ୍ଞ) ଏବଂ ଡାକ୍ତର ରାମକୃଷ୍ଣ ପାତ୍ର (ଯନ୍ତ୍ରଣା ଓ ଭୌତିକ ନିବାରଣ ବିଶେଷଜ୍ଞ)ଙ୍କ ଦ୍ୱାରା ସକାଳ ୯ଘଟିକା ଠାରୁ ଅପରାହ୍ନ ୨ଘଟିକା ପର୍ଯ୍ୟନ୍ତ ଇଟାମାଟି ପଞ୍ଚାୟତ ସମେତ ପାଖାପାଖି ସାତ ଗୋଟି ପଞ୍ଚାୟତରୁ ଆଣ୍ଠୁ ଗଣ୍ଠି…
Read Moreନୟାଗଡ଼ ସରସ୍ଵତୀ ବିଦ୍ୟାମନ୍ଦିରରେ ସପ୍ତଶକ୍ତି ସଙ୍ଗମ କାର୍ଯ୍ୟକ୍ରମ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ମାଆ ମାନଙ୍କର ସପ୍ତଶକ୍ତି ସଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ଗାୟତ୍ରୀ ପଟ୍ଟନାୟକ ମୁଖ୍ୟବକ୍ତାଭାବେ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଭାବେ ପ୍ରଭାସିନୀ ବରାଡ ଯୋଗ ଦେଇଥିବାବେଳେ ନମିତା କୁମାରୀ ନାୟକ ଓ ସସ୍ମିତା ନାୟକ ମହୋଦୟା ସମ୍ମାନିତା ଅତିଥି ଭାବେ ଯୋଗଦେଇଥିଲେ। ଏଠାରେ ଅତିଥିମାନେ ପର୍ଯ୍ୟାବରଣ ଓ କୁଟୁମ୍ବ ପ୍ରବୋଧନରେ ମହିଳାଙ୍କ ଭୂମିକା, ପ୍ରେରଣାଦାୟୀ ମହିଳାଙ୍କ ବାର୍ତ୍ତା, ଭାରତ ବିକାଶରେ ମହିଳାଙ୍କ ଭୂମିକା ଆଦି ବିଷୟରେ ତଥ୍ୟ ଉପସ୍ଥାପନା କରିଥିଲେ।ମୁଖ୍ୟଵକ୍ତା ଶ୍ରୀମତୀ ପଟ୍ଟନାୟକ ଭଗବାନଙ୍କର ଦଶ ଅବତାର ବିଷୟରେ ତଥ୍ୟ ଉପସ୍ଥାପନା କରିବା ସହିତ ପର୍ଯ୍ୟାବରଣ ସୁରକ୍ଷାରେ ପଞ୍ଚ ‘ଜ’ ଯେପରିକି ଜନ, ଜଳ, ଜମି, ଜୀବ, ଜଙ୍ଗଲ ଆଦି ବିଷୟରେ ନିଜର ମତ ଉପସ୍ଥାପନା କରିଥିଲେ। ତାଙ୍କ ପରେ…
Read Moreଗାୟତ୍ରୀ ପରିବାର ତରଫରୁ ନୟାଗଡ଼ ଜିଲ୍ଲା ପରିକ୍ରମା କରୁଥିବା ଜ୍ଯୋତି କଳସ ରଥଯାତ୍ରାର ସମାପନ ଉତ୍ସବ ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ଅଖିଳ ବିଶ୍ବ ଗାୟତ୍ରୀ ପରିବାର, ୧ଶାନ୍ତିକୁଞ୍ଜ ହରିଦ୍ଵାର ଆନୁକୂଲ୍ୟରେ ଦିବ୍ଯ ଅଖଣ୍ଡ ଦୀପର ଶତାବ୍ଦୀ ସମାରୋହ ଓ ପରମ ବନ୍ଦନୀୟା ମାତାଜୀ ଭଗବତୀ ଦେବୀ ଶର୍ମାଙ୍କ ଜନ୍ମ ଶତାବ୍ଦୀ ବର୍ଷ ଅବସରରେ ଶାନ୍ତିକୁଞ୍ଜ ହରିଦ୍ବାରରୁ ନୟାଗଡ଼ ଜିଲ୍ଲାକୁ ଆସିଥିବା ଜ୍ଯୋତି କଳସ ରଥଯାତ୍ରାର ସମାପନ ଉତ୍ସବ ଓଡଗାଁ ରଙ୍ଗଣିପାଟଣା ଠାରେ ଅନୁଷ୍ଠିତ ହୋଇ ଯାଇଛି। ଗତ ଅକ୍ଟୋବର ୧୬ ତାରିଖରେ ଏହି ଜ୍ଯୋତି କଳସ ରଥକୁ ନୟାଗଡ଼ ଜିଲ୍ଲା ତରଫରୁ ଚମ୍ପତିପୁର ଗ୍ରାମ ଠାରେ ସ୍ବାଗତ କରାଯିବା ପରେ ଶହେରୁ ଉର୍ଦ୍ଧ୍ବ ଗାୟତ୍ରୀ ପରିଜନ ମାନଙ୍କୁ ନେଇ ଏକ ବିଶାଳ ନିଶା ନିବାରଣ ଶୋଭାଯାତ୍ରା ସହିତ ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା। ୧୭ ତାରିଖରେ ନୟାଗଡ଼ ବ୍ଳକ୍ ର ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲା। ୧୮ ତାରିଖରେ ନୂଆଗାଁ ଓ…
Read Moreଶ୍ୟାମାକାଳୀ ପୂଜା ଉଦଯାପିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ବ୍ଲକ ଅନ୍ତର୍ଗତ ସଠିଆପଲ୍ଲୀ ଗ୍ରାମରେ ଆନନ୍ଦ ଉଦ୍ଦୀପନା ମଧ୍ୟରେ ଚାଲିଥିବା ଦୁଇ ଦିନିଆ ଶ୍ୟାମାକାଳୀ ପୂଜା ଗୁରବାର ଉଦଯାପିତ ହୋଇ ଯାଇଛି। ଉଦଯାପନୀ ସନ୍ଧ୍ୟାରେ ଅତିଥି ଭାବେ ସାମ୍ବାଦିକ ରଜତ ପଟ୍ଟନାୟକ, ସମାଜସେବୀ ରୋଟାରୀଆନ ପୂର୍ଣ୍ଣଚନ୍ଦ୍ର ସାହୁ, ସହକାରୀ ଶିକ୍ଷୟତ୍ରୀ ଝିଲିମିଲି ସାହୁ ପ୍ରମୁଖ ଯୋଗଦେଇ ମାତୃପୂଜା ତଥା ପୂଜ୍ୟପୂଜା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ବକ୍ତବ୍ୟ ପ୍ରଦାନ ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପୂଜାକମିଟିର ସଭାପତି କାହ୍ନା ସ୍ୱାଇଁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତିବିଶେଷ, ଅନୁଷ୍ଠାନମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ଖୁବ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।
Read Moreଗୋ ହତ୍ୟାକାରୀ ବିଜେପି ସରକାର ବିରୁଦ୍ଧରେ ଜିଲ୍ଲା କଂଗ୍ରେସ ପକ୍ଷରୁ ନୟାଗଡ଼ରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ
ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ସନ୍ଧ୍ୟା ସମୟରେ ସ୍ଥାନୀୟ ଟ୍ରାଫିକ ଛକ ଠାରେ ଗୋ ହତ୍ୟାକାରୀ ବିଜେପି ସରକାର ବିରୁଦ୍ଧରେ ନୟାଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ସଭା ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି। ନୂଆପଡାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ବାଚନୀ ସଭାର ବଳକା ରନ୍ଧା ଖାଦ୍ୟ ଖାଇ ୨୦ରୁ ଉର୍ଦ୍ଧ୍ୱ ଗୋମାତାଙ୍କ ଅକାଳ ମୃତ୍ୟୁ ପାଇଁ ରାଜ୍ୟରେ ବିଜେପି ସରକାରକୁ ଦାୟୀ କରାଯାଇ ଗୋ-ହତ୍ୟାକାରୀ ବିଜେପି ସରକାର ବିରୁଦ୍ଧରେ କଂଗ୍ରେସ କାର୍ଯ୍ୟକର୍ତାମାନେ ନୟାଗଡ଼ ଟ୍ରାଫିକ ଛକ ଠାରେ ଦୁଇଘଣ୍ଟିଆ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ସଭାରେ ଅଂଶଗ୍ରହଣ କରି ବିଜେପି, ଆରଏଏସ,ବଜରଙ୍ଗ ଦଳ, ଗୋରକ୍ଷକ,ବିଶ୍ୱ ହିନ୍ଦୁ ପରିଷଦ ଯେଉଁମାନେ ହିନ୍ଦୁ ସନାତନୀ ଧର୍ମର ଠିକାଦାର ବୋଲାଉଛନ୍ତି ସେମାନେ ନୂଆପଡା ଗୋହତ୍ୟା ପ୍ରସଙ୍ଗରେ କାହିଁକି ଚୁପ ବୋଲି କଂଗ୍ରେସ…
Read Moreଜିଲ୍ଲା ଉନ୍ନୟନ ସମନ୍ୱୟ ପର୍ଯ୍ୟାଲୋଚନା କମିଟି ବୈଠକ
ନୟାଗଡ, (ନୟାଗଡ଼ ଦର୍ପଣ): ଜିଲ୍ଲା ପରିଷଦ ସୃଜନ ସମ୍ମିଳନୀ କକ୍ଷରେ ଥିବା ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି। କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଆଜିର ବୈଠକ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଆଜିର କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା ହୋଇଥିଲା। ମାନ୍ୟବର ସାଂସଦ ପ୍ରାରମ୍ଭରେ ମେଗା ପାଇପ୍ ୱାଟର ସପ୍ଲାଏ ଉପରେ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ଉପରେ ମଧ୍ୟ ଅନୁଧ୍ୟାନ କରାଯାଇଥିଲା। ବ୍ୟାଟେରୀ ଚାଳିତ ଗାଡି ଉପରେ କ୍ଲିଅରାନସ, ଅର୍ଥାତ୍ ଟେଣ୍ଡର ଡକାଯିବା, କ୍ରୟ କରାଯିବା ଉପରେ ଡିଟେଲ ହିସାବର ତଥ୍ୟ ସଂଗ୍ରହ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସ୍କିଲ ଟ୍ରେନିଂ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ଦିନ୍ ଦୟାଲ ଉପାଧ୍ୟାୟ ଗ୍ରାମୀଣ ଯୋଜନା, ପ୍ରଧାନମନ୍ତ୍ରୀ କଉଶଳ ଶିକ୍ଷା ଯୋଜନା, ଜିଲ୍ଲା ଶିଳ୍ପ କେନ୍ଦ୍ର, ନୟାଗଡ, ଵନ ବିଭାଗ…
Read More