Blog

ଓଡ଼ିଆ ପକ୍ଷ ପାଳନ, କବିତା ପାଠ ଓ ଆଲୋଚନା

ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଆ ପକ୍ଷ ଅବସରରେ ଆଜି ଆଲୋଚନା ଚକ୍ର ଓ କବିତା ପାଠ କାର୍ଯ୍ୟକ୍ରମ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି।  ଜିଲ୍ଲା ସଂସ୍କୃତି ଅଧିକାରୀ ସୁମିତ୍ରା ଭୂୟାଁଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ନୟାଗଡ଼ ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ଜିଲ୍ଲାପାଳ ମଧୁମିତା ରଥ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶ ଯୋଗ ଦେଇଥିଲେ। ଆଜି ଗୋବିନ୍ଦ ଚନ୍ଦ୍ର ଶୁରଦେଓ ଜୟନ୍ତୀ ଅବସରରେ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା। ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ, ଅଣଆଲୋଚିତ ବରପୁତ୍ରଙ୍କ ବିଷୟରେ ଆଲୋଚନା କରିବା ଆବଶ୍ୟକ ବୋଲି କହିଥିଲେ। ନୟାଗଡ଼ ମାଟିର ସୁଯୋଗ୍ୟ ସନ୍ତାନମାନେ ଏହି ମାଟିକୁ ସାରା ବିଶ୍ୱରେ ପରିଚିତ କରାଇଛନ୍ତି ବୋଲି କହିଥିଲେ। ଜିଲ୍ଲାପାଳ…

Read More

ଜୟନ୍ତୀ ଅବସରରେ ନାଟ୍ୟରଥିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶାର ଅନ୍ୟତମ ବରପୁତ୍ର, ବହୁମୁଖୀ ପ୍ରତିଭା,ମହାନ ନାଟ୍ୟକାର ତଥା ନୟାଗଡ଼ ମାଟିର ଗର୍ବ ଓ ଗୌରବ ନାଟ୍ୟରଥି ଗୋବିନ୍ଦ ଚନ୍ଦ୍ର ଶୂରଦେଓଙ୍କ ୧୪୨ତମ ଜନ୍ମ ଜୟନ୍ତୀ ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି। ଜିଲ୍ଲା ସଂସ୍କୃତି ପରିଷଦ, ନୟାଗଡ଼ ଏବଂ ‘ମୈତ୍ରୀ ଯୁବ ସଂସଦ’ର ମିଳିତ ଆନୁକୁଲ୍ୟରେ  ଆଜି ପ୍ରତ୍ୟୁଷରେ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ନାଟ୍ୟରଥିଙ୍କ ପ୍ରତିମୂର୍ତ୍ତିରେ ଧୂପ, ପୁଷ୍ପ ଏବଂ ମାଲ୍ୟାର୍ପଣ କରାଯିବା ସହିତ ସ୍ବର୍ଗତ ନାଟ୍ୟରଥିଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରାଯାଇଥିଲା। ସ୍ୱର୍ଗତ ଗୋବିନ୍ଦ ଶୂରଦେଓ ନାଟକ ରଚନା ସହିତ ଚିତ୍ରସଜ୍ଜା, ମଞ୍ଚସଜ୍ଜା, ନାଟ୍ୟ ନିର୍ଦ୍ଦେଶନା, ଗୀତିକାର, ସଙ୍ଗୀତ ସଂଯୋଜନା, କଣ୍ଠଦାନ, ଅଭିନୟ ତଥା ଅଭିନେତା ମାନଙ୍କର ବେଶସଜ୍ଜା ଆଦି ନାଟକର ବିଭିନ୍ନ ବିଭାଗରେ ବିଚକ୍ଷଣ ଭାବେ ସଫଳ ହୋଇ ସୃଷ୍ଟି କରିଥିଲେ କିମ୍ବଦନ୍ତୀ ।…

Read More

ନୟାଗଡ଼ରେ ମା ବାଟମଙ୍ଗଳାଙ୍କ ମନ୍ଦିରର ରତ୍ନମୁଦ ଉତ୍ସବ ଅନୁଷ୍ଠିତ

ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରର ବାରମାସୀ ଦଣ୍ଡା ନିକଟରେ, ମୁନିସିପାଲିଟିର ୧୧ ନମ୍ବର ୱାର୍ଡରେ  ନିର୍ମିତ ନୂତନ ମଙ୍ଗଳା ମନ୍ଦିର ରେ  ସକାଳ ୯ ଘଟିକା ସମୟରେ ପଣ୍ଡିତମାନଙ୍କ ଦ୍ୱାରା ପୂଜା ପାଠ ଓ ହୋମଯଜ୍ଞ ଆରମ୍ଭ ହୋଇଥିଲା। ଏହା ସହିତ ନାମ କୀର୍ତ୍ତନ ର ଧ୍ୱନିରେ ପରିବେଶ ଭକ୍ତିମୟ ହୋଇଯାଇଥିଲା। ହୋମ ଯଜ୍ଞରେ କର୍ତ୍ତା ଭାବେ ଗୋପୀନାଥ ମହାନ୍ତି ଓ ନରସିଂହ ପୃଷ୍ଟି ବସିଥିଲେ। ଏହି ଉତ୍ସବଟି ୱାର୍ଡ କାଉନସିଲର ଅକ୍ଷୟ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ବହୁ ଆଡମ୍ବରରେ ପାଳନ କରାଯାଇଥିଲା। ବାରମାସୀ ଦଣ୍ଡା ଅଞ୍ଚଳରେ ପୂର୍ବରୁ କୌଣସି ମନ୍ଦିର ନଥିବାରୁ ଏହି ମନ୍ଦିର ନିର୍ମାଣ ନେଇ ଅଞ୍ଚଳବାସୀମାନେ ବହୁତ ଖୁସି ବ୍ୟକ୍ତ କରିଛନ୍ତି।ଉତ୍ସବରେ ନୟାଗଡ଼ ବିଧାୟକ ଡ଼. ଅରୁଣ କୁମାର ସାହୁ, ରଣପୁରର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ,…

Read More

ନୟାଗଡ଼ ଛେନାପୋଡ଼କୁ GI Tag ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ପୁରୀ ସାଂସଦ ସମ୍ବିତ ପାତ୍ର

ନୟାଗଡ଼, (ନୟାଗଡ଼ ଦର୍ପଣ): ଛେନାପୋଡ଼ ଦିବସ ଅବସରରେ ନୟାଗଡ଼ର ଗର୍ବ ଓ ଗୌରବ ‘ଛେନାପୋଡ଼’ ପାଇଁ ଏକ ଶୁଭ ସୂଚନା ମିଳିଛି। ବିଶ୍ୱ ପ୍ରସିଦ୍ଧ ଏହି ମିଠାକୁ GI (Geographical Indication) ଟ୍ୟାଗ୍ ମାନ୍ୟତା ପ୍ରଦାନ କରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ପୁରୀ ସାଂସଦ ଡାକ୍ତର ସମ୍ବିତ ପାତ୍ର, ମାନ୍ୟବର କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ପିୟୁଷ ଗୋୟଲଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ସାଂସଦଙ୍କ ଦାବିକୁ ଗମ୍ଭୀରତାର ସହ ଗ୍ରହଣ କରି ମାନ୍ୟବର କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ନୟାଗଡ଼ ଛେନାପୋଡ଼ାକୁ GI ଟ୍ୟାଗ୍ ମାନ୍ୟତା ପ୍ରଦାନ ଦିଗରେ ଯଥାଶୀଘ୍ର ଉପଯୁକ୍ତ ପଦକ୍ଷେପ ନିଆଯିବ। ଏନେଇ ଆସନ୍ତା ମେ ମାସ ୨୮ ଓ ୨୯ତାରିଖରେ ଏକ ବୈଠକ ବସିବ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସମସ୍ତ ଓଡ଼ିଶାବାସୀଙ୍କୁ ‘ଛେନାପୋଡ଼ ଦିବସ’ର ଆନ୍ତରିକ ଶୁଭେଚ୍ଛା…

Read More

ଦଳିତ ବିରୋଧି ମନ୍ତବ୍ୟ ପ୍ରତିବାଦରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ କୁଶପୁତ୍ତଳିକା ଦାହ କଲେ କଂଗ୍ରେସ କର୍ମୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟ କଂଗ୍ରେସ ସଭାପତି ଭକ୍ତଚରଣ ଦାସଙ୍କ ସଭାପତିଙ୍କ ନିର୍ଦ୍ଦେଶ ଅନୁସାରେ ନୟାଗଡ଼ ଡିସିସି ପକ୍ଷରୁ କଂଗ୍ରେସ ସଭାପତି ତଥା ଦେଶର ପ୍ରମୁଖ ଦଳିତ ନେତା ମଲ୍ଲୀକାର୍ଜୁନ ଖଡ଼ଗେଙ୍କ ପ୍ରତି ଅଶାଳୀନ, ଅପମାନ ସୂଚକ ମନ୍ତବ୍ୟ ପ୍ରତିବାଦରେ ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶଙ୍କ ନେତୃତ୍ୱରେ ଆସାମ ବିଜେପି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱସର୍ମାଙ୍କ କୁଶପୁତ୍ତଳିକା ନୟାଗଡ଼ କୋର୍ଟ ଛକରେ ଦାହ କରାଯାଇଛି। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଡିସିସି ଉପସଭାପତି ଫକୀର ଚରଣ ମଲ୍ଲ,ସାଧାରଣ ସମ୍ପାଦକ ପୀତବାସ ଖୁଣ୍ଟିଆ,ନୟାଗଡ଼ ମୁନିସିପାଲିଟି କଂଗ୍ରେସ ସଭାପତି ରାଜକିଶୋର ଜେନା, ଡିସିସି ଦଳିତ କଂଗ୍ରେସ ସଭାପତି ଜିତେନ୍ଦ୍ର ଦଳେଇ, ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ପ୍ରତୀକ ମହାପାତ୍ର, କଂଗ୍ରେସ ନେତା ଦେବାଶିଷ ମହାପାତ୍ର, ଅନ୍ତର୍ଯ୍ୟାମୀ ସାହୁ,ସରlଫତ ଖାଁ,ଙ୍କ ସମେତ ବହୁ ଯୁବ ଛାତ୍ର କଂଗ୍ରେସ କାର୍ଯ୍ୟକର୍ତ୍ତା ଯୋଗ ଦେଇ…

Read More

ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ବିଶ୍ୱ ଛେନାପୋଡ଼ ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟରେ ଓକିଲ ସଙ୍ଘ ସମ୍ମିଳନୀ କକ୍ଷ ଠାରେ ଧୂମଧାମରେ ବିଶ୍ୱ ଛେନାପୋଡ଼ ଦିବସ ପାଳନ କରାଯାଇଛି l ନୟାଗଡ଼ ଜିଲ୍ଲା ଜଜ ଅଜନ୍ତା ଷଡ଼ଙ୍ଗୀ ନୟାଗଡ଼ ପ୍ରସିଦ୍ଧ ଛେନାପୋଡ଼ କାଟି ଛେନାପୋଡ଼ ଦିବସ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଅତିଥି ଭାବେ ଅତିରିକ୍ତ ଜିଲ୍ଲାଜଜ ରୀଜା ରାୟ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସ୍ମୃତିସ୍ନିଗ୍ଧା ଦାଶ, ସବଜଜ ଏଲଆର ରବି ନାରାୟଣ ବେହେରା, ରେଜିଷ୍ଟ୍ରାର ସୋନାଲି ସରିତା, ଏସଡ଼ିଜେଏମ ସମାପିକା ସମଦର୍ଶିନୀ, ସିଡିଓ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ଏବଂ ଏସ୍ଡ଼ିପିଓ ଜ୍ୟୋତିରଞ୍ଜନ ସାମନ୍ତରାୟ ପ୍ରମୁଖ ଯୋଗ ଦେଇ ଛେନାପୋଡ଼ କାଟି ଖୁସି ମୁହୂର୍ତ୍ତରେ ସାମିଲ ହୋଇଥିଲେ। ଜିଲ୍ଲା ଓକିଲ ସଙ୍ଘ ସଭାପତି ରଣଜିତ ଦାଶ ନୟାଗଡ଼…

Read More

ଭକ୍ତିସଙ୍ଗୀତ ପ୍ରତିଯୋଗିତା, ସେମି ଫାଇନାଲକୁ ଗଲେ ୬ପ୍ରତିଯୋଗୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ସିଜିନ-୩ର ନୂଆଗାଁ ବ୍ଲକ ଅଡିସନ ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ,ନୂଆଗାଁଠାରେ ଅନୁଷ୍ଠିତ ହୋଇଯାଇଛି।  ଏହି ପ୍ରତିଯୋଗିତାରେ ନୂଆଗାଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ସଂଗୀତାନୁଷ୍ଠାନ ମାନଙ୍କରୁ ୧୪ ରୁ ୨୪ବର୍ଷ ବୟସର କଣ୍ଠଶିଳ୍ପୀ ମାନେ  ଅଂଶ ଗ୍ରହଣ କରିଥିଲେ। ସଙ୍ଗୀତ ପ୍ରତିଯୋଗିତାରେ ବିଚାରକ ଭାବେ ବେତାର ତଥା ଦୂରଦର୍ଶନ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ, ଅଶୋକ ମଲ୍ଲ, ପ୍ରଶାନ୍ତ କୁମାର ପଟ୍ଟନାୟକ ଏବଂ ଲକ୍ଷ୍ମୀଧର ସାହୁ  ପ୍ରମୁଖ ଯୋଗଦାନ କରି ଶ୍ରେଷ୍ଠ ୬ ଜଣ କଣ୍ଠଶିଳ୍ପୀଙ୍କୁ ସେମି ଫାଇନାଲ ପର୍ଯ୍ୟାୟ ପାଇଁ ଚୟନ କରିଥିଲେ। ଏହି କଣ୍ଠଶିଳ୍ପୀ ମାନେ ହେଲେ ସାଇପ୍ରସାଦ ଦାଶ,ଶକ୍ତିମାନ ସ୍ୱାଇଁ,ପ୍ରୀତିପ୍ରଜ୍ଞା ତ୍ରିପାଠୀ,ଲକ୍ଷ୍ମୀ ନାୟକ, ସୁଚିତ୍ରା ବେହେରା ଏବଂ ଲକ୍ଷ୍ମୀପ୍ରିୟା ସାହୁ। କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପକ ଚିନ୍ମୟ…

Read More

ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାର ସାମଗ୍ରିକ ବିକାଶ ତଥା ଉତ୍କର୍ଷର ପ୍ରତିଫଳନ ଲକ୍ଷ୍ୟ ନେଇ ସ୍ଥାନୀୟ ଲାଠିପଡ଼ାସ୍ଥିତ ମଡେଲ ଡିଗ୍ରୀ କଲେଜ ପରିସରରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ୨୦୨୫ ଅନୁଷ୍ଠିତ ହୋଇଯାଇଅଛି। ଛାତ୍ର ସଂସଦ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ମଧୁସ୍ମିତା ମହାପାତ୍ର, ଡକ୍ଟର ପ୍ରକାଶ କୁମାର ସାହୁ, ଡକ୍ଟର ଅନୀୟ କୁମାର ସାମନ୍ତରା, ବିଜୟ କୁମାର ସାହୁଙ୍କ ସୁପରିଚାଳନାରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଅନୁଷ୍ଠାନର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ସଭାକାର୍ଯ୍ୟ ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜ୍ବଳନ ସହ ଆନୁଷ୍ଠାନିକ ଭାବେ ସ୍ବାଗତ ସଂଗୀତ ପରିବେଷଣ କରାଯାଇଥିଲା। ୨୦୨୪-୨୫ ଶିକ୍ଷାବର୍ଷର ରାଜନୀତି ବିଜ୍ଞାନ ବିଭାଗର ଛାତ୍ରୀ ଶୁଭସ୍ମିତା ମହାନ୍ତି ‘ଶ୍ରେଷ୍ଠ ସ୍ନାତକ’ ଟ୍ରଫି ସହିତ ଦୁଇ ହଜାର…

Read More

ଛେନାପୋଡ଼କୁ ଜିଆଇ ଟ୍ୟାଗ୍ ପ୍ରଦାନ ପାଇଁ ଦାବିପତ୍ର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ୟବସାୟୀ ସଂଘ କଚେରି ବଜାରର ସଭାପତି ପ୍ରଭାତ କୁମାର ଷଡ଼ଙ୍ଗୀ, ଉପସଭାପତି ସୁନୀଲ କୁମାର ଶତପଥୀ, ସଂପାଦକ ରଘୁନାଥ ସାହୁ ଓ କୋଷାଧ୍ୟକ୍ଷ ପ୍ରକାଶ କୁମାର ଦୋରାଙ୍କ ସହ ସଂଘର ବହୁ ସଦସ୍ୟମାନେ ଛେନାପୋଡ଼କୁ ଜିଆଇ ଟ୍ୟାଗ୍ ପ୍ରଦାନ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି। ଛେନାପୋଡ଼ର ପ୍ରତିଷ୍ଠାତା ସ୍ବର୍ଗତ ସୁଦର୍ଶନ ସାହୁଙ୍କ ଜୟନ୍ତୀ ଏପ୍ରିଲ୍ ୧୧କୁ ବିଶ୍ବ ଛେନାପୋଡ଼ ଦିବସ ଭାବେ ପାଳନ କରିବା ପାଇଁ ସେମାନେ ନିବଦେନ କରିଛନ୍ତି। ଏଣୁ ଛେନାପୋଡ଼କୁ ଜିଆଇ ଟ୍ୟାଗ୍ ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ ବିଭାଗକୁ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

Read More

ନୟାଗଡ଼ ମୁନିସିପାଲିଟିରେ ଅଢେଇ କୋଟି ଟଙ୍କା ମୂଲ୍ୟର ଟେଣ୍ଡର ଫିକ୍ସିଙ୍ଗ ହୋଇଥିବା ଅଭିଯୋଗ କଲା କଂଗ୍ରେସ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ମୁନିସିପାଲିଟିରେ ପ୍ରାୟ ଅଢେଇ କୋଟି ଟଙ୍କା ଅଟକଳ ମୂଲ୍ୟର ୧୬ଗୋଟି ଠିକା କାର୍ଯ୍ୟକୁ OPWD ନିୟମାବଳୀକୁ ଉଲଂଘନ କରାଯାଇ କାର୍ଯ୍ୟନିର୍ବାହୀ ଅଧିକାରୀ ତାଙ୍କର କିଛି ନିର୍ଦ୍ଧିଷ୍ଟ ଠିକାଦାରଙ୍କୁ ତିନିଚାରିଟା ଲେଖାଏଁ ପ୍ରକଳ୍ପ କାର୍ଯ୍ୟ ଦେଇଥିବା ଆଜି ଜିଲ୍ଲାପାଳଙ୍କୁ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ ଲିଖିତ ଅଭିଯୋଗ କରିଛନ୍ତି। ଏହି ୧୬ଗୋଟି ଠିକାକାର୍ଯ୍ୟ ପାଇଁ ଅନଲାଇନ ଟେଣ୍ଡର ଆବେଦନ ପାଇଁ ମୁନିସିପାଲିଟି ପକ୍ଷରୁ ବିଜ୍ଞାପନ ପ୍ରକାଶ କରାଯାଇଥିଲା। OPWD ନିୟମ ଆଧାରରେ ଅନଲାଇନ ବିଡିଙ୍ଗ ପରେ ପୁନଶ୍ଚ ଅଫଲାଇନ ଦରଖାସ୍ତ କୌଣସି ଲାଇନ ଯାନ୍ତ୍ରିକ ସଂସ୍ଥାରେ ଆବେଦନ କରାଯାଉ ନଥିବା ବେଳେ ମୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ଟେଣ୍ଡର ଫିକ୍ସିଙ୍ଗ ପ୍ରୋତ୍ସାହନ ପାଇଁ ଠିକାଦାର ସଙ୍ଘ ସହିତ ଷଡଯନ୍ତ୍ର କରି ସମସ୍ତ ୧୬ଗୋଟି କାର୍ଯ୍ୟକୁ ନିର୍ଦ୍ଧାରିତ ଅଟକଳ ମୂଲ୍ୟ ଅର୍ଥରାଶିରେ ବିଡିଙ୍ଗ କରାଇଥିଲେ।…

Read More