ନୟାଗଡ଼,(ନୟାଗଡ଼ ଦର୍ପଣ): ଗୋଟିଏ ସପ୍ତାହ ମଧ୍ୟରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୨ଟି ବାଲ୍ୟ ବିବାହ ବନ୍ଦ କରିଥିବା ବେଳେ ଆଜି ପୁଣି ଏକ ବାଲ୍ୟ ବିବାହ ବନ୍ଦ କରିବାରେ ସଫଳ ହୋଇଛି ନୟାଗଡ଼ ଚାଇଲ୍ଡଲାଇନ୍। ବାଲ୍ୟବିବାହ ନିଷେଧ ଅଧିକାରୀ ଓ ଚାଇଲଡ ଲାଇନ୍ ଏବଂ ଟାଉନ ଥାନା ପୋଲିସ ମିଳିତ ଭାବରେ ନୟାଗଡ ବ୍ଲକ ଚଣ୍ଡୀବସ୍ତ ଗ୍ରାମରେ ଏକ ନାବାଳିକା ବିବାହକୁ ରୋକିଛନ୍ତି। ସୂଚନାନୁସାରେ, ଚଣ୍ଡୀବସ୍ତ ଗ୍ରାମର ଏକ ୧୫ ବର୍ଷିୟା ନାବାଳିକା ସହ ତାଙ୍କ ପରିବାର ଲୋକ ଖମାରସାହି ଗ୍ରାମର ଲଡୁ ପେଣ୍ଠେଇଙ୍କ ପୁଅ ଯିଏ କି ଓଡିଶା ବାହାରେ ରହି ସୁତା କମ୍ପାନୀରେ କାର୍ଯ୍ୟ କରୁଥିବା ପାଣି ପେଣ୍ଠେଇ(୩୨)ଙ୍କ ସହ ବିବାହ ସ୍ଥିର କରିଥିଲେ । ଆଜି ମଙ୍ଗନ ହୋଇଥିବା ବେଳେ ଆସନ୍ତାକାଲି ବିବାହ ହୋଇଥାନ୍ତା। କିନ୍ତୁ ତା ପୂର୍ବରୁ ନୟାଗଡ଼ ସିଡିପିଓ ଲକ୍ଷ୍ମୀ…
Read MoreBlog
ନୟାଗଡ଼ ମହାବିଦ୍ୟାଳୟରେ ମେଗା ରକ୍ତଦାନ ଶିବିର
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ଆଜି ଯୁବ ରେଡ଼କ୍ରସ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ମହାବିଦ୍ୟାଳୟର ଅଧକ୍ଷ ସୁରେଶ କୁମାର ପ୍ରଧାନ, ସମାଜସେବୀ ଦାମ ସାର, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ପ୍ରାଧ୍ୟାପକ କେଶବଚନ୍ଦ୍ର ରାଉତରାୟ, ସେବାଯୋଜନା ଅଧିକାରୀ ଅଶୋକ କୁମାର ସାହୁ, ସମରଶିକ୍ଷାର୍ଥୀ ବାହିନୀ ଅଧିକାରୀ ବିନ୍ଦୁଲତା ଷଣ୍ଢ ଓ ପ୍ରାଧ୍ୟାପକ ଡ଼ ଆଦିତ୍ୟ କୁମାର ମିଶ୍ର ଉପସ୍ଥିତ ରହି ସପ୍ତାହ ବ୍ୟାପୀ ‘ଏଡସ ଦିବସ’ର ଉଦଯାପନୀ ଉତ୍ସବରେ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରି ରକ୍ତଦାନ ଶିବିର ଉଦଘାଟନ କରିଥିଲେ। ଯୁବ ରେଡ଼କ୍ରସର ଏହି ରକ୍ତଦାନ ଶିବିରରେ ସମର ଶିକ୍ଷାର୍ଥୀ ବାହିନୀ, ଜାତୀୟ ସେବା ଯୋଜନା ସଂସ୍ଥା, ଜୀବନ ବିନ୍ଦୁ ଓ ସ୍ବର୍ଗତ ଅମୂଲ୍ୟ ପରିଡା ସ୍ମୃତି ସଂସଦ ଦ୍ୱାରା ୧୧୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଅଛି।…
Read Moreଦ୍ଵିତୀୟ ପର୍ଯ୍ୟାୟରେ ରୂପାନ୍ତରିତ ହେବ ଜିଲ୍ଲାର ୮୪ଟି ବିଦ୍ୟାଳୟ
ନୟାଗଡ଼,(ନୟାଗଡ଼ ଦର୍ପଣ): ଦ୍ୱିତୀୟ ପର୍ଯ୍ୟାୟରେ ଜିଲ୍ଲାର ୮ଗୋଟି ବ୍ଲକର ୮୪ଟି ବିଦ୍ୟାଳୟ ୫-ଟି ଆଧାରରେ ରୂପାନ୍ତରିତ କାର୍ଯ୍ୟକ୍ରମରେ ସାମିଲ ହୋଇଛି । ଏନେଇ ଆଜି ନୟାଗଡ଼ ଡିଆରଡିଏ ସୃଜନ ଗୃହରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ସଭାପତିତ୍ୱରେ ଏକ ସମୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ ଉପସ୍ଥିତ ରହିଥିଲେ। ଫେବୃୟାରୀ ମାସ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପଞ୍ଚାୟତ ପାଣ୍ଠି, ସ୍କୁଲ ଗୁଡିକୁ ପୁରାତନ ଛାତ୍ରଛାତ୍ରୀ ମାନେ ଦେଇଥିବା ଅନୁଦାନ ରାଶି ଏବଂ ରାଜ୍ୟ ସରକାର ଯୋଗାଇ ଦେଇଥିବା ଅର୍ଥରେ ଯଥାଶୀଘ୍ର ସଠିକ ଭାବରେ କାର୍ଯ୍ୟ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଆଜିର ଏହି ବୈଠକରେ ୮୪ଟି ଯାକ ହାଇସ୍କୁଲର ପ୍ରଧାନ ଶିକ୍ଷକ, ସରପଞ୍ଚ, ସମସ୍ତ ବ୍ଲକର ବିଡିଓ,…
Read Moreକ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ପାଇଁ କଂଗ୍ରେସର ଦାବି
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ବାତ୍ୟା ‘ଜୱାଦ’ ପ୍ରଭାବରେ ବର୍ଷାଯୋଗୁଁ ଜଳମଗ୍ନ ହୋଇଛି ଚାଷଜମି। ଫଳରେ ଜମି ଗୁଡିକରେ ଧାନଗଛ ସବୁ ପାଣିରେ ବୁଡି ରହିଥିବା ବେଳେ ଚାଷୀର ସୁନାର ଫସଲ ଉଜୁଡିଯାଇଛି ଏବଂ ସେହି ମେରୁଦଣ୍ଡ ଭାଙ୍ଗିଯାଇଛି। ଏଦିଗରେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପନେଇ ସଠିକ ମୂଲ୍ୟାଙ୍କନ କରି ଚାଷୀ ମାନଙ୍କୁ ଆର୍ଥିକ ସହାୟତା ରାଶି କ୍ଷତିଗ୍ରସ୍ତ ଚାଷୀଙ୍କୁ ଯୋଗାଇ ଦେବାକୁ ଦାବୀ କରିଛି କଂଗ୍ରେସ। ଏନେଇ ଓଡ଼ଗାଁ ତହସିଲଦାର ବିଜୟିତା ସାମନ୍ତସିଂହାରଙ୍କୁ ଆଜି ଓଡ଼ଗାଁ ବ୍ଲକ କଂଗ୍ରେସ ପକ୍ଷରୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି। ବ୍ଳକ କଂଗ୍ରେସ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, ଏନ.ଏ.ସି ସଭାପତି ଜଗନ୍ନାଥ ନାୟକ, ଶ୍ରୀନିବାସ ନାୟକ, ଦେବରାଜ ପାଢ଼ୀ, ରାଧାକାନ୍ତ ମହାପାତ୍ର, ନିରଞ୍ଜନ ରାଉତ, ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ସୋମନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
Read Moreଆସନ୍ତା ୧୨ରେ ଓଡ଼ଗାଁରେ ମାଗଣା ସ୍ୱାସ୍ଥ୍ୟ ଓ ସଚେତନତା ଶିବିର ନିମନ୍ତେ ପ୍ରସ୍ତୁତି ବୈଠକ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଓ ଏନ.ଏସି ପ୍ରଶାସନ ସହାୟତାରେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ପ୍ରଚେଷ୍ଟାରେ ଆଗାମୀ ୧୨.୧୨, ୨୦୨୧ ରିଖ ରବିବାର ଦିନ ସ୍ଥାନୀୟ ରଘୁନାଥ ସମବାୟ ମହାବିଦ୍ୟାଳୟ ଠାରେ ଏକ ବିଶାଳ ସ୍ବାସ୍ଥ୍ୟ ଓ ସଚେତନତା ଶିବିର ପଇଁ ଆଜି ବ୍ଲକ ସଭାଗୃହରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗଦେଇ ସମସ୍ତଙ୍କ ସହଯୋଗ ଲୋଡିବା ସହିତ ରୋଗୀମାନେ ଆବଶ୍ୟକ ଚିକିତ୍ସା ଏବଂ ଔଷଧ କିଭଳି ପାଇପାରିବେ ତା ଉପରେ ପୁଙ୍ଗାନୁପୁଙ୍ଗ ଆଲୋଚନା କରିଥିଲେ। ଏହି ସ୍ବାସ୍ଥ୍ୟ ଶିବିରରେ ଅଭିଜ୍ଞ ଡ଼ାକ୍ତରମାନେ ଯୋଗଦେଇ ରୋଗୀମାନଙ୍କୁ ପରୀକ୍ଷା ନିରୀକ୍ଷା କରିବେ।ସମସ୍ତ ରୋଗୀ କିମ୍ବା ତାଙ୍କ ସମ୍ପର୍କୀୟ ପ୍ରଥମେ ପଂଜୀକୃତ କରି ଧାଡ଼ିରେ ଆସି ରୋଗୀଙ୍କୁ ଦେଖାଇ…
Read More‘ସୃଜନ’ ଗୃହରେ ଜିଲ୍ଲା ସ୍ତରୀୟ ମୃତ୍ତିକା ଦିବସ ପାଳିତ
ନୟାଗଡ଼,(ନୟାଗଡ ଦର୍ପଣ): ବିଶ୍ୱ ମୃତ୍ତିକା ଦିବସ ଅବସରରେ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଡି.ଆର.ଡି.ଏ ସମ୍ମିଳନୀ କକ୍ଷ (ସୃଜନ) ଠାରେ ଜିଲ୍ଲା ସ୍ତରୀୟ ମୃତ୍ତିକା ଦିବସ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ରଣପୁର ବିଧାୟକ ଶ୍ରୀଯୁକ୍ତ ସତ୍ୟନାରାୟଣ ପ୍ରଧାନ ଯୋଗଦେଇ ବିଶ୍ୱ ମୃତ୍ତିକା ଦିବସ ପାଳନର ମହତ୍ତ୍ୱ ବର୍ଣ୍ଣନା କରିବା ସହ ନୟାଗଡ଼ ଜିଲ୍ଲାର ମୃତ୍ତିକା ଅତି ଉନ୍ନତ ମାନର ଏବଂ ଏଥିରୁ ଅତି ଉନ୍ନତ ମାନର ଧାନ, ମୁଗ, ଆଖୁ ଏବଂ ବିଭିନ୍ନ ପନିପରିବା ଅମଳ ହେଉଥିବା କଥା ବୁଝାଇଥିଲେ । ମୁଖ୍ୟତଃ ଜିଲ୍ଲା ମୃତ୍ତିକା ଦିବସର ବିଷୟବସ୍ତୁ ଥିଲା ମୃତ୍ତିକା ଲବଣୀକରଣକୁ ରୋକନ୍ତୁ ଏବଂ ମୃତ୍ତିକାର ଉତ୍ପାଦିକା ଶକ୍ତି ବୃଦ୍ଧି କରନ୍ତୁ…
Read Moreଶୀତଦିନେ ମାଛ ପରି ହୋଇଯାଉଛି କି ଚର୍ମ, ଆପଣାନ୍ତୁ ଏହି ଉପଚାର
ଶୀତ ଋତୁ ଆସି ଯାଇଛି ଏପରି ପରିସ୍ଥିତିରେ ଚର୍ମର ଶୁଷ୍କତା ବହୁ ମାତ୍ରାରେ ଦେଖାଯାଏ। ବେଳେବେଳେ ଏହି ଶୁଷ୍କତା ଏତେ ବଢିଯାଏ ଯେ, ମାଛ ପରି ଆମ ଚର୍ମ ଦେଖାଯିବା ଆରମ୍ଭ କରେ। ଏଭଳି ସ୍ଥିତିରେ, ଶୀତଦିନେ ଆପଣଙ୍କ ଚର୍ମର ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ପ୍ରକାରର ଚର୍ମକୁ ଫିସ ସ୍କେଲ ସ୍କିନ ମଧ୍ୟ କୁହାଯାଏ। ଯଦି ଆପଣ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଆମେ ଆପଣଙ୍କୁ ଏପରି କିଛି ଟିପ୍ସ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ସେହି ଟିପ୍ସଗୁଡ଼ିକ ହେଉଛି- ଫିସ ସ୍କେଲ ସ୍କିନର ଏହା ହେଉଛି ଲକ୍ଷଣ: – ଫିସ ସ୍କେଲ ସ୍କିନ ଦ୍ଵାରା ଚର୍ମ ବହୁତ ଶୁଷ୍କ ହୋଇଯାଏ ଏବଂ ମାଛର ବାହ୍ୟ ପୃଷ୍ଠ ପରି ଦେଖାଯାଏ। – ଏହା ସହିତ…
Read Moreବଲିଉଡ ଅଭିନେତ୍ରୀ ଅମିଶା ପଟେଲଙ୍କ ବିରୋଧରେ ୱାରେଣ୍ଟ
ଭୋପାଳ: ବଲିଉଡ ଅଭିନେତ୍ରୀ ଅମିଶା ପଟେଲଙ୍କ ବିରୋଧରେ ଭୋପାଳରେ ୱାରେଣ୍ଟ ଜାରି କରାଯାଇଛି। ସେ ‘କହୋ ନା ପ୍ୟାର ହେ!’ ଭଳି ସୁପରହିଟ ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିଲେ। ବାସ୍ତବରେ ଚେକ ବାଉନ୍ସ ମାମଲାରେ ତାଙ୍କ ବିରୋଧରେ ଏହି ଜାମିନ ପ୍ରଦାନ ୱାରେଣ୍ଟ ଜାରି କରାଯାଇଛି। ଏଥିସହିତ କୋର୍ଟ ତାଙ୍କୁ ଡିସେମ୍ବର ୪ ତାରିଖ ପୂର୍ବରୁ ହାଜର ହେବାକୁ କହିଛନ୍ତି। ଅଭିନେତ୍ରୀଙ୍କ ବିରୋଧରେ ୩୨ ଲକ୍ଷରୁ ଅଧିକ ଚେକ ବାଉନ୍ସ ମାମଲା ରୁଜୁ ହୋଇଛି। ଏହି ଅଭିଯୋଗରେ ୟୁଟିଏଫ ଟେଲିଫିଲ୍ସ ପ୍ରାଇଭେଟ ଲିମିଟେଡ ଅମିଶା ପଟେଲଙ୍କ ବିରୋଧରେ ମାମଲା ଦାୟର କରିଥିଲା। କମ୍ପାନୀ ଅଭିଯୋଗ କରିଛି ଯେ, ଫିଲ୍ମ ନିର୍ମାଣ ନାମରେ ଅମିଶା ଏବଂ ତାଙ୍କ କମ୍ପାନୀ ଏମ/ ସ ଅମିଶା ପଟେଲ ପ୍ରଡକ୍ସନ୍ ୩୨ ଲକ୍ଷ ୨୫ହଜାର ଟଙ୍କା ଋଣ ନେଇଥିଲା। ଏହି ଚୁକ୍ତିନାମା ଅନୁଯାୟୀ, କମ୍ପାନୀକୁ…
Read Moreନୟାଗଡ଼ରେ କୁମାର ପ୍ରଶାନ୍ତଙ୍କ ଗାନ୍ଧୀ ଆଲୋଚନା
ନୟାଗଡ଼,(ନୟାଗଡ଼ ଦର୍ପଣ): ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକ ଅବସରରେ ‘ଗାନ୍ଧିଜୀ ନୂଆ କ’ଣ କରିଛନ୍ତି’ ଏହାର ଏକ ଆଲୋଚନା ଚକ୍ର ଆଜି ପଠାଣି ସାମନ୍ତ ଅଡିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି । ଆମ ପାଇଁ ବଡ଼-ଆମ ନୟାଗଡ଼ ସୌଜନ୍ୟରେ ବିପୁଳ ସଂଖ୍ୟାରେ ଯୋଗଦେଇଥିବା ଜନ ସାଧାରଣଙ୍କ ଉପସ୍ଥିତିରେ ଗାନ୍ଧୀଜିଙ୍କ ନିତି ଆଦର୍ଶ ଉପରେ ଆଲୋକପାତ କରାଯାଇଥିଲା । ଏହି ଅବସରରେ ଅତିଥିଭାବରେ ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ, ପ୍ରାଣୀ ସମ୍ପଦ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼ଃ. ଅରୁଣ କୁମାର ସାହୁ ଯୋଗ ଦେଇ ଗାନ୍ଧିଙ୍କ ନିତି ଆଦର୍ଶ ଉପରେ ଆଲୋକପାତ କରିଥିଲେ । ଆଜିର ସମୟରେ ଅନେକ ବ୍ୟକ୍ତି ଗାନ୍ଧିଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ରହିଥିବା ବେଳେ କିଛି ବ୍ୟକ୍ତି ଗାନ୍ଧିଙ୍କ ନିତି ନିୟମକୁ…
Read Moreଭିଜିଲାନ୍ସ ପଞ୍ଝାରେ କୋଟିପତି ଅତିରିକ୍ତ ଯୋଗାଣ ଅଧିକାରୀ ଜୟନ୍ତ ଦାସ
ବର୍ତ୍ତମାନ ସୁଦ୍ଧା ୨କୋଟି ୩୧ଲକ୍ଷ ଟଙ୍କାର ସମ୍ପତ୍ତି ଆକଳନ, ଆହୁରି ଖୋଜା ଚାଲିଛି ନୟାଗଡ଼,(ନୟାଗଡ଼ ଦର୍ପଣ): ଭିଜିଲାନ୍ସ ପଞ୍ଝାରେ ନୟାଗଡ଼ ଯୋଗାଣ ବିଭାଗର ଅତିରିକ୍ତ ଯୋଗାଣ ଅଧିକାରୀ ଜୟନ୍ତ ଦାସ। ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଏକାଥରକେ ୫ଟି ସ୍ଥାନରେ ଚଢ଼ାଉ କରି ୨କୋଟି ୩୧ଲକ୍ଷ ଟଙ୍କାର ସମ୍ପତ୍ତି ଆକଳନ କରିଛି ଭିଜିଲାନ୍ସ। ନୟାଗଡ଼ ବ୍ଳକ ଲେଙ୍କୁଡ଼ିପଡ଼ା ଠାରେ ଏକ ୪ମହଲା ବିଶିଷ୍ଟ କୋଠା, ଓଡ଼ଗାଁ ସହରରେ ୨ମହଲା ବିଶିଷ୍ଟ ଦୁଇଟି କୋଠା, ନୟାଗଡରେ ୮ଟି ପ୍ଲଟ, ଭୁବନେଶ୍ୱରରେ ଗୋଟିଏ ପ୍ଲଟ, ଗୋଟିଏ ଚାରିଚକିଆ ଯାନ ଏବଂ ୩ଟି ଦୁଇ ଚକିଆ ଯାନ ସହ ୯ ଲକ୍ଷ ୩୦ହଜାର ଟଙ୍କାର ବ୍ୟାଙ୍କ ଓ ପୋଷ୍ଟାଲ ଜମା, ୮ଲକ୍ଷ ୬୪ହଜାର ଟଙ୍କାର ଜୀବନ ବୀମା, ୪ଲକ୍ଷ ୯୨ହଜାର ଟଙ୍କାର ସୁନା ଗହଣା ଓ ୨ଲକ୍ଷ ୭୪ ହଜାର…
Read More