ଓଡ଼ଗାଁ,(ନୟାଗଡ଼ ଦର୍ପଣ): କରୋନା ପ୍ରଭାବରୁ ଦୀର୍ଘ ଦୁଇବର୍ଷ ପରେ ଓଡ଼ଗାଁ ଛାମୁସାହିସ୍ଥିତ ଶ୍ରୀ ଶ୍ରୀ ଭାଗବତ ଜୀଉଙ୍କ ଜନ୍ମୋତ୍ସବ ଉପଲକ୍ଷେ ଗତକାଲି ସାହିମେଢ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଉତ୍ସବରେ ଛାମୁସାହି,ଓଡ଼ିଆ ସାହି,କଦମ୍ବ ବଜାର, ପାଟଣାସାହି,ପାଇକସାହି ଓ ଗୋଲାନନାଙ୍କ ତରଫରୁ ବିଭିନ୍ନ ପୌରାଣିକ କଥାବସ୍ତୁ ଆଧାରରେ ଲକ୍ଷ୍ମୀ ନାରାୟଣ ବେଶ,ପଞ୍ଚବଟୀରେ ସୂର୍ପଣଖା ପ୍ରବେଶ,ନୃସିଂହ ଅବତାର ବେଶ,ରାଧାକୃଷ୍ଣ ବେଶ,ସତୀ ସାବିତ୍ରୀ-ସତ୍ୟବାନ-ଯମ ବେଶ,ଭକ୍ତ ଧ୍ରୁବ ବେଶ,ଶିବ-ହନୁମାନ କଳି ବେଶ ଇତ୍ୟାଦି ମେଢ଼ଗୁଡିକ ବିଭିନ୍ନ ସାହି ପରିକ୍ରମା କରିଥିଲେ।ପାରମ୍ପରିକବାଦ୍ୟ ଢୋଲ, ମୄଦଙ୍ଗ,ଗିନି ମାଧ୍ୟମରେ ଏହି ବିରାଟ ଶୋଭାଯାତ୍ରା ଉପସ୍ଥିତ ଶହଶହ ଦର୍ଶକଙ୍କ ମନ ମୋହିଥିଲା।ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଉକ୍ତ କାର୍ଯ୍ୟକ୍ରମ ଶାନ୍ତି ଶୄଙ୍ଖଳାରେ ସମାପନ ହୋଇଥିଲା।ସର୍ବଶେଷରେ ମେଢ଼ଗୁଡିକୁ ବିଚାରକ ମାନଙ୍କ ଦ୍ୱାରା ମୂଲ୍ୟାଙ୍କନ କରାଯିବାପରେ ଏକ ସଭାର ଆୟୋଜନ କରାଯାଇ ସଭାପତି ଦିବାକର ନାୟକ,ବିଚାରକ ଶରତଚନ୍ଦ୍ର ଷଡ଼ଙ୍ଗୀ, ରଞ୍ଜନ କୁମାର ଦାଶ,ଭାବଗ୍ରାହୀ ମହାପାତ୍ର…
Read MoreBlog
PCPNDT ପରାମର୍ଶ ସମିତିର ସମୀକ୍ଷା ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳ ଡା. ପୋମା ଟୁଡ଼ୁଙ୍କ ଅଧ୍ୟକ୍ଷତାରେ ଗର୍ଭଧାରଣ ପୂର୍ବ ଏବଂ ଜନ୍ମପୂର୍ବ ଲିଙ୍ଗ ନିରୂପଣ ଅଧନିୟମ ୧୯୯୪ (PCPNDT) ଉପରେ ପରାମର୍ଶ ସମିତିର ଏକ ସମୀକ୍ଷା ବୈଠକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ(ଟ୍ରେନିଂ ୟୁନିଟ୍) ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଜିଲ୍ଲାରେ ଚାଲୁଥିବା ସମୁଦାୟ ୧୦ଗୋଟି ଅଲଟ୍ରାସାଉଣ୍ଡ କ୍ଲିନିକ୍ର ସ୍ଥିତି ଏବଂ କାର୍ଯ୍ୟକାରିତା ଉପରେ ଆଲୋଚନା ଏବଂ ସମୀକ୍ଷା କରାଯାଇଥିଲା । ବାରମ୍ବାର ତାଗିଦ୍ ସତ୍ତ୍ଵେ ଚାନ୍ଦପୁର ସ୍ଥିତ ବସନ୍ତ ମଂଜରୀ ସାଧାରଣ ଚିକିତ୍ସାଳୟରେ ଅଲଟ୍ରା ସାଉଣ୍ଡ୍ କେନ୍ଦ୍ରଟି କାର୍ଯ୍ୟକ୍ଷମ ହୋଇପାରୁନଥିବାରୁ ଜିଲ୍ଲାପାଳ ଗଭୀର ଅସନ୍ତୋଷ ବ୍ୟକ୍ତ କରିଥିଲେ ଓ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଅଲଟ୍ରା ସାଉଣ୍ଡ କେନ୍ଦ୍ର ଓ ଦୁର୍ଗା ଅଲଟ୍ରା ସାଉଣ୍ଡ୍ କେନ୍ଦ୍ର, କନ୍ଧ ନୟାଗଡ଼ର ନବୀକରଣକୁ ବୈଠକରେ…
Read Moreରଣପୁରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର
ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ପଂଚାୟତ ସମିତି ସଭାଗୃହରେ ଜିଲ୍ଲାପାଳ ଡା. ପୋମା ଟୁଡ଼ୁଙ୍କ ଅଧ୍ୟକ୍ଷତାରେ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ଡା. ଟୁଡ଼ୁ ଲୋକମାନଙ୍କର ବିଭିନ୍ନ ଅଭିଯୋଗ ଶୁଣିଥିଲେ। ଏହି ଶିବିରରେ ସମୁଦାୟ ୨୨୪ଗୋଟି ଅଭିଯୋଗ ପଂଜିକୃତ ହୋଇଥିଲା । ସେଥିମଧ୍ୟରୁ ବ୍ୟକ୍ତିଗତ ଭାବେ ୨୧୧ଗୋଟି ଅଭିଯୋଗ, ସାମୁହିକ ଗ୍ରାମ ବିବାଦ ୦୫ଗୋଟିର ଶୁଣାଣି କରାଯାଇ ସମୁଦାୟ ୩୬ଗୋଟି କେସର ତତ୍କାଳ ସମାଧାନ କରାଯାଇଥିଲା। ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ୦୬ଜଣ ଦରଖାସ୍ତକାରୀଙ୍କୁ ଟ.୫୫,୦୦୦/-( ପଂଚାବନ ହଜାର ଟଙ୍କା) ଏବଂ ଜିଲ୍ଲା ରେଡ୍କ୍ରସ ସଂସ୍ଥାରୁ ୦୨ଜଣ ଦରଖାସ୍ତକାରୀଙ୍କୁ ଟ.୧୭୦୦୦/- (ସତର ହଜାର ଟଙ୍କା) ଆର୍ଥିକ ଅନୁଦାନ ଅନୁମୋଦନ କରାଯାଇଥିଲା । ଅବଶିଷ୍ଟ କେସଗୁଡ଼ିକୁ ସାମାଧାନ ନିମନ୍ତେ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଜନଶୁଣାଣି ଶିବିରରେ ଜିଲ୍ଲା ପରିଷଦ…
Read Moreଭାରତ ବିକାଶ ପରିଷଦ ପକ୍ଷରୁ ଅନାଥ ଶିଶୁ ଙ୍କୁ ସାଇକେଲ ପ୍ରଦାନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଗଣିଆ ଉନୟନ କମିଟି ତରଫରୁ ପରିଚାଳିତ ତପସ୍ୟା ଶିଶୁ ଗୃହର ଅନ୍ତେବାସିନୀ ପିଙ୍କି ନାୟକ ଓ ଶିବାନୀ ନାୟକ ନୟାଗଡ ଜିଲ୍ଲାରେ ପ୍ରଥମ କରି ମାଟ୍ରିକ ପରୀକ୍ଷାରେ ଉତୀର୍ଣ୍ଣ ହୋଇ ଊଚ୍ଚ ଶିକ୍ଷା ନିମନ୍ତେ ପ୍ରଜା ମଣ୍ଡଳ ମହିଳା ମହାବିଦ୍ୟାଳୟରେ ନାମ ଲେଖାଇ ଅଛନ୍ତି, କିନ୍ତୁ ଦୈନିକ ଯିବା ଆସିବା କରିବାରେ ଉଭୟଙ୍କର ଅସୁବିଧା ଉପୁଜିବା ସମସ୍ୟା ସମ୍ପର୍କ ରେ ଉଷା ପଟ୍ଟନାୟକଙ୍କ ଠାରୁ ଅବଗତ ହେବା ପରେ ଭାରତ ବିକାସ ପରିଷଦ ନୟାଗଡ ଶାଖାର ଦୁଇଜଣ ବଦାନ୍ୟ ବ୍ୟକ୍ତି ଘନଶ୍ୟାମ ସାହୁ ଓ ମିହିର ରଞ୍ଜନ ନାୟକ ସହାୟତାରେ ଦୁଇଟି ସାଇକେଲ ପ୍ରଦାନ କରାଯାଇ ଛି l ଏହି ଅବସରରେ ପରିଷଦ ତରଫରୁ ଅଧ୍ୟକ୍ଷ ହରିହର ସାହୁ ସଚିବ ଅନାଦି ଚରଣ ମହାନ୍ତି , ଦୁର୍ୟୋଧନ ସାହୁ, ଉଦୟ ନାଥ ନାୟକ, ଦାମୋଦର…
Read Moreଦାସିଆ ଅଜାଙ୍କ ୨୫ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ, ପ୍ରଖ୍ୟାତ ସଂଗ୍ରାହକ ତଥା ପ୍ରସିଦ୍ଧ ସାରସ୍ବତ ସାଧକ ଏବଂ ନୟାଗଡ଼ ମାଟିର ଗର୍ଵ ଓ ଗୌରବ ସ୍ବର୍ଗତ ଦାଶରଥି ପଟ୍ଟନାୟକ ସମସ୍ତଙ୍କ ପ୍ରିୟ ଦାଶିଆ ଅଜାଙ୍କ ୨୫ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଦାସିଆ ଅଜା ସ୍ମୃତି କମିଟି ପକ୍ଷରୁ କଚେରୀ ବଜାର ସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହିତ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଦାସିଆ ଅଜା ଅମର ରହେ, ଦାସିଆ ଅଜା ଆମ ପ୍ରଣାମ ଘେନ ଆଦି ସ୍ଲୋଗାନରେ ସ୍ଥାନୀୟ ପରିବେଶ ପ୍ରକମ୍ପିତ ହୋଇଥିଲା। ସ୍ମୃତି କମିଟି ଅଧ୍ୟକ୍ଷ ପ୍ରମୋଦ ପଟ୍ଟନାୟକଙ୍କ ପୌରହିତ୍ୟିରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ କମ୍ରେଡ଼ ବିଶ୍ୱନାଥ ମହାପାତ୍ର, ବିଶିଷ୍ଟ ସମାଜସେବୀ ଦାମୋଦର ସାହୁ, ସନ୍ତୋଷ ପ୍ରଧାନ, ଆଇନଜୀବୀ ରଣଜିତ ଦାଶ, ଅରୁଣ ମହାପାତ୍ର, ପ୍ରତାପ ନନ୍ଦ, ସୁରେନ୍ଦ୍ର ମହାପାତ୍ର,…
Read Moreପୂଜ୍ୟ ପୂଜା କମିଟି ତରଫରୁ ଦାସିଆ ଅଜାଙ୍କ ୨୫ ତମ ଶ୍ରାଦ୍ଧ ବାର୍ଷିକ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ କଚେରୀ ବଜାର ସ୍ଥିତ ଦାସିଆ ଅଜାଙ୍କ ପ୍ରତିମୂର୍ତ୍ତି ଠାରେ ପୂଜ୍ୟପୂଜା କମିଟି ନୟାଗଡ଼ ତରଫରୁ ଓଡ଼ିଶା ରାଜ୍ଯରେ ପାଠାଗାର ଆନ୍ଦୋଳନର ମୁଖ୍ଯ ବିନ୍ଧାଣୀ ସ୍ବର୍ଗତ ଦାଶରଥି ପଟ୍ଟନାୟକଙ୍କ ୨୫ ତମ ଶ୍ରାଦ୍ଧ ବାର୍ଷିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ବ୍ଳକ ଚେୟାରମ୍ୟାନ କିଶୋର ଚନ୍ଦ୍ର ସାହୁ, ନୟାଗଡ଼ ପୌରପରିଷଦର ଅଧ୍ଯକ୍ଷା ନିରୁପମା ଖଟେଇ ଓ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ଯୋଗଦେଇ ସ୍ବର୍ଗତ ଦାଶରଥି ପଟ୍ଟନାୟକ ଙ୍କ ସ୍ମ୍ରୁତି ଚାରଣ କରିଥିଲେ। ପୂଜ୍ୟପୂଜା କମିଟି ର ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କୁମାର ପଟ୍ଟନାୟକ ଦାସିଆ ଅଜା ହେଉଛନ୍ତି ଦଶ ପଇସାର ରାଜା ବୋଲି କହିଥିଲାବେଳେ ପୂଜ୍ୟପୂଜା କମିଟିର ସଂପାଦକ…
Read Moreସ୍ବାମୀ ବିବେକାନନ୍ଦ ଲୋକ ସଂସଦ, ନୟାଗଡ଼ ଜିଲ୍ଲା ଶାଖା ର ସାଧାରଣ ସଭା ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଖଣ୍ଡପଡ଼ା ରୋଡ଼ସ୍ଥିତ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ବିଶ୍ବ ଭାତୃତ୍ଵ ଦିବସ ତଥା ସ୍ବାମୀଜୀଙ୍କ ଚିକାଗୋ ବକ୍ତ୍ରତା ଦିବସ ଅବସରରେ ସ୍ବାମୀ ବିବେକାନନ୍ଦ ଲୋକ ସଂସଦ, ନୟାଗଡ଼ ଜିଲ୍ଲା ଶାଖାର ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ସ୍ବାମୀ ବିବେକାନନ୍ଦ ଲୋକ ସଂସଦ ରାଜ୍ଯ କାର୍ଯ୍ଯକର୍ତ୍ତା ତଥା ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବ ବିଦ୍ଯାଳୟ,ତିରୁପତିର ପ୍ରଫେସର ସତ୍ଯ ନାରାୟଣ ଆଚାର୍ଯ୍ୟ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଥିଲେ। ମୁଖ୍ଯ ଅତିଥିଙ୍କ ମାର୍ଗ ଦର୍ଶନରେ ସ୍ବାମୀ ବିବେକାନନ୍ଦ ଲୋକ ସଂସଦ ନୟାଗଡ଼ ଜିଲ୍ଲା ଶାଖାର କାର୍ଯ୍ଯକାରିଣୀ କମିଟି ଗଠନ କରାଯାଇଥିଲା। ସର୍ବସମ୍ମତିକ୍ରମେ ସଭାପତି ଭାବେ ପ୍ରଫେସର ରାମଚନ୍ଦ୍ର ମିଶ୍ର, ଉପସଭାପତି ବିଜୟ କୁମାର ରଥ, ସମ୍ପାଦକ ଶ୍ରୀଧର ସାହୁ, ସହ- ସମ୍ପାଦକ ଡକ୍ଟର ସନ୍ତୋଷ କୁମାର ସାହୁ, କୋଷାଧ୍ଯକ୍ଷ ସନ୍ତୋଷ କୁମାର ନାୟକ, ସଦସ୍ଯ (ବୌଦ୍ଧିକ ବିକାଶ)-…
Read Moreନୟାଗଡ଼ ପୋଲିସକୁ ବଡ଼ ସଫଳତା, ୫୧ଟି ମୋଟର ସାଇକେଲ ଜବତ, ୫ ଗିରଫ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଟାଉନ ଥାନା ପାଲଟିଛି ମୋଟର ସାଇକେଲ ସୋରୁମ। ବିଭିନ୍ନ କମ୍ପାନୀର ଏତେ ପରିମାଣରେ ମୋଟର ସାଇକେଲ ଦେଖି ଆପଣ ଭାବୁଥିବେ ଥାନା ପରିସରରେ ଚାଲିଛି ମୋଟର ସାଇକେଲ ମେଳା। କିନ୍ତୁ ନାଇଁ ଆଜ୍ଞା ଏ ହେଉଛି ସବୁ ଲୁଟେରାଙ୍କ ଦ୍ୱାରା ଚୋରି ହୋଇଥିବା ମୋଟର ସାଇକେଲ। ରାଜ୍ୟର ବିଭିନ୍ନ ସ୍ଥାନରୁ ନିର୍ଜନ ସ୍ଥାନରୁ ଲୋକଙ୍କୁ ଟାର୍ଗେଟ କରି ବହୁ ନାମୀଦାମୀ ଗାଡ଼ିଗୁଡିକୁ ଚୋରି କରି ବିଭିନ୍ନ ଅପରାଧିକ କାର୍ଯ୍ୟରେ ନିୟୋଜିତ କରୁଥିଲେ ଏହି କୁଖ୍ୟାତ ଡ଼କାୟତ ଗ୍ୟାଙ୍ଗ। ପୋଲିସ ତରଫରୁ ଏହି ଗ୍ୟାଙ୍ଗକୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା। ଶେଷରେ ଧରାପଡିଥିଲେ ଏହି ଲୁଟେରା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସହ ୫ ଲୁଟେରା ଯଥା କଟକ ଜିଲ୍ଲା ନିଆଳି ଥାନା, ମଝିଆଖଣ୍ଡର ବୁଲୁ ଓରଫ ଅନିଲ ସାହୁ(୩୬), ପୁରୀ ଜିଲ୍ଲା କୃଷ୍ଣପ୍ରସାଦ…
Read Moreକାଗଜ ବ୍ୟାଗ୍, ଲଫାପା ଓ ଫାଇଲ୍ ତିଆରି ତାଲିମ ଉଦ୍ଯାପିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ, ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତି ନୟାଗଡର ମିଳିତ ପ୍ରୟାସରେ ନୟାଗଡ ଆର.ସେ.ଟି ଇତିହାସରେ ପ୍ରଥମ ଥର ଏକ ନୂତନ ଧନ୍ଦାମୁଳକ ତାଲିମ ଚଳିତ ମାସ ୦୧ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଆର.ସେ.ଟି ଠାରେ ଆୟୋଜିତ କରାଯାଇଥିଲା । ଉକ୍ତ ତାଲିମ୍ ଶିବିର ଶୁଚିତ୍ରା ଦାସଙ୍କ ତତ୍ତ୍ଵାବଧାନରେ ଜିଲ୍ଲାର ୩୦ଜଣ ତାଲିମାର୍ଥୀଙ୍କୁ ପେପର ବ୍ୟାଗ୍, ଲଫାପା ଓ ଫାଇଲ ତାଲିମ୍ ପ୍ରଦାନ କରାଯାଇଥିଲା । ଆର.ସେ.ଟି ନିର୍ଦ୍ଦେଶକ ମନୋଜ କୁମାର ସ୍ୱାଇଁ ଏହି ତାଲିମ କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ ଏବଂ ପ୍ରଶିକ୍ଷକ ଅମିତ ରଞ୍ଜନ ସାହୁ ପ୍ରଶିକ୍ଷଣ ପରିଚାଳକ ଭାବେ ଦାୟୀତ୍ଵ ତୁଲାଇଥିଲେ । ତାଲିମର ଉଦ୍ଯାପନ ଦିବସରେ ଏ.ଡି.ବି ଶାଖା ପରିଚାଳକ ନୟାଗଡ, ଶିବରାମ ପାଣିଗ୍ରାହୀ ମୁଖ୍ୟ ଅତିଥିଭାବେ ଯୋଗଦେଇ…
Read Moreନୟାଗଡ଼ରେ ଆମ୍ ଆଦମୀ ପାର୍ଟିର ଜିଲ୍ଲା ସମ୍ମିଳନୀ
ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ଼ ସହର ସ୍ଥିତ ତ୍ରିନାଥ ହୋଟେଲ ସମ୍ମିଳନୀ କକ୍ଷରେ ନୟାଗଡ଼ ଆମ୍ ଆଦମୀ ପାର୍ଟିର ଜିଲ୍ଲା ସମ୍ମିଳନୀ ଜିଲ୍ଲା ସଭାପତି ମାନସ ରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଜିଲ୍ଲାର ପ୍ରତି ବ୍ଲକରୁ ବହୁସକ୍ରୀୟ ସଦସ୍ୟ ଯୋଗ ଦେଇଥିଲେ। ଏହି ଅବସରରେ ଏକ ମିଶ୍ରଣ ପର୍ବର ମଧ୍ୟ ଆୟୋଜନ ହୋଇଥିଲା। ବହୁ ଯୁବକ ଓ ଆମ ଆଦମୀ ପାର୍ଟିକୁ ଭଲପାଉଥିବା ଅନେକ ନବାଗତ କର୍ମୀ ମଧ୍ୟ ଯୋଗଦେଇଥିଲେ। ବୈଠକରେ ଆପ୍-ରାଜ୍ୟସଭାପତି ନିଶିକାନ୍ତ ମହାପାତ୍ର ମୁଖ୍ୟଅତିଥିଭାବେ ଯୋଗଦେଇ ସଭାରେ ଜିଲ୍ଲାରେ ପାର୍ଟିର କ୍ଷୀପ୍ର ପ୍ରସାରପାଇଁ ଅନୁକୂଳ ପୃଷ୍ଠଭୂମି ରହିଛି ବୋଲି କହିଥିଲେ। ଭ୍ରଷ୍ଟାଚାର ମୁକ୍ତ ବିକଳ୍ପ ରାଜନୀତିକୁ ପସନ୍ଦ କରୁଥିବା ଅନେକ ଲୋକ ଆମ ସହିତ ଯୋଡି ହେଉଛନ୍ତି ବୋଲି ସେ କହିଥିଲେ। ସାଙ୍ଗଠନିକ ବିସ୍ତାର ଓ ଦୃଢତା ପାଇଁ ଏ ଜିଲ୍ଲା ସମ୍ମିଳନୀ…
Read More