Blog

ଜିଲ୍ଲା ସ୍ତରୀୟ ସ୍ବୟଂ ସହାୟକ ଗୋଷ୍ଠୀ ମେଳା ଅନୁଷ୍ଠିତ, ୫୪୩ଟି ସ୍ବୟଂ ସହାୟକ ଗୋଷ୍ଠୀକୁ ୨୩.୨୮କୋଟି ଟଙ୍କାର ଋଣ ପ୍ରଦାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତୀୟ ଷ୍ଟେଟ ବ୍ୟାଙ୍କ ଆନୁକୂଲ୍ୟରେ ନୟାଗଡ଼ ଡି.ଆର.ଡି.ଏ. ସ୍ଥିତ “ସୃଜନ” ପ୍ରେକ୍ଷାଳୟଠାରେ ଜିଲ୍ଲା ସ୍ତରୀୟ ସ୍ବୟଂ ସହାୟକ ଗୋଷ୍ଠୀ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ବର ମଣ୍ଡଳର ମହା ପ୍ରବନ୍ଧକ, ପୋନାବଲମ ଏମ ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦର ସଭାପତି ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ଡା. ପୋମା ଟୁଡୁ, ଡି.ଆର.ଡି.ଏ.ର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁବାଷ ଚନ୍ଦ୍ର ରାୟ ଅଂଶ ଗ୍ରହଣ କରିଥିଲେ । ଭାରତୀୟ ଷ୍ଟେଟ ବ୍ୟାଙ୍କ ଜୋନ-୧ ର ଉପ ମହାପ୍ରବନ୍ଧକ ସଞ୍ଜୟ କୁମାର ଝା ଏବଂ ଖୋର୍ଦ୍ଧା-ନୟାଗଡ଼ ଅଞ୍ଚଳର ଆଞ୍ଚଳିକ ମହା ପ୍ରବନ୍ଧକ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଆୟୋଜନରେ ଜିଲ୍ଲାର ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା, ବହୁ…

Read More

ଡିସେମ୍ବର ୮ରୁ ୧୧ର ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ହୀରକ ଜୟନ୍ତୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉଦଯାପନ ଉତ୍ସବ ଅନୁଷ୍ଠିତ ପାଇଁ ଏକ କାର୍ୟ୍ୟକାରୀ କମିଟି ବୈଠକ ଶନିବାର ପୂର୍ବାହ୍ନରେ ମହାବିଦ୍ୟାଳୟ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନୟାଗଡ଼ର ବିଧାୟକ ଡ.ଅରୁଣ କୁମାର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ ପ୍ରଧାନ, ନୟାଗଡ଼ ପୌରପରିଷଦର କାଉନସିଲର ଏବଂ ମହାବିଦ୍ୟାଳୟର ଆଲୁମିନି ଉପସ୍ଥିତ ଥିଲେ । ଏହି ବୈଠକରେ ଆବାହକ ବିଶ୍ୱନାଥ ମହାପାତ୍ର ହୀରକ ଜୟନ୍ତୀ ପ୍ରସ୍ତୁତ ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ସର୍ବସମ୍ମତି କ୍ରମେ ଡିସେମ୍ବର ୮ ତାରିଖରୁ ୧୧ ତାରିଖ ୪ ଦିନ ବ୍ୟାପି ଏହି ଉତ୍ସବ ପାଳନ କରାଯିବା ପାଇଁ ସ୍ଥିର କରାଗଲା । ଏହି ଉତ୍ସବରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ୟ୍ୟକ୍ରମ, ମହିଳାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ୟ୍ୟକ୍ରମ ଏବଂ ଆଲୁମିନି…

Read More

ନୟାଗଡ଼ ରୋଟାରୀ କ୍ଲବ୍ ପରିସରରେ ସ୍ବାସ୍ଥ୍ଯ ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଖଣ୍ଡପଡାରୋଡସ୍ଥ ରୋଟାରୀ କ୍ଲବ୍ ଭବନ ପରିସରରେ ଆପୋଲୋ ହସ୍ପିଟାଲ, ଭୁବନେଶ୍ୱର ଓ ରୋଟାରୀ କ୍ଲବ୍ ନୟାଗଡ଼ ମିଳିତ ଆନୁକୂଲ୍ୟରେ ମାଗଣା ହ୍ରୁତପିଣ୍ଡ ଓ ମଧୁମେହ ରୋଗ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ରୋଟାରିଆନ ସନଓ୍ବାରମଲ ଅଗ୍ରଓ୍ୱାଲ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଆପୋଲୋ ହସ୍ପିଟାଲର ବରିଷ୍ଠ ହ୍ରୁଦରୋଗ ବିଶେଷଜ୍ଞ ଡାକ୍ତର ପ୍ରିୟବ୍ରତ ସାହୁ, ଭେଷଜ ବିଶେଷଜ୍ଞ ଡାକ୍ତର ପ୍ରେମାନନ୍ଦ ପଟ୍ଟନାୟକ ଓ ଡାକ୍ତର ପ୍ରତ୍ଯୁଷ ନାଗ ରୋଗୀମାନଙ୍କୁ ଚିକିତ୍ସା ଓ ପରାମର୍ଶ ଦେଇଥିବା ବେଳେ ଆପୋଲୋ ହସ୍ପିଟାଲର ଟେକେନସିଆନ୍ ଶିବପ୍ରସାଦ ବେହେରା, ମାନସ ରଂଜନ ନାୟକ ଓ ଦିବ୍ଯଜ୍ଯୋତି ତ୍ରିପାଠୀ ରୋଗୀମାନଙ୍କର ଫାସ୍ଟିଙ୍ଗ୍ ବ୍ଳଡ୍ ସୁଗାର ସହିତ ଇସିଜି ପରୀକ୍ଷା କରିଥିଲେ। ରୋଟାରୀ କ୍ଲବ୍ ସଭାପତି ପ୍ରବୀର କୁମାର ପ୍ରୁଷ୍ଟି ଓ ସଂପାଦକ ବାସୁଦେବ ସାହୁଙ୍କ ପ୍ରତ୍ଯେକ୍ଷ ସଂଯୋଜନାରେ ଅନୁଷ୍ଠିତ…

Read More

ଆର୍ନ୍ତଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ମେଗା ସ୍ବାସ୍ଥ୍ୟ ମେଳା

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାପାଳଙ୍କ ମିନି କନଫରେନସ୍ ହଲରେ ଆର୍ନ୍ତଜାତୀୟ ବରିଷ୍ଠ ନାଗରିକ ଦିବସ ତା. ୦୧.୧୦.୨୦୨୨ରିଖ ଦିନ ପାଳନଉପରେ ଏକ ପ୍ରାକ୍‌ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ହୋଇଯାଇଛି । ଏହି ବୈଠକରେ ବରିଷ୍ଠ ନାଗରିକମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଉପରେ ବିଶେଷ ଭାବରେ ଆଲୋଚନା କରାଯାଇଥିଲା। ସେମାନଙ୍କ ସ୍ଵାସ୍ଥ୍ୟ ସମସ୍ୟାର ସମାଧାନ ନିମନ୍ତେ ଏକ ମେଗା ସ୍ବାସ୍ଥ୍ୟ ଶିବିର କରିବା ନିମନ୍ତେ ନିଷ୍ପତ୍ତି ହୋଇଥିଲା । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଆଦିପତି କଅଁର ଏବଂ ଡା. ନୌସଦ୍ ଅଲ୍ଲୀ ଖାଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହିତ ଯୋଗାଯୋଗ କରି କାଡ଼ିଓଲୋଜିଷ୍ଟ, ଅର୍ଥୋପେଡିକ୍, ମେଡିସିନ୍, ଚକ୍ଷୁ, ଚର୍ମ, ବହୁମୂତ୍ର, ରୁମାଟୋଲୋଜିଷ୍ଟ, ଗାୟନୋକଲୋଜିଷ୍ଟ୍, ଗଳା ନାସା କର୍ଣ୍ଣ ବିଭାଗର ଡାକ୍ତରମାନଙ୍କୁ ଆମନ୍ତ୍ରଣ କରି ଆଣିବା ପାଇଁ ନିଷ୍ପତ୍ତି ହୋଇଥିଲା । ଗ୍ରାମାଂଚଳରେ…

Read More

ଜିଲ୍ଲା ଯୋଜନା ବୋର୍ଡ ପୁନଃଗଠିତ, କେଉଁ ଜିଲ୍ଲାରେ କିଏ ହେଲା ନିଯୁକ୍ତ ପଢନ୍ତୁ

ଭୁବନେଶ୍ବର:  ଆଜି ରାଜ୍ୟ ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କୁ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ବିଧାୟକ ତଥା ମନ୍ତ୍ରୀମାନଙ୍କୁ ଏହି ନିଯୁକ୍ତି ପ୍ରଦାନ କରାଯାଇଛି। ବିଜ୍ଞପ୍ତି ଅନୁସାରେ କାହାକୁ କେଉଁ ଜିଲ୍ଲା ଦାୟିତ୍ବ ମିଳିଲା ଦେଖନ୍ତୁ… ଅଶୋକ ଚନ୍ଦ୍ର ପଣ୍ଡା – ଅନୁଗୁଳ ରୋହିତ ପୂଜାରୀ – ବଲାଙ୍ଗୀର ଅନନ୍ତ ଦାସ – ବାଲେଶ୍ୱର ଦେବେଶ ଆଚାର୍ଯ୍ୟ – ବରଗଡ଼ ବ୍ୟୋମେକେଶ ରାୟ – ଭଦ୍ରକ ମହୀଧର ରଣା – ବୌଦ୍ଧ ଡାକ୍ତର ପ୍ରମୋଦ ମଲ୍ଲିକ – କଟକ ରାଜେନ୍ଦ୍ର ଢେ଼ାଲକିଆ – ଦେବଗଡ଼ ବାସନ୍ତୀ ହେମ୍ବ୍ରମ- ଢେଙ୍କାନାଳ ଜଗନ୍ନାଥ ସାରକା – ଗଜପତି ପ୍ରଫୁଲ୍ଲ ମଲ୍ଲିକ-ଗଞ୍ଜାମ ପ୍ରମିଳା ମଲ୍ଲିକ – ଜଗତସିଂହପୁର ସମୀର ରଞ୍ଜନ ଦାସ-ଯାଜପୁର ପ୍ରୀତିରଞ୍ଜନ ଘଡେ଼ଇ…

Read More

‘ସ୍ଵଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ଯୋଗଦେଇ ପରିବେଶକୁ ସଫା କଲେ ବ୍ଳକ ଅଧ୍ୟକ୍ଷ କିଶୋର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ମାଛିପଡ଼ା ଗ୍ରାମ ପଞ୍ଚାୟତରେ “ସ୍ଵଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ ତଥା ଯୁବନେତା କିଶୋର ଚନ୍ଦ୍ର ସାହୁ ଯୋଗଦେଇ ସ୍ବଚ୍ଛତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ଅବସରରେ ମାଛିପଡ଼ା ଗ୍ରାମପଞ୍ଚାୟତ ଠାରେ ଏକ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ବିଡିଓ ପଦ୍ମଚରଣ ସାହୁ “ସ୍ଵଚ୍ଛତା ହିଁ ସେବା” ପ୍ରତ୍ୟେକ ପଞ୍ଚାୟତରେ ମୂଳମନ୍ତ୍ର ହେଉ ବୋଲି କହିଥିଲେ । ପ୍ଲାଷ୍ଟିକ, କାଚ, କାଗଜ, ଅନ୍ୟାନ୍ୟ ଅଳିଆ ଆବର୍ଜନାକୁ ଗୋଟିଏ ଯାଗାରେ ରଖି ପରିବେଶକୁ ସରସ ସୁନ୍ଦର କରିବା ପାଇଁ ପରାମର୍ଶ ଦେଇଥିଲେ। କୌଣସି ବର୍ଜ୍ୟବସ୍ତୁକୁ ଉଦିଷ୍ଟ ସ୍ଥାନ ବ୍ୟତୀତ ଅନ୍ୟତ୍ର ବାହାରେ ନ ପକାଇବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ। ସ୍ବଚ୍ଛ ମିଶନ ପକ୍ଷରୁ ସେପ୍ଟେମ୍ବର ୧୫ତାରିଖରୁ…

Read More

ଛାତ୍ରଛାତ୍ରୀଙ୍କ ଦ୍ୱାରା ଜାଗରଣ ଯାତ୍ରା ଏବଂ ପଥପ୍ରାନ୍ତ ନାଟିକା

ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ୱାଧିନତାର ହୀରକ ଜୟନ୍ତୀ ଉପଲକ୍ଷେ ନୟାଗଡ଼ ମଡେଲ ଡିଗ୍ରୀ କଲେଜ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଭାରତୀୟ ସ୍ୱାଧିନତାରେ ଓଡ଼ିଶାର ଅବଦାନ ତଥା ମହାତ୍ମା ଗାନ୍ଧୀଙ୍କ ସଂଶ୍ଲିଷ୍ଟତା ଉପରେ ଏକ ଜାଗରଣ ଯାତ୍ରା ଏବଂ ପ୍ରଥପାନ୍ତ ନାଟିକା ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ନିଳାଞ୍ଚଳ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୨୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ଯାତ୍ରାରେ ଭାଗ ନେଇ ନିକଟସ୍ଥ ଲାଠିପଡ଼ା ଗ୍ରାମ ପରିକ୍ରମା କରିଥିଲେ । ଏହି ପରିପ୍ରେକ୍ଷୀରେ ଗାନ୍ଧୀଜୀଙ୍କ ସ୍ୱଚ୍ଛତା ଏବଂ ଅହିଂସା ସମ୍ବନ୍ଧୀୟ ବାର୍ତ୍ତାକୁ ନେଇ ଦୁଇ ଗୋଟି ଭିନ୍ନ ଭିନ୍ନ ପଥପ୍ରାନ୍ତ ନାଟିକା ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଶିତ ହୋଇଥିବା ବେଳେ ଏହା ଗ୍ରାମବାସୀ ମାନଙ୍କୁ ବେଶ ପ୍ରଭାବିତ କରିଥିଲା । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ଗୌରମୋହନ ସାହୁ, ଡ.ନାରାୟଣ ସୁରଜିତ ବେହେରା, ଡ.ମାନସ ରଞ୍ଜନ ଶତପଥି, ଡ.ଜ୍ୟୋତ୍ସ୍ନାମୟୀ…

Read More

ବିଜେପି ଛାଡି ବିଜେଡ଼ିରେ ମିଶିଲେ ବାବୁଲି ଜେନା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ମାଛିପଡ଼ା ଗ୍ରାମ ପଞ୍ଚାୟତର ବିରୋଧି ଦଳର ନେତା ବାବୁଲି ଜେନା ଆଜି ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ବାବୁଲି ଜେନା ହେଉଛନ୍ତି ମାଛିପଡା ପଞ୍ଚାୟତର ବର୍ତ୍ତମାନର ସମିତି ସଭ୍ୟା ସୁକେସିନି ଜେନାଙ୍କ ସ୍ବାମୀ । ସେ ମାଛିପଡ଼ା ପଞ୍ଚାୟତ ର ବିରୋଧ ଦଳର ବରିଷ୍ଠ ନେତା ଭାବେ ପରିଚିତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିତି ଆଦର୍ଶ ଓ ନୟାଗଡ଼ ବିଧାୟକ ଡ଼ଃ. ଅରୁଣ କୁମାର ସାହୁଙ୍କ ବିକାଶ ମୁଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି । ନୟାଗଡ଼ ବିଧାୟକ ଡ଼ଃ.ସାହୁଙ୍କ ଭୁବନେଶ୍ବର ସ୍ଥିତ ବାସ ଭବନରେ ଆଜି ସେ ବିଧବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ତାଙ୍କ ଯୋଗ ଦ୍ବାରା ମାଛିପଡ଼ା ବିଜୁ ଜନତା…

Read More

ଭାପୁରରେ ଅତିରିକ୍ତ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ): ଭାପୁର ପଂଚାୟତ ସମିତି ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟଙ୍କ ଅଧ୍ୟକ୍ଷତାରେ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାୟ ଲୋକମାନଙ୍କର ବିଭିନ୍ନ ଅଭିଯୋଗ ଶୁଣିଥିଲେ । ଆଜି ସମୁଦାୟ ୧୦୫ଗୋଟି ଅଭିଯୋଗ ପଂଜିକୃତ ହୋଇଥିଲା । ସେଥିମଧ୍ୟରୁ ବ୍ୟକ୍ତିଗତ ଭାବେ ୭୯ଗୋଟି ଅଭିଯୋଗ, ସାମୁହିକ ଗ୍ରାମ ବିବାଦ ୦୮ଗୋଟିର ଶୁଣାଣି କରାଯାଇ ସମୁଦାୟ ୪୩ଗୋଟି କେସର ତତ୍‌କାଳ ସମାଧାନ କରାଯାଇଥିଲା । ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ୧୬ଜଣ ଦରଖାସ୍ତକାରୀ ଏବଂ ଜିଲ୍ଲା ରେଡ୍‌କ୍ରସ ସଂସ୍ଥାରୁ ୦୨ଜଣ ଦରଖାସ୍ତକାରୀଙ୍କୁ ଆର୍ଥିକ ଅନୁଦାନ ଅନୁମୋଦନ ନିମନ୍ତେ ଜିଲ୍ଲାପାଳଙ୍କୁ ସୁପାରିଶ କରାଯାଇଛି । ଅବଶିଷ୍ଟ କେସଗୁଡ଼ିକୁ ସମାଧାନ ନିମନ୍ତେ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଜନଶୁଣାଣି ଶିବିରରେ ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ,…

Read More

ଦଶପଲ୍ଲା ପୁଲିସକୁ ସଫଳତା, ଗଞ୍ଜେଇ ଜବତ ଜଣେ ଗିରଫ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ପୁଲିସକୁ ମିଳିଛି ବଡ଼ ସଫଳତା। ଆଜି ଦଶପଲ୍ଲା ପୋଲିସ ୫୭ନମ୍ବର ଜାତୀୟ ରାଜପଥରେ ପେଟ୍ରୋଲିଂ କରୁଥିବା ବେଳେ ଏସ.ଆର ପେଟ୍ରୋଲ ଟାଙ୍କି ନିକଟରେ ଏକ କାରକୁ ସନ୍ଦେହ ହେବାରୁ ଅଟକାଇଥିଲେ ଏବଂ ସେଥିରୁ ୪୦କେଜି ୫୦୦ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଦଶପଲ୍ଲା ଥାନା କେସ ନଂ ୨୦୫ରେ ଏକ ମାମଲା ରୁଜୁ କରି ଓଡ଼ଗାଁ ଥାନା ଅନ୍ତର୍ଗତ ବନ୍ଧଭୁଇଁ ଗ୍ରାମର ସିତୁରାମ ସାହୁକୁ ଦଶପଲ୍ଲା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସିତୁଙ୍କ ଠାରୁ ଏକ ଓପୋ ମୋବାଇଲ, ଡ୍ରାଇଭିଂ ଲାଇସେନ୍ସ ଓ ପ୍ୟାନ କାର୍ଡକୁ ଜବତ କରାଯାଇଛି । ଗଞ୍ଜେଇ ଚାଲାଣ ହେଉଥିବା ହୋଣ୍ଡା ଆମେଜ କାରକୁ ପୁଲିସ ସିଜ କରିଥିବା ଦଶପଲ୍ଲା ଥାନା ଅଧିକାରୀ ବସନ୍ତ କୁମାର ସାହୁ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି।

Read More