ଇଟାମାଟି, (ନୟାଗଡ଼ ଦର୍ପଣ): ଇଟାମାଟି ଗ୍ରାମବାସୀଙ୍କ ତରଫରୁ ଦୀର୍ଘ ୫୮ବର୍ଷ ଧରି ପାଳିତ ହେଇଆସୁଛି ସାର୍ବଜନିନୀ ଦୁର୍ଗାପୂଜା।ଚଳିତ ବର୍ଷ ୧୦ଅକ୍ଟୋବରରୁ ମହାସପ୍ତମୀ ପୂଜା ଆରମ୍ଭ ହୋଇଯାଇଚି। ଆସନ୍ତା ୧୩ତାରିଖରେ ବିଜୟା ଦଶମୀ ପାଳିତ ହେବ। ସ୍ବର୍ଗତ ଉଦ୍ୟନାଥ ପ୍ରଧାନ, ସ୍ବର୍ଗତ ଲଡ଼ୁ ପାତ୍ର, ସ୍ବର୍ଗତ ବଂଶୀଧର ସାହୁ ଓ ସ୍ବର୍ଗତ ଗଙ୍ଗାଧର ମହାପାତ୍ରଙ୍କ ଉଦ୍ୟମରେ ୧୯୬୭ମସିହାରୁ ଏହି ଉତ୍ସବ ପାଳିତ ହୋଇଆସୁଚି ବୋଲି ପ୍ରକାଶ କରନ୍ତି ବରିଷ୍ଠ ବ୍ୟବସାୟୀ ପୂର୍ଣ୍ଣଚନ୍ଦ୍ର ସାହୁ। ଏହି ଅବସରରେ ଦୈନିକ ସଂକୀତ୍ତନ ସହ ସ୍ଥାନୀୟ କଳାକାର ମାନଙ୍କ ଦ୍ୱାରା ନାଟକ ମଞ୍ଚସ୍ତ ହୁଏ। ସୁଉଚ୍ଚ ତୋରଣ, ଇଟାମାଟିର ଯୁବ ମୂର୍ତ୍ତିକାର ମନୋଜ ବିଶ୍ୱାଳଙ୍କ ଦ୍ୱାରା ନିର୍ମିତ ମା ଦୁର୍ଗାଙ୍କ ମୃଣ୍ମୟୀ ମୃତ୍ତି, ସୁଦୃଶ୍ୟ ମେଢ଼ ଓ ନାଟ୍ୟମଣ୍ଡପ ସ୍ଥାନୀୟ ଲୋକଙ୍କ ମନ ରେ ଏକ ଭକ୍ତିମୟ ଆଧ୍ୟାତ୍ମିକ ମନୋଭାବ ଜାଗ୍ରତ କରିଥାଏ। …
Read MoreBlog
କଷ୍ଟି ଡାକୁଆଙ୍କ ବଳିଦାନ ଅବିସ୍ମରଣୀୟ: ଦଶପଲ୍ଲା ବିଧାୟକ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଜାକେଡା ପଞ୍ଚାୟତ କୁଶୁବିଡା ଗ୍ରାମ ରେ ୮୨ତମ କଷ୍ଟି ଡାକୁଆଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ କଷ୍ଟି ଡାକୁଆଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ବାଧିନତା ସଂଗ୍ରାମରେ କଷ୍ଟି ଡାକୁଆଙ୍କ ଅବଦାନ ଓ ବଳିଦାନ ସମ୍ପର୍କରେ ବର୍ଣ୍ଣନା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ୧୭ ନଂ ଜିଲ୍ଲା ପରିଷଦଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳବେହେରା, ସମିତି ସଭ୍ୟା ପ୍ରଭାତୀ ମଳିକ, ନାଏବ ସରପଞ୍ଚ ପ୍ରହଲ୍ଲାଦ ମଳିକ,ଗ୍ରାମ ସଭାପତି ସନାତନ ଜାନୀ, କଷ୍ଟି ଡାକୁଆଙ୍କ ନାତି ପ୍ରପର ଗୋପୀନାଥ ଡାକୁଆ, କୁବେର ଡାକୁଆ ପ୍ରମୁଖ ଯୋଗଦେଇ କଷ୍ଟି ଡାକୁଆଙ୍କ ବଳିଦାନର ଗାଥା ଉପରେ ବର୍ଣ୍ଣନା କରିଥିଲେ। ସୂଚନା ଥାଉକି କଷ୍ଟି ଡାକୁଆ କୁଶୁବିଡା…
Read Moreଗୌଡ଼ ଥୁଆବାରୀ ଗ୍ରାମରେ ଶହୀଦ ଶ୍ରାଦ୍ଧଦିବସ ପାଳିତ
ନୂଆଗାଁ,(ନୟାଗଡ଼ ଦର୍ପଣ): ସ୍ବାଧିନତା ସଂଗ୍ରାମର ଅଗ୍ରଗାମୀ ଗୋଡ଼ ଥୁଆବାରୀ ଗ୍ରାମର ପ୍ରବାଦ ପୁରୁଷ କଣ୍ଡୁରୀ ପରିଡ଼ା, ବୁଦ୍ଧି ପରିଡ଼ା, ଦୟା ବେହେରା, ଏନ୍ତୁଡି ଶାଳସାଜିଥିବା ପୂର୍ଣ୍ଣପୀଠ ଗୌଡ଼ ଥୁଆବାରୀ ଗ୍ରାମବାସୀଙ୍କ ଆନୁକୂଲ୍ୟରେ ୮୩ତମ ପ୍ରଜାମଣ୍ଡଳ ଶହୀଦ ଶ୍ରାଦ୍ଧଦିବସ ପାଳିତ ହୋଇଯାଇଛି। ଏହି ଶ୍ରାଦ୍ଧ ଦିବସରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଶହୀଦ ସ୍ତମ୍ବରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପତାକା ଉତ୍ତୋଳନ କରିଥିଲେ। ସମାଜସେବୀ ଶଙ୍କର୍ଷଣ ବେହେରାଙ୍କ ତତ୍ବାବଧାନରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ପ୍ରଜାମଣ୍ଡଳ ଆନ୍ଦୋଳନରେ କଣ୍ଡୁରୀ ପରିଡ଼ା, ବୁଦ୍ଧି ପରିଡ଼ା, ଦୟା ବେହେରା ପ୍ରମୁଖ ଯୋଗଦେଇ କିପରି ଇଂରେଜମାନଙ୍କ ବିରୁଦ୍ଧରେ ଲଢେଇ କରି ଜୀବନକୁ କିପରି ବଳିଦାନ ଦେଇଛନ୍ତି ସେ ଉପରେ ବର୍ଣ୍ଣନା କରିଥଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷା…
Read Moreନୂଆଗାଁ ବ୍ଲକରେ ୧୫୫ଜଣ ଶିକ୍ଷକ ଶିକ୍ଷୟତ୍ରୀ ନେଲେ ତାଲିମ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦରମହକୁମାରେ ଥିବା ନୂଆଗାଁ ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆର୍ ପି ସିଦ୍ଧାର୍ଥ ରତ୍ନ, ସୁଶାନ୍ତ କୁମାର ନାୟକ, ଶଶି ଭୂଷଣ ପ୍ରଧାନ, ପ୍ରଦୀପ କୁମାର ଦାସ ଉପସ୍ଥିତ ରହି ଜାତୀୟ ଶିକ୍ଷାନୀତି, ଶିକ୍ଷଣ ଫଳାଫଳର ପ୍ରକୃତ ପରିଭାଷା, ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ବିକାଶାତ୍ମକ ମନୋବୃତ୍ତି, ବର୍ଣ୍ଣାଳୀ, ଶିଶୁ ସୁରକ୍ଷା, ଜାତୀୟ ଉପଲବ୍ଧି ସର୍ବେକ୍ଷଣ, ବିଦ୍ୟାଳୟ ସୁରକ୍ଷା ଓ ନିରାପତ୍ତା, ଅନ୍ତର୍ନିବେଶୀ ଶିକ୍ଷା, ବସ୍ତାନିବିହୀନ ପାଠପଢ଼ା ଆଦି ଉପରେ ୫୫ଜଣ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଖଣ୍ଡୁଗାଁ ଅପଗ୍ରେଟେଡ ହାଇସ୍କୁଲର ଶିକ୍ଷୟତ୍ରୀ ତଥା ଷ୍ଟେଟ୍ ରିସୋର୍ଷ ପର୍ସନ ପ୍ରଭାତୀ ମିଶ୍ର, ସାମାଜିକ ଲିଙ୍ଗଭିତ୍ତିକ ଏକତା ପାଇଁ ଏକ ପ୍ରୟାସ ହେଉଛି ବର୍ଣ୍ଣାଳୀ ବୋଲି କହିଥିଲେ।…
Read Moreନୟାଗଡ଼ରେ ସାର୍ବଜନୀନ ଦୁର୍ଗାପୂଜା ପାଳନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସଦର ମହକୁମାରେ ଆରମ୍ଭ ହେଲା ସାର୍ବଜନୀନ ଦୁର୍ଗାପୂଜା। ୧୯୬୧ ମସିହାରେ ସ୍ଥାନୀୟ ପ୍ରଶାସନ ଏବଂ ଜନସାଧାରଣଙ୍କ ତରଫରୁ ଆରମ୍ଭ ହୋଇଥିବା ଏହି ଦୁର୍ଗାପୂଜା ଚଳିତ ବର୍ଷ ସ୍ବତନ୍ତ୍ରତାର ସହିତ ପାଳନ କରାଯାଉଛି। ନୟାଗଡ଼ ସାର୍ବଜନୀନ ଦୁର୍ଗାପୂଜା ପାଇଁ ପ୍ରତ୍ୟେକ ଘରୁ ଚୂଲିଚାନ୍ଦା ଆଦାୟ ଏକ ପରମ୍ପରା ଭାବେ ଚାଲିଥିବା କାରଣରୁ ଏହାର ସ୍ୱତନ୍ତ୍ର ଗୁରୁତ୍ୱ ରହିଛି। ନୟାଗଡ଼ କଚେରୀ ବଜାର ଠାରେ ଥିବା ଦୁର୍ଗା ମଣ୍ଡପରେ ଚାଲିଥିବା ଏହି ଦୁର୍ଗାପୂଜାରେ ପ୍ରତ୍ୟହ ପ୍ରବଳ ଜନ ସମାଗମ ହେଉଛି। ପାଞ୍ଚ ଦିନ ଧରି ଚାଲିବାକୁ ଥିଲା ଏହି ପୂଜାର ବିଭିନ୍ନ ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ। ସାର୍ବଜନୀନ ଦୁର୍ଗାପୂଜା ସମିତିର ସଭାପତି ନିର୍ମଳ ଚନ୍ଦ୍ର ଶୁରଦେଓ, ସମ୍ପାଦକ ସୁମନ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଦୁର୍ଗାପୂଜାରେ ସୁମନ୍ତ ପଟ୍ଟନାୟକ, ଅଶୋକ ମଲ୍ଲ,…
Read Moreଇଟାମାଟିର ଆରାଧ୍ୟା ଦେବୀ ମା ନାରାୟଣୀ
ଇଟାମାଟି, (ନୟାଗଡ଼ ଦର୍ପଣ): ଇଟାମାଟିର ପୂର୍ବ ଦିଗରେ କାହିଁ କେଉଁ କାଳରୁ ପୂଜା ପାଇ ଆସୁଛନ୍ତି ମା ନାରାୟଣୀ। ବହୁ ବର୍ଷ ଧରି ଗଛ ମୂଳେ ପୂଜା ପାଉଥିବା ମା ନାରାୟଣୀଙ୍କ ପାଇଁ ଏକ ମନ୍ଦିର ତୋଳାଇଥିଲେ ସ୍ବର୍ଗତ ଘନଶ୍ୟାମ ରାମ। ୧୯୬୮ ମସିହାରେ ମାଙ୍କ ନବୀକରଣ ମୁଖା ପ୍ରତିଷ୍ଠା କରାଯାଇଥିଲା ଗ୍ରାମ ବାସୀଙ୍କ ତରଫରୁ ମା ନାରାୟଣୀଙ୍କ ଆଶ୍ରିବାଦରୁ ଇଟାମାଟି ଏକ ବ୍ୟବସାୟିକ ପେଣ୍ଠ ହିସାବରେ ଓଡିଶାରେ କ୍ଷାତି ଲାଭ କରିଥିବାର ବିଶ୍ୱାସ ରହିଛି। ଘୋଡାରେ ଚଢି ପ୍ରତିଦିନ ନିଷାର୍ଧରେ ଭ୍ରମଣ କରି ମା ଇଟାମାଟି ଗ୍ରାମବାସୀଙ୍କୁ ଘଣ୍ଟ ଘୋଡାଇଛନ୍ତି ବୋଲି ପୁରୁଖା ଲୋକମାନେ ମତ ଦିଅନ୍ତି। ପ୍ରତିବର୍ଷ ଶାରଦୀୟ ଦୁର୍ଗାପୂଜା ମା ନାରାୟଣୀଙ୍କ ପୀଠରେ ମହାସମାରୋହରେ ପାଳିତ ହୁଏ। ଦୂତିଆ ଓଷା ଠାରୁ ଷୋଳପୂଜା ଆରମ୍ଭ ହୋଇ ମହାଅଷ୍ଟମୀରେ ସମାପନ ହୁଏ। ପ୍ରତିଦିନ ସକାଳେ ଅନ୍ୟାନ୍ୟ ଭୋଗ…
Read Moreବରକନ୍ୟା ଝରଣାରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ର ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟାମାନଙ୍କର ବନ ବିହାର କାର୍ଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ସମସ୍ତ ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟାମାନଙ୍କର ପ୍ରତିବର୍ଷ ପରି ଚଳିତବର୍ଷ ବରକନ୍ୟା ଝରଣାରେ ବନ ବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଏହି ବରକନ୍ୟା ଝରଣାର ପାହାଡ ଚଢି ଗଛଲତା ଓ ବାଉଁଶ ମାନଙ୍କର କଟର କଟର ଶବ୍ଦକୁ ଉପଭୋଗ କରିବା ସହିତ ଝରଣାର ନିର୍ମଳ ଥଣ୍ଡା ଜଳରେ ଗାଧୋଇବାର ନିଆରା ଅନୁଭୂତି ସମସ୍ତେ ସାଉଁଟି ଥିଲେ। ଝରଣା କୂଳରେ ସ୍ବାଦିଷ୍ଟ ଭୋଜନ ପ୍ରସ୍ତୁତ ହୋଇଥିଲା। ଭୋଜନ ପୂର୍ବରୁ ପରିବେଶ ପ୍ରଦୂଷଣ ରୋକିବା, ପ୍ରଚୁର ଗଛ ଲଗାଇ ଜଙ୍ଗଲ ତିଆରି କରିବା ଓ ବାୟୁ ପ୍ରଦୂଷଣକୁ ବନ୍ଦ କରିବା ପାଇଁ ଶ୍ରେଣୀ ଗୃହରେ ବିଭିନ୍ନ ସଚେତନତା ଶିକ୍ଷା ଦେବା ପାଇଁ ଏକ ରୋଡ୍ ମ୍ଯାପ ତିଆରି କରାଯାଇଥିଲା। ବରକନ୍ଯା ଝରଣାର ଉନ୍ନତି କରଣ ପାଇଁ ସରକାର…
Read Moreଈଶ୍ୱରଙ୍କ ସାନିଧ୍ୟ ଏବଂ ସତମାର୍ଗରେ ଚାଲିବା ପାଇଁ ଯୋଗ ହିଁ ଜରୁରୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ଈଶ୍ୱରଙ୍କ ସାନିଧ୍ୟ ଏବଂ ସତମାର୍ଗରେ ଚାଲିବା ପାଇଁ ଯୋଗ ହିଁ ଜରୁରୀ। ଆଜିର ବ୍ୟସ୍ତ ବହୁଳ ଜୀବନରେ ଶରୀର, ମନ ଏବଂ ଆତ୍ମାକୁ ଶୁଦ୍ଧ ରଖିବାର ଏକମାତ୍ର ଉପାୟ ହେଉଛି ଯୋଗ ଏବଂ ଧ୍ୟାନ। ନୟାଗଡ଼ରେ ଥିବା ‘ଯୋଗ ପରିବାର’ରେ ପ୍ରଶିକ୍ଷକ ଭାବେ ଯୋଗଦାନ କରି ଏକଥା କହିଛନ୍ତି ଧ୍ୟାନ ପ୍ରଶିକ୍ଷକ ତଥା ଓଶୋଧାରା ମୈତ୍ରୀ ରାଜ୍ୟ ସଂଘ ସଂଯୋଜକ ତଥା କୋଲହାନ ବିଶ୍ୱବିଦ୍ୟାଳୟ, ଝାଡ଼ଖଣ୍ଡ, ଓଡ଼ିଆ ବିଭାଗର ଅସୋସିଏଟ ପ୍ରଫେସର ଆଚାର୍ଯ୍ୟ ଶିବାନନ୍ଦ। ନୟାଗଡ଼ ପୁରୁଣା ସହରସ୍ଥିତ ରାଜବାଟି ସଭା ଗୃହରେ ପ୍ରତ୍ୟହ ଚାଲୁଥିବା ଯୋଗ ଶିବିରରେ ବୁଧବାର ପ୍ରତ୍ୟୁଷରେ ଯୋଗଦାନ କରି ଆଚାର୍ଯ୍ୟ ଶିବାନନ୍ଦ ଶିବିରାର୍ଥୀ ମାନଙ୍କୁ ଯୋଗ ଏବଂ ଆଧ୍ୟାତ୍ମିକତା ଉପରେ ଗଭୀର ଜ୍ଞାନ ପ୍ରଦାନ କରିଥିଲେ। ନୟାଗଡ଼ ଯୋଗଶିବିରର ସଭାପତି ପ୍ରତାପ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ…
Read Moreଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ କିମ୍ବଦନ୍ତୀ ପୁରୁଷ ପୁଣ୍ଯାତ୍ମା ଗୋପବନ୍ଧୁ ଦାସଙ୍କ ଜୟନ୍ତୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ଓଡିଶା ର ବରପୁତ୍ର କିମ୍ବଦନ୍ତୀ ପୁରୁଷ ପୁଣ୍ଯାତ୍ମା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ। ଏହି ଅବସରରେ ନୟାଗଡ଼ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ବିଦ୍ଯାଳୟର ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମହାନ ଯୋଦ୍ଧା ତଥା ମହାନ୍ ଦେଶ ସେବକ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳନ ହୋଇ ଯାଇଛି। ପ୍ରଥମେ ବିଦ୍ଯାଳୟ ପରିସରରେ ସ୍ଥାପିତ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ବିଦ୍ଯାଳୟ ରେ କାର୍ଯ୍ୟରତ ବରିଷ୍ଠ ସଂସ୍କୃତ ଶିକ୍ଷକ ପଣ୍ଡିତ ଭଗବାନ ଆଚାର୍ଯ୍ୟ ଓ ବରିଷ୍ଠ ଇଂରାଜୀ ଶିକ୍ଷକ ରାମଚନ୍ଦ୍ର ମହାପାତ୍ର ପୁଷ୍ପ ମାଲ୍ଯାର୍ପଣ ପୂର୍ବକ ଧୂପ ଦୀପ ଅର୍ପଣ କରି ଥିଲେ। ଏହାପରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଗୁରୁଜୀ ଗୁରୁମା ମାନଙ୍କୁ ନେଇ ଏକ ଆଲୋଚନା ସଭା ଅନୁଷ୍ଠିତ…
Read Moreବିଜେଡି ସଦସ୍ୟତା ଅଭିଯାନ ଆରମ୍ଭ
ନୟାଗଡ଼,(ନୟାଗଡ଼ ଦର୍ପଣ): ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ଆରମ୍ଭ ହୋଇଛି ବିଜେଡିର ସଦସ୍ୟ ସଂଗ୍ରହ ଅଭିଯାନ। ଶଙ୍ଖ ଭବନରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି। ନବୀନ ବିଜେଡିର ପ୍ରଥମ ସଦସ୍ୟ ହୋଇଛନ୍ତି। ଦସ୍ତଖତ କରି ଏକାମ୍ର ଭୁବନେଶ୍ୱରରୁ ସେ ଏହି ସଦସ୍ୟତା ଗ୍ରହଣ କରିଛନ୍ତି। ଆଜି ନୟାଗଡ଼ ବିଜୁ ଜନତା ଦଳ କାର୍ୟ୍ୟାଳୟରେ ଜିଲ୍ଲା ସ୍ତରୀୟ ବିଜୁ ଜନତା ଦଳର ସଦସ୍ୟତା ଅଭିଯାନ ଆରମ୍ଭ ହୋଇଛି । ନୟାଗଡ଼ ଜିଲ୍ଲା ବିଜୁ ଜନତା ଦଳ ସଭାପତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ରଣପୁରର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ବିଜେଡି ପ୍ରବକ୍ତା ନାରୀ ନେତ୍ରୀ ଇରାନୀ ରାୟ, ଭାପୁର…
Read More