ନୂଆଗାଁ, (ନୟାଗଡ଼ ଦର୍ପଣ): ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ନୟାଗଡ ଜିଲ୍ଲା ନୂଆଗାଁ ବ୍ଳକ ସଦର ମହକୁମାରେ ବିଜେଡିର ବିଶାଳ ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ନୂଆଗାଁ ବ୍ଳକର ୨୨ଟି ପଞ୍ଚାୟତରୁ ଶହ ଶହ ଲୋକ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ। ଏହି ପଦଯାତ୍ରାରେ ନୟାଗଡ ବିଧାୟକ ଡ଼ ଅରୁଣ କୁମାର ସାହୁ, ରଣପୁରର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଭାପୁର ବ୍ଲକ୍ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ଦଶପଲ୍ଲା ବ୍ଳକ୍ ଅଧ୍ୟକ୍ଷା ସୁନନ୍ଦା ସାହୁ, ଏନ୍ ଏ ସି ଅଧ୍ୟକ୍ଷା ପୁନମ ପ୍ରିୟଦର୍ଶିନୀ, ଗଣିଆ ବ୍ଳକ ଅଧ୍ୟକ୍ଷା ଝୁନା ଜେନା, ନୂଆଗାଁ ବ୍ଳକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ନୂଆଗାଁ ବ୍ଳକ ୧୭ନମ୍ୱର ଜୋନ ଜିଲ୍ଲା ପରିଷଦ ସଭ୍ୟା ପ୍ରତିମା ଦଳବେହେରା, ୧୬ ନଂ ଜୋନ ଜିଲ୍ଲା ପରିଷଦ…
Read MoreBlog
ଭକ୍ତି ସଙ୍ଗୀତ ପ୍ରତିଯୋଗିତା,୧୦ରେ ଭାପୁର ବ୍ଲକ ଅଡିସନ
ଭାପୁର, (ନୟାଗଡ଼ ଦର୍ପଣ): ସଙ୍ଗୀତଧାରା, ନୟାଗଡ଼ ପକ୍ଷରୁ ଆୟୋଜିତ ସିଜିନ-୨ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଭାପୁର ବ୍ଲକ ଅଡିସନ ଆସନ୍ତା ୧୦ ତାରିଖ ରବିବାର ଦିନ ସ୍ଥାନୀୟ ସରସ୍ବତୀ ଶିଶୁ ମନ୍ଦିର ପରିସରରେ ଅନୁଷ୍ଠିତ ହେବ। ଏନେଇ ଏକ ପ୍ରସ୍ତୁତି ବୈଠକ ଭାପୁର ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠାନର ସଂଯୋଜକ ଲକ୍ଷ୍ମୀଧର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ସଙ୍ଗୀତଧାରାର ସମ୍ପାଦକ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ ଅଧ୍ୟକ୍ଷତା କରିଥିଲେ। ଏହି ପ୍ରସ୍ତୁତି ବୈଠକରେ ସଙ୍ଗୀତଧାରାର ବରିଷ୍ଠ ସଦସ୍ୟ ପ୍ରଶାନ୍ତ ପଟ୍ଟନାୟକଙ୍କ ସମେତ ବିଶିଷ୍ଟ ଶିକ୍ଷାବିତ ମନୋଜ ଶତପଥୀ, ଶିକ୍ଷାବିତ ତଥା କବି ନିରଞ୍ଜନ ଦଳବେହେରା, ପ୍ରଧାନ ଶିକ୍ଷକ ଦୀନବନ୍ଧୁ ସାହୁ, ସିନେ କଳାକାର ତଥା ସିଆରସିସି ପଞ୍ଚାନନ ମହାପାତ୍ର, ଶିକ୍ଷକ ନେତା ପ୍ରସନ୍ନ…
Read Moreରାସ୍ତା କଡ଼ରୁ ବୃଦ୍ଧଙ୍କୁ ଉଦ୍ଧାର କରି ସେଲଟର ହୋମରେ ଥଇଥାନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଛକୁଣ୍ଡଙ୍କ ନିର୍ଦ୍ଦେଶ କ୍ରମେ ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା ଜଣେ ଅଜଣା ବୃଦ୍ଧଙ୍କୁ ଓଡଗାଁ ଛକ ଷ୍ଟେଟ ବ୍ୟାଙ୍କ ରୋଡ଼ରୁ ଉଦ୍ଧାର କରି ତ୍ରିନାଥ ଛକ ସ୍ଥିତ ସେଲଟର ହୋମରେ ଥଇଥାନ ବ୍ୟବସ୍ଥା କରିଛନ୍ତି। ସୂଚନାଯୋଗ୍ୟ ଯେ ନୟାଗଡ଼ ଏସଡିଜେଏମ ଏହି ରାସ୍ତା ଦେଇ ଯାଉଥିବା ବେଳେ ଅସହାୟ ଅବସ୍ଥାରେ ସମ୍ପୃକ୍ତ ବୃଦ୍ଧଙ୍କୁ ଦେଖି ତୁରନ୍ତ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବଙ୍କ ନଜରକୁ ଆଣିଥିଲେ। ଏହା ପରେ ଉଦ୍ଧାର ଏବଂ ଥଇଥାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ରାଧିକରଣ ସଚିବଙ୍କ ତ୍ୱରିତ ପଦକ୍ଷେପ ଏବଂ ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରାଙ୍କ ମାନବିକତା ସହଯୋଗ ଯୋଗୁଁ ଜଣେ ଅସହାୟ ବୃଦ୍ଧଙ୍କ ଜୀବନ ଉଦ୍ଧାର ହୋଇଥିବା ବେଳେ ଶ୍ରୀଯୁକ୍ତ ବେହେରାଙ୍କୁ ବିଭିନ୍ନ ମହଲରୁ ଭୁୟସୀ ପ୍ରଶଂସା…
Read Moreରୋଟାରୀ କ୍ଳବ୍ ନୟାଗଡ଼ର ୩୫ତମ ପ୍ରତିଷ୍ଠା ଦିବସ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ରୋଟାରୀ ଜିଲ୍ଲା ୩୨୬୨ ଅନ୍ତର୍ଗତ ନୟାଗଡ଼ ରୋଟାରୀ କ୍ଳବ୍ ର ୩୫ ତମ ପ୍ରତିଷ୍ଠା ଦିବସ କ୍ଳବ୍ ସଭାପତି ରୋଟାରିଆନ୍ ଶ୍ରୀକାନ୍ତ କୁମାର ଖଟେଇଙ୍କ ଅଧ୍ଯକ୍ଷତାରେ ମହାଆଡ଼ମ୍ବର ସହକାରେ ପାଳିତ ହୋଇ ଯାଇଛି। ସକାଳ ୧୦ଟା ସମୟରେ ଆଜି କାର୍ଯ୍ୟକ୍ରମର ମୁଖ୍ଯ ଅତିଥି ୩୨୬୨ ଜିଲ୍ଲା ଗଭର୍ଣ୍ଣର ରୋଟାରିଆନ୍ ଜଜ୍ଞାଶିଷ ମହାପାତ୍ର ଓ ସମ୍ମାନିତ ଅତିଥି ନୟାଗଡ଼ ପୌରାଧ୍ୟକ୍ଷା ନିରୁପମା ଖଟେଇଙ୍କ କରକମଳରେ ରୋଟାରୀ ଭବନ ସମ୍ମୁଖରେ ଏକ ଶାନ୍ତି ସ୍ତମ୍ଭ ସ୍ଥାପନ କରାଯାଇଥିଲା। ଏହାପରେ ସ୍ଥାନୀୟ ବେବର୍ତ୍ତା ପଲ୍ଲୀ ଗ୍ରାମରେ ଗରିବ ହିତାଧିକାରୀ ମାନଙ୍କୁ ମଶାରୀ ବଣ୍ଟନ କରାଯାଇଥିଲା ବେଳେ ଚଣ୍ଡିବସ୍ତ ପ୍ରାଥମିକ ବିଦ୍ୟାଳୟ ପରିସରରେ ପାନୀୟ ଜଳ ବିତରଣ ପାଇଁ କ୍ଳବ୍ ତରଫରୁ ଏକ ଆକ୍ବାଗାର୍ଡ ସ୍ଥାପନ କରାଯାଇଥିଲା।ସନ୍ଧ୍ଯା ୦୬ ଘଟିକା ସମୟରେ କ୍ଳବ ସଭାପତି ଶ୍ରୀଯୁକ୍ତ ଖଟେଇଙ୍କ ଅଧ୍ଯକ୍ଷତାରେ…
Read Moreନାଟ୍ୟପୁରୁଷ ତଥା ସାହିତ୍ୟ ସାଧକ ହରିହର ମିଶ୍ରଙ୍କୁ ସୃଜନୀ ପରିବାର ପକ୍ଷରୁ ସ୍ମୃତି ଶ୍ରଦ୍ଧାଞ୍ଜଳି
ନୟାଗଡ଼, (ନୟାଗଡ଼ ଦର୍ପଣ): ସୃଜନୀ ପରିବାର (ଚେନ୍ନାଇ) ଅବସରପ୍ରାପ୍ତ ଅଧ୍ୟକ୍ଷ,ଓଡିଆ ଭାଷା ସାହିତ୍ୟର ବହୁମୁଖି ପ୍ରତିଭାଦୀପ୍ତ ଯଶସ୍ୱୀ ସାରସ୍ୱତ ସାଧକ,ନାଟ୍ୟକାର,ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ଓଡ଼ିଶା ସାହିତ୍ୟ ଏକାଡ଼େମୀର ପ୍ରାକ୍ତନ ସଭାପତି (ଦିବଂଗତ) ହରିହର ମିଶ୍ରଙ୍କୁ ସମର୍ପିତ ସ୍ମୃତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସୃଜନୀ ଅନୁକୁଲ୍ୟରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ପ୍ରମୁଖ ବକ୍ତା ତଥା ଆଲୋଚକ ଭାବରେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ (ପ୍ରାକ୍ତନ) ତଥା କେନ୍ଦ୍ର ଓ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟ ସାଧକ ଶ୍ରୀଯୁକ୍ତ ହରପ୍ରସାଦ ଦାସ, ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ ସାଧକ ତଥା ଓଡ଼ିଆ ଭାଷା ପ୍ରତିଷ୍ଠାନର ପ୍ରକଳ୍ପ ପରାମର୍ଶଦାତା ପ୍ରଫେସର୍ ଡ଼. ପ୍ରେମାନନ୍ଦ ମହାପାତ୍ର, ପ୍ରାକ୍ତନ ଅଧ୍ୟକ୍ଷା-ଓଡିଶା ମହିଳା କମିଶନ ତଥା ସମାଜସେବୀ ଲୋପାମୁଦ୍ରା ମହାନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ…
Read Moreପୂର୍ବତନ ସରପଞ୍ଚଙ୍କ ଦେହାନ୍ତ
ରଣପୁର, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ କେରେଣ୍ଡାଟାଙ୍ଗୀ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ରଣପୁର ଅଞ୍ଚଳର ଜଣେ ଜଣାଶୁଣା ପୁରୁଖା ନେତା, ବରିଷ୍ଠ ସମାଜସେବୀ ନରେନ୍ଦ୍ର ମହାନ୍ତି(ନରି ବାବୁ)ଙ୍କ ଆଜି ପୂର୍ବାହ୍ନ ୧୦.୩୦ରେ ପରଲୋକ ଘଟିଛି। ତାଙ୍କ ମୃତ୍ୟୁ ଖବରରେ ରଣପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସ୍ବର୍ଗତ ନରି ମହାନ୍ତି କେରେଣ୍ଡାଟାଙ୍ଗୀ ଗ୍ରାମ ପଞ୍ଚାୟତରେ ୧୯୯୨- ୯୫ ସରପଞ୍ଚ ଥିଲେ। ତା’ ସହିତ କୋଅପରେଟିଭ ବ୍ୟାଙ୍କର ସଭାପତି ମଧ୍ୟ ଥିଲେ। ରଣପୁର, ଟାଙ୍ଗୀ-ଚାନ୍ଦପୁର ଅଞ୍ଚଳରେ ଜଣେ ଜଣାଶୁଣା ଓ ମୂରବୀ ଶ୍ରେଣୀର ବ୍ୟକ୍ତିତ୍ବ ଥିଲେ। ୮୨ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିବା ସ୍ୱର୍ଗତ ମହାନ୍ତିଙ୍କ ପାଖରେ ତାଙ୍କ ସୁପୁତ୍ର ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଫିଲ୍ମ ପ୍ରଯୋଜକ ଲୁଟୁ ମହାନ୍ତି ଓ ପୁତ୍ରବଧୂ ବିଶିଷ୍ଟ ସମାଜସେବୀ, ପୂର୍ବତନ ସରପଞ୍ଚ ତଥା…
Read Moreନାଟ୍ୟ ନିର୍ଦ୍ଦେଶକ ଅମୂଲ୍ୟ ସ୍ବାଇଁଙ୍କ ୧୪ତମ ଶ୍ରଦ୍ଧାଞ୍ଜଳି ସଭା
“ଯେଉଁଠି ନାଟକ ହେଇଯାଏ ଜୀବନ ଆଉ ଜୀବନ ହେଇଯାଏ ନାଟକ” ରଣପୁର, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଗୋପାଳପୁର ପଞ୍ଚାୟତର ଗୋପାଳପୁର ବଜାରରେ ଅବସ୍ଥାପିତ ପ୍ରିୟଦର୍ଶିନୀ ସାଂସ୍କୃତିକ କ୍ଲବ ପରିସରରେ ଗତ ଅକ୍ଟୋବର ୩, ରବିବାର ଦିନ ଗୋପାଳପୁର ଗ୍ରାମରେ ଜନ୍ମିତ ବିଶିଷ୍ଟ ମଞ୍ଚ ମଣିଷ, ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ ସ୍ଵର୍ଗତ ଅମୂଲ୍ୟ ସ୍ୱାଇଁଙ୍କ ୧୪ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ପ୍ରିୟଦର୍ଶିନୀ ସାଂସ୍କୃତିକ ସଂସଦର ସଭାପତି ଅଜୟ କୁମାର ଭଞ୍ଜଙ୍କ ସଭାପତିତ୍ବରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ରଣପୁର ତଥା ନୟାଗଡ଼ ଜିଲ୍ଲାରେ ମଞ୍ଚ ନାଟକ ଜଗତର ଜଣେ ଅଦ୍ୱିତୀୟ ସ୍ରଷ୍ଟା ଭାବେ ପରିଚିତ ସ୍ୱର୍ଗତ ସ୍ୱାଇଁ ନାଟକକୁ ନେଇ ଅନେକ ଗବେଷଣା କରି ନାଟ୍ୟ ଜଗତକୁ ନୂଆ ଦିଶା ଦେଇଥିବା ବ୍ୟକ୍ତି ଯାହାଙ୍କ ମତରେ ” ଯେଉଁଠି ଜୀବନ ହେଇଯାଏ…
Read Moreଦୁଇଦିନିଆ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ଉତ୍ସାହ ଓ ମହକ କାର୍ଯ୍ୟକ୍ରମ ଉଦ୍ଯାପିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ନୟାଗଡ଼ ତରଫରୁ ଏକ ଦୁଇଦିନିଆ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ଉତ୍ସାହ ଓ ମହକ, ୨୦୨୪-୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଥିବା ୩ଗୋଟି ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଗତ ତା୦୪.୧୧.୨୦୨୪ରିଖ ଦିନ ଅତିରିକ୍ତ ଜିଲ୍ଲାପାଳ ଦିଲିପ କୁମାର ବଳ ଯୋଗଦେଇ ବିଭିନ୍ନ ବିଭାଗରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ୧୦୦ ଏବଂ ୨୦୦ମିଟର ଦୌଡ଼, ଉଚ୍ଚଡିଆଁ, ଲମ୍ବଡିଆଁ, କ୍ୟାରମ, ଚେସ୍ ଆଦି ପ୍ରତିଯୋଗିତା ନୟାଗଡ଼ କ୍ରୀଡ଼ାଙ୍ଗନଠାରେ ଅନୁଷ୍ଠିତ ହୋଇଥିଲା । ସେହିପରି ତା.୦୫.୧୧.୨୦୨୪ରିଖ ଦିନ ରୋଟାରୀ କ୍ଲବ, ନୟାଗଡ଼ ଠାରେ ପ୍ରତିଯୋଗୀମାନେ କୁଇଜ୍, ତର୍କ, ଚିତ୍ରାଙ୍କନ, ସଙ୍ଗୀତ, ନୃତ୍ୟ ଆଦି ପ୍ରତିଯୋଗିତାରେ ଭାଗ ନେଇଥିଲେ । ସନ୍ଧ୍ୟା ସମୟରେ ଜିଲ୍ଲା…
Read Moreନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ କନ୍ୟାଶିବିର ଆୟୋଜିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହରସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ କନ୍ୟାଶିବିର ଆୟୋଜିତ ହୋଇଯାଇଅଛି। ଉକ୍ତ ଶିବିରରେ ୧୨୦ରୁ ଉର୍ଦ୍ଧ୍ୱ କିଶୋରୀ ବାଳିକା, ମାଆମାନେ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଡ଼. ଉମାକାନ୍ତ ତ୍ରିପାଠୀ ଅଧ୍ୟାପକ ବି. ଏସ କଲେଜ ମୁଖ୍ୟ ଅତିଥିଭାବେ ଯୋଗଦେଇ କନ୍ୟାମାନଙ୍କୁ ବାଳିକା ଶିକ୍ଷାରେ ସଂସ୍କୃତି ସମ୍ପର୍କରେ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ। ଭାରତୀୟ ସଂସ୍କୃତିରେ ମହିଳାମାନଙ୍କର ସ୍ଥାନ ଓ ଭୂମିକା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା କରିଥିଲେ । ଶ୍ରୀମତୀ ଗୀତିଧାରା ମିଶ୍ର, ଖୋର୍ଦ୍ଧା ବିଭାଗ ବାଳିକା ଶିକ୍ଷା ପ୍ରମୁଖ ଯୋଗଦେଇ ବାଳିକାମାନଙ୍କର ବେଶ ପୋଷାକର ମହତ୍ତ୍ଵ ଶିକ୍ଷା ଦେଇଥିଲେ। ସ୍ନାୟୁରୋଗ ବିଶେଷଜ୍ଞ ଡ଼ା. ଅମିତା ବରାଡ ଯୋଗଦେଇ ବାଳିକାମାନଙ୍କୁ କିଶୋରୀ ଅବସ୍ଥାରେ ଯତ୍ନ କିପରି ନେବା ସେ ବିଷୟରେ ଦିଗଦର୍ଶନ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବାଳିକାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା…
Read Moreନୟାଗଡ଼ରେ ରାଜ୍ଯ ସ୍ତରୀୟ “ଭାରତକୁ ଜାଣ” ପ୍ରଶ୍ନମଞ୍ଚ ପ୍ରତିଯୋଗିତା ଅନୁଷ୍ଠିତ।
ନୟାଗଡ଼, (ନୟାଗଡ଼ ଦର୍ପଣ): ଭାରତର ସମୃଦ୍ଧ ପ୍ରବୃଦ୍ଧ ବର୍ଗର ବ୍ୟକ୍ତି ମାନଙ୍କୁ ଏକତ୍ରିତ କରି ସମାଜର ବଞ୍ଚିତ ବର୍ଗର ସେବା କରିବା ସହ ଉତ୍ତର ପିଢ଼ିକୁ ସୁସଂସ୍କାରିତ କରି ଗଢିତୋଳିବା ସହ ଭାରତର ସର୍ବାଙ୍ଗୀନ ବିକାଶ କରି ଏକ ସୁସ୍ଥ ସମର୍ଥ ସଂସ୍କାରିତ ଭାରତ ଗଠନ ଲକ୍ଷ୍ୟରେ କାର୍ଯ୍ୟକରୁଥିବା ରାଷ୍ଟ୍ରବାଦୀ ସଂଗଠନ *ଭାରତ ବିକାଶ ପରିଷଦ* ର ଓଡିଶା ପୂର୍ବ ପ୍ରାନ୍ତ ତରଫରୁ ନୟାଗଡ଼ ଜିଲ୍ଲା ପରିଷଦ ସଭାକକ୍ଷରେ ‘ଭାରତ କୁ ଜାଣ’ ପ୍ରଶ୍ନମଞ୍ଚ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଛାତ୍ରଛାତ୍ରୀ ମାନଙ୍କ ମଧ୍ଯରେ ଶ୍ରବଣ କୁମାର ର ପିତାମାତା ଭକ୍ତି, ବାଜି ରାଉତର ଦେଶଭକ୍ତି ,ବୀର ସଭରକରଙ୍କ ଦେଶପ୍ରେମ ଜାଗରଣ କରିବା ସହିତ ଭାରତର ଐତିହ୍ୟ ପରମ୍ପରା ସଂସ୍କୃତି ବିଷୟରେ ପରିଚିତ କରିବା ପାଇଁ ପ୍ରତିବର୍ଷ ଏହି ପ୍ରଶ୍ନମଞ୍ଚ ପ୍ରତିଯୋଗିତା ଶାଖା ସ୍ତରରୁ ଆରମ୍ଭ ହୋଇ…
Read More