ଅଦିନିଆ ଲଗାଣ ବର୍ଷାରେ ବ୍ୟାପକ ଫସଲ ନଷ୍ଟ,କ୍ଷୟକ୍ଷତି ସଠିକ ଆକଳନ ଓ କ୍ଷତିପୂରଣ ଦାବି ନୟାଗଡ଼,(ନୟାଗଡ଼ ଦର୍ପଣ): ଅଦିନିଆ ଲଗାଣ ବର୍ଷାରେ ନୟାଗଡ଼ ଜିଲ୍ଲାରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି। ତାହାର ସଠିକ ଆକଳନ ଓ କ୍ଷତି ପୂରଣ ଦାବିରେ ଆଜି ବିଜୁ ଜନତା ଦଳ ବିକ୍ଷୋଭ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ରଣପୁର ପୂର୍ବତନ ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ବିଜେଡି ନେତ୍ରୀ ଇରାନୀ ରାୟ, ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ବିକ୍ଷୋଭ ଓ ଦାବିପତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନୟାଗଡ଼ ପଠାଣି ସାମନ୍ତ ଅଡିଟୋରିୟମ ପଡିଆରେ ବିକ୍ଷୋଭ ସମାବେଶ ହୋଇଥିଲା।…
Read MoreBlog
ନୂଆଗାଁରେ ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତା, ସେମି ଫାଇନାଲକୁ ଗଲେ ୩ଜଣ
ନୟାଗଡ଼,(ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ନୂଆଗାଁ ବ୍ଲକ ଅଡିସନ ନୂଆଗାଁ +୩ଡିଗ୍ରୀ କଲେଜ ,ନୂଆଗାଁ ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାକୁ ସଙ୍ଗୀତଧାରା ସଭାପତି ଡ.ବିଜୟ କୁମାର ଚୌଧୁରୀ ଏବଂ ନୂଆଗାଁ +୩ ଡିଗ୍ରୀ କଲେଜ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ। ସଙ୍ଗୀତଧାରା ସମ୍ପାଦକ ତଥା ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଦାଶଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ଅନୁଷ୍ଠାନ ସଂଯୋଜକ ଲକ୍ଷ୍ମୀଧର ସାହୁ,କବି ଅଶୋକ ମଲ୍ଲ ଏବଂ ଅଧ୍ୟାପକ ଚିନ୍ମୟ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରତିଯୋଗିତାରେ ନୂଆଗାଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ସଂଗୀତାନୁଷ୍ଠାନ ମାନଙ୍କରୁ ୧୪ ରୁ ୨୪ବର୍ଷ ବୟସର କଣ୍ଠଶିଳ୍ପୀ ମାନେ ଅଂଶ ଗ୍ରହଣ କରିଥିଲେ। ପ୍ରତିଯୋଗିତାରେ…
Read Moreଭକ୍ତି ସଙ୍ଗୀତ ପ୍ରତିଯୋଗିତା, ଶେଷ ହେଲା ବ୍ଲକ ପର୍ଯ୍ୟାୟ ଅଡିସନ, ୫ ରେ ସେମିଫାଇନାଲ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସଙ୍ଗୀତଧାରା ପକ୍ଷରୁ ଚାଲିଥିବା ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ବ୍ଲକ ପର୍ଯ୍ୟାୟ ଅଡିସନ ଆଜି ଗଣିଆ ବ୍ଲକ ଅଡିସନ ସହିତ ଶେଷ ହୋଇଛି। ଆସନ୍ତା ୫ ତାରିଖରେ ଏହାର ସେମିଫାଇନାଲ ପ୍ରତିଯୋଗିତା ନୟାଗଡ଼ରେ ଅନୁଷ୍ଠିତ ହେବ। ଗଣିଆ ବ୍ଲକରେ ଅନୁଷ୍ଠିତ ପ୍ରତିଯୋଗିତାରେ ୪ ଜଣ ପ୍ରତିଯୋଗୀ ସେମିଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନେ ହେଲେ ଓମକାର ମହାପାତ୍ର, ଅଭିମନ୍ୟୁ ପଣ୍ଡା, ଲୀନା ସାହୁ ଏବଂ କଲ୍ୟାଣୀ କରଣ ।ସଙ୍ଗୀତଧାରା ସମ୍ପାଦକ ତଥା ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଦାଶଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ଅନୁଷ୍ଠାନ ସଂଯୋଜକ ଲକ୍ଷ୍ମୀଧର ସାହୁ,କବି ଅଶୋକ ମଲ୍ଲ, ସୁରେଶ ବେହେରା, ପୂର୍ଣଚନ୍ଦ୍ର ସାହୁ, ନୀଳିମା ସୁନ୍ଦରୀ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ ଯେ ଜିଲ୍ଲା ସ୍ତରରେ ଅନୁଷ୍ଠିତ ଏହି ଭକ୍ତି ସଙ୍ଗୀତ ପ୍ରତିଯୋଗିତାରେ ୮ଟି ବ୍ଲକରୁ ୧୩୯…
Read Moreନୟାଗଡ଼ ମହୋତ୍ସବର ମୁଖପତ୍ର ଆରଣ୍ୟକରେ “ନୟାଗଡ଼ର ବରକନ୍ୟା”
ହରିଶ ପ୍ରଧାନ(ଗୀତିକଳ୍ପ) ପି.ଟି.ଏସ୍ ରୋଡ଼, ନୟାଗଡ଼ ପ୍ରକୃତିର ଅବଦାନ ଅବର୍ଣ୍ଣନୀୟ । ମାଟି ମା ତା’ର ଅଫୁରନ୍ତ ଆକର୍ଷଣରେ ବାନ୍ଧିରଖେ ମଣିଷକୁ । ଆନମନା କରିବାର କୌଶଳଟି ପ୍ରକୃତି ପାଖରେ ଭରିରହିଛି । ଯେପରି ଅରଣ୍ୟରୁ ଆରଣ୍ୟକ, ବର୍ଣ୍ଣରୁ ବର୍ଣ୍ଣାଳୀ ଆଉ ପ୍ରକୃତିରୁ ପ୍ରାକୃତିକ; ଠିକ ସେପରି ବନରୁ ତପୋବନ ସୃଷ୍ଟି ମାନବ ପାଇଁ ଈଶ୍ୱରଙ୍କ ଆଭୂଷଣ । କଥାଅଛି; ‘ସୁନ୍ଦର ତୃପ୍ତିର ଅବସାଦ ନାହିଁ ଯେତେ ଦେଖୁଥିଲେ ନୂଆ ଦିଶୁଥାଇ’ । ପ୍ରକୃତି ମନ କିଣୁଥାଏ ଆକର୍ଷଣ ବାଣ୍ଟୁଥାଏ । ଏହିପରି ଏକ ଆକର୍ଷଣୀୟ ଏବଂ ମନୋରୋମ ସ୍ଥାନ ହେଉଛି ନୟାଗଡ଼ର ବରକନ୍ୟା ଜଳ ପ୍ରପାତ, ଯାହାର ସୌନ୍ଦର୍ଯ୍ୟ ଓ ପ୍ରାକୃତିକ ପରିବେଶ ମନ ଓ ପ୍ରାଣକୁ ବିମୋହିତ କରିଥାଏ । ଜଳପ୍ରପାତ ଦେଖିବାକୁ ସମସ୍ତଙ୍କୁ ଭଲ ଲାଗେ । ଏହି ଜଳ ପ୍ରପାତ ଦେଖିବାକୁ…
Read Moreଧରିତ୍ରୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନର ଜିଲ୍ଲାସ୍ତରୀୟ ପରାମର୍ଶ ବୈଠକ “ମନ୍ଥନ ଶିବିର”
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଦିଲିପ କୁମାର ବଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଧରିତ୍ରୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନର ଜିଲ୍ଲାସ୍ତରୀୟ ପରାମର୍ଶ ବୈଠକ “ମନ୍ଥନ ଶିବିର” ଅନୁଷ୍ଠିତ ହୋଇଥିଲା। ସର୍ବପ୍ରଥମେ ଜିଲ୍ଲା ମଙ୍ଗଳ ଅଧିକାରୀ ଦୟାନିଧି ନାୟକ ସମସ୍ତଙ୍କୁ ମନ୍ଥନ ଶିବିରକୁ ସ୍ୱାଗତ କରିବା ସହ ସୁଚିନ୍ତିତ ମତାମତ ପ୍ରଦାନ କରିବା ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ । ଧରିତ୍ରୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ସ ଅଭିଯାନ ଅନ୍ତର୍ଗତ ନୟାଗଡ଼ ଜିଲ୍ଲାର ମୋଟ ୧୧୩ଟି ଅନୁସୂଚିତ ଜନଜାତି ବହୁଳ ଗ୍ରାମର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଶିବିରରେ ଆଲୋଚନା କରାଗଲା । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ବିଶ୍ୱସ୍ୱରୁପ ସାହୁ, ଶ୍ୱେତା ମିଶ୍ର ଓ ଶ୍ରଦ୍ଧାଂଜଳି ହୋତା ଉପସ୍ଥିତ ରହି…
Read MorePCPNDT ପରାମର୍ଶ ସମିତିର ସମୀକ୍ଷା ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଗର୍ଭଧାରଣ ପୂର୍ବ ଏବଂ ଜନ୍ମପୂର୍ବ ଲିଙ୍ଗ ନିରୂପଣ ଅଧିନିୟମ ଉପରେ ପରାମର୍ଶ ସମିତିର ଏକ ସମୀକ୍ଷା ବୈଠକ ଜିଲ୍ଲା ପରିଷଦର ସୃଜନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଅଛି । ଅଲଟ୍ରାସାଉଣ୍ଡ୍ କ୍ଲିନିକ୍ର ସ୍ଥାପନ ପାଇଁ ଆବେଦନ କରିଥିବା ୟୁନିଟ୍ଗୁଡ଼ିକର ପଂଜିକରଣ ପ୍ରକ୍ରିୟାକୁ ଆଗକୁ ନେବା ପାଇଁ ନିଷ୍ପତି ଗ୍ରହଣ କରାଗଲା । ଏଥି ସହିତ ଅଲଟ୍ରାସାଉଣ୍ଡ୍ କ୍ଲିନିକ୍ ଗୁଡ଼ିକରେ କାର୍ଯରତ ବ୍ୟକ୍ତିଙ୍କ ସମ୍ପର୍କିତ ପ୍ରମାଣ ପତ୍ର ଓ କାର୍ଯ୍ୟଦକ୍ଷତା ସବୁକୁ ସମ୍ପୂର୍ଣ୍ଣ ରୂପେ ଯାଞ୍ଚ କରିବାକୁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା ସହିତ ଯଦି ଡାଇଗ୍ନୋଷ୍ଟିକ୍ କେନ୍ଦ୍ରଗୁଡ଼ିକ ନିୟମ ଉଲଂଘନ କରନ୍ତି ତେବେ ଗୁରୁତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ । ଦଣ୍ଡବିଧାନ ବ୍ୟବସ୍ଥା ଓ ପ୍ରୋତ୍ସାହନ ସମ୍ବନ୍ଧୀୟ ସନ୍ଦେଶର ତୃଣମୂଳସ୍ତରରେ ପ୍ରଚାର ପ୍ରସାର…
Read Moreବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ ଅବସରରେ ଆଜି ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ପାଳନ କରାଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ତାଙ୍କ ବକ୍ତବ୍ୟରେ ଆଜିର ସରକାର ଦବା ସରକାର ନୁହେଁ ନବା ସରକାର ବୋଲି ପ୍ରକାଶ କରିଛନ୍ତି । ନବୀନ ପଟ୍ଟନାୟକଙ୍କ ସରକାରରେ ଦୃତ ବିକାଶ ହୋଇଥିଲା । ବର୍ତ୍ତମାନ ସରକାର ଦୃତ ବିଫଳତା ଆଡ଼କୁ ଅଗ୍ରସର ହେଉଛି । ଆଜିର ଦିନରେ ଜନ ମତ ପ୍ରଭାବିତ ହୋଇଛି । ରାଜନୀତିରେ ସାଳିନତା କେବେ ହରାଇବ ନାହିଁ ବୋଲି କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି ଅରୁଣ। ଆଜିର ଦରଦାମ ବୃଦ୍ଧି ଲୋକଙ୍କୁ ବହୁତ ବାଧୁଛି । ଦରଦାମ କାହିଁକି ବୃଦ୍ଧି ହେଉଛି ଲୋକମାନେ ବୁଝିବା ଆରମ୍ଭ କଲେଣି । ରାଜ୍ୟ ସରକାର ଦୁଇ ପ୍ରକାର କଥା…
Read Moreଅଖିଳ ଭାରତୀୟ ଗ୍ରାହକ ପଂଚାୟତ ନୟାଗଡ ଜିଲ୍ଲା ଗ୍ରାହକ ଦିବସ ପାଳିତ
ନୟାଗଡ, (ନୟାଗଡ଼ ଦର୍ପଣ): ଅଖିଳ ଭାରତୀୟ ଗ୍ରାହକ ପଂଚାୟତ ନୟାଗଡ ଜିଲ୍ଲା ତରଫରୁ ମଙ୍ଗଳବାରଦିନ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଜାତୀୟ ଗ୍ରାହକ ଦିବସ ପାଳନ କରାଯାଇଛି। ଅନୁଷ୍ଠାନର ଜିଲ୍ଳା ସଭାପତି ଅଭିମନ୍ୟୁ ପରିଡା ଅଧ୍ୟକ୍ଷତା କରି ଗ୍ରାହକର ୬ଗୋଟି ଅଧିକାର ଉପରେ ଆଲୋଚନା କରିଥିଲେ । ଅଧିବକ୍ତା ପୁଷ୍ପାଞ୍ଜଳୀ ମିଶ୍ର ଯୋଗଦେଇ ଖାଉଟି ସୁରକ୍ଷା ଆଇନ ୧୯୮୬ ଓ ୨୦୧୯ ବିଷୟରେ ଉପସ୍ଥିତ ଗ୍ରାହକ ମାନଙ୍କୁ ବିଷଦ ଭାବରେ ବୁଝାଇଥିଲେ। ଉପସଭାପତି ଅନ୍ତର୍ଯ୍ୟାମୀ ମହାନ୍ତି ଜିନିଷ କିଣିଲା ବେଳେ ରସିଦ ଆଣିବା,ମାପ ଓଜନ ଠିକ୍ ରେ ଦେଖିବା ଉପରେ ଗୁରୁତ୍ୱ ଦେଇଥିଲେ।ନୟାଗଡ ଜିଲ୍ଲା ତରଫରୁ ଗ୍ରାହକ ମାର୍ଗ ଦର୍ଶନ ସେବା କେନ୍ଦ୍ର ମାଧ୍ୟମରେ ଗ୍ରାହକ ମାନଙ୍କର ସମସ୍ୟାକୁ କିପରି ସମାଧାନ କରାଯାଉଅଛି ସମ୍ପାଦକ ରମେଶ କୁମାର ସେଠୀ ଆଲୋଚନା କରିଥିଲେ। ଆଗାମୀ ଦିନରେ ସଚେତନ ଗ୍ରାହକ…
Read More‘ଏଥୁ ଅନନ୍ତରେ’ର ପାଠକୀୟ ଚର୍ଚ୍ଚା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ପଞ୍ଚାୟତ ସମିତି ସଭାକକ୍ଷରେ ବିଶ୍ଵନାଥ ମହାପାତ୍ରଙ୍କ ସଦ୍ୟ ପ୍ରକାଶିତ ଉପନ୍ୟାସ ‘ଏଥୁ ଅନନ୍ତରେ’ ର ପାଠକୀୟ ଚର୍ଚ୍ଚା ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପୁସ୍ତକର ସମୀକ୍ଷକ ଭାବରେ ଯୋଗଦେଇ ସାହିତ୍ୟିକ ତଥା ବିଧାୟକ ଡ. ଅରୁଣ କୁମାର ସାହୁ ଉପନ୍ୟାସର ବିବିଧ ଦିଗ ଉପରେ ଆଲୋକପାତ କରି ଏହାକୁ ଏକ ସଫଳ ଯୁଗାନ୍ତକାରୀ ସୃଷ୍ଟି ବୋଲି କହିଥିଲେ। ସ୍ଥାନ, କାଳ ଓ ପାତ୍ରର ଚୟନ, ଉପସ୍ଥାପନ ଓ ଗତିଶୀଳତାକୁ ଶ୍ରୀ ମହାପାତ୍ର ଏଭଳି ପ୍ରୟୋଗ କରିଛନ୍ତି, ଯାହା ଯେ କୌଣସି ଓଡ଼ିଆ ପ୍ରତିଷ୍ଠିତ ଲେଖକଙ୍କ ଠାରୁ କୌଣସି ଗୁଣରେ କମ୍ ନୁହେଁ ବୋଲି ଡ.ସାହୁ ଉଲ୍ଲେଖ କରିଥିଲେ। ହଜିଯାଉଥିବା ଓଡ଼ିଆ ଶବ୍ଦମାନଙ୍କୁ ଖୋଜିଆଣି ପ୍ରୟୋଗ କରିବାରେ ଔପନ୍ୟାସିକ ଶ୍ରୀ ମହାପାତ୍ର ଜଣେ ସଫଳ ସାରସ୍ବତ ସ୍ରଷ୍ଟା ବୋଲି ସମୀକ୍ଷକ…
Read Moreଯେଉଁମାନେ ଆମ ଜିଲ୍ଲାର ଅସ୍ମିତା ସେହି ମହାପୁରୁଷଙ୍କୁ ନୟାଗଡ଼ ଜିଲ୍ଲା ମହୋତ୍ସବରେ ସ୍ଥାନ ନାହିଁ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର କଳା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ଉଜ୍ଜିବିତ କରିବା ପାଇଁ ପାଳନ ହୋଇ ଆସୁଛି ନୟାଗଡ଼ ଜିଲ୍ଲା ମହୋତ୍ସବ । ଆମ ନୟାଗଡ଼ ଜିଲ୍ଲା ହେଉଛି ଅନେକ ଯୋଗଜନ୍ମାଙ୍କ ଏନ୍ତୁଡ଼ିଶାଳ ଯଥା ଉତ୍କଳଘଣ୍ଟ କବି ଯଦୁମଣି ମହାପାତ୍ର, ଜୋତିର୍ବିଦ ସାମନ୍ତ ଚନ୍ଦ୍ର ଶେଖର (ପଠାଣି ସାମନ୍ତ), କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା, ସ୍ୱାଧୀନତା ସଂଗ୍ରାମୀ ସହିଦ ରଘୁ-ଦିବାକର, କଷ୍ଟି ଡାକୁଆ, କଣ୍ଡୁରୀ ପରିଡା, ବୁଦ୍ଧି ପରିଡ଼ା, ବିଶିଷ୍ଟ ସଂଗ୍ରାହକ ଦାଶରଥି ପଟ୍ଟନାୟକ, ନାଟ୍ୟକାର ରାମଚନ୍ଦ୍ର ମିଶ୍ର, ଗୋବିନ୍ଦ ଚନ୍ଦ୍ର ସୁରଦେଓ, ପଣ୍ଡିତ ବିନାୟକ ମିଶ୍ର ଭଳି ମହାମନୀଷୀ ମାନଙ୍କ ଜନ୍ମ ଭୂମି।ଯେଉଁମାନେକି ଆମ ଜିଲ୍ଲାର ଅସ୍ମିତା କିନ୍ତୁ ବିଡମ୍ବନାର ବିଷୟ ନୟାଗଡ଼ ଜିଲ୍ଲା ମହୋତ୍ସବରେ ଏଭଳି ମହାପୁରୁଷଙ୍କ ପାଇଁ ସ୍ଥାନ ନାହିଁ। ଯାହାଙ୍କୁ ଦେଖିଲେ ଆମ ଭବିଷ୍ୟତ ସୁରି ମାନେ ପ୍ରେରଣା…
Read More