Blog

ଇଟାମାଟି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ “ଘର ହିଁ ବିଦ୍ୟାଳୟ ପ୍ରକଳ୍ପ” କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ଇଟାମାଟିସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଶିଶୁବାଟିକା ବିଭାଗ “ଘର ହିଁ ବିଦ୍ୟାଳୟ ପ୍ରକଳ୍ପ” ପ୍ରଥମ ପର୍ଯ୍ୟାୟର ତୃତୀୟ ସୋପାନ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଆୟୁର୍ବେଦିକ ଡାକ୍ତର ତପସ୍ଵିନୀ ଓଝା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ପ୍ରଧାନାଚାର୍ଯ୍ୟ ପ୍ରକାଶ ଜୀବନ ପାଳ ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ମୁଖ୍ୟ ଅତିଥି ଆଜିର ବିଷୟ ଶିଶୁର ରୋଗ ଏବଂ ତା’ର ଚିକିତ୍ସା ଉପରେ ଶିଶୁର ମାତାପିତାଙ୍କୁ ବିସ୍ତାରିତ ରୂପରେ ଧାରଣା ଦେଇଥିଲେ । ଶିଶୁ ଭାଇଭଉଣୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ, ସୋପାନ ବିଷୟକୁ ନେଇ ନୃତ୍ୟ, ପ୍ରାୟୋଗିକ (ଜ୍ଞାନାତ୍ମକ ପାଠ, ବୁଟ, ମଟର ସିଝା ) କରାଯାଇଥିଲା । ଶିଶୁ ଭାଇ ଭଉଣୀଙ୍କ ଦ୍ଵାରା ବାଲନାଟ୍ୟ କରାଯାଇଥିଲା ପରିଚାଳନା…

Read More

ଏନଏସି ଉଚ୍ଚ ବିଦ୍ୟାଳୟର ମୁଖ୍ୟ ପ୍ରବେଶପଥରୁ ଖସି ପଡ଼ିଲାଣି ନାମ ଫଳକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଗତ ସରକାର ସମୟରେ ଜାତୀୟ ଏବଂ ରାଜ୍ୟ ରାଜପଥ ପାଶ୍ୱର୍ରେ ଥିବା ନୟାଗଡ଼ ସହରର ସମସ୍ତ ସରକାରୀ କାର୍ଯ୍ୟାଳୟ, ମୁଖ୍ୟ ପ୍ରବେଶ ପଥ ଗୁଡ଼ିକର  ରୂପାନ୍ତରିତ ହୋଇ ଅତ୍ୟାଧୁନିକ ରୂପରେଖ ପାଇଥିଲା। ପ୍ରତ୍ୟେକ ପ୍ରବେଶପଥ ଗୁଡ଼ିକରେ ସମ୍ପୃକ୍ତ କାର୍ଯ୍ୟାଳୟର ନାମ ଫଳକ ଗୁଡ଼ିକ ବଡ଼ ବଡ଼ ଧାତବ ଅକ୍ଷରରେ ଲେଖା ହୋଇଥିବା ବେଳେ ରାତ୍ର ସମୟରେ ଏଗୁଡ଼ିକ ବିଦ୍ୟୁତ ଆଲୋକ ଦ୍ୱାରା ବେଶ ଆକର୍ଷଣୀୟ ହୋଇ ଶୋଭା ବର୍ଦ୍ଧନ କରୁଛି । ତେବେ ନୟାଗଡ଼ ସହରର କେନ୍ଦ୍ରସ୍ଥଳରେ ଅବସ୍ଥିତ ଏନଏସି ଉଚ୍ଚ ବିଦ୍ୟାଳୟର ମୁଖ୍ୟ ଫାଟକରେ ଲାଗିଥିବା ବିଦ୍ୟାଳୟର ନାମ ଫଳକ ଅତି ନିମ୍ନ ମାନର ହୋଇଥିବା ବେଳେ ତାହା ଏବେ ଦୀର୍ଘ ୬ ମାସ ତଳୁ ଖସି ପଡ଼ିଛି। ଏ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଏହାର ନିର୍ମାଣ ଦାୟିତ୍ୱରେ ଥିବା ବ୍ଲକ କାର୍ଯାଳୟକୁ…

Read More

ସାମ୍ବାଦିକ ସମସ୍ୟା ସମାଧାନ ଦିଗରେ ମାର୍ଗ ପ୍ରସ୍ତୁତ ହେବ, ଉତ୍କଳ ସାମ୍ବାଦିକ ସଂଘ ପ୍ରବେଶ ଦ୍ଵାର ହେଉ- ବାଚସ୍ପତି

ନୟାଗଡ଼,(ନୟାଗଡ଼ ଦର୍ପଣ): ଉତ୍କଳ ସାମ୍ବାଦିକ ସଂଘ ନୟାଗଡ଼ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଓ ରଣପୁର ଶାଖା ପ୍ରତିଷ୍ଠା ଦିବସ ଆଜି ରଣପୁର ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ରଣପୁର ବ୍ଲକ ଶାଖା ସଭାପତି ପ୍ରସନ୍ନ କୁମାର ସାମନ୍ତରାୟଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ଅତିଥି ଭାବେ ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୂତି ଭୂଷଣ କର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ରଣପୁର ଏନଏସି ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ଜିଲ୍ଲା ଶାଖା ସଭାପତି ଶ୍ରୀକାନ୍ତ ଖଟେଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର ସାହୁ, ଜିଲ୍ଲା ଶାଖା ସମ୍ପାଦକ ବୈଦ୍ୟ ଭୂଷଣ ମହାପାତ୍ର, ରଣପୁର ଶାଖା ସମ୍ପାଦକ ମଧୁସୁଦନ ପରିଡ଼ା ପ୍ରମୂଖ ଯୋଗ ଦେଇଥିଲେ। ବାଚସ୍ପତି ଶ୍ରୀମତି ପାଢ଼ୀ ତାଙ୍କ ବକ୍ତବ୍ୟରେ ସାମ୍ବାଦିକ ସମସ୍ୟା…

Read More

ସୃଜନିକାର ଦ୍ଵିତୀୟ ସ୍ଵନକ୍ଷତ୍ର ଉତ୍ସବ ଅନୁଷ୍ଠିତ

ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡର ଭାଷା ସାହିତ୍ୟ ଓ ସଂସ୍କୃତି ପରିଷଦ ‘ସୃଜନିକା’ର ଦ୍ଵିତୀୟ ସ୍ଵନକ୍ଷତ୍ର ଉତ୍ସବ ସ୍ଥାନୀୟ କେ.ସି କ୍ଲବ୍ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶଶଧର ପଣ୍ଡା ଓ ଗୋଦାବରୀ ବସନ୍ତିଆ, ସମାଜସେବୀ ପ୍ରମୋଦ ପଟ୍ଟନାୟକ, କେଶବଚନ୍ଦ୍ର ରାଉତ ଓ ସଂପଦ କୁମାର ରଥ ଯୋଗଦେଇଥିଲେ । ଅତିଥିମାନେ ଆଧୁନିକ କବିତାର ସ୍ଥିତି ସମ୍ପର୍କରେ ଆଲୋଚନା କରି କହିଥିଲେ ଯେ ଆଧୁନିକ କବିତା ସାଂପ୍ରତିକ ସ୍ଥିତି ସହ ଗତି କରି ଚାଲିଛି। ବର୍ତ୍ତମାନର ସମସ୍ୟା ଘେରା ସମାଜ ବ୍ୟବସ୍ଥା ଭିତରେ ଆଧୁନିକ କବିତା ବେଳେବେଳେ ତାର ପଥକୁ ଖୋଜିପାରେ ନାହିଁ। ଏଣୁ ଏହି ଜଟିଳ ମାନସିକତା ଭିତର ଦେଇ ଆଧୁନିକ କବିତା ବର୍ତ୍ତମାନ ଗତି କରୁଛି। ଏହି ଅବସରରେ ଏକ ରାଜ୍ୟସ୍ତରୀୟ କବିତା ପାଠୋତ୍ସବର ଆୟୋଜନ ହୋଇଥିଲା…

Read More

ସ୍ମୃତିତୀର୍ଥ’ ପକ୍ଷରୁ  ସାହିତ୍ୟ ଓ ସଂଗୀତର ଯୁଗଳ ବନ୍ଦୀ ‘ରଙ୍ଗ-ଫଗୁଣ’ ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ପବିତ୍ର ହୋଲି ପର୍ବରେ ସ୍ମୃତିତୀର୍ଥ ପକ୍ଷରୁ ରଙ୍ଗ-ଫଗୁଣ -୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ସାଗର ପୁଷ୍କରିଣୀ କୂଳସ୍ଥିତ ବୁଦ୍ଧ ମଣ୍ଡପରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ଯ ସଭାରେ ସାହିତ୍ୟ ଓ ସଙ୍ଗୀତର ଯୁଗଳବନ୍ଦୀରୁ ଶତାଧିକ ଦର୍ଶକ ଭରପୂର ଆନନ୍ଦ ଉପଭୋଗ କରିଥିଲେ । ଅନୁଷ୍ଠାନର ସଭାପତି ଡ. ଗୀତାଞ୍ଜଳି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ସଂପାଦକ ପ୍ରଭାତ କୁମାର ମିଶ୍ର ସଂପାଦକୀୟ ଉପସ୍ଥାପନାରେ ଗତ ବତିଶି ବର୍ଷ ଧରି ସ୍ମୃତିତୀର୍ଥର ଭୂମିକା ବିଷୟରେ ସମ୍ୟକ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ଅତିଥି ଭାବେ ବରିଷ୍ଠ ସଂସ୍କୃତି ଗବେଷକ ପ୍ରଦୀପ୍ତ କୁମାର ପଟ୍ଟନାୟକ, ବରିଷ୍ଠ ନାଟ୍ୟକାର ରାମଚନ୍ଦ୍ର ମିଶ୍ର, କମ୍ରେଡ ବିଶ୍ଵନାଥ ମହାପାତ୍ର ପ୍ରମୁଖ ଯୋଗଦାନ କରି ସ୍ଵକୀୟ ଭାଷଣ ଉପସ୍ଥାପନ କରିଥିଲେ । ପ୍ରତିବର୍ଷ ପରି ୨୦୨୫ ବର୍ଷ…

Read More

ଶିକ୍ଷକ ସହିଦ ଦିବସ ପାଳନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଗତ ୧୯୭୮ ମସିହା ମାର୍ଚ୍ଚ ୯ ତାରିଖରେ ଭୁବନେଶ୍ୱର ଠାରେ ଶିକ୍ଷକମାନଙ୍କ ବିଭିନ୍ନ ଦାବି ନେଇ  ଶିକ୍ଷକ ମହାସଂଘର ଆନ୍ଦୋଳନ ଡାକରା ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲାରୁ ବିଭିନ୍ନ ବର୍ଗର ଶିକ୍ଷକମାନେ ଆନ୍ଦୋଳନରେ ସାମିଲ ହେବାକୁ ବସ ଯୋଗେ ଯାଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଟିକାତାଳଠାରେ ଦୁର୍ଘଟଣାରେ ଶିକାର ହୋଇ ମୋଟ ୬ଜଣ ଶିକ୍ଷକ ପ୍ରାଣ ହରାଇଥିଲେ । ସେମାନଙ୍କ ମଧ୍ୟରେ  ନୟାଗଡ଼ ଜିଲ୍ଲାର ଜଣେ ଶିକ୍ଷକ ଏବଂ ୩ ଜଣ ଶିକ୍ଷୟିତ୍ରୀ ପ୍ରାଣ ହରାଇଥିଲେ । ପ୍ରାଣ ହରାଇଥିବା ଶିକ୍ଷକମାନେ ଥିଲେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର କାହ୍ନୁ ଚରଣ ପଟ୍ଟନାୟକ,ଦଶପଲ୍ଲା ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ବିଳାସିନୀ ପଟ୍ଟନାୟକ, ସହକାରୀ ଶିକ୍ଷୟିତ୍ରୀ ଚାରୁଲତା ପଟ୍ଟନାୟକ ଏବଂ ଶାନ୍ତିଲତା ମହାରଣା । ଶିକ୍ଷକ ସମାଜ ପାଇଁ ପ୍ରାଣବଳି ଦେଇ ସହିଦ୍ ହୋଇଥିବା ଏହି ଶିକ୍ଷକ…

Read More

ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟରେ “ଆମ ସଂସ୍କୃତି ଆମ ଖେଳନା” କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟରେ “ଆମ ସଂସ୍କୃତି ଆମ ଖେଳନା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଧୀରେ ଧୀରେ ବିଲୁପ୍ତ ହୋଇଯାଉଥିବା ଆମ ସଂସ୍କୃତି ଓ ପରମ୍ପରା ଯଥା ଓଡ଼ିଆ ଘରର ଚାଲିଚଳଣୀ, ବେଶ ପୋଷାକ, ଖାଦ୍ୟପେୟ, ପିଠାପଣା ସହିତ ପର୍ବପର୍ବାଣୀ ଉପରେ ଛାତ୍ରଛାତ୍ରୀଙ୍କୁ ଧାରଣା ଦେବା ଓ ହାତତିଆରି କଣ୍ଢେଇ ବା ଖେଳନା, ଝୋଟି, କାଗଜର ଫୁଲ ସହିତ ଆକୃତି ଗଢ଼ିବା ଉପରେ ପିଲାଙ୍କ ମନରେ ଆଗ୍ରହ ଜାତ କରିବା ନିମନ୍ତେ ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁଙ୍କ ତତ୍ତ୍ଵାବଧାନରେ “ଆମ ସଂସ୍କୃତି ଓ ଆମ ଖେଳନା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପାଠପଢ଼ୁଥିବା ଛାତ୍ରଛାତ୍ରୀ ମାନେ ରଙ୍ଗବେରଙ୍ଗର କାଗଜ ଓ କନା ତିଆରି ଫୁଲ, ଝାଲର, ତୈଳଚିତ୍ର ଇତ୍ୟାଦି ତିଆରିକରି ଆଣିଥିବା ବେଳେ ସେଗୁଡିକୁ ଆଜିର…

Read More

ରାଜ୍ୟରେ ମହିଳାଙ୍କୁ ସୁରକ୍ଷା ଦେବାରେ ବବିଫଳ ହୋଇଥିବା ବିଜେପି ସରକାର ବରଖାସ୍ତ ଦାବିରେ ଜିଲ୍ଲା କଂଗ୍ରେସ ର ମହାମହିମ ରାଜ୍ଯପାଳଙ୍କୁ ସ୍ମାରକପତ୍ର

ବିକ୍ଷୋଭ ସଭାରେ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟକୁ ଧସେଇ ପସିଲେ କଂଗ୍ରେସ କର୍ମୀ ବିକ୍ଷୋଭ ସଭାରେ ଶହଶହ ମହିଳାଙ୍କ ଉପସ୍ଥିତି ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାଶଙ୍କ ଆହ୍ବାନ କ୍ରମେ ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ବରିଷ୍ଠ ଆଇନଜୀବୀ ରଣଜିତ ଦାଶଙ୍କ ନେତୃତ୍ବରେ ବିକ୍ଷୋଭ ସଭା କରାଯାଇ ସଭାସ୍ଥଳରୁ ଏକ ଦଳୀୟ ଶୋଭାଯାତ୍ରାରେ ଶହଶହ କଂଗ୍ରେସ କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ମୁଖ୍ଯ ଫାଟକରେ ଧସେଇ ପସି, ମୋହନ ସରକାରର ବରଖାସ୍ତ ଦାବିରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶଙ୍କ ଜରିଆରେ ମହାମହିମ ରାଜ୍ଯପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ପ୍ରକାଶ ଥାଉକି ରାଜ୍ୟରେ ୯ମାସ ଧରି ବିଜେପି ସରକାର ଆସିବା ଦିନଠାରୁ ୫୫ଜଣ ମହିଳାଙ୍କୁ ଗଣଦୁଷ୍କର୍ମର ଶିକାର, ୧୬୦୦ ଯୁବତୀ, ନାବାଳିକା ନିଖୋଜ ସହିତ ଦୁଷ୍କର୍ମର ପିଡିତା କୁ ନ୍ୟାୟ ଦାବିରେ ରାଜ୍ଯର ଡବଲ ଇଂଜିନ୍…

Read More

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଦୌରାଜଜ୍ ତଥା ଆଇନ୍‌ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ପୌରହିତ୍ୟରେ ଜିଲ୍ଲା କୋର୍ଟ ପରିସରରେ ଶତାଧିକ ଗ୍ରାମୀଣ ଆଇନ ସଚେତନତା କର୍ମୀ, ସିଆର୍‌ପି, ୱାନ୍‌ଷ୍ଟପ୍ ସେଣ୍ଟରର କର୍ମୀ ଏବଂ କୋର୍ଟ କର୍ମଚାରୀମାନଙ୍କୁ ନେଇ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ସକାଳ ୯ଟା ସମୟରେ ନୟାଗଡ଼ ପୁରୁଣା କୋର୍ଟ ପରିସରରୁ ଏକ ଶୋଭଯାତ୍ରା ବାହାରି ଆନ୍ତର୍ଜାତୀୟ ମହିଳା ଦିବସର ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରି ନୂତନ ଜିଲ୍ଲା କୋର୍ଟକୁ ଆସିଥିଲେ । ଏହାପରେ କୋର୍ଟ ପରିସରରେ ଏକ ସଭାର ଆୟୋଜନ ହୋଇଥିଲା । ସଭା ପ୍ରାରମ୍ଭରେ ସଚିବ ଅଞ୍ଜଳି ମଛଖଣ୍ଡ ଆନ୍ତର୍ଜାତୀୟ ମହିଳାଦିବସରେ ଯୋଗଦେଇଥିବା ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହିତ ଆଜିର ଦିବସର ମହତ୍ୱ ଉପରେ ସୂଚନା ଦେଇଥିଲେ। ମୁଖ୍ୟଅତିଥି ଜିଲା ଦୌରାଜଜ୍…

Read More

ବିଜେଡି କାର୍ଯ୍ୟାଳୟରେ ମହିଳା ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଆଜି ଆର୍ନ୍ତଜାତୀକ ମହିଳା ଦିବସ ପାଳିତ ହୋଇଯାଇଛି। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ଜିଲ୍ଲା ମହିଳା ବିଜେଡି ସଭାପତି ବିରଜା ଲକ୍ଷ୍ମୀ ସାହୁ, ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ଜିଲ୍ଲା ପରିଷଦ ସଦସ୍ୟ ଝିଲ୍ଲୀ ପ୍ରଧାନ ପ୍ରମୂଖ ଯୋଗ ଦେଇଥିଲେ। ମହିଳାମାନେ ଆଗକୁ ଆସିବା ଶୁଭ ଲକ୍ଷଣ । ନବୀନ ସରକାରରେ ମହିଳାଙ୍କୁ ଅଗ୍ରାଧିକାର ମିଳିଛି ବୋଲି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ କହିଥିଲେ। ମହିଳା ଯେଉଁଠି ସୁରକ୍ଷିତ ମଣନ୍ତି, ସେଠି ସ୍ନେହ ଶ୍ରଦ୍ଧା ଢାଳି ଦିଅନ୍ତି ବୋଲି କହିଥିଲେ । ଜଣଙ୍କ ଉପରେ ବିପଦ ପଡ଼ିଲେ ସମସ୍ତେ…

Read More