ଜିଲ୍ଲାସ୍ତରୀୟ ଟେବୁଲ ଟପ୍ ପ୍ରୟୋଗାତ୍ମକ ଅଭ୍ୟାସ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀମତୀ ସ୍ୱଧା ଦେବ ସିଂଙ୍କ ଅଧ୍ୟକ୍ଷତାରେ ଏବଂ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶ୍ରୀ ଦିଲିପ କୁମାର ବଳଙ୍କ ସଂଯୋଜନାରେ ବିପର୍ଯ୍ୟୟ ପରିଚାଳନା ଉପରେ ଜିଲ୍ଲାସ୍ତରୀୟ ଟେବୁଲ ଟପ୍ ପ୍ରୟୋଗାତ୍ମକ ଅଭ୍ୟାସ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବଳ ଉପସ୍ଥିତ ସମସ୍ତ ଅଧିକାରୀମାନଙ୍କୁ ସ୍ୱାଗତ ଜଣାଇବା ସହ ଜିଲ୍ଲାପାଳ ଶ୍ରୀମତୀ ସିଂଙ୍କୁ ଆଜିର କାର୍ଯ୍ୟକ୍ରମ ଉପରେ ତାଙ୍କର ପ୍ରାରମ୍ଭିକ ବକ୍ତବ୍ୟ ରଖିବା ପାଇଁ ଅନୁରୋଧ କରିଥିଲେ । ଜିଲ୍ଲାପାଳ ଶ୍ରୀମତୀ ସିଂ ତାଙ୍କ ବକ୍ତବ୍ୟରେ କହିଲେ ଯେ, ପ୍ରତି ବର୍ଷ ପ୍ରାକ୍ ମୌସୁମୀରେ ବିପର୍ଯ୍ୟୟ ମୁକାବିଲା ପାଇଁ ବିଭାଗୀୟ ଅଧିକାରୀ ଏବଂ ବିଭିନ୍ନ ବର୍ଗର ସମାଜସେବୀଙ୍କୁ ନେଇ ଏକ ମକ୍‌ଡ୍ରିଲ(ମିଛ ଅଭିନୟ) କରାଯାଏ ।

ଏଥିପାଇଁ ଆଜି ଜିଲ୍ଲାସ୍ତରରେ ଦିବା ୧୦ଘଟିକା ଠାରୁ ଅପରାହ୍ନ ୧ଘଟିକା ପର୍ଯ୍ୟନ୍ତ ଏବଂ ବ୍ଲକସ୍ତରରେ ଅପରାହ୍ନ ୩ଘଟିକା ଠାରୁ ୫ଘଟିକା ମଧ୍ୟରେ ଟେବୁଲ ଟପ୍ ପ୍ରୟୋଗାତ୍ମକ ଅଭ୍ୟାସ ଅନୁଷ୍ଠିତ ହୋଇଯାଇଛି । ପରେ ପରେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ତାପତୀ ରାଜ୍ କହିଲେ ଯେ, ସତର୍କ ଆପ୍ ମାଧ୍ୟମରେ ପ୍ରାକୃତିକ ବିପର୍ଯ୍ୟୟ କେବେ, କେତେବେଳେ, କେଉଁଠାରେ ହେବ ଏବଂ କେଉଁ ଦିଗରେ ଏହା ଗତି କରିବ ତାହାର ସମସ୍ତ ତଥ୍ୟ ପୂର୍ବରୁ ଆମ୍ଭମାନଙ୍କୁ ଜଣାଇ ଦିଆଯାଇଥାଏ । ମଞ୍ଚାସିନ ଓସ୍‌ଡମାର ରାଜ୍ୟ ପ୍ରକଳ୍ପ ଅଧିକାରୀ ଶ୍ରୀ ଲକ୍ଷ୍ମିନାରାୟଣ ନାୟକ ତାଙ୍କ ବକ୍ତବ୍ୟରେ କହିଲେ ଯେ, ପ୍ରାକୃତିକ ବିପର୍ଯ୍ୟୟର ୨୪ଘଣ୍ଟା ପୂର୍ବରୁ ଏହାର ମୁକାବିଲା ନିମନ୍ତେ ଯେଉଁ କାର୍ଯ୍ୟକ୍ରମ କରାଯାଇଥାଏ ତାହାକୁ ପ୍ରାକ୍ ପ୍ରସ୍ତୁତି , ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟ ଏବଂ ବିପର୍ଯ୍ୟୟ ପରେ ପୁନରୁଦ୍ଧାର ଓ ଥଇଥାନ କାର୍ଯ୍ୟକ୍ରମ କରାଯାଇଥାଏ।

ଏନ.ଡି.ଆର.ଏଫ୍‌ର ଇନିସ୍‌ପେକ୍ଟର ଶ୍ରୀ ରାଜ୍ ପାଲ କହିଥିଲେ, ଆମ ଟିମ୍ ବିପର୍ଯ୍ୟୟ ସମୟରେ OSDAMA, ODRAF,FIRE, POLICE, LOCAL AUTHORITYଙ୍କ ସହିତ ସମନ୍ୱୟ ରକ୍ଷା କରି ଆମ୍ଭେମାନେ କାର୍ଯ୍ୟ କରିଥାଉ । ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏବଂ ପ୍ରାକୃତିକ ବିପର୍ଯ୍ୟୟ ପରେ DFO(T), DFO(WL), CDMO, CDAO, DDH, IRRIGATION, M.I.,RD-I & II, RWSS, CDVO, FISHERY, DWO, DSSO, RTO, CSO ବିଭାଗୀୟ ଅଧିକାରୀମାନେ ନିଜ ନିଜ ବିଭାଗ ତରଫରୁ ନିଆଯାଇଥିବା କାର୍ଯ୍ୟକ୍ରମ ଉପରେ ସୂଚନା ପ୍ରଦାନ କରିଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରୋଜିନା ଦାସ ଏବଂ ଉପଜିଲ୍ଲାପାଳ ଶ୍ରୀ କର୍ଣ୍ଣଦେବ ସମାଦ୍ଦାର ଉପସ୍ଥିତ ରହି ସେମାନଙ୍କର ସୁପରାମର୍ଶ ପ୍ରଦାନ କରିଥିଲେ । ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବଳ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ।

Related posts