ସରିଲା ପ୍ରଚାର, ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚିଲେ ଅରୁଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ୩ ଗୋଟି ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୫ ତାରିଖରେ ହେବାକୁ ଯାଉଛି ଭୋଟ ଦାନ । ଆଜି ସରିଲା ପ୍ରଚାର କାର୍ଯ୍ୟ । ଶେଷ ଦିନରେ ସବୁ ଦଳ ପକ୍ଷରୁ ପ୍ରୟାସ ଜାରି ରହିଛି । ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ପ୍ରାର୍ଥୀ ହୋଇଥିବା ଡ. ଅରୁଣ କୁମାର ସାହୁଙ୍କ ପ୍ରଚାର କାର୍ଯ୍ୟ ନିଆରା ହୋଇଛି । ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜେଡି, ବିଜେପି ଓ କଂଗ୍ରେସ ଦଳ ମଧ୍ୟରେ ସଂଘର୍ଷ ହେବାକୁ ଯାଉଥିବା ବେଳେ ବିଜେଡି ପ୍ରଚାର ଓ ପ୍ରସାର ସ୍ତରରେ ୧ ନଂ ସ୍ଥାନରେ ରହିଛି । ବିଜେଡି ପ୍ରାର୍ଥୀ ଡ. ସାହୁ ନୟାଗଡ଼ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ବ୍ୟକ୍ତିଗତ ଭାବେ ସମସ୍ତଙ୍କୁ ଭେଟି ସାରିଲେଣି । ଆଜି ନିର୍ବାଚନର ଶେଷ ଦିନରେ ନୟାଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ଡ. ସାହୁ ସକାଳ ୭ଟାରୁ ଡେଙ୍ଗେରାଗୋଡି, ରାଧାନାଥପୁର, ଗଦାଧରପ୍ରସାଦ, ଚମ୍ପତିପୁରରେ ପଦଯାତ୍ରା, ଇଟାମାଟିରେ ବାଇକ୍ ରାଲି, ମର୍ଦ୍ଦରାଜପୁରରେ ଉଦବୋଧନ ସହିତ ଚିନରେ, ନାଗମୁଣ୍ଡୁଳି, ଆଡ଼ଚେର ଓ ଗମେଇରେ ପ୍ରଚାର କାର୍ଯ୍ୟକୁ ଯୋରଯାର କରିଛନ୍ତି ।

ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ୱେ ମୁଣ୍ଡରେ ଠେକା ଦେଇ ଡ. ସାହୁ ପ୍ରଚାର କାର୍ଯ୍ୟକୁ ଯୋରଦାର କରିଛନ୍ତି । ନବୀନଙ୍କ ଗୋଟିଏ ଛତାରେ ସମସ୍ତ କର୍ମୀ ପାଗଳ ହୋଇଛନ୍ତି । ପ୍ରଚାର କାର୍ଯ୍ୟର ଶେଷ ଦିନରେ ଅରୁଣ ନିର୍ବାଚନ ମଣ୍ଡଳୀର ସମସ୍ତ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଏଥି ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ବିକାଶ ମୁଳକ କାର୍ଯ୍ୟ ଉପରେ ଲୋକମାନଙ୍କୁ ସଚେତନତା କରାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦାସର୍ବଦା ନୟାଗଡ଼କୁ ଭଲ ପାଇ ଆସୁଛନ୍ତି । ନବୀନ ପଟ୍ଟନାୟକଙ୍କ ପାଇଁ ଆଜି ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିକାଶଶୀଳ ହୋଇଛି । ସାରା ଦେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ନବୀନଙ୍କ ହାତ ମୁଠାକୁ ଟାଣ କରିବାକୁ ହେଲେ ଯୋଡ଼ି ଶଙ୍ଖରେ ଭୋଟ ଦେବା ପାଇଁ ସାଧାରଣ ଜନତାଙ୍କୁ ଉଦ୍‌ବୋଧନ ଦେଇଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସାଧାରଣ ଜନତାଙ୍କୁ ଅବଗତ କରାଇଛନ୍ତି।

ଆଜିର ଏହି କାର୍ଯ୍ୟକ୍ରମରେ ସମସ୍ତ ଜୋନର ଜିଲ୍ଲା ପରିଷଦଙ୍କ ସମେତ ସମସ୍ତ ପଞ୍ଚାୟତର ଜନ ପ୍ରତିନିଧି ମାନେ ଯୋଗ ଦେଇଥିଲେ । ଡ. ସାହୁଙ୍କୁ ସମସ୍ତ ସ୍ଥାନରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା ।

Related posts