ନୟାଗଡ଼ରେ ନବୀନଙ୍କ ପ୍ରଚାର, ୩୫ହଜାରରୁ ଉର୍ଦ୍ଧ୍ୱ ଜନତା ସାମିଲ

ନୟାଗଡ଼,(ନୟାଗଡ଼ ଦର୍ପଣ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୟାଗଡ଼ ପିଟିଏସ ରୋଡରେ ଥିବା ଷ୍ଟାଡିୟମ ପଡିଆରେ ନିର୍ବାଚନୀ ସଭା କରିଛନ୍ତି । ସକାଳୁ ସକାଳୁ ବହୁ ଛାତ୍ର, ଯୁବ, ମହିଳା, ବରିଷ୍ଠ ନାଗରୀକ, ବୁଦ୍ଧିଜିବି, ସମାଜସେବୀ, ଆଇନଜିବୀ, ବରିଷ୍ଠ ନାଗରୀକ ଓ ବିଭିନ୍ନ ସମ୍ପ୍ରଦାୟର ଲୋକମାନେ ଏକଜୁଟ ହୋଇଥିଲେ । ନବୀନଙ୍କୁ ଦେଖିବା ସହିତ ତାଙ୍କ ଅଭିଭାଷଣ ଶୁଣିବା ପାଇଁ ଜନ ସମୁଦ୍ର ପାଲଟିଥିଲା ନୟାଗଡ଼ ସହର । ସକାଳ ୯ଟାରୁ ଲୋକମାନେ ଏକଜୁଟ ହୋଇ ନବୀନଙ୍କୁ ଅପେକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ବର୍ଗର ଲୋକ ମାନଙ୍କ ପାଇଁ ବିଭିନ୍ନ ଯୋଜନା କରିଥିବାରୁ ଲୋକ ମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।

ନୟାଗଡ଼ ଜିଲ୍ଲାର ୪ ଗୋଟି ନିର୍ବାଚନ ମଣ୍ଡଳୀରେ ବହୁଦିନ ଧରି ବିଜେଡି ଦବ୍‌ଦବା ରଖିଛି । ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ନିର୍ବାଚନ ସରିଯାଇଥିଲେ ମଧ୍ୟ ବାକିଥିବା ୩ ଗୋଟି ନିର୍ବାଚନ ମଣ୍ଡଳୀରେ ନବୀନଙ୍କ ହାୱା ଦେଖିବାକୁ ମିଳୁଛି । ଆଜିର ଏହି ନିର୍ବାଚନ ସଭାରେ ନୟାଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ଡ. ଅରୁଣ କୁମାର ସାହୁ ମୁଁ ନୟାଗଡ଼ ନିର୍ବାଚନ ମଣ୍ଡଳୀର ଶ୍ରେଷ୍ଠ ମୁଲିଆ ବୋଲି ପ୍ରକାଶ କରିଥିଲେ । ଓଡିଶାର ୪ କୋଟି ଜନତାଙ୍କର ପ୍ରିୟ ପାତ୍ର ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୟାଗଡ଼ ଜିଲ୍ଲାର ୪ ଗୋଟି ନିର୍ବାଚନ ମଣ୍ଡଳୀରେ ବିଜେଡିର ଶୁଭ ଧ୍ୱନି ଶୁଭିବ । ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଅନେକ ବିକାଶ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ପାଖରେ ଯାହା ନିବେଦନ କରାଯାଇଛି ମୂଖ୍ୟମନ୍ତ୍ରୀ ତାହାକୁ ମଞ୍ଜୁର କରିଛନ୍ତି । ଏଭଳି ବିକାଶ କ୍ଷେତ୍ରରେ ବିରୋଧୀ ଦଳ ଶାଳିନତା ହରାଇଛନ୍ତି । ଏହାର ଜବାବ ଜନତା ଦେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦାସର୍ବଦା ସରଳତା ଓ ଅମାୟିକ କଥାବାର୍ତା କରନ୍ତି । ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ନୟାଗଡ଼ରେ ଶାନ୍ତି ପ୍ରତିଷ୍ଠା ହୋଇଛି । ମୁଁ ମା’ର ମାନସିକତା ନେଇ ନୟାଗଡ଼ ନିର୍ବାଚନ ମଣ୍ଡଳୀର କାମ କରୁଛି । ଆଗାମୀ ଦିନରେ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ କିପରି ଶିଳ୍ପ କ୍ଷେତ୍ରରେ ସମୃଦ୍ଧ ହେବ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ଅରୁଣ । ନୟାଗଡ଼ ମାଟି ଯାହା କରେ ତାହା ସାରା ଓଡିଶା ଅନୁସରଣ କରେ ବୋଲି ଡ. ସାହୁ ପ୍ରକାଶ କରିଥିଲେ।

ଏହି ସଭାରେ ରଣପୁର ବିଜେଡି ବିଧାୟକ ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର କଥାକୁ ପ୍ରକାଶ କରିଥିଲେ । ନୟାଗଡ଼ ଜିଲ୍ଲାରେ ବିକାଶ କିପରି ମହା ବିକାଶରେ ପରିଣତ ହେବ ସେଥିପ୍ରତି ସେ ଗୁରୁତ୍ୱାରୋପ କରିଥିଲେ । ଏଥି ସହିତ ପୁରୀ ବିଜେଡି ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକଙ୍କ ସହ ଡ. ଅରୁଣ କୁମାର ସାହୁଙ୍କୁ ଯୋଡି ଶଙ୍ଖରେ ଭୋଟ ଦେବା ପାଇଁ ନିବେଦନ କରିଥିଲେ ।

ପୁରୀ ବିଜେଡିର ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ ତାଙ୍କ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଃସ୍ୱାର୍ଥପର କାର୍ଯ୍ୟକୁ ପ୍ରଶଂସା କରିଥିଲେ । ମୋର ଗୋଟିଏ ନିବେଦନ ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଅନୁରୋଧ । ୯ ଜୁନରେ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶପଥ ନେବେ । ଆପଣ ମାନଙ୍କର ବିକାଶ ମୁଳକ କାର୍ଯ୍ୟର ସେ ସମ୍ପାଦନ କରିବେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଅଭିଭାଷଣରେ ଆପଣ ମାନେ ଏତେ ଖରାରେ ଆସିଥିବାରୁ ସମସ୍ତଙ୍କୁ ଧନ୍ୟବାଦ । ବିଏସକେୱାଇ ଯୋଜନା ଭଲକି, ମିଶନ ଶକ୍ତି ଭଲକି, ମମତା ଯୋଜନା ଭଲକି, କାଳିଆ ଯୋଜନା ଭଲକି, ମଧୁବାବୁ ପେନସନ ଯୋଜନା ଭଲକି ଏଭଳି ଅନେକ ପ୍ରସଙ୍ଗ ପଚାରି ଥିଲେ ମୁଖ୍ୟମନ୍ତ୍ରୀ । ସମସ୍ତ ଜନତା ଏହାକୁ ହୁଳହୁଳି ଦେଇ ଅଭିନନ୍ଦନ ଜଣାଇଥିଲେ । ଜୁଲାଇରୁ ବିଜୁଳି ବିଲ ଆସିବନି । ବିରୋଧୀ ଦଳର ନେତା ମାନେ ମିଛ କଥା କହୁଛନ୍ତି । କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଆପଣ ମାନେ ବିଜୁ ଜନତା ଦଳର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ନିବେଦନ କରିଥିଲେ ।

ଏହି ଅବସରରେ ୫-ଟି ଅଧ୍ୟକ୍ଷ କଣ୍ଟିଲୋ ନୀଳମାଧବ ମନ୍ଦିର ପ୍ରସଙ୍ଗ, ଜଳ ସେଚନ ପ୍ରସଙ୍ଗ, ବୃତଙ୍ଗ ଜଳସେଚନ ପ୍ରସଙ୍ଗ, ୫-ଟି ସ୍କୁଲ ଓ ଲକ୍ଷ୍ମୀ ବସ ଯୋଜନାରେ ୫ ଟଙ୍କାରେ ଯାତାୟତ କେବଳ ମୁଖ୍ୟମନ୍ତ୍ରୀ କରିଛନ୍ତି ବୋଲି ପ୍ରକାଶ କରିଥିଲେ । ଏହି ନିର୍ବାଚନୀ ସଭାରେ ନୟାଗଡ଼ ଜିଲ୍ଲା ସହ ପର୍ଯ୍ୟବେକ୍ଷକ ପଦ୍ମନାଭ ବେହେରା, ନୟାଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ଡ. ଅରୁଣ କୁମାର ସାହୁ, ରଣପୁର ବିଜେଡି ବିଧାୟକ ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନ, ବରିଷ୍ଠ ବିଜେଡି ନେତ୍ରୀ ଇରାନୀ ରାୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ନୟାଗଡ଼ ଜିଲ୍ଲା ମହିଳା ବିଜୁ ଜନତା ଦଳ ସଭାନେତ୍ରୀ ବିରଜାଲକ୍ଷ୍ମୀ ସାହୁ, ନୟାଗଡ଼ ପୌରାଧ୍ୟକ୍ଷା ନିରୁପମା ଖଟେଇ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ସମେତ ନୟାଗଡ଼ ନିର୍ବାଚନ ମଣ୍ଡଳୀର ସମସ୍ତ ଜିଲ୍ଲା ପରିଷଦ ଓ ୪୭ ଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ମାନେ ଯୋଗ ଦେଇଥିଲେ । ଏହି ଅବସରରେ ହଜାର ହଜାର ମହିଳା ଯୋଗ ଦେଇଥିଲେ ।

Related posts