ଓଡ଼ଗାଁ ବ୍ଲକର ବିଭିନ୍ନ ପଞ୍ଚାୟତର ଶହ ଶହ ବିଜେପି କର୍ମୀ ବିଜେଡିରେ ସାମିଲ

ଓଡଗାଁ, (ନୟାଗଡ଼ ଦର୍ପଣ): ନିର୍ବାଚନ ଯେତିକି ପାଖେଇ ଆସୁଛି ନୟାଗଡ଼ ନିର୍ବାଚନମଣ୍ଡଳୀରେ ବିଜେଡି ଅଧିକରୁ ଅଧିକ ଶକ୍ତିଶାଳୀ ହେଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଓ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଶହ ଶହ ସଂଖ୍ୟାରେ ବିଜେପି ସମର୍ଥକ ବିଜେପି ଉପରୁ ଭରସା ତୁଟାଇ ବିଜେଡିରେ ସାମିଲ ହେଉଛନ୍ତି। ଗତ କିଛି ଦିନ ଧରି ଭାରତୀୟ ଜନତା ପାର୍ଟିର ବହୁ ଆଗଧାଡ଼ିର ନେତା ବିଜେଡିରେ ସାମିଲ ହୋଇଥିବାବେଳେ ଆଜି ପୁଣି ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଗିରିଡିପଲ୍ଲୀ,ଗୁଣ୍ଠାସାହି ଓ ନନ୍ଦିଘୋର ପଞ୍ଚାୟତର ଆଗଧାଡ଼ିର ଶତାଧିକ ବିରୋଧୀ ଦଳର ନେତା ଆଜି ବିଧିବଦ୍ଧ ଭାବରେ ବିଜେଡିରେ ସାମିଲ ହୋଇଛନ୍ତି। ଏ ନେଇ ଓଡ଼ଗାଁ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଏକ ମେଗା ମିଶ୍ରଣପର୍ବର ଆୟୋଜନ ହୋଇଥିଲା।ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରିବା ସହ ଦଳ ପାଇଁ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଥିଲେ।

ଗିରିଡିପଲ୍ଲୀ ଗ୍ରାମର ହିମାଂଶୁ ଶେଖର ବେହେରା, ପୂର୍ବତନ ସରପଞ୍ଚ (ହରି), ଚିନ୍ମୟ ବେହେରା,ପ୍ରେମାନନ୍ଦ ବେହେରା, ଅନିଲ କୁମାର ବେହେରା, ଶିବରାମ ବେହେରା, ପୂର୍ଣ୍ଣଚନ୍ଦ୍ର ବେହେରା, କେଦାର ପାହାନଙ୍କ ସମେତ ଗୁଣ୍ଠାସାହି ଗ୍ରାମର ରଞ୍ଜନ କୁମାର ଛାଟୋଇ, ସୁକାନ୍ତ କୁମାର ସାହୁ, ଚିତ୍ରସେନ ମାଝୀ, ଦୁଃଶାସନ ମାଝୀ, ପ୍ରମୋଦ ଜେନା, ଭାସ୍କର ଦାସ, ରାକେଶ ଜେନା, ପ୍ରକାଶ ନାୟକ, ଅନନ୍ତ ପ୍ରଧାନ, ଭମା ନାୟକ, ଜୟନ୍ତୀ ଜେନା, ଖଦାଳୀ ଦେଇ, ଜୟନ୍ତୀ ଦେଇ, ଝୁନୁ ଖଣ୍ଡେଇ, ଅଶାନ୍ତି ଖଣ୍ଡେଇ, ଶାନ୍ତିଲତା ଜେନା, ନମିତା ଜେନା ବିଜେଡିରେ ସାମିଲ ହୋଇଥିବାବେଳେ ନନ୍ଦିଘୋର ଗ୍ରାମର ପୃଥିବୀ ପ୍ରଧାନ, ଆଲୋକ ସାହୁ, ଅରୁଣ କୁମାର ପରିଡା, ଦ୍ବିତୀକୃଷ୍ଣ ବେହେରା, ପ୍ରକାଶ ବେହେରା, ଅଭି ବେହେରା, ପ୍ରଫୁଲ୍ଲ ନାୟକ, କିଶୋର ବେହେରା, ଦଣ୍ଡପାଣି ରାଉତ, ବଗ ଘଡେଇ, ଗୋଲା ବେହେରା, ନକୁଳ ବେହେରା, ନନ୍ଦ ବେହେରା, ସିଲୁ ବେହେରା, ଟଭା ପାତ୍ର, କାଳିଆ ଘଡେଇ, ଶୁଭସୁଧୀର ପ୍ରଧାନ,ମୁନା ପ୍ରଧାନ,ନୀଳା ପ୍ରଧାନ,ଗନ୍ଧିଆ ପରିଡା ପ୍ରମୁଖ ଆଗ ଧାଡ଼ିର ନେତା ବିଜେଡିରେ ସାମିଲ ହୋଇଥିଲେ।ମିଶ୍ରଣ ପର୍ବରେ ଜିଲ୍ଲା ବିଜେଡି ଉପପର୍ଯ୍ୟବେକ୍ଷକ ଇରାନୀ ରାୟ, ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ନିତ୍ୟାନନ୍ଦ ପ୍ରଧାନ, ସୁର୍ଯ୍ୟନାରାୟଣ ଚୌଧୁରୀ, ବିରଜାଲକ୍ଷ୍ମୀ ସାହୁ, ବିଭୁପ୍ରସାଦ ସାହୁ, ବିଜନ ପାଇକରାୟ, ପ୍ରଭାତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Related posts